Lakhimpur Kheri - The Sakala

ଏସଆଇଟି ତଦନ୍ତ ରିପୋର୍ଟରେ ମହାଖୁଲାସା, ଲକ୍ଷ୍ମୀପୁର ଖେରିରେ ଚାଷୀଙ୍କୁ ଗାଡ଼ି ମଡ଼ାଇ ହତ୍ୟା କରିବାକୁ ହୋଇଥିଲା ଯୋଜନାବଦ୍ଧ ଷଡ଼ଯନ୍ତ୍ର
ଲକ୍ଷ୍ନୌ : ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରି ମାମଲାରେ ଏକ ନୂଆ ଖୁଲାସା ହୋଇଛି। ଲକ୍ଷ୍ମୀପୁର ଚାଷୀ ହିଂସାକାଣ୍ଡକୁ ଏକ ପୂର୍ବ କଳ୍ପିତ ଷଡଯନ୍ତ୍ର ବୋଲି ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏସଆଇଟି) କହିଛି। ଏସଆଇଟି ଏହାର ଅନୁସନ୍ଧାନରେ ଜାଣିବାକୁ ପାଇଛି ଯେ ଚାଷୀଙ୍କୁ ଗାଡିରେ ଦଳିବାର ପୁରା ଘଟଣା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଥିଲା। କେନ୍ଦ୍ରମନ୍ତ୍ରୀ ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ହେଉଛି ଏହି ଷଡଯନ୍ତ୍ରର ମାଷ୍ଟରମାଇଣ୍ଡ । ଖେରି ମାମଲାର ତଦନ୍ତ କରୁଥିବା ସ୍ବତନ୍ତ୍ର ତଦନ୍ତକାରୀ ଦଳ ଏହାର ଖୁଲାସା କରିଛି । ଜିଲ୍ଲା ମୁଖ୍ୟ ନ୍ୟାୟାଳୟରେ ତଦନ୍ତକାରୀ ଟିମ୍ ଦାଖଲ କରିଥିବା ଲିଖିତ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି ।

ଏସଆଇଟି ପକ୍ଷରୁ ରିପୋର୍ଟରେ ଅଭିଯୁକ୍ତ ୧୩ ଜଣଙ୍କ ବିରୋଧରେ ଦଣ୍ଡଯୁକ୍ତ ମାମଲା ଲଗାଇବା ଲାଗି ସୁପାରିସ କରାଯାଇଛି । ଏହି ଘଟଣା ସୁଚିନ୍ତିତ ଥିଲା ଏବଂ ମନମାନିର ଏକ ନିଦର୍ଶନ ଥିଲା ବୋଲି କୁହାଯାଇଛି । ଆଇପିସିର ୩୦୭, ୩୨୬, ୩୪ ଧାରା ଅନୁସାରେ ମାମଲା ରୁଜୁ କରିବା ଲାଗି ଏଥିରେ ସୁପାରିସ କରାଯାଇଛି । ଏହା ସହ ଧାରା ୨୭୯, ୩୩୮, ୩୦୪(କ)କୁ ହଟାଇ ନୂଆ ଧାରା ଅନୁସାରେ ମାମଲା ରୁଜୁ ଲାଗି ସୁପାରିସ କରାଯାଇଛି ।

Investigation team probing Lakhimpur Kheri violence says the incident was as per a "pre-planned conspiracy" which led to death of 5 people and left several injured

(file photo) pic.twitter.com/oAjYLQwF3V

— ANI UP (@ANINewsUP) December 14, 2021

ଖେରି ମାମଲାକୁ ନେଇ ବ୍ୟାକଫୁଟରେ ଥିବା ବିଜେପି ପାଇଁ ପୁଣି ଏକ ବଡ଼ ସମସ୍ୟା ଛିଡ଼ା ହେବାକୁ ଯାଉଛି । ଖେରି ମାମଲା ହିଁ ଚାଷୀ ଆନ୍ଦୋଳନର ରୂପ ବଦଳାଇ ଦେଇଥିଲା । ସ୍ଥିତି ଏମିତି ହୋଇଥିଲା ଯେ, କେନ୍ଦ୍ର ସରକାରଙ୍କୁ ଚାଷୀଙ୍କ ପାଖରେ ମୁଣ୍ଡ ନୂଆଁଇବାକୁ ପଡ଼ିଥିଲା ଓ ୩ କଳା ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲେ ।

ଏପଟେ ତଦନ୍ତକାରୀ ଟିମର ରିପୋର୍ଟ ଆସିବା ପରେ କେନ୍ଦ୍ର ସରକାର ବିରୋଧରେ ବିରୋଧୀ ହାଲ୍ଲାବୋଲ ଡାକରା ଦେଇଛନ୍ତି । ମାମଲାକୁ ନେଇ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀଙ୍କ ଇସ୍ତଫା ବାଦି କରି ଆସୁଥିବା ବିରୋଧୀ ଦଳ ସେମାନଙ୍କ ଦାବିକୁ ଆହୁରି ଶାଣିତ କରିଛନ୍ତି ।

କଂଗ୍ରେସ ସାଂସଦ ଅଖିଳେଶ ପ୍ରସାଦ ସିଂ କହିଛନ୍ତି, ‘ଏହା ତ ହେବାର ଥିଲା ।ପୂର୍ବାରୁ ଆମେ ଗୃହରାଜ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିଲୁ । ଏମିତି ପ୍ରଥମ ଥର ହୋଇଛି କୌଣସି ମନ୍ତ୍ରୀଙ୍କ ପୁଅ ଚାଷୀଙ୍କୁ ମାରିବାକୁ ଷଡଯନ୍ତ୍ର ରଚିଛନ୍ତି ।’କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି ସେ ଆଗକୁ କହିଛନ୍ତି, ‘ଯଦି ସାମାନ୍ୟତମ ନୈତିକତା ଅଛି ତ ମନ୍ତ୍ରୀ ଇସ୍ତଫା ଦିଆନ୍ତୁ ।ହେଲେ କେନ୍ଦ୍ରମନ୍ତ୍ରୀ ଇସ୍ତଫା ଦେବେ ନାହିଁ, କାରଣ ୩୦୩ ଆସନରେ ଜିତି ମୋଦି ସରକାରଙ୍କ ଅହଂକାର ବଢ଼ିଯାଇଛି ।’

ଆରଜେଡି ନେତା ତଥା ରାଜ୍ୟସଭା ସାଂସଦ ମନୋଜ ଝା ମଧ୍ୟ ସ୍ବତନ୍ତ୍ର ତଦନ୍ତକାରୀ ଟିମର ରିପୋର୍ଟକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ।କେନ୍ଦ୍ରମନ୍ତ୍ରୀ ମିଶ୍ରାଙ୍କୁ ମୋଦି ସରକାର ତରନ୍ତ ବରଖାସ୍ତ କରିବାକୁ ସେ ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ୨୦୨୧ ଅକ୍ଟୋବର ୩ ତାରିଖରେ ଲଖିମପୁର ଖେରିରେ ଚାଷୀଙ୍କ ଆନ୍ଦୋଳନ ଚାଲିଥିବା ବେଳେ କେନ୍ଦ୍ରମନ୍ତ୍ରୀ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଦ୍ରୁତଗତିରେ ଏକ ଏସୟୁବି ଆଣି ଆନ୍ଦୋଳନରତ ଚାଷୀଙ୍କୁ ଉପରେ ଚଢାଇ ଦେଇଥିଲେ । ଫଳରେ ୮ ଜଣ ଚାଷୀଙ୍କ ମୃତ୍ୟୁ ଘଟିଥିଲା । ଏହାକୁ ନେଇ ହିଂସାତ୍ମକ ସ୍ଥିତି ସୃଷ୍ଟି ହେବା ସହ ଜଣେ ସାମ୍ବାଦିକ ଏବଂ ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା । ଏବେ ତଦନ୍ତକାରୀ ଟିମଙ୍କ ରିପୋର୍ଟ ଆସିବା ପରେ କେନ୍ଦ୍ରମନ୍ତ୍ରୀଙ୍କୁ ଘଣ୍ଟ ଘୋଡାଉ ଥିବା ମୋଦ ସରକାର କି ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଲଖିମ୍‌ପୁର ଖେରି ହିଂସା ମାମଲା: ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଦ୍ବାରା ‘ଏସ୍‌ଆଇଟି’ ତଦନ୍ତ କରାଇବାକୁ ସୁପ୍ରିମ କୋର୍ଟଙ୍କ ସୁପାରିସ୍
ନୂଆଦିଲ୍ଲୀ: ଲଖିମ୍‌ପୁର ଖେରି ମାମଲାରେ ଉତ୍ତର ପ୍ରଦେଶ ପୁଲିସ କରୁଥିବା ତଦନ୍ତ ଉପରେ ସୋମବାର ସୁପ୍ରିମ୍‌ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥି ସହ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କଦ୍ବାରା ‘ଏସ୍‌ଆଇଟି’ ତଦନ୍ତ ତଦାରଖ କରାଇବାକୁ ସୁପାରିସ କରିଛନ୍ତି।

ଶୀର୍ଷ ଅଦାଲତର ପ୍ରଧାନ ବିଚାରପତି ଏନ୍‌. ଭି. ରମନାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଲେ, ଏହି ଘଟଣାର ‘ସିବିଆଇ’ ତଦନ୍ତ କରାଯିବ ନାହିଁ। ‘ସିବିଆଇ’ ସବୁ ସମସ୍ୟାର ସମାଧାନ ନୁହେଁ। ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଏହି ମାମଲାର ତଦନ୍ତ କରାଇବା ସହ ପୃଥକ୍‌ ଚାର୍ଜସିଟ୍‌ ଦାଖଲ କରନ୍ତୁ ବୋଲି ଆମେ ଚାହୁଁଛୁ। ସଂଗୃହୀତ ପ୍ରମାଣ ସବୁ ସୁରକ୍ଷିତ ରଖାଯାଉ ବୋଲି ମଧ୍ୟ ଆମେ ଚାହୁଁଛୁ।

ସୁପ୍ରିମ୍‌ କୋର୍ଟ କହିଛନ୍ତି, ପ୍ରତିବାଦରତ କୃଷକମାନଙ୍କ ଉପରେ ଗାଡ଼ି ଚଢ଼ାଯିବା ଏବଂ ଅଭିଯୁକ୍ତଙ୍କୁ ପିଟି ପିଟି ମାରିବା ଘଟଣାର ଯଥାର୍ଥ ତଦନ୍ତ କରାଯିବା ଉଚିତ।

ସୂଚନା ଅନୁଯାୟୀ, ଏହି ମାମଲାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ରାଙ୍କ ସମେତ ୧୦ ଜଣଙ୍କୁ ଗିରଫ କରାଯାଇଛି। ଅକ୍ଟୋବର ୩ ତାରିଖରେ ଉତ୍ତରପ୍ରଦେଶର ଲଖିମପୁର ଖେରି ଜିଲ୍ଲାରେ ଏକ ଏସୟୁଭି ଗାଡ଼ି ଆନ୍ଦୋଳନରତ ଚାଷୀଙ୍କ ଉପରେ ମାଡ଼ି ଯାଇଥିଲା। ଏହି ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପରବର୍ତ୍ତୀ ହିଂସାରେ ଆଉ ୪ ଜଣଙ୍କର ମୃତ୍ୟୁ ହୋଇଥିଲା।

କ୍ରାଇମବ୍ରାଞ୍ଚ ଅଫିସରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର
ଲକ୍ଷ୍ନୗେ: କ୍ରାଇମବ୍ରାଞ୍ଚ ନିକଟରେ ଶନିବାର ଦିନ ହାଜର ହୋଇଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର। ନିର୍ଦ୍ଧାରିତ ସମୟର ୧୫ ମିନଟ ପୂର୍ବରୁ ହାଜର ହୋଇଛନ୍ତି ଆଶିଷ । ଉତ୍ତରପ୍ରଦେଶର ଲଖିମପୁର-ଖେରି ଚାଷୀ ମୃତ୍ୟୁ ମାମଲାରେ ତାଙ୍କୁ ସମନ କରିଥିଲା ପୋଲିସ। ଜେରା ସମୟରେ ଡିଜିପି ଓ ଡିଏସପି ମଧ୍ୟ ଉପସ୍ଥିତ ଅଛନ୍ତି । ସମ୍ଭାବ୍ୟ ଉତ୍ତେଜନା ଆଶଙ୍କାରେ ଲଖିମପୁର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଗତକାଲି ତାଙ୍କୁ ସମନ କରାଯାଇଥିଲେ ମଧ୍ୟ ସେ ହାଜର ହୋଇନଥିଲେ । ଯାହା ପରେ ତାଙ୍କୁ ଆଉ ଥରେ ସମନ କରାଯାଇଥିଲା । ଗତକାଲି ସୁପ୍ରିମକୋର୍ଟରେ ୟୁପି ସରକାର ମାମଲାର ଷ୍ଟାଟସ ରିପୋର୍ଟ ରଖିଥିବା ବେଳେ ତଦନ୍ତରେ ଅବହେଳା ନେଇ ପ୍ରବଳ ବର୍ଷିଥିଲେ କୋର୍ଟ । ମାମଲାରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଆଦୌ ସନ୍ତୋଷଜନକ ନୁହେଁ । ହତ୍ୟା ଅଭିଯୁକ୍ତଙ୍କୁ ଧରିବା ପାଇଁ ଏମିତି ସମନ କରାଯାଏ କି ବୋଲି ପ୍ରଶ୍ନ ପଚାରିଥିଲେ ସର୍ବୋଚ୍ଚ ଅଦାଲତ ।

#WATCH Son of MoS Home Ajay Mishra Teni, Ashish Mishra arrives at Crime Branch office, Lakhimpur

He was summoned by UP Police in connection with Lakhimpur violence. pic.twitter.com/g6wMpHYOKr

— ANI UP (@ANINewsUP) October 9, 2021

ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡରେ ମୃତକଙ୍କ ପରିବାରକୁ ୫୦-୫୦ ଲକ୍ଷ ଲେଖାଏଁ ସହାୟତା ଦେବେ ପଞ୍ଜାବ ଓ ଛତିଶଗଡ ସରକାର
ଲକ୍ଷ୍ନୌ : ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡ ପ୍ରାଣହରାଇ ଥିବା ୮ ଜଣଙ୍କ ପରିବାରକୁ ୫୦-୫୦ ଲେଖାଏଁ ସହାୟତା ଦେବେ ପଞ୍ଜାବ ଓ ଛତିଶଗଡ ସରକାର।  ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ପହଞ୍ଚିବା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏନେଇ ଘୋଷଣା କରିଛନ୍ତି।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଏନେଇ ସୂଚନା ଦେଇ ଗଣମାଧ୍ୟମକୁ କହିଛନ୍ତି ଯେ ଞ୍ଜାବ ସରକାରଙ୍କ ତରଫରୁ ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡରେ ସାମ୍ବାଦିକଙ୍କ ସମେତ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ଚାଷୀଙ୍କ ପରିବାରକୁ ୫୦ ଲେଖାଏଁ ହୟାୟତା କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ ଆଜି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଘଟଣାସ୍ଥଳକୁ ଯାଉଛି।  କୃଷକ ଓ ସାମ୍ବାଦିକଙ୍କୁ ଯୋଜନାବଦ୍ଧଭାବେ ହତ୍ୟା କରାଯାଇଛି। ଏଥି ପାଇଁ ପୂର୍ବରୁ ଯୋଜନା ପ୍ରସ୍ତୁତ କରାଯାଇଛି। ଯଦି ଦେଶରେ ଏପରି କୃଷକମାନଙ୍କୁ ହତ୍ୟା କରାଯିବ ତେବେ ଆମେ ଚୁପ୍‌ ହୋଇ ବସିପାରିବୁ ନାହିଁ।’’

On behalf of Chhattisgarh Govt, I announce Rs 50 lakhs each for the families of the farmers and the journalist who died in the violence (in Lakhimpur Kheri): Chhattisgarh CM Bhupesh Baghel at Lucknow airport pic.twitter.com/MwN2umyY7Q

— ANI UP (@ANINewsUP) October 6, 2021

ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ପରେ ଛତିଶଗଡର ସିଏମ ଭୁପେଶ ବାଘେଲ ମଧ୍ୟ ହିଂସାକାଣ୍ଡରେ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ସମଗ୍ର ଭାରତ ପୀଡିତଙ୍କ ପରିବାର ସହିତ ଛିଡା ହୋଇଛି। ଛତିଶଗଡ ସରକାର ପ୍ରତ୍ୟେକ ପୀଡିତ ଚାଷୀଙ୍କ ପରିବାରକୁ ୫୦ ଲକ୍ଷ ଏବଂ ହିଂସାକାଣ୍ଡରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ ମଧ୍ୟ ୫୦ ଲକ୍ଷ ଟଙ୍କା ମଧ୍ୟ ପ୍ରଦାନ କରାଯିବ।

ଅନ୍ୟପଟେ ଚାରିଆଡ଼ୁ ସମାଲୋଚନା ପରେ ୟୁପି ସରକାର ଶେଷରେ ବିଭିନ୍ନ ଦଳର ନେତାମାନଙ୍କୁ ଲକ୍ଷ୍ମୀପୁର ଯିବାକୁ ଅନୁମତି ଦେଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ବ୍ୟତୀତ ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂଙ୍କୁ ମଧ୍ୟ ଲକ୍ଷ୍ମୀପୁର ଗସ୍ତ ପାଇଁ ଅନୁମତି ଦିଆଯାଇଛି। କିଛି ସମୟ ତଳେ ରାହୁଲ ଗାନ୍ଧୀ ଲକ୍ଷ୍ମୀପୁର ଅଭିମୁଖେ ବାହାରିଛନ୍ତି। ପଞ୍ଜାବ ଏବଂ ଛତିଶଗଡର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ରାହୁଲଙ୍କ ସହ ଯାଇଛନ୍ତି। ଏହି ତିନି କଂଗ୍ରେସ ନେତା ଲକ୍ଷ୍ମୀପୁରର ମୃତ କୃଷକଙ୍କ ପରିବାରକୁ ଭେଟିବେ।

ଚାଷୀଙ୍କ ଉପରେ ଗାଡି ଚଢିଯାଉଥିବା ଭିଡିଓ ସେୟାର କରି ମୋଦୀ ଓ ଯୋଗୀ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ
ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡର ଆଉ ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଏଥିରେ ଗୋଟିଏ ଜିପ୍ ଆନ୍ଦୋଳନରତ ଚାଷୀଙ୍କ ଉପରେ ମାଡ଼ିଯାଉଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଭିଡିଓ । ଏହି ଭିଡିଓକୁ ବିରୋଧୀ ଦଳ ନେତାମାନେ ସେୟାର କରି କେନ୍ଦ୍ରର ମୋଦୀ ସରକାର ଓ ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

.@narendramodi जी आपकी सरकार ने बग़ैर किसी ऑर्डर और FIR के मुझे पिछले 28 घंटे से हिरासत में रखा है।

अन्नदाता को कुचल देने वाला ये व्यक्ति अब तक गिरफ़्तार नहीं हुआ। क्यों? pic.twitter.com/0IF3iv0Ypi

— Priyanka Gandhi Vadra (@priyankagandhi) October 5, 2021

କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭିଡିଓଟିକୁ ସେୟାର କରି କ୍ୟାପସନରେ ସେ ଲେଖିଛନ୍ତି ଯେ, ମୋଦୀଜୀ ଆପଣଙ୍କର ସରକାର ମୋତେ ଗତ ୨୮ଘଣ୍ଟା ଧରି କୌଣସି ଆଦେଶ ଏବଂ ଏତଲା ବିନା ହେପାଜତରେ ରଖିଛନ୍ତି। ହେଲେ ଅନ୍ନଦାତାଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିବା ଏହି ବ୍ୟକ୍ତିଙ୍କୁ ଏପର୍ୟ୍ୟନ୍ତ ଗିରଫ କରାଯାଇ ନାହିଁ କାହିଁକି?

pic.twitter.com/O4AfP2aDQf

— Priyanka Gandhi Vadra (@priyankagandhi) October 5, 2021

ଟୁଇଟ କରାଯାଇଥିବା ଅନ୍ୟ ଏକ ଭିଡିଓରେ ‌ସେ କହିଛନ୍ତି ଯେ, ମୁଁ ଶୁଣିଛି, ମୋଦୀଜୀ ଆପଣ ଆଜି ସ୍ବାଧୀନତାର ଅମୃତ ଉତ୍ସବ ପାଳନ ପାଇଁ ଲକ୍ଷ୍ନୌ ଆସୁଛନ୍ତି। ମୁଁ ଆପଣଙ୍କୁ ପଚାରିବାକୁ ଚାହୁଁଛି କି ଆପଣ ଏହି ଭିଡିଓ ଦେଖିଛନ୍ତି କି? ଏହା ପରେ ସେ ଅନ୍ୟ ଏକ ଫୋନରେ ଚାଷୀଙ୍କ ଉପରେ ଗାଡ଼ି ଚଢ଼ିଯାଉଥିବାର ଭିଡିଓ ଦେଖାଉଛନ୍ତି। ଭିଡିଓ ଦେଖାଇସାରିବା ପ‌ରେ ସେ ମୋଦୀଜୀଙ୍କୁ ପୁଣି ପ୍ରଶ୍ନ କରୁଛନ୍ତି ଯେ, କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ପାଇଁ ଏଭଳି କାଣ୍ଡ ଘଟାଇଥିବା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବରଖାସ୍ତ କାହିଁକି କରାଯାଇନାହିଁ? ତାଙ୍କ ପୁଅକୁ କାହିଁକି ଗିରଫ କରାଯାଇନାହିଁ? ମୋ ଭଳି ବିରୋଧୀ ନେତ୍ରୀଙ୍କୁ ଆପଣ କୌଣସି ଆଦେଶ ଏବଂ ଏତଲା ବିନା ହେପାଜତରେ ରଖିଛନ୍ତି। ହେଲେ ଦୋଷ କରିଥିବା ଲୋକକୁ କାହିଁକି ଗିରଫ କରାଯାଉନାହିଁ?

न तो कोई किसान 'उपद्रव' मचा रहा था,
न ही कोई किसान 'गाड़ी' पर पथराव कर रहा था

मंत्री का बेटा अपने बाप के आदेश का पालन कर रहा था । किसानों को बेरहमी से पीछे से कुचल रहा था,

अब सब कुछ सामने है । शर्म करो नरेंद्र मोदी..

pic.twitter.com/xvzP3lquYc

— Srinivas BV (@srinivasiyc) October 4, 2021

ସେହିପରି କଂଗ୍ରେସ ନେତା ଶ୍ରୀନିବାସ ବିୱି ମଧ୍ୟ ଏହି ଭିଡିଓକୁ ଶେୟାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ସେ ଲେଖିଛନ୍ତି, ନା ଏଥିରେ କୌଣସି କୃଷକ ଉପଦ୍ରବ କରୁଥିଲେ ନା ସେମାନେ ଗାଡି ଉପରକୁ ପଥର ଫିଙ୍ଗୁ ଥିଲେ । ହେଲେ ମନ୍ତ୍ରୀଙ୍କ ପୁଅ ପିତାଙ୍କ କଥା ପାଳନ କରୁଥିଲେ । ପଛରୁ ଗାଡି ମଡାଇ କୃଷକଙ୍କୁ ହତ୍ୟା କରୁଥିଲେ।

ये वास्तव में ह्रदय विदारक है। ये तस्वीरें कानून और सिस्टम को शर्मसार कर देने वाली हैं। जो भी लोग दोषी हों उनके ख़िलाफ़ सख़्त से सख़्त कार्रवाई होनी चाहिए ताकि किसान परिवारों को न्याय मिल सके। https://t.co/RTutRWRizy

— Arvind Kejriwal (@ArvindKejriwal) October 5, 2021

ସେହିଭଳି କେଜ୍ରିୱାଲ କହିଛନ୍ତି, ଏହି ଭିଡ଼ିଓ ଆଇନ ବ୍ୟବସ୍ଥାକୁ ଲଜ୍ଜିତ କଲା ଭଳି । ଯିଏ ବି ଦୋଷୀ ହୁଅନ୍ତୁ ନା କାହିଁକି ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯାଉ । ଯାହା ଫଳରେ ଚାଷୀଙ୍କୁ ନ୍ୟାୟ ମିଳିବ ।

लखीमपुर खीरी में किसानों को गाड़ियों से जानबूझकर कुचलने का यह वीडियो किसी की भी आत्मा को झखझोर देगा।

पुलिस इस वीडियो का संज्ञान लेकर इन गाड़ियों के मालिकों, इनमें बैठे लोगों, और इस प्रकरण में संलिप्त अन्य व्यक्तियों को चिन्हित कर तत्काल गिरफ्तार करे।

#LakhimpurKheri@dgpup pic.twitter.com/YmDZhUZ9xq

— Varun Gandhi (@varungandhi80) October 5, 2021

ଅନ୍ୟପଟେ ବିଜେପି ସାଂସଦ ବରୁଣ ଗାନ୍ଧୀ ପ୍ରଦର୍ଶନ କରୁଥିବା ଚାଷୀଙ୍କ ଉପରେ ଗାଡି ଚଢାଇ ନିଆଯାଉଥିବାର ଭିଡିଓଟିକୁ ସେୟାର କରିଛନ୍ତି।  ଆଉ ଏହି ଭିଡ଼ିଓକୁ ନେଇ ଯୋଗୀ ସରକାରକୁ ଅଡୁଆରେ ପକାଇଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ । ଉକ୍ତ ଭିଡ଼ିଓରେ ଚାଷୀଙ୍କ ଉପରେ ଗାଡି ମଡାଇ ନେଉଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ବରୁଣ ।

ଲକ୍ଷ୍ମୀପୁର ଖେରୀ ହିଂସାକାଣ୍ଡ: ଆସିଲା ପ୍ରାଣ ହରାଇଥିବା ଚାଷୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ଘଟିଥିବା ହିଂସାକାଣ୍ଡରେ ପ୍ରାଣ ହରାଇଥିବା ୯ ଜଣଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି। ୮ ଜଣଙ୍କ ମଧ୍ୟରେ ୪ ଜଣ ଚାଷୀ ଥିବା ବେଳେ ଆଉ ୪ ଜଣ ବିଜେପି କର୍ମୀ। ସେହିପରି ସ୍ଥାନୀୟ ସାମ୍ବାଦିକ ରମଣ କଶ୍ୟପ ମଧ୍ୟ ହିଂସାକାଣ୍ଡରେ ଜୀବନ ହରାଇଛନ୍ତି।

ଲକ୍ଷ୍ମୀପୁର ଖେରୀରେ ଚାଷୀମାନେ ଆନ୍ଦୋଳନ କରୁଥିବା ବେଳେ ସେମାନଙ୍କ ଉପରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ଗାଡ଼ି ମଡ଼ାଇ ଦେଇଥିବା ଅଭିଯୋଗ ହୋଇଥିଲା। ଏଥିସହ ସେଠାରେ ଗୁଳିକାଣ୍ଡ ଘଟିଥିବା ମଧ୍ୟ କୁହାଯାଇଥିଲା। ଆଜି ଶବ ବ୍ୟବଚ୍ଛେଦ ରିପୋର୍ଟରେ ୯ ଜଣଙ୍କ ମଧ୍ୟରୁ କେହି ବି ଗୁଳି ମାଡ଼ରେ ପ୍ରାଣ ହରାଇ ନଥିବା ସ୍ପଷ୍ଟ ହୋଇଛି। ୪ ଜଣ ଚାଷୀ ଶକ, ବ୍ରେନ ହେମରେଜ ଓ ଘୋଷରା ଯୋଗୁ ପ୍ରାଣ ହରାଇଛନ୍ତି। ସେହିପରି ବିଜେପିର ୪ ଜଣ କର୍ମୀ ଠେଙ୍ଗା ମାଡ଼ ଯୋଗୁ ପ୍ରାଣ ହରାଇଥିବା ବ୍ୟବଚ୍ଛେଦ ରିପୋର୍ଟରେ କୁହାଯାଇଛି। ସାମ୍ବାଦିକ ରମଣ କଶ୍ୟପଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଶବ ବ୍ୟବଚ୍ଛେଦରୁ ଜଣାପଡ଼ିଛି । ତାଙ୍କର ମୃତ୍ୟୁ ମଧ୍ୟ ଶକ ଓ ବ୍ରେନ ହେମରେଜ ଯୋଗୁ ହୋଇଛି।