Scholarship - The Sakala

ସରଳ ହେବ ‘କମନ୍‌‌ ସ୍କଲାରସିପ୍‌‌ ପୋର୍ଟାଲ’ର ଆବେଦନ ପ୍ରକ୍ରିୟା, ଗୋଟିଏ କ୍ଲିକ୍‌‌ରେ ୨୧ ଛାତ୍ରବୃତ୍ତି ଆବେଦନ
ଭୁବନେଶ୍ୱର : ବିଭିନ୍ନ ବର୍ଗର ମେଧାବୀ ଓ ଗରିବ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ଯୋଗାଇବା ସହିତ ସେମାନଙ୍କୁ ପାଠପଢ଼଼ା ପ୍ରତି ଆକର୍ଷିତ କରିବା ଲାଗି ରାଜ୍ୟ ସରକାର ବିଭିନ୍ନ ବୃତ୍ତିର ଯୋଜନା କରିଛନ୍ତି। ବିଶେଷତଃ କମନ୍‌‌ ସ୍କଲାରସିପ୍‌‌ ପୋର୍ଟାଲର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଧ୍ୟାନ ଦେଉଥିବାବେଳେ ବୃତ୍ତି ପାଇଁ ସରକାରୀ ସ୍ତରରେ ‘ସିଙ୍ଗିଲ ୱିଣ୍ଡୋ’ର ବ୍ୟବସ୍ଥା ହୋଇଛି। ଅନଲାଇନର ଗୋଟିଏ କ୍ଲିକ୍‌‌ ଦ୍ୱାରା ୬ଟି ବିଭାଗର ୨୧ ପ୍ରକାର ବୃତ୍ତି ସମ୍ପର୍କରେ ସମସ୍ତ ତଥ୍ୟ ମିଳିପାରିବ। ମାତ୍ର ସଚେତନତାର ଅଭାବ ଯୋଗୁ ଅଧିକାଂଶ ଛାତ୍ରଛାତ୍ର ପୋର୍ଟାଲ ବାବଦରେ ଜାଣି ପାରୁ ନାହାନ୍ତି। ତେଣୁ ଏନେଇ ସଚେତନତା ସୃଷ୍ଟି କରିବା ତଥା ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଏହା ସହ ଯୋଡ଼ିବା ଦିଗରେ ସରକାର ଗୁରୁତ୍ୱ ଦେଇଛନ୍ତି।

କମନ୍‌‌ ସ୍କଲାରସିପ୍‌‌ ପୋର୍ଟାଲର ଉନ୍ନତିକରଣ ସମୀକ୍ଷା ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବିତ୍ତ ବିଭାଗ, ଶ୍ରମ ଓ ନିୟୋଜନ ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା, କୃଷି, ଏସ୍‌‌ସିଇଆରଟି, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଧନ୍ଦା ମୂଳକ ଓ ବୃତ୍ତିଗତ ଶିକ୍ଷା, ଉଚ୍ଚଶିକ୍ଷା ଆଦି ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ଓକାକର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟତଃ ପୋର୍ଟାଲ ବାବଦରେ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଅବଗତ କରିବା ଓ ଆବେଦନ ପ୍ରକ୍ରିୟା ସହଜ ତଥା ସରଳ କରିବା ଦିଗ ପ୍ରତି ଧ୍ୟାନ ଦିଆଯାଇଥିଲା। ଏ ବାବଦରେ ମଧ୍ୟ ସବିଶେଷ ଆଲୋଚନା କରାଯାଇଥିଲା।

ଚଳିତ ଶିକ୍ଷା ବର୍ଷରୁ ରାଜ୍ୟର ସମସ୍ତ ପ୍ରକାରର ଛାତ୍ର ବୃତ୍ତି(ସ୍କଲାରସିପ୍‌‌) ଏହି ପୋର୍ଟାଲ ମାଧ୍ୟମରେ ଆବେଦନ କରିବା ନେଇ ନିଷ୍ପତ୍ତି ହୋଇଛି। ସେହିପରି ଅନ୍ୟାନ୍ୟ ବିଭାଗରେ ପ୍ରଦାନ କରାଯାଉଥିବା ଛାତ୍ରବୃତ୍ତି ଆବେଦନ ପ୍ରକ୍ରିୟାକୁ ସରଳୀକରଣ କରିବା ସହିତ ପିଲାଙ୍କ ସମସ୍ତ ତଥ୍ୟ ପୋର୍ଟାଲରେ ଅପଲୋଡ୍‌‌ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ସୂଚନାଯୋଗ୍ୟ, ରାଜ୍ୟର ସମସ୍ତ ସ୍କଲାରସିପ୍‌‌(ବୃତ୍ତି) ବାବଦରେ ଛାତ୍ରଛାତ୍ରୀଙ୍କୁ ଅବଗତ କରିବା ତଥା ଆବେଦନ ପ୍ରକ୍ରିୟାରେ ଏକକ ବ୍ୟବସ୍ଥା ଲାଗୁ କରିବା ପାଇଁ ‘କମନ୍‌‌ ସ୍କଲାରସିପ୍‌‌ ପୋର୍ଟାଲ’ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି।

ଶିଘ୍ର କରନ୍ତୁ ମେଧାବୃତ୍ତି ଆବେଦନ : +୩ ପିଲାଙ୍କୁ ମିଳିବ ୧୫ ହଜାର, ପିଜି ପିଲାଙ୍କୁ ମିଳିବ ୨୦ହଜାର
ଭୁବନେଶ୍ୱର : ୨୦୨୧-୨୨ ଶିକ୍ଷା ବର୍ଷରେ ଇ- ମେଧାବୃତ୍ତି ଓ ଫକୀରମୋହନ ଭାଷାବୃତ୍ତି ପାଇଁ ଆବେଦନ ଅବଧିକୁ ପୁନଶ୍ଚ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀ ଆସନ୍ତା ଜୁନ୍‍ ୩୦ ଯାଏଁ ଆବେଦନ କରିବାକୁ ଥିବାବେଳେ ଶିକ୍ଷାନୁଷ୍ଠାନ ସ୍ତରରେ ଯାଞ୍ଚ ପ୍ରକ୍ରିୟା ଜୁଲାଇ ୩୧ ତାରିଖ ଯାଏଁ ବୃଦ୍ଧି ହୋଇଛି। ତେବେ ଏ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିବା ସହ ସମସ୍ତ ଡିଗ୍ରି କଲେଜ ଅଧ୍ୟକ୍ଷ ଓ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ଅନଲାଇନରେ ଆବେଦନ ଲାଗି ବ୍ୟବସ୍ଥା ଉପଲବ୍ଧ କରିବାକୁ ମଧ୍ୟ ଓକାକକୁ ଉଚ୍ଚଶିକ୍ଷା ବିଭାଗ ଅବଗତ କରିଛି।

୨୦୨୧-୨୨ ଶିକ୍ଷାବର୍ଷରେ ବିଭିନ୍ନ ମେଧାବୃତ୍ତି ଓ ଫକୀରମୋହନ ଭାଷାବୃତ୍ତି ପାଇଁ ଜାନୁଆରୀ ୫ରୁ ଆବେଦନ ଆରମ୍ଭ ହୋଇଛି। ଚଳିତବର୍ଷରେ ରାଜ୍ୟ ସରକାର ୟୁଜି(+୩)ର ୬ ହଜାର, ସ୍ନାତକୋତ୍ତରରେ ୨୫ଶହ ଓ ବୈଷୟିକ ଶିକ୍ଷା ଅଧ୍ୟୟନ କରୁଥିବା ୬ ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରିବେ। ସ୍ନାତକ ପିଲାଙ୍କୁ ୩ବର୍ଷ ଲାଗି ୧୫ହଜାର, ୨୫ଶହ ପିଜି ପିଲାଙ୍କୁ ୨ବର୍ଷ ଲାଗି ୨୦ହଜାର ଓ ବୈଷୟିକ ଶିକ୍ଷା ଅଧ୍ୟୟନ କରୁଥିବା ୬ହଜାର ପିଲାଙ୍କୁ ବାର୍ଷିକ ୧୦ ହଜାର ହିସାବରେ ଏକ କାଳୀନ ୪୦ହଜାର ଟଙ୍କା ପ୍ରଦାନ କରାଯିବ।

ସେହିପରି ଓଡ଼ିଆ ସମ୍ମାନ(ଅନର୍ସ) ରଖି ସ୍ନାତକ ଅଧ୍ୟୟନ କରୁଥିବା ୧୨ଶହ ଓ ୩ଶହ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ଫକୀରମୋହନ ଭାଷାବୃତ୍ତି ବାବଦକୁ ଏକକାଳୀନ ୨୦ହଜାର ଟଙ୍କା ପ୍ରଦାନ କରାଯିବ। ଯେଉଁ ପିଲାମାନଙ୍କର ଅଭିଭାବକଙ୍କ ବାର୍ଷିକ ଆୟ ୬ଲକ୍ଷ ଟଙ୍କାରୁ କମ୍‍ ସେମାନେ ଏହି ବୃତ୍ତି ଲାଗି ଆବେଦନ କରିପାରିବେ। ବୃତ୍ତି ପାଇବା ଲାଗି କେବଳ ରାଜ୍ୟର ସ୍ଥାୟୀ ବାସିନ୍ଦା ଯୋଗ୍ୟ ବିବେଚିତ ହେବେ। ଏସମ୍ପର୍କିତ ସମସ୍ତ ତଥ୍ୟ ବିଭାଗର ୱେସାଇଟ୍‍ www.scholarship.gov.in ମାଧ୍ୟମରେ ପାଇ ପାରିବେ ବୋଲି ବିଭାଗ କହିଛି।

ଡିସେମ୍ବର ୫ ଯାଏଁ କନିଷ୍ଠ ମେଧା ବୃତ୍ତି ଆବେଦନ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ‘ଜୁନିୟର ମେରିଟ୍‌'(କନିଷ୍ଠ ମେଧା) ବୃତ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର ୧୭ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଡିସେମ୍ବର ୫ ଆବେଦନର ଶେଷ ତାରିଖ ରହିଛି। ତେବେ ୧୦ ହଜାର ମେଧା ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ପ୍ରଦାନ  କରାଯିବାକୁ ଥିବାବେଳେ୨ ବର୍ଷ ପାଇଁ ସେମାନଙ୍କୁ ୩ ହଜାର ଟଙ୍କା ଲେଖାଏଁ ବୃତ୍ତି ପ୍ରଦାନ କରାଯିବ। ମାଟ୍ରିକ୍‌ରେ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ଏଥି ପାଇଁ ଆବେଦନ କରିବାକୁ ଥିବାବେଳେ ଛାତ୍ରଛାତ୍ରୀ www.scholarship odisha gov.in ମାଧ୍ୟମରେ ସବିଶେଷ ତଥ୍ୟ ପାଇ ପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦର୍ଶାଇଛି।

ପଠାଣୀ ସାମନ୍ତ ମେଧାବୃତ୍ତି ପାଇଁ ଆବେଦନ ଆରମ୍ଭ
ଭୁବନେଶ୍ବର: ୨୦୨୦ବର୍ଷ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ପଠାଣୀ ସାମନ୍ତ ମେଧା ବୃଦ୍ଧି ପାଇଁ ଆବେଦନ ୧୯ ତାରିଖ ଠାରୁ ଆରମ୍ଭ ହୋଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜୁନିୟର କଲେଜ ତଥା ହାୟର ସେକେଣ୍ଡାରୀ ସ୍କୁଲଗୁଡିକୁ ଏନେଇ ନିଜ ନିଜର ସ୍କଲାରସିପ ସେଲଫ ତୁରନ୍ତ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମାଟ୍ରିକ୍‌ରେ ଗଣିତ ବିଷୟ ରଖି ଯେଉଁ ଛାତ୍ରଛାତ୍ରୀ ଭଲ ମାର୍କ ହାସଲ କରିଥିବେ ସେମାନେ ଏହି ସ୍କଲାରସିପ୍ ଲାଗି ଆବେଦନ କରିପାରିବେ । ରାଜ୍ୟର ୧ହଜାର ପିଲାଙ୍କୁ ଏହି ସ୍କଲାରସିପ ପ୍ରଦାନ କରାଯିବ। ତେବେ ଏଥିଲାଗି ଛାତ୍ରଛାତ୍ରୀ ଅନଲାଇନ ମାଧ୍ୟମରେ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ । ନଭେମ୍ବର ୧୦ ସୁଦ୍ଧା କଲେଜ ସ୍ତରରେ ପିଲାଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରିବାର ଶେଷ ତାରିଖ ନିର୍ଦ୍ଧାରିତ ସ୍କୁଲ ଓ ଗଣଶିକ୍ଷା ବିଭାଗ ଗାଇଡଲାଇନ ଅନୁଯାୟୀ ଘେନ କରିଥିବା ପିଲାଙ୍କ ମଧ୍ୟରୁ ହଜାରେ ଜଣଙ୍କୁ ଏହି ସ୍କୁଲାରସିପ ଲାଗି ଚୟନ କରାଯିବ। ପ୍ରତ୍ୟେକ କୃତି ଛାତ୍ରଛାତ୍ରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ମେଧାବୃତ୍ତି ମିଳିବ।

ଡିସେମ୍ବର ୬ରେ ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା: ଆଜିଠାରୁ ଆବେଦନ କରିପାରିବେ ଛାତ୍ରଛାତ୍ରୀ
କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା ଆସନ୍ତା ଡିସେମ୍ବର ୬ ତାରିଖରେ ହେବ। ସକାଳ ୧୦ରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ। ଏଥିପାଇଁ ମଙ୍ଗଳବାରଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଆବେଦନ ପ୍ରକ୍ରିୟା ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ତେବେ ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଉକ୍ତ ପରୀକ୍ଷା ନିମନ୍ତେ ଆବେଦନ କରିପାରିବେ। ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଦ୍ବାରା ଛାତ୍ରଛାତ୍ରୀଙ୍କ ଦରଖାସ୍ତ ଗ୍ରହଣ କରାଯିବ ବୋଲି ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଅବେଦନ ପାଇଁ ଛାତ୍ରଛାତ୍ରୀଙ୍କୁ ୬୦ଟଙ୍କା ଦାଖଲ କରିବାକୁ ପଡ଼ିବ। ଆବେଦନ ନିମନ୍ତେ ସମସ୍ତ ନିୟମାବଳୀ ବୋର୍ଡ ୱେବ୍‌ସାଇଟ୍‌ରେ ଉପଲବ୍ଧ ରହିଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି।