Facebook Not Worked - The Sakala

ଦୀର୍ଘ ୬ ଘଣ୍ଟା ଅଚଳ ହେବା ପରେ ସ୍ୱାଭାବିକ ହେଲା ସୋସିଆଲ ମିଡି଼ଆ ସାଇଟ ଫେସବୁକ୍, ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପ୍
ନୂଆଦିଲ୍ଲୀ: ଦୀର୍ଘ ୬ ଘଣ୍ଟା ପରେ ସ୍ୱାଭାବିକ ହେଲା ସୋସିଆଲ ମିଡି଼ଆ ସାଇଟ । ଖୋଲିଲା ଫେସବୁକ୍, ଇନଷ୍ଟାଗ୍ରାମ, ହ୍ୱାଟ୍ସଆପ୍ ଭଳି ଲୋକପ୍ରିୟ ସୋସିଆଲ ମିଡି଼ଆ ସାଇଟ । ସର୍ଭରଡାଉନ ଯୋଗୁଁ ଗତ ସୋମବାର ରାତି ୯.୧୫ ମିନିଟରୁ ବନ୍ଦ ହୋଇଯାଇଥିଲା ସେବା । ଫେସବୁକ ମାଲିକାନାରେ ଥିବା ଏହି ୩ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲୋକମାନେ ମେସେଜ ଓ ଫଟୋ ପୋଷ୍ଟ କରିବାରେ ସାଂଘାତିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଫେସବୁକର ନିର୍ମାତା ମାର୍କ ଜୁକରବର୍ଗ ଏଥିପାଇଁ ଦୁଖ ପ୍ରକାଶ କରିବା ସହ ସେବା ଫେସବୁକ୍, ଇନଷ୍ଟାଗ୍ରାମ , ହ୍ୱାଟସଆପ ସେବା ପୁନଃ ଚାଲୁ ହୋଇଥିବା ନେଇ ସୂଚନା ଦେଇଛନ୍ତିି । ଦୀର୍ଘ ୬ ଘଣ୍ଟା ପରେ ସର୍ଭର ସଚଳ ହୋଇଥିଲା ଏବଂ ଚାଲିଥିଲା ଏହିସବୁ ସାଇଟ । ସାମାଜିକ ଗଣମାଧ୍ୟମ ଉପରେ ନିର୍ଭରଶୀଳ ସମସ୍ତ କାର୍ଯ୍ୟ ପୁଣି ଥରେ କାର୍ଯ୍ୟ କରିବା ଆରମ୍ଭ କରିଥିଲା ।

ମିଳିଥିବା ଖବର ଅନୁସାରେ କେବଳ ଭାରତ ନୁହେଁ ସାରା ବିଶ୍ୱରେ ଗତ କାଲି ରାତିରେ ଠପ ହୋଇଯାଇଥିଲା ସୋସିଆଲ ମିଡିଆ ସେବା । ସାମାଜିକ ଗଣମାଧ୍ୟମରେ ସମସ୍ତ ବାର୍ତ୍ତା ଆଦାନ ପ୍ରଦାନ ଠପ୍ ହୋଇଯାଇଥିଲା । ଯାହା ଫଳରେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ ୟୁଜର୍ସ । ଫେସବୁକର ଏଭଳି ତ୍ରୁଟି ପାଇଁ ଦୁଃଖ ପ୍ରକାଶ କରିଛନ୍ତି ଫେସବୁକ ସିଇଓ । ନିର୍ଭରଶୀଳତା ବଜାୟ ରଖିଥିବା ଫେସବୁକ ଗତକାଲି ଟେକନିକାଲି କାର୍ଯ୍ୟରେ ବାଧା ଉପୁଜି ଥିଲା । ଏଥିପାଇଁ ସମସ୍ତ ୟୁଜରଙ୍କ ନିକଟରେ ମୁଁ କ୍ଷମାପ୍ରାର୍ଥୀ ବୋଲି କହିଥିଲେ ଜୁକର ବର୍ଗ । ସେପଟେ କାହିଁକି ଓ କେଉଁ କାରଣ ଯୋଗୁଁ ଏତେ ସମୟ ଧରି ସମସ୍ତ ସୋସିଆଲ ମିଡିଆ ସାଇଟ ଅକାମୀ ହୋଇଯାଇଥିଲା, ତାହାର ସଠିକ ସନ୍ଧାନ ଜଣାପଡିନାହିଁ ।ସୋସିଆଲ ମିଡିଆ ସର୍ଭର ଡାଉନ୍ ହେବା ପରେ ଫେସବୁକର ସେୟାର ହ୍ରାସ ପାଇଥିଲା ।