ElephantAttack - The Sakala

ବିଲରେ କାମ କରୁଥିବା ବେଳେ ଦଳିଦେଲା ହାତୀ
ପାଲଲହଡା: ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଖମାର ବନଖଣ୍ଡ ଅନ୍ତର୍ଗତ ବାରକୋଟିଆ ଗାଁ ନିକଟରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

ସୂଚନାନୁଯାୟୀ, ରବିବାର ଘନ ମୁଣ୍ଡା ନାମକ ଜଣେ ଚାଷୀ ବିଲକୁ କାମ କରିବାକୁ ଯାଇଥିବା ବେଳେ ଦନ୍ତା ହାତୀ ଆକ୍ରମଣର ଶିକାର ହୋଇଥିଲେ। ହାତୀ ଦଳି ଦେବାରୁ ଘଟଣାସ୍ଥଳରେ ଘନଙ୍କର ମୃତ୍ୟୁ ଘଟିଥିଲା। ମୃତ ଘନ ପାଲଲହଡ଼ା ଥାନା ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମର ବୋଲି ଜଣାପଡ଼ିଛି। ସେ ଦୀର୍ଘଦିନ ହେବ ଗୁରୁଣ୍ଡିଆ ମୁଣ୍ଡା ଗ୍ରାମରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ। ଖବର ପାଇ ଖମାର ପୁଲିସ ଓ ଖମାର ବନବିଭାଗର ମିଳିତ ଭାବେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପାଳଲହଡ଼ା ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛନ୍ତି। ଖମାର ପୁଲିସ ଏ ନେଇ ଏକ କେସ୍‌ ରୁଜୁ କରି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।

ଅନ୍ୟପଟେ ଖମାର ରେଞ୍ଜରଙ୍କୁ ପଚାରିବାରୁ, ପ୍ରାଥମିକ ଭାବେ ଏ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଜଣାପଡୁଛି। ମୃତକ ବିଲରେ କାମ କରୁଥିବା ବେଳେ ହାତୀ ଆସି ତାଙ୍କୁ ଦଳି ଦେଇ ଚାଲିଯାଇଛି। ଏଣୁ ସରକାରୀ ଆଇନ ଅନୁଯାୟୀ ଯାହା ସୁବିଧା ଯୋଗାଇବା କଥା ଯୋଗାଇ ଦିଆଯିବ ବୋଲି କହିଛନ୍ତି।

ତେଲକୋଇ ରେଞ୍ଜରେ ଥମୁନି ଗୋଠଛଡା ଦନ୍ତାର ଉତ୍ପାତ, ହାତୀ ଆକ୍ରମଣରେ ପୃଥକ ସ୍ଥାନରେ ୨ ଆହତ, ୨ ଗୁରୁତ୍ୱର
ତେଲକୋଇ: ତେଲକୋଇ ବନାଞ୍ଚଳରେ ଗୋଠ ଛଡ଼ା ଦନ୍ତାର ଉତ୍ପାତ କମୁନାହିଁ। ଗୁରୁତ୍ୱର ସକାଳେ ପୁଣି ୪ ଜଣଙ୍କୁ ଆକ୍ରମଣ କରିଛି ଗୋଠଛଡା ଦନ୍ତା। ଦନ୍ତା ଆକ୍ରମଣ 4ଜଣକ ମଧ୍ଯରୁ ଦୁଇ ଗୁରୁତର ଆହତ ହୋଇଛନ୍ତି।ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ ରେ।ଗୁରୁତର ଆହତ ହେଲେ କୁଣ୍ଡେଇହତା ଗାଁର ହେମନ୍ତ ସେଠୀ(୪୫) ଓ ମଲଣ୍ଡା ଗାଁର ଚୁଳିଆ ମୁଣ୍ଡା(୫୭)। ଅନ୍ୟ ଆହତ ଦୁଇଜଣ ହେଲେ କୁଣ୍ଡେଇହତା ଗାଁର ଦ୍ବିତୀକୃଷ୍ଣ ଦେହୁରୀ(୪୫) ଓ ଗୋପି ଦେହୁରୀ(୪୮)।

କୁଣ୍ଡେଇହତା ଗାଁରୁ ଗୋପିନାଥପୁର କୁ କେନ୍ଦୁପତ୍ର ବାନ୍ଧିବା ପାଇଁ ଯାଉଥିବା ବେଳେ ରାସ୍ତା ଉପରକୁ ହଠାତ ଗୋଠଛଡା ଦନ୍ତା ଟି ଚାଲି ଆସି କେନ୍ଦୁପତ୍ର ବାନ୍ଧି ବାକୁ ଯାଉଥିବା ଲୋକ ଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲା ।ଫଳରେ ସମସ୍ତେ ଆହତ ହୋଇଛନ୍ତି।ସେମାନଙ୍କୁ ପ୍ରଥମେ ତେଲକୋଇ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା।ତେବେ ହେମନ୍ତ ସେଠୀ ଙ୍କ ଅବସ୍ଥା ସଂଙ୍କଟାପନ୍ନ ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ କେନ୍ଦୁଝର ମୂଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି।

ସେହିଭଳି ବିମଳା ଫରେଷ୍ଟ ବିଟ ମଲଣ୍ଡା ଗାଁର ଚୁଳିଆ ମୁଣ୍ଡା ଓ ତାଙ୍କ ସ୍ତ୍ରୀ ଜଙ୍ଗଲ କୁ ଯାଉଥିବା ବେଳେ ତଇଲା ସାହି ଜଙ୍ଗଲ ନିକଟରେ ସ୍ତ୍ରୀ ସାମନାରୁ ସ୍ବାମୀ କୁ ଘୋଷାଡି ନେଇ କଚାଡି ଦେଇଥିଲା ଦନ୍ତା। ଫଳରେ ଚୁଳିଆ ମୁଣ୍ଡା ଗୁରୁତର ହୋଇପଡିଥିଲେ। ବନ କର୍ମଚାରି ଖବର ପାଇ ତାଙ୍କୁ ମେଡିକାଲ ରେ ଭର୍ତ୍ତି କରିଛନ୍ତି। ତେଲକୋଇ ବନାଚଳ ଅଧୀନରେ ଚଳିତ ବର୍ଷ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ଜଣ ଗୁରୁତର ହୋଇଛନ୍ତି।ସେହିପରି ଉକ୍ତ ବନାଚଳ ରେ କମ ସଂଖ୍ୟକ କର୍ମଚାରୀ ରହୁଥିବା ଯୋଗୁଁ ହାତୀ ଘଉଡାଇବା ରେ ବିଫଳ ହୋଇଛନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି।

ହାତୀ ଆକ୍ରମଣରେ ବୃଦ୍ଧ ମୃତ୍ୟୁ
ହିନ୍ଦୋଳ: ହିନ୍ଦୋଳ ଉପଖଣ୍ଡରେ ହାତୀ ଆକ୍ରମଣ ରେ ଜନସାଧାରଣ ମୃତ୍ୟୁ ହେବା ଏବେ ନିତିଦିନିଆ ଘଟଣା ଘଟିଯାଇଛି,ସଞ୍ଜ ନଇଁଲେ ଉପଖଣ୍ଡ ର କିଛି ଅଂଚଳରେ ହାତୀ ଭୟରେ ତାଟି କବାଟ ପଡିଯାଉଛି । ହେଲେ ଆଗରୁ ରାତିରେ ହାତୀ ଭୟ ଥିବା ବେଳେ ଏବେ ସ୍ପଷ୍ଟ ଦିବା ଲୋକରେ ଗୋଡେଇ ଗୋଡେଇ ନିରୀହ ଜନସାଧାରଣଙ୍କୁ ହାତୀ ମାରୁଛି ହେଲେ ଉପଖଣ୍ଡରେ ବନବିଭାଗ ସବୁ ଦେଖୁଛି ହାତୀ ଦାଉରୁ ମଣିଷକୁ ସୁରକ୍ଷା ଦେବାରେ ସମ୍ପୂର୍ଣ ବିଫଳ ହୋଇଥିବା ଦେଖିବାକୁ ମିଳିଛି।

୬ ମାସଭିତରେ ଉପଖଣ୍ଡର ୧୮ ଜଣଙ୍କୁ ହାତୀ ମାରିସାରିଲେଣି ୧୦ ଦିନ ପୂର୍ବରୁ ଭିଙ୍ଗିରା ଓ କୁଟୁନିଆ ଅଂଚଳରୁ ୨ ଜଣଙ୍କୁ ମାରିଦେଇଥିବା ବେଳେ ଆଜି ସକାଳେ ସେହି ଅଞ୍ଚଳର ନିକଟ ଗଞ୍ଜରା ଗ୍ରାମର ବନମାଳୀ ନାୟକ ସକାଳେ ନିଜର ନିତ୍ୟକର୍ମ କରିବା ପଡିଆ କୁ ଯାଇଥିବା ବେଳେ ଏକ ଜଙ୍ଗଲୀ ହାତୀ ଆସି ବନମାଳୀକୁ କଚାଡି ଦେଇଥିଲା ହାତୀର ଗର୍ଜନ ଶୁଣି ନିକଟରେ ଥିବା କିଛି ଗ୍ରାମବାସୀ ଆସିବାରୁ ହାତୀଟି ଘଟଣାସ୍ଥଳରୁ ପଳେଇ ଯାଇଥିଲା ଏବଂ ଘଟଣା ସ୍ଥଳରେ ବନମାଳୀର ଜୀବନ ଚାଲିଯାଇଥିଲା।  ଅଞ୍ଚଳରେ ଉତେଜନା ଲାଗିରହିଥିବା ବେଳେ ବନବିଭାଗ ଅଧିକାରୀ ପହଁଞ୍ଚି ଉତ୍ୟକ୍ତ ଜନସାଧାରଣଙ୍କୁ ବୁଝା ସୁଝା କରୁଥିବା ଦେଖିବାକୁ ମିଳିଛି।

ହିନ୍ଦୋଳରେ ହାତୀ ନେଲା ଆଉ ଏକ ଜୀବନ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା  ହିନ୍ଦୋଳର ହାତୁରା ପଞ୍ଚାୟତ ଯତନ ନଗର ଠାରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ଯୁ ଘଟିଛି। ମୃତ ବ୍ଯକ୍ତିଙ୍କ ନାଁ ଟଙ୍କ ଭୋଇ ବୋଲି ଜଣାପଡ଼ିଛି। ସେ ଭୋର ସମୟରେ ନିତ୍ୟକର୍ମ ସାରିବା ପାଇଁ ବାହାରକୁ ଆସିଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ହାତୀଟି ତାଙ୍କୁ ଘୋଷାଡ଼ି ନେଇ କଚାଡି ମାରିଥିଲା। ଏହି ଘଟଣ ଭୋର ୫ଟା ସମୟରେ ଘଟିଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ବନବିଭାଗ ଅଧିକାରୀ କିମ୍ବା ଥାନା ଅଧିକାରୀ ପହଞ୍ଚି ନ ଥିବା ଜଣାପଡ଼ିଛି।  ଜଙ୍ଗଲ ମଧ୍ୟରେ ବା ନିଛାଟିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ହିନ୍ଦୋଳ ବନ ବିଭାଗ ତରଫରୁ କୌଣସି ସୁରକ୍ଷା ମିଳୁ ନ ଥିବାରୁ ବାରମ୍ବର ଲୋକେ ହାତୀ ହାବୁଡରେ ପଡୁଛନ୍ତି ବୋଲି ସ୍ଥାନୀୟଲୋକେ ଅଭିଯୋଗ କରୁଛନ୍ତି।

ଥମୁନି ହାତୀ ଉପଦ୍ରବ: ଗୋଟିଏ ରାତିରେ ଭାଙ୍ଗିଲେ ୬ ଘର
ଚମ୍ପୁଆ: ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ ନିୟମିତ ଭାବେ ଲାଗି ରହିଛି। କେତେବେଳେ ଗୋଟିକିଆ ହାତୀ ତାଣ୍ଡବ କରୁଛି ତ କେତେବେଳେ ହାତୀ ଗୋଠ ଉପଦ୍ରବ କରି ଘର ଓ ଫସଲ ନଷ୍ଟ କରିଚାଲିଛନ୍ତି। ମାତ୍ର ଗତରାତିରେ ୨ ଗୋଟି ହାତୀ ପତଳା ଓ ଗମ୍ଭାରିଆ ଅଞ୍ଚଳରେ ୬ ଗୋଟି ଘର ଭାଙ୍ଗି ଧାନଚାଉଳ ଖାଇଦେଇଥିବା ଯଣାଯାଇଛି। ବନବିଭାଗ ପକ୍ଷରୁ ହାତୀ ଉପରେ ନଜର ରଖି ଧନଜୀବନକୁ ସୁରକ୍ଷା ଦେବା ପାଇଁ ଗଜ ସାଥି ମାନଙ୍କୁ ନିୟୋଜିତ କରାଯାଇଛି। ଏପରିକି ହାତୀ ପଲଙ୍କୁ ଜନବସତି ଠାରୁ ଦୂରେଇ ଜଙ୍ଗଲ ମଧ୍ୟକୁ ପଠାଇବା ପାଇଁ ହାତୀସ୍କ୍ବାଡ ଗଠନ କରାଯାଇଛି। ମାତ୍ର ହାତୀ ଉପଦ୍ରବ କମିବା ବଦଳରେ ବଢ଼ିବାରେ ଲାଗିଛି। ଦିନ ବେଳା ହାତୀ ଜଙ୍ଗଲ ମଧ୍ୟରେ ରହୁଥିବା ବେଳେ ରାତିହେଲେ ଗାଁ ଭିତରକୁ ପ୍ରବେଶ କରି କ୍ଷୟକ୍ଷତି ଘଟାଉଛନ୍ତି। ଗତରାତିରେ ଏହି ଦୁଇଗୋଟି ହାତୀ ପତଳା ଅଞ୍ଚଳର କଞ୍ଚନୀ କାଳନ୍ଦୀ ଓ ମକୁରୁ ପାତ୍ରର ଘର ଭାଙ୍ଗି ଥିବା ବେଳେ ଗମ୍ଭାରିଆ ଅଞ୍ଚଳର ୪ ଗୋଟି ଘର ଭାଙ୍ଗିଛନ୍ତି।

ଟ୍ୟୁସନ ଶିକ୍ଷକଙ୍କୁ ଦଳିଦେଲା ଦନ୍ତା
ନିରାକାରପୁର : ଟାଙ୍ଗୀ ବନାଞ୍ଚଳ ଅଧୀନସ୍ଥ ନିରାକାରପୁର ବିଦ୍ୟୁତ୍ କାର୍ଯ୍ୟାଳୟ ପଛପାଖ ଜଙ୍ଗଲ ନିକଟରେ ହାତୀ ଆକ୍ରମଣରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ, ନିରାକାରପୁର ଥାନା ଦିଆ ପଞ୍ଚାୟତ ଭୋଇସାହି ଗ୍ରାମର ବିଜୟ କୁମାର ପଟ୍ଟନାୟକ ୫୫ । ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ବିଜୟ ଟିଉସନ୍ ସାରି ଘରକୁ ଫେରୁଥିବାବେଳେ ନିକଟସ୍ଥ ଜଙ୍ଗଲରୁ ଏକ ଦନ୍ତାହାତୀ ଆସି ତାଙ୍କୁ ଶୁଣ୍ଢରେ ଟେକି ନେଇ ଦଳିଦେବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସେ ଟିଉସନ୍ କରିବାକୁ ଯାଇଥିବା ଘର ମାଲିକ ମଧ୍ୟ ତାଙ୍କୁ ଛାଡ଼ିବାକୁ ଆସୁଥିଲେ । ମାତ୍ର ହାତୀ ବିଜୟଙ୍କୁ ଟେକି ନେବାରୁ ସେ ସେଠାରୁ ପ୍ରାଣ ବିକଳରେ ଦୌଡ଼ିଯାଇ ଅନ୍ୟଜଣକ ଘରେ ପଶିଯାଇଥିଲେ । ପାଟିଶୁଣି ସେଠାରେ ପାଟ୍ରୋଲିଂ କରୁଥିବା ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳକୁ ଆସି ବହୁ ଖୋଜାଖୋଜି କରିବା ପରେ ଏକ ବୁଦା ମୂଳରୁ ବିଜୟଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରିଥିଲେ ।

ପରେ ଉତ୍ୟକ୍ତ ଗ୍ରାମବାସୀ ମୃତ ବିଜୟଙ୍କ ପରିବାରକୁ କ୍ଷତିପୂରଣ ଓ ତାଙ୍କ ଝିଅକୁ ଚାକିରି ଦେବା ଦାବିରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଛାଡି ନଥିଲେ। ନିରାକାରପୁର ଥାନା ଆଇଆଇସି ଗୀତାଞ୍ଜଳି ନାୟକ ଓ ବନ କର୍ମଚାରୀ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ଏ ନେଇ ଟାଙ୍ଗୀ ରେଞ୍ଜର ରବୀନ୍ଦ୍ର କୁମାର ପଣ୍ଡାଙ୍କୁ ପଚାରିବାରୁ ସେ କହିଛନ୍ତି, ହାତୀ ଆକ୍ରମଣରେ ମୃତ ପରିବାରକୁ ସମୁଦାୟ ୪ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବାକୁ ଥିବାବେଳେ ମୃତଦେହ ବ୍ୟବଚ୍ଛେଦ ପରେ ଅଗ୍ରୀମ ୪୦ ହଜାର ଟଙ୍କା ଦିଆଯିବ। ରିପୋର୍ଟ ଆସିବା ପରେ ଅବଶିଷ୍ଟ ୩ ଲକ୍ଷ ୬୦ ହଜାର ଟଙ୍କା ମିଳିବ। ଚାକିରି ଦାବି କଥା ବନବିଭାଗ ଅଧିକାରୀ ବିଚାର କରିବେ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ରିପୋର୍ଟ ଲେଖା ହେବା ସୁଦ୍ଧା ଗ୍ରାମବାସୀ କ୍ଷତିପୂରଣ ଓ ମୃତ ବିଜୟଙ୍କ ଝିଅଙ୍କୁ ଚାକିରି ପ୍ରଦାନ ଦାବିରେ ମୃତଦେହକୁ ରଖୁଛନ୍ତି।

ହାତୀ ଦଳି ଦେବାରୁ ଜଣଙ୍କର ମୃତ୍ୟୁ
ବାରିପଦା : ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ଥମିବାର ନାମ ନେଉନି ହାତୀ ଆତଙ୍କ। ହାତୀ ଆକ୍ରମଣରେ ପୁଣି ଆଉଏକ ଜୀବନ ଗଲା। ଆଜି ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ଭଦୁଆଶୋଳ ଗ୍ରାମରେ। ଆଜି ଭୋରରୁ ଗ୍ରାମର ଅର୍ଜୁନ ହାଁସଦା ନିଜ ବିଲ୍କୁ ଯାଇଥିବା ବେଳେ ହାତୀ ହାବୁଡରେ ପଡି ଯାଇଥିଲେ । ସେଠାରେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗ୍ରାମବାସୀ ଖବର ଦେବାରୁ ବନ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରିଛନ୍ତି ।ଗତ କିଛି ଦିନ ହେଲା ଏକ ଝାଡଖଣ୍ଡି ହାତୀପଲ ଏହି ଅଂଚଳରେ ରହୁଥିବା ସହ ବ୍ୟାପକ ଫସଲ ନଷ୍ଟ କରୁଥିବା ଲୋକେ ଅଭିଯୋଗ କରିଛନ୍ତିି । ମୃତ ଅର୍ଜୁନ ହାଁସଦାଙ୍କ ବୟସ ୬୫ ବର୍ଷ  ହୋଇଥିବା ବେଳେ ତାଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବନ ବିଭାଗ କହିଛି ।