Sourav Ganguly - The Sakala
ମୁମ୍ବଇ : ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ହାଇପ୍ରୋଫାଇଲ ସଭାପତି ପଦ ଛାଡ଼ିବା ନିଶ୍ଚିତ ହେବା ପରେ ବିବାଦ ଦେଖା ଦେବା ସହ ଚର୍ଚ୍ଚା ସୃଷ୍ଟି ହୋଇଛି। କ୍ରିକେଟର ହେବା ସହ ବୋର୍ଡ ସଭାପତି ପଦ ଅଳଙ୍କୃତ କରିବାରେ ଗାଙ୍ଗୁଲି ଭାରତର ପ୍ରଥମ ବ୍ୟକ୍ତିଥିଲେ। ସେ ବହୁତ କିଛି ବୈପ୍ଳବିକ ପରିବର୍ତ୍ତନ ଆଣିବେ ବୋଲି ଆଶା କରାଯାଉଥିଲେ ମଧ୍ୟ ଏବେ ତାଙ୍କ ପଦ ଚାଲିଯାଇଛି। ନିଜ ସ୍ପଷ୍ଟବାଦିତାକୁ ନେଇ ପୂର୍ବରୁ ବେଶ୍‌‌ ଚର୍ଚ୍ଚାରେ ରହିଆସୁଥିବା ଗାଙ୍ଗୁଲି ନିଜର ସ୍ୱଭାବସୁଲଭ ଢଙ୍ଗରେ ବହୁତକିଛି ଶୀଘ୍ର ପରିବର୍ତ୍ତନ କରିବାକୁ ଚାହୁଁଥିଲେ ମଧ୍ୟ ଏହି ସ୍ୱଭାବ ତାଙ୍କ ବିପକ୍ଷରେ ଯାଇଥିଲା। ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ ଏହାକୁ ଆଗକୁ ବଢ଼ାଯାଇ ନାହିଁ।
ଏହି ମାମଲାରେ ଏବେ ରାଜନୈତିକ ଦଳଗୁଡିକ ମୁଣ୍ଡ ପୁରାଇଛନ୍ତି। ଭାରତୀୟ ଜନତା ପାର୍ଟି (ବିଜେପି) ଓ ତୃଣମୁଳ କଂଗ୍ରେସ (ଟିଏମ୍‌‌ସି) ଏହି ମାମଲାରେ ପରସ୍ପରକୁ କାଦୁଅ ଫିଙ୍ଗିଛନ୍ତି। ବିଜେପି ଗାଙ୍ଗୁଲିଙ୍କୁ ଅପମାନିତ କରିଛି। ଗାଙ୍ଗୁଲିଙ୍କୁ ପାର୍ଟିରେ ସାମିଲ କରିବାରେ ବିଫଳ ହେବାରୁ ବିଜେପି ଏଭଳି ଷଡ଼ଯନ୍ତ୍ର ରଚିଛି ବୋଲି ଟିଏମ୍‌‌ସି ତରଫରୁ କୁହାଯାଇଛି। ଜୟ ଶାହ ସମ୍ପାଦକ ଓ ରାଜୀବ ଶୁକ୍ଳା ଉପସଭାପତି ପଦରେ ଦ୍ୱିତୀୟଥର ପାଇଁ ସୁଯୋଗ ପାଇବେ। କିନ୍ତୁ ଗାଙ୍ଗୁଲି କାହିଁକି ପାଇବେ ନାହିଁ ସେ ନେଇ ଟିଏମ୍‌‌ସି ପ୍ରଶ୍ନ ଉଠାଇଛି।
ଗତ ଦୁଇ ଦିନ ହେବ ବିସିସିଆଇ ସଭାପତି ପଦକୁ ନେଇ ଚାଲିଥିବା ଏପରି ରାଜନୀତି ବୟାନବାଜି ଭିତରେ ଆଜି ମୁହଁ ହୋଇଛନ୍ତି ସୌରଭ ଗାଙ୍ଗୁଲି। ସେ ପରୋକ୍ଷରେ ସ୍ପଷ୍ଟ କରିଛନ୍ତି ଯେ, ସେ ବିସିସିଆଇରେ ଆଉ ଦ୍ୱିତୀୟ ଇନିଂସ ଖେଳିବେ ନାହିଁ । ସେ କହିଛନ୍ତି ଯେ, ଜଣେ ପ୍ରଶାସକ ଭାବେ ସବୁ ଦିନ ରହିବା ସମ୍ଭବପର ନୁହେଁ । କ୍ରିକେଟ ଏବଂ ପ୍ରଶାସକ ଭାବେ ମୁଁ ଏକ ବଡ ଇନିଂସ ଖେଳିଛି । ଏହା ମୋ ଜୀବନର ଏ ପର୍ଯ୍ୟନ୍ତ ସର୍ବୋତ୍ତମ ସମୟ ରହିଥିଲା ବୋଲି ଗାଙ୍ଗୁଲି କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଆଗକୁ ଆଉ କିଛି ବଡ କରିବାକୁ ହେବ । ଏଥିପାଇଁ ବହୁତ କିଛି ଦେବାକୁ ପଡିବ । ଏଥପାଇଁ ଆପଣଙ୍କୁ ଦୀର୍ଘ ଦିନ ଧରି ନିଷ୍ଠାର ସହ କାର୍ଯ୍ୟ କରିବାକୁ ପଡିବ ।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିସିସିଆଇ ବୈଠକ ପୂର୍ବରୁ ଗାଙ୍ଗୁଲି ଅଧ୍ୟକ୍ଷ ଭାବେ ବିସିସିଆଇରେ ନିଜର ଦ୍ୱିତୀୟ ଇନିଂସ ଆରମ୍ଭ କରିବେ ବୋଲି ଆଶା କରାଯାଉଥିଲା । ମାତ୍ର ବୈଠକରେ ତାଙ୍କ ସପକ୍ଷରେ କେହି ବାହାରିନଥିଲେ । ତାଙ୍କ ସ୍ଥାନରେ ରୋଜର ବିନ୍ନୀଙ୍କୁ ପରବର୍ତ୍ତୀ ଅଧ୍ୟକ୍ଷ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏଥିସହ ଗାଙ୍ଗୁଲି ବିସିସିଆଇରୁ ଏକ ପ୍ରକାର ଛୁଟି ହୋଇ ଯାଇଥିଲା । ଏବେ ବିସିସିଆଇର ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ବିସିସିଆଇର ଅଧ୍ୟକ୍ଷ ପଦ ପାଇଁ ରୋଜର ବିନ୍ନୀ ନାମାଙ୍କନ ଦାଖଲ କରିଛନ୍ତି। ଏହି ନିର୍ବାଚନରେ ସେ ନିର୍ଦ୍ଵନ୍ଦରେ ନିର୍ବାଚିତ ହେବେ ବୋଲି କୁହାଯାଉଛି।
ଅନ୍ୟପଟେ ଚର୍ଚ୍ଚା ହେଉଛି ଯେ ବିରାଟ କୋହଲିଙ୍କ ସହ ମତପାର୍ଥକ୍ୟ ହେବା ଦ୍ୱାରା ତାଙ୍କ ଛବି ପ୍ରଭାବିତ ହୋଇଥିଲା। ବିସିସିଆଇ ଏହାକୁ ସହଜରେ ଗ୍ରହଣ କରିପାରିନଥିଲା। ସମ୍ପାଦକ ଜୟ ଶାହା ଓ ଏନ୍‌‌ ଶ୍ରୀନିବାସନ ଗୋଷ୍ଠୀର ସହାୟତାରେ ଗାଙ୍ଗୁଲି ସଭାପତି ପଦ ପାଇଥିଲେ। କିନ୍ତୁ ସମୟକ୍ରମେ ଏହି ଗୋଷ୍ଠୀ ସହ ତାଙ୍କର ମତଭେଦ ସୃଷ୍ଟି ହେବା ଫଳରେ ଗାଙ୍ଗୁଲିଙ୍କୁ ଶେଷରେ ପଦ ହରାଇବାକୁ ପଡ଼ିଛି ବୋଲି କୁହାଯାଇଛି।
ଆଇପିଏଲ ଅଧ୍ୟକ୍ଷ ପଦ ଯଚା ଯାଇଥିଲା
ବୋର୍ଡ କାର୍ଯ୍ୟକାରୀ ବୈଠକରେ ପୁରୁଣା ସଭାପତି ନୂଆ ସଭାପତିଙ୍କ ନାମ ସୁପାରିସ କରିବାର ନିୟମ ରହିଆସିଛି। କିନ୍ତୁ ଗାଙ୍ଗୁଲି ଏହା କରି ନଥିଲେ ଓ ପୁଣିଥରେ ନିର୍ବାଚିତ ହେବାକୁ ଚାହିଁଥିଲେ। କିନ୍ତୁ ତାଙ୍କୁ ସମର୍ଥନ ମିଳି ନଥିଲା। ଏ ନେଇ ସେ ନିଜର ଅସନ୍ତୋଷ ଛୁପାଇବାକୁ ପ୍ରୟାସ ବି କରି ନଥିଲେ। ତାଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ) ଚେୟାରମ୍ୟାନ ପଦ ଯଚାଯାଇଥିଲା। ଏହାକୁ ଡିମୋସନ ବିଚାର କରି ସେ ଏହି ପ୍ରସ୍ତାବକୁ ଗ୍ରହଣ କରି ନଥିଲେ।
ଭବିଷ୍ୟତ ନେଇ ପ୍ରଶ୍ନବାଚୀ
ଇତିମଧ୍ୟରେ ଗାଙ୍ଗୁଲିଙ୍କ ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେ ଆଇସିସି ଅଧ୍ୟକ୍ଷ ପଦକୁ ନିର୍ବାଚିତ ହେବେ ବୋଲି ଆକଳନ କରାଯାଉଛି। କିନ୍ତୁ ବିସିସିଆଇରେ ଏ ନେଇ କୌଣସି ବିଚାର ଆଲୋଚନା ଚାଲିନାହିଁ ବୋଲି ବିଶ୍ୱସ୍ତସୁତ୍ରରୁ ଜଣାଯାଇଛି। ଆସନ୍ତା ୨୦ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ। ବିସିସିଆଇ ଗାଙ୍ଗୁଲିଙ୍କୁ ଆଇସିସି ଅଧ୍ୟକ୍ଷ କରାଇବାକୁ ଚାହୁଁନାହିଁ ବୋଲି କୁହାଯାଇଛି।
ଭୁବନେଶ୍ବର: ରସଗୋଲା କାହାର? ଏହି ପ୍ରଶ୍ନକୁ ନେଇ କିଛି ବର୍ଷ ପୂର୍ବେ ଓଡ଼ିଶା ଓ ପଶ୍ଚିମବଙ୍ଗ ସାମ୍ନାସାମ୍ନି ହୋଇଥିଲେ। ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସରକାରୀସ୍ତର ପର୍ଯ୍ୟନ୍ତ ଏହି ପ୍ରଶ୍ନର ଉତ୍ତର ଖୋଜା ଯାଇଥିଲା। ତେବେ ଏହାରି ମଧ୍ଯରେ ବିସିସିଆଇ ସଭାପାତି ସୌରଭ ଗାଙ୍ଗୁଲି ରସଗୋଲା ଓଡ଼ିଶାର ବୋଲି କହିଛନ୍ତି। ସେ ଆହୁରୁ ମଧ୍ଯ କହିଛନ୍ତି ଏହା ଜଗନ୍ନାଥ ମହାପ୍ରଭୁଙ୍କ ସହ ଜଡିତ ବୋଲି ସୂଚନା ରହିଛି। ଏପରି କହୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ସୌରଭ ଏହି କଥା ଏକ ଶୋ’ରେ କହୁଥିବାର ନଜର ଆସିଛନ୍ତି।
ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ନୈବେଦ୍ୟ ଭାବେ ପ୍ରାୟ ୮୦୦ ବର୍ଷ ତଳୁ ରସଗୋଲା ଭୋଗ ହୋଇଆସୁଛି। ଏ ସମ୍ପର୍କରେ ବଳରାମ ଦାସ ରଚିତ ‘ଦାଣ୍ଡି ରାମାୟଣ’ରେ ମଧ୍ୟ ବର୍ଣ୍ଣନା ହୋଇଛି। ଇତିମଧ୍ୟରେ ଡାକ ବିଭାଗ ପକ୍ଷରୁ ‘ଶ୍ରୀଜଗନ୍ନାଥଙ୍କ ବ୍ୟଞ୍ଜନରେ ରସଗୋଲା’ ଶୀର୍ଷକରେ ସ୍ୱତନ୍ତ୍ର ଲଫାପା ଜାରି କରାଯାଇଛି। ମାତ୍ର ୧୫୦ ବର୍ଷ ତଳେ ଓଡିଆ କାରିଗରଙ୍କଠାରୁ ପଶ୍ଚିମବଙ୍ଗ କାରିଗରମାନେ ରସଗୋଲା ପ୍ରସ୍ତୁତି ଶିଖି ଏହାକୁ ନିଜର ବୋଲି ଦାବି କରିବା ପରଠାରୁ ଏହି ବିବାଦ ସୃଷ୍ଟି ହୋଇଥିଲା। ପଶ୍ଚିମବଙ୍ଗ ସରକାର ଚଞ୍ଚକତା ଓ ତ୍ରୁଟିପୂର୍ଣ୍ଣ ତଥ୍ୟ ଦେଇ ଭୌଗୋଳିକ ମାନ୍ୟତା ହାସଲ କରିଥିବାରୁ ଏ ନେଇ ସାଂସ୍କୃତିକ ଅନୁଷ୍ଠାନ ‘ପୁଣ୍ୟ ଉତ୍କଳ’ ଓ ସାହିତ୍ୟ ପତ୍ରିକା ‘ଓଡିଆ ପର୍ବ’ ପକ୍ଷରୁ ଓଡିଶା ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା।
୨୩ ଫେବ୍ରୁଆରୀ ୨୦୧୮ରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଏବଂ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ପକ୍ଷରୁ ‘ଓଡ଼ିଶା ରସଗୋଲା’ର ଜିଆଇ ମାନ୍ୟତା ଲାଗି ଆବେଦନ କରାଯାଇଥିଲା। ଏହାପରେ ଜିଓଗ୍ରାଫିକାଲ ଇଣ୍ଡିକେସନ୍‌ସ ରେଜିଷ୍ଟ୍ରି ପକ୍ଷରୁ ୧୩ଟି ପ୍ରସଙ୍ଗ ଉପରେ ସ୍ପଷ୍ଟିକରଣ ମଗାଯାଇଥିଲା। ଓଡ଼ିଶା ପକ୍ଷରୁ ତଥ୍ୟ ପ୍ରମାଣ ସହ ରସଗୋଲାର ଉତ୍ପତ୍ତି ଓଡ଼ିଶାରୁ ବୋଲି ସ୍ପଷ୍ଟ କରାଯାଇଥିଲା। ଏହାପରେ ୨୭ ମାର୍ଚ୍ଚ ୨୦୧୯ରେ ଜିଆଇ ରେଜିଷ୍ଟ୍ରି ପକ୍ଷରୁ ଜର୍ଣ୍ଣାଲରେ ଜନସାଧାରଣଙ୍କ ଅବଗତି ଓ ଆପତ୍ତି ନିମିତ୍ତ ପ୍ରକାଶ କରାଯାଇଥିଲା। ନିୟମ ଅନୁସାରେ ଏହି ବିଜ୍ଞପ୍ତିକୁ ୪ ମାସ ଧରି ଜିଆଇ ରେଜିଷ୍ଟ୍ରିର ୱେବସାଇଟରେ ଜନସାଧାରଣଙ୍କ ଆପତ୍ତି ପ୍ରକାଶ ଲାଗି ରଖା ଯାଇଥିଲା। ମାତ୍ର ‘ରସଗୋଲା’ର ଉତ୍ପତ୍ତି ନେଇ ଅକାଟ୍ୟ ପ୍ରମାଣ ରହିଥିବା ହେତୁ କୌଣସି ଆପତ୍ତି ଉଠି ନ ଥିଲା। ଏହା ପରେ ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଲିଥିଲା।
ମୁଖ୍ଯମନ୍ତ୍ରୀଙ୍କୁ ସାକ୍ଷାତ କଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି
ଭୁବନେଶ୍ବର: ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି।  ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ସୌରଭ। ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ଦେଖିବାକୁ ଆସିଥିବା ବେଳେ ଗାଙ୍ଗୁଲି ନବୀନଙ୍କୁ ଭେଟିଛନ୍ତି । ଉଭୟ ମଧ୍ୟ ସନ୍ଧ୍ୟାରେ ବାରବାଟୀ ଷ୍ଟାଡିୟମରେ ମ୍ୟାଚ ଦେଖିବେ। ତେବେ ଏହା ପୂର୍ବରୁ ଉଭୟ ପରସ୍ପରକୁ ସାକ୍ଷାତ କରିଛନ୍ତି । ସୌରଭ ଗାଙ୍ଗୁଲିଙ୍କୁ ଓଡ଼ିଶା ଲେଖାଥିବା ଜର୍ସି ଉପହାର ଦେଇଛନ୍ତି ନବୀନ ପଟ୍ଟନାୟକ। ଏହି ସୌଜନ୍ୟମୂଳକ ସାକ୍ଷାତ ସମୟରେ ୫ଟି ସଚିବ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ।
It was a pleasure meeting @BCCI president @SGanguly99 who is in #Odisha for the #INDvsSA #T20 match to be held at the Barabati Stadium, #Cuttack.
Looking forward to witness a thrilling match of #Cricket. pic.twitter.com/37YhvKpGRv
— Naveen Patnaik (@Naveen_Odisha) June 12, 2022
ସୂଚନା ଅନୁଯାୟୀ, ଆଜି ବାରବାଟୀରେ ହେବାକୁ ଥିବା ଦ୍ୱିତୀୟ ଟି-୨୦ ମ୍ୟାଚକୁ ଘଣ୍ଟି ବଜାଇ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଭୁବନେଶ୍ବରରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି
ଭୁବନେଶ୍ୱର: ବିମାନବନ୍ଦରରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ପହଞ୍ଚିବା ପରେ ବ୍ୟାପକ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଭୁବନେଶ୍ୱର ବିମାନବନ୍ଦରରୁ କଡା ସୁରକ୍ଷା ବଳୟ ମଧ୍ୟରେ ସୌରଭ ଗାଙ୍ଗୁଲିଙ୍କୁ ହୋଟେଲ ନିଆଯାଇଛି। ହୋଟେଲରେ କିଛି ସମୟ ରେଷ୍ଟ ନେଲା ପରେ ଅପରାହ୍ନ ୫ଟାରେ ଗାଙ୍ଗୁଲି ନବୀନଙ୍କୁ ଭେଟିବେ। ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିବେ। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ଦାଦା ବାରବାଟୀ ଷ୍ଟାଡିୟମ ଯାଇ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ଟି-୨୦ ମ୍ୟାଚ ଦେଖିବେ ।
ସୂଚନା ଅନୁଯାୟୀ, ଆଜି ବାରବାଟୀରେ ହେବାକୁ ଥିବା ଦ୍ୱିତୀୟ ଟି-୨୦ ମ୍ୟାଚକୁ ଘଣ୍ଟି ବଜାଇ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
କ୍ରିକେଟ ପରେ ରାଜନୀତି ମଇଦାନକୁ ଓହ୍ଲାଇବେ କି ଦାଦା ? ଟୁଇଟ୍ କରି ଦେଲେ ସଙ୍କେତ
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ରାଜନୀତିରେ ନୂଆ ଇନିଂସ ଆରମ୍ଭ କରିବେ । ବିସିସିଆଇ ସଭାପତି ଦପରୁ ଇସ୍ତଫା ଦେଇ ସୌରଭ ଗାଙ୍ଗୁଲି ରାଜନୀତି କ୍ୟାରିୟର ଆରମ୍ଭ କରିବାକୁ ଯାଉଥିବା ନେଇ ଜାତୀୟ ସ୍ତରର ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଆଉ ଏସବୁ ଭିତରେ ଦାଦାଙ୍କ ଏକ ରହସ୍ୟମୟ ଟୁଇଟ୍ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।
ଗାଙ୍ଗୁଲି ଟୁଇଟ୍ କରି ଏକ ଭାବୁକ ପୋଷ୍ଟ କରିଛନ୍ତି। ସେ ଏ ପର୍ଯ୍ୟନ୍ତ ଜାରି ଯାତ୍ରା ପାଇଁ ନିଜ ପ୍ରଶଂସକ ଏବଂ ସାଥୀ ଖେଳାଳିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥି ସହିତ ସୌରଭ ଲେଖିଛନ୍ତି ମୁଁ ଆଜି କିଛି ଆରମ୍ଭ କରିବା ପାଇଁ ଯୋଜନା ରଖିଛି । ମୋତେ ଏହା ଲାଗୁଛି ଏହା ଅନେକ ଲୋକଙ୍କୁ ସାହାର୍ଯ୍ୟ କରିପାରିବ । ମୋତେ ଆଶା ରହିଛି ମୋର ଏହି ଜୀବନରେ ପ୍ରବେଶରେ ଆପଣ ମୋତେ ସମର୍ଥନ ଜାରିରଖିବେ । ଦାଦାଙ୍କ ଏହି ଟ୍ବିଟ ପରେ ସେ ବିସିସିଆଇ ସଭାପତି ପଦଛାଡି ରାଜନୀତିରେ ପ୍ରବେଶ କରିବେ ବୋଲି ଚର୍ଚ୍ଚା ହେଉଛି। ଏହାରି ମଧ୍ୟ କେତେକ ଜାତୀୟ ଗଣମାଧ୍ୟମ ସୌରଭ ଗାଙ୍ଗୁଲି ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେଇ ସାରିଥିବା ନେଇ ଖବର ପ୍ରସାରଣ କରୁଛନ୍ତି। ହେଲେ ବିସିସିଆଇ ସଂପାଦକ ଜୟ ଶାହ ସମାଚାର ଏଜେନ୍ସ ଏଏନଆଇକୁ ସ୍ପଷ୍ଟ କରିଛନ୍ତି ଯେ, ଗାଙ୍ଗୁଲି ନିଜ ପଦରୁ ଇସ୍ତଫା ଦେଇ ନାହାନ୍ତି। ତେବେ ଗାଙ୍ଗୁଲିଙ୍କ ଟୁଇଟ୍ ପରେ ତାଙ୍କ ଇସ୍ତଫା ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ଏ ସଂପର୍କରେ କୌଣସି ଆନୁଷ୍ଠାନିକ ଘୋଷଣା ହୋଇ ନାହିଁ।
pic.twitter.com/JrHOVvH3Vi
— Sourav Ganguly (@SGanguly99) June 1, 2022
ଅନ୍ୟପଟେ ଦାଦା ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି। କାରଣ କିଛି ଦିନ ତଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କୋଲକାତା ଗସ୍ତରେ ଥିବା ବେଳେ ଦାଦାଙ୍କ ଘରେ ରାତ୍ରୀଭୋଜନ କରିବା ସହ ବହୁ ସୟମ ଆଲୋଚନା କରିଥିଲେ। ସେବେଠାରୁ ସେ ରାଜନୀତିରେ ପାଦ ଥାପିବେ ବୋଲି ଚର୍ଚ୍ଚା ଲାଗି ରହିଛି। କିନ୍ତୁ ଗାଙ୍ଗୁଲି ଏଯାଏ ରାଜନୀତିରେ ପାଦ ଦେଉ ନଥିବା କହି ଆସିଛନ୍ତି। ହେଲେ ଆଜି ତାଙ୍କ ଟ୍ୱିଟ ନୂଆ ସମୀକରଣ ସୃଷ୍ଟି କରିଛି।
କିଛି ସମୟ ଆଗକରୁ ଦାଦା ଟ୍ୱିଟ କରି କହିଛନ୍ତି, “୧୯୯୨ରେ ମୁଁ ଆରମ୍ଭ କରିଥିବା କ୍ରିକେଟ କ୍ୟାରିୟରକୁ ୨୦୨୨ରେ ୩୦ ବର୍ଷ ପୂରିଛି। ଆରମ୍ଭରୁ କ୍ରିକେଟ ମୋତେ ବହୁତ କିଛି ଦେଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କ୍ରିକେଟ ଯୋଗୁ ଆପଣମାନଙ୍କ ସମର୍ଥନ ମିଳିଛି। ଏହି ଯାତ୍ରାରେ ସାମିଲ ଥିବା ପ୍ରତିଟି ଲୋକଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଆଜି ମୁଁ ଯେଉଁଠି ବି ପହଞ୍ଚିଛି, ସବୁ କିଛି ଆପଣମାନଙ୍କ ସମର୍ଥନ ଓ ସହଯୋଗ ପାଇଁ ସମ୍ଭବ ହୋଇ ପାରିଛି। ଆଜି ମୁଁ କିଛି ଅଲଗା ଯୋଜନା ଆରମ୍ଭ କରିବାକୁ ଯାଉଛି, ଯେଉଁଠି ବହୁତ ଲୋକଙ୍କ ସମର୍ଥନ ଜରୁରୀ। ମୁଁ ମୋ ଜୀବନର ନୂଆ ଅଧ୍ୟାୟରେ ପ୍ରବେଶ କରିବା ପରେ ଆପଣମାନଙ୍କ ସମର୍ଥନ ଜାରି ରହିବ ବୋଲି ମୋର ଆଶା।
ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ କରୋନା
କୋଲକାତା: ବିସିସିଆଇ ଅଧ୍ୟକ୍ଷ ତଥା ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ କରୋନା । ବର୍ତ୍ତମାନ ଗାଙ୍ଗୁଲିଙ୍କୁ କୋଲକତାର ଉଡଲ୍ୟାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଗାଙ୍ଗୁଲିଙ୍କ କରୋନା ସାମ୍ପୁଲକୁ ଜିନୋମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ଜଣା ପଡିବ ଏହା ଓମିକ୍ରନ୍ ଭାରିଆଣ୍ଟ କି ନାହିଁ ତାହା ଜଣାପଡିବ ।
ସୋମବାର ରାତିରେ ଗାଙ୍ଗୁଲିଙ୍କ କରୋନା ପରୀକ୍ଷା କରାଯାଇଥିଲା | ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଗାଙ୍ଗୁଲି ପ୍ରଥମ ଥର ପାଇଁ କରୋନା ସଂକ୍ରମିତ ହୋଇଛନ୍ତି। ଏହାପୂର୍ବରୁ ତାଙ୍କ ପରିବାରର କିଛି ସଦସ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ । ବର୍ତ୍ତମାନ ସୌରଭ୍ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ମେଡିକାଲ ପକ୍ଷରୁ ସୂଚନା ମିଲିଛି ।
ତେବେ ହୃଦ୍ ସମସ୍ୟା ଯୋଗୁଁ ଗାଙ୍ଗୁଲି ଚଳିତ ବର୍ଷ ପ୍ରାରମ୍ଭରେ ହସ୍ପିଟାଲରେ କିଛି ଦିନ ଚିକିତ୍ସିତ ହୋଇଥିଲେ। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିଲା ।
ଆଇସିସି କ୍ରିକେଟ୍ କମିଟିର ଅଧ୍ୟକ୍ଷ ହେଲେ ସୌରଭ ଗାଙ୍ଗୁଲି
ନୂଆଦିଲ୍ଲୀ: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ବଡ଼ ଦାୟିତ୍ୱ  ମିଳିଛି। ଆଇସିସି କ୍ରିକେଟ୍ କମିଟିର ଅଧ୍ୟକ୍ଷ ହେଲେ ଗାଙ୍ଗୁଲି । ୯ ବର୍ଷ ଧରି ଏହି ଦାୟିତ୍ବରେ ଥିଲେ ଅନିଲ କୁମ୍ବଲେ । ତଙ୍କ ସ୍ଥାନ ନେଇଛନ୍ତି ସୌରଭ ଗାଙ୍ଗୁଲି।  ତିନି ବର୍ଷିଆ ଟର୍ମରେ ତିନି ଥର ଅଧ୍ୟକ୍ଷ ହୋଇଥିଲେ କୁମ୍ବଲେ । ଏହି କମିଟି କ୍ରିକେଟର ପରିସ୍ଥିତି ଓ ନିୟମ ଉପରେ ନଜର ରଖିଥାଏ ।
ଭାରତର ସଫଳ ଅଧିନାୟକଙ୍କ ମଧ୍ୟରେ ଜଣେ ହେଉଛନ୍ତି ସୌରଭ ଗାଙ୍ଗୁଲି । ୧୯୯୬ରେ ସେ ଖେଳିଥିବା ପ୍ରଥମ ଟେଷ୍ଟରେ ସେ ଶତକ ହାସଲ କରି କ୍ୟାରିୟର ଆରମ୍ଭ କରିଥିଲେ । ସେ ୪୯ଟି ଟେଷ୍ଟ ଓ ୧୪୭ଟି ଦିନିକିଆରେ ଅଧିନାୟକ ହୋଇଥିଲେ ।  ୨୦୦୩ ବିଶ୍ୱକପରେ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଫାଇନାଲ ମୁକାବିଲା ଖେଳିଥିଲା ଟିମ୍ ଇଣ୍ଡିଆ । ଏବେ ଗାଙ୍ଗୁଲି ବିସିସିଆଇ ସଭାପତି ରହିଛନ୍ତି ।
କିଛିଦିନ ତଳେ ବିସିସିଆଇ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରିଥିଲା । ମାତ୍ର ଏହି ଗସ୍ତ ସମୟରେ କିଏ ଟିମର କୋଚ ପଦ ସମ୍ଭାଳିବ ସେନେଇ କୌଣସି ସୂଚନା ଦିଆଯାଇ ନଥିଲା । ଶ୍ରୀଲଙ୍କା ଗସ୍ତବେଳେ ଭାରତୀୟ ଟିମର କୋଚ ଦାୟିତ୍ୱ ରାହୁଲ ଦ୍ରାବିଡ ସମ୍ଭାଳିବେ ବୋଲି ଆଜି ଘୋଷଣା କରିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି। ଏହା ପୂର୍ବରୁ ରାହୁଲ ଦ୍ରାବିଡ କିଛିବର୍ଷ ଇଣ୍ଡିଆ ଅଣ୍ଡର ୧୯ ଟିମର କୋଚ୍ ଭାର ସମ୍ଭାଳିସାରିଛନ୍ତି ।
ଶ୍ରୀଲଙ୍କା ଗସ୍ତ ସମୟରେ ଭାରତୀୟ ଟିମ୍ ୨ ଟି ସିରିଜ୍ ଖେଳିବ । ଶୀଖର ଧାୱନଙ୍କ ନେତୃତ୍ୱରେ ଭାରତୀୟ ଦଳ ୩ ଟି ଏକଦିବସୀୟ ମ୍ୟାଚ୍ ଓ ୩ ଟି ଟି-୨୦ ମ୍ୟାଚ୍ ଖେଳିବ । ଏହି ମ୍ୟାଚ୍ ୧୩ଜୁଲାଇ ରୁ ୨୫ ଜୁଲାଇ ମଧ୍ୟରେ ଅନୁଷ୍ଠିତ ହେବ ।
ନିର୍ବଚନୀ ପୂର୍ବରୁ ଜୋର ଧରିଲାଣି ପ୍ରଚାର, ମୋଦୀଙ୍କ ରାଲିରେ ସାମିଲ ହେବେ ସୌରଭ ଗାଙ୍ଗୁଲି !
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଆରମ୍ଭ ହେବାକୁ ଯାଉଛି। ଏହି ନିିର୍ବାଚନୀ ପ୍ରଚାରରେ ​​ଅନେକ ସେଲିବ୍ରିଟି ମଧ୍ୟ ପ୍ରଚାର କରିବେ। ଚଳଚ୍ଚିତ୍ର ତାରକା ଠାରୁ ଆରମ୍ଭ କରି କ୍ରିକେଟର ପର୍ଯ୍ୟନ୍ତ ସମସ୍ତ ରାଜନୈତିକ ଦଳ ​​ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ମଧ୍ୟ ଏକ ବିଜେପି ରାଲିରେ ଯୋଗଦେବେ ବୋଲି କଳ୍ପନ ଚାଲିଛି।
ଗାଙ୍ଗୁଲି ବିଜେପିରେ ସାମିଲ ହେବା ପ୍ରସଙ୍ଗରେ ଦଳ ତରଫରୁ କୁହାଯାଇଛି ଯେ, ସେ ବିଜେପିରେ ସାମିଲ ହେବେ ନା ନାହିଁ ଏହା ତାଙ୍କ ଉପରେ ନିର୍ଭର କରୁଛି । ବିଜେପି ପ୍ରବକ୍ତା ସାମିକ ଭଟ୍ଟାଚାର୍ଯ୍ଯ କହିଛନ୍ତି ଯେ, ଯଦି ଗାଙ୍ଗୁଲି ନିଜର ସ୍ୱାସ୍ଥ୍ୟକୁ ଦେଖି ରାଲିରେ ଭାଗ ନେବାକୁ ଇଚ୍ଛା କରନ୍ତି ତେବେ ତାଙ୍କୁ ସବୁଠାରୁ ଅଧିକ ସ୍ୱାଗତ କରାଯିବ । ସେ ରାଲିରେ ଉପସ୍ଥିତ ରହିଲେ ସେ ଲୋକଙ୍କୁ ପସନ୍ଦ କରିବେ ଓ ଲୋକମାନେ ମଧ୍ୟ ତାଙ୍କୁ ପସନ୍ଦ କରିବେ । କିନ୍ତୁ ଏବେସୁଦ୍ଧା ଏହା ସ୍ପଷ୍ଟ ହୋଇନାହିଁ । ମାର୍ଚ୍ଚ ୭ରେ  କଲକାତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲିରେ ଯୋଗଦେବାକୁ ଚାହୁଁଛନ୍ତି କି ନାହିଁ ତାହା ଜଣାପଡ଼ିବ।
ସୂଚନାଯୋଗ୍ୟ, ଗାଙ୍ଗୁଲିଙ୍କର ନିକଟରେ ଆଉ ଏକ ଏ଼ଞ୍ଜିୟୋପ୍ଲାଷ୍ଟି କରାଯାଇଥିଲା । ସେ ୩ ଦିନ ହସ୍ପିଟାଲରେ ରହି ଜାନୁଆରୀ ୩୧ ତାରିଖରେ ଡିସଚାର୍ଜ ହୋଇଥିଲେ । ଅପରେସନ ପରେ ତାଙ୍କୁ ବିଶ୍ରାମ ନେବାକୁ କୁହାଯାଇଥିଲା ।
ତେବେ ଏହି ପ୍ରସଙ୍ଗରେ ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲିଙ୍କ ପକ୍ଷରୁ କୌଣସି ବିବୃତ୍ତି ଦିଆଯାଇ ନାହିଁ। ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ସେ ରାଜନୀତିରେ ଯୋଗଦେବେ ବୋଲି ଅନୁମାନ କରାଯାଉଛି।