UG PG - The Sakala
ଆସନ୍ତା ୧୩ରୁ ୟୁଜି ଓ ୧୭ରୁ ଆରମ୍ଭ ହେବ ପିଜି ପ୍ରଥମ ବର୍ଷ ପାଠପଢ଼ା
ଭୁବନେଶ୍ୱର: ରାଜ୍ୟର ସମସ୍ତ ଡିଗ୍ରି କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପ୍ରଥମ ପର୍ଯ୍ୟାୟ ୟୁଜି(ସ୍ନାତକ) ଏବଂ ପିଜି(ସ୍ନାତକୋତ୍ତର) ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଥିବା ବେଳେ ପାଠପଢ଼଼ା ଆସନ୍ତା ସପ୍ତାହରୁ ଆରମ୍ଭ ହେବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶନାମା ଜାରି ହୋଇଛି। ଅକ୍ଟୋବର ୧୩ ତାରିଖରୁ +୩(ସ୍ନାତକ) ପ୍ରଥମ ବର୍ଷ ପାଠପଢ଼଼ା ଆରମ୍ଭ ହେବାକୁ ଥିବାବେଳେ ୧୭ ତାରିଖରୁ ପିଜି ପାଠ ପଢ଼଼ା ଆରମ୍ଭ ହେବ। ଫିଜିକାଲ୍‍ ମୋଡରେ ପିଲାଙ୍କ ପାଠପଢ଼଼ା ଆରମ୍ଭ ହେବାକୁ ଥିବାବେଳେ ପିଲାଙ୍କ ପାଇଁ ହଷ୍ଟେଲଗୁଡ଼ିକ ଖୋଲିବା ଓ ଅନ୍ୟ ଆନୁଷଙ୍ଗିକ ପ୍ରସ୍ତୁତି ସାରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦେଇଛି।
ଅପରପକ୍ଷେ ବିଭିନ୍ନ ଡିଗ୍ରି କଲେଜରେ ଦ୍ୱିତୀୟ ପର୍ଯ୍ୟାୟ ସ୍ନାତକ(+୩) ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଅକ୍ଟୋବର ୧୩ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ୧୯ ତାରିଖ ଯାଏଁ ଆବେଦନ ଚାଲିବ। ୨୭ ତାରିଖ ଅପରାହ୍ଣ ୨ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ୨୮ରୁ ୩୧ ତାରିଖ ମଧ୍ୟରେ ନାମଲେଖା ପ୍ରକ୍ରିୟା ଅନୁଷ୍ଠିତ ହେବ। ସେହିପରି ୨୮ରୁ ୧ ତାରିଖ ଯାଏଁ ସ୍ଲାଇଡଅପ୍‍ ପାଇଁ ପିଲାଙ୍କୁ ସୁଯୋଗ ଦିଆଯାଇଥିବାବେଳେ ନଭେମ୍ବର ୭ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ୯ରୁ ୧୧ ତାରିଖ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। ତେବେ ନାମ ଲେଖା ସମୟରେ ଫି ଦାଖଲ କରା ନ ଯାଇ ବିଭାଗ ପକ୍ଷରୁ ଫି ଦାଖଲ ପାଇଁ ସମୟସୀମା ନିର୍ଦ୍ଧାରଣ କରାଯିବ।
ଭୁବନେଶ୍ୱର/ସମ୍ବଲପୁର: ସନ୍ଥ କବି ଭୀମ ଭୋଇଙ୍କ ବିଷୟରେ ଗବେଷଣା ହେବ । ଦେଶର ବିଭିନ୍ନ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ସ୍କୁଜି ଓ ପିଜି ପାଠ୍ୟକ୍ରମରେ ଓଡ଼ିଶାର ମହିମା ଧର୍ମ ଓ ସନ୍ଥ କବି ଭୀମ ଭୋଇଙ୍କ ସମ୍ପର୍କରେ ପାଠ ପଢ଼ିବେ। ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ପାଠ୍ୟକ୍ରମରେ ଏହାକୁ ସାମିଲ୍ କରିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୟୁଜିସିକୁ ଶନିବାର ନିର୍ଦେଶ ଦେଇଛନ୍ତି । ମହିମା ଧର୍ମର ବିଶିଷ୍ଟ ପ୍ରଚାରକ ତଥା ଓଡିଆ ଭାଷା ସାହିତ୍ୟ ଓ ଧାର୍ମିକ ସାମାଜିକ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଥିବା ସନ୍ଥ କବି ଭୀମ ଭୋଇଙ୍କ ଜୀବନୀ ଓ ତାଙ୍କ ଦର୍ଶନ ଉପରେ ଅଧିକ ଅଧ୍ୟୟନ କରିବା ପାଇଁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)କୁ ନିର୍ଦ୍ଦେଶ ଦିଆଯାଇଛି। ଶନିବାର ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଠାରେ ସନ୍ଥ କବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ଅବସରରେ ଶ୍ରୀ ପ୍ରଧାନ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ଆଗାମୀ ଦିନରେ ସନ୍ଥ କବି ଭୀମ ଭୋଇଙ୍କୁ ଜଣେ ସର୍ବୋତ୍ତମ ବିଚାରକ ଭାବେ ପ୍ରମାଣିତ କରିବା ପାଇଁ ଉଦ୍ୟମ କରାଯିବ। ଭାରତ ସରକାରଙ୍କ ୟୁଜିସି ଏହି ମହାପୁରୁଷଙ୍କ ‘ମହିମା ଧର୍ମ’ର ବିଚାର ସମ୍ପର୍କରେ ଅଧ୍ୟୟନ କରିବ। ଉଚ୍ଚତର ଗବେଷଣା କରାଯିବା ସହ ୟୁଜି(ସ୍ନାତକ) ଓ ପିଜି (ସ୍ନାତକୋତ୍ତର) ପାଠ୍ୟକ୍ରମରେ ମଧ୍ୟ ମହିମା ଧର୍ମ ଓ ସନ୍ଥ କବିଙ୍କ ଜୀବନୀକୁ ଅନ୍ତର୍ଭୁକ୍ତ କରାଯିବ। ଦେଶର ବିଭିନ୍ନ ବିଶ୍ବବିଦ୍ୟାଳୟରେ ଭୀମ ଭୋଇଙ୍କ ନାମରେ ଭୀମ ଭୋଇ ଚେୟାର ମଧ୍ୟ ସ୍ଥାପନ ହେବ।
ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭୀମ ଭୋଇଙ୍କୁ ସମ୍ମାନ ଦେବା ପାଇଁ ସବୁପ୍ରକାର ଉଦ୍ୟମ କରିବା ପାଇଁ ୟୁଜିସିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହା ଦ୍ବାରା ରେଢ଼ାଖୋଲ ଏବଂ ଓଡ଼ିଶା ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସନ୍ଥ କବିକ ରଚନା ‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ” ଏହି କାଳଜୟୀ ବିଚାର ଜାତିସଂଘର ମୁଖ୍ୟାଳୟରେ ମଧ୍ୟ ଲିପିବଦ୍ଧ ହୋଇ ରହିଛି। ତେବେ ବିଶ୍ବ ଏହି ଦର୍ଶନରେ ଅନୁପ୍ରାଣିତ ହେଲେ ସନ୍ଥ କବିଙ୍କ ପ୍ରତି ଓଡ଼ିଶାବାସୀଙ୍କ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।