India Army - The Sakala

ଏଣିକି ଭାରତରେ ନିର୍ମାଣ ହେବ ଯୁଦ୍ଧ ବିମାନର ଇଞ୍ଜିନ, HAL ଏବଂ GE ଏରୋସ୍ପେସ ମଧ୍ୟରେ ହେଲା ବଡ଼ ଡିଲ୍‌
ୱାଶିଂଟନ: ଏଣିକି ଭାରତରେ ହିଁ ତିଆରି ହେବ ଭାରତୀୟ ବାୟୁସେନା ବ୍ୟବହାର କରୁଥିବା ଯୁଦ୍ଧ ବିମାନର ଇଞ୍ଜିନ । ଏଥିପାଇଁ ହିନ୍ଦୁସ୍ତାନ ଏରୋନଟିକ୍ସ ପ୍ରାଇଭେଟ ଲିଃ ସହ ଚୁକ୍ତି କରିଛି ଆମେରିକାର ଜେନେରାଲ ଇଲେକ୍ଟ୍ରିକ(GE) ଅରୋସ୍ପେସ। GE ସହାୟତାରେ ହାଲରେ ହିଁ ବାୟୁସେନାର ଯୁଦ୍ଧ ବିମାନ ଗୁଡ଼ିକର ଇଞ୍ଜିନକୁ ତିଆରି କରାଯିବ। ତେବେ ଏହି ଚୁକ୍ତିର ଘୋଷଣା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ସମୟରେ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଥମ ମହିଳା ଜିଲ ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ଆମେରିକା ଗସ୍ତରେ ଯାଇଛନ୍ତି ।

ଏହି ଚୁକ୍ତି ସମ୍ପର୍କିତ ଏମ୍ଓୟୁରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ ମଧ୍ୟରେ ଏହା ଏକ ପ୍ରମୁଖ ମାଇଲଖୁଣ୍ଟ । ଏହି ଚୁକ୍ତି ସହ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ଆହୁରି ମଜବୁତ ହେବ। ଚୁକ୍ତି ଅନୁଯାୟୀ ଜେଇର ଏଫ୍୪୧୪ ଇଞ୍ଜିନ୍ ନିର୍ମାଣ ପାଇଁ ଭାରତକୁ ଲାଇସେନ୍ସ ମିଳିଛି। ଏହି ଇଞ୍ଜିନକୁ ଭାରତୀୟ ବାୟୁ ସେନାର ହାଲୁକା ଲଢ଼ୁଆ ବିମାନ ଏମକେ-୨ ତେଜସରେ ବ୍ୟବହାର କରାଯିବ। ଜିଇ ଏରୋପ୍ସେଶର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ତଥା ଜିଇର ଅଧ୍ୟକ୍ଷ ଏଚ ଲରେନ୍ସ କଲ୍ପ ଜୁନିୟର କହିଛନ୍ତି, ଏହି ଐତିହାସିକ ଚୁକ୍ତି ଭାରତ ଏବଂ ହାଲ ସହ ଆମର ଦୀର୍ଘକାଳୀନ ସମ୍ପର୍କ କାରଣରୁ ସମ୍ଭବ ହୋଇପାରିଛି ।

ପ୍ରକାଶଥାଉକି, ଭାରତରେ ଜିଇ ଏରୋସ୍ପେଶ ଇଞ୍ଜିନ, ଆଭିୟୋନିକ୍ସ, ସେବା, ଇଞ୍ଜିନିୟରିଂ, ବିନିର୍ମାଣ ଏବଂ ସ୍ଥାନୀୟ ସୋର୍ସିଂରେ ସଂଲଗ୍ନତା ସହ ୪୦ରୁ ଅଧିକ ବର୍ଷ ହେବ କାମ କରିଆସୁଛି । ଏହା ବ୍ୟତୀତ ୧୯୮୬ରୁ ସେ ଭାରତର ଏଲସିଏ ପ୍ରୋଜେକ୍ଟ ଉପରେ ଏରୋନଟିକାଲ ଡେଭେଲପମେଣ୍ଟ ଏଜେନ୍ସି (ଏଡିଏ) ଏବଂ ହାଲ ସହ ମଧ୍ୟ କାମ କରୁଛି । ଜିଇ ଏବଂ ହାଲ ମଧ୍ୟରେ ହୋଇଥିବା ଏହି ଡିଲ୍ ଭାରତୀୟ ଏୟାରଫୋର୍ସର ହାଲୁକା ଯୁଦ୍ଧ ବିମାନ ବନାଇବାର ପ୍ରୋଗ୍ରାମ ଏମକେ୨ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ସମୟରେ ଭାରତ ଏବଂ ଆମେରିକୀୟ କମ୍ପାନୀ ମଧ୍ୟରେ ଅନେକ ଚୁକ୍ତି ହେବ ।

ସଲାମ ହିମବୀର: ୧୫ ହଜାର ଫୁଟ୍ ଉପରେ ମାଇନସ୍‌ ତାପମାତ୍ରାରେ କରୁଛନ୍ତି ଦେଶର ସୁରକ୍ଷା
ଉତ୍ତରାଖଣ୍ଡ: ବରଫ ଉପରେ ହିମବୀରଙ୍କ କମାଲ୍ । ମାଇନସ ତାପମାତ୍ରାରେ ଭାରତୀୟ ଆଇଟିବିପି ଯବାନଙ୍କ ପହରା । ଉତ୍ତରାଖଣ୍ଡ ହିମାଳୟ ପର୍ବତରେ ଥଣ୍ଡାକୁ ଖାତିର ନକରି ଦେଶର ସୁରକ୍ଷାକୁ ଗୁରୁତ୍ବ ଦେଉଛନ୍ତି ଯବାନ । ୧୫ ହଜାର ଫୁଟ ଉପରେ ଆଇଟିବିପି ଯବାନ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି । କାନ୍ଧରେ ବନ୍ଧୁକ, ହାତରେ ବାଡି ଧରି ଆଣ୍ଠୁଏ ଉଚ୍ଚର ବରଫକୁ କାଟି କାଟି ଆଗକୁ ବଢିଚାଲିଛନ୍ତି ଯବାନ । ଦେଶର ମୁଖ୍ୟ ଅର୍ଦ୍ଧସାମରିକ ବଳ ହେଉଛି ଆଇଟିବିପି ଯବାନ । ୧୯୬୨ରେ ଗଠନ ହୋଇଥିବା ଆଇଟିବିପିକୁ ହିମବୀର ବୋଲି ମଧ୍ୟ କୁହାଯାଏ ।

ଓଡିଆ ପୁଅଙ୍କୁ ବଡ ଦାୟିତ୍ୱ, ଇଷ୍ଟର୍ଣ୍ଣ ଏୟାର କମାଣ୍ଡର କମ୍ପାଣ୍ଡିଂ ଇନ୍‌ ଚିଫ୍‌ ଭାବେ ନିଯୁକ୍ତ ହେଲେ ଏୟାର ମାର୍ଶାଲ ଦିଲ୍ଲୀପ କୁମାର ପଟ୍ଟନାୟକ
ନୂଆଦିଲ୍ଲୀ: ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଆମ ଓଡ଼ିଆ ପୁଅ ବାୟୁସେନା ଅଧିକାରୀ ଦିଲ୍ଲୀପ କୁମାର ପଟ୍ଟନାୟକ । କେନ୍ଦ୍ରୀୟ ଏୟାର କମାଣ୍ଡର ବରିଷ୍ଠ ବିମାନ କର୍ମଚାରୀ ଭାବେ କାର୍ଯ୍ୟରତ ଥିବା ଏୟାର ମାର୍ଶଲ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କୁ ସିଲଂରେ ନୂତନ ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ଭାବେ ନିଯୁକ୍ତ କରାଯାଇଛି । ତାଙ୍କୁ ଇଷ୍ଟର୍ଣ୍ଣ ଏୟାର କମାଣ୍ଡରେ ଏୟାର ଅଫିସର କମ୍ପାଣ୍ଡିଂ ଇନ୍‌ ଚିଫ୍‌ ଭାବେ ମିଳିଛି ନିଯୁକ୍ତି । ପ୍ରଥମ ଓଡ଼ିଆ ଭାବେ ଏୟାର ମାର୍ଶାଲ ଦିଲ୍ଲୀପଙ୍କୁ ଏହି ଦାୟିତ୍ବ ମିଳିଛି । ଆସନ୍ତାକାଲି ଦାୟିତ୍ୱ ଗ୍ରହଣ କରିବେ ଦିଲୀପ ପଟ୍ଟନାୟକ।

Air Marshal DK Patnaik has been appointed as the new Eastern Air Commander in Shillong. He is presently the Senior Air Staff Officer in Central Air Command. pic.twitter.com/xlF9Noccfs

— ANI (@ANI) October 2, 2021

୧୯୯୯ ମସିହାରେ କାରିଗିଲ୍‌ ଯୁଦ୍ଧରେ ସେ ନିଜର ବୀରତ୍ୱ ପ୍ରଦର୍ଶନ କରିଥିଲେ । ତାଙ୍କର ସାହାସିକ କାର୍ଯ୍ୟ ପାଇଁ ଏ ବାୟୁସେନା ମେଡାଲ୍‌ ପ୍ରଦାନ କରାଯାଇଥିଲା । ୨୦୨୦ରେ ତାଙ୍କ ସାହସିକତା ଏବଂ ଉଲ୍ଲଖନୀୟ ସେବା ପାଇଁ ଅତି ବିଶିଷ୍ଟ ସେବା ମେଡାଲ୍‌ରେ ସମ୍ମାନିତ କରାଯାଇଥିଲା । ସେଣ୍ଟ୍ରାଲ୍‌ ଏୟାର କମାଣ୍ଡରେ ସେ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ ।

ମିରାଜ୍‌ ୨୦୦୦, ମିଗ୍‌ ୨୧ ସହ ଅନେକ ଯୁଦ୍ଧ ବିମାନ ଚଳଇବାସେ ସେ ଦକ୍ଷତା ହାସଲ କରିଛନ୍ତି । ତାଙ୍କର ୨୫୦୦ ଘଣ୍ଟାର ଉଡାଣ ଭରିବାର ରେକର୍ଡ ରହିଛି । କାରଗିଲ୍‌ ଯୁଦ୍ଧରେ ସେ ରାତିରେ ପ୍ରଥମ ଥର ପାଇଁ ଟାଇଗର୍‌ ହିଲ୍‌ରେ ଥିବା ପାକିସ୍ତାନ ସୈନ୍ୟ ଶିବିର ଉପରେ ଲେଜର୍‌ ଗାଇଡେଡ୍‌ ମିସାଇଲ୍‌ ମାଡ କରିଥିଲେ ।

Congratulate Air Marshal Dilip Kumar Patnaik AVSM VM(G) who is scheduled for appointment as Air Officer Commanding in Chief of the Eastern Air Command. His elevation will be an inspiration for youth from #Odisha to join the forces and aspire to serve the nation.

— Naveen Patnaik (@Naveen_Odisha) October 2, 2021

ଦିଲ୍ଲୀପଙ୍କୁ ନୂଆ ନିଯୁକ୍ତି ମିଳିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ଓଡ଼ିଶାର ଯୁବଗୋଷ୍ଠୀଙ୍କୁ ପ୍ରେରଣା ଯୋଗାଇବ । ଦେଶସେବା ପାଇଁ ସେନାରେ ଯୋଗ ଦେବାକୁ ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡ଼ିଆ ପୁଅଙ୍କର ଏଭଳି କୃତିତ୍ୱ ପାଇଁ ଶୁଭେଛାର ବାର୍ତ୍ତା ଛୁଟିଛି ।