NITI Aayog - The Sakala

ଶିଶୁଙ୍କ ପୋଷଣ ପାଇଁ ‘ମାଣ୍ଡିଆ ଲଡୁ’କୁ ନିତି ଆୟୋଗର ପ୍ରଶଂସା
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ସାନ ସାନ ପିଲାଙ୍କ ପୋଷଣ ପାଇଁ ସରକାରଙ୍କ ପକ୍ଷରୁ ଚାଲିଥିବା ମାଣ୍ଡିଆ ଲଡୁ କାର୍ଯ୍ୟକ୍ରମକୁ ନିତି ଆୟୋଗ ପ୍ରଶଂସା କରିଛନ୍ତି। ପିଲାଙ୍କ ପୋଷଣ ସହ ଏହା ସ୍ଥାନୀୟ ଚାଷୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ଜୀବିକାକୁ ସୁନିଶ୍ଚିତ କରୁଥିବା ନେଇ ଏକ ସର୍ବଭାରତୀୟ ରିପୋର୍ଟରେ ଦର୍ଶାଇଛନ୍ତି।

କେନ୍ଦ୍ର ସରକାରଙ୍କ ଏହି ଆୟୋଗଙ୍କ ପକ୍ଷରୁ ନିକଟରେ ପ୍ରକାଶିତ ‘ଟେକ୍‍ ହୋମ୍‍ ରାସନ – ଗୁଡ୍‍ ପ୍ରାକ୍ଟିସେସ୍‍ ଆକ୍ରସ ଦ ଷ୍ଟେଟସ୍‍/ୟୁନିଅନ ଟେରିଟୋରିଜ୍‍’ରେ କୋଭିଡ୍‍ ସମୟରେ ସୁନ୍ଦରଗଡ଼ ଜିଲ୍ଲାରେ ଅଙ୍ଗନବାଡ଼ି ମାଧ୍ୟମରେ ପିଲାଙ୍କ ଘରେ ଘରେ ‘ମାଣ୍ଡିଆ ଲଡୁ ମିକ୍ସ’ ଦିଆଯିବା ବିଷୟ ଉଲ୍ଲେଖ କରାଯାଇଛି। ଏହି ରିପୋର୍ଟକୁ ସ୍ୱାଗତ କରି ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି କହିଛନ୍ତି, ‘ପିଲାମାନଙ୍କ ଶାରୀରିକ ଓ ମାନସିକ ବିକାଶ କ୍ଷେତ୍ରରେ ପୋଷଣ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଜିଲ୍ଲାରେ ମାଣ୍ଡିଆ ଉତ୍ପାଦନ ବଢ଼଼ାଇ ଚାଷୀଙ୍କୁ ପରିଶ୍ରମର ଉଚିତ ମୂଲ୍ୟ ପ୍ରଦାନ ସହ ଏସ୍‍ଏଚଜି ମହିଳାଙ୍କ ଜୀବିକା ବିକାଶ ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି’।

ସୁନ୍ଦରଗଡ଼ ଜିଲ୍ଲାରେ ଅଙ୍ଗନବାଡ଼ି ଶିଶୁଙ୍କ ଅତିରିକ୍ତ ପୋଷଣ ଲାଗି ମାଣ୍ଡିଆ ଲଡୁ ପ୍ରଦାନ କରାଯାଉଛି। ଜିଲ୍ଲାରେ ମିଶନ ଶକ୍ତିର ମହିଳାମାନେ ଏହି ମାଣ୍ଡିଆ ଲଡୁ ମିକ୍ସ ତିଆରି କରୁଛନ୍ତି। ୩୯ଟି ଏସଏଚଜିକୁ ମାଣ୍ଡିଆ ଲଡ଼ୁ ମିକ୍ସ ପ୍ରସ୍ତୁତି ଦାୟିତ୍ୱ ଦିଆଯାଇଛି। ଏହି ମାଣ୍ଡିଆ ଲଡ଼ୁ କାର୍ଯ୍ୟକ୍ରମରୁ ୩,୮୦୯ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ୬୩ ହଜାର ଶିଶୁ ଉପକୃତ ହେଉଛନ୍ତି। ମିଳିତ ଜାତିସଂଘ ୨୦୨୩କୁ ‘ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ’ ବର୍ଷ ଭାବେ ଘୋଷଣା କରିଛନ୍ତି। ଓଡ଼ିଶା ପୁଷ୍ଟିଶସ୍ୟ ମିଶନ କାର୍ଯ୍ୟକ୍ରମରେ ରାଜ୍ୟରେ ମାଣ୍ଡିଆ ଓ ଅନ୍ୟାନ୍ୟ ପୁଷ୍ଟିଶସ୍ୟ ଉତ୍ପାଦନ,ସଂଗ୍ରହ ଏବଂ ବ୍ୟବହାର ଉପରେ କୃଷି ବିଭାଗ ଗୁରୁତ୍ୱ ଦେଉଛି।

ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଅଧୀନରେ ୧୯ଟି ଜିଲ୍ଲାର ୧୪୩ଟି ବ୍ଲକରେ ମାଣ୍ଡିଆ ସହ ବିଭିନ୍ନ ପୁଷ୍ଟିଶସ୍ୟ ଚାଷ କରାଯାଉଛି। ଏହା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ୧୨ଟି ବ୍ଲକ ରହିଛି। ତା’ଭିତରୁ ୮ଟି ବ୍ଲକରେ ପୁଷ୍ଟିଶସ୍ୟକୁ ପ୍ରୋତ୍ସାହନ ଦେବା ଲାଗି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ୨୦୧୮-୧୯ରେ ସୁନ୍ଦରଗଡ଼ ଜିଲ୍ଲା ଓଡ଼ିଶା ପୁଷ୍ଟିଶସ୍ୟ ମିଶନ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲା। ସେହି ବର୍ଷ ୪ଟି ବ୍ଲକରେ ଏହି କାର୍ଯ୍ୟକ୍ରମ ଲାଗୁ କରାଯାଇଥିଲା। ୨୦୨୨-୨୩ରେ ତାହା ଆଜି ୧୨ ବ୍ଲକରେ ପହଞ୍ଚି ପାରିଛି। ଚଳିତ ବର୍ଷ ୧୬ ହଜାରରୁ ଅଧିକ ଚାଷୀ ୬ ହଜାର ହେକ୍ଟର ଜମିରେ ମାଣ୍ଡିଆ ଓ ବିଭିନ୍ନ ପୁଷ୍ଟିଶସ୍ୟ ଚାଷ କରୁଛନ୍ତି। ଏଥିପାଇଁ ଚାଷୀଙ୍କୁ ବିହନ, ସାର, ଆଧୁନିକ କୃଷି ଯନ୍ତ୍ରପାତି ଓ ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି। ସେହିପରି ସେମାନଙ୍କଠାରୁ ଉଚିତ୍‍ ମୂଲ୍ୟରେ ପୁଷ୍ଟିଶସ୍ୟ କିଣିବାକୁ ସରକାର ମଣ୍ଡି ବ୍ୟବସ୍ଥା କରୁଛନ୍ତି। ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟର ପ୍ରସାର ପାଇଁ ପୁଷ୍ଟିଶସ୍ୟ ଖାଦ୍ୟ ମେଳାର ଆୟୋଜନ କରାଯାଉଛି। ସେହିପରି ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଓ ମିଶନ ଶକ୍ତି ସହଭାଗିତାରେ ଜିଲ୍ଲାରେ ୨୧ଟି ମିଲେଟ୍‍ ଶକ୍ତି ଟିଫିନ ସେଣ୍ଟର ଏବଂ ରାଉରକେଲାଠାରେ ଗୋଟିଏ ମିଲେଟ୍‍ ଶକ୍ତି କାଫେ ଖୋଲିଛି। ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏହାର ପରିଚାଳନା କରୁଛନ୍ତି। କେନ୍ଦୁଝର ଜିଲ୍ଲାରେ ମଧ୍ୟ ଚାଲିଥିବା ମାଣ୍ଡିଆ ଲଡ଼ୁ କାର୍ଯ୍ୟକ୍ରମ ବିଷୟରେ ନିତି ଆୟୋଗଙ୍କ ରିପୋର୍ଟରେ ସ୍ଥାନ ପାଇଛି।

ନିତି ଆୟୋଗ ବୈଠକରେ ଫୋକସ ଷ୍ଟେଟର ମାନ୍ୟତା ସହ ଟେଲିକମ୍, ରେଲୱେ ଓ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଓଡ଼ିଶାକୁ ସ୍ୱତନ୍ତ୍ର ଧ୍ୟାନ ଲାଗି ନବୀନଙ୍କ ଦାବି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ‘ନିତି’ ଆୟୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେଇଥିଲେ। ଏହି ବୈଠକରେ ଯୋଗଦେଇଥିବା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଦାବି ଦୋହରାଇଛନ୍ତି। ଓଡ଼ିଶା ନିୟମିତ ବ୍ୟବଧାନରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଏହାଦ୍ୱାରା ରାଜ୍ୟର ଭିତ୍ତିଭୂମି ବହୁଳ ଭାବେ ପ୍ରଭାବିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ସହାୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ନିକଟରେ ପୁନଃ ପ୍ରସ୍ତାବ ରଖିଛନ୍ତି।

ଏଥି ସହିତ ଟେଲିକମ୍, ରେଲୱେ ଓ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଓଡ଼ିଶାକୁ ସ୍ୱତନ୍ତ୍ର ଧ୍ୟାନ ଦେବା ଲାଗି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟରେ ରେଳବାଇ ସାନ୍ଧ୍ରତା ବୃଦ୍ଧି, ଧାର୍ଯ୍ୟ ସମୟରେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶେଷ କରିବା, ଗ୍ରାମାଞ୍ଚଳରେ ବ୍ୟାଙ୍କ୍‍ ସେବା ପହଞ୍ଚାଇବା, ଓଡ଼ିଶାରେ ମୋବାଇଲ ଓ ଇଣ୍ଟରନେଟ ସେବା ବ୍ୟବସ୍ଥାର ସ୍ଥିତି ନେଇ ବୈଠକରେ ଦାବି ଉପସ୍ଥାପନ କରିଛନ୍ତି । ଏହହାସହ ବୈଠକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ଦୃଷ୍ଟି ଆକର୍ଷଣ କରିଛନ୍ତି । ଅଧିକାଂଶ ଆଦିବାସୀ ଓ କେବିକେ ଜିଲ୍ଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା କହିଛନ୍ତି ନବୀନ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ବନ୍ଧିତ ଅସାମଞ୍ଜସ୍ୟ ତୁରନ୍ତ ଦୂର କରିବାକୁ ସେ ଦାବି କରିଛନ୍ତି । ବୈଠକରେ ASI  ଓ  AMSARର ରୂପାନ୍ତରଣ ଦାବି କରିଛନ୍ତି ନବୀନ । ASI ଓ AMSARରର ଟେକ୍ନୋଲୋଜି ଓ ନ୍ୟାୟିକ ଢାଞ୍ଚାରେ ପରିବର୍ତ୍ତନ ଦାବି କରିଛନ୍ତି । ଏହାଦ୍ୱାରା କୋଣାର୍କ ଆଦି ଐତିହ୍ୟ ସ୍ଥଳୀକୁ ସୁରକ୍ଷିତ ରଖାଯାଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Odisha is impacted almost every year by natural disasters. I would sincerely request the central government to make Odisha a special focus state and allocate funds for disaster proofing: Odisha CM Naveen Patnaik at the NITI Aayog Governing Council meeting pic.twitter.com/5zFVyJDfLd

— ANI (@ANI) August 7, 2022

ନିୟମିତ ବ୍ୟବଧାନରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିବା ଓଡ଼ିଶା ୧୭,୦୦୦ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ସହ ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ଦାବି କରି ଆସୁଛି। ତନ୍ମଧ୍ୟରୁ ୧୦,୦୦୦ କୋଟି ଟଙ୍କା କେବଳ ବିପର୍ଯ୍ୟୟ ପ୍ରତିରୋଧୀ ଶକ୍ତି ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ମଗାଯାଇଛି। ଏହି ଦୀର୍ଘମିଆଦୀ ଯୋଜନା ନେଇ କେନ୍ଦ୍ର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ।  ତେଣୁ କେନ୍ଦ୍ର ଏହି ଅନୁଦାନ ମଞ୍ଜୁର କରିବା ନେଇ ରାଜ୍ୟ ଦାବି ରଖିଛି। ବିପର୍ଯ୍ୟୟ ରାଜ୍ୟର ନିରନ୍ତର ଅର୍ଥନୈତିକ ଗତିବିଧିକୁ ପ୍ରଭାବିତ କରିଛି। ତେଣୁ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମିଳୁ ବୋଲି ରାଜ୍ୟ ବାରମ୍ବାର ଦାବି କରି ଆସିଛି। ମାତ୍ର ଏହାକୁ କେନ୍ଦ୍ର ସରକାର କର୍ଣ୍ଣପାତ କରୁନାହାନ୍ତି। ଅନୁରୂପ ଭାବରେ ବିପର୍ଯ୍ୟୟ ହେଉଥିବା ବର୍ଷରୁ ପରବର୍ତ୍ତୀ ୩ ବର୍ଷ ଯାଏଁ ରାଜ୍ୟକୁ ସ୍ୱତନ୍ତ୍ର ଧ୍ୟାନକୈନ୍ଦ୍ରିକ ରାଜ୍ୟ ମାନ୍ୟତା ଦେବାକୁ ଓଡ଼ିଶା ବାରମ୍ବାର ଦାବି କରିଛି। ଏହି ବର୍ଷ ଗୁଡ଼ିକରେ କେନ୍ଦ୍ର ଓ ରାଜ୍ୟ ଅନୁଦାନ ଅନୁପାତ ୯୦:୧୦ ଉପରେ ଗୁରୁତ୍ୱ ଦେଇଛି। ମାତ୍ର ଏହି ପ୍ରସ୍ତାବ ମଧ୍ୟ କେନ୍ଦ୍ର ଗ୍ରହଣ କରିନାହିଁ।

ସୂଚନାଯୋଗ୍ୟ ଗତ ଗୁରୁବାର ‘ନିତି’ ଆୟୋଗର ଉପାଧ୍ୟକ୍ଷ ସୁମନ ବେରୀ ଓ ଅନ୍ୟ ସଦସ୍ୟମାନେ ଓଡ଼ିଶା ଆସିଥିବାବେଳେ ଓଡ଼ିଶାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ କ୍ଷେତ୍ରସ୍ତରୀୟ ଅନୁଧ୍ୟାନ ପରେ ଉଚ୍ଚ ପ୍ରଶଂସା କରିଥିଲେ। ଶ୍ରୀ ବେରୀଙ୍କ ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ନିକଟରେ ଦୀର୍ଘଦିନ ଧରି ପଡ଼ି ରହିଥିବା ରାଜ୍ୟ ଦାବି ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ରାଜ୍ୟର ବିଭିନ୍ନ ଅଞ୍ଚଳକୁ ରେଳ ଯୋଗାଯୋଗ ପାଇଁ ନୂତନ ପ୍ରକଳ୍ପ ମଞ୍ଜୁର ସହ ପୁରୁଣା ପ୍ରକଳ୍ପ ତ୍ୱରାନ୍ୱିତ କରାଯାଉଛି। ଏହା ସତ୍ତ୍ବେ ରାଜ୍ୟର ବହୁ ଗ୍ରାମପଞ୍ଚାୟତ ଏବେ ବି ବ୍ୟାଙ୍କ ସେବାରୁ ବଞ୍ଚିତ ରହିଛି। ଗ୍ରାମୀଣ ଲୋକମାନଙ୍କ ନିକଟରେ ବ୍ୟାଙ୍କ ସେବା ଅପହଞ୍ଚ ହୋଇ ରହିଥିବାରୁ ଆର୍ଥିକ ଓ ସାମାଜିକ ବିକାଶରେ ବାଧା ସୃଷ୍ଟି ହେଉଥିବା ଲକ୍ଷ୍ୟ କରାଯାଉଛି। ରାଜ୍ୟ ସରକାରଙ୍କ ଅନେକ ଯୋଜନାର ସହାୟତା ରାଶି ହିତାଧିକାରୀଙ୍କୁ ସିଧାସଳଖ ଅର୍ଥ ପ୍ରଦାନ(ଡିବିଟି) କରାଯାଇଥାଏ। ତେଣୁ ସାଧାରଣ ଜନତାଙ୍କ ହାତପାଆନ୍ତାରେ ବ୍ୟାଙ୍କ୍‍ ସୁବିଧା ପହଞ୍ଚାଇବାରେ କେନ୍ଦ୍ର ସହଯୋଗ କରୁ। ଅନୁରୂପ ଭାବେ ରାଜ୍ୟରେ ମୋବାଇଲ୍‍ ଓ ଟେଲିଫୋନ୍‍ ଯୋଗାଯୋଗରେ ସୁଧାର ଆସିବା ଦରକାର। ରାଜ୍ୟର ଏପରି ଅନେକ ଅଞ୍ଚଳ ଅଛି, ଯେଉଁଠାରେ ମୋବାଇଲ୍‍ ଟାୱାର ବସାଯାଇ ପାରିନାହିଁ। ତେଣୁ କେନ୍ଦ୍ର ସରକାର ରାଜ୍ୟର ଏହି ଦାବିକୁ ଗୁରୁତର ସହ ବିଚାର କରନ୍ତୁ ବୋଲି ନବୀନ ‘ନିତି’ ସଦସ୍ୟଙ୍କ ନିକଟରେ ଦାବି ରଖିଥିଲେ।

ଓଡ଼ିଶାର ରାସନ ଆବଣ୍ଟନ ବ୍ୟବସ୍ଥାରେ ଏସ୍‍ଏଚ୍‍ଜିଙ୍କ ଭୂମିକାକୁ ନୀତି ଆୟୋଗର ପ୍ରଶଂସା
ଭୁବନେଶ୍ୱର: ଗର୍ଭବତୀ ମହିଳା, ମା’ ଏବଂ ଶିଶୁ ମାନଙ୍କ ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ପକ୍ଷରୁ ଘରକୁ ଘର ଦିଆଯାଉଥିବା ରାସନ (ଟେକ୍‍ ହୋମ୍‍ ରାସନ) ଆବଣ୍ଟନ ବ୍ୟବସ୍ଥାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଭାଗିଦାରୀ ବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କୁ ନୀତି ଆୟୋଗ ଏବଂ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ ପ୍ରଶଂସା ମିଳିଛି। କୁପୋଷଣ ଦୂର ଦିଗରେ ମହିଳା ଏସ୍‍ଏଚ୍‍ଜିଙ୍କ ଭୂମିକା ଉଲ୍ଲେଖନୀୟ ବୋଲି କୁହାଯାଇଛି। ଟେକ୍‍ ହୋମ୍‍ ରାସନ (ଟିଏଚ୍‍ଆର) କାର୍ଯ୍ୟାନ୍ୱୟନରେ ରାଜ୍ୟ ଓ କେନ୍ଦ୍ରଶାସୀତ ଅଞ୍ଚଳର ସରକାରଙ୍କ ସଫଳ ପଦକ୍ଷେପକୁ ନେଇ ନୀତି ଆୟୋଗ ଏବଂ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ ମୂଲ୍ୟାୟନ କରାଯାଇଥିଲା। ଏଥିରେ ଓଡ଼ିଶାର ପ୍ରଦର୍ଶନକୁ ପ୍ରଶଂସା କରାଯାଇଛି। ଏହି ବ୍ୟବସ୍ଥାରେ ଗୁଣବତ୍ତା ଏବଂ ପରିମାଣ ସୁନିଶ୍ଚିତ କରିଥିବାରୁ ଓଡ଼ିଶାକୁ ପ୍ରଶଂସା କରାଯାଇଛି।

ନୀତି ଆୟୋଗଙ୍କ ପକ୍ଷରୁ କୁହାଯାଇଛି ଯେ ଓଡ଼ିଶାର ପ୍ରତି ବ୍ଲକରେ ହାରାହାରି ଦୁଇଟିରୁ ଅଧିକ ଟିଏଚ୍‍ଆର ୟୁନିଟ୍‍ କାର୍ଯ୍ୟକାରୀ କରାଯାଇଛି ଯାହା ମହିଳା ଏସ୍‍ଏଚ୍‍ଜିଙ୍କ ଦ୍ୱାରା ପରିଚାଳିତ। ଏସ୍‍ଏଚ୍‍ଜି ଗୁଡ଼ିକ ରାସନ ପାଇଁ ଆବଶ୍ୟକ କଞ୍ଚାମାଲ ନିଜେ ସଂଗ୍ରହ କରୁଥିବା ବେଳେ କେବଳ ଗହମ ଏଫ୍‍ସିଆଇ ପକ୍ଷରୁ ଯୋଗାଇ ଦିଆଯାଉଛି। ସମସ୍ତ ଏଚ୍‍ଏଚ୍‍ଜି ନିକଟରେ ଟିଏଚ୍‍ଆର ଉତ୍ପାଦନ ପାଇଁ ଏଫ୍‍ଏସ୍‍ଏସ୍‍ଏଆଇ ଖାଦ୍ୟ ଲାଇସେନ୍ସ ସହିତ ଆବଶ୍ୟକ ସରଞ୍ଜାମ ମହଯୁଦ ଅଛି। ରାସନ ଆବଣ୍ଟନ କାର୍ଯ୍ୟ ସମାପନ ପାଇଁ ସମୟସୀମା ଧାର୍ଯ୍ୟ କରାଯାଇ ଥିବାରୁ ପୂରା ପ୍ରକ୍ରିୟାର ଅନୁଧ୍ୟାନ କାର୍ଯ୍ୟ ସହଜ ହୋଇପାରିଛି। ଗାଇଡ୍‍ଲାଇନ୍‍ ଅନୁପାଳନ ପୂର୍ବକ ଅନ୍ୟ ସରକାରୀ ବିଭାଗ ସହାୟତାରେ ଟିଏଚ୍‍ଆର ଉତ୍ପାଦନ ଲାଗି ଜିଲ୍ଲା ସ୍ତରରେ ରାଜ୍ୟ ସରକାର ମହିଳା ଏସ୍‍ଏଚ୍‍ଜିଙ୍କ ଚୟନ ବ୍ୟବସ୍ଥା କରିଛନ୍ତି।

ନୀତି ଆୟୋଗ ଏବଂ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସହଭାଗିଦା ବୃଦ୍ଧି କରିବା ଉଦ୍ଦେଶ୍ୟରେ ପ୍ରତି ଅଙ୍ଗନବାଡ଼ି କେନ୍ଦ୍ରରେ ମାତୃତ୍ୱ କମିଟି (ଏମ୍‍ସି) ଏବଂ ପ୍ରତ୍ୟେକ ରାଜସ୍ୱ ଗ୍ରାମରେ ଯାଞ୍ଚ କମିଟି (ଜେସି) ଗଠନ କରାଯାଇଛି। ଅଙ୍ଗନବାଡ଼ି କେନ୍ଦ୍ରରେ ରାସନ ଆବଣ୍ଟନରେ ଗୁଣବତ୍ତା ସୁନିଶ୍ଚିତ କରିବା ଦାୟିତ୍ୱ ଏମ୍‍ସି ଉପରେ ନ୍ୟସ୍ତ କରାଯାଇଛି। ସେହିପରି ଯାଞ୍ଚ କମିଟି ମଧ୍ୟ ଏହାର ଗୁଣବତ୍ତା ଏବଂ ପରିମାଣ ତଦାରଖ କରୁଛି। ଗୋଷ୍ଠୀ ସହଭାଗିତା ଦ୍ୱାରା ନିର୍ଦ୍ଧାରିତ ସମୟରେ ହିତାଧିକାରୀଙ୍କୁ ରାସନ ଆବଣ୍ଟନ ଏବଂ ଗୁଣବତ୍ତା ସୁନିଶ୍ଚିତ କରାଯାଇ ପାରୁଛି। ଏହା ବ୍ୟତୀତ ଓଡ଼ିଶା ସରକାରଙ୍କ ଉଦ୍ୟମକ୍ରମେ ସୁପରଭାଇଜର୍‍, ସିଡିପିଓ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ମିଶନ୍‍ ଶକ୍ତି ବିଭାଗର କର୍ମଚାରୀଙ୍କୁ ଏଥିରେ ସାମିଲ କରାଯାଇଛି। ଏସବୁ ବିଭାଗର ଅଧିକାରୀମାନେ ପ୍ରତି ମାସର ନିର୍ଦ୍ଧାରିତ ତାରିଖରେ ରାସନ ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରୁଛନ୍ତି। ପରିଣାମ ସ୍ୱରୂପ ମା’, ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କୁ ଉଚ୍ଚ ମାନର ରାସନ ଯୋଗାଣ ସମ୍ଭବ ହୋଇପାରିଛି ବୋଲି କୁହାଯାଇଛି।

ଓଡ଼ିଶାକୁ ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ପ୍ରଶଂସା: ରାଜ୍ଯରେ ମୁଣ୍ଡପିଛା ଆୟ ୨୦୧୧ରୁ ବଢ଼ିଛି
ଭୁବନେଶ୍ୱର: ୨୦୧୧ଠାରୁ ଓଡ଼ିଶାରେ ମୁଣ୍ଡପିଛା ଆୟ ବଢ଼ିଛି । ୨୦୧୧ ରୁ ୨୦୨୦ ପର୍ଯ୍ଯନ୍ତ ଓଡ଼ିଶାର ମୁଣ୍ଡପିଛା ଆୟ ଦେଶର ଆୟର ତୁଳନାରେ ଅଧିକ । ଏକଥା କହିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ସେ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଏକଥା କହିଛନ୍ତି ରାଜୀବ କୁମାର ।

ସେ କହିଛନ୍ତି ଯେ, ଓଡ଼ିଶାରେ ଖଣି, ପର୍ୟ୍ୟଟନ ଓ କୃଷି କ୍ଷେତ୍ରରେ ଅନେକ କାମ ହୋଇପାରିବ । ରାଜ୍ୟରେ ଭରପୂର ଖଣିଜ ପଦାର୍ଥ ମହଜୁଦ୍ ରହିଛି । ତାହା କିପରି ଅଧିକ ବଢିପାରିବ ଓ ଅଧିକ ସଦୁପୋଯୋଗ ନେଇ ମଧ୍ୟ ଆଲୋଚନା ହେବ । ଏହା ସହ ଓଡି

ରାଜ୍ଯସରକାରଙ୍କ ପକ୍ଷରୁ ବିଶେଷକରି ଓଡ଼ିଶାକୁ ଫୋକସ ଷ୍ଟେଟ୍‌ର ମାନ୍ୟତା ଦେବା ପାଇଁ ଜୋରଦାର ଦାବି କରାଯିବ । ଗତ ୧୧ ବର୍ଷରେ ରାଜ୍ୟ ଦେଖିଛି ୧୦ଟି ବାତ୍ୟା, ୩ଟି ମରୁଡ଼ି, ଗୋଟିଏ ଅଦିନିଆ ବାତ୍ୟା ଜନିତ ବୃଷ୍ଟିପାତ, ୨ଟି ପ୍ରଳୟଙ୍କରୀ ବନ୍ୟା । ସବୁ ପ୍ରାକୃତିକ ବିପର୍ୟ୍ୟୟକୁ ସଫଳତାର ସହ ନିଜ ଦମରେ ମୁକାବିଲା କରିଛି ରାଜ୍ୟ । ରାଜ୍ୟର ମୁକାବିଲା ପ୍ଲାନକୁ ସାରା ବିଶ୍ବ ମଧ୍ୟ ପ୍ରଶଂସା କରିଛି । ପ୍ରତିବର୍ଷ ପ୍ରାକୃତିକ ବିପର୍ୟ୍ୟୟ ମାଡରେ ରାଜ୍ୟ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଉଛି । ତେଣୁ ଓଡ଼ିଶାକୁ ଫୋକସ ଷ୍ଟେଟ୍‌ର ମାନ୍ୟତା ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ପାଖରେ ଦୀର୍ଘଦିନ ଧରି ଦାବି କରିଆସୁଛନ୍ତି । ସଂସଦର ଉଭୟ ଗୃହରେ ବିଜେଡି ସାଂସଦ ମାନେ ମଧ୍ୟ ଦାବି କରିଛନ୍ତି । ତଥାପି ରାଜ୍ୟ ପ୍ରତି ଅବହେଲା ଜାରି ରଖିଛନ୍ତି କେନ୍ଦ୍ର ସରକାର ।

ନିର୍ବାଚିତ ସରକାରଙ୍କୁ କାମ କରିବାକୁ ଦିଆଯାଉ, ପ୍ରତିଟି ଅପରାଧକୁ ରାଜନୀତିକରଣ କରା ନ ଯାଉ- ମୁଖ୍ଯମନ୍ତ୍ରୀ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନିତି ଆୟୋଗ ପରିଚାଳନା ପରିଷଦର ଷଷ୍ଠ ବୈଠକରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ବକ୍ତବ୍ୟ ରଖିଛନ୍ତି। ରେଳବାଇ, ବ୍ୟାଙ୍କିଂ, ଟେଲିକମ୍, କେନ୍ଦ୍ରୀୟ ଅନୁଦାନ ହ୍ରାସ , ‘ସ୍ୱତନ୍ତ୍ର ଫୋକସ୍ ରାଜ୍ୟ’ ଓ ଅଷ୍ଟମ ପରିଚ୍ଛେଦରେ ଗୁରୁତ୍ୱପୂର୍ଣ୍ଣ ଭାଷା ସାମିଲ କରିବାକୁ ନିତି ଆୟୋଗ ବୈଠକରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଗଣତନ୍ତ୍ରରେ ନିର୍ବାଚନ ଏକ ପ୍ରମୁଖ ଅଙ୍ଗ । ନିର୍ବାଚନରେ ବିଜୟୀ ହେଲା ପରେ ଦଳଗତ ଚିନ୍ତାଧାରାରୁ ଊର୍ଦ୍ଧ୍ୱରେ ରହି ସରକାରଙ୍କୁ ଲୋକଙ୍କ ପାଇଁ କାର୍ଯ୍ଯ କରିବାକୁ ପଡ଼ିଥାଏ । କିନ୍ତୁ ଆମେ ତାହା କରୁଛେ କି ନାହିଁ ତାହା ଆତ୍ମ ସମୀକ୍ଷା କରିବାର ବେଳ । ନିର୍ବାଚିତ ସରକାରଙ୍କୁ କାମ କରିବାକୁ ଦିଆଯାଉ। ଏବେ ପ୍ରତ୍ୟେକ ଅପରାଧକୁ ରାଜନୀତିକରଣ କରାଯାଉଛି। ନିର୍ବାଚିତ ସରକାରଙ୍କ ପ୍ରତି କାମକୁ ରାଜନୈତିକ ଦୃଷ୍ଟିରେ ଦେଖାଯାଉଛି। ଏସବୁ ଦେଶର ଶାନ୍ତି ଏବଂ ବିକାଶରେ ବଡ଼ ବାଧକ ବୋଲି ମୁଖ୍ଯମନ୍ତ୍ରୀ କହିଛନ୍ତି।

ଜାତୀୟ ଦଳ ଗୁଡ଼ିକ ମହିଳା ସଂରକ୍ଷଣ ନେଇ ଉଭୟ ଲୋକସଭା ଓ ରାଜ୍ୟ ବିଧାନସଭାରେ ପ୍ରତିଶ୍ରୃତି ଦେଇଛନ୍ତି । ଯଦି ଏହାକୁ ପାଳନ କରିବାନାହିଁ ଦେବେ ଆମକୁ ଇତିହାସ କ୍ଷମା ଦେବନି । ଅପପୁଷ୍ଟି, ଯୋଗାଯୋଗ, ଲିଙ୍ଗଗତ ବୈଷମ୍ୟ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଗ୍ରାମାଞ୍ଚଳ ଓ ଗରିବ ପିଲାଙ୍କ ମେଧାକୁ ନଜର ଦିଆଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ନୀତି ଆୟୋଗ ବୈଠକରେ ଅନେକ ପ୍ରସଙ୍ଗ ଉଠୁଛି । ନୀତି ଆୟୋଗର ପଦକ୍ଷେପ ସମସ୍ତେ ଜାଣିବା ଉଚିତ । ଅନୁସୂଚିତ ଜନଜାତି ତାଲିକାରେ କିଛି ସମ୍ପ୍ରଦାୟ ସାମିଲ ପ୍ରସଙ୍ଗ ୧୯୭୮ରୁ ପଡ଼ିରହିଛି । ବିନା ନିଷ୍ପତ୍ତିରେ ଦୀର୍ଘବର୍ଷ ଧରି ପକାଇ ରଖିବା ଠିକ ନୁହେଁ ବୋଲି ନବୀନ ପରାମର୍ଶ ଦେଇଛନ୍ତି । କରୋନା ନେଇ ସଂଗ୍ରାମ ମିଳିତ ଉଦ୍ୟମର ପ୍ରତିଫଳନ । ସଂଘୀୟ ରାଷ୍ଟ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମିଳିତ ଉଦ୍ୟମ ଦରକାର ବୋଲି ସେ ଯୁକ୍ତି ବାଢିଛନ୍ତି ।

ଆସନ୍ତାକାଲି ନୀତି ଆୟୋଗର ଷଷ୍ଠ ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆସନ୍ତାକାଲି  ନୀତି ଆୟୋଗ ପରିଚାଳନା ପରିଷଦର ଷଷ୍ଠ ବୈଠକରେ ଅଧ୍ୟକ୍ଷତା କରିବେ । ବୈଠକର କାର୍ଯ୍ଯସୂଚୀ ମଧ୍ୟରେ କୃଷି, ଭିତ୍ତିଭୂମି, ଉତ୍ପାଦନ, ମାନବ ସମ୍ବଳ ବିକାଶ, ତୃଣମୂଳ ସ୍ତରରେ ସେବା ପ୍ରଦାନ ଏବଂ ସ୍ୱାସ୍ଥ୍ୟ ଓ ପୁଷ୍ଟିକର ସମ୍ବନ୍ଧିତ ବିଷୟ ସ୍ଥାନିତ ହୋଇଛି ।

ଆନ୍ତଃ-ବିଭାଗୀୟ ଏବଂ ସଂଘୀୟ ପ୍ରସଙ୍ଗ ଉପରେ ଆଲୋଚନା ହେବା ନେଇ ପରିଚାଳନା ପରିଷଦ ଏକ ପ୍ଲାଟଫର୍ମ ଉପସ୍ଥାପନ କରିଛି । ପ୍ରଧାନମନ୍ତ୍ରୀ, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଅନ୍ୟାନ୍ୟ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ବିଧାନମଣ୍ଡଳ ଓ ଲେଫ୍ଟନାଣ୍ଟ ଗଭର୍ଣ୍ଣରମାନଙ୍କୁ ନେଇ ଏହି ପରିଷଦ ଗଠିତ । ଷଷ୍ଠ ବୈଠକରେ ପ୍ରଥମ ଥର ପାଇଁ ଲଦାଖର ପ୍ରବେଶ ସହିତ ଜମ୍ମୁ ଓ କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଅଂଶଗ୍ରହଣ କରିବ । ଏଥର ପ୍ରଶାସକଙ୍କ ଦ୍ୱାରା ପରିଚାଳିତ ଅନ୍ୟ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ମଧ୍ୟ ଯୋଗଦେବା ପାଇଁ ଆମନ୍ତ୍ରିତ ହୋଇଛନ୍ତି । ବୈଠକରେ ପରିଚାଳନା ପରିଷଦର ପୂର୍ବତନ ଅଧିକାରୀ, ସଦସ୍ୟ, କେନ୍ଦ୍ର ମନ୍ତ୍ରୀଗଣ, ଉପାଧ୍ୟକ୍ଷ, ନୀତି ଆୟୋଗର ସଦସ୍ୟ ତଥା ସିଇଓ ଏବଂ ଭାରତ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗଦେବେ ।