Naga Chaitanya - The Sakala

ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ନାଗା ଚୈତନ୍ୟଙ୍କୁ ନେଇ ଥିବା ଡିପଫେକ୍ ଏବଂ ଅଶ୍ଳୀଳ ଏଆଇ କଣ୍ଟେଣ୍ଟ ହଟାଇବାକୁ ୨୪ ଘଣ୍ଟାର ମୋହଲତ
ଲୋକପ୍ରିୟ ତେଲୁଗୁ ଅଭିନେତା ନାଗା ଚୈତନ୍ୟଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ନାମ, ଛବି ଏବଂ ସ୍ୱରକୁ ବ୍ୟବହାର କରି ତିଆରି କରାଯାଇଥିବା ଅଶ୍ଳୀଳ, ଡିପଫେକ୍ ଏବଂ ଏଆଇ (AI) କଣ୍ଟେଣ୍ଟକୁ ଇଣ୍ଟରନେଟରୁ ତୁରନ୍ତ ହଟାଇବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ବିଭିନ୍ନ ୱେବସାଇଟ୍ ଏବଂ ଅନଲାଇନ୍ ପ୍ଲାଟଫର୍ମଗୁଡ଼ିକୁ ଏହି ଆଦେଶ ପାଳନ କରିବା ପାଇଁ ମାତ୍ର ୨୪ ଘଣ୍ଟାର ସମୟସୀମା ଦେଇଛନ୍ତି।

ବ୍ୟକ୍ତିଗତ ଅଧିକାରର ସୁରକ୍ଷା

ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଜ୍ୟୋତି ସିଂହଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଅଭିନେତାଙ୍କ ସପକ୍ଷରେ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ନାଗା ଚୈତନ୍ୟଙ୍କ ବିନା ଅନୁମତିରେ ତାଙ୍କର ବ୍ୟକ୍ତିଗତ ପରିଚୟ, ଛବି, ସ୍ୱର ଏବଂ ଷ୍ଟାଇଲକୁ ପର୍ଣ୍ଣୋଗ୍ରାଫିକ୍ ୱେବସାଇଟ୍, ୟୁଟ୍ୟୁବ୍ ଚ୍ୟାନେଲ୍ ଏବଂ ଅନ୍ୟାନ୍ୟ ଅନଲାଇନ୍ ସପିଂ ପ୍ଲାଟଫର୍ମରେ ବ୍ୟବହାର କରାଯାଉଥିଲା। କୋର୍ଟ ଏହାକୁ ଦୃଷ୍ଟିରେ ରଖି କହିଛନ୍ତି ଯେ, ଅଭିନେତାଙ୍କର ଏକ ସୁଦୀର୍ଘ ୧୫ ବର୍ଷରୁ ଅଧିକ ସମୟର କ୍ୟାରିୟର ରହିଛି। ଯଦି ଏହିପରି ନକଲି ଏବଂ ମାନହାନିକାରକ କଣ୍ଟେଣ୍ଟକୁ ନରୋକାଯାଏ, ତେବେ ତାଙ୍କ ସମ୍ମାନ ଏବଂ ବୃତ୍ତିଗତ ଭାବମୂର୍ତ୍ତି ଉପରେ ଗଭୀର ପ୍ରଭାବ ପଡ଼ିବ।

କ'ଣ ଥିଲା ମାମଲା?

ନାଗା ଚୈତନ୍ୟ ନିଜର "ପର୍ସନାଲିଟି ରାଇଟ୍ସ" ବା ବ୍ୟକ୍ତିଗତ ଅଧିକାରର ସୁରକ୍ଷା ଦାବି କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବୈଭବ ଗଗ୍ଗର କୋର୍ଟରେ ଯୁକ୍ତି ବାଢ଼ିଥିଲେ ଯେ, ଏଆଇ ଟେକ୍ନୋଲୋଜି ମାଧ୍ୟମରେ ଅଭିନେତାଙ୍କୁ ଆପତ୍ତିଜନକ ସ୍ଥିତିରେ ଦର୍ଶାଉଥିବା ଡିପଫେକ୍ ଭିଡିଓ ଭାଇରାଲ୍ କରାଯାଉଛି। କେବଳ ସେତିକି ନୁହେଁ, ତାଙ୍କର ପୂର୍ବତନ ପତ୍ନୀଙ୍କ ସହିତ ଯୋଡ଼ି ଅନେକ ମିଥ୍ୟା ଏବଂ ମାନହାନିକାରକ ତଥ୍ୟ ମଧ୍ୟ ପ୍ରଚାର କରାଯାଉଛି, ଯାହା ତାଙ୍କ ବ୍ୟକ୍ତିଗତ ଜୀବନକୁ କ୍ଷତି ପହଞ୍ଚାଉଛି।

କୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ଏହି ସମସ୍ତ ତଥ୍ୟକୁ ଭିତ୍ତି କରି କୋର୍ଟ ସମ୍ପୃକ୍ତ ୱେବସାଇଟ୍, ୟୁଟ୍ୟୁବ୍ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ନାଗା ଚୈତନ୍ୟଙ୍କ ନାମ ଓ ଛବି ବ୍ୟବହାର କରି ବିକ୍ରି ହେଉଥିବା ଅନଧିକୃତ ସାମଗ୍ରୀ ତଥା ଅଶ୍ଳୀଳ ଏଆଇ ଭିଡିଓଗୁଡ଼ିକୁ କୋର୍ଟର ଆଦେଶ ମିଳିବାର ୨୪ ଘଣ୍ଟା ମଧ୍ୟରେ ବ୍ଲକ୍ କିମ୍ବା ଡିଲିଟ୍ କରିବାକୁ ବାଧ୍ୟତାମୂଳକ କରାଯାଇଛି। ସାଇବର ଅପରାଧ ଏବଂ ଡିପଫେକ୍ ଭଳି ଆଧୁନିକ ସମସ୍ୟା ବିରୋଧରେ କୋର୍ଟଙ୍କ ଏହି ପଦକ୍ଷେପକୁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଭାବେ ଗ୍ରହଣ କରାଯାଉଛି।

ଅଲଗା ହେଲେ ସାଉଥର ସୁପରହିଟ୍ ଯୋଡି ସମନ୍ଥା ଓ ନାଗା ଚୈତନ୍ୟ
ବିବାହର ମାତ୍ର ଚାରି ବର୍ଷ ପରେ ସାଉଥର ସୁପରହିଟ୍ ଯୋଡି ସମନ୍ଥା ଏବଂ ନାଗା ଚୈତନ୍ୟ ଅଲଗା ହେବା ନେଇ ଘୋଷଣା କରିଛନ୍ତି। ଏନେଇ ସମନ୍ଥା ତାଙ୍କ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ଦୁହେଁ ନିଜ ଅଲଗା ହେବାର ଖବର ଦୁନିଆକୁ ଜଣାଇଛନ୍ତି ।

ଅଭିନେତ୍ରୀ ସମନ୍ଥା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ “ବେଶ୍‌ ଭାବି ଚିନ୍ତି ଓ ବୁଝି ବିଚାରି ମୁଁ ଓ ମୋ ସ୍ୱାମୀ ନାଗା ଚୈତନ୍ୟ ବିବାହ ବେଚ୍ଛଦ କରିବାକୁ ନିଷ୍ପତ୍ତି ନେଇଛୁ, ଏବେ ଆମେ ନିଜପାଇଁ ବାଛିଥିବା ରାସ୍ତାରେ ଚାଲିବୁ, ମୁଁ ବହୁତ ଭାଗ୍ୟଶାଳୀ କି ବିଗତ ୧୦ ବର୍ଷ ଧରି ଆମେ ପରସ୍ପର ସହ ଜଣେ ଭଲ ବନ୍ଧୁ ଭାବେ ବଞ୍ଚିଥିଲୁ, ଭଲ ବନ୍ଧୁରୁ ଆମେ ଆଗକୁ ଯାଇ ସ୍ୱାମୀ ଓ ସ୍ତ୍ରୀ ହୋଇପାରିଥିଲୁ, ଏହି ବନ୍ଧୁତ୍ୱର ସଂପର୍କ ମୋର ସବୁଦିନ ପାଇଁ ମନେ ରହିବ, ଆମେ ଆମର ପ୍ରଶଂସକ, ଶୁଭ ଚିନ୍ତକ ଓ ଗଣମାଧ୍ୟମକୁ ଅନୁରୋଧ କରୁଛୁ କି ଏଭଳି ଅସୁବିଧା ଦମୟରେ ଆମର ସମର୍ଥନ କରିବା ପାଇଁ ଏବଂ ଆମକୁ ଆଗକୁ ବଢ଼ିବାକୁ ଦେବା ପାଇଁ ପ୍ରାଇଭେସି ଦେବା ଲାଗି ” ।

ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ଓ ତାଙ୍କ ପତ୍ନୀ ସମନ୍ଥା ରୁଥ ପ୍ରଭୁ ୨୦୧୦ ମସିହାରୁ ପରସ୍ପରକୁ ଡେଟ୍‌ କରୁଥିଲେ। ପ୍ରାୟ ୭ ବର୍ଷ ଧରି ଉଭୟଙ୍କ ମଧ୍ୟରେ ଭଲ ପାଇବା ଚାଲିବା ପରେ ୨୦୧୭ ମସିହା ଅକ୍ଟୋବର ୯ରେ ବେଶ୍‌ ରାଜକୀୟ ଠାଣିରେ ଗୋଆରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ମାତ୍ର ଦୀର୍ଘ ସମୟ ଧରି, ସେମାନଙ୍କ ସମ୍ପର୍କର ଦୂରତା ଖବର ବାହାରକୁ ଆସୁଥିଲା, କିନ୍ତୁ ଏହି ଖବରକୁ ସହଜରେ ଗ୍ରହଣ କରିପାରିନଥିଲେ ସେମାନଙ୍କର ଫ୍ୟାନ୍ସ । କିଏ ଏହାକୁ ମିଛ ଅପ୍ରଚାର କହୁଥିଲା ତ ପୁଣି କିଏ ସେମାନଙ୍କ ଆଗାମୀ ଫିଲ୍ମର କାହାଣୀ କହୁଥିଲା, କିନ୍ତୁ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମିଛ ଖବରକୁ ସତ କରିଦେଇଛନ୍ତି ସମନ୍ଥା ଓ ନାଗା ଚେତନ୍ୟ.. ଏବେ ଦୁହେଁ ବାଛିନେଲେ ଦୁହିଁଙ୍କ ପାଇଁ ଭିନ୍ନ ଭିନ୍ନ ରାସ୍ତା ।