Child Marriage - The Sakala

ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ
ଭୁବନେଶ୍ୱର(ସୁମିତ୍ରା ସାହୁ): ଓଡ଼ିଶାରେ କିଶୋରୀ ମାତୃତ୍ୱ କେବଳ ଏକ ପାରିବାରିକ ଓ ସାମାଜିକ ସମସ୍ୟା ନୁହେଁ, ଏଥିସହିତ ଯୋଡ଼ିହୋଇଛି ଜାତୀୟ ସ୍ୱାସ୍ଥ୍ୟ କଲ୍ୟାଣ ଓ ବିକାଶର ଚିତ୍ର। କିଶୋରୀ ମାତୃତ୍ୱର ମୁଖ୍ୟ କାରଣ ବାଲ୍ୟବିବାହ ହୋଇଥିବା ବେଳେ ଆର୍ଥିକ ସମସ୍ୟା, ଶିକ୍ଷା କ୍ଷେତ୍ରରେ ସଚେତନତା ଅଭାବ, ସାମାଜିକ ପ୍ରଥା, ଧାର୍ମିକ ରୀତିନୀତି, କନ୍ୟା ସନ୍ତାନଙ୍କ ସୁରକ୍ଷା ଚିନ୍ତା, ଯୌତୁକ ବୋଝ, ପରିବାରରେ ନୈତିକତାର ଅଭାବ, ଅଣସମ୍ବେଦନଶୀଳ ପ୍ରଶାସନିକ ବ୍ୟବସ୍ଥା, ଆଦି କାରଣରୁ କିଶୋରୀମାନଙ୍କ ମାତୃତ୍ୱ ହାର ବୃଦ୍ଧି ପାଉଛି। ଅଧିକାଂଶ କ୍ଷେତ୍ରରେ ସେମାନଙ୍କ ନିକଟରେ ଆଇନଗତ ସୂଚନା ଅପହଞ୍ଚ ହୋଇଥିବା ବେଳେ କିଶୋର କିଶୋରୀଙ୍କ ଶାରୀରିକ ଓ ମାନସିକ ପରିବର୍ତ୍ତନ ବେଳେ ଯେଉଁ ମାର୍ଗଦର୍ଶନ ଆବଶ୍ୟକ ତାହା ସେମାନଙ୍କୁ ମିଳିପାରୁ ନାହିଁ। ଫଳରେ ସେମାନେ ବିନା ଦ୍ୱିଧାରେ ସମ୍ପର୍କ ସ୍ଥାପନ କରି ମାତୃତ୍ୱ ଲାଭ କରିଥା’ନ୍ତି। ଫଳସ୍ୱରୂପ ଅପରିପକ୍ୱ ବୟସରେ ଗର୍ଭ ଯନ୍ତ୍ରଣା ଭୋଗୁଛନ୍ତି କୁନି କୁନି ପିଲା।

କିଶୋରୀ ବାଳିକାମାନଙ୍କ ମାତୃତ୍ୱ ହାର ରୋକିବାକୁ ରାଜ୍ୟ ସରକାର ବିଭିନ୍ନ ଆଇନ ଓ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ଆଇନ ତା’ ବାଟରେ ରହିଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କିଶୋରୀ ମାତୃତ୍ୱ ହାର ବଢ଼ିବାରେ ଲାଗିଛି। ଓଡ଼ିଶା ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ବାର୍ଷିକ ରିପୋର୍ଟ ଅନୁସାରେ, ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟରେ କିଶୋରୀ ମାତୃତ୍ୱ ସଂଖ୍ୟା ୨୪,୩୫୫ ରହିଥିବା ବେଳେ ୨୦୨୨-୨୩ରେ ୨୩, ୪୮୫ ରହିଥିଲା। ସେହିପରି ୨୦୨୩-୨୪ ବର୍ଷରେ ଏହି ସଂଖ୍ୟା ପୁନର୍ବାର ବୃଦ୍ଧି ଘଟି ୩୧,୬୦୫ରେ ପହଞ୍ଚିଥିଲା। ୨୦୨୧-୨୨ ମସିହାରେ ମୟୂରଭଞ୍ଜ ଜିଲ୍ଲାରେ କିଶୋରୀ ମାତୃତ୍ୱ ସଂଖ୍ୟା ସର୍ବାଧିକ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ସୁନ୍ଦରଗଡ଼, ତୃତୀୟ ସ୍ଥାନରେ ନବରଙ୍ଗପୁର ଓ ଚତୁର୍ଥ ସ୍ଥାନରେ ଗଞ୍ଜାମ ଜିଲ୍ଲା ରହିଥିଲା। ୨୦୨୨-୨୩ ମସିହାରେ ମଧ୍ୟ ମୟୂରଭଞ୍ଜ ଜିଲ୍ଲା ଏହି ତାଲିକାରେ ପ୍ରଥମରେ ରହିଥିବା ସହ କେନ୍ଦୁଝର ଜିଲ୍ଲା ଦ୍ୱିତୀୟ, ତୃତୀୟରେ ସୁନ୍ଦରଗଡ଼ ଓ ଚତୁର୍ଥରେ କୋରାପୁଟ ଜିଲ୍ଲା ରହିଥିଲା। ୨୦୨୩-୨୪ ମସିହାରେ ଗଞ୍ଜାମ ଜିଲ୍ଲାରେ କିଶୋରୀ ମାତୃତ୍ୱ ସଂଖ୍ୟା ସର୍ବାଧିକ ରହିଥିବା ବେଳେ ତାଲିକାର ଦ୍ୱିତୀୟରେ କେନ୍ଦୁଝର ଓ ତୃତୀୟରେ ଗଞ୍ଜାମ ରହିଥିଲା।

ସେହିପରି ଏନ୍‌ଏଫଏଚ୍‌ଏସ୍‌-୫(୨୦୨୦-୨୧) ରିପୋର୍ଟ ଅନୁସାରେ, ଏନ୍‌ଏଫଏଚ୍‌ଏସ୍‌-୪(୨୦୧୫-୧୬) ତୁଳନାରେ କିଶୋରୀ ମାତୃତ୍ୱ ବୃଦ୍ଧି ପାଇଥିବା ଦର୍ଶାଯାଇଛି। ୧୫ରୁ ୧୯ ବର୍ଷ ବୟସ ମଧ୍ୟରେ ରାଜ୍ୟର ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ କିଶୋରୀ ମାତୃତ୍ୱ ଲାଭ କରିଛନ୍ତି। ୨୦୧୫-୧୬ରେ ୧୬.୧ ପ୍ରତିଶତ ରହିଥିବା ବେଳେ ୨୦୨୦-୨୧ରେ ତାହା ୧୭.୨ ପ୍ରତିଶତକୁ ବୃଦ୍ଧି ପାଇଛି। ନୟାଗଡ଼ରେ ୧୦ ପ୍ରତିଶତରୁ ୧୫.୨ କୃ ବୃଦ୍ଧି ହୋଇଥିବା ବେଳେ ମାଲକାନଗିରିରେ ୧୧.୭ ପ୍ରତିଶତରୁ ବୃଦ୍ଧି ପାଇ ୧୩.୮ ପ୍ରତିଶତରେ ପହଞ୍ଚିଛି। ସେହିପରି କେନ୍ଦୁଝରରେ ୧୨.୨ ପ୍ରତିଶତରୁ ୧୫, ବୌଦ୍ଧରେ ୮.୨ ପ୍ରତିଶତରୁ ୧୩.୭ ପ୍ରତିଶତରେ ପହଞ୍ଚିଛି। ଏହାସହ କୋରାପୁଟ, ବାଲେଶ୍ୱର, ରାୟଗଡ଼ା, ନବରଙ୍ଗପୁର, ଢେ଼ଙ୍କାନାଳ, କେନ୍ଦ୍ରାପଡ଼ା ଆଦି ଜିଲ୍ଲା ଗୁଡ଼ିକରେ ମଧ୍ୟ ଉପରମୁହାଁ ହୋଇଛି କିଶୋରୀ ମାତୃତ୍ୱ ହାର।

କିଶୋରୀ ମାତୃତ୍ୱର ପ୍ରମୁଖ କାରଣ:
-ରାଜ୍ୟରେ କିଶୋରୀ ମାତୃତ୍ୱର ହାର ବୃଦ୍ଧି ପାଉଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ଏହା ପ୍ରଥମ ସ୍ଥାନରେ ରହିଛି। ଏହି ଜିଲ୍ଲାରେ କିଶୋରୀ ମାତୃତ୍ୱର ପ୍ରଥମ କାରଣ ବାଲ୍ୟବିବାହ ହୋଇଥିବା ବେଳେ ଶିକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଜିଲ୍ଲାରେ ଡ୍ରପଆଉଟ୍‌ ସଂଖ୍ୟା ବଢ଼ି ଚାଲିଛି। ରାଜ୍ୟରେ କେହି ଯେମିତି ଶିକ୍ଷାରୁ ବଞ୍ଚିତ ନହେବେ ସେଥିପାଇଁ ରାଜ୍ୟ ସରକାର ଅନେକ ଯୋଜନା କରୁଛନ୍ତି। ବିଦ୍ୟାଳୟମାନଙ୍କରେ ପାଠ୍ୟ ପୁସ୍ତକ ଠାରୁ ଆରମ୍ଭ କରି ସ୍କୁଲ ୟୁନିଫର୍ମ, ଜୋତା, ମୋଜା ସାଙ୍ଗକୁ ପୋଷଣ ଯୁକ୍ତ ଖାଦ୍ୟ ଯୋଗାଇ ଦେଉଛନ୍ତି। ହେଲେ କୌଣସି ସୁଫଳ ମିଳୁନାହିଁ। କାରଣ ଜିଲ୍ଲାର ସମସ୍ତ ପିଲାଙ୍କୁ ବିଦ୍ୟାଳୟ ମୁହାଁ କରାଇବା ସମ୍ଭବ ହେଉନାହିଁ। ଅଧିକାଂଶ ପିଲା ଅଷ୍ଟମ ଯାଏ ନିୟମିତ ବିଦ୍ୟାଳୟକୁ ଆସୁଛନ୍ତି। ନବମ ଶ୍ରେଣୀରୁ ପାସ୍‌ ଫେଲ୍‌ ବ୍ୟବସ୍ଥା ଯୋଗୁଁ ଅନେକ ଫେଲ୍‌ ହେଉଥିବାରୁ ଆଗକୁ ପଢ଼ିବାକୁ ଚାହୁଁ ନାହାନ୍ତି। ଏଠାରେ ଅଷ୍ଟମ ଶ୍ରେଣୀ ପରେ ପିଲାମାନଙ୍କ ଡ୍ରପଆଉଟ୍‌ ହାର ବୃଦ୍ଧି ପାଉଥିବା ସୂଚନା ରହିଛି। ତେବେ ସରକାରୀ ବିଦ୍ୟାଳୟରେ ସଠିକ୍‌ ଭାବେ ପାଠ ପଢ଼ାଯାଉଥିବା ଶିକ୍ଷକମାନେ କହୁଥିବା ବେଳେ ପିଲାମାନେ କାହିଁକି ଫେଲ୍‌ ହେଉଛନ୍ତି ତାହା ମଧ୍ୟ ଏକ ପ୍ରଶ୍ନବାଚୀ। ଫେଲ ହେବା ପରେ କିଛିଦିନ ପରେ ଘରୁ ଲୁଚି ଚାଲିଯିବା କିମ୍ବା ପରିବାର ସହମତିରେ ବିବାହ କରାଉଥିବା ଭଳି ଘଟଣା ସାମ୍ନାକୁ ଆସେ।  ତେବେ ଜିଲ୍ଲାର ବାସ କରୁଥିବା ଆଦିବାସୀ ସମ୍ପ୍ରଦାୟରେ କମ୍‌ ବୟସରେ ବିବାହ କରାଇବାକୁ  ଉଚିତ୍‌ ମନେ କରନ୍ତି। ଫଳସ୍ୱରୂପ କିଶୋରୀ ମାତୃତ୍ୱ ସଂଖ୍ୟା ବୃଦ୍ଧି ପାଉଛି। ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ୍‌ ଅନ୍ତର୍ଗତ ଶିମିଳିପାଳ ଅଭୟାରଣ୍ୟର ପାର୍ଶ୍ୱବର୍ତ୍ତୀ କୁଚିଲାଘାଟି ଗ୍ରାମର ୧୫ବର୍ଷିୟ ସୁକାନ୍ତି(ଛଦ୍ମନାମ)ଙ୍କ କ୍ଷେତ୍ରରେ। ୨୦୨୦ ମସିହାରେ କରୋନା ମହାମାରୀରେ ଅନେକ ପରିବାର ଆର୍ଥିକ ଭାର କମାଇବାକୁ ନିଜ କିଶୋରୀ ଝିଅକୁ ବିବାହ ଦେବାକୁ ଆରମ୍ଭ କଲେ। ସୁକାନ୍ତିଙ୍କୁ ମାତ୍ର ଦୁଇବର୍ଷ ହୋଇଥିବା ବେଳେ ତାଙ୍କ ବାପା ଆରପାରିକୁ ଚାଲିଯାଇଥିଲେ। ମା’ ସାବିତ୍ରୀ(ଛଦ୍ମନାମ) ଜଙ୍ଗଲରୁ ଉତ୍ପାଦ ସଂଗ୍ରହ କରି ସ୍ଥାନୀୟ ବଜାରରେ ବିକ୍ରି କରି ଜୀବିକା ନିର୍ବାହ କରୁଥିଲେ। କିନ୍ତୁ କରୋନା ସମୟରେ ସୁକାନ୍ତିଙ୍କ ମା’ ଅସୁସ୍ଥ ହୋଇପଡ଼ିବାରୁ ସେ ଝିଅ ପାଇଁ ଚିନ୍ତିତ ହୋଇ ତା’ର ବିବାହ ଦେବାକୁ ସ୍ଥିର କଲେ। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସୁକାନ୍ତିଙ୍କ ବିବାହ ବାରିପଦାର ନାରାୟଣ (ଛଦ୍ମନାମ)ଙ୍କ ସହ ହୋଇଥିଲା।  ନାରାୟଣ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ବିବାହ ପରେ ସୁକାନ୍ତିଙ୍କ ପାଠପଢ଼ା ସମ୍ପୂର୍ଣ୍ଣ ବନ୍ଦ ହେବା ସହ କିଛି ମାସ ପରେ ସେ ଗର୍ଭବତୀ ହୋଇଥିଲେ। ଅପରିପକ୍ୱ ବୟସରୁ ମା’ ହେବାର ଦାୟିତ୍ୱ କିଭଳି ତୁଲାଇବ ସେ ଚିନ୍ତାରେ ସ୍ଥାନୀୟ ଅଶାକର୍ମୀଙ୍କୁ ଭେଟି ଗର୍ଭପାତ କରାଇବାକୁ ଅନୁରୋଧ କରିଥିଲା। କିନ୍ତୁ ପରିବାର ଲୋକେ ସହଯୋଗ ନକରିବାରୁ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ସେହି ସମୟରେ ସେ ଉଭୟ ଶାରୀରିକ ଓ ମାନସିକ କ୍ଷେତ୍ରରେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିବା ସେ କହିଛନ୍ତି।

ସେହିପରି କିଶୋରୀ ମାତୃତ୍ୱରେ ଦ୍ୱିତୀୟ ସ୍ଥାନରେ ରହିଥିବା ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଏହି ଜିଲ୍ଲାରେ ଅଧିକାଂଶ ଲୋକ ଶିଳ୍ପକାରଖାନାରେ କାମ କରୁଥିବା ସହ ଝାଡ଼ଖଣ୍ଡ, ଛତିଶଗଡ଼କୁ ଦାଦନ ଖଟିବାକୁ ଚାଲିଯାଇଥାନ୍ତି। ସେଠାରେ ପରିବାର ଠାରୁ ଦୂରରେ ରହି ଉଭୟ କିଶୋର କିଶୋରୀ ଶାରିରୀକ ସମ୍ପର୍କ ସ୍ଥାପନ କରିଥାନ୍ତି। ଏହାସହ ଜିଲ୍ଲାରେ ମୋଟ୍‌ ଜନସଂଖ୍ୟାର ୬୩% ବାସିନ୍ଦା ହେଉଛନ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟ । ସେମାନେ କିଶୋର କିଶୋରୀଙ୍କ ଅବୈଧ ମିଳାମିଶାକୁ ଗୁରୁତ୍ୱ ଦେଉନଥିବାରୁ ଏହି ଜିଲ୍ଲାରେ କିଶୋରୀ ମାତୃତ୍ୱ ବୃଦ୍ଧି ପାଉଥିବା କୁହାଯାଉଛି । ବର୍ତ୍ତମାନ ଡିଜିଟାଲ ଯୁଗରେ ପ୍ରତ୍ୟେକଙ୍କ ହତରେ ସ୍ମାର୍ଟ ଫୋନ୍‌। ତା ସହିତ ଶାରୀରିକ ସମ୍ପର୍କ ସ୍ଥାପନ ସମୟରେ ପ୍ରତିଷେଧକ ବ୍ୟବହାର ବିଷୟରେ ବିଭିନ୍ନ ସ୍ଥାନରେ ବିଭିନ୍ନ ଉପାୟରେ ସଚେତନ କରାଯାଉଥିଲେ ମଧ୍ୟ ସେମାନେ ବ୍ୟବହାର କରୁନଥିବାରୁ କିଶୋରୀଟିଏ ସହଜରେ ଗର୍ଭଧାରଣ କରୁଛି।

ଇଚ୍ଛା ମୁତାବକ ସାଥୀ ଚୟନ କରିବା ମଧ୍ୟ କିଶୋରୀ ମାତୃତ୍ୱର ଆଉ ଏକ ପ୍ରମୁଖ କାରଣ। ଘରେ ସ୍ୱୀକୃତି ନ ମିଳିବା ମଧ୍ୟ ଯେ କିଶୋରୀଙ୍କୁ ମାତୃତ୍ୱର ବୋଝ ସହିବାକୁ ପଡ଼ୁଛି ତାହାର ଏକ ଉଦାହରଣ ହେଉଛି, ଗଞ୍ଜାମ ଜିଲ୍ଲାର ସାନ୍ତାଳି ସମ୍ପ୍ର୍ରଦାୟର ରେଣୁ (ଛଦ୍ମନାମ)। ତାଙ୍କ ବାପା ସ୍ଥାନୀୟ ସହରରେ ଗାଡ଼ି ମରାମତି ମେକାନିକ୍‌ ଭାବେ କାମ କରି ପରିବାରର ୫ଜଣଙ୍କ ଦାୟିତ୍ୱ ତୁଲାଉଥିଲେ। ହେଲେ ସ୍ୱଳ୍ପ ରୋଜଗାରରେ ପରିବାର ଚଳିବା କଷ୍ଟକର ହୋଇଥିଲେ ବି ସେ ପିଲାମାନଙ୍କୁ ପଢ଼ିବାକୁ ଉତ୍ସାହିତ କରୁଥିଲେ ଏବଂ ସେମାନଙ୍କର ଶିକ୍ଷାକୁ ସମର୍ଥନ କରୁଥିଲେ। ରେଣୁ ବଡ଼ ଝିଅ ହୋଇଥିବାରୁ ପରିବାରର ଦାୟିତ୍ୱ ତୁଲାଇବାକୁ ସେ ନିଜର ଶିକ୍ଷା ସମ୍ପୂର୍ଣ୍ଣ କରି ଦୁଇ ଛୋଟ ଭାଇଭଉଣୀଙ୍କୁ ସାହାଯ୍ୟ କରିବାକୁ ଚିନ୍ତା କରିଥିଲେ। ତେବେ ସ୍କୁଲରେ ଜଣେ ଛାତ୍ରଙ୍କ ସହ ରେଣୁଙ୍କ ପ୍ରେମ ସମ୍ପର୍କ ଗଢ଼ିଉଠିଲା। ନବମ ଶ୍ରେଣୀରେ ପଢ଼ୁଥିବା ସମୟରେ ଉଭୟ ଘରୁ ଲୁଚି ଚାଲିଗଲେ। ପରେ ପୁଅର ପରିବାର ରେଣୁଙ୍କୁ ବୋହୂ ଭାବେ ଗ୍ରହଣ କଲେ ଏବଂ କିଶୋରୀ ବୟସରେ ସେ ଗର୍ଭବତୀ ହେଲେ ଏବଂ ଉଭୟଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହୋଇଥିଲା।

-ସେହିପରି ଘରେ ଏକୁଟିଆ ପରିସ୍ଥିତି ଯୋଗୁଁ ଅନେକ ସମୟରେ କିଶୋରୀଙ୍କୁ ମାତୃତ୍ୱର ବୋଝ ସହିବାକୁ ପଡେ। ସେଭଳି ଏକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ବଣିଆମାଳ ଗ୍ରାମରେ ଦେଖିବାକୁ ମିଳିଛି। ଗାଁର ୧୭ବର୍ଷିୟ ସୋନାଲି(ଛଦ୍ମନାମ) ଶୈଶବରୁ ବାପାଙ୍କୁ ହରାଇଥିବା ବେଳେ ମା’ ସ୍ଥାନୀୟ ଅଞ୍ଚଳରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ସୋନାଲି ସ୍କୁଲ ଛୁଟି ପରେ ତାଙ୍କ ମା’ କାମରୁ ଫେରିବା ଯାଏ ଘରେ ଏକା ରୁହନ୍ତି। ଏହି ସମୟରେ ପଡେ଼ାଶୀ ଘରର ଯୁବକଙ୍କ ସହ ତାଙ୍କର ମିଳାମିଶା ଆରମ୍ଭ ହୋଇଥିଲା। କ୍ରମଶଃ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା। କିଛିଦିନ ପରେ ସୋନାଲୀ ଗର୍ଭବତୀ ଥିବା ତାଙ୍କ ମା’ଙ୍କ ଜାଣିବା ବେଳକୁ ଉକ୍ତ ଯୁବକ ରାଜ୍ୟ ବାହାରକୁ ଚାଲିଯାଇଥିଲେ। ଲୋକଲଜ୍ଜାରୁ ବର୍ତ୍ତିବା ପାଇଁ ସୋନାଲିଙ୍କୁ ନେଇ ତାଙ୍କ ମା’ ଏକ ଅଜଣା ଜାଗାକୁ ଚାଲି ଯାଇଥିଲେ। କିନ୍ତୁ ସୋନାଲିଙ୍କୁ ଡାକ୍ତରୀ ଚିକିତ୍ସା କିମ୍ବା ସ୍ଥାନୀୟ ଅଙ୍ଗନବାଡ଼ି ଆଶା ଦିଦିଙ୍କ ପରାମର୍ଶ ମିଳି ନଥିଲା। ଫଳରେ ଉଭୟ ସୋନାଲି ଓ ତାଙ୍କ ଶିଶୁଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା।

ଯୁବଗୋଷ୍ଠୀଙ୍କ ମତ
ଏବାବଦରେ ମୟୁରଭଞ୍ଜ ଜିଲ୍ଲାର ଯୁବକ-ଯୁବତୀ ସହ ଆଲୋଚନା ସମୟରେ, ସେମାନେ କହିଥିଲେ ଯେ କ୍ୟାରିଅର୍‌ କାଉନସେଲିଂ, ଜୀବନ ଦକ୍ଷତା (ଲାଇଫ୍‌ ସ୍କିଲ୍‌) ଏବଂ ଅନ୍ୟାନ୍ୟ ସରକାରୀ ଯୋଜନା ବିଷୟରେ ସଚେତନତା ବିଷୟରେ ଯେଉଁଭଳି ମାର୍ଗଦର୍ଶନ ଦିଆଯିବା କଥା ତାହା ହେଉନାହିଁ। ନିୟମିତ ‘ଅଦ୍ୱିକା’ କାର୍ଯ୍ୟକ୍ରମ ଆୟୋଜନ ହେଉଛି, କିନ୍ତୁ ଅଙ୍ଗନାବଡି ଦିଦିଙ୍କ ବଦଳରେ ଯଦି କୌଣସି ଦକ୍ଷ ପ୍ରଶିକ୍ଷକ ଏବାବଦରେ ପ୍ରଶିକ୍ଷଣ ଦିଅନ୍ତେ ତେବେ ତାହା କିଶୋର କିଶୋରୀଙ୍କୁ ଆକୃଷ୍ଟ କରନ୍ତା ଏବଂ ସେମାନେ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତେ। ସେହିପରି ବିବାହ ଏବଂ ମାତୃତ୍ୱ ଲାଭ ପରେ ଯଦିଓ ସେମାନେ ନିଜର ଅଧ୍ୟୟନ ଜାରି ରଖିବାକୁ ଚାହୁଁଥିଲେ, ସାମାଜିକ କଳଙ୍କ ଯୋଗୁଁ ସେମାନଙ୍କୁ ବିଦ୍ୟାଳୟରୁ ଛାଡ଼ିବାକୁ ପଡ଼ିଥିଲା। ଏହା ସେମାନଙ୍କ ପାଇଁ ଜୀବିକା ନିର୍ବାହ କରିବାକୁ ମଧ୍ୟ କଷ୍ଟକର କରିଦେଇଛି। ଯଦି ସରକାର କିମ୍ବା ପ୍ରଶାସନ ସେମାନଙ୍କୁ ବୃତ୍ତିଗତ (ଭୋକେସନାଲ୍‌) କିମ୍ବା ଦକ୍ଷତା ବିକାଶ ତାଲିମ ପ୍ରଦାନ କରନ୍ତି, ତେବେ ଏହା ସେମାନଙ୍କୁ ଜୀବିକା ଉପାର୍ଜନ କରିବାରେ ସାହାଯ୍ୟ କରିବ। ଏହାବ୍ୟତୀତ, ଯେଉଁମାନେ ଅଧ୍ୟୟନ ଜାରି ରଖିବାକୁ ଆଗ୍ରହୀ ଅଛନ୍ତି, ସେମାନଙ୍କୁ ସରକାର ସମର୍ଥନ କରିବା ଉଚିତ୍‌। ଗର୍ଭବତୀ କିଶୋରୀ ଏବଂ କିଶୋରୀ ମାତାମାନଙ୍କ ପାଇଁ ମାନସିକ ସହାୟତା (ସାଇକୋଲଜିକାଲ୍‌ ସପୋର୍ଟ) ମଧ୍ୟ ଅତ୍ୟନ୍ତ ଜରୁରୀ ବୋଲି କିଶୋରୀ ମା’ମାନେ କହିଛନ୍ତି। କାରଣ ଏହି ସମୟରେ ସେମାନେ ବହୁତ ମାନସିକ ଚାପର ସମ୍ମୁଖୀନ ହୁଅନ୍ତି। ଅଭିଭାବକମାନେ ମତ ଦେଇଛନ୍ତି ଯେ, କିଶୋରୀ ମାତୃତ୍ୱ ଲାଭ କରୁଥିବା ପୀଡ଼ିତାମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଆର୍ଥିକ ସହଯୋଗ, ବିଭିନ୍ନ ସଚେତନାମୂଳକ କାର୍ଯ୍ୟକ୍ରମ, କ୍ୟାରିଅର୍‌ କାଉନସେଲିଂ, ଜୀବନ ଦକ୍ଷତା (ଲାଇଫ୍‌ ସ୍କିଲ୍‌) ଏବଂ ଅନ୍ୟାନ୍ୟ ସରକାରୀ ଯୋଜନା ବିଷୟରେ ସଚେତନତାର ଆବଶ୍ୟକତା ରହିଛି।

ଏହି ରିପୋର୍ଟରେ ପ୍ରଦତ୍ତ ଗବେଷଣାର ନିର୍ଯାସଗୁଡ଼ିକ କିଶୋରୀ ଗର୍ଭଧାରଣକୁ ମୁକାବିଲା କରିବା ପାଇଁ ଏକ ସକାରାତ୍ମକ ପନ୍ଥାକୁ ଭାବେ ଗ୍ରହଣ କରାଯାଇପାରିବ। ଯେଉଁଥିରେ ପରିବାର, ସମ୍ପ୍ରଦାୟ ଏବଂ ସରକାରଙ୍କର ସକ୍ରିୟ ଅଂଶଗ୍ରହଣ ଅନିବାର୍ଯ୍ୟ। ବିଶେଷକରି ବାଳିକାମାନଙ୍କ ପାଇଁ ଶିକ୍ଷାର ପ୍ରବେଶକୁ ବଢ଼ାଇବା ଉପରେ ହସ୍ତକ୍ଷେପ ଅତ୍ୟନ୍ତ ଜରୁରୀ। ଯେଉଁ ପିଲାମାନେ ୧୫ଦିନ ଯାଏ ସ୍କୁଲରେ ଅନୁପସ୍ଥିତ ରହୁଛନ୍ତି ସେମାନଙ୍କ ଅଭିଭାବକମାନଙ୍କୁ ଭେଟି ଶିକ୍ଷକମାନେ ଏବିଷୟରେ ପଚରାଉଚରା କରାଯିବା ଉଚିତ୍‌। ଯାହାକି ଏହି ଜିଲ୍ଲାରେ ଠିକ୍‌ ଭାବେ ହେଉନଥିବା ଜଣାପଡ଼ିଛି। ସେହିପରି ପ୍ର୍‌ତି ଶନିବାର ଅଙ୍ଗନାବଡି କେନ୍ଦ୍ରରେ ଆୟୋଜିତ ହେଉଥିବା ‘ଅଦ୍ୱିକା’ କାର୍ଯ୍ୟକ୍ରମ ମଧ୍ୟ ଫଳପ୍ରଦ ହେଉନାହିଁ। କିଶୋର କିଶୋରୀମାନଙ୍କ ପାଇଁ ଏଭଳି ସାମାଜିକ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବେଳେ ସେମାନେ ବିଭିନ୍ନ ବାହାନା ଦେଖାଇ ଆସୁ ନାହାନ୍ତି। ଫଳରେ କୌଣସି ବିଷୟରେ ଅବଗତ ହୋଇପାରୁ ନାହାନ୍ତି। ସେହିପରି ପିଲାମାନଙ୍କୁ ସଠିକ୍‌ ଗାଇଡାନ୍ସ ମିଳିପାରୁ ନାହିଁ। କମ୍‌ ବୟସରେ ପୁରୁଷ ସାଥୀଙ୍କ ସହ ଖୁଲମ୍‌ଖୁଲା ମିଳାମିଶାକୁ ଅଭିଭାବକମାନେ ସହଜରେ ଗ୍ରହଣ କରୁଥିବାରୁ ଇଲୋପମେଣ୍ଟ ସଂଖ୍ୟା ବି ବଢ଼ୁଛି। କିଶୋରୀ ମାନେ ଘରୁ ଲୁଚି ଚାଲିଯାଉଥିବାର କିଛିଦିନ ପରେ ପରିବାର ଲୋକେ ବିରୋଧ ବଦଳରେ ଖୁସିରେ ଗ୍ରହଣ କରୁଛନ୍ତି। ଯାହାକି କିଶୋରୀ ମାତୃତ୍ୱର ଅନ୍ୟତମ ପ୍ରମୁଖ କାରଣ ଅଟେ। ତେବେ  ଚଳିତ ବର୍ଷ ଜିଲ୍ଲାରେ ପକ୍‌ସୋ ଆକ୍ଟ ଅଧୀନରେ ୬୪କେସ୍‌ ରେଜିଷ୍ଟର ହୋଇଥିବା ଜଣାପଡ଼ିଛି। ତେଣୁ ଏଥିପାଇଁ ପ୍ରଥମେ ପରିବାର ସଦସ୍ୟ ସଚେତନ ହେବା ସହ ଏଠାରେ ବାସ କରୁଥିବା ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ମୁରବୀମାନେ ନିଜ ସମ୍ପ୍ରଦାୟରେ ଏବିଷୟରେ ତାଗିତ୍‌ ଓ ସଚେତନ କରିବା ଉଚିତ୍‌। କିଶୋରୀ ମାତୃତ୍ୱ ମାନସିକ ଓ ଶାରୀରିକ ଭାବେ କିଭଳି ପ୍ରଭାବ ପକାଇଥାଏ, ଶାରୀରିକ ସମ୍ପର୍କ ସ୍ଥାପନ ବେଳେ ପ୍ରତିଷେଧକ ବ୍ୟବହାର କେତେ ଜୁରୁରୀ ସେ ବିଷୟରେ ଅଧିକ ସଚେତନତା ସହ ବାଳିକାମାନଙ୍କ ଶିକ୍ଷା ନିମୟିତ କରାଯିବା ନିହାତି ଜରୁରୀ। ଏହାଦ୍ୱାରା ଡ୍ରପ୍‌ଆଉଟ୍‌ ରୋକାଯିବା ସହ ବାଲ୍ୟବିବାହ ଏବଂ ଗର୍ଭଧାରଣକୁ ବିଳମ୍ବ କରାଯାଇପାରିବ। ବିଶେଷକରି ଗ୍ରାମାଞ୍ଚଳ ଏବଂ ଆର୍ଥିକ ଭାବେ ପଛୁଆ ଅଞ୍ଚଳରେ ମାଧ୍ୟମିକ ଶିକ୍ଷାକୁ ସୁଲଭ ଏବଂ ଆକର୍ଷଣୀୟ କରିବାର ଶିକ୍ଷାଗତ ଉଦ୍ୟମକୁ ଅଗ୍ରାଧିକାର ଦେବା ଉଚିତ୍‌। ସରକାର, ନାଗରିକ ସମାଜ ସଂଗଠନ, ସ୍ଥାନୀୟ ନେତା, ପିତାମାତା ଏବଂ କିଶୋର-କିଶୋରୀମାନଙ୍କୁ ସାମିଲ କରି ସମ୍ପ୍ରଦାୟ-ନେତୃତ୍ୱାଧୀନ ଉଦ୍ୟମବଳରେ ଏହି ସମସ୍ୟା ଅନେକାଂଶରେ ହ୍ରାସ ପାଇପାରିବ। ଦାରିଦ୍ର୍ୟଚକ୍ରକୁ ଭାଙ୍ଗିବା ପାଇଁ ଲକ୍ଷ୍ୟଭିତ୍ତିକ ଆର୍ଥିକ ଯୋଜନା, ବାଳିକାମାନଙ୍କ ପାଇଁ ଛାତ୍ରବୃତ୍ତି ଭଳି ଆର୍ଥିକ ସହାୟତା ପ୍ରଦାନ ଆଦି କାର୍ଯ୍ୟକ୍ରମ ବିବାହକୁ ବିଳମ୍ବ କରିବା ଏବଂ ଶିକ୍ଷାକୁ ପ୍ରୋତ୍ସାହନ ଦେବାରେ ପ୍ରଭାବଶାଳୀ ହେବ। ଏହାସହ ଜିଲ୍ଲାର ବିଭିନ୍ନ ମନ୍ଦିର, ଚର୍ଚ୍ଚ ଆଦିରେ ବିବାହ କାର୍ଯ୍ୟ କରାଯାଉଥିବା ବେଳେ ସମସ୍ତ ତଥ୍ୟ ସଂଗୃହୀତ କରାଯିବାକୁ ରେଜିଷ୍ଟର ମେଣ୍ଟେନ୍‌ କରାଯାଉଛି। କିନ୍ତୁ ବିବାହ ସମୟରେ ଆଧାର କାର୍ଡ  ସମେତ ଜନ୍ମ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯିବା ଉଚିତ୍‌। ଏହାଦ୍ୱାରା ଉଭୟଙ୍କ ସଠିକ୍‌ ବୟସ ସ୍ପଷ୍ଟ ଭାବେ ଜଣାପଡ଼ିବ। ତେବେ କିଶୋରୀ ଗର୍ଭଧାରଣକୁ ରୋକିବା ପାଇଁ କେବଳ ସରକାର ନୁହଁନ୍ତି ବରଂ ସମାଜର ସମସ୍ତ କ୍ଷେତ୍ରରୁ ଏକ ବହୁମୁଖୀ ଏବଂ ନିରନ୍ତର ପ୍ରୟାସ ଆବଶ୍ୟକ। ବିଶେଷ କରି ଅଭିଭାବକମାନଙ୍କୁ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ପଡ଼ିବ।

ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ
ଭୁବନେଶ୍ୱର(ସୁମିତ୍ରା ସାହୁ): ବାଲ୍ୟବିବାହ ସମ୍ପୂର୍ଣ୍ଣରୂପେ ବନ୍ଦ କରିବାକୁ ଓଡ଼ିଶା ସରକାର ମାଳମାଳ ଯୋଜନା ପ୍ରଣୟନ କରୁଛନ୍ତି। ଏଥିପାଇଁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ରୂପାୟନରେ ନିଷ୍ଠାର ଅଭାବ ଏବଂ ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା କାରଣରୁ ବାଲ୍ୟବିବାହର ହାରାହାରି ସଂଖ୍ୟା ଜାତୀୟ ହାରଠାରୁ ଆଗରେ ରହି ଓଡ଼ିଶା ଏକ ଅଲୋଡ଼ା ରେକର୍ଡ ସୃଷ୍ଟି କରିଛି। ଏହି ଧାରା ଜାରି ରହିଲେ ୨୦୩୦ ମସିହା ସୁଦ୍ଧା ଓଡ଼ିଶାକୁ ‘ବାଲ୍ୟବିବାହ ମୁକ୍ତ ରାଜ୍ୟ’ କରିବା ପାଇଁ ସରକାର ଧାର୍ଯ୍ୟ କରିଥିବା ଲକ୍ଷ୍ୟ ପୂରଣ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

‘ନ୍ୟାସନାଲ୍‌ ଫ୍ୟାମିଲି ହେଲଥ୍‌ ସର୍ଭେ-୫’ ରିପୋର୍ଟ ଆଧାରରେ ବିଧାନସଭାର ଚଳିତ ଅଧିବେଶନରେ ଓଡ଼ିଶା ସରକାର ଦେଇଥିବା ସୂଚନା ଅନୁଯାୟୀ, ବାଲ୍ୟ ବିବାହର ଜାତୀୟ ହାର ୨୩.୩% ରହିଥିବା ବେଳେ ଓଡ଼ିଶାର ୧୨ଟି ଜିଲ୍ଲାରେ ଏହି ହାର ଆହୁରି ଅଧିକ ରହିଛି। ବାଲ୍ୟ ବିବାହରେ ଉଦ୍‌ବେଗଜନକ ରେକର୍ଡ ସୃଷ୍ଟି କରିଥିବା ଏହି ଜିଲ୍ଲାଗୁଡ଼ିକ ହେଉଛି-ନବରଙ୍ଗପୁରରେ ୩୯.୪%, ନୟାଗଡ଼ରେ ୩୫.୭%, କୋରାପୁଟରେ ୩୫.୫%, ରାୟଗଡ଼ାରେ ୩୩.୨%, ମାଲକାନଗିରିରେ ୩୨.୪%, ମୟୂରଭଞ୍ଜରେ ୩୧.୩%, କେନ୍ଦୁଝରରେ ୨୯%, ଗଜପତିରେ ୨୮.୧%, ବାଲେଶ୍ୱରରେ ୨୬.୪%, ବୌଦ୍ଧରେ ୨୫.୩%, ଅନୁଗୁଳରେ ୨୫% ରହିଛି।  ଗତ ୬ ବର୍ଷରେ ରାଜ୍ୟରେ ୮ ହଜାର ୧୫୯ଟି ବାଲ୍ୟବିବାହ ରେକର୍ଡ କରାଯାଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ୯୬୬ଟି ଏବଂ କୋରାପୁଟରେ ୬୩୬ ବାଲ୍ୟବିବାହ ଅନୁଷ୍ଠିତ ହୋଇଛି। ଏହି ସମୟ ମଧ୍ୟରେ ନବରଙ୍ଗପୁରରେ ସର୍ବାଧିକ ୧୩୪୭ଟି ବାଲ୍ୟ ବିବାହ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ଜିଲ୍ଳାଗୁଡ଼ିକୁ ଏକଦା ବାଲ୍ୟବିବାହମୁକ୍ତ ଘୋଷଣା କରାଯାଇଥିଲା ଉପରୋକ୍ତ କାରଣ ପାଇଁ ସେଠାରେ ପୁଣି ଥରେ ବାଲ୍ୟବିବାହ ପରିସଂଖ୍ୟାନ ବୃଦ୍ଧି ପାଉଛି। ଉଦାହରଣସ୍ୱରୂପ ଏକଦା ବାଲ୍ୟବିବାହମୁକ୍ତ ଜିଲ୍ଲାର ମାନ୍ୟତା ପାଇଥିବା ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପୁଣି ଥରେ ବାଲ୍ୟବିବାହ ହାର ବଢ଼ୁଥିବା ଲକ୍ଷ୍ୟ କରାଯାଉଛି।

ବାଲ୍ୟ ବିବାହ ବୃଦ୍ଧିର କାରଣ:
ଏତେସବୁ ଆଇନ ବ୍ୟବସ୍ଥା ଓ ଯୋଜନା ସତ୍ତ୍ୱେ ବାଲ୍ୟବିବାହ କମିବା ପରିବର୍ତ୍ତେ ବଢ଼ିବା ପଛରେ ଏକାଧିକ ସାମାଜିକ-ଅର୍ଥନୈତିକ-ରୂଢ଼ିବାଦୀ କାରଣ ରହିଛି। ବିଶେଷ କରି ବାଲ୍ୟ ବିବାହରେ ସବୁଠାରୁ ଆଗରେ ରହିଥିବା ନବରଙ୍ଗପୁର ଜିଲ୍ଲାରେ ଡ୍ରପ୍‌ଆଉଟ୍‌ ଏକ ମୁଖ୍ୟ କାରଣ ଅଟେ। ଏନଏଫ୍‌ଏଚଏସ୍‌ ରିପୋର୍ଟ ଅନୁସାରେ, ଜିଲ୍ଲାରେ ମାଟ୍ରିକ୍‌ ପରେ ୧୫% ପ୍ରତିଶତ ଝିଅ ଉଚ୍ଚଶିକ୍ଷା ପାଇଁ ବାହାରକୁ ଯାଉଛନ୍ତି। ତେବେ ଏହାର ମଧ୍ୟ ୨ଟି ପ୍ରମୁଖ କାରଣ ରହିଛି। ପ୍ରଥମତଃ ସାମାଜିକ ବିଧି ବ୍ୟବସ୍ଥା। ଏହି ଜିଲ୍ଲାରେ ଭଦ୍ର୍ର, ଗଣ୍ଡ ସମାଜ, ପରଜା ସମାଜ ଆଦି ୧୩ ପ୍ରମୁଖ ଜାତି ଏବଂ ଉପଜାତିକୁ ମିଶାଇ ୨୮ଟି ଜାତି ସମାଜ ରହିଛି। ବିଭିନ୍ନ ପ୍ରଜାତିର ଆଦିବାସୀ ମାନଙ୍କ ଅନେକ ପ୍ରଥା ପରମ୍ପରା ରହିଛି। ଉଦାହାଣ ସ୍ୱରୂପ; କୌଣସି ପରିବାରରେ ଝିଅକୁ ୧୫ ବର୍ଷ ହେବା ମାତ୍ରେ ବିବାହ କରିବାକୁ ସମସ୍ତେ ପ୍ରୟାସ ଆରମ୍ଭ କରିଥାନ୍ତି। କାରଣ ଏହି ବୟସ ମଧ୍ୟରେ ବିବାହ କରାଗଲେ ଝିଅଟିର ଭବିଷ୍ୟତ ସୁରକ୍ଷିତ ରହିବ, ସେ ଅନ୍ୟ କାହାସହ ଲୁଚି ଘରୁ ପଳେଇ ଯିବାକୁ ସୁଯୋଗ ପାଇବନି ଏବଂ ବିଳମ୍ବ ହେଲେ ଝିଅକୁ ଉପଯୁକ୍ତ ବର ମିଳିବା କଷ୍ଟକର ହୋେଇପଡେ଼ ବୋଲି ସେମାନଙ୍କର ବିଶ୍ୱାସ ରହିଛି। ଅନ୍ୟପଟେ କେତେକ ଉଦୁଲିଆ ବା ଏଲୋପମେଣ୍ଟ ପ୍ରଥା ଦେଖିବାକୁ ମିଳେ। ସାଧାରଣତଃ ଇଲୋପମେଣ୍ଟ ବା ଘରୁ ଲୁଚି ପଳେଇଯିବାକୁ ଲଜ୍ଜା ବୋଲି ମନାଯାଉଥିବା ବେଳେ କିନ୍ତୁ ନବରଙ୍ଗପୁର ଜିଲ୍ଲାରେ କେତେକ ଆଦିବାସୀ ସମ୍ପ୍ରଦାୟରେ ଏହାକୁ ପରିବାର ଲୋକେ ସହଜରେ ଗ୍ରହଣ କରିଥାନ୍ତି। ସେହିପରି ଆନୁଷ୍ଠାନିକ କାରଣ ବିଷୟରେ ଯଦି କୁହାଯାଏ, ଏହି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ବେଶ୍‌ ପଛରେ ରହିଛି। କାରଣ ଏଠାରେ ସମସ୍ତ ଗାଁ ଗୁଡ଼ିକରେ ବିଦ୍ୟାଳୟ ନାହିଁ। ଗୋଟିଏ ଗାଁର ପିଲାମାନେ ଦୂର ଦୂରାନ୍ତରେ ଥିବା ଅନ୍ୟ ଗାଁର ବିଦ୍ୟାଳୟକୁ ଜଙ୍ଗଲ ରାସ୍ତାରେ କିଶୋରୀ ବାଳିକା ପାଠପଢ଼ିବାକୁ ଯାଇଥାନ୍ତି। ଫଳରେ ଝିଅମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକାକୀ ଛାଡ଼ିବାକୁ ଅଭିଭାବକମାନେ ଉଚିତ୍‌ ମନେକରନ୍ତି ନାହିଁ। ଫଳରେ ଅଧାରୁ ପାଠପଢ଼ା ଛାଡ଼ି ବିବାହ କରିବାକୁ ପଡ଼ିଥାଏ। ଜିଲ୍ଲାରେ ଉଚ୍ଚବିଦ୍ୟାଳୟ ସଂଖ୍ୟା କମ୍‌ ରହିଥିବା ବେଳେ କଲେଜ୍‌ ଗୁଡ଼ିକ ଦୂରରେ ରହିଥିବା ବେଳେ ସିଟ୍‌ ସଂଖ୍ୟା ମଧ୍ୟ କମ୍‌ ରହୁଛି। ପ୍ରତିବର୍ଷ ଜିଲ୍ଲାରେ  ପ୍ରାୟ ୧୫ ହଜାର ପିଲା ମାଟ୍ରିକ୍‌ ପରୀକ୍ଷା ଦେଉଥିବା ବେଳେ ଉଭୟ ସରକାରୀ ଓ ବେସରକାରୀ କଲେଜର ମୋଟ୍‌ ସିଟ୍‌ ସଂଖ୍ୟା ୯ହଜାର। ବଳକା ୬ହଜାର ପିଲାଙ୍କ ମଧ୍ୟରୁ ପ୍ରାୟ ୨ହଜାର ଧନୀ ଶ୍ରେଣୀର ପିଲା ଜିଲ୍ଲା ବାହାରକୁ ପଢ଼ିବାକୁ ଯାଇଥିବା ବେଳେ ୪ହଜାର ପିଲା ମାଟ୍ରିକ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ମଧ୍ୟ ପାଠପଢ଼ାରେ ଡୋରୀ ବାନ୍ଧିବାକୁ ବାଧ୍ୟ ହୋଇଥାନ୍ତି। ଫଳରେ ସେମାନେ ବାଲ୍ୟ ବିବାହର ଶିକାର ହୋଇଥାନ୍ତି। ସେହିପରି ଆଉ କେତେକ ପାଠପଢ଼ିବାରୁ ବଞ୍ଚିତ ହେେଇ ପଡେ଼ାଶୀ ରାଜ୍ୟ ଛତିଶଗଡ଼ରେ ଲଙ୍କା ତୋଳିବା କାମ ହେଉ ଅବା ହାଇଦ୍ରାବଦରେ ପ୍ଲମ୍ବର କାମ କରିବାକୁ ଚାଲିଯାଆନ୍ତି। ସେଠାରେ ଉଭୟ ପୁଅ ଝିଅ ଏକାଠି ରହିଥାନ୍ତି। ଯେତେବେଳେ ଉଭୟ ଗାଁକୁ ଫେରିଥାନ୍ତି ଝିଅଟି ଗର୍ଭବତୀ ହୋଇଥିବା ଜଣାପଡେ଼। ଫଳରେ ପରିବାର ଲୋକେ ବିବାହ କରିବାକୁ ବାଧ୍ୟ ହୋଇଥାନ୍ତି।  ଚଇତି, ମଣ୍ଡେଇ ଆଦି ପର୍ବରେ ବିବାହ କଲେ ଶୁଭ ବୋଲି ସେମାନଙ୍କ ବିଶ୍ୱାସ ରହିଛି। ତେଣୁ ଏହି ସମୟରେ ଅନେକ କିଶୋର କିଶୋରୀ ଚାଲିଯାଇଥାନ୍ତି, ଯାହାକୁ ପରିବାର ଲୋକେ ମଧ୍ୟ ସହଜରେ ସହମତି ପ୍ରଦାନ କରନ୍ତି।

ତେବେ ବାଲ୍ୟ ବିବାହ ରୋକିବାକୁ ସରକାରଙ୍କ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ହେଲେ ତାହା ଫଳପ୍ରଦ ହେଉନାହିଁ। ଯାହାର ଉଦାହରଣ ଅଧାରୁ ପାଠ ଛାଡ଼ୁଥିବା ପିଲାଙ୍କ ସଠିକ୍‌ ତଥ୍ୟ ଶିକ୍ଷା ବିଭାଗ ପକ୍ଷରୁ ଦିଆଯାଉନଥିବା ଜଣାପଡ଼ିଛି। ସେହିପରି ପ୍ରତି ଶନିବାର ‘ଅଦ୍ୱିକା’ କାର୍ଯ୍ୟକ୍ରମ ଆୟୋଜନ କରାଯାଇ କିଶୋର ବାଳିକା, ବାଳକମାନଙ୍କୁ ବିଭିନ୍ନ ପ୍ରଶିକ୍ଷଣ ସହ ସଚେତନତା ତଥ୍ୟ ପ୍ରଦାନ କରାଯାଉଛି। ୧୨ ମାସରେ ୧୨ଟି ଥିମ୍‌ ବିଷୟରେ ପିଲାମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ବିଭିନ୍ନ ସମ୍ପ୍ରଦାୟର ମୁଖିଆଙ୍କ ସହ ଜିଲ୍ଲାପାଳଙ୍କ ବୈଠକ ଆୟୋଜନ କରାଯାଇ ବାଲ୍ୟ ବିବାହର କୁପରିଣାମ ବିଷୟରେ ଅବଗତ କରାଯିବା ସହ ନିଜ ସମ୍ପ୍ରଦାୟରେ ଲୋକମାନଙ୍କୁ ସଚେତନ କରାଯିବାକୁ ନିର୍ଦ୍ଦେଶ ରହିଛି। ହେଲେ ନିଜର ପଦବୀ ବଞ୍ଚାଇବାକୁ ନିଜ ସମ୍ପ୍ରଦାୟରେ ଏଭଳି ଘଟଣାକୁ ଦେଖି ମଧ୍ୟ ମୁଖିଆ ଚୁପ୍‌ ରହୁଥିବା ବେଳେ ପଞ୍ଚାୟତରେ ସରପଞ୍ଚମାନେ ମଧ୍ୟ ଗୋଟ୍‌ ଆଶାରେ ଗ୍ରାମବାସୀଙ୍କୁ ବିରୋଧ କରୁନଥିବା ସୂଚନା ରହିଛି। ସେହିପରି ଜିଲ୍ଲାରେ ରହିଥିବା ସମସ୍ତ ମନ୍ଦିର, ମସଜିଦ୍‌, ଚର୍ଚ୍ଚରେ ବିବାହ କାର୍ଯ୍ୟ ହେଉଥିଲେ ଉଭୟ ବର-ବଧୂଙ୍କ ବୟସଗୁ ଗୁରୁତ୍ୱ ଦିଆଯିବାକୁ ନିର୍ଦ୍ଦେଶ ରହିଛି। ଯେଉଁମାନେ ଭୁଲ ତଥ୍ୟ ଦେବେ କିମ୍ବା ଏଭଳି ବିବାହ କାର୍ଯ୍ୟରେ ନିୟୋଜିତ ହେବ ସେମାନଙ୍କୁ ଆଇନଗତ ଦଣ୍ଡରେ ଦଣ୍ଡିତ କରାଯିବାକୁ ଜିଲ୍ଲାପାଳନଙ୍କ ନିର୍ଦ୍ଦେଶ ରହିଛି। ପ୍ରଥା ପରମ୍ପରା ଜାତି ସମାଜକୁ ପ୍ରଭାବିତ କରୁଛି। କିନ୍ତୁ ଏତେସବୁ ପରେ ମଧ୍ୟ ଜିଲ୍ଲାରେ ଡ୍ରପଆଉଟ୍‌ ସଂଖ୍ୟା କମୁନଥିବା ବେଳେ ସାମାଜିକ ବିଧି ବ୍ୟବସ୍ଥା ବାଲ୍ୟ ବିବାହର ଅନ୍ୟତମ ପ୍ରମୁଖ କାରଣ ବୋଲି ଜଣାପଡ଼ିଛି। କିନ୍ତୁ ଏତେସବୁ ପରେ ମଧ୍ୟ ଜିଲ୍ଲାରେ ଡ୍ରପଆଉଟ୍‌ ସଂଖ୍ୟା କମୁନଥିବା ବେଳେ ସାମାଜିକ ବିଧି ବ୍ୟବସ୍ଥା ବାଲ୍ୟ ବିବାହର ଅନ୍ୟତମ ପ୍ରମୁଖ କାରଣ ବୋଲି ଜଣାପଡ଼ିଛି।

ସେହିପରି ନୟାଗଡ଼ ଜିଲ୍ଲାରେ ବାଲ୍ୟ ବିବାହ ସଂଖ୍ୟା ମଧ୍ୟ ଉପରମୁହାଁ ରହିଛି। ତେବେ ଏହି ଜିଲ୍ଲାରେ ମୁଖ୍ୟ କାରଣ ହେଉଛି ଝିଅମାନଙ୍କ ଇଲୋପମେଣ୍ଟ ବା ଘରୁ ଅନ୍ୟ ପୁରୁଷ ସହ ଲୁଚି ପଳେଇଯିବା। ତେବେ ଜିଲ୍ଲାରେ କିଶୋରମାନେ ମଧ୍ୟ ସମାନ ପରିମାଣରେ ବାଲ୍ୟ ବିାହର କରୁଥିବା ବେଳେ ଏନେଇ ରିପୋର୍ଟ କରାଯାଉ ନଥିବା ସହ ଗୁରୁତ୍ୱ ଦିଆଯାଉନଥିବା କୁହାଯାଉଛି। ଜିଲ୍ଲାରେ ଅଧିକାଂଶ ନିଜ ଗାଁରୁ ବନ୍ଧୁ ପରିଜନ କିମ୍ବା କାମ କରିବା ବାହାନାରେ ଅନ୍ୟତ୍ର ଚାଲିଯାଇଥାନ୍ତି। ଏହାସହ ଏହି ଜିଲ୍ଲାରେ ଅଧିକାଂଶ ସମୟରେ ନବଜାତ ଶିଶୁ କନ୍ୟା ଉଦ୍ଧାର କରାଯାଉଥିବା ଦେଖିବାକୁ ମିଳିଛି। ଅଧିକାଂଶ ସମୟରେ ଅନ୍ୟ ପଡେ଼ାଶୀ ଜିଲ୍ଲାରୁ ଅନୱାଣ୍ଟଡ ମଦର୍‌ ମାନେ ନବଜାତ ଆଣି ନୟାଗଡ଼ରେ ଫିଙ୍ଗି ଦେଇ ଚାଲିଯାଉଥିବାରୁ ଜିଲ୍ଲାକୁ ଏହି ବଦନାମ ବି ସହିବାକୁ ପଡ଼ୁଛି। ତେବେ ଏହି ଜିଲ୍ଲାରେ ଇଲୋପମେଣ୍ଟ ସଂଖ୍ୟା ଅତ୍ୟଧିକ ଘଟୁଥିବାରୁ ବାଲ୍ୟ ବିବାହ ସଂଖ୍ୟା ବୃଦ୍ଧି ପାଉଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି। ତେବେ ଏଥିପାଇଁ ଅଭିଭାବକମାନେ ହିଁ ଦାୟୀ ବୋଲି କୁହାଯାଉଛି। କାରଣ ଜିଲ୍ଲାର କେତେକ ଗ୍ରାମାଞ୍ଚଳରେ ଯେତେ ସଚେତନତା କରାଯାଉଥିଲେ ବି ଅଭିଭାବମାନଙ୍କ ଉଦାସୀନତା ପାଇଁ ପିଲାମାନେ ସଚେତନ ହୋଇପାରୁ ନାହାନ୍ତି। ଅନେକ ସମୟରେ ପିଲାମାନଙ୍କୁ ପାଠ ପଢ଼ିବା ପାଇଁ ହଷ୍ଟେଲରେ ଛାଡ଼ିବାକୁ ରାଜି ହେଉନଥିବା ବେଳେ ବିବାହ କରାଇବାକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଏଥିପାଇଁ ସ୍କୁଲରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହାସହ କମ୍ୟୁନିଟି, ବ୍ଲକ, ଜିଲ୍ଲା ସ୍ତରରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ସହ ପିଏଲସିପିସି କମିଟି, ବିଏଲସିପିସି କମିଟି, ଟାକ୍ସଫୋର୍ସ ମାଧ୍ୟରେ ରିଭ୍ୟୁ କରାଯାଉଛି। ଯଦି କୌଣସି ସ୍ଥାନରେ ବାଲ୍ୟ ବିବାହ ଘଟଣା କିମ୍ବା ଶିଶୁ ସୁରକ୍ଷା ସମ୍ବନ୍ଧୀୟ କୌଣସି ଘଟଣା ସାମ୍ନାକୁ ଆସେ ତେବେ ଉକ୍ତ ଅଞ୍ଚଳର ପ୍ରଣ୍ଟଲାଇନ୍‌ ୱାର୍କର ଅଶା ଦିଦି, ଅଙ୍ଗନାବଡ଼ି ଦିଦି, ଏଏନଏମ୍‌ଙ୍କୁ ନିଲମ୍ବିତ କରାଯିବାକୁ ଚଳିତ ୨୦୨୬ ଫେବୃଆରୀ ମାସରେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କାରଣ ଫ୍ରଣ୍ଟଲାଇନ୍‌ କର୍ମୀମାନେ ପ୍ରତ୍ୟେକ ପରିବାର ସହ ଜଡ଼ିତ ଥିବାରୁ କିଶୋରୀ ଗର୍ଭବତୀ କିମ୍ବା ବାଲ୍ୟ ବିବାହ କରାଯିବାକୁ ଯୋଜନା କରାଯାଉଥିବା ବିଷୟରେ ଅବଗତ ହେବା ଉଚିତ୍‌। ତେବେ ଜିଲ୍ଲାରେ ଇଲୋପମେଣ୍ଟ ହାର କମାଇବାକୁ କିଶୋରୀ ବାଳିକାମାନଙ୍କୁ ଟ୍ରାକ୍‌ିଂ କରାଯିବାକୁ ଅଙ୍ଗବାଡ଼ି ସେଣ୍ଟରେ ‘ଅଲିଭା’ ରେଜିଷ୍ଟରରେ ପଞ୍ଜୀକରଣ ରାଯାଉଛି। ଏଥିରେ ୧୦ରୁ ୧୯ ବର୍ଷର ଝିଅ ଜିଲ୍ଲାରେ ରହୁଛି କି ନାହିଁ ତାହାର ଅପଟେଡ୍‌ ରହୁଛି। ୧୯ ବର୍ଷ ନହେବ ଯାଏ ସେ ଯେପରି ଜିଲ୍ଲା ବାହାରକୁ ଯାଇ ପାରିବ ନାହିଁ। ୧୫୮୪ଟି ଅଙ୍ଗନବାଡ଼ି ସେଣ୍ଟରରେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ପ୍ରତ୍ୟେକ ବାହାଘର ପଞ୍ଜୀକୃତ କରାଯିବା ଲକ୍ଷ୍ୟରେ ଜିଲ୍ଲାରେ ରହିଥିବା ୨୫୦ ମନ୍ଦିର, ୭ମସଜିଦ୍‌, ଗୋଟିଏ ଚର୍ଚ୍ଚ ଆଦିରେ ‘ବାହାଘର ରେଜିଷ୍ଟର’ ଦିଆଯାଇଛି। ଏହାସହ ଅନ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସେହିପରି ଜିଲ୍ଲାରେ ଡ୍ରପଆଉଟ୍‌ ହାର ମଧ୍ୟ ଅଧିକ ରହିଥିବା ଜଣାପଡ଼ିଛି। ଗତବର୍ଷ ଜିଲ୍ଲାରେ ୧୦୨୪ ଛାତ୍ରଛାତ୍ରୀ ଅଧାରୁ ପାଠପଢ଼ା ଛାଡ଼ିଥିବା ଜଣାପଡ଼ିଛି। ତେଣୁ ପ୍ରତ୍ୟେକ ଅଭିଭାବକମାନେ ପିଲାମାନଙ୍କ ପାଠପଢ଼ାକୁ ଗୁରୁତ୍ୱ ଦେବା ସହ ଇଲୋପମେଣ୍ଟକୁ ବିରୋଧ କରିବା ଆବଶ୍ୟକ। ଏଥିପାଇଁ ଅଭିଭାବକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମତବ୍ୟକ୍ତ କରିଛନ୍ତି।

ସେହିପରି ବାଲ୍ୟବିବାହ ବୃଦ୍ଧି ପାଉଥିବା ଅନ୍ୟ ସଂପୃକ୍ତ ଜିଲ୍ଲାଗୁଡ଼ିକରେ ମଧ୍ୟ ଡ୍ରପଆଉଟ୍‌ ସହ ଅନ୍ୟ କାରଣ ଗୁଡ଼ିକ ରହିଛି। ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏଥିପାଇଁ ଯେଉଁ ପାଞ୍ଚଟି କାରଣ ଦର୍ଶାଇଛନ୍ତି ସେଗୁଡ଼ିକ ମଧ୍ୟ ଉପଯୁକ୍ତ କାରକ ବୋଲି ବାଲ୍ୟବିବାହର ହଟସ୍ପଟ୍‌ ଜିଲ୍ଲାଗୁଡ଼ିକରେ ଅନୁଧ୍ୟାନରୁ ଜଣାପଡ଼ିଛି। ଉକ୍ତ କାରଣଗୁଡ଼ିକ ହେଉଛି- ସମାଜିକ ପ୍ରଥା ଓ ପାରମ୍ପରିକ ଧାରଣା, ଲିଙ୍ଗଭିତ୍ତିକ ବିଷମତା, ଦାରିଦ୍ର୍ୟ, ସାମାଜିକ ଅସୁରକ୍ଷା ଏବଂ କିଶୋରୀମାନଙ୍କ ଶିକ୍ଷାର ଅଭାବ।

ସେହିପରି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ମରୁଡ଼ି ସମୟରେ ଦେଶାନ୍ତର ବା ମାଇଗ୍ରେସନ୍‌ ବଢ଼ିଥାଏ। ଏହି ସମୟରେ ପିଲାମାନଙ୍କ ପାଠପଢ଼ାରେ ପ୍ରତିବନ୍ଧକ ଆସିଥାଏ। ଡ୍ରପଆଉଟ୍‌ ସଂଖ୍ୟା ବୃଦ୍ଧି ପାଏ। ଅଭିଭାବକମାନେ କିଶୋରୀ ବାଳିକାଙ୍କୁ ଶୀଘ୍ର ବିବାହ କରାଇ ବାହାରକୁ ଚାଲିଆଯାଆନ୍ତି। ଏହାସହ ଅନେକ ସମୟରେ କିଶୋରୀମାନେ ପଡେ଼ାଶୀ ଯୁବକଙ୍କ ପ୍ରତି ଆକର୍ଷିତ ହୋଇ ସମ୍ପର୍କ ସ୍ଥାପନ କରନ୍ତି ଏବଂ ପରିବାର ଲୋକ ବିବାହ କରାଇଥା’ନ୍ତି। ଏନେଇ ଆକ୍ସଏଡର ଜାତୀୟ ପ୍ରକଳ୍ପ ମୁଖ୍ୟ ଘାସିରାମ ପଣ୍ଡା କହିଛନ୍ତି, ଆର୍ଥିିକ ଦୁଃସ୍ଥିତି ହିଁ ବାଲ୍ୟବିବାହର ବଡ଼ କାରଣ। ବାଲ୍ୟବିବାହକୁ ନ୍ୟାୟସଙ୍ଗତ ପ୍ରମାଣ କରିବାକୁ ଥିବା ଅନେକ ଯୁକ୍ତି ଆଜିକା ସମୟରେ ପ୍ରଚଳିତ ରହିଛି। ପୁୁଣି ନିର୍ଭୟା କି ଅଭୟା ଭଳି ମାମଲା ଯୋଗୁଁ ଝିଅ ପିତାମାତାମାନେ ସମ୍ବେଦନଶୀଳ ହୋଇପଡ଼ୁଛନ୍ତି। ଝିଅକୁ ଘରର ସମ୍ମାନ ବିବେଚନା କରି ଯେତେଶୀଘ୍ର ସମ୍ଭବ ଝିଅ ବିଦା କରିଦେବାକୁ କର୍ତ୍ତବ୍ୟ ବୋଲି ଭାବି ନିଅନ୍ତି। ଝିଅ କଲେଜ ପଢ଼ି ଗଲେ କାଳେ ଅନ୍ୟ ଜାତି ପୁଅ ସହ କୁଆଡେ଼ ଚାଲିଯିବ, ସେଥିପାଇଁ ମଧ୍ୟ ବାଲ୍ୟବିବାହ ଏବେ ବି ଅସ୍ତିତ୍ୱରେ ରହିଛି। କିନ୍ତୁ ଦେଶ ହେଉ କିମ୍ବା ରାଜ୍ୟ ବାଲ୍ୟବିବାହର ସବୁଠାରୁ ବଡ଼ କାରଣ ହେଉଛି ପରିବାରର ଆର୍ଥିକ ଦୁଃସ୍ଥିତି। ତେବେ ପଡେ଼ାଶୀ ରାଜ୍ୟ ଝାଡ଼ଖଣ୍ଡ, ବିହାର, ଛତିଶଗଡ଼ ତୁଳନାରେ ଓଡ଼ିଶାରେ ବାଲ୍ୟ ବିବାହ କମ୍‌ ହେଉଥିବା ଜଣାପଡ଼ିଛି।

ଭୁକ୍ତଭୋଗୀଙ୍କ ବାଲ୍ୟ ବିବାହ ରୋକିବାରେ ସଫଳତା
୨ବର୍ଷକରେ ରୋକିଲେଣି ୧୫ଟି ବାଲ୍ୟ ବିବାହ
ବାହାଘର ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ବନ୍ଧୁବାନ୍ଧବଙ୍କ ଠାରୁ ଆରମ୍ଭ କରି ସମ୍ପର୍କୀୟଙ୍କ ଘରେ ପହଞ୍ଚି ସାରିଥିଲା ବାହାଘରର ନିମନ୍ତ୍ରଣ କାର୍ଡ। ରାତି ପାହିଲେ ବର ଆସିବ ଆଉ ହାତ ଗଣ୍ଠି ପଡ଼ିବ, ଏହି ସ୍ୱପ୍ନ ସାରା ଝିଅର ପରିବାରଙ୍କ ମନରେ ଖୁସିର ମାହୋଲ ସୃଷ୍ଟି ହୋଇଥିବା ବେଳେ ଏଥିପାଇଁ ପ୍ରସ୍ତୁତ ନଥିଲା କନିଆଁ। କାରଣ ସେ ବାଲ୍ୟବିବାହ କରିବାକୁ ଚାହୁଁ ନଥିବା ସହ ପାଠ ପଢ଼ି ଆଇଏଏସ୍‌ ହେବାର ସ୍ୱପ୍ନ ଦେଖୁଥିଲା। କିନ୍ତୁ ପରିବାର ଆଗରେ ଏହାକୁ ବିରୋଧ କରିବାର ସାହସ ଜୁଟାଇ ପାରି ନଥିଲା। ତେବେ ବାଲ୍ୟବିବାହ ଓ ବାଲ୍ୟବିବାହ କରାଉଥିବା ପରିବାର ମଧ୍ୟରେ ପ୍ରତିବନ୍ଧକ ପାଲଟିଥିଲେ ଆଶା। ସେ କେବଳ ବାନ୍ଧବୀଙ୍କୁ ନୁହେଁ, ବରଂ ନିଜକୁ ମଧ୍ୟ ବାଲ୍ୟବିବାହରୁ ମୁଳାଇବାରେ ସଫଳ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ସାହସପୁର ଗାଁର ଏହି ସାହସୀ ଝିଅ ଆଶା ସାହୁ। ଏଥିପାଇଁ ତାଙ୍କୁ ପରିବାର ସହ ସଂଘର୍ଷ କରିବାକୁ ପଡ଼ିଥିଲା। ପରିବାରଠାରୁ ଆରମ୍ଭ କରି ସାହିପଡ଼ିଶାଙ୍କ କଟୁକଥା ସାଙ୍ଗକୁ ସମ୍ପର୍କୀୟଙ୍କ ଦୁର୍ବ୍ୟବହାର ତାଙ୍କୁ ଲକ୍ଷ୍ୟଚ୍ୟୁତ କରିପାରି ନ ଥିଲା। ଏବେ ପ୍ରଶାସନିକ ଅଧିକାରୀ ହେବାର ପ୍ରୟାସ କରୁଛନ୍ତି ଆଶା। ଏହାସହ ବାଲ୍ୟବିବାହ ଦ୍ୱାରା ଜଣେ କିଶୋରୀ କିଭଳି ମାନସିକ ଓ ଶାରିରୀକ ସ୍ତରରେ ସମସ୍ୟାର ସମ୍ମୁଖୀନ ହୋଇଥାଏ ସେ ବିଷୟରେ ସଚେତନ କରୁଛନ୍ତି। ଏହାସହ ଅଙ୍ଗନାବାଡ଼ି କେନ୍ଦ୍ରରେ ଆୟୋଜିତ ହେଉଥିବା ‘ଅଦ୍ୱିକା’ କାର୍ଯ୍ୟକ୍ରମରେ ସାମିଲ ହୋଇ କିଶୋର ଯୁବକ ଯୁବତୀଙ୍କୁ ସଚେତନ କରୁଛନ୍ତି। ଆଶା ଏ ଯାଏଁ ନିଜ ଅଞ୍ଚଳରେ ୧୫ରୁ ଅଧିକ ବାଲ୍ୟବିବାହ ରୋକିବାରେ ସଫଳ ହୋଇଛନ୍ତି। ତାଙ୍କଠାରୁ ଅନୁପ୍ରାଣିତ ହୋଇ ଆଖପାଖ ଅଞ୍ଚଳରେ ବାଲ୍ୟବିବାହ ପରିବର୍ତ୍ତେ ପାଠପଢ଼ିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ସ୍ଥାନୀୟ ଯୁବତୀ। ତାଙ୍କର ଏହି ସାହସ ଓ ସଚେତନତା ପାଇଁ ତାଙ୍କୁ ପୁରସ୍କୃତ ମଧ୍ୟ କରାଯାଇଛି। ନିଜ ଜୀବନରେ ସାମ୍ନା କରିଥିବା ପରିସ୍ଥିତି ଅନ୍ୟ କେଉଁ କିଶୋରୀ ଯୁବତୀଙ୍କୁ ସାମ୍ନା ନକରିବାକୁ ସେ ଅଞ୍ଚଳର ବିଭିନ୍ନ ସ୍ଥାନରେ ବାଲ୍ୟବିବାହ ସୂଚନା ପାଇବା ମାତ୍ରେ ସେଠାରେ ପରିବାର ଲୋକଙ୍କୁ ବୁଝାଇଥା’ନ୍ତି। ତେବେ ଅନେକ କିଶୋରୀ ବାଳିକାଙ୍କ ବାଲ୍ୟବିବାହ ରୋକିବାକୁ ଯାଇ ନିଜେ ସମସ୍ୟାରେ ପଡ଼ିବା ସହ ଅନେକ ତାଙ୍କୁ ଶତ୍ରୁ ଭାବିବା ସହ କଟୁକଥା କହି ଗାଳି ଗୁଲଜ ବି କରନ୍ତି। ତଥାପି ସେ ପଛକୁ ଫେରି ନାହାନ୍ତି। କାରଣ ଗୋଟେ ପରିବାରୁ ଜଣେ ନାରୀ ଯଦି ଶିକ୍ଷିତ ହୁଏ ତେବେ ପରିବାର, ସମାଜ ଓ ରାଷ୍ଟ୍ର ଶିକ୍ଷିତ ହୋଇପାରିବ ବୋଲି ଆଶା କହିଛନ୍ତି।

ବାଲ୍ୟ ବିବାହ ରୋକିବାକୁ ଓଡ଼ିଶା ସରକାରଙ୍କ ଲକ୍ଷ୍ୟ ଓ କାର୍ଯ୍ୟକ୍ରମ:
୨୦୩୦ ସୁଦ୍ଧା ଓଡ଼ିଶାକୁ ‘ବାଲ୍ୟ ବିବାହ ମୁକ୍ତ ରାଜ୍ୟ’ ଭାବେ ଗଢ଼ିତୋଳିବା ଲକ୍ଷ୍ୟରେ ସମସ୍ତ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ୨୦୧୯ ମସିହା ଅକ୍ଟୋବର ମାସରେ ‘ଷ୍ଟେଟ୍‌ ଆକ୍ସନ ପ୍ଲାନ୍‌ ଟୁ ଏଣ୍ଡ୍‌ ଚାଇଲ୍ଡ ମ୍ୟାରେଜ୍‌’ ଆରମ୍ଭ ହୋଇଥିଲା। ଏହାପରେ ୨୦୨୪ ମସିହା ସୁଦ୍ଧା ବାଲ୍ୟ ବିବାହର ହାର ଅଧାକୁ ହ୍ରାସ କରିବା ପାଇଁ ତତ୍କାଳୀନ ରାଜ୍ୟ ସରକାର ପ୍ରୟାସ କରିଥିଲେ। ବାଲ୍ୟ ବିବାହ ନିରାକରଣ ଦିଗରେ ଗାଁ ସ୍ତରରୁ ଆରମ୍ଭ କରି, ପଞ୍ଚାୟତ, ବ୍ଲକ୍‌, ଜିଲ୍ଲା, ରାଜ୍ୟସ୍ତରରେ ବିଭିନ୍ନ ପଦକ୍ଷେପ ମଧ୍ୟ ନିଆଯାଉଛି। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲାରେ ‘ନିର୍ଭୟ କଢ଼ି’, ସୁବର୍ଣ୍ଣପୁର ଜିଲ୍ଲାରେ ‘ସଂକଳ୍ପ’, କୋରାପୁଟ ଜିଲ୍ଲାରେ ‘ଅପରାଜିତା’ ଆଦି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲା। ବାଲ୍ୟବିବାହ ପଛରେ ଥିବା ମୂଳକାରଣ ଚିହ୍ନଟ କରି ତାହାର ନିରାକରଣ କରିବା ଏହିସବୁ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା। ଏତଦ୍‌ବ୍ୟତୀତ ଅନେକ ସଚେତନତା କାର୍ଯ୍ୟକ୍ରମ ବା ‘ପ୍ରିଭେଣ୍ଟିଭ୍‌ ଆକକ୍ଟିଭିଟିଜ୍‌’ ମଧ୍ୟ ହାତକୁ ନିଆଯାଇଥିଲା। ବାଲ୍ୟବିବାହକୁ ଏକ ଅପରାଧ ରୂପେ ପରିଗଣିତ କରି ଦଣ୍ଡବିଧାନ ଦ୍ୱାରା ଏହାକୁ ନିରୁତ୍ସାହିତ କରିବା ପାଇଁ ରାଜ୍ୟରେ ‘ବାଲ୍ୟ ବିବାହ ନିଷେଧ ଆଇନ’ ମଧ୍ୟ ପ୍ରଣୟନ ହୋଇଛି। ଏହି ଆଇନ ଅନୁଯାୟୀ, ଜିଲ୍ଲାପାଳମାନଙ୍କୁ ନୋଡାଲ ଅଫିସର ଭାବେ ସ୍ୱୀକୃତ କରାଯାଇଛି। ସେମାନେ ବାଲ୍ୟ ବିବାହ ନିରାକରଣ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇ ତାହାକୁ କାର୍ଯ୍ୟକାରୀ କରିପାରିବେ। ‘ଅଦ୍ୱିକା’ ମାଧ୍ୟମରେ କିଶୋରୀମାନଙ୍କୁ ସଶକ୍ତ କରିବା ପାଇଁ ଗତ ୨ବର୍ଷରେ ୧୨କୋଟି ୪୯ଲକ୍ଷ ୯୯ହଜାର ୨୫୫ ଟଙ୍କା ଖର୍ଚ୍ଚ ହୋଇଛି। ୨୦୨୩-୨୪ବର୍ଷରେ ୩,୯୭,୫୩୧୦୦ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨୦୨୪-୨୫ ବର୍ଷରେ ୮କୋଟି ୫୨ଲକ୍ଷ ୪୬ହଜାର ୧୫୫ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ରହିଛି।

ଆଇନ ବ୍ୟବସ୍ଥା:
ବାଲ୍ୟ ବିବାହକୁ ନିରୁତ୍ସାହିତ କରିବା ପାଇଁ ଓଡ଼ିଶାରେ ‘ବାଲ୍ୟ ବିବାହ ଅଧିନିୟମ-୨୦୦୬’ ପ୍ରଣୟନ ହୋଇଛି। ଓଡ଼ିଶାରେ ୨୦୦୯ରେ ରାଜ୍ୟ ସରକାର ଏକ ନିୟମାବଳୀ ପ୍ରଣୟନ କରିଥିବା ବେଳେ ଏହାକୁ ୨୦୧୯ରେ ‘ଓଡ଼ିଶା ରାଜ୍ୟ ବାଲ୍ୟ ବିବାହ ସଂଶୋଧିତ ନିୟମାବଳୀ’ କରାଗଲା। ପଞ୍ଚାୟତ ସ୍ତରରେ ଟାକ୍ସ ଫୋର୍ସ କମିଟି ମାଧ୍ୟମରେ ତ୍ରୈମାସିକ ସମୀକ୍ଷା ବୈଠକ, ଅଙ୍ଗନବାଡ଼ି କେନ୍ଦ୍ରରେ ସଚେତନତା କାର୍ଯ୍ୟକ୍ରମ, ପ୍ରତି ତିନିମାସରେ ବ୍ଲକ, ଗ୍ରାମ ପଞ୍ଚାୟତରେ ସଭାର ଆୟୋଜନ, ଏଥିପାଇଁ ପୁଲିସର ସହାୟତା ନିଆଯିବା ସହ ଅକ୍ଷୟ ତୃତୀୟାରେ ବାଲ୍ୟ ବିବାହ ବିରୋଧରେ ଜନସଚେତନତା ସୃଷ୍ଟି ଆଦି କାର୍ଯ୍ୟକ୍ରମ ଏହି ଆଇନ ବଳରେ ନେବା ପାଇଁ ନୀତି ନିର୍ଦ୍ଧାରଣ କରାଯାଇଛି। ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ), ପଞ୍ଚାୟତ ନିର୍ବାହୀ ଅଧିକାରୀ, ଆବାସିକ ଛାତ୍ରୀନିବାସର ୱାଡେନ୍ସ ବା ମାଟ୍ରୋନ୍‌ମାନଙ୍କୁ ବାଲ୍ୟ ବିବାହ ନିଷେଧ ଅଧିକାରୀ(ସିଏମପିଓ) ଭାବରେ ସୂଚୀତ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ଶିକ୍ଷାନୁଷ୍ଠାନର ସମସ୍ତ ଅଧ୍ୟକ୍ଷ ଓ ପ୍ରଧାନ ଶିକ୍ଷକମାନଙ୍କୁ ବାଲ୍ୟ ବିବାହ ସୂଚନା ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେହିପରି ପ୍ରତି ୬ମାସରେ ବାଲ୍ୟ ବିବାହ ରୋକିବା ପାଇଁ ରାଜ୍ୟସ୍ତରରେ ପିସିଏମଏ କମିଟି ବୈଠକ କରାଯିବାର ବ୍ୟବସ୍ଥା ରହିଛି।

ସୁପ୍ରିମକୋର୍ଟଙ୍କ ରାୟ:
ବାଲ୍ୟବିବାହ ସୂଚନା ମିଳିଲେ ଗ୍ରାମଞ୍ଚଳରୁ ଆରମ୍ଭ କରି ପଞ୍ଚାୟତ, ଜିଲ୍ଲା ଏବଂ ରାଜ୍ୟସ୍ତରରେ ସରକାରଙ୍କ ନିକଟରେ ସରପଞ୍ଚ, ବିଦ୍ୟାଳୟର ପ୍ରଧାନଶିକ୍ଷକ, ପୁଲିସ, ସିଏମ୍‌ପିଓ(ଚାଇଲଡ ମ୍ୟାରେଜ୍‌ ପ୍ରୋହିବିସନ୍‌ ଅଫିସର-ବାଲ୍ୟବିବାହ ସୁରକ୍ଷା ଅଧିକାରୀ), ଜିଲ୍ଲାପାଳ ପ୍ରମୁଖ ଉତ୍ତରଦାୟୀ ରହିବେ ବୋଲି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ସୁପ୍ରିମକୋର୍ଟ। ଚାଇଲ୍ଡ ମ୍ୟାରେଜ ଫ୍ରି ଇଣ୍ଡିଆ(ସିଏମ୍‌ଏଫ୍‌ଆଇ) ମିଳିତ ସହଯୋଗୀ ସୋସାଇଟି ଫର୍‌ ଏନଲାଇଟମେଣ୍ଟ ଆଣ୍ଡ୍‌ ଭଲ୍ୟୁଣ୍ଟାରୀ ଆକ୍ସନ (ସେବା)ର ପ୍ରତିଷ୍ଠାତ୍ରୀ ଅଳକା ସାହୁ, କାର୍ଯ୍ୟକର୍ତ୍ତା ନିର୍ମଲ ଗୋରାନାଙ୍କ ଦ୍ୱାରା ୨୦୧୭ ମସିହାରେ ଦାଖଲ ହୋଇଥିବା ଏକ ଆବେଦନକୁ ଶୁଣିବା ପରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେବା ସହିତ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ, ସାଧାରଣ ଲୋକଙ୍କ ସମେତ ଛାତ୍ରଛାତ୍ରୀଙ୍କ ଅବଗତି ନିମନ୍ତେ ବିଦ୍ୟାଳୟସ୍ତରରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପାଠ୍ୟ ପୁସ୍ତକରେ ‘ବାଲ୍ୟ ବିବାହ ମୁକ୍ତ ଭାରତ’ ଉପରେ ଏକ ସ୍ୱତନ୍ତ୍ର ବିଷୟ ରହିବ। ପଞ୍ଚାୟତରେ ଯଦି ବାଲ୍ୟବିବାହ ହୁଏ ତେବେ ଏଥିପାଇଁ ପ୍ରଥମେ ସରପଞ୍ଚ ଦାୟୀ ରହିବେ। ସେହିପରି ଅଧାରୁ ପାଠପଢ଼ା ଛାଡ଼ୁଥିବା ଛାତ୍ରୀଙ୍କର ସବିଶେଷ ତଥ୍ୟ ଏବଂ ଏହାର କାରଣ ବିଷୟରେ ଜଣାଇବା ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉତ୍ତରଦାୟୀ ରହିବେ। ଯେଉଁ ଅଭିଭାବକମାନେ ଆର୍ଥିକ ପରିସ୍ଥିତିରେ ପଡ଼ି ବାଲ୍ୟବିବାହ କରାଇବାକୁ ବାଧ୍ୟ ହେଉଛନ୍ତି ସେମାନଙ୍କ ପାଇଁ ଭାରତ ସରକାର ଏକ ସ୍ୱତନ୍ତ୍ର ପାଣ୍ଠି ବ୍ୟବସ୍ଥା କରିବେ ବୋଲି ଉକ୍ତ ନିର୍ଦ୍ଦେଶାବଳୀରେ ଦର୍ଶାଯାଇଛି। ଯଦି ଏହି ନିୟମକୁ ଉଲଙ୍ଘନ କରାଯିବ ତେବେ ପଞ୍ଚାୟତସ୍ତରରୁ ରାଜ୍ୟସ୍ତରରେ ଉତ୍ତରଦାୟୀ ରହିଥିବା ପ୍ରତ୍ୟେକଙ୍କୁ କଠୋର ଦଣ୍ଡବିଧାନର ବ୍ୟବସ୍ଥା କରାଯିବ। ବାଲ୍ୟବିବାହକୁ ସମ୍ପୂର୍ଣ୍ଣ ଭାବେ ରୋକିବାକୁ ବାଲ୍ୟବିବାହ ନିରୋଧ ଆଇନ-୨୦୦୬ ଅଧୀନରେ ସମ୍ଭବ ହେଉନାହିଁ। ତେଣୁ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରା ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶାବଳୀ ନିଶ୍ଚିତ ଭାବରେ ୨୦୩୦ ସୁଦ୍ଧା ବାଲ୍ୟ ବିବାହର ଅନ୍ତ ଘଟାଇବ ବୋଲି ଆଶା ରହିଛି।

ଗବେଷଣାର ନିଷ୍କର୍ଷ ଓ ପରାମର୍ଶ: ସରକାର ଯେଉଁ ଯୋଜନା ବା କାର୍ଯ୍ୟକ୍ରମମାନ ଆୟୋଜିତ କରିବାକୁ ମୋଟାଅଙ୍କର ଅର୍ଥ ଖର୍ଚ୍ଚ କରୁଛନ୍ତି ସେଗୁଡ଼ିକ କେଉଁ ଜିଲ୍ଲାରେ କେତେ ପରିମାଣରେ କାର୍ଯ୍ୟକାରୀ ହେଉଛି ତାହାର ସମୀକ୍ଷା କିମ୍ବା ପୁନଃଯୋଜନା ହେଉନଥିବା ଜଣାପଡ଼ିଛି। ନିରକ୍ଷରତା ଯୋଗୁଁ ତୃଣମୂଳସ୍ତରରେ ସରକାରୀ ଯୋଜନାର ବାର୍ତ୍ତା ଠିକ୍‌ ଭାବେ ପହଞ୍ଚିପାରୁ ନାହିଁ। ଉପଯୁକ୍ତ ଶିକ୍ଷା ଓ ସଚେତନତାର ଅଭାବ ଯୋଗୁଁ ନାବାଳିକାମାନେ ବୈବାହିକ ସମ୍ପର୍କକୁ ଜୀବନର ଚରମଲକ୍ଷ୍ୟ ଭାବେ ଗ୍ରହଣ କରି ନେଉଛନ୍ତି। ଅନେକ କ୍ଷେତ୍ରରେ ସଚେତନ ନାବାଳିକାମାନେ ମଧ୍ୟ ଆମ ପୁରୁଷ ପ୍ରାଧାନ୍ୟ ସମାଜରେ ସ୍ୱର ଉତ୍ତୋଳନ କରିପାରୁନାହାନ୍ତି। ଆଉ କେତେକ ଘଟଣାରେ ପରିବାରର ଆର୍ଥିକ ଦୁରବସ୍ଥା ଓ ସାମାଜିକ ରୀତିନୀତି, ଚଳଣି, ପରମ୍ପରା, ସଂସ୍କୃତି ମଧ୍ୟ ବାଲ୍ୟ ବିବାହକୁ ପ୍ରୋତ୍ସାହିତ କରୁଛି ଏବଂ ନାବାଳିକାମାନେ ଅନିଚ୍ଛା ସତ୍ତେ୍ୱ ଏପରି ଅଲିଖିତ ବ୍ୟବସ୍ଥାକୁ ଆବୋରି ନେଉଛନ୍ତି। ବିଶେଷକରି ପରିବାରର ଆର୍ଥିକ ସଙ୍କଟ ବାଲ୍ୟବିବାହର ଏକ ପ୍ରମୁଖ କାରଣ ବୋଲି ଜଣାପଡ଼ିଛି। ତେବେ ସରକାରୀ କାର୍ଯ୍ୟକ୍ରମର ସଫଳତା ଓ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାକୁ ହେଲେ କେତେକ ପ୍ରଭାବଶାଳୀ ପଦକ୍ଷେପ ଉଭୟ ଶାସନ ଓ ପ୍ରଶାସନ ସ୍ତରରେ ନେବାକୁ ପଡ଼ିବ। ରେକର୍ଡଭୁକ୍ତ ହେଉଥିବା ବାଲ୍ୟବିବାହ ଘଟଣାର ଅଭିଭାବକ ଓ ପୀଡ଼ିତାଙ୍କୁ ନୋଡାଲ୍‌ ଅଧିକାରୀମାନେ ପ୍ରତ୍ୟକ୍ଷ ସାକ୍ଷାତ କରି ରେକର୍ଡରେ ଲେଖାଥିବା କାରଣ ଓ ପ୍ରତ୍ୟକ୍ଷ ଅନୁଭବକୁ ତର୍ଜମା କରିବା ଆବଶ୍ୟକ। ସେଥିମଧ୍ୟରୁ ଏକାଭଳି କାରଣଗୁଡ଼ିକ ସମ୍ପର୍କରେ ରାଜ୍ୟର ସରକାରୀସ୍ତରରେ ନୀତି ନିର୍ଦ୍ଧାରକମାନଙ୍କ ପାଖକୁ ସମାଧାନ ସୁପାରିସ ସହିତ ପଠାଯିବା ଆବଶ୍ୟକ। କର୍ତ୍ତବ୍ୟ ପାଳନ ଓ ଦାୟିତ୍ୱ ନିର୍ବାହରେ ଯେଉଁମାନେ ଖିଲାପ କରୁଛନ୍ତି ସେମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ତାଗିଦ୍‌, ଦ୍ୱିତୀୟ ପର୍ଯ୍ୟାୟରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଏବଂ ଶେଷପର୍ଯ୍ୟାୟରେ କଠୋର ଦଣ୍ଡବିଧାନ କରାଯିବା ଜରୁରୀ। ଏହା ହୋଇପାରିଲେ ୨୦୩୦ ସୁଦ୍ଧା ରାଜ୍ୟକୁ ବାଲ୍ୟବିବାହମୁକ୍ତ ଗଠନ ଲକ୍ଷ୍ୟ ସଫଳ ହୋଇପାରିବ।

ଓଡିଶାରେ ବଢ଼ୁଛି କିଶୋରୀ ମାତୃତ୍ୱ ସଂଖ୍ୟା: ବାଲ୍ୟବିବାହ, ଶିକ୍ଷାର ଅଭାବ ମୁଖ୍ୟ କାରଣ
ଭୁବନେଶ୍ୱର,(ସୁମିତ୍ରା ସାହୁ): ରାଜ୍ୟରେ କିଶୋରୀ ମାତୃତ୍ୱ କେବଳ ଏକ ପାରିବାରିକ ଓ ସାମାଜିକ ସମସ୍ୟା ନୁହେଁ, ଏଥିସହିତ ଯୋଡ଼ିହୋଇଛି ଜାତୀୟ ସ୍ୱାସ୍ଥ୍ୟ କଲ୍ୟାଣ ଓ ବିକାଶର ଚିତ୍ର। କିଶୋରୀ ମାତୃତ୍ୱର ମୁଖ୍ୟକାରଣ ବାଲ୍ୟବିବାହ ହୋଇଥିବା ବେଳେ ଶିକ୍ଷା ପାଇଁ ସୁଯୋଗ ଅଭାବ, ସାମାଜିକ ପ୍ରଥା, ଧାର୍ମିକ ରୀତିନୀତି, କନ୍ୟାସନ୍ତାନଙ୍କ ସୁରକ୍ଷା ଚିନ୍ତା, ବିବାହ ବେଳେ ଯୌତୁକ ବୋଝ, ପରିବାରରେ ନୈତିକତାର ଅଭାବ, ଅଣସମ୍ବେଦନଶୀଳ ପ୍ରଶାସନିକ ବ୍ୟବସ୍ଥା ଆଦି କାରଣରୁ କିଶୋରୀମାନଙ୍କ ମାତୃତ୍ୱ ହାର ବୃଦ୍ଧି ପାଉଛି। ସେହିପରି ଅଧିକାଂଶ କ୍ଷେତ୍ରରେ ସେମାନଙ୍କ ନିକଟରେ ଆଇନଗତ ସୂଚନା ପହଞ୍ଚିପାରୁ ନାହିଁ। ଏହାସହିତ କିଶୋର କିଶୋରୀଙ୍କ ଶାରୀରିକ ଓ ମାନସିକ ପରିବର୍ତ୍ତନ ବେଳେ ଯେଉଁ ମାର୍ଗଦର୍ଶନ ଆବଶ୍ୟକ ତାହା ସେମାନଙ୍କୁ ମିଳିପାରୁ ନାହିଁ। ଫଳରେ ସେମାନେ ବିନା ଦ୍ୱିଧାରେ ସମ୍ପର୍କ ସ୍ଥାପନ କରି ମାତୃତ୍ୱ ଲାଭ କରିଥା’ନ୍ତି। ଅନେକ ସମୟରେ ସେମାନେ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବାକୁ ମଧ୍ୟ ଭୟ କରନ୍ତି। ତେଣୁ ସଚେତନତା ଅଭାବରୁ ଏହିଭଳି ସମସ୍ୟା ବୃଦ୍ଧି ପାଉଥିବା ଅନୁଧ୍ୟାନରୁ ଜଣାପଡ଼ିଛି।

କିଶୋରୀ ବାଳିକାମାନଙ୍କ ମାତୃତ୍ୱ ହାର ରୋକିବାକୁ ସରକାର ବିଭିନ୍ନ ଆଇନ ଓ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ଆଇନ ତା’ ବାଟରେ ରହିଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କିଶୋରୀ ମାତୃତ୍ୱ ହାର ବଢ଼ିବାରେ ଲାଗିଛି। ଓଡ଼ିଶା ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ବାର୍ଷିକ ରିପୋର୍ଟ ଅନୁସାରେ, ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟରେ କିଶୋରୀ ମାତୃତ୍ୱ ସଂଖ୍ୟା ୨୪,୩୫୫ ରହିଥିବା ବେଳେ ୨୦୨୨-୨୩ରେ ୨୩, ୪୮୫ ରହିଥିଲା। ସେହିପରି ୨୦୨୩-୨୪ ବର୍ଷରେ ଏହି ସଂଖ୍ୟା ପୁନର୍ବାର ବୃଦ୍ଧି ଘଟି ୩୧,୬୦୫ରେ ପହଞ୍ଚିଥିଲା। ୨୦୨୧-୨୨ ମସିହାରେ ମୟୂରଭଞ୍ଜ ଜିଲ୍ଲାରେ କିଶୋରୀ ମାତୃତ୍ୱ ସଂଖ୍ୟା ସର୍ବାଧିକ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ସୁନ୍ଦରଗଡ଼, ତୃତୀୟ ସ୍ଥାନରେ ନବରଙ୍ଗପୁର ଓ ଚତୁର୍ଥ ସ୍ଥାନରେ ଗଞ୍ଜାମ ଜିଲ୍ଲା ରହିଥିଲା। ୨୦୨୨-୨୩ ମସିହାରେ ମଧ୍ୟ ମୟୂରଭଞ୍ଜ ଜିଲ୍ଲା ଏହି ତାଲିକାରେ ପ୍ରଥମରେ ରହିଥିବା ସହ କେନ୍ଦୁଝର ଜିଲ୍ଲା ଦ୍ୱିତୀୟ, ତୃତୀୟରେ ସୁନ୍ଦରଗଡ଼ ଓ ଚତୁର୍ଥରେ କୋରାପୁଟ ଜିଲ୍ଲା ରହିଥିଲା। ୨୦୨୩-୨୪ ମସିହାରେ ଗଞ୍ଜାମ ଜିଲ୍ଲାରେ କିଶୋରୀ ମାତୃତ୍ୱ ସଂଖ୍ୟା ସର୍ବାଧିକ ରହିଥିବା ବେଳେ ତାଲିକାର ଦ୍ୱିତୀୟରେ କେନ୍ଦୁଝର ଓ ତୃତୀୟରେ ଗଞ୍ଜାମ ରହିଥିଲା। (ଦ୍ରଷ୍ଟବ୍ୟ- ସାରଣୀ-୧)

ସେହିପରି ଏନ୍‌ଏଫଏଚ୍‌ଏସ୍‌-୫(୨୦୨୦-୨୧) ରିପୋର୍ଟ ଅନୁସାରେ, ଏନ୍‌ଏଫଏଚ୍‌ଏସ୍‌-୪(୨୦୧୫-୧୬) ତୁଳନାରେ କିଶୋରୀ ମାତୃତ୍ୱ ବୃଦ୍ଧି ପାଇଥିବା ଦର୍ଶାଯାଇଛି। ୧୫ରୁ ୧୯ ବର୍ଷ ବୟସ ମଧ୍ୟରେ ରାଜ୍ୟର ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ କିଶୋରୀ ମାତୃତ୍ୱ ଲାଭ କରିଛନ୍ତି। ୨୦୧୫-୧୬ରେ ୧୬.୧ ପ୍ରତିଶତ ରହିଥିବା ବେଳେ ୨୦୨୦-୨୧ରେ ତାହା ୧୭.୨ ପ୍ରତିଶତକୁ ବୃଦ୍ଧି ପାଇଛି। ନୟାଗଡ଼ରେ ୧୦ ପ୍ରତିଶତରୁ ୧୫.୨ କୃ ବୃଦ୍ଧି ହୋଇଥିବା ବେଳେ ମାଲକାନଗିରିରେ ୧୧.୭ ପ୍ରତିଶତରୁ ବୃଦ୍ଧି ପାଇ ୧୩.୮ ପ୍ରତିଶତରେ ପହଞ୍ଚିଛି। ସେହିପରି କେନ୍ଦୁଝରରେ ୧୨.୨ ପ୍ରତିଶତରୁ ୧୫, ବୌଦ୍ଧରେ ୮.୨ ପ୍ରତିଶତରୁ ୧୩.୭ ପ୍ରତିଶତରେ ପହଞ୍ଚିଛି। ଏହାସହ କୋରାପୁଟ, ବାଲେଶ୍ୱର, ରାୟଗଡ଼ା, ନବରଙ୍ଗପୁର, ଢେ଼ଙ୍କାନାଳ, କେନ୍ଦ୍ରାପଡ଼ା ଆଦି ଜିଲ୍ଲା ଗୁଡ଼ିକରେ ମଧ୍ୟ ଉପରମୁହାଁ ହୋଇଛି କିଶୋରୀ ମାତୃତ୍ୱ ହାର।

କିଶୋରୀ ମାତୃତ୍ୱର ପ୍ରମୁଖ କାରଣ:
- ରାଜ୍ୟରେ କିଶୋରୀ ମାତୃତ୍ୱର ପ୍ରଥମ କାରଣ ବାଲ୍ୟବିବାହ। ଅନେକ ସମୟରେ ପରିବାରର ସହମତିରେ ବାଲ୍ୟ ବିବାହ କରାଯାଉଥିବା ବେଳେ ପାରିବାରିକ ଚାପରେ କିଶୋରୀ ମାତୃତ୍ୱ ଲାଭ କରିବାକୁ ବାଧ୍ୟ ହୋଇଥାଏ। ଏଭଳି ଘଟଣା ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ୍‌ ଅନ୍ତର୍ଗତ ଶିମିଳିପାଳ ଅଭୟାରଣ୍ୟର ପାର୍ଶ୍ୱବର୍ତ୍ତୀ କୁଚିଲାଘାଟି ଗ୍ରାମର ୧୫ବର୍ଷିୟ ସୁକାନ୍ତି(ଛଦ୍ମନାମ)ଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥିଲା। ୨୦୨୦ ମସିହାରେ କରୋନା ମହାମାରୀରେ ଅନେକ ପରିବାର ଆର୍ଥିକ ଭାର କମାଇବାକୁ ନିଜ କିଶୋରୀ ଝିଅକୁ ବିବାହ ଦେବାକୁ ଆରମ୍ଭ କଲେ। ସୁକାନ୍ତିଙ୍କୁ ମାତ୍ର ଦୁଇବର୍ଷ ହୋଇଥିବା ବେଳେ ତାଙ୍କ ବାପା ଆରପାରିକୁ ଚାଲିଯାଇଥିଲେ।  ମା’ ସାବିତ୍ରୀ(ଛଦ୍ମନାମ) ଜଙ୍ଗଲରୁ ଉତ୍ପାଦ ସଂଗ୍ରହ କରି ସ୍ଥାନୀୟ ବଜାରରେ ବିକ୍ରି କରି ଜୀବିକା ନିର୍ବାହ କରୁଥିଲେ। କିନ୍ତୁ କରୋନା ସମୟରେ ସୁକାନ୍ତିଙ୍କ ମା’ ଅସୁସ୍ଥ ହୋଇପଡ଼ିବାରୁ ସେ ଝିଅ ପାଇଁ ଚିନ୍ତିତ ହୋଇ ତା’ର ବିବାହ ଦେବାକୁ ସ୍ଥିର କଲେ। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କ ବିବାହ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବାରିପଦାର ନାରାୟଣ (ଛଦ୍ମନାମ)ଙ୍କ ସହ ହୋଇଥିଲା।  ବିବାହ ପରେ ସୁକାନ୍ତିଙ୍କ ପାଠପଢ଼ା ସମ୍ପୂର୍ଣ୍ଣ ବନ୍ଦ ହେବା ସହ କିଛି ମାସ ପରେ ସେ ଗର୍ଭବତୀ ହୋଇଥିଲେ। ଅପରିପକ୍ୱ ବୟସରୁ ମା’ ହେବାର ଦାୟିତ୍ୱ କିଭଳି ତୁଲାଇବ ସେ ଚିନ୍ତାରେ ସ୍ଥାନୀୟ ଅଶାକର୍ମୀଙ୍କୁ ଭେଟି ଗର୍ଭପାତ କରାଇବାକୁ ଅନୁରୋଧ କରିଥିଲା। କିନ୍ତୁ ପରିବାର ଲୋକେ ସହଯୋଗ କରିନଥିଲେ। ଶେଷରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିବା ସୁକାନ୍ତି କହିଛନ୍ତି। ସେହି ସମୟରେ ସେ ଉଭୟ ଶାରୀରିକ ଓ ମାନସିକ କ୍ଷେତ୍ରରେ ଭୟଭୀତ ହେବା ସହ ମଧ୍ୟ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସାମ୍ନା କରିଥିବା କହିଛନ୍ତି।

- ସେହିପରି ଇଚ୍ଛାମୁତାବକ ସାଥୀ ଚୟନ କରିବା ମଧ୍ୟ କିଶୋରୀ ମାତୃତ୍ୱର ଆଉ ଏକ ପ୍ରମୁଖ କାରଣ। ଘରେ ସ୍ୱୀକୃତି ନ ମିଳିବା ମଧ୍ୟ ଯେ କିଶୋରୀଙ୍କୁ ମାତୃତ୍ୱର ବୋଝ ସହିବାକୁ ପଡ଼ୁଛି ତାହାର ଏକ ଉଦାହରଣ ହେଉଛି, ଗଞ୍ଜାମ ଜିଲ୍ଲାର ସାନ୍ତାଳି ସମ୍ପ୍ର୍ରଦାୟର ରେଣୁ (ଛଦ୍ମନାମ)। ତାଙ୍କ ବାପା ସ୍ଥାନୀୟ ସହରରେ ଗାଡ଼ି ମରାମତି ମେକାନିକ୍‌ ଭାବେ କାମ କରି ପରିବାରର ୫ଜଣଙ୍କ ଦାୟିତ୍ୱ ତୁଲାଉଥିଲେ। ହେଲେ ସ୍ୱଳ୍ପ ରୋଜଗାରରେ ପରିବାର ଚଳିବା କଷ୍ଟକର ହୋଇଥିଲେ ବି ସେ ପିଲାମାନଙ୍କୁ ପଢ଼ିବାକୁ ଉତ୍ସାହିତ କରୁଥିଲେ ଏବଂ ସେମାନଙ୍କର ଶିକ୍ଷାକୁ ସମର୍ଥନ କରୁଥିଲେ। ରେଣୁ ବଡ଼ ଝିଅ ହୋଇଥିବାରୁ ପରିବାରର ଦାୟିତ୍ୱ ତୁଲାଇବାକୁ ସେ ନିଜର ଶିକ୍ଷା ସମ୍ପୂର୍ଣ୍ଣ କରି ଦୁଇ ଛୋଟ ଭାଇଭଉଣୀଙ୍କୁ ସାହାଯ୍ୟ କରିବାକୁ ଚିନ୍ତା କରିଥିଲେ। ତେବେ ସ୍କୁଲରେ ଜଣେ ଛାତ୍ରଙ୍କ ସହ ରେଣୁଙ୍କ ପ୍ରେମ ସମ୍ପର୍କ ଗଢ଼ିଉଠିଲା। ନବମ ଶ୍ରେଣୀରେ ପଢ଼ୁଥିବା ସମୟରେ ଉଭୟ ଘରୁ ଲୁଚି ଚାଲିଗଲେ। ପରେ ପୁଅର ପରିବାର ରେଣୁଙ୍କୁ ବୋହୂ ଭାବେ ଗ୍ରହଣ କଲେ ଏବଂ କିଶୋରୀ ବୟସରେ ସେ ଗର୍ଭବତୀ ହେଲେ ଏବଂ ଉଭୟଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହୋଇଥିଲା।

- ସେହିପରି ଘରେ ଏକୁଟିଆ ପରିସ୍ଥିତି ମଧ୍ୟ କିଶୋରୀଙ୍କୁ ମାତୃତ୍ୱର ବୋଝ ସହିବାକୁ ପଡେ଼ ତାହାର ଉଦାହରଣ କେନ୍ଦ୍ରାପଡ଼ା ଜିଲ୍ଲା ବଣିଆମାଳ ଗ୍ରାମରୁ ପ୍ରମାଣିତ ହୋଇଛି। ୧୭ବର୍ଷିୟ ସୋନାଲି(ଛଦ୍ମନାମ) ଶୈଶବରୁ ବାପାଙ୍କୁ ହରାଇଥିବା ବେଳେ ମା’ ସ୍ଥାନୀୟ ଅଞ୍ଚଳରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ସୋନାଲି ସ୍କୁଲ ଛୁଟି ପରେ ତାଙ୍କ ମା’ କାମରୁ ଫେରିବା ଯାଏ ଘରେ ଏକା ରୁହନ୍ତି। ଏହି ସମୟରେ ପଡେ଼ାଶୀ ଘରର ଯୁବକଙ୍କ ସହ ତାଙ୍କର ମିଳାମିଶା ଆରମ୍ଭ ହୋଇଥିଲା। କ୍ରମଶଃ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା।କିଛିଦିନ ପରେ ସୋନାଲୀ ଗର୍ଭବତୀ ଥିବା ତାଙ୍କ ମା’ଙ୍କ ଜାଣିବା ବେଳକୁ ଉକ୍ତ ଯୁବକ ରାଜ୍ୟ ବାହାରକୁ ଚାଲିଯାଇଥିଲେ। ଲୋକଲଜ୍ଜାରୁ ବର୍ତ୍ତିବା ପାଇଁ ସୋନାଲିଙ୍କୁ ନେଇ ତାଙ୍କ ମା’ ଏକ ଅଜଣା ଜାଗାକୁ ଚାଲି ଯାଇଥିଲେ। କିନ୍ତୁ ସୋନାଲିଙ୍କୁ ଡାକ୍ତରୀ ଚିକିତ୍ସା କିମ୍ବା ସ୍ଥାନୀୟ ଅଙ୍ଗନବାଡ଼ି ଆଶା ଦିଦିଙ୍କ ପରାମର୍ଶ ମିଳି ନଥିଲା। ଫଳରେ ଉଭୟ ସୋନାଲି ଓ ତାଙ୍କ ଶିଶୁଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା। ଏହାପରେ ସୋନାଲି ନିଜ ଭୁଲ ବୁଝି ପାରିଥିଲେ। ତେବେ ଛୁଆ ବଡ଼ ହେବା ପରେ ସେ ଅଧାରୁ ଛାଡ଼ିଥିବା ପାଠପଢ଼ାକୁ ପୁଣି ଆରମ୍ଭ କରିବା ସହ ଚାକିରି କରି ବିଧି ଅନୁସାରେ ବିବାହ କରିବାକୁ ଚାହୁଁଥିବା ସୋନାଲି କହିଛନ୍ତି।

ପରୋକ୍ଷରେ ପ୍ରଜନନ କ୍ଷମତା ଓ କିଶୋରୀମାନଙ୍କ ଋତୁସ୍ରାବ ପ୍ରଭାବିତ
ସ୍ୱାସ୍ଥ୍ୟ ବିଶେଷଜ୍ଞ ଡା. ଶୋଭା ମହାପାତ୍ରଙ୍କ କହିବା ଅନୁଯାୟୀ, ଜଳବାୟୁ ପରିବର୍ତ୍ତନ ଦ୍ୱାରା ପରୋକ୍ଷ ଭାବେରେ କିଶୋରୀ ମାତୃତ୍ୱ ସଂଖ୍ୟା ବୃଦ୍ଧି ପାଉଥିବା ଜଣାପଡ଼ିଛି। ପ୍ରଥମତଃ, ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନର ପ୍ରଭାବ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରତିଫଳିତ ହେଉଛି। ଅପରିପକ୍ୱ ବୟସରେ ଋତୁସ୍ରାବକୁ ସାମ୍ନା କରୁଛନ୍ତି କିଶୋରୀମାନେ। ପ୍ରକୃତିର ଏହି ଅସ୍ୱାଭାବିକତା ଯଦିଓ ସିଧାସଳଖ ମହିଳାମାନଙ୍କର ପ୍ରଜନନ କ୍ଷମତା ଓ କିଶୋରୀମାନଙ୍କ ଋତୁସ୍ରାବକୁ ପ୍ରଭାବିତ କରିନଥାଏ, କିନ୍ତୁ ପ୍ରରୋକ୍ଷ ଭାବେ ପ୍ରଭାବିତ କରୁଛି। ଋତୁସ୍ରାବ ପରେ କିଶୋରୀଟିଏ ‘ଫିମେଲ ସେକ୍ସ ହରମୋନ୍‌’ ପ୍ରଭାବବିତ ହୋଇ ଗର୍ଭଧାରଣ କରିବାର କ୍ଷମତା ପାଇଥାଏ। ଋତୁସ୍ରାବ ପରେ ଶରୀରରେ ଇଷ୍ଟ୍ରୋଜେନ୍‌ ପ୍ରବାହିତ ହୋଇଥାଏ ଏବଂ ଓଭାଲେସନ୍‌ ହୋଇଥାଏ, ଯାହା ଗର୍ଭଧାରଣରେ ସହାୟକ ହୋଇଥାଏ। କମ୍‌ ବୟସରେ କିଶୋରୀମାନେ ଋତୁସ୍ରାବର ଅନୁଭୂତି ନେଉଛନ୍ତି ତା ସହିତ ଅପରିପକ୍ୱ ଋତୁସ୍ରାବ ଓ ଅସମୟରେ ଗର୍ଭଧାରଣ ଭଳି ଘଟଣାମାନ ବଢ଼ୁଛି। ଅନେକ ସ୍ଥାନରେ ଝିଅଟିଏ ଋତୁସ୍ରାବ ହେବା ପରେ ସେ ବିବାହଯୋଗ୍ୟ ବୋଲି ବିବେଚନା କରାଯାଉଥିବାରୁ ପରିବାର ଲୋକେ ଝିଅଟିକୁ ବିବାହ କରିବାକୁ ଚିନ୍ତା କରୁଛନ୍ତି।

ସାରଣୀ-୧:

ଜିଲ୍ଲାର ନାମ

୨୦୨୧-୨୨

୨୦୨୨-୨୩

୨୦୨୩-୨୪

ଝାରସୁଗୁଡ଼ା

୯୫

୭୮

୧୮୪

ନୂଆପଡ଼ା

୧୦୨

୧୦୭

୨୪୨

କଟକ

୪୯୭

୬୧୭

୧୨୪୮

କନ୍ଧମାଳ

୩୩୮

୨୮୮

୫୭୧

ମାଲକାନଗିରି

୪୬୭

୫୦୮

୯୮୯

ଦେଓଗଡ଼

୧୦୧

୧୪୧

୨୭୩

ବଲାଙ୍ଗୀର

୪୬୪

୪୨୧

୭୮୦

ଯାଜପୁର

୩୮୭

୪୩୬

୭୯୨

ବାଲେଶ୍ୱର

୧୨୩୦

୧୦୯୫

୧୮୬୮

କଳାହାଣ୍ଡି

୫୯୭

୬୭୮

୧୧୩୮

ବୌଦ୍ଧ

୨୭୫

୨୨୬

୩୭୪

ସମ୍ବଲପୁର

୨୭୨

୨୭୧

୪୩୫

ସୋନପୁର

୨୧୩

୧୩୩

୨୧୩

ଗଜପତି

୪୨୯

୩୧୭

୪୮୬

ଭଦ୍ରକ

୫୭୬

୪୬୧

୭୦୬

ଜଗତସିଂହପୁର

୧୮୯

୧୯୯

୩୦୨

ପୁରୀ

୪୨୦

୪୨୫

୬୪୦

ବରଗଡ଼

୩୫୧

୩୦୬

୪୫୦

ଗଞ୍ଜାମ

୧୫୫୬

୧୫୦୦

୨୧୦୦

ନବରଙ୍ଗପୁର

୧୫୭୭

୧୩୫୨

୧୭୯୪

ରାୟଗଡ଼ା

୬୭୮

୬୯୨

୯୧୭

କେନ୍ଦ୍ରାପଡ଼ା

୫୨୪

୪୫୬

୬୦୨

ଢେଙ୍କାନାଳ

୧୦୧୫

୯୭୯

୧୨୬୦

କେନ୍ଦୁଝର

୨୦୧୪

୨୦୯୪

୨୬୨୯

ମୟୁରଭଞ୍ଜ

୩୪୩୮

୩୬୩୬

୪୧୧୯

ଅନୁଗୋଳ

୧୬୪୧

୧୨୯୩

୧୪୫୮

ଖୋର୍ଦ୍ଧା

୯୮୬

୯୦୬

୧୦୦୮

ସୁନ୍ଦରଗଡ଼

୧୫୧୧

୧୫୩୪

୧୬୨୯

କୋରାପୁଟ

୧୩୮୦

୧୫୨୬

୧୫୪୭

ନୟାଗଡ଼

୧୦୨୮

୮୦୯

୮୧୫

ମୋଟ୍‌

୨୪୩୩୩

୨୩୪୮୫

୩୧୬୦୫

ତେବେ ପାଠ ପଢ଼ିବା ଖେଳକୁଦ ବୟସରେ ଗର୍ଭବତୀ ହେବା ଦ୍ୱାରା ସେମାନଙ୍କ ଶାରିରୀକ ଏବଂ ମାନସିକ ସମସ୍ୟା ସୃଷ୍ଟି ହେବା ସହିତ ମାତୃ ମୃତ୍ୟୁହାର ସହ ଶିଶୁ ମୃତ୍ୟୁହାର ଏବଂ ଭିନ୍ନକ୍ଷମ ଶିଶୁ ଜନ୍ମ ହେବାର ଆଶଙ୍କା ସୃଷ୍ଟି ହେଉଛି। ବିଶେଷ କରି କିଶୋରୀମାନେ ରକ୍ତହୀନତାର ଶିକାର ହେଉଥିବା ଜଣାପଡ଼ିଛି।

ଯୁବଗୋଷ୍ଠୀଙ୍କ ମତ
ଏବାବଦରେ ଉଭୟ ମୟୁରଭଞ୍ଜ ଜିଲ୍ଲାର ଯୁବକ-ଯୁବତୀ ସହ ଆଲୋଚନା ସମୟରେ୍‌, ସେମାନେ କହିଥିଲେ ଯେ କ୍ୟାରିଅର୍‌ ବିଷୟରେ ସଚେତନତାର ଅଭାବ, ମହିଳା ସଶକ୍ତୀକରଣ ଏବଂ ଦକ୍ଷତା ତାଲିମ ବିଷୟରେ କୌଣସି ମାର୍ଗଦର୍ଶନ ମିଳୁନାହିଁ। ସଚେତନତା ଅଭାବ ଯୋଗୁଁ କିଶୋର-କିଶୋରୀମାନେ ପ୍ରାରମ୍ଭିକ ବିବାହ ଏବଂ ଗର୍ଭଧାରଣର ଚାପରେ ପଡ଼ିଯାଆନ୍ତି। ନିୟମିତ ‘ଅଦ୍ୱିକା’ କାର୍ଯ୍ୟକ୍ରମ ଆୟୋଜନ ହେଉନଥିବାରୁ ସଚେତନତାର ଅଭାବ ରହୁଛି। ସେହିପରି କିଶୋରୀ ମା’ମାନେ କହିଥିଲେ ଯେ ବିବାହ ଏବଂ ମାତୃତ୍ୱ ଲାଭ ପରେ ଯଦିଓ ସେମାନେ ନିଜର ଅଧ୍ୟୟନ ଜାରି ରଖିବାକୁ ଚାହୁଁଥିଲେ, ସାମାଜିକ କଳଙ୍କ ଯୋଗୁଁ ସେମାନଙ୍କୁ ବିଦ୍ୟାଳୟରୁ ଛାଡ଼ିବାକୁ ପଡ଼ିଥିଲା। ଏହା ସେମାନଙ୍କ ପାଇଁ ଜୀବିକା ନିର୍ବାହ କରିବାକୁ ମଧ୍ୟ କଷ୍ଟକର କରିଦେଇଛି। ଯଦି ସରକାର କିମ୍ବା ପ୍ରଶାସନ ସେମାନଙ୍କୁ ବୃତ୍ତିଗତ (ଭୋକେସନାଲ୍‌) କିମ୍ବା ଦକ୍ଷତା ବିକାଶ ତାଲିମ ପ୍ରଦାନ କରନ୍ତି, ତେବେ ଏହା ସେମାନଙ୍କୁ ଜୀବିକା ଉପାର୍ଜନ କରିବାରେ ସାହାଯ୍ୟ କରିବ। ଏହା ବ୍ୟତୀତ, ଯେଉଁମାନେ ଅଧ୍ୟୟନ ଜାରି ରଖିବାକୁ ଆଗ୍ରହୀ ଅଛନ୍ତି, ସେମାନଙ୍କୁ ସରକାର ସମର୍ଥନ କରିବା ଉଚିତ୍‌। ଗର୍ଭବତୀ କିଶୋରୀ ଏବଂ କିଶୋରୀ ମାତାମାନଙ୍କ ପାଇଁ ମାନସିକ ସହାୟତା (ସାଇକୋଲଜିକାଲ୍‌ ସପୋର୍ଟ) ମଧ୍ୟ ଦାବି କରିଥିଲେ। କାରଣ ଏହି ସମୟରେ ସେମାନେ ବହୁତ ମାନସିକ ଚାପର ସମ୍ମୁଖୀନ ହୁଅନ୍ତି। ଅଭିଭାବକମାନେ ମତ ଦେଇଛନ୍ତି ଯେ, କିଶୋରୀ ମାତୃତ୍ୱ ଲାଭ କରୁଥିବା ପୀଡ଼ିତାମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଆର୍ଥିକ ସହଯୋଗ, ବିଭିନ୍ନ ସଚେତନାମୂଳକ କାର୍ଯ୍ର୍ୟକମ, କ୍ୟାରିଅର୍‌ କାଉନସେଲିଂ, ଜୀବନ ଦକ୍ଷତା (ଲାଇଫ୍‌ ସ୍କିଲ୍‌) ଏବଂ ଅନ୍ୟାନ୍ୟ ସରକାରୀ ଯୋଜନା ବିଷୟରେ ସଚେତନତାର  ଆବଶ୍ୟକତା ରହିଛି।

ଏହି ରିପୋର୍ଟରେ ପ୍ରଦତ୍ତ ଗବେଷଣାର ନିର୍ଯାସଗୁଡ଼ିକ କିଶୋରୀ ଗର୍ଭଧାରଣକୁ ମୁକାବିଲା କରିବା ପାଇଁ ଏକ ସକାରାତ୍ମକ ପନ୍ଥାକୁ ଭାବେ ଗ୍ରହଣ କରାଯାଇପାରିବ। ଯେଉଁଥିରେ ପରିବାର, ସମ୍ପ୍ରଦାୟ ଏବଂ ସରକାରଙ୍କର ସକ୍ରିୟ ଅଂଶଗ୍ରହଣ ଅନିବାର୍ଯ୍ୟ। ବିଶେଷକରି ବାଳିକାମାନଙ୍କ ପାଇଁ ଶିକ୍ଷାର ପ୍ରବେଶକୁ ବଢ଼ାଇବା ଉପରେ ହସ୍ତକ୍ଷେପ ଅତ୍ୟନ୍ତ ଜରୁରୀ। ଅଧ୍ୟୟନରୁ ଜଣାପଡ଼ିଛି ଯେ, ବାଳିକାମାନଙ୍କୁ ବିଦ୍ୟାଳୟରେ ରଖିବା, ବିବାହ ଏବଂ ଗର୍ଭଧାରଣକୁ ବିଳମ୍ବ କରିବାର ସବୁଠାରୁ ପ୍ରଭାବଶାଳୀ ଉପାୟଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଡ୍ରପ୍‌ଆଉଟ୍‌ ରୋକିବା। ବିଶେଷକରି ଗ୍ରାମାଞ୍ଚଳ ଏବଂ ଆର୍ଥିକ ଭାବେ ପଛୁଆ ଅଞ୍ଚଳରେ ମାଧ୍ୟମିକ ଶିକ୍ଷାକୁ ସୁଲଭ ଏବଂ ଆକର୍ଷଣୀୟ କରିବାର ଶିକ୍ଷାଗତ ଉଦ୍ୟମକୁ ଅଗ୍ରାଧିକାର ଦେବା ଉଚିତ୍‌। ସରକାର, ନାଗରିକ ସମାଜ ସଂଗଠନ, ସ୍ଥାନୀୟ ନେତା, ପିତାମାତା ଏବଂ କିଶୋର-କିଶୋରୀମାନଙ୍କୁ ସାମିଲ କରି ସମ୍ପ୍ରଦାୟ-ନେତୃତ୍ୱାଧୀନ ଉଦ୍ୟମବଳରେ ଏହି ସମସ୍ୟା ଅନେକାଂଶରେ ହ୍ରାସ ପାଇପାରିବ। ଦାରିଦ୍ର୍ୟଚକ୍ରକୁ ଭାଙ୍ଗିବା ପାଇଁ ଲକ୍ଷ୍ୟଭିତ୍ତିକ ଆର୍ଥିକ ଯୋଜନା, ବାଳିକାମାନଙ୍କ ପାଇଁ ଛାତ୍ରବୃତ୍ତି ଭଳି ଆର୍ଥିକ ସହାୟତା ପ୍ରଦାନ ଆଦି କାର୍ଯ୍ୟକ୍ରମ ବିବାହକୁ ବିଳମ୍ବ କରିବା ଏବଂ ଶିକ୍ଷାକୁ ପ୍ରୋତ୍ସାହନ ଦେବାରେ ପ୍ରଭାବଶାଳୀ ହେବ। ତେବେ କିଶୋରୀ ଗର୍ଭଧାରଣକୁ ରୋକିବା ପାଇଁ ସମାଜର ସମସ୍ତ କ୍ଷେତ୍ରରୁ ଏକ ବହୁମୁଖୀ ଏବଂ ନିରନ୍ତର ପ୍ରୟାସ ଆବଶ୍ୟକ।

ଓଡ଼ିଶା ପାଇଁ ଲଜ୍ଜା ଆଣିଲା ବାଲ୍ୟ ବିବାହ; ଦେଶକୁ ପଛରେ ପକାଇଛନ୍ତି ରାଜ୍ୟର ଏହି ୧୨ ଜିଲ୍ଲା...
ଭୁବନେଶ୍ୱର: ବାଲ୍ୟ ବିବାହ ହାରରେ ଦେଶକୁ ପଛରେ ପକାଇଛନ୍ତି ଓଡିଶାର ୧୨ ଜିଲ୍ଲା । ଜାତୀୟ ହାର ୨୩.୩% ରହିଥିବା ବେଳେ ଓଡ଼ିଶାର ହାର ୨୦.୫% ରହିଛି । ବିଧାନସଭାରେ ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ନବରଙ୍ଗପୁରରେ 39.4%, ନୟାଗଡରେ 35. 7%, କୋରାପୁଟରେ 35.5%, ରାୟଗଡାରେ 33.2%, ମାଲକାନଗିରିରେ 32.4, ମୟୁରଭଞ୍ଜରେ 31.3%, କେନ୍ଦୁଝରରେ 29%, ଗଜପତିରେ 28.1, ବାଲେଶ୍ୱରରେ 26.4, ବୌଦ୍ଧରେ 25.3%, ଅନୁଗୁଳରେ 25% ହାରରେ ବାଲ୍ୟ ବିବାହ ରେକର୍ଡ କରାଯାଇଛି । ତେବେ ଉପମୁଖ୍ୟମନ୍ତ୍ରୀ ବାଲ୍ୟ ବିବାହର ପାଞ୍ଚଟି ପ୍ରମୁଖ କାରଣ କହିଛନ୍ତି। ସେଗୁଡ଼ିକ ହେଲା, ସମାଜିକ ପ୍ରଥା ଓ ପାରମ୍ପରିକ ଧାରଣା, ଲିଙ୍ଗଭିତ୍ତିକ ବିଷମତା, ଦାରିଦ୍ୟ, ସାମାଜିକ ଅସୁରକ୍ଷା ଏବଂ କିଶୋରୀମାନଙ୍କ ଶିକ୍ଷାର ଅଭାବ । ବିଧାୟକ ଅମର ନାୟକ ଓଡ଼ିଶାରେ ବାଲ୍ୟ ବିବାହ ନେଇ ଗୃହରେ ପ୍ରଶ୍ନ କରିଥିଲେ । ଯାହାର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏପରି କହିଛନ୍ତି ।

ଭୁବନେଶ୍ବରରେ ୧୨ ବର୍ଷୀୟ ନାବାଳିକାଙ୍କୁ ଜବରଦସ୍ତ ବିବାହ କରାଯାଉଥିବା ଅଭିଯୋଗ, ବରକୁ ଉଠାଇନେଲା ପୋଲିସ
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ୧୨ ବର୍ଷୀୟା ନାବାଳିକାଙ୍କୁ ଜବରଦସ୍ତ ବିବାହ କରାଯାଉଥିବା ଅଭିଯୋଗ । ୧୨ ବର୍ଷୀୟ ନାବାଳିକାଙ୍କୁ ବିବାହ କରୁଥିଲେ ୨୨ ବର୍ଷୀୟ ଯୁବକ । ଏ ନେଇ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । କୁଆଖାଇ ନଦୀକୂଳ ତାରିଣୀ ମନ୍ଦିରରେ ବିବାହ ଚାଲିଥିବାବେଳେ ବାହାଘରକୁ ବନ୍ଦ କରିବା ସହିତ ବରକୁ ଉଠାଇ ନେଇଛି ମଞ୍ଚେଶ୍ବର ଥାନା ପୋଲିସ ।

ପୋଲିସ ଉଭୟ ଝିଅ ଓ ବରଘର ପରିବାରଙ୍କୁ ପଚରାଉଚରା କରୁଛି । ସେପଟେ ଏନେଇ ଚାଇଲଡ ଲାଇନ ପକ୍ଷରୁ ଏକ କେସ୍ ରୁଜୁ କରାଯାଇଛି । ଖବର ପାଇ ସିଡିପିଓ, ବିଏମସି ଓ ରୁଚିକା ସମାଜମଙ୍ଗଳ ସଂଗଠନର କର୍ମକର୍ତ୍ତା ମାନେ କୁଆଖାଇ ନଦୀ ପଠାରେ ଥିବା ରାଧାକୃଷ୍ଣ ମନ୍ଦିରଠାରେ ଏହି ବାଲ୍ୟ ବିବାହକୁ ରୋକିଛନ୍ତି।

ତଦନ୍ତବେଳେ ଜଣାପଡ଼ିଛି ଗଞ୍ଜାମ ଦିଗପହଣ୍ଡି ଅଞ୍ଚଳର ନାବାଳିକା ଜଣକୁ ଗଞ୍ଜାମ ଗୋଳନ୍ଥରା ଅଞ୍ଚଳର ୨୨ ବର୍ଷର ଯୁବକ ବଳପୂର୍ବକ ବିବାହ କରୁଥିଲେ । ସୂଚନା ପାଇ ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସୂଚନା ଅନୁସାରେ ବାଲ୍ୟ ବିବାହ ନିରୋଧ ଅଧିକାରୀଙ୍କ ନେତୃତ୍ବରେ ଗୋଟିଏ ଦଳ ଗଠନ କରାଯାଇ ଏହି ବାଲ୍ୟ ବିବାହକୁ ବନ୍ଦ କରାଯାଇଥିଲା । ଉଭୟ ବର କନ୍ୟାଙ୍କ ପିତାମାତା ଭୁବନେଶ୍ୱରର ବମିଖାଲ ଅଞ୍ଚଳରେ ରହୁଛନ୍ତି । କୁଆଖାଇ ପଠାର ଏକ ନିକାଞ୍ଚନ ଜାଗାରେ ଥିବା ଏହି ମନ୍ଦିରକୁ ବାଛି ସେମାନେ ବାଲ୍ୟ ବିବାହ କରାଉଥିବାବେଳେ ବରକନ୍ୟାଙ୍କୁ ଉଦ୍ଧାର କରାଯାଇଛି । କନ୍ୟା ନାବାଳିକା ହୋଇଥିବାରୁ ତାଙ୍କୁ ଭୁବନେଶ୍ୱର ଅତିରିକ୍ତ ଶିଶୁ କଲ୍ୟାଣ ସମିତିରେ ଉପସ୍ଥିତ କରାଯାଇଛି ।

ମହାମାରୀ ସମୟରେ ଦେଶରେ ୫୦% ବୃଦ୍ଧି ପାଇଛି ବାଲ୍ୟବିବାହ
ନୂଆଦିଲ୍ଲୀ: ଗତ ବର୍ଷ କରୋନା ମହାମାରୀ ସାରା ଦେଶକୁ ଗ୍ରାସିଥିଲା ବେଳେ ଏହି ସମୟରେ ବାଲ୍ୟ ବିବାହ ୫୦ ପ୍ରତିଶତ ବୃଦ୍ଧି ପାଇଥିଲା ବୋଲି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ପକ୍ଷରୁ ପ୍ରକାଶ କରାଯାଇଛି। ଏହି ବର୍ଷରେ ଶିଶୁ ନିର୍ଯ୍ୟାତନାକୁ ନେଇ ଏକ ସ୍ବତନ୍ତ୍ର ବିଶ୍ଳେଷଣ କରାଯାଇଥିଲା। ଏହି ବର୍ଷରେ ପୂର୍ବ ତୁଳନାରେ ବାଲ୍ୟ ବିବାହ ୫୦ ପ୍ରତିଶତ ବଢିଥିବା ସହ ଅନଲାଇନରେ ଶିଶୁ ନିର୍ଯ୍ୟାତନା ୪୦୦ ପ୍ରତିଶତ ବୃଦ୍ଧି ପାଇଥିବା ଏନସିଆରବି ରିପୋର୍ଟକୁ ଆଧାର କରି ‘ଚାଇଲ୍ଡ ରାଇଟସ୍ ଆଣ୍ଡ ୟୁ’ (କ୍ରାଏ) କହିଛି। ୨୦୧୯ରେ ବାଲ୍ୟ ବିବାହ ସଂଖ୍ୟା ୫୨୫ ରହିଥିବା ବେଳେ ୨୦୨୦ରେ ଏହି ସଂଖ୍ୟା ୭୮୫କୁ ବୃଦ୍ଧି ପାଇଛି। ସେହିପରି ଅନଲାଇନ୍‌ରେ ଶିଶୁ ନିର୍ଯ୍ୟାତନା ସଂଖ୍ୟା ୧୬୪ ରୁ ୮୪୨ରେ ପହଞ୍ଚିଛି।