supreme court of india - The Sakala

ସୁପ୍ରିମକୋର୍ଟରେ 'ବୈବାହିକ ଦୁଷ୍କର୍ମ'କୁ ନେଇ ଶୁଣାଣି: କାହିଁକି ଏହା ଏକ ଆଇନଗତ ବିବାଦ?
ଭାରତର ସର୍ବୋଚ୍ଚ ନ୍ୟାୟାଳୟ ବା ସୁପ୍ରିମକୋର୍ଟ ଏବେ 'ବୈବାହିକ ଦୁଷ୍କର୍ମ' ବା ମାରିଟାଲ୍ ରେପ୍ (Marital Rape) ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ବିବାଦର ଶୁଣାଣି କରୁଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟ କାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ବିଚାର କରୁଛନ୍ତି। ଯେତେବେଳେ ଦେଶର ଦଣ୍ଡବିଧି ଆଇନ ସ୍ୱାମୀଙ୍କୁ ବୈବାହିକ ଦୁଷ୍କର୍ମରୁ ରିହାତି ଦେଉଛି, ସେତେବେଳେ ବିନା ସମ୍ମତିରେ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ସ୍ୱାମୀଙ୍କ ବିରୋଧରେ କୋର୍ଟ କିପରି ମାମଲା ରୁଜୁ କରିବାକୁ ଅନୁମତି ଦେବେ, ସେ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି।

ଆଇନଗତ ସ୍ଥିତି ଏବଂ ବିବାଦର କାରଣ

ପୁରୁଣା ଭାରତୀୟ ଦଣ୍ଡ ସଂହିତା (IPC) ର ଧାରା ୩୭୫ ଏବଂ ନୂତନ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୬୩ ଅନୁଯାୟୀ, ଯଦି ସ୍ତ୍ରୀଙ୍କ ବୟସ ୧୮ ବର୍ଷରୁ ଅଧିକ ହୋଇଥାଏ, ତେବେ ସ୍ୱାମୀଙ୍କ ଦ୍ୱାରା ରଖାଯାଇଥିବା ଶାରୀରିକ ସମ୍ପର୍କକୁ 'ଦୁଷ୍କର୍ମ' ବୋଲି ବିବେଚନା କରାଯାଇପାରିବ ନାହିଁ। ଏହି ଆଇନଗତ ରିହାତିକୁ ଉଚ୍ଛେଦ କରିବା ପାଇଁ ବିଭିନ୍ନ ସାମାଜିକ ସଂଗଠନ ଏବଂ ଆବେଦନକାରୀମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ବିବାହର ଅର୍ଥ ନୁହେଁ ଯେ ଜଣେ ମହିଳାଙ୍କ ବ୍ୟକ୍ତିଗତ ସ୍ୱାଧୀନତା ବା ଅଧିକାର ଶେଷ ହୋଇଯିବ, କିନ୍ତୁ ଆଇନରେ ଥିବା ସ୍ପଷ୍ଟ ବ୍ୟବସ୍ଥାକୁ ଅଣଦେଖା କରି ଜଣେ ବ୍ୟକ୍ତିଙ୍କୁ କିପରି ଦଣ୍ଡିତ କରାଯାଇପାରିବ ତାହା ଏବେ ଏକ ବଡ଼ ଆଇନଗତ ପ୍ରଶ୍ନ ପାଲଟିଛି।

କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ

ଏହି ସମ୍ବେଦନଶୀଳ ମାମଲାରେ କେନ୍ଦ୍ର ସରକାର ନିଜର ପକ୍ଷ ରଖି କହିଛନ୍ତି ଯେ ଏହି ଆଇନକୁ ରଦ୍ଦ କଲେ ବିବାହ ପରି ଏକ ପବିତ୍ର ସାମାଜିକ ଅନୁଷ୍ଠାନ ଉପରେ ଏହାର ବ୍ୟାପକ ତଥା ନକାରାତ୍ମକ ପ୍ରଭାବ ପଡ଼ିବ। ସରକାରଙ୍କ ମତରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ଏବଂ ପାରିବାରିକ ପ୍ରସଙ୍ଗ ହୋଇଥିବାରୁ, କୋର୍ଟ କେବଳ କଠୋର ଆଇନଗତ ଦୃଷ୍ଟିକୋଣରୁ ବିଚାର ନକରି ଏହାର ବ୍ୟାପକ ପ୍ରଭାବ ଉପରେ ଧ୍ୟାନ ଦେବା ଉଚିତ୍। କୌଣସି କାର୍ଯ୍ୟକୁ ଅପରାଧ ଭାବେ ଗ୍ରହଣ କରିବା କିମ୍ବା ନକରିବା ମୁଖ୍ୟତଃ ଦେଶର ବିଧାନସଭା ବା ସଂସଦର ନିଷ୍ପତ୍ତି ଉପରେ ନିର୍ଭର କରେ ବୋଲି କେନ୍ଦ୍ର ଯୁକ୍ତି ବାଢ଼ିଛି।

ଉଚ୍ଚ ନ୍ୟାୟାଳୟଙ୍କ ରାୟ ଓ ପରବର୍ତ୍ତୀ ଶୁଣାଣି

ମାର୍ଚ୍ଚ ୨୦୨୨ ରେ କର୍ଣ୍ଣାଟକ ହାଇକୋର୍ଟ ଏକ ରାୟରେ କହିଥିଲେ ଯେ ସ୍ତ୍ରୀଙ୍କ ସମ୍ମତି ବିନା ଶାରୀରିକ ସମ୍ପର୍କ ରଖିବା କ୍ଷେତ୍ରରେ ସ୍ୱାମୀଙ୍କ ବିରୋଧରେ ମଧ୍ୟ ଦୁଷ୍କର୍ମ ମାମଲା ଚାଲିପାରିବ। ଅନ୍ୟପକ୍ଷରେ, ମେ ୨୦୨୨ ରେ ଦିଲ୍ଲୀ ହାଇକୋର୍ଟଙ୍କ ଏକ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଭିନ୍ନ ଭିନ୍ନ ରାୟ (Split verdict) ଦେଇଥିଲେ। ଏହି ଦୁଇଟି ରାୟ ପରେ ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ଆସନ୍ତା ତିନି ସପ୍ତାହ ପରେ ଏହି ମାମଲାର ଚୂଡ଼ାନ୍ତ ଶୁଣାଣି ଆରମ୍ଭ ହେବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟରେ ଆମିକ୍‌ସ କ୍ୟୁରିଙ୍କ ତଥ୍ୟ: ଓଡ଼ିଶାର ୭୬% ସାଂସଦ ଅପରାଧ ଅଭିଯୁକ୍ତ
ନୂଆଦିଲ୍ଲୀ: ରାଜନୀତିରେ ଅପରାଧୀକରଣକୁ ନେଇ ପୁଣି ଥରେ ଦେଶରେ ଆରମ୍ଭ ହୋଇଛି ବିତର୍କ।  ସୁପ୍ରିମକୋର୍ଟରେ ଆମିକସ୍‌ କ୍ୟୁରିଙ୍କ ପକ୍ଷରୁ ଦାଖଲ ତଥ୍ୟ ଅନୁଯାୟୀ, ଦେଶର ୫୪୩ ଜଣ ଲୋକସଭା ସାଂସଦଙ୍କ ମଧ୍ୟରୁ ୨୫୧ ଜଣଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ସେଥିମଧ୍ୟରୁ ୧୭୦ ଜଣଙ୍କ ବିରୋଧରେ ଗୁରୁତର ଅଭିଯୋଗ ରହିଥିବା କୁହାଯାଇଛି। ତେବେ ଉଦ୍‌ବେଗଜନକ ବିଷୟଟି ହେଉଛି ଯେ ନିର୍ବାଚିତ ସାଂସଦଙ୍କ ସଂଖ୍ୟା ଓ ଅପରାଧ ହାର ଦୃଷ୍ଟିରୁ ଓଡ଼ିଶା ବି ପଛରେ ନାହିଁ । ୨୧ ଜଣ ଲୋକସଭା ସାଂସଦଙ୍କ ମଧ୍ୟରୁ ୧୬ ଜଣ, ଅର୍ଥାତ୍‌ ପ୍ରାୟ ୭୬ ପ୍ରତିଶତଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ଏହି ହାର ଦେଶର ସର୍ବାଧିକ ପ୍ରଭାବିତ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାକୁ ସ୍ଥାନ ଦେଇଛି। ରାଜ୍ୟଭିତ୍ତିକ ତାଲିକାରେ କେରଳ ପରେ ତେଲେଙ୍ଗାନା, ଓଡ଼ିଶା ଓ ଝାଡ଼ଖଣ୍ଡର ସ୍ଥିତି ଉଦ୍‌ବେଗଜନକ ରହିଛି ।

୨୦୨୪ ଲୋକସଭା ନିର୍ବାଚନ ସମୟରେ ଦାଖଲ ହୋଇଥିବା ସ୍ୱ-ଘୋଷିତ ଶପଥପତ୍ର ଆଧାରରେ ଏଡ଼ିଆର୍‌ ବିଶ୍ଳେଷଣ ଅନୁଯାୟୀ ଓଡ଼ିଶାର ୧୬ ଜଣ ବିଜୟୀ ସାଂସଦ ବିଭିନ୍ନ ଅପରାଧରେ ଅଭିଯୁକ୍ତ୤ ପ୍ରତାପ ଷଡ଼ଙ୍ଗୀ, ପ୍ରଦୀପ ପାଣିଗ୍ରାହୀ, ପ୍ରଦୀପ ପୁରୋହିତ, ରୁଦ୍ର ନାରାୟଣ ପାଣି, ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ସୁକାନ୍ତ ପାଣିଗ୍ରାହୀ, ବିଭୁ ପ୍ରସାଦ ତରାଇ, ଜୁଏଲ ଓରାମ, ବଳଭଦ୍ର ମାଝୀ, ନବ ଚରଣ ମାଝୀ, ସଙ୍ଗୀତା କୁମାରୀ ସିଂହଦେଓ, ଭର୍ତ୍ତୃହରି ମହତାବ, ଅପରାଜିତା ଷଡ଼ଙ୍ଗୀ, ସମ୍ବିତ ପାତ୍ର ଓ ଅନନ୍ତ ନାୟକ ପ୍ରମୁଖ ନିଜ ସତ୍ୟପାଠରେ ସେମାନଙ୍କ ନାମରେ ରହିଥିବା ଅପରାଧ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ୧୬ ଜଣଙ୍କ ମଧ୍ୟରୁ ୯ ଜଣଙ୍କ ବିରୋଧରେ ଗୁରୁତର ମାମଲା ରହିଥିବା ଜଣାପଡ଼ିଛି। ଅନୁରୂପ ଭାବରେ ପ୍ରତାପ ଷଡ଼ଙ୍ଗୀ ଓ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ସର୍ବାଧିକ ୯ଟି ଲେଖାଏଁ ମାମଲା ରହିଥିବାବେଳେ ପ୍ରଦୀପ ପୁରୋହିତ, ରୁଦ୍ର ନାରାୟଣ ପାଣି ଓ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ୮ଟି ଲେଖାଏଁ, ଧର୍ମେନ୍ଦ୍ର ପ୍ରଧାନଙ୍କ ନାମରେ ୫ଟି ଏବଂ ସୁକାନ୍ତ ପାଣିଗ୍ରାହୀଙ୍କ ନାମରେ ୪ଟି ମାମଲା ରହିଥିବା ଜଣାପଡ଼ିଛି ।

ବରିଷ୍ଠ ଆଇନଜୀବୀ ତଥା ଆମିକସ କ୍ୟୁରି ବିଜୟ ହାନସାରିଆଙ୍କ ତଥ୍ୟ ଅନୁସାରେ ୨୫୧ ଜଣ ଲୋକସଭା ସାଂସଦ ଏବଂ ୭୫ ଜଣ ରାଜ୍ୟସଭା ସାଂସଦଙ୍କ ବିରୋଧରେ ଗୁରୁତର ମାମାଲା ରହିଛି। ଅଭିଯୁକ୍ତ ୨୫୧ ଲୋକସଭା ସାଂସଦଙ୍କ ମଧ୍ୟରୁ ୧୭୦ ଜଣଙ୍କ ବିରୋଧରେ ଅତି ଗୁରୁତର ଅପରାଧିକ ମାମଲା ରହିଛି। ଯେଉଁଥିରେ ଅତିକମରେ ୫ ବର୍ଷ କିମ୍ବା ତା’ଠାରୁ ଅଧିକ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି। ସେହିଭଳି ରାଜ୍ୟସଭାର ୨୩୩ ସଦସ୍ୟଙ୍କ ମଧ୍ୟରୁ ୭୫ ଜଣଙ୍କ ବିରୋଧରେ ମାମଲା ଥିବାବେଳେ ୪୦ ଜଣଙ୍କ ନାମରେ ଗୁରୁତର ଅଭିଯୋଗ ରହିଛି।  କେରଳ (୯୫%) ଏବଂ ତେଲେଙ୍ଗାନା (୮୨%) ପରେ ଓଡ଼ିଶା (୭୬%)ଦେଶର ଶୀର୍ଷ ରାଜ୍ୟଗୁଡ଼ିକ ମଧ୍ୟରେ ରହିଛି। ଝାଡ଼ଖଣ୍ଡରେ ୭୧% ଏବଂ ତାମିଲନାଡୁରେ ୬୭% ସାଂସଦଙ୍କ ନାମରେ ମାମଲା ରହିଥିବା ବେଳେ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଏହି ହାର ପ୍ରାୟ ୫୦% ରହିଛି। ଅନୁରୂପ ଭାବରେ ଦେଶର ୨୮ଟି ରାଜ୍ୟ ମଧ୍ୟରୁ ୧୪ ଜଣ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମଧ୍ୟ ଅପରାଧିକ ମାମଲା ରହିଛି।

ବର୍ତ୍ତମାନ ସୁଦ୍ଧା ଦେଶର ବିଭିନ୍ନ କୋର୍ଟରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ମୋଟ ୪,୧୯୨ଟି ମାମଲା ବିଚାରାଧୀନ ରହିଛି। ୨୦୨୫ ବର୍ଷ ମଧ୍ୟରେ ୧,୨୪୩ଟି ମାମଲାର ସମାଧାନ ହୋଇଥିବା ବେଳେ ୧,୦୫୦ଟି ନୂଆ ମାମଲା ରୁଜୁ ହୋଇଛି। ପ୍ରତି ଜିଲ୍ଲାରେ ସ୍ୱତନ୍ତ୍ର ଏମପି/ଏମଏଲଏ କୋର୍ଟକୁ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆମିକସ କ୍ୟୁରି ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି । ଉଲ୍ଲେଖଯୋଗ୍ୟ, ୨୦୨୩ ମସିହାରେ ସୁପ୍ରିମକୋର୍ଟ ମାମଲାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ହାଇକୋର୍ଟଗୁଡ଼ିକୁ ସ୍ୱତନ୍ତ୍ର ବେଞ୍ଚ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏବେ ବି ବହୁ ସଂଖ୍ୟକ ମାମଲା ପଡ଼ି ରହିଥିବାରୁ କୋର୍ଟ ଏହା ଉପରେ କଡ଼ା ନଜର ରଖିବାକୁ ଆବେଦନ କରାଯାଇଛି।

ବିମାନ ଭଡ଼ା ବୃଦ୍ଧିକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କଲେ ସୁପ୍ରିମକୋର୍ଟ: 'ନିୟମ ମାନ ନହେଲେ ଉଡ଼ାଣ ବନ୍ଦ କର'
ପାର୍ବଣ ଓ ଛୁଟିଦିନରେ ଅହେତୁକ ବିମାନ ଭଡ଼ା ବୃଦ୍ଧି ପ୍ରସଙ୍ଗରେ ବିଭିନ୍ନ ବିମାନ ଚଳାଚଳ ସଂସ୍ଥା ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ। ନିୟମ ଅଣଦେଖା କରୁଥିବା ଏୟାରଲାଇନ୍ସଗୁଡ଼ିକୁ କଡ଼ା ଚେତାବନୀ ଦେଇ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ଯଦି ସେମାନେ ନିର୍ଦ୍ଧାରିତ ନିୟମ ପାଳନ ନ କରନ୍ତି, ତେବେ ସେମାନଙ୍କ ଉଡ଼ାଣ ଉପରେ ରୋକ ଲଗାଯାଇପାରେ।

ନିୟମ ନମାନିଲେ ବନ୍ଦ ହେବ ଉଡ଼ାଣ

ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ଯାତ୍ରୀମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ବ୍ୟବସ୍ଥା ରହିଥିଲେ ମଧ୍ୟ ଏହାର ଉପଯୁକ୍ତ ପାଳନ ଏବଂ ନିୟନ୍ତ୍ରଣକୁ ନେଇ ସ୍ଥିତି ସ୍ପଷ୍ଟ ନୁହେଁ। ଯଦି ଏୟାରଲାଇନ୍ସଗୁଡ଼ିକ ଯାତ୍ରୀଙ୍କୁ ଶସ୍ତା ଏବଂ ନିୟମ ଅନୁଯାୟୀ ସେବା ଯୋଗାଇପାରିବେ ନାହିଁ, ତେବେ ବିମାନ ଚଳାଚଳ ବନ୍ଦ କରିଦେବା ଉଚିତ ବୋଲି ଖଣ୍ଡପୀଠ କ୍ଷୋଭ ପ୍ରକାଶ କରିଛନ୍ତି। ପାର୍ବଣ ଋତୁରେ ଟିକେଟ ଦର ଅହେତୁକ ଭାବେ ବଢ଼ିଯାଉଥିବାରୁ ଏହାକୁ ଯାତ୍ରୀଙ୍କ ଶୋଷଣ ବୋଲି କୋର୍ଟ ଅଭିହିତ କରିଛନ୍ତି।

ନୂଆ ନିୟମ ଆଣିବେ କେନ୍ଦ୍ର ସରକାର

ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ (ASG) ଅନିଲ କୌଶିକ ଅଦାଲତଙ୍କୁ ଅବଗତ କରାଇଥିଲେ ଯେ, ବିମାନ ଭଡ଼ା ଏବଂ ଅନ୍ୟାନ୍ୟ ଶୁଳ୍କ ସମ୍ପର୍କରେ ନୂତନ ନିୟମ ପ୍ରସ୍ତୁତ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେ ଏକ ବନ୍ଦ ଲଫାପାରେ ନୂଆ ନିୟମର ଡ୍ରାଫ୍ଟ କୋର୍ଟରେ ଦାଖଲ କରିଛନ୍ତି। ଏହି ନିୟମଗୁଡ଼ିକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ସରକାର କୋର୍ଟଙ୍କୁ ୩ ସପ୍ତାହ ସମୟ ମାଗିଛନ୍ତି, ଯାହା ପରେ ଏହାକୁ ବିଚାର ପାଇଁ ଅଦାଲତରେ ଉପସ୍ଥାପନ କରାଯିବ।

ଯାତ୍ରୀଙ୍କୁ ମିଳିପାରେ ଆଶ୍ୱସ୍ତି

ଉଲ୍ଲେଖଯୋଗ୍ୟ ଯେ, ଗତ କିଛି ମାସ ଧରି ବିମାନ ଟିକେଟର ମନଇଚ୍ଛା ଦର ବୃଦ୍ଧିକୁ ନେଇ ଅନେକ ଜନସ୍ୱାର୍ଥ ମାମଲା (PIL) ରୁଜୁ ହୋଇଥିଲା। ଡାଇନାମିକ୍ ପ୍ରାଇସିଂ ନାମରେ ବିମାନ କମ୍ପାନୀଗୁଡ଼ିକ ଯାତ୍ରୀଙ୍କଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ସକ୍ରିୟ ହସ୍ତକ୍ଷେପ ପରେ ଖୁବ୍‌ଶୀଘ୍ର ବିମାନ ଯାତ୍ରୀମାନଙ୍କୁ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି।

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ସୋସିଆଲ୍ ମିଡିଆରେ କୋର୍ଟ ପ୍ରୋସିଡିଙ୍ଗସ୍ ଭିଡିଓର ବ୍ୟବହାର ଓ ମୋନେଟାଇଜେସନ୍ ଉପରେ ରୋକ୍
ଭାରତୀୟ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ଅନ୍ତରୀଣ ଆଦେଶ ଜାରି କରିଛନ୍ତି। ବର୍ତ୍ତମାନ ବିନା ଅନୁମତିରେ ସୋସିଆଲ୍ ମିଡିଆ ଓ ଅନ୍ୟ ଡିଜିଟାଲ୍ ପ୍ଲାଟଫର୍ମଗୁଡ଼ିକରେ କୋର୍ଟ କାର୍ଯ୍ୟାନୁଷ୍ଠାନର ଲାଇଭ୍ ଷ୍ଟ୍ରିମିଂ ଭିଡିଓର ଅଂଶବିଶେଷ କାଟିବା (କ୍ଲିପିଂ), ଏଡିଟ୍ କରିବା କିମ୍ବା ମୋନେଟାଇଜେସନ୍ (ଅର୍ଥ ଉପାର୍ଜନ) କରିବା ଉପରେ କଡ଼ା କଟକଣା ଲଗାଯାଇଛି। ପ୍ରଧାନ ବିଚାରପତି (CJI) ସୂର୍ଯ୍ୟ କାନ୍ତ, ବିଚାରପତି ଜୟମାଲ୍ୟ ବାଗ୍ଚୀ ଏବଂ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

ସାମ୍ବାଦିକତା ଉପରେ ପ୍ରଭାବ ପଡ଼ିବ ନାହିଁ

ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, କୋର୍ଟ କାର୍ଯ୍ୟାନୁଷ୍ଠାନର ଅଡିଓ ଏବଂ ଭିଡିଓ ରେକର୍ଡିଂକୁ ସମ୍ପୃକ୍ତ କୋର୍ଟର ରେଜିଷ୍ଟ୍ରାର୍ ଜେନେରାଲ୍ କିମ୍ବା ସୁପ୍ରିମକୋର୍ଟର ସେକ୍ରେଟାରୀ ଜେନେରାଲ୍‌ଙ୍କ ପୂର୍ବ ଅନୁମତି ବିନା ସୋସିଆଲ୍ ମିଡିଆରେ ପୋଷ୍ଟ, ରି-ପୋଷ୍ଟ କିମ୍ବା ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ନାହିଁ। ତେବେ ଖବରକାଗଜ କିମ୍ବା ନ୍ୟୁଜ୍ ପୋର୍ଟାଲ୍‌ଗୁଡ଼ିକର ସାମ୍ବାଦିକତା ତଥା ରିପୋର୍ଟିଂ ଉପରେ ଏହି ଆଦେଶର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି।

ଆବେଦନକାରୀଙ୍କ ଯୁକ୍ତି ଓ ପୃଷ୍ଠଭୂମି

ସାମ୍ବାଦିକା ହର୍ଷିତା ଗ୍ରୋଭରଙ୍କ ଦ୍ୱାରା ଦାୟର ହୋଇଥିବା ଏକ ଜନସ୍ୱାର୍ଥ ମାମଲା (PIL)ର ଶୁଣାଣି କରି କୋର୍ଟ ଏହି ଆଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିକାଶ ସିଂହ କୋର୍ଟରେ ନିଜର ପକ୍ଷ ରଖିଥିଲେ। ସେ ଯୁକ୍ତି ବାଢ଼ିଥିଲେ ଯେ, ଲାଇଭ୍ ଷ୍ଟ୍ରିମିଂକୁ କୌଣସି ବିରୋଧ କରାଯାଉନାହିଁ, କିନ୍ତୁ ବିଭିନ୍ନ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ କୋର୍ଟର ଭିଡିଓଗୁଡ଼ିକୁ କାଟି, ସେଥିରେ ଚଟପଟା କ୍ୟାପସନ୍ ଦେଇ ଭାଇରାଲ୍ କରୁଛନ୍ତି ଏବଂ ଅର୍ଥ ରୋଜଗାର କରୁଛନ୍ତି। ଏହାଦ୍ୱାରା ବିଚାରପତି ଓ ନ୍ୟାୟାଳୟଙ୍କ ଗାରିମା କ୍ଷୁର୍ଣ୍ଣ ହେଉଛି। ଏପରିକି ଅନେକ ସମୟରେ ଭିଡିଓର ପ୍ରକୃତ ଉଦ୍ଦେଶ୍ୟକୁ ବଦଳାଇ ଦିଆଯାଉଛି।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ୍

ଏହି ଘଟଣାରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର, ସମସ୍ତ ରାଜ୍ୟ ସରକାର ଏବଂ ସୋସିଆଲ୍ ମିଡିଆ ପ୍ଲାଟଫର୍ମ (ଯେପରିକି ମେଟା ଏବଂ ଏକ୍ସ)କୁ ନୋଟିସ୍ ଜାରି କରିଛନ୍ତି। ଏହାଛଡ଼ା ଦେଶର ସମସ୍ତ ହାଇକୋର୍ଟଙ୍କୁ ଲାଇଭ୍ ଷ୍ଟ୍ରିମିଂର ଗାଇଡଲାଇନ୍ ଆପଣାଇବା ଏବଂ ନିରନ୍ତର ଲାଇଭ୍ ଷ୍ଟ୍ରିମିଂର ପ୍ରଭାବ ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।

ଅଗଷ୍ଟ ୧୫ ସୁଦ୍ଧା ଗ୍ରାହାମ ଷ୍ଟେନ୍ସ ହତ୍ୟାକାଣ୍ଡର ଦୋଷୀ ଦାରା ସିଂହଙ୍କୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ଅଷ୍ଟ୍ରେଲିୟ ଖ୍ରୀଷ୍ଟିଆନ ଧର୍ମପ୍ରଚାରକ ଗ୍ରାହାମ ଷ୍ଟେନ୍ସ ଏବଂ ତାଙ୍କର ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂହଙ୍କୁ ଆସନ୍ତା ଅଗଷ୍ଟ ୧୫ ତାରିଖ (ସ୍ୱାଧୀନତା ଦିବସ) ସୁଦ୍ଧା ମୁକ୍ତ କରିବାକୁ ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦାରା ସିଂହଙ୍କ ଆଇନଜୀବୀ ଏ.ପି. ସିଂହ ଏହି ସୂଚନା ଦେଇଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ଆଇନଜୀବୀ ଏ.ପି. ସିଂହ କହିଛନ୍ତି ଯେ, ସ୍ୱାଧୀନତା ଦିବସ ପୂର୍ବରୁ କିମ୍ବା ସେହି ଦିନ ସୁଦ୍ଧା ଦାରା ସିଂହଙ୍କ ମୁକ୍ତି ସୁନିଶ୍ଚିତ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦାରା ସିଂହଙ୍କ ପ୍ରକୃତ ନାମ ହେଉଛି ରବୀନ୍ଦ୍ର କୁମାର ପାଲ। ସେ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁଅ ଫିଲିପ୍ ଏବଂ ତିମୋଥିଙ୍କୁ ହତ୍ୟା କରିବା ଅଭିଯୋଗରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ତାଙ୍କ କ୍ଷମା ଆବେଦନ ଉପରେ ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ ପୂର୍ବରୁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗତ ଜୁଲାଇ ୬ ତାରିଖରେ ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡ (SSRB)ର ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଦାରା ସିଂହଙ୍କ ସମେତ ୫୬ ଜଣ ଆଜୀବନ କଏଦୀଙ୍କ କ୍ଷମା ଆବେଦନ ଉପରେ ବିଚାର କରାଯାଇ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ସୁପାରିଶ ପଠାଯାଇଥିଲା।

ଦୀର୍ଘ ୨୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଜେଲରେ ବିତାଇ ସାରିଥିବାରୁ ଏକ କୋହଳ କ୍ଷମା ନୀତିର ଫାଇଦା ପାଇଁ ଦାରା ସିଂହ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ଗତ ଏପ୍ରିଲ ୨୦୨୫ ମସିହାରେ ଏହି ମାମଲାର ଅନ୍ୟତମ ସହ-ଦୋଷୀ ତଥା ଦାରା ସିଂହଙ୍କ ସହଯୋଗୀ ମହେନ୍ଦ୍ର ହେମ୍ବ୍ରମଙ୍କୁ ଉତ୍ତମ ଆଚରଣ ଭିତ୍ତିରେ ଜେଲରୁ ଅବଧି ପୂର୍ବରୁ ମୁକ୍ତ କରାଯାଇଥିଲା।

ସୂଚନାଯୋଗ୍ୟ, ୨୧ ଜାନୁଆରୀ ୧୯୯୯ ମସିହା ରାତିରେ ଓଡ଼ିଶାର କେନ୍ଦୁଝର ଜିଲ୍ଲାସ୍ଥିତ ମନୋହରପୁର ଗାଁରେ ଏହି ଲୋମହର୍ଷକ ହତ୍ୟାକାଣ୍ଡ ଘଟିଥିଲା। ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ପୁଅ ଏକ ଖ୍ରୀଷ୍ଟିଆନ ସମାବେଶରେ ଯୋଗଦେଇ ଫେରିବା ପରେ ନିଜ ଗାଡ଼ି ଭିତରେ ଶୋଇଥିଲେ। ଏହି ସମୟରେ ଦାରା ସିଂହଙ୍କ ନେତୃତ୍ୱରେ ଆସିଥିବା ଏକ ଉତ୍ତ୍ୟକ୍ତ ଲୋକଙ୍କ ଭିଡ଼ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ, ଫଳରେ ତିନିଜଣଯାକ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।

ସୁପ୍ରିମକୋର୍ଟରେ ଆବେଦନକାରୀଙ୍କ ତୁମୁଳକାଣ୍ଡ: ବିଚାରପତିଙ୍କୁ ଦୁର୍ବ୍ୟବହାର କଲେ, କାଗଜ ଫିଙ୍ଗିଲେ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଶୁକ୍ରବାର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ମାମଲାର ଶୁଣାଣି ବେଳେ ଆବେଦନକାରୀ ଜଣକ ବିଚାରପତିଙ୍କ ଉପରକୁ ଦଲିଲ ଫିଙ୍ଗିବା ସହ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିବା ଜଣାପଡ଼ିଛି। ଘଟଣା ଅନୁଯାୟୀ, ଜଷ୍ଟିସ କେ.ଭି. ବିଶ୍ୱନାଥନ୍‌‌ ଏବଂ ଜଷ୍ଟିସ ଆଲୋକ ଆରାଧେଙ୍କ ଖଣ୍ଡପୀଠରେ ଆଲାହାବାଦ ହାଇକୋର୍ଟଙ୍କ ଏକ ନିଷ୍ପତ୍ତି ବିରୋଧରେ ଦାୟର ହୋଇଥିବା ଆବେଦନର ଶୁଣାଣି ହେଉଥିଲା। ଏହି ସମୟରେ କୋର୍ଟରେ ଆବେଦନକାରୀ ଜଣକ ଅତ୍ୟନ୍ତ ଅସଭ୍ୟ ଭାବେ ନିଜର ପକ୍ଷ ରଖିଥିଲେ। ସେ ବିଚାରପତିଙ୍କୁ, ‘ହେ ନ୍ୟାୟିକ ସେବକ, ମୁଁ ତୁମକୁ ଆଦେଶ ଦେଉଛି ଯେ ଲକ୍ଷ୍ନୌର ଏସିପିଙ୍କ ବିରୋଧରେ ଏକ ଏଫ୍‌‌ଆଇଆର୍‌‌ ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦିଅ’ ବୋଲି କହିଥିଲେ। ଏଭଳି ଆଚରଣରେ ଆଶ୍ଚର୍ଯ୍ୟ ପ୍ରକଟ କରି ଜଷ୍ଟିସ ବିଶ୍ୱନାଥନ୍‌‌ ପ୍ରଶ୍ନ କରିଥିଲେ, ‘ଆପଣ କଣ ଆମକୁ ଆଦେଶ ଦେଉଛନ୍ତି’ ।

ଏହାପରେ ପରିସ୍ଥିତି ଅଧିକ ଜଟିଳ ହୋଇଥିଲା। ଆବେଦନକାରୀ ଜଣକ ନିଜ ହାତରେ ଥିବା କେସ୍‌‌ ସମ୍ବନ୍ଧୀୟ କାଗଜପତ୍ରଗୁଡ଼ିକୁ ଶୂନ୍ୟରେ ଫିଙ୍ଗିବା ସହ ମୁଖ୍ୟ ବିଚାରପତିଙ୍କ ବିରୋଧରେ ଅତ୍ୟନ୍ତ ଅପଶବ୍ଦ ବ୍ୟବହାର କରିଥିଲେ। ଉଲ୍ଲେଖଯୋଗ୍ୟ, ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ସେହି ସମୟରେ ଖଣ୍ଡପୀଠରେ ଉପସ୍ଥିତ ନଥିଲେ। କିନ୍ତୁ ଏହି ହଟ୍ଟଗୋଳ ପରେ ସୁରକ୍ଷାକର୍ମୀମାନେ ତୁରନ୍ତ ଆବେଦନକାରୀଙ୍କୁ କୋର୍ଟରୁମରୁ ବାହାର କରିଦେଇଥିଲେ। ସମ୍ପୃକ୍ତ ଆବେଦନକାରୀଙ୍କ ପରିଚୟ ଏବଂ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ସୂଚନାଯୋଗ୍ୟ ଯେ, କୋର୍ଟ ରୁମ୍ ଭିତରେ ଆବେଦନକାରୀ ରାଗିଯିବାର ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ଅକ୍ଟୋବର ୨୦୨୫ ରେ ମଧ୍ୟ ଜଣେ ଆଇନଜୀବୀ ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ୍ ବି.ଆର୍. ଗଭାଇଙ୍କ ଖଣ୍ଡପୀଠ ଉପରକୁ ଜୋତା ଫିଙ୍ଗିବାକୁ ଉଦ୍ୟମ କରିଥିଲେ, ଯାହା ପରେ ବାର୍ କାଉନସିଲ୍ ଓ ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ତାଙ୍କ ବିରୋଧରେ କଡ଼ା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ହନିମୁନ୍ ମର୍ଡର୍ କେସ୍: ସୋନମ୍ ରଘୁବଂଶୀଙ୍କ ଜାମିନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲେ ମେଘାଳୟ ସରକାର
ମେଘାଳୟର ବହୁଚର୍ଚ୍ଚିତ ରାଜା ରଘୁବଂଶୀ ହନିମୁନ୍ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୋନମ୍ ରଘୁବଂଶୀଙ୍କୁ ମିଳିଥିବା ଜାମିନକୁ ରଦ୍ଦ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମେଘାଳୟ ସରକାର। ମେଘାଳୟ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସରକାରଙ୍କ ପକ୍ଷରୁ ଦାୟର ହୋଇଥିବା ଏହି ଆବେଦନ ଉପରେ ଶୁକ୍ରବାର ଦିନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି।

ସୁପ୍ରିମକୋର୍ଟରେ ମେଘାଳୟ ସରକାରଙ୍କ ଯୁକ୍ତି

ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ବିଚାରପତି ଏମ୍.ଏମ୍. ସୁନ୍ଦରେଶ ଏବଂ ବିଚାରପତି ଶୀଲ୍ ନାଗୁଙ୍କ ଖଣ୍ଡପୀଠଙ୍କ ଆଗରେ ଏହି ମାମଲାର ଜରୁରୀ ଶୁଣାଣି ପାଇଁ ନିବେଦନ କରିଥିଲେ। ଶ୍ରୀ ମେହେଟ୍ଟା ଯୁକ୍ତି ବାଢ଼ିଥିଲେ ଯେ ମେଘାଳୟ ହାଇକୋର୍ଟ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିବାବେଳେ ତ୍ରୁଟି କରିଛନ୍ତି। ପୋଲିସ ଦ୍ୱାରା ଦାୟର ହୋଇଥିବା କାଗଜପତ୍ରରେ ଏକ ସାଧାରଣ ଟାଇପିଂ ଭୁଲ୍ କାରଣରୁ ଏହି ଜାମିନ ପ୍ରଦାନ କରାଯାଇଛି। ଅଭିଯୁକ୍ତ ଫେରାର ହୋଇଯିବାର ଯଥେଷ୍ଟ ଆଶଙ୍କା ଥିବାରୁ ଏହାର ତୁରନ୍ତ ଶୁଣାଣିର ଆବଶ୍ୟକତା ରହିଛି ବୋଲି ସେ ଦର୍ଶାଇଥିଲେ।

ହାଇକୋର୍ଟ ଦେଇଥିଲେ କି ରାୟ?

ଗତ ଜୁନ୍ ୨୯ ତାରିଖରେ ମେଘାଳୟ ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ କାୟମ ରଖି ସୋନମ୍ ରଘୁବଂଶୀଙ୍କ ଜାମିନକୁ ଅନୁମୋଦନ କରିଥିଲେ। ଗିରଫ ସମୟରେ ଅଭିଯୁକ୍ତଙ୍କୁ ଉପଯୁକ୍ତ କାରଣ ନଦର୍ଶାଇ ପୋଲିସ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ କରିଛି ବୋଲି କୋର୍ଟ କହିଥିଲେ। ହତ୍ୟାକାଣ୍ଡ ମାମଲାରେ ବିଏନଏସ୍ (BNS) ର ଧାରା ୧୦୩(୧) ବଦଳରେ ପୋଲିସ ଭୁଲବଶତଃ ଧାରା ୪୦୩(୧) ଦର୍ଶାଇଥିଲା, ଯାହାକୁ ହାଇକୋର୍ଟ ପୋଲିସର ଖାମଖିଆଲି ମନୋଭାବ ବୋଲି ଟିପ୍ପଣୀ ଦେଇଥିଲେ।

ପରିବାର ଲୋକଙ୍କ ଅସନ୍ତୋଷ ଓ ପଦକ୍ଷେପ

ଅନ୍ୟପକ୍ଷରେ ରାଜା ରଘୁବଂଶୀଙ୍କ ପରିବାର ମଧ୍ୟ ହାଇକୋର୍ଟଙ୍କ ଏହି ନିଷ୍ପତ୍ତିରେ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରାଜାଙ୍କ ବଡ଼ ଭାଇ ବିପିନ ରଘୁବଂଶୀ କହିଛନ୍ତି ଯେ ତଦନ୍ତକାରୀ ସଂସ୍ଥାର ଚରମ ଅବହେଳା କାରଣରୁ ମୁଖ୍ୟ ଅଭିଯୁକ୍ତଙ୍କୁ ଜାମିନ ମିଳିଛି। ତେଣୁ ସେମାନେ ନ୍ୟାୟ ପାଇଁ ଏକ ବ୍ୟକ୍ତିଗତ ଓକିଲଙ୍କ ମାଧ୍ୟମରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ଏବଂ ଜାମିନ ରଦ୍ଦ ପାଇଁ ଆବେଦନ କରିବେ ବୋଲି ସ୍ପଷ୍ଟ କରିଛନ୍ତି।

କ'ଣ ଥିଲା ଘଟଣା?

ସୂଚନାଯୋଗ୍ୟ ଯେ, ମଧ୍ୟପ୍ରଦେଶ ଇନ୍ଦୋରର ରାଜା ରଘୁବଂଶୀ ଏବଂ ତାଙ୍କ ପତ୍ନୀ ସୋନମ୍ ରଘୁବଂଶୀ ମେ’ ୨୦୨୫ରେ ହନିମୁନ୍ ପାଇଁ ମେଘାଳୟ ଯାଇଥିଲେ। ମେ' ୨୩ ତାରିଖରେ ଉଭୟ ନିଖୋଜ ହୋଇଯାଇଥିଲେ ଏବଂ ଜୁନ୍ ୨, ୨୦୨୫ ତାରିଖରେ ଏକ ଗଭୀର ଖାଇରୁ ରାଜାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପରବର୍ତ୍ତୀ ସମୟରେ ତଦନ୍ତରୁ ଜଣାପଡ଼ିଥିଲା ଯେ ସୋନମ୍ ନିଜ ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ସୁପାରି କିଲରଙ୍କ ସହ ମିଶି ଷଡ଼ଯନ୍ତ୍ର ରଚିଥିଲେ ଏବଂ ଆର୍ଥିକ ଲାଭ ପାଇଁ ଏହି ଘଟଣା ଘଟାଇଥିଲେ। ଏହାପରେ ମେଘାଳୟ ପୋଲିସ ତାଙ୍କୁ ଗିରଫ କରିଥିଲା।

ଓଡ଼ିଶାରେ ଜାତି-ଭିତ୍ତିକ ଜାମିନ ସର୍ତ୍ତ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ, ଥାନାରେ ଝାଡ଼ୁ ଲଗାଇବା ପରି ଅସମ୍ମାନଜନକ ଓ ଅମାନବୀୟ ସର୍ତ୍ତ ରଦ୍ଦ
ନୂଆଦିଲ୍ଲୀ/କଟକ: ଜାମିନ ପ୍ରଦାନ କରିବା ସମୟରେ ଓଡ଼ିଶାର ବିଭିନ୍ନ କୋର୍ଟ ଯେଭଳି ଜାତି ଭିତ୍ତିକ ସର୍ତ୍ତ ଆରୋପ କରୁଛନ୍ତି ତାହାକୁ ନେଇ ବିରକ୍ତି ପ୍ରକାଶ କରିଛନ୍ତି ସୁପ୍ରିମ କୋର୍ଟ । ଏଭଳି ସର୍ତ୍ତକୁ ଅସମ୍ମାନଜନକ ଓ ଅମାନବୀୟ ଦର୍ଶାଇ ଅସିଦ୍ଧ ଘୋଷଣା କରିଛନ୍ତି । ଏହା ମାନବାଧିକାରର ଉଲ୍ଳଂଘନ କରୁଥିବାରୁ ଭବିଷ୍ୟତରେ ଏଭଳି ସର୍ତ୍ତ ଆରୋପ ନଲଗାଇବା ଲାଗି ଦେଶର ସମସ୍ତ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।
ଦଳିତ ଓ ଆଦିବାସୀ ସଂପ୍ରଦାୟର ଲୋକମାନଙ୍କୁ ଜାମିନ ପ୍ରଦାନ କରିବା ସମୟରେ ଓଡ଼ିଶାର ଅନେକ ଅଦାଲତ ପୁଲିସ ଥାନାରେ ଦୁଇ ମାସ ପାଇଁ ଝାଡ଼ୁ ଲଗାଇବା ଲାଗି ଯେଉଁ ସର୍ତ୍ତ ଆରୋପ କରୁଛନ୍ତି ତାହାର ତୀବ୍ର ସମାଲୋଚନା କରିଛନ୍ତି ସୁପ୍ରିମ କୋର୍ଟ ।

ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ବେଞ୍ଚ ଏକ ମାମଲାର ଶୁଣାଣି ବେଳେ ଏଭଳି ସର୍ତ୍ତ ଗ୍ରହଣୀୟ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି । କୋର୍ଟ କହିଛନ୍ତି ଏଭଳି ସର୍ତ୍ତ କେବଳ ଅସମ୍ମାନଜନକ ଓ ଅପମାନଜନକ ନୁହେଁ, ଏହା ମାନବାଧିକାର ମଧ୍ୟ ଉଲ୍ଲଂଘନ କରୁଛି । ଜାତିଭିତ୍ତିକ ସର୍ତ୍ତ ଆରୋପ କରି କୋର୍ଟ ଯେଉଁ ମାନସିକତାର ପ୍ରଦର୍ଶନ କରୁଛନ୍ତି ତାହା ସମ୍ବିଧାନ ସୁନିଶ୍ଚିତ କରିଥିବା ସମାନତା ଓ ଅଭିଯୁକ୍ତର ମର୍ଯ୍ୟାଦାକୁ କ୍ଷୁଣ୍ଣ କରୁଛି । ଏଭଳି ସର୍ତ୍ତରୁ ଜଣାପଡ଼ୁଛି ଯେ ବିଚାର ବିଭାଗରେ ମଧ୍ୟ ଜାତିଭିତ୍ତିକ ମାନସିକତା ରହିଛି ।  କାରଣ ଏଭଳି ସର୍ତ୍ତ ଅନ୍ୟ କୌଣସି ଜାତି/ସଂପ୍ରଦାୟର ଅଭିଯୁକ୍ତଙ୍କ ବିରୋଧରେ ପ୍ରୟୋଗ କରାଯିବାର ଦୃଷ୍ଟାନ୍ତ ନାହିଁ । ସମ୍ବିଧାନର ଧାରା ୧୪, ୧୬ ଓ ୧୭ର ଉଲ୍ଲେଖ କରି ସୁପ୍ରିମ କୋର୍ଟ କହିଛନ୍ତି ଯେ ସମ୍ବେଦନଶୀଳ ସଂପ୍ରଦାୟର ଅଧିକାର ଓ ମର୍ଯ୍ୟାଦାର ସୁରକ୍ଷା ହେଉଛି ବିଚାର ବିଭାଗର ଦାୟିତ୍ବ ।

ଦଳିତ ଓ ଆଦିବାସୀ ସଂପ୍ରଦାୟର ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ ବେଳେ ଥାନା ସଫା କରିବା ଭଳି ଜାମିନ ସର୍ତ୍ତ  ରଖାଯାଉଥିବା ନେଇ ଗଣମାଧ୍ୟମରେ ପ୍ରକାଶିତ ଖବର ଉପରେ ନିଜ ଆଡ଼ୁ ବିଚାର କରି ସୁପ୍ରିମ କୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହିତ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ୨୦୨୫ରେ ଓଡ଼ିଶା ହାଇକୋର୍ଟ ଜଣେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିବା ସମୟରେ ତାଙ୍କୁ କାଶିପୁର ଥାନାରେ ଦୁଇ ମାସ ପର୍ଯ୍ୟନ୍ତ ଝାଡ଼ୁ ମାରିବାକୁ  ସର୍ତ୍ତ ଆରୋପ କରିଥିଲେ । ରାୟଗଡ଼ା ଜିଲ୍ଲାରେ ମଧ୍ୟ ବିଭିନ୍ନ କୋର୍ଟ ଏଭଳି ଜାମିନ ସର୍ତ୍ତ ଆରୋପ କରିଥିବା ଦର୍ଶାଯାଇଥିଲା । ଖଣି ବିରୋଧୀ ଆନ୍ଦୋଳନରେ ସାମିଲ ଦଳିତ ଓ ଆଦିବାସୀ ଲୋକଙ୍କୁ ଜାମିନ ପ୍ରଦାନ କରିବା ସମୟରେ ୨୦୨୫ରୁ ୨୦୨୬ ମଧ୍ୟରେ ୮ଟି ମାମଲାରେ ଏଭଳି ସର୍ତ୍ତ ଆରୋପ କରାଯାଇଥିଲା ।

ହ୍ୱାଟ୍ସଆପ୍ ଓ ମେଟାକୁ ସୁପ୍ରିମକୋର୍ଟଙ୍କ କଡ଼ା ଚେତାବନୀ: 'ଡାଟା ଗୋପନୀୟତା ରକ୍ଷା କର, ନଚେତ୍ ଭାରତ ଛାଡ଼ି ପଳାଅ'
ନୂଆଦିଲ୍ଲୀ: ବ୍ୟବହାରକାରୀଙ୍କ ତଥ୍ୟ ବା ଡାଟା ସେୟାରିଂକୁ ନେଇ ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ହ୍ୱାଟ୍ସଆପ୍ ଏବଂ ଏହାର ମୂଳ କମ୍ପାନୀ ମେଟା (Meta) କୁ କଡ଼ା ଭର୍ତ୍ସନା କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ ଟେକ୍ନୋଲୋଜି କିମ୍ବା ବ୍ୟବସାୟିକ ସ୍ୱାର୍ଥ ନାମରେ ନାଗରିକଙ୍କ ଗୋପନୀୟତା ଅଧିକାର (Right to Privacy) ସହିତ ସାଲିସ କରାଯାଇପାରିବ ନାହିଁ। କୋର୍ଟ କଡ଼ା ଶବ୍ଦରେ କମ୍ପାନୀକୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ନିୟମ ପାଳନ କରିପାରିବେ ନାହିଁ, ତେବେ ଭାରତ ଛାଡ଼ି ଚାଲିଯାଆନ୍ତୁ।

ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗଚିଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଆମେରିକା ଭିତ୍ତିକ ଏହି କମ୍ପାନୀକୁ ତାଗିଦ୍ କରି କହିଛନ୍ତି, "ଆପଣ ଗୋପନୀୟତା ସହ ଖେଳିପାରିବେ ନାହିଁ... ଆମେ ଆପଣଙ୍କୁ ଆମର ଡାଟାର ଗୋଟିଏ ଅଙ୍କ ମଧ୍ୟ ସେୟାର କରିବାକୁ ଅନୁମତି ଦେବୁ ନାହିଁ।" ଭାରତୀୟ ବ୍ୟବହାରକାରୀଙ୍କ ଶୋଷଣକୁ କୌଣସି ମତେ ବରଦାସ୍ତ କରାଯିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ଏହି ଶୁଣାଣି ମୁଖ୍ୟତଃ ହ୍ୱାଟ୍ସଆପର ୨୦୨୧ ମସିହାର "ଟେକ୍ ଇଟ୍ ଅର୍ ଲିଭ୍ ଇଟ୍" (ଗ୍ରହଣ କର ନଚେତ୍ ଛାଡ଼ିଦିଅ) ଗୋପନୀୟତା ନୀତି ଉପରେ ଆଧାରିତ ଥିଲା। ସୁପ୍ରିମକୋର୍ଟ ଏହି ଅଭ୍ୟାସକୁ "ସାମ୍ବିଧାନିକତାର ଉପହାସ" ବୋଲି ବର୍ଣ୍ଣନା କରିଛନ୍ତି। ଜଷ୍ଟିସ୍ ବାଗଚି କହିଛନ୍ତି ଯେ କମ୍ପାନୀଗୁଡ଼ିକ ଯେଉଁ ସହମତି ହାସଲ କରିଛନ୍ତି ତାହା ପ୍ରକୃତରେ "ମାନୁଫାକ୍ଚରଡ୍ କନସେଣ୍ଟ" ବା ଜୋର ଜବରଦସ୍ତ ପ୍ରସ୍ତୁତ କରାଯାଇଥିବା ସହମତି। ବିଜ୍ଞାପନ ଉଦ୍ଦେଶ୍ୟରେ ହ୍ୱାଟ୍ସଆପ୍ ୟୁଜରଙ୍କ ଡାଟା ସେୟାର କରାଯିବ ନାହିଁ ବୋଲି ସ୍ପଷ୍ଟ ଭାବରେ ଏକ ସତ୍ୟପାଠ ଦାଖଲ କରିବାକୁ କୋର୍ଟ ମେଟାକୁ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବରୁ କମ୍ପିଟିଶନ୍ କମିଶନ୍ ଅଫ୍ ଇଣ୍ଡିଆ (CCI) ହ୍ୱାଟ୍ସଆପ୍ ଉପରେ ୨୧୩ କୋଟି ଟଙ୍କାର ଜରିମାନା ଲଗାଇଥିଲେ, ଯାହାକୁ କମ୍ପାନୀ ପୈଠ କରିସାରିଥିବା ବରିଷ୍ଠ ଆଇନଜୀବୀ ମୁକୁଳ ରୋହତଗୀ ଏବଂ କପିଲ ସିବଲ କୋର୍ଟଙ୍କୁ ଜଣାଇଛନ୍ତି। ତେବେ କୋର୍ଟ ମେଟା ଏବଂ ହ୍ୱାଟ୍ସଆପକୁ ବିସ୍ତୃତ ଜବାବ ଦାଖଲ କରିବାକୁ ସମୟ ଦେଇଛନ୍ତି ଏବଂ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାର (ଫେବୃଆରୀ ୯) ପାଇଁ ଧାର୍ଯ୍ୟ କରିଛନ୍ତି।

ସବୁ ସ୍କୁଲରେ ଛାତ୍ରୀମାନଙ୍କ ପାଇଁ ମାଗଣା ସାନିଟାରୀ ପ୍ୟାଡ୍ ଏବଂ ପୃଥକ ଶୌଚାଳୟ ବ୍ୟବସ୍ଥା କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି । ଦେଶର ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ ସମ୍ମାନକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଶୁକ୍ରବାର ଏକ ଯୁଗାନ୍ତକାରୀ ରାୟ ଶୁଣାଇଛନ୍ତି। ଋତୁସ୍ରାବ ସ୍ୱାସ୍ଥ୍ୟ ବା ମାସିକ ଧର୍ମ ସ୍ୱଚ୍ଛତାକୁ ସମ୍ବିଧାନର 'ଧାରା ୨୧' ଅଧୀନରେ 'ଜୀବନର ଅଧିକାର'ର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି କୋର୍ଟ ଘୋଷଣା କରିଛନ୍ତି। ଏଥିସହିତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ସ୍କୁଲଗୁଡ଼ିକରେ ଛାତ୍ରୀମାନଙ୍କ ପାଇଁ ମାଗଣା ସାନିଟାରୀ ନାପକିନ୍ ଏବଂ ପୃଥକ ଶୌଚାଳୟ ବ୍ୟବସ୍ଥା କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ୍ ଜେ.ବି ପାର୍ଦିୱାଲା ଏବଂ ଜଷ୍ଟିସ୍ ଆର. ମହାଦେବନଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ସହରାଞ୍ଚଳ ହେଉ କି ଗ୍ରାମାଞ୍ଚଳ, ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଏବଂ ଘରୋଇ ସ୍କୁଲରେ ଏହି ନିୟମ ଲାଗୁ ହେବ। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀମାନଙ୍କୁ ମାଗଣାରେ ଅକ୍ସୋ-ବାୟୋଡିଗ୍ରେଡେବଲ୍ (ପରିବେଶ ଅନୁକୂଳ) ସାନିଟାରୀ ନାପକିନ୍ ଯୋଗାଇଦେବେ। ଏହା ବ୍ୟତୀତ ସ୍କୁଲରେ ପୁଅ ଏବଂ ଝିଅଙ୍କ ପାଇଁ ପୃଥକ ଶୌଚାଳୟ ରହିବା ସହ ସେଥିରେ ନିୟମିତ ପାଣି ଓ ହାତ ଧୋଇବା ପାଇଁ ସାବୁନ ବ୍ୟବସ୍ଥା ରହିବା ବାଧ୍ୟତାମୂଳକ କରାଯାଇଛି।

ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି ଯେ, ଯଦି କୌଣସି ଘରୋଇ ସ୍କୁଲ ଏହି ନିର୍ଦ୍ଦେଶାବଳୀ ପାଳନ କରିବାରେ ବିଫଳ ହୁଏ, ତେବେ ଶିକ୍ଷା ଅଧିକାର ଆଇନ ଅନୁଯାୟୀ ସେହି ସ୍କୁଲର ସ୍ୱୀକୃତି ବା ମାନ୍ୟତା ରଦ୍ଦ କରାଯିବ। ସେହିପରି ସରକାରୀ ସ୍କୁଲଗୁଡ଼ିକରେ ଏହି ଅବହେଳା ପାଇଁ ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ଦାୟୀ କରାଯିବ। ଖଣ୍ଡପୀଠ କହିଛନ୍ତି ଯେ, ଋତୁସ୍ରାବ ସ୍ୱଚ୍ଛତା ପରିଚାଳନାର ଅଭାବ କେବଳ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଏ ନାହିଁ, ବରଂ ଏହା ସେମାନଙ୍କ ଶିକ୍ଷା ଅଧିକାର ଏବଂ ସମ୍ମାନଜନକ ଜୀବନ ବଞ୍ଚିବାର ଅଧିକାରକୁ କ୍ଷୁର୍ଣ୍ଣ କରିଥାଏ।

ରାୟରେ ଉଲ୍ଲେଖ କରାଯାଇଛି ଯେ, ଶିକ୍ଷା ଅଧିକାର କେବଳ ପାଠପଢ଼ାରେ ସୀମିତ ନୁହେଁ, ବରଂ ଏହା ମାନବିକ ଅଧିକାରର ଏକ ବୃହତର ଅଂଶ। ଉପଯୁକ୍ତ ପରିମଳ ବ୍ୟବସ୍ଥା ଅଭାବରୁ ଅନେକ ଛାତ୍ରୀ ସ୍କୁଲ ଛାଡ଼ିବାକୁ ବାଧ୍ୟ ହୁଅନ୍ତି, ଯାହା ସମ୍ବିଧାନର ଧାରା ୧୪ (ସମାନତା) ଏବଂ ଧାରା ୨୧-କ (ଶିକ୍ଷା ଅଧିକାର)ର ଉଲ୍ଲଂଘନ। ତେଣୁ ପ୍ରତ୍ୟେକ ସ୍କୁଲରେ 'ଋତୁସ୍ରାବ ସ୍ୱଚ୍ଛତା ପରିଚାଳନା କର୍ଣ୍ଣର' ସ୍ଥାପନ କରିବା ସହ ଛାତ୍ରୀମାନଙ୍କୁ ଏ ସମ୍ପର୍କରେ ସଚେତନ କରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବୁଲା କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ବଡ଼ କ୍ଷତିପୂରଣ, 'ଡଗ୍ ଫିଡର'ଙ୍କୁ ମଧ୍ୟ କଡ଼ା ଚେତାବନୀ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ବୁଲା କୁକୁରଙ୍କ ଆତଙ୍କକୁ ନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସୁପ୍ରିମକୋର୍ଟ ଚେତାବନୀ ଦେଇ କହିଛନ୍ତି ଯେ, ବୁଲା କୁକୁର କାମୁଡ଼ିବା କିମ୍ବା ଏହାଦ୍ୱାରା ମୃତ୍ୟୁ ଘଟିବା ମାମଲାରେ ରାଜ୍ୟ ସରକାରଙ୍କୁ ମୋଟା ଅଙ୍କର କ୍ଷତିପୂରଣ ଦେବାକୁ ପଡ଼ିପାରେ। କେବଳ ସେତିକି ନୁହେଁ, ରାସ୍ତାକଡ଼ରେ କୁକୁରଙ୍କୁ ଖାଇବାକୁ ଦେଉଥିବା ବ୍ୟକ୍ତି ବା 'ଡଗ୍ ଫିଡର'ମାନଙ୍କୁ ମଧ୍ୟ ଏଥିପାଇଁ ଦାୟୀ କରାଯାଇପାରେ ବୋଲି କୋର୍ଟ ସଙ୍କେତ ଦେଇଛନ୍ତି।

ଶୁଣାଣି ସମୟରେ ଖଣ୍ଡପୀଠ କହିଛନ୍ତି ଯେ, ଯଦି କୌଣସି ବ୍ୟକ୍ତି ବୁଲା କୁକୁରଙ୍କୁ ଖାଇବାକୁ ଦେଉଛନ୍ତି, ତେବେ ସେମାନେ କୁକୁରମାନଙ୍କୁ ନିଜ ଘରକୁ ନେଇଯିବା ଉଚିତ୍। ସେମାନଙ୍କୁ ରାସ୍ତାରେ ବୁଲିବାକୁ ଏବଂ ଲୋକଙ୍କୁ ଗୋଡ଼ାଇ କାମୁଡ଼ିବାକୁ କାହିଁକି ଛଡ଼ାଯିବ? କୋର୍ଟ ପ୍ରଶ୍ନ କରିଛନ୍ତି ଯେ, "ଯଦି କୌଣସି ସଂସ୍ଥା ଦ୍ୱାରା ଖାଇବାକୁ ଦିଆଯାଉଥିବା କୁକୁର ଜଣେ ୯ ବର୍ଷର ଶିଶୁକୁ ମାରିଦିଏ, ତେବେ ଏଥିପାଇଁ କିଏ ଦାୟୀ ହେବ? ସମ୍ପୃକ୍ତ ସଂସ୍ଥା କଣ କ୍ଷତିପୂରଣ ପାଇଁ ଦାୟୀ ରହିବେ ନାହିଁ କି?"

ଏହି ମାମଲାରେ ପୂର୍ବ ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀ କପିଲ ସିବଲ ଯୁକ୍ତି ଦର୍ଶାଇଥିଲେ ଯେ, ପଶୁମାନଙ୍କ ପ୍ରତି ସହାନୁଭୂତି ଦେଖାଇଲେ ସେମାନେ ଆକ୍ରମଣ କରନ୍ତି ନାହିଁ। ଏହାର ଜବାବରେ ବିଚାରପତି ଜଷ୍ଟିସ୍ ବିକ୍ରମ ନାଥ କହିଥିଲେ ଯେ, ସକାଳୁ କେଉଁ କୁକୁରର 'ମୁଡ୍' ବା ମାନସିକ ଅବସ୍ଥା କିପରି ଅଛି, ତାହା ଜାଣିବା ଅସମ୍ଭବ। ଏହା କେବଳ କାମୁଡ଼ିବା କଥା ନୁହେଁ, ବରଂ ରାସ୍ତାରେ ସେମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଭୟ ଓ ବିପଦର ବିଷୟ।

ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ସନ୍ଦୀପ ମେହେଟ୍ଟା ଏବଂ ଜଷ୍ଟିସ୍ ଏନ.ଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗତ ନଭେମ୍ବର ୭ ତାରିଖରେ ସୁପ୍ରିମକୋର୍ଟ ସ୍କୁଲ, ହସ୍ପିଟାଲ, ବସ୍ ଷ୍ଟାଣ୍ଡ ଏବଂ ରେଳ ଷ୍ଟେସନ ଭଳି ସ୍ଥାନରୁ ବୁଲା କୁକୁରଙ୍କୁ ହଟାଇ ନିର୍ଦ୍ଦିଷ୍ଟ ଆଶ୍ରୟସ୍ଥଳୀକୁ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

ଆରାବଳୀ ପାହାଡ଼ର ସଂଜ୍ଞା ପରିବର୍ତ୍ତନ ଉପରେ ସୁପ୍ରିମକୋର୍ଟଙ୍କ ରୋକ୍, ଜାନୁଆରି ୨୧ରେ ପରବର୍ତ୍ତୀ ଶୁଣାଣି
ନୂଆଦିଲ୍ଲୀ: ଆରାବଳୀ ମାମଲାରେ ନିଜ ରାୟ ଉପରେ ରହିତାଦେଶ ଜାରି କଲେ ସୁପ୍ରିମକୋର୍ଟ । ଆରାବଳୀ ପାହାଡ଼ର ସଂଜ୍ଞା ପରିବର୍ତ୍ତନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ସୋମବାର ଦିନ ସର୍ବୋଚ୍ଚ ନ୍ୟାୟାଳୟ ଆରାବଳୀ ପାହାଡ଼ର ନୂତନ ସଂଜ୍ଞା କାର୍ଯ୍ୟକାରୀ କରିବା ସମ୍ପର୍କିତ ପୂର୍ବ ନିର୍ଦ୍ଦେଶନାମାକୁ ସ୍ଥଗିତ ରଖିଛନ୍ତି। ଶୁଣାଣିରେ କୋର୍ଟ ଗତ ମାସରେ ଦେଇଥିବା ରାୟ ଉପରେ ରୋକ୍ ଲଗାଇଛନ୍ତି । ଯେଉଁଥିରେ ଆରାବାଳୀ ପର୍ବତ ଶ୍ରେଣୀର ସଜ୍ଞା ବାବଦରେ ଉଲ୍ଲେଖ ହୋଇଥିଲା । ବିଶେଷଜ୍ଞ କମିଟିର ରିପୋର୍ଟ ଏବଂ କୋର୍ଟଙ୍କ ପର୍ଯ୍ୟବେକ୍ଷଣର ଭୁଲ୍ ବ୍ୟାଖ୍ୟା କରାଯାଉଥିବା ନେଇ ଆଶଙ୍କା ପ୍ରକାଶ ପାଇବା ପରେ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି।

ଭାରତର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜେ.କେ. ମହେଶ୍ୱରୀ ଏବଂ ବିଚାରପତି ଏ.ଜି. ମସିହଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଆରାବଳୀ ପାହାଡ଼ର ସଂଜ୍ଞା ବଦଳିଲେ ବେଆଇନ ଖଣି ଖନନ ବୃଦ୍ଧି ପାଇବାର ଆଶଙ୍କା ଥିବାରୁ କୋର୍ଟ ଏହା ଉପରେ ଏକ ସ୍ୱତଃପ୍ରବୃତ୍ତ (Suo Motu) ମାମଲା ରୁଜୁ କରିଥିଲେ। ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, କୌଣସି ନୂତନ ନିୟମ ଲାଗୁ ହେବା ପୂର୍ବରୁ ଏହାର ନିରପେକ୍ଷ ଏବଂ ସ୍ୱାଧୀନ ବିଶେଷଜ୍ଞ ତଦନ୍ତ ହେବା ଆବଶ୍ୟକ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁଆରୀ ୨୧ ତାରିଖରେ ହେବ।

କୋର୍ଟ ଉଦବେଗ ପ୍ରକାଶ କରିଛନ୍ତି ଯେ, ନୂତନ ସଂଜ୍ଞା ଦ୍ୱାରା ଅଣ-ଆରାବଳୀ ଅଞ୍ଚଳର ପରିସର ବୃଦ୍ଧି ପାଇପାରେ, ଯାହା ପରୋକ୍ଷରେ ଅନିୟନ୍ତ୍ରିତ ଖଣି ଖନନକୁ ପ୍ରୋତ୍ସାହିତ କରିବ। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଏହି ମାମଲାର ସମୀକ୍ଷା ପାଇଁ ଏକ ଉଚ୍ଚକ୍ଷମତା ସମ୍ପନ୍ନ ବିଶେଷଜ୍ଞ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି କମିଟି ଆରାବଳୀ ଅଞ୍ଚଳରୁ ବାଦ୍ ପଡୁଥିବା କ୍ଷେତ୍ରଗୁଡ଼ିକର ଚିହ୍ନଟ କରିବା ସହ ଏହାର ପରିବେଶଗତ ପ୍ରଭାବ ଆକଳନ କରିବ।