central government - The Sakala
ବିପୁଳ କ୍ଷତିରେ ସହାୟତା ନଗଣ୍ୟ,ବିପର୍ଯ୍ୟୟ ପରିଚାଳନା ସଂଶୋଧନ ବିଲ ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ : ମାନସ ମଙ୍ଗରାଜ
ନୂଆଦିଲ୍ଲୀ : ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ବା ଏନଡିଆରଏଫର ବ୍ୟବହାରକୁ ବିକେନ୍ଦ୍ରୀକରଣ କରିବା ବଦଳରେ କେନ୍ଦ୍ର ସରକାର ଏହା ଉପରେ ଅଧିକ ନିୟନ୍ତ୍ରଣ ଜାହିର କରିଛନ୍ତି। ମୂଳ ଆଇନରେ ଜାତୀୟ, ରାଜ୍ୟ ଓ ଜିଲ୍ଲା ସ୍ତରରେ ପଦାଧିକାରୀମାନଙ୍କ ଦାୟିତ୍ବକୁ ଗୁରୁତ୍ବ ଦିଆଯାଇଥିବାବେଳେ ନୂଆ ବିଲରେ ଏସବୁର ବିପରୀତ ଦିଗକୁ ପ୍ରାଧାନ୍ୟ ଦିଆଯାଇଛି। ଏଣୁ ଏହି ବିପର୍ଯ୍ୟୟ ପରିଚାଳନା ସଂଶୋଧନ ବିଲ ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ।
ରାଜ୍ୟସଭାରେ ବିପର୍ଯ୍ୟୟ ପରିଚାଳନା ସଂଶୋଧନ ବିଲ ସମ୍ପର୍କରେ ଆଲୋଚନା ବେଳେ ସାଂସଦ ମାନସ ମଙ୍ଗରାଜ କହିଛନ୍ତି -ଗତ ୨୫ ବର୍ଷରେ ଓଡିଶା ୧୭ଟି ବଡ ବନ୍ୟା, ୧୧ଟି ମରୁଡି, ୧୨ରୁ ଅଧିକ ସାଇକ୍ଲୋନର ସମ୍ମୁଖୀନ ହୋଇଛି। ଏହି ସବୁ କାରଣରୁ ୨୦୦୦ରୁ ୨୦୨୦ ମଧ୍ୟରେ ଓଡ଼ିଶା ୮ ଲକ୍ଷ ୫୦ ହଜାର କୋଟି ଟଙ୍କାର କ୍ଷତି ସହିଛି। କିନ୍ତୁ କେନ୍ଦ୍ର ସରକାର ଏହି କ୍ଷତିର ଏକ ଦଶମାଂଶ ଅର୍ଥାତ ମାତ୍ର ୭ ହଜାର ୫୦୦ କୋଟିରୁ କମ୍ ଟଙ୍କା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନଗଣ୍ୟ ଅନୁଦାନ ଅତ୍ୟନ୍ତ ଦୁଃଖଦାୟକ ଏବଂ ବିପୁଳ କ୍ଷତିର ସମ୍ମୁଖୀନ ହୋଇଥିବା ପୀଡ଼ିତଙ୍କ ଲାଗି ଏକ ଉପହାସ। ତେଣୁ ବିପର୍ଯ୍ୟୟ ପରିଚାଳନ କ୍ଷେତ୍ରରେ କେନ୍ଦ୍ର ସରକାର ନିଜର ମାନସିକତାରେ ପରିବର୍ତ୍ତନ କରନ୍ତୁ ବୋଲି କହିଛନ୍ତି ସାଂସଦ ମାନସ ମଙ୍ଗରାଜ।
ସାଂସଦ ମାନସ ମଙ୍ଗରାଜ ଆହୁରି ମଧ୍ୟ କହିଛନ୍ତି ଯେ  ୨୯ ଅକ୍ଟୋବର ୧୯୯୯ ମହାବାତ୍ୟାରେ ଓଡ଼ିଶା ଭୟଙ୍କର କ୍ଷତିଗ୍ରସ୍ତ ହୋଇଥିଲା। ୧୦ ହଜାର ଲୋକ ପ୍ରାଣ ହରାଇଥିବା ନେଇ ସରକାରୀ ରିପୋର୍ଟ ଥିଲେ ବି ଏହି ସଂଖ୍ୟା ବହୁତ ଅଧିକ ଥିଲା। ଏଥିରେ ୧୩ ଲକ୍ଷ ହେକ୍ଟର ଧାନଚାଷ, ୧ ଲକ୍ଷ ୭୬ ହଜାର ହେକ୍ଟର ଉଦ୍ୟାନ ଚାଷ, ୨ ଲକ୍ଷ ୫୭ ହଜାର ହେକ୍ଟର ଅନ୍ୟାନ୍ୟ ଚାଷ ନଷ୍ଟ ହୋଇଯାଇଥିଲା। ଏସବୁକୁ ଦୃଷ୍ଟିରେ ରଖି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଐତିହାସିକ ବିପର୍ଯ୍ୟୟ ପରିଚାଳନା ନିଷ୍ପତ୍ତି ନେଇଥିଲେ ବୋଲି ସେ କହିଛନ୍ତି। ୨୦୧୩ରେ ଫାଇଲିନ, ୨୦୧୪ରେ ହୁଦହୁଦ, ୨୦୧୮ରେ ତିତଲି, ୨୦୧୯ରେ ଫନି, ୨୦୨୦ରେ ଅମ୍ଫାନ, ୨୦୨୧ରେ ଆସିଥିଲା ସାଇକ୍ଲୋନ ୟାସ। ନବୀନଙ୍କ ଦୃଢ ନେତୃତ୍ବ ବଳରେ ଏହି ସମସ୍ତ ବିପର୍ଯ୍ୟୟର ସଫଳ ମୁକାବିଲା କରାଯାଇଥିଲା। କ୍ଷୟକ୍ଷତି ପରିମାଣ ବି ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିଲା। ଏହି ସଫଳତା କାରଣରୁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା ଓସଡମା କେନ୍ଦ୍ର ସରକାରଙ୍କ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ଲାଭ କରିଥିଲା। ପ୍ରତି ଜୀବନ ମୂଲ୍ୟବାନ ସଂକ୍ରାନ୍ତ ନବୀନଙ୍କ ବାର୍ତ୍ତାକୁ ବି ଜାତିସଂଘ ପ୍ରଶଂସା କରିଥିଲା।
ଓଡିଶାକୁ ଏକ ବିପର୍ଯ୍ୟୟ ପ୍ରତିରୋଧୀ ରାଜ୍ୟରେ ପରିଣତ କରିବାରେ ନବୀନଙ୍କ ଭୂମିକା ଅଗ୍ରଗଣ୍ୟ। ଏହି ସଫଳତା ସତ୍ତ୍ବେ କେନ୍ଦ୍ର ସରକାରଙ୍କ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଓଡିଶାକୁ ପର୍ଯ୍ୟାପ୍ତ ସହାୟତା ଯୋଗାଯାଇନାହିଁ। ପ୍ରସ୍ତାବିତ ସଂଶୋଧନ ବିଲ୍ ଏହି ପାଣ୍ଠିର ବ୍ୟବସ୍ଥା ନେଇ ଅଧିକ ଆଶଙ୍କା ସୃଷ୍ଟି କରୁଛି। ୨୦୦୫ର ମୂଳ ଆଇନରେ ବିପର୍ଯ୍ୟୟ ମୁକାବିଲାକୁ ଏକ ବିପଜ୍ଜନକ ବିପର୍ଯ୍ୟୟ ସ୍ଥିତି ବା ବିପର୍ଯ୍ୟୟ ବୋଲି ଦର୍ଶାଯାଇଛି। ମାତ୍ର ନୂଆ ବିଲରେ ବିପର୍ଯ୍ୟୟ ପରିଚାଳନାରର ବିଭିନ୍ନ ଦିଗକୁ ବିଚାର କରାଯିବ ବୋଲି ରହିଛି। ଏହି ପରିବର୍ତ୍ତନ ଅତ୍ୟନ୍ତ ଚିନ୍ତାଦାୟକ ବୋଲି କହିଛନ୍ତି ସାଂସଦ ମାନସ ମଙ୍ଗରାଜ। ଏହି ପାଣ୍ଠିର ବ୍ୟବହାରକୁ ବିକେନ୍ଦ୍ରୀକରଣ କରିବା ବଦଳରେ କେନ୍ଦ୍ର ସରକାର ଏହା ଉପରେ ଅଧିକ ନିୟନ୍ତ୍ରଣ ଜାହିର କରିଛନ୍ତି ସରକାର।
ଯାହା ବିପର୍ଯ୍ୟୟ ସମୟରେ ରିଲିଫ ସଂକ୍ରାନ୍ତ କାର୍ଯ୍ୟକ୍ରମରେ ଏହା ବାଧା ସୃଷ୍ଟି କରିବ। ସେ ଆହୁରି କହିଛନ୍ତି- ନୀତି ଆୟୋଗ ରିପୋର୍ଟ ଅନୁସାରେ ଦେଶର ଜିଡିପିକୁ ସହରାଞ୍ଚଳ ୬୦ ପ୍ରତିଶତ ଅବଦାନ ଦେଇଥାନ୍ତି। ମାତ୍ର ସଂଶୋଧନ ବିଲରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା ଏନଡିଏମଏ ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା ଏସଡିଏମଏ ଜରିଆରେ ବିପର୍ଯ୍ୟୟ ପରିଚାଳନାକୁ ବିକେନ୍ଦ୍ରୀକରଣ କରାଯାଇଛି। ଆର୍ଥିକ ସଶକ୍ତିକରଣ ବଦଳରେ ଏହି ନିଷ୍ପତ୍ତି ଦୁର୍ଭାଗ୍ୟଜନକ ଏବଂ ଅଧିକ ସମସ୍ୟା ସୃଷ୍ଟି କରିବ। ତତକାଳୀନ ବିଜୁ ଜନତା ଦଳ ନେତୃତ୍ବାଧୀନ ସରକାରଙ୍କ ଆଖିଦୃଶିଆ ଉଦାହରଣ ସତ୍ତ୍ବେ ପାଣ୍ଠି କ୍ଷେତ୍ରରେ ରାଜ୍ୟକୁ ବାରମ୍ବାର ଅବହେଳିତ କରାଯାଇଛି। ତେଣୁ ରାଜ୍ୟକୁ ଉପକୃତ କରିପାରିବା ପରି ଏକ ବିପର୍ଯ୍ୟୟ ପରିଚାଳନା ନୀତି ସରକାର ଆଣନ୍ତୁ ବୋଲି ଦାବି କରିଛନ୍ତି ସାଂସଦ ମାନସ ମଙ୍ଗରାଜ।
ଭୁବନେଶ୍ବର : ପୁଣି ସଂସଦରେ ଓଡ଼ିଶାକୁ ସ୍ୱତନ୍ତ୍ର ବର୍ଗ ମାନ୍ୟତା ଦାବି ଉଠାଇଲା ବିଜେଡି। ସୋମବାର ସଂସଦରେ ଏକ ଶକ୍ତିଶାଳୀ ଏବଂ ଆବେଗପୂର୍ଣ୍ଣ ଭାଷଣ ଦେଇ, ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର  ଓଡ଼ିଶାକୁ ସ୍ୱତନ୍ତ୍ର ବର୍ଗ ମାନ୍ୟତା ପାଇଁ ଦୀର୍ଘ ଦିନରୁ ଦାବିକୁ ପୁନର୍ବାର ଦୋହରାଇଛନ୍ତି।
ଗୃହକୁ ସମ୍ବୋଧିତ କରି ଡକ୍ଟର ପାତ୍ର ଗୁରୁତ୍ୱାରୋପ କରିଛନ୍ତି ଯେ ଓଡ଼ିଶା ସହାନୁଭୂତି ନୁହେଁ ବରଂ ନ୍ୟାୟ ଆବଶ୍ୟକ। ଓଡ଼ିଶା ତାର ନ୍ୟାୟ ପାଇବାକୁ ବହ ଦିନରୁ ଅପେକ୍ଷା କରିଛି। ବିଜେଡି ନବୀନ ପଟ୍ଟନାୟକଙ୍କ ଅଦମ୍ୟ ନେତୃତ୍ୱରେ, ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି, ଓଡ଼ିଶାକୁ ସ୍ୱତନ୍ତ୍ର ବର୍ଗ ମାନ୍ୟତା ପାଇଁ ଦାବି ଉଠାଇଆସୁଛି। କିନ୍ତୁ୍ କେନ୍ଦ୍ର ସରକାର ଓଡ଼ିଶା ପ୍ରତି ଅବହେଳା କରିଚାଲିଛନ୍ତି ଏବଂ ଓଡ଼ିଶାର ନ୍ୟାର୍ଯ୍ୟ ଦାବିକୁ ଅଣଦେଖା କରିବାରେ ଟିକେ ବି ଅବହେଳା କରୁନାହାଁନ୍ତି।
ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର  ସଂସଦରେ ଶକ୍ତିଶାଳୀ ଏବଂ ଆବେଗପୂର୍ଣ୍ଣ ଭାବେ କହିଥିଲେ ଯେ ‘ଆମେ କ୍ରୋଧରେ ଆମର ସ୍ୱର ଉଠାଇ ନାହୁଁ; ଆମେ ଏହାକୁ ଯୁକ୍ତି ସହିତ ଉଠାଇଛୁ। ଯେତେବେଳେ କୌଣସି ନ୍ୟାର୍ଯ୍ୟ ଦାବିକୁ ବହୁତ ଦିନ ଧରି ଅଣଦେଖା କରାଯାଏ, ସେତେେବେଳେ ଜଣେ ନିଶ୍ଚିତ ଭାବରେ ଶକ୍ତିଶାଳୀ ଭାବେ ଦାବି ଉଠାଇବ।
ଡକ୍ଟର ପାତ୍ର ଆହୁରି ମଧ୍ୟ କହିଛନ୍ତି ଓଡ଼ିଶା ହେଉଛି ଭାରତର ବିକାଶର ସ୍ତମ୍ଭ, ପ୍ରକୃତିର କ୍ରୋଧ ବିରୁଦ୍ଧରେ ଢାଲ। ଓଡ଼ିଶା ହେଉଛି ଭାରତର ଅର୍ଥନୀତିର ଇଞ୍ଜିନ ରୁମ୍ – ଆମର କୋଇଲା ଶକ୍ତି ଶିଳ୍ପ, ଆମର ଖଣିଜ ପଦାର୍ଥ ଭାରତର ଭିତ୍ତିଭୂମି ନିର୍ମାଣ କରେ, ଆମର ବନ୍ଦର ଭାରତକୁ ବିଶ୍ୱ ସହିତ ସଂଯୋଗ କରେ। ତଥାପି, ଓଡ଼ିଶା ଦୁର୍ବଳ ରହିଛି – ବର୍ଷ ପରେ ବର୍ଷ, ଝଡ଼ ପରେ ଝଡ଼ର ସମ୍ମୁଖୀନ ହୋଇଚାଲିଛି। ଫାଇଲିନ, ଫନି, ଆମ୍ଫାନ୍, ୟାସ୍, ହୁଡ୍‌ହୁଡ,ଦାନା ପରି ସୁପରସାଇକ୍ଲୋନ୍ ପ୍ରତିବର୍ଷ ଓଡ଼ିଶାର ବ୍ୟାପକ କ୍ଷତି କରୁଛି।
ଯେତେବେଳେ ଓଡ଼ିଶା ଭାରତର ଉତ୍ଥାନକୁ ଇନ୍ଧନ ଦିଏ, ସେତେବେଳେ କେବଳ ଓଡ଼ିଶା ବିନାଶର ଶିକାର ହୁଏ। ଏହା କ’ଣ ଆମ ସମ୍ବିଧାନରେ ଲିଖିତ ସଂଘୀୟ ଦୃଷ୍ଟିକୋଣ? ଏହା କ’ଣ ଆମେ ସମସ୍ତେ କହୁଥିବା ସହଯୋଗ ସଂଘୀୟତାର ଧାରଣା? ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ଡକ୍ଟର ସସ୍ମିତ ପାତ୍ର। ବାରମ୍ବାର ବିପର୍ଯ୍ୟୟ ପରେ ପୁନଃନିର୍ମାଣ ଏବଂ ଜାତୀୟ ରାଜକୋଷକୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେବାର ଦ୍ୱୈତ ଦାୟିତ୍ୱ ହେତୁ ଓଡ଼ିଶା ଯେଉଁ ଆର୍ଥିକ ଚାପର ସମ୍ମୁଖୀନ ହେଉଛି ତାହା ସେ ଉଲ୍ଲେଖ କରିଥିଲେ।
ନ୍ୟାୟ ଏକ ଅନୁଗ୍ରହ ନୁହେଁ। ସ୍ୱୀକୃତି ଏକ ଅନୁରୋଧ ନୁହେଁ। ସ୍ୱତନ୍ତ୍ର ବର୍ଗର ମାନ୍ୟତା ଏକ ପ୍ରଲୋଭନ ନୁହେଁ। ଏହା ଓଡ଼ିଶା ପାଇବାକୁ ହକ୍‌ଦାର। ଅନ୍ୟ କୌଣସି ରାଜ୍ୟକୁ ଏତେ ବଳିଦାନ ଦେବାକୁ, ଏତେ ଦାନ ଦେବାକୁ ଏବଂ ଏତେ କମ୍ ଜାତୀୟ ସହାୟତା ପାଇବାକୁ କୁହାଯାଇ ନାହିଁ। ଏହି ଗୃହ ନିଜକୁ ପଚାରିବା ଉଚିତ: ଓଡ଼ିଶା କ’ଣ ସର୍ବଦା ନୀରବ ପ୍ରହରୀ ହୋଇ ରହିବ, ଯାହା ଦେବାକୁ ଆଶା କରାଯାଏ କିନ୍ତୁ କେବେ ପ୍ରଦାନ କରାଯିବ ନାହିଁ? ଓଡ଼ିଶାକୁ ସ୍ବତନ୍ତ୍ର ବର୍ଗ ମାନ୍ୟତା ଏହା ଏକ ଜାତୀୟ ନ୍ୟାୟ ପରୀକ୍ଷା। ଏହା ଆଉ ଏକ ନିୟମିତ ଦାବି ନୁହେଁ। ଏହା ଏକ ପରୀକ୍ଷା – ନ୍ୟାୟ, ସମାନତା ଏବଂ ସଂଘୀୟ ଦାୟିତ୍ୱ ପ୍ରତି ଆମ ଦେଶର ପ୍ରତିବଦ୍ଧତାର ଏକ ପରୀକ୍ଷା। ଓଡ଼ିଶା ସ୍ଥିରତା ଦେଖାଇଛି। ଓଡ଼ିଶା ଅବଦାନ ଦେଖାଇଛି। ଏବେ, କେନ୍ଦ୍ର ସରକାର ସ୍ୱୀକୃତି ଦେଖାଇବା ଉଚିତ ବୋଲି ଡକ୍ଟର ସସ୍ମିତ ପାତ୍ର କହିଛନ୍ତି।
କେନ୍ଦ୍ର ସରକାରଙ୍କ ମନିଟାଇଜେସନ୍‌ ସ୍କିମ୍‌ : ବିକ୍ରି ହେବ ରେଳ ଷ୍ଟେସନ, ଯାତ୍ରୀବାହୀ ଟ୍ରେନ୍, ମାଲ ପରିବହନ ଟର୍ମିନାଲ
ନୂଆଦିଲ୍ଲୀ : ସରକାରୀ ସମ୍ପତ୍ତିଗୁଡିକୁ ବିକ୍ରି କରି ଟଙ୍କା ରୋଜଗାର କରିବାକୁ କେନ୍ଦ୍ର ସରକାର ସମ୍ପ୍ରତି ଜୋରଦାର ପ୍ରୟାସ ଆରମ୍ଭ ଦେଇଛନ୍ତି। ଆସେଟ୍‌ ମନିଟାଇଜେସନ୍‌ ସ୍କିମ୍‌ରେ ସରକାର ଏପରି ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଥିରେ ରେଳବାଇର ରେଳ ଷ୍ଟେସନ, ଯାତ୍ରୀବାହୀ ଟ୍ରେନ୍ ଓ ମାଲ ପରିବହନ ଟର୍ମିନାଲ ଆଦିକୁ ବିକ୍ରି କରି ରାଜସ୍ବ ସଂଗ୍ରହ କରାଯିବ। ଏପରି କରି ସରକାରୀ ସମ୍ପତ୍ତି ବିକ୍ରି ଜରିଆରେ ସରକାର ୧୦ ଲକ୍ଷ କୋଟି ଟଙ୍କାର ରାଜସ୍ବ ସଂଗ୍ରହ ଲକ୍ଷ୍ୟ ରଖିଛନ୍ତି। ହେଲେ ଯୋଜନାରେ କିଛି ବିଭାଗର ଅଗ୍ରଗତିକୁ ନେଇ ଚିନ୍ତାପ୍ରକଟ କରାଯାଇଛି। କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏବେ ଏହାକୁ ନେଇ ଅସନ୍ତୋଷ ଜାହିର କରିଛି।
ଆସେଟ୍‌ ମନିଟାଇଜେସନ୍‌ କ୍ଷେତ୍ରରେ କିଛି ବିଭାଗର ମନ୍ଥର ଅଗ୍ରଗତି ସରକାରଙ୍କ ପାଇଁ ଚିନ୍ତାର ବିଷୟ ହୋଇ ରହିଛି। ନିକଟରେ କେନ୍ଦ୍ର କ୍ୟାବିନେଟ୍ ସଚିବ ଟି.ଭି. ସୋମନାଥନଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚସ୍ତରୀୟ କମିଟି ସମ୍ପତ୍ତି ବିମୁଦ୍ରାୟନ ମାମଲାରେ ରେଳ, ପର୍ଯ୍ୟଟନ ଏବଂ ଟେଲିକମ୍ ବିଭାଗର ମନ୍ଥର ଅଗ୍ରଗତି ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ରେଳବାଇ ଏହାର ଲକ୍ଷ୍ୟକୁ ୧ ଲକ୍ଷ କୋଟି ଟଙ୍କାକୁ ହ୍ରାସ କରିବାକୁ ଦାବି କରିଥିଲା, ଯାହାକୁ କମିଟି ପ୍ରତ୍ୟାଖ୍ୟାନ କରିଛି। ଗତଥର ମଧ୍ୟ ରେଳବାଇକୁ ୧ ଲକ୍ଷ କୋଟି ଟଙ୍କାର ଲକ୍ଷ୍ୟ ଦିଆଯାଇଥିଲା, କିନ୍ତୁ ଏହା କେବଳ ୩୦% ଲକ୍ଷ୍ୟ ହାସଲ କରିପାରିଥିଲା। କମିଟି ରେଳବାଇ ବୋର୍ଡ ଅଧ୍ୟକ୍ଷ ସତୀଶ କୁମାରଙ୍କୁ ନୂତନ ଏବଂ ଉତ୍ତମ ଉପାୟ ଖୋଜିବାକୁ କହିଛି। ଅଶୋକ ହୋଟେଲ ଚୁକ୍ତିରେ ପର୍ଯ୍ୟଟନ ବିଭାଗର ଶିଥିଳତା ଉପରେ ମଧ୍ୟ କମିଟି ଚିନ୍ତା ପ୍ରକାଶ କରିଛି।
ଏହି ଚୁକ୍ତି ବହୁତ ମନ୍ଥର ଗତିରେ ଚାଲିଛି। ବିଏସଏନଏଲ ଟାୱାର ବିକ୍ରି ଯୋଜନାକୁ ବାତିଲ କରିବା ପାଇଁ କମିଟି ଦୂରସଞ୍ଚାର ବିଭାଗ (ଡିଓଟି)କୁ ମଧ୍ୟ ଭର୍ତ୍ସନା କରିଛି। କମିଟି କହିଛି ଯେ ବିଏସଏନଏଲ ତାର ଋଣ ପରିଶୋଧ ପାଇଁ କେବଳ ସରକାରୀ ପାଣ୍ଠି ଉପରେ ନିର୍ଭର କରିପାରିବ ନାହିଁ। ବିଏସଏନଏଲ ଏକ ସରକାରୀ ଟେଲିକମ୍ କମ୍ପାନୀ ଯାହା ପ୍ରବଳ ଋଣ ବୋଝରେ ବୁଡ଼ି ରହିଛି। ଏହାର ଟାୱାରଗୁଡ଼ିକୁ ବିକ୍ରିକରି କିଛି ଅର୍ଥ ମିଳିପାରିଥାନ୍ତା, କିନ୍ତୁ ବିଭାଗ ଏହି ଯୋଜନାକୁ ବାତିଲ କରିଦେଇଛି। ପେଟ୍ରୋଲିୟମ ମନ୍ତ୍ରଣାଳୟକୁ ମଧ୍ୟ ଗ୍ୟାସ ପାଇପଲାଇନ ନେଟୱାର୍କ ବିକ୍ରି ଯୋଜନାକୁ ପୁନଃଆରମ୍ଭ କରିବାକୁ କୁହାଯାଇଛି। ଏହାସହିତ, ପରବର୍ତ୍ତୀ ଚକ୍ରରେ ୩୦,୦୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୩୦ ସୁଦ୍ଧା ସରକାରୀ ସମ୍ପତ୍ତି ବିକ୍ରି କରି ୧୦ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାର ଲକ୍ଷ୍ୟ ରଖିଛନ୍ତି। ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦିଲ୍ଲୀରେ ଜମି ବିକ୍ରୟରୁ ମାତ୍ର ୫୦୦୦ କୋଟି ଟଙ୍କା ସଂଗ୍ରହ କରିବାର ଲକ୍ଷ୍ୟ ରଖିଛି, ଯାହାକୁ କମିଟି ଅତ୍ୟଧିକ କମ୍ ବୋଲି କହିଛି।
ଦେଶରେ ଲାଗୁ ହେଲା ନାଗରିକତା ସଂଶୋଧନ ଆଇନ, ଜାରି ହେଲା ବିଜ୍ଞପ୍ତି
ନୂଆଦିଲ୍ଲୀ: ଦେଶରେ ଲାଗୁ ହେଲା ସିଏଏ । ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର।  ସିଏଏ ନେଇ ଆଜି କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ଏହି ଆଇନ ଅନୁଯାୟୀ ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରୁ ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଭାରତ ଆସିଥିବା ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ଭଳି ଅଣ ମୁସଲମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ ।
୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ସିଏଏ ଲାଗୁ ହେବ ବୋଲି ଶାହ ପୂର୍ବରୁ କହିଥିଲେ । ୨୦୧୯ରେ ସିଏଏ ଆଣିଥିଲେ ମୋଦୀ ସରକାର । ତେବେ ଏହି ଆଇନ ବିରୋଧରେ ରାଜଧାନୀ ଦିଲ୍ଲୀ ସହ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ହେବା ଯୋଗୁଁ ଏହାକୁ ସରକାର ଲାଗୁ କରି ନ ଥିଲେ ।
ସିଏଏ ମାଧ୍ୟମରେ ସରକାର ସେହି ଲୋକମାନଙ୍କୁ ନାଗରିକତା ଦେବାକୁ ଚାହୁଁଛନ୍ତି ଯେଉଁମାନେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଉତ୍ପୀଡନ ସହିବା ପରେ ଭାରତର ଶରଣ ନେଇଛନ୍ତି । ଏହା କୌଣସି ଭାରତୀୟଙ୍କ ନାଗରିକତା ଛଡାଇ ନେବନାହିଁ ବୋଲି ପୂର୍ବରୁ ଗୃହମନ୍ତ୍ରୀ କହିଥିଲେ। ଶାହା ଆହୁରି କହିଥିଲେ ଯେ, ନାଗରିକତା ପ୍ରଦାନ ପାଇଁ ସିଏଏ ଅଣାଯାଇଛି, କାହାର ନାଗରିକତା ନେବା ପାଇଁ ନୁହେଁ । ଆମ ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟ ବିଶେଷକରି ଆମର ମୁସଲମାନ ସମ୍ପ୍ରଦାୟକୁ ସିଏଏ ଆଇନ ନେଇ ବିଭ୍ରାନ୍ତ କରାଯାଉଛି। ସିଏଏ କାହାର ନାଗରିକତା ଛଡ଼ାଇ ନେବ ନାହିଁ । କାରଣ ଆଇନରେ ଏମିତି କୌଣସି ବ୍ୟବସ୍ଥା ନାହିଁ । ବାଂଲାଦେଶ ଏବଂ ପାକିସ୍ଥାନରେ ନିର୍ଯାତିତ ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରଦାନ କରିବା ‘ସିଏଏ’ର ଉଦ୍ଦେଶ୍ୟ।
ନିର୍ବାଚନ ସମୟରେ ରାଜନୈତିକ ଦଳଙ୍କ ‘ମାଗଣା’ ପ୍ରତିଶ୍ରୁତି ଉପରେ କେନ୍ଦ୍ରଠୁ ଜବାବ ଲୋଡ଼ିଲେ ସୁପ୍ରିମକୋର୍ଟ, ଅଗଷ୍ଟ ୩ସୁଦ୍ଧା ଜବାବ୍ ଦେବାକୁ ନିର୍ଦେଶ
ନୂଆଦିଲ୍ଲୀ : ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡିକ ଦ୍ୱାରା ଦିଆଯାଉଥିବା ‘ଫ୍ରି’ ବା ମାଗଣା ସୁବିଧା ରୋକିବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିଛନ୍ତି। ଏହି ପ୍ରସଙ୍ଗରେ କେନ୍ଦ୍ରର ଉଦାସୀନତା ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ । ଆପଣ କାହିଁକି ଏହି ପ୍ରସଙ୍ଗରେ କୁଣ୍ଠା ପ୍ରକାଶ କରୁଛନ୍ତି ବୋଲି କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି କୋର୍ଟ । କେନ୍ଦ୍ରର ଉତ୍ତର ପରେ ରାଜନୈତିକ ଦଳମାନଙ୍କ ଦ୍ବାରା ଦିଆଯାଉଥିବା ମାଗଣା ସୁବିଧା ଜାରି ରହିବ କି ନାହିଁ ଆମେ ନିଷ୍ପତ୍ତି ନେବୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଫ୍ରିବିଜ ରୋକିବା ପାଇଁ ରାଜ୍ୟଗୁଡିକୁ ରାଜସ୍ବ ଆବଣ୍ଟନ ନିୟନ୍ତ୍ରଣ କରାଯାଇପାରିବ କି ନାହିଁ ତାହା ଜାଣିବା ପାଇଁ ଶୀର୍ଷକୋର୍ଟ କେନ୍ଦ୍ର ଅର୍ଥ କମିଶନଙ୍କୁ ପଚାରିବାକୁ କହିଛନ୍ତି।
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନଭି ରମନା, ଜଷ୍ଟିସ କୃଷ୍ଣ ମୁରାରୀ ଏବଂ ଜଷ୍ଟିସ ହିମା କୋହଲିଙ୍କ ନେତୃରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଅଗଷ୍ଟ ୩ ସୁଦ୍ଧା କେନ୍ଦ୍ରରୁ ଜବାବ ମାଗିଛନ୍ତି। ସୁପ୍ରିମକୋର୍ଟରେ ଶୁଣାଣି ବେଳେ ନିର୍ବାଚନ ଆୟୋଗ କହିଛନ୍ତି ଯେ କେବଳ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଆଇନ ପ୍ରସ୍ତୁତ କରିପାରିବେ। ଆମେ କିଛି କରିପାରିବୁ ନାହିଁ। କେନ୍ଦ୍ର ପକ୍ଷରୁ ଏଏସଜି କେ.ଏମ୍‌. ନଟରାଜ କହିଛନ୍ତି ଯେ ଏଗୁଡିକ ଏପରି ସମସ୍ୟା ଯାହାକୁ କେବଳ ଏଏସଆଇ ଦ୍ୱାରା ସମାଧାନ କରିବାକୁ ପଡିବ। ଏଥିପାଇଁ ଜଷ୍ଟିସ ରମନା ପ୍ରଶ୍ନ କରିଛନ୍ତି ତୁମେ ଏହା କାହିଁକି ନିଶ୍ଚିତ କରିବ ନାହିଁ ଯେ ତୁମର ଏହା ସହିତ କୌଣସି ସମ୍ପର୍କ ନାହିଁ ଏବଂ ନିର୍ବାଚନ ଆୟୋଗଙ୍କୁ ଏନେଇ ନିଷ୍ପତ୍ତି ନେବାକୁ ପଡିବ? ମୁଁ ପଚାରୁଛି ଭାରତ ସରକାର ବିଚାର କରୁଛନ୍ତି କି ଏହା ଏକ ଗୁରୁତର ପ୍ରସଙ୍ଗ ନୁହେଁ? ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ଏକ ବିସ୍ତୃତ ଉତ୍ତର ଫାଇଲ କରନ୍ତୁ ବୋଲି ରମନା କହିଛନ୍ତି।
ଏଥି ସହିତ, ରମନା କୋର୍ଟରେ ଉପସ୍ଥିତ ଥିବା ବରିଷ୍ଠ ଆଡଭୋକେଟ କପିଲ ସିବଲଙ୍କୁ କହିଥିଲେ ଯେ ସେ ଜଣେ ବରିଷ୍ଠ ଏମ୍‌ପି ଏବଂ ଏହାର ସମାଧାନ ପାଇଁ ପରାମର୍ଶ ଦେବା ଉଚିତ। ଏହା ଅତ୍ୟନ୍ତ ଗମ୍ଭୀର ବିଷୟ ବୋଲି ସିବଲ କହିଛନ୍ତି। ଯେତେବେଳେ ଅର୍ଥ ଆୟୋଗ ବିଭିନ୍ନ ରାଜ୍ୟ ପାଇଁ ଆବଣ୍ଟନ କରନ୍ତି, ସେତେବେଳେ ଏହା ରାଜ୍ୟର ଋଣକୁ ବିଚାରକୁ ନେବୋ ଜରୁରୀ। ଏହାର ମୁକାବିଲା ପାଇଁ ଅର୍ଥ ଆୟୋଗ ହେଉଛନ୍ତି ଉପଯୁକ୍ତ କର୍ତ୍ତୃପକ୍ଷ। ବୋଧହୁଏ ଆମେ ଏହି ଦିଗକୁ ଦେଖିବା ପାଇଁ ଆୟୋଗକୁ ଆମନ୍ତ୍ରଣ କରିପାରିବା। ଏଥି ସହ ଆବେଦନକାରୀ ବିଜେପି ନେତା ତଥା ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ କହିଛନ୍ତି ଯେ ଏହି ପ୍ରସଙ୍ଗ ଗୁରୁତର ଅଟେ।
ନିର୍ବାଚନ ପରାଜୟ ଭୟରେ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ନେଇଛି କେନ୍ଦ୍ର ସରକାର: ଚିଦାମ୍ବରମ୍
ନୂଆଦିଲ୍ଲୀ: କୃଷି ଆଇନକୁ ନେଇ ଦୀର୍ଘ ୧୯ ମାସ ଧରି ଚାଲି ଆସୁଥିବା ଆନ୍ଦୋଳନ ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛି କେନ୍ଦ୍ର ସରକାର । ପ୍ରାୟ ଏକ ବର୍ଷ ଧରି କୃଷି ଆଇନ ବିରୋଧରେ ଆନ୍ଦୋଳନ କରିଆସୁଥିବା କୃଷକମାନେ ଏକ ବଡ଼ ବିଜୟ ହାସଲ କରିଛନ୍ତି। ବାସ୍ତବରେ ଆଜି ଗୁରୁ ପୂର୍ଣ୍ଣିମା ଅବସରରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି କ୍ରମେ ତିନୋଟି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି। ଆଜି ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ଏହା ଘୋଷଣା କରିଛନ୍ତି। କେନ୍ଦ୍ର ଦ୍ବାରା ପାରିତ ହୋଇଥିବା ତିନୋଟି କୃଷି ଆଇନ ବିରୋଧରେ ଲଗାତର ଭାବରେ ବିରୋଧ କରୁଥିଲେ କୃଷକ ସଂଗଠନ ।
What cannot be achieved by democratic protests can be achieved by the fear of impending elections!
PM’s announcement on the withdrawal of the three farm laws is not inspired by a change of policy or a change of heart. It is impelled by fear of elections!
— P. Chidambaram (@PChidambaram_IN) November 19, 2021
ତେବେ ଆଜି କୃଷି ଆଇନ ପ୍ରତ୍ୟାହାର ହେବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ବି ଆରମ୍ଭ ହୋଇଯାଇଛି ବୟାନବାଜି । ଅନ୍ୟପକ୍ଷରେ କେନ୍ଦ୍ରର ଏହି ନିଷ୍ପତ୍ତି ପରେ ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି, “ଗଣତାନ୍ତ୍ରିକ ଉପାୟରେ ବିରୋଧ ଦ୍ୱାରା ଯାହା ହାସଲ କରାଯାଇପାରିବ ନାହିଁ, ତାହା ଆସନ୍ନ ନିର୍ବାଚନରେ ପରାଜୟ ଭୟ ଯୋଗୁଁ ହାସଲ ହୋଇପାରିବ !” କୃଷି ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ନୀତି ପରିବର୍ତ୍ତନ କିମ୍ବା ହୃଦୟ ପରିବର୍ତ୍ତନ ଦ୍ୱାରା ନୁହେଁ ବରଂ ନିର୍ବାଚନର ଭୟ ଦ୍ୱାରା ପ୍ରେରିତ ବୋଲି ଚିଦାମ୍ବରମ ଟ୍ବିଟ୍ କରି କହିଛନ୍ତି ।
ଏହା ବ୍ୟତୀତ ସେ ଅନ୍ୟ ଏକ ଟ୍ୱିଟରେ କହିଛନ୍ତି ଯେ କେନ୍ଦ୍ରର ଏହି ନିଷ୍ପତ୍ତି କୃଷକ ତଥା କଂଗ୍ରେସ ଦଳ ପାଇଁ ଏକ ବଡ ବିଜୟ ଯାହା ଗତ ଏକ ବର୍ଷ ଧରି କୃଷି ଆଇନ ବିରୁଦ୍ଧରେ ଅଟଳ ଥିଲା।
ମୋଦି ସରକାର ଆଜି ତିନୋଟି କୃଷି ଆଇନକୁ ରଦ୍ଦ କରିବାକୁ ଘୋଷଣା କରିଛନ୍ତି। କିନ୍ତୁ ସରକାରଙ୍କ ଉପରେ ଚାଷୀଙ୍କ ଅସନ୍ତୋଷ କମିନାହିଁ। ଏହି ଆନ୍ଦୋଳନର ନେତୃତ୍ୱ ନେଉଥିବା ସଂଯୁକ୍ତ କିସାନ୍ ମୋର୍ଚ୍ଚା କୃଷି ଆଇନ ବିରୋଧରେ ଲଢେ଼ଇରେ ୭୦୦ ଚାଷୀଙ୍କ ମୃତ୍ୟୁ ପାଇଁ ମୋଦି ସରକାରଙ୍କୁ ଦାୟୀ କରିଛି। ଏହା ସହିତ ଏହି କୃଷକ ସଂଘ ସ୍ପଷ୍ଟ କରିଛି ଯେ ସେମାନଙ୍କର ସମସ୍ତ ଦାବି ଗ୍ରହଣ ନହେବା ପର୍ଯ୍ୟନ୍ତ କୃଷକଙ୍କ ଆନ୍ଦୋଳନ ଜାରି ରହିବ।
ସୁବୋଧକାନ୍ତ ସହାୟଙ୍କ ଅଭିଯୋଗ କେନ୍ଦ୍ର ସରକାରଙ୍କ ଛତ୍ରଛାୟା ତଳେ ଡ୍ରଗ୍ସ କାରବାର
ଭୁବନେଶ୍ୱର : କିଛି ବର୍ଷ ହେଲା ସାରା ଦେଶରେ ଡ୍ରଗ୍ଧ କାରବାରର ଅହେତୁକ ଭାବେ ଅଭିବୃଦ୍ଧି ଘଟିଛି। ଏହା ଭାରତବର୍ଷର ଜାତୀୟ ସୁରକ୍ଷା ଓ ନିରାପତ୍ତା ପ୍ରତି ଘୋର ବିପଦ | କେନ୍ଦ୍ରରେ ବିଜେପି ସରକାର ସମୟରେ ଡ୍ରଗ୍ଣ ମାଫିଆମାନେ ହଜାର ହଜାର କିଲୋଗ୍ରାମ ଡ୍ରଗ୍ଧ ବିଦେଶରୁ ଭାରତବର୍ଷକୁ ପଠାଉଛନ୍ତି। ଏହା ଦ୍ବାରା ଭାରତ ବର୍ଷର ଯୁବକମାନଙ୍କର ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯାଉଛି ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁବୋଧକାନ୍ତ ସହାୟ । କଂଗ୍ରେସ ଭବନ ଠାରେ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ସୁବୋଧକାନ୍ତ କହିଛନ୍ତି ଯେ ୨୦୨୧ଜୁନ୍ ୯ ତାରିଖରେ୨୫ ହଜାର କିଲୋଗ୍ରାମ ହେରୋଇନ ଆଫଗାନିସ୍ଥାନରୁ ଇରାନ ଦେଇ ଗୁଜୁରାଟର ଆଦାନୀ ମୁଦ୍ରା ପୋର୍ଟକୁ ଆସିଥିଲା।
ଯାହାର ବଜାର ମୂଲ୍ୟ ୧ଲକ୍ଷ ୭୫ ହଜାର କୋଟି ଟଙ୍କା । ସେହିପରି ୧୩ ସେପ୍ଟେମ୍ବରରେ ୩ ହଜାର କିଲୋଗ୍ରାମର ହେରୋଇନ ସେହି ଆଦାନୀ ମୁଦ୍ରା ପୋର୍ଟ ଦେଇ ଭାରତକୁ ଆସିଛି। ଯାହାର ବଜାର ମୂଲ୍ୟ ୨୧ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ଵ। ଏହି ସବୁ ହେରୋଇନକୁ ମେସର୍ସ ହାସାନ ହୁସେନ ଲିମିଟେଡ଼ ନାମକ ଆଫଗାନିସ୍ତାନର ଏକ ସଂସ୍ଥା ରପ୍ତାନୀ କରିଛି। ଅନ୍ଧ୍ରପ୍ରଦେଶର ଆସିଟ୍ରେନିଂ ନାମକ କମ୍ପାନୀ ଏହାକୁ ଆମଦାନୀ କରିଛନ୍ତି। ସେପ୍ଟେମ୍ବର ୧୩ ତାରିଖରେ ୩ ହଜାର କିଲୋଗ୍ରାମ ହେରୋଇନ୍ ମୁଦ୍ରାପୋର୍ଟରେ ଜବତ ହୋଇଛି କିନ୍ତୁ ପ୍ରଥମ୨୫ ହଜାର କିଲୋଗ୍ରାମର ହେରୋଇନ ଏପର୍ଯ୍ୟନ୍ତ ଧରାଯାଇ ନାହିଁ, ତେଣୁ ବସ୍ତୁତଃ ଏହା ବଜାରକୁ ଚାଲିଯାଇଛି।
ସେହିପରି ସବୁଠାରୁ ଅତି ଚିନ୍ତାଜନକ କଥା ହେଉଛି କେନ୍ଦ୍ର ସରକାରଙ୍କର ଡିଆରଆଇ ଯେଉଁ ଆସିଟ୍ରେନିଂ କମ୍ପାନୀର ଦୁଇ ପ୍ରମୁଖ ବ୍ୟକ୍ତି ଯେଉଁମାନଙ୍କୁ ଗିରଫ କରିଛନ୍ତି ସେମାନେ ହେଉଛନ୍ତି ସୁଧାକର ମାଛଭାରମ ଏବଂ ତାଙ୍କର ପତ୍ନୀ ଗୋବିନ୍ଦରାଜୁ ବୈଶାଳୀ । ସେମାନେ ଗଣମାଧ୍ୟମ ଆଗରେ ଏବଂ ଡିଆରଆଇ ସମ୍ମୁଖରେ ମାତ୍ର ୪ଲକ୍ଷ ଟଙ୍କା ଏଥୁରୁ ତାଙ୍କୁ ମିଳିଛି ବୋଲି ପ୍ରକାଶ କରିଛନ୍ତି। ତାଙ୍କ କମ୍ପାନୀ ଆସିଟ୍ରେନିଂ ଏକ କମିଶନ ଏଜେଣ୍ଟ ବୋଲି ପ୍ରମାଣିତ ହୋଇସାରିଛି ବୋଲି ଶ୍ରୀ ସହାୟ ଅଭିଯୋଗ କରିଛନ୍ତି । ଏହି ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ବିଜେପିର ଶୀର୍ଷ ନେତୃତ୍ବକୁ କେତେକ ପ୍ରଶ୍ନ କରାଯାଇଛି ।
ଜୁନ ୯ ତାରିଖରେ ଗୁଜୁରାଟର ଆଦାନୀ ମୁଦ୍ରା ପୋର୍ଟରେ ଫହଚିଥିବା ୨୫ ହଜାର କିଲୋଗ୍ରାମର ହେରୋଇନ ଧରାଗଲା ନାହିଁ କାହିଁକି ? ଏହି ନିଶା ସାମଗ୍ରୀ ଗଲା କୁଆଡ଼େ? ପୁନଶ୍ଚ ନାରକୋଟ୍ରିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି), ଡାଇରଟରେକ୍ଟ ଅଫ ରେଭେନ୍ୟୁ ଇଣ୍ଟେଲିଜେନ୍ସ (ଡିଆରଆଇ), ଏନଫୋର୍ସମେଣ୍ଟ ଡିରୋକ୍ଟରେଟ, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଏବଂ ଭାରତୀୟ ଇଣ୍ଟେଲିଜେନ୍ସ ବ୍ୟୁରୋ ଅନୁଷ୍ଠାନମାନ ଏ କ୍ଷେତ୍ରରେ କାହିଁକି ନିରବ? ଏହା ସିଧାସଳଖ ଜାତୀୟ ସୁରକ୍ଷା ପ୍ରତି ଏକ ଆହ୍ବାନ । ସୃଷ୍ଟି କରୁ ନାହିଁକି ବୋଲି ଶ୍ରୀ ସହାୟ ପ୍ରଶ୍ନ କରିବା ସହ । ଆଦାନୀ ପୋର୍ଟକୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯାଇ ନାହିଁ ବୋଲି କହିଛନ୍ତି।