Koraput Coffee - The Sakala
'ମନ୍‌ କି ବାତ୍‌’ରେ କୋରାପୁଟ୍‌ କଫିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି
କୋରାପୁଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରସିଦ୍ଧ ରେଡିଓ ଶୋ ‘ମନ କି ବାତ’ର ୧୨୭ତମ ସଂସ୍କରଣ ପ୍ରସାରଣ ହୋଇଛି। ଏହି ଏପିସୋଡ୍‌ରେ ମୋଦି ଓଡ଼ିଶାର କୋରାପୁଟ ଜିଲ୍ଲାର ଉତ୍ପାଦନ ହେଉଥିବା କଫିକୁ ପ୍ରଶଂସା କରିଥିଲେ। ନିଆରା ସ୍ୱାଦ ଓ ବାସ୍ନା କାରଣରୁ କୋରାପୁଟ କଫି ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ସେ କହିଥିଲେ।  କର୍ପୋରେଟ ଚାକିରି କରୁଥିବା ପେସାଦାର ଲୋକ ଏବେ ଏହି କଫି ଚାଷ କରିବାକୁ ଆଗଭର ହୋଇଛନ୍ତି ଓ ଏହି କଫି ଚାଷ ଦ୍ୱାରା ବହୁତ ଲାଭ ହେଉଥିବା କଥା ସେ କହିଛନ୍ତି। ସେ କହିଛନ୍ତି ଯେ ‘‘କୋରାପୁଟ କଫିର ସ୍ୱାଦ ଆଶ୍ଚର୍ଯ୍ୟଜନକ , କେବଳ ସ୍ୱାଦ ନୁହେଁ ଏହି କଫି ଚାଷ ଲୋକଙ୍କୁ ମଧ୍ୟ ଲାଭ ଦେଉଛି । କୋରାପୁଟରେ ଏପରି ଲୋକ ଅଛନ୍ତି ଯେଉଁମାନେ ନିଜର ନିଷ୍ଠାପର ଆଗ୍ରହ ଦ୍ୱାରା କଫି ଚାଷ କରୁଛନ୍ତି । ଏହି କଫି ସାରା ବିଶ୍ୱରେ ବହୁତ ଲୋକପ୍ରିୟ ହେଉଛି । ସେଥିପାଇଁ କଫିପ୍ରେମୀମାନେ କୁହନ୍ତି କୋରାପୁଟ କଫି ହେଉଛି ସବୁଠାରୁ ସର୍ବୋତ୍ତମ । ଏହା ଭାରତରେ ପ୍ରସ୍ତୁତ ହୁଏ ସତ କିନ୍ତୁ ସାରା ବିଶ୍ୱ ଏହାର ପ୍ରେମରେ ପଡ଼େ ।’’
ରବିବାର ହୋଇଥିବା ପ୍ରସାରଣରେ ସେ ଛଟ୍‌ ପୂଜା ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଅଭିନନ୍ଦନ ଜଣାଇଥିଲେ। ଏହି ଉତ୍ସବ ତଥା ପର୍ବ ପାଳନରେ ସାମିଲ ହେବାକୁ ସେ ଦେଶବାସୀଙ୍କୁ ଅପିଲ କରିଥିଲେ। ସେ ଜିଏସ୍‌ଟି ସଂରକ୍ଷଣ ଉତ୍ସବ, ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ, ରନ୍‌ ଫର ୟୁନିଟି ଭଳି ଇଭେଣ୍ଟ ଆୟୋଜନ ନେଇ ମନ୍ତବ୍ୟ ଦେଇଥିଲେ।
ଏଥର ବିଭିନ୍ନ ପର୍ବ ପର୍ବାଣୀ ପାଳନ ଅବସରରେ ଲୋକଙ୍କ ମଧ୍ୟରେ ଜିଏସ୍‌ଟି ସଂରକ୍ଷଣ ଉତ୍ସବକୁ ନେଇ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଛି ଓ  ବଜାରରେ ସ୍ୱଦେଶୀ ଜିନିଷ କ୍ରୟରେ ଜବରଦସ୍ତ ବୃଦ୍ଧି ଘଟିଛି ବୋଲି ସେ କହିଥିଲେ। ନଭେମ୍ବର ୭ରେ ‘ବନ୍ଦେ ମାତରମ’ର ୧୫୦ତମ ବର୍ଷ ପୂରଣ ହେବ ଓ ଏହାକୁ ସ୍ମରଣୀୟ କରିବାକୁ ସେ ଅପିଲ କରିଥିଲେ। ସେହିପରି ୬ଟି ପୋଖରୀ ଓ ୪୦ଟି କୂଅ ସଫା କରିଥିବା ବେଙ୍ଗାଲୁରୁର ଇଞ୍ଜିନିୟର କପିଲ ଶର୍ମାଙ୍କୁ ମଧ୍ୟ ସେ ପ୍ରଶଂସା କରିଥିଲେ।
(ସୁବୋଧ କୁମାର ଚେଟ୍ଟୀ): ପୃଥିବୀର ଶତକଡ଼ା ୭୫ ଭାଗ ଲୋକେ ଚା’ କିମ୍ବା କଫି ପିଇ ଥାଆନ୍ତି। ତେବେ ଅନ୍ତର୍ଜାତୀୟ ବଜାରରେ ଚା’ ପାଇଁ ଆସାମ ଯେପରି ନାଁ କରିଛି କଫି କ୍ଷେତ୍ରରେ ବର୍ତ୍ତମାନ କୋରାପୁଟ ଜିଲ୍ଲା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ତେବେ କୋରାପୁଟ କଫିର ଚାହିଦା ଦିନକୁ ଦିନ ବିଦେଶରେ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି। କୋରାପୁଟ ଜିଲ୍ଲାରେ ବର୍ତ୍ତମାନ ପ୍ରାୟ ୫୦୦ ହେକ୍ଟର ଜମିରେ ସରକାରୀ ଅନୁଦାନରେ ଆଦିବାସୀ କଫିଚାଷ କରି ସ୍ୱାବଲମ୍ବୀ ହୋଇ ପାରିଥିବାବେଳେ ୨୦୦୦ ହେକ୍ଟର ଜମିରେ ଘରୋଇ ଉଦ୍ୟୋଗୀ ନିଜସ୍ୱ ପୁଞ୍ଜିରେ କଫିଚାଷ କରି ନିଜେ ସ୍ୱବଲମ୍ବୀ ହେବା ସହ ଜିଲ୍ଲାର ହଜାର ହଜାର ଲୋକଙ୍କୁ ରୋଜଗାର ଦେଇ ପାରିଛନ୍ତି। ବିଦେଶ ବଜାରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା କୋରାପୁଟ କଫି ସମ୍ପର୍କରେ ସ୍ବତନ୍ତ୍ର ଉପସ୍ଥାପନା।
କୋରାପୁଟ ଜିଲ୍ଲାରେ ପ୍ରଥମେ ସ୍ୱାଧୀନତା ପୂର୍ବରୁ ଅର୍ଥାତ୍ ୧୯୩୦ରେ ଜୟପୁର ରାଜ ପରିବାର କଫିଚାଷ ଆରମ୍ଭ କରିଥିବା ନେଇ ପ୍ରମାଣ ରହିଛି। ଜୟପୁର ରାଜ ପରିବାର ସେତେବେଳେ ଜୟପୁର-ଲମତାପୁଟ ରାସ୍ତାରେ ଥିବା ପେଟାଘାଟିରେ କଫିଚାଷ କରିଥିବା କୁହାଯାଏ। ଜୟପୁର ରାଜ ପରିବାରଙ୍କ କଫିଚାଷ ହିଁ କୋରାପୁଟରେ କଫିଚାଷର ମୂଳଦୂଆ କହିଲେ ଅତ୍ୟୁକ୍ତି ହେବ ନାହିଁ। ପରବର୍ତ୍ତୀ ସମୟରେ ଲମତାପୁଟ ବ୍ଲକର ଅନକାଡେଲିରେ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ଆରମ୍ଭ ହେବା ପରେ ଜଳଭଣ୍ଡାର ଚାରିପାଖେ ଥିବା ଜମିର ସୁରକ୍ଷା ପାଇଁ ରାଜ୍ୟ ସରକାର ସେତେବେଳେ ଅନକାଡେଲି, ମାଛକୁଣ୍ଡ, ଜଲାପୁଟ, ଚାଟୁଆ, ନନ୍ଦପୁର, ପାଡୁଆ ଅଞ୍ଚଳରେ ଆରମ୍ଭ କରିଥିଲେ ରିଭର୍ଭ୍ୟାଲି ପ୍ରୋଜେକ୍ଟ। ଉକ୍ତ ପ୍ରୋଜେକ୍ଟ ଅନୁଯାୟୀ ରାଜ୍ୟ ସରକାର ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ୱାରା ୧୯୬୦ରେ ପ୍ରାୟ ଦୁଇହଜାର ଏକର ଜମିରେ ଛାୟାବୃକ୍ଷ ରୋପଣ ଏବଂ କଫିଚାଷ ଆରମ୍ଭ କରିଥିଲେ। ଫଳରେ ଜଳଭଣ୍ଡାର ଅଞ୍ଚଳର ମୃତ୍ତିକା ସଂରକ୍ଷଣ ହେବା ସହ ସେହି ଅଞ୍ଚଳର ଗରିବ ଲୋକଙ୍କ ପାଇଁ ରୋଜଗାରର ପନ୍ଥା ମିଳିପାରିଲା। କଫିଚାଷ କରା ଯାଇଥିବା ଉକ୍ତ ଜମି ପରିବାର ପିଛା ୨ ଏକର ହିସାବରେ ଗରିବଙ୍କୁ ସରକାର ଦେଇଛନ୍ତି, ଯାହାକି ଆଜିମଧ୍ୟ ସେମାନଙ୍କୁ ରୋଜଗାର ଦେଇ ଆସୁଛି। ଅନ୍ୟପକ୍ଷରେ ଭାରତ ସରକାରଙ୍କ କଫି ଗବେଷଣା ସଂସ୍ଥା ତଥା କଫି ବୋର୍ଡ କୋରାପୁଟ ଜିଲ୍ଲାରେ ସର୍ବେକ୍ଷଣ କରି ଏହି ଅଞ୍ଚଳର ମାଟି ଏବଂ ଜଳବାୟୁ କଫି ଚାଷ ପାଇଁ ଅନୁକୂଳ ବୋଲି ରିପୋର୍ଟ ଦେବା ପରେ ରାଜ୍ୟ ସରକାର ଜିଲ୍ଲାରେ କଫି ଚାଷ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ। ମୃତ୍ତିକା ସଂରକ୍ଷଣ ବିଭାଗ ଅଧୀନସ୍ଥ କଫି ଉନ୍ନୟନ ଶାଖା ଦ୍ୱାରା ଏହା କାର୍ଯ୍ୟକାରୀ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। କୋରାପୁଟ ଜିଲ୍ଲାର ୧୦,୦୦୦ହେକ୍ଟର ଅଞ୍ଚଳ କଫିଚାଷ ପାଇଁ ଉପଯୋଗୀ ବୋଲି କଫି ଗବେଷଣା ସଂସ୍ଥା ସେତେବେଳେ ପ୍ରସ୍ତାବ ଦେଇଥିଲା। ଏହି କ୍ରମରେ ଜିଲ୍ଲାର କୋରାପୁଟ, ଦଶମନ୍ତପୁର, ଲକ୍ଷ୍ମୀପୁର, ସେମିଳିଗୁଡ଼ା,ପଟ୍ଟାଙ୍ଗି, ନନ୍ଦପୁର,ଏବଂ ଲମତାପୁଟ ବ୍ଲକରେ କଫିଚାଷ କରିବାକୁ ବିଭାଗ ପକ୍ଷରୁ ସରକାରୀ ସ୍ତରରେ ପଦକ୍ଷେପ ନିଆଯାଇଥିଲା।
୧୯୮୦ରେ ପ୍ରଥମେ ଘରୋଇ କଫିଚାଷ
କଫିଚାଷରେ ଅଧିକ ଲାଭ ହେଉଥିବା ଦେଖି ଅନେକ ଚାଷୀ ଏବଂ ଉଦ୍ୟୋଗୀ ଘରୋଇ ମାଲିକାନାରେ କଫିଚାଷ କରି ବେଶ ସଫଳତା ପାଇଥିବା ନଜିର ରହିଛି। ୧୯୮୦ରେ କେତେକ ଯୁବ ଉଦ୍ୟୋଗୀ ଏବଂ ଚାଷୀ କଫିଚାଷ କରିବାକୁ ମନ ବଲାଇଥିଲେ। କଫିକୁ ଏକ ରାଜକୀୟ ଚାଷ ଭାବେ ଗ୍ରହଣ କରି ଅନେକ ଶିକ୍ଷିତ ଯୁବକ କଫିଚାଷ ପାଇଁ ମନ ବଳାଇଲେ। ଜଲାପୁଟ, ଅନକାଡେଲି, ଲମତାପୁଟ, ଦଶମନ୍ତପୁର, କାକିରିଗୁମା, ଦାମନଯୋଡ଼ି, ସେମିଳିଗୁଡ଼ା, ନନ୍ଦପୁର, ପାଡୁଆ ଅଞ୍ଚଳରେ ବେସରକାରୀ ଫାର୍ମ ଏବଂ ବ୍ୟକ୍ତି ବିଶେଷ ଶହଶହ ହେକ୍ଟର ଜମିରେ କଫିଚାଷ କରି ଲକ୍ଷଲକ୍ଷ ଟଙ୍କା ଆୟ କରୁଥିବାବେଳେ ଛାୟାବୃକ୍ଷ ଭାବେ ଗୋଲମରିଚ ଚାଷ କରି ସେଥିରୁ ମଧ୍ୟ ବେଶ ରୋଜଗାର କରିପାରିଛନ୍ତି। ବର୍ତ୍ତମାନ ଜିଲ୍ଲାରେ ପ୍ରାୟ ଏକ ହଜାର ହେକ୍ଟର ଜମିରେ ଘରୋଇ ଭାବେ କଫିଚାଷ କରା ଯାଉଥିବାବେଳେ ସରକାରୀ ସ୍କିମରେ ଅନୁସୂଚିତ ଜାତି ବର୍ଗର ଲୋକଙ୍କ ପାଇଁ ଦୁଇହଜାର ହେକ୍ଟର କମିରେ କଫିଚାଷ କରାଯାଉଛି। ଜିଲ୍ଲାର ପରିଚିତ କଫିଚାଷୀ ଇଂ. ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀଙ୍କ କହିବା ମୁତାବକ କଫିଚାଷ ହେଉଥିବା ଜମିରେ ଛାୟାବୃକ୍ଷ ଲଗାଯାଉ ଥÒବାରୁ ସେହି ଜମିରେ ଗୋଲମରିଚ ଚାଷ ମଧ୍ୟ କରା ଯାଇଥାଏ। ଏହା ଯୋଗୁଁ ଚାଷୀକୁ କଫି ସହ ଅତିରିକ୍ତ ଲାଭ ଗୋଲମରିଚ ମିଳିଥାଏ। ଏକର ପିଛା ୧୨୦୦ କଫି ଚାରା ଏବଂ ୩୦୦ ଛାୟାବୃକ୍ଷ ରୋପଣ ହୋଇଥାଏ ବୋଲି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଥିବାବେଳେ ଏକର ପିଛା ଚାଷୀଙ୍କୁ ପ୍ରାୟ ୫୦-୭୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ ଓ ପ୍ରତିବଦଳରେ ଚାଷୀକୁ ମିଳିଥାଏ ଏକର ପିଛା ଦେଢ଼ଲକ୍ଷରୁ ଦୁଇଲକ୍ଷ ଟଙ୍କା। ସେହିପରି କଫି ଚାଷ କୋରାପୁଟ ଜିଲ୍ଲାରେ ଅନେକ ଲୋକଙ୍କୁ ରୋଜଗାର ଦେଉଥିବାବେଳେ ଉଚଶିକ୍ଷିତ ଯୁବ ଗୋଷ୍ଠୀ ମଧ୍ୟ ଏଥିପ୍ରତି ମନ ବଲାଇଥିବା ବିଶିଷ୍ଟ କପିଚାଷୀ ଓଡିଶା କଫି ଚାଷୀ ମହାସଂଘ ଉପସଭାପତି ତଥା ବ୍ରାଉନ୍ ଭେଲ୍ଲି କଫି ଫାର୍ମର ପ୍ରତିଷ୍ଠାତା ସୁଜୟ କୁମାର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି।
ଚାଷୀଙ୍କ ପାଇଁ ଶ୍ରେଷ୍ଠ ପୁରସ୍କାର ‘କୋରାପୁଟ ବ୍ରାଣ୍ଡ୍’
କୋରାପୁଟ କଫିଚାଷୀଙ୍କ ଦୀର୍ଘଦିନର ଦାବି ଗ୍ରହଣ କରି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର କୋରାପୁଟ କଫିର ବିକ୍ରି ନିମନ୍ତେ କୋରାପୁଟ କଫି ନାଁରେ ଏକ ବ୍ରାଣ୍ଡ୍ ସୃଷ୍ଟି କରିଛନ୍ତି। ଏହା ଜିଲ୍ଲାର କଫି ଚାଷୀଙ୍କ ପାଇଁ ଶ୍ରେଷ୍ଠ ପୁରସ୍କାର ବୋଲି କଫିଚାଷୀ କୁହନ୍ତି। ରାଜ୍ୟର ପ୍ରମୁଖ ସହରରେ ଏବେ କୋରାପୁଟ କଫିର ବେଶ୍ ଚାହିଦା ବୃଦ୍ଧି ପାଇଥିବାବେଳେ ଆମାଜନ୍ ଅନଲାଇନ ମାର୍କେଟିଂ ସଂସ୍ଥା କୋରାପୁଟ କଫି ବିକ୍ରି କରିବା କୋରାପୁଟ ପାଇଁ ଗର୍ବର ବିଷୟ। ଅନ୍ୟପକ୍ଷରେ କଫି ବିକ୍ରି ପାଇଁ କୋରାପୁଟ କିମ୍ବା ନିକଟସ୍ଥ କୌଣସି ସହରରେ ବଜାର ନ ଥିବା ଏକ ବଡ଼ ସମସ୍ୟା। କୋରାପୁଟ ଜିଲାରେ ଉତ୍ପାଦିତ କଫି ବିଶ୍ୱ ସ୍ତରରେ ମାନ୍ୟତା ଲାଭ କରି ଥିବାରୁ ଜିଲାରେ କଫି ବ୍ୟବସାୟ ପାଇଁ ଆବଶ୍ୟକ ବଜାର ବ୍ୟବସ୍ଥା ଏବଂ କଫି ପ୍ରକ୍ରିୟା କରଣ ଶିଳ୍ପ ପ୍ରତିଷ୍ଠା କରିବାକୁ କଫିଚାଷି ସଂଘ ଦାବି କରିଛି। ତେବେ ବର୍ତମାନ କୋରାପୁଟ ବ୍ଲକ ମହାଦେଇପୁଟ ପଞ୍ଚାୟତର ଏକଡେଲ୍ଲିରେ ଏକ ପ୍ରାଇଭେଟ୍ କମ୍ପାନୀ କଫି ପ୍ରକ୍ରିୟା କରଣ ୟୁନିଟ୍ ସ୍ଥାପନା କରିଛନ୍ତି। କିନ୍ତୁ ଉକ୍ତ କମ୍ପାନୀ କେବଳ ଟିଡିସିସି ମାଧ୍ୟମରେ ଆଦିବାସୀ ଚାଷିଙ୍କ କଫି କିଣି ପ୍ରୋସେସିଂ କରୁଥିବାରୁ ଅନ୍ୟ ବର୍ଗର ଚାଷୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେତେକ କଫି ଚାଷୀ ବାଧ୍ୟ ହୋଇ ନିଜସ୍ୱ ପ୍ରଚେଷ୍ଟାରେ ଛୋଟ ଛୋଟ ପ୍ରକ୍ରିୟା କରଣ ୟୁନିଟ୍ ସ୍ଥାପନା କରିଛନ୍ତି। କଫିଚାଷୀ ନିଜେ ସ୍ୱାବଲମ୍ବୀ ହେବା ସହ ହଜାର ହଜାର ଲୋକଙ୍କୁ ରୋଜଗାର ଦେଉଛନ୍ତି, ବର୍ତ୍ତମାନ ଜିଲ୍ଲାରେ ଘରୋଇ ଉଦ୍ୟୋଗୀ ଓ ସରକାରୀ ଯୋଜନାରେ ହିତାଧିକାରୀ ଥିବା କଫିଚାଷୀ ପ୍ରାୟ ତିନି ହଜାର ହେକ୍ଟର ଜମିରେ କଫି ଚାଷ କରିଥିବାବେଳେ ସେଥିରେ ୧୦ ହଜାର ଶ୍ରମିକ କାମଧନ୍ଦା ପାଉଥିବା ଜଣାପଡ଼ିଛି।
ବିଦେଶରେ ବଢୁଛି ଚାହିଦା
କୋରାପୁଟ କଫିର ସ୍ୱାଦ, ଗୁଣବତ୍ତା ବ୍ରାଜିଲ୍ ଏବଂ କଲମ୍ବିଆରେ ଉତ୍ପାଦିତ କଫି ଠାରୁ ଭଲ ରହୁଥିବାରୁ ଆମେରିକା, ୟୁରୋପ୍, ସାଉଦି ଆରବ ଭଳି ଦେଶକୁ କୋରାପୁଟ କଫି ରପ୍ତାନି କରା ଯାଉଥିବା ଜଣା ପଡିଛି। ଟାଟା କଫି ଲିମିଟେଡ୍ କୋରାପୁଟ କଫି କିଣି ଷ୍ଟାର୍ ବକ୍ସକୁ ବିକ୍ରି କରିବା ସହ ୟୁରୋପକୁ ରପ୍ତାନି କରୁଥିବାବେଳେ ଆମେରିକାର ସାଉଥ୍ ଡାକୋଟା ସ୍ଥିତ ପ୍ୟୁର୍ ବିନସ୍ ପକ୍ଷରୁ କୋରାପୁଟ କଫି କିଣାଯାଉଛି। କିଛିମାସ ପୂର୍ବରୁ ପ୍ୟୁର୍ ବିନସ୍ ରୋଷ୍ଟର ନିକ୍ ରିଡ୍ କୋରାପୁଟର ବ୍ରାଉନ୍ଭ୍ୟାଲି କଫି ଫାର୍ମ ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଥିଲେ। ସାଉଥ୍ ଡାକୋଟାରେ ଉକ୍ତ କଫିର ଚାହିଦା ଦେଖି ସେ ପ୍ରାଥମିକ ପର୍ଯ୍ୟୟରେ ୧ ମେଟ୍ରିକ୍ ଟନ୍ କଫି ରତ୍ପାନି କରିବାକୁ ବ୍ରାଉନ୍ ଭେଲି କଫି ଫାର୍ମ ମାଲିକ ସୁଜୟ କୁମାର ପ୍ରଧାନଙ୍କୁ ଅନୁରୋଧ କରିଥିବା ଜଣାପଡ଼ିଛି। ସେହିପରି ପୁଡୁଚେରୀ ଅରୋଭିଲେର କଫି ଆଇଡିଆଜ୍ କୋରାପୁଟ କଫି କ୍ରୟ କରି ଆନ୍ୟାନ୍ୟ ଦେଶରେ ବିକ୍ରି କରୁଥିବାବେଳେ କୃତୀ କଫି ବ୍ରାଉନ୍ ଭ୍ୟାଲି ବ୍ରାଣ୍ଡରେ ଭୁବନେଶ୍ୱର ଏବଂ ମୁମ୍ବଇରେ ବିକ୍ରି କରୁଥିବା ଜଣାପଡିଛି।
ସିବେଟ୍ କଫିର ନୂଆ ପରିଚୟ
ସାରାବିଶ୍ୱରେ କୋରାପୁଟ କଫିର ଚାହିଦା ବଢୁଛି। ବିଶ୍ୱ ବଜାରରେ କୋରାପୁଟ କଫି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ବର୍ତ୍ତମାନ ସମୟରେ କଫିର ହବ୍ କୋରାପୁଟ ପାଲଟିଥିବା ବେଳେ ଏକ ସମ୍ଭ୍ରାନ୍ତ ସିବେଟ କଫିକୁ ନେଇ ସାରା ବିଶ୍ବରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି କୋରାପୁଟ। ଏହି ପ୍ରକାର ଗୋଟିଏ କପ୍ କଫିର ଦାମ ରହିଛି ୩ହଜାର ୫ଶହ ଟଙ୍କା। ଏକ ସ୍ୱତନ୍ତ୍ର ନେଉଳ ଜାତୀୟ ସିବେଟ କ୍ୟାଟ ମଳରୁ ତିଆରି ହେଉଥିବା ଏହି କଫି ବହୁତ କମ ପରିମାଣରେ ଉତ୍ପାଦିତ ହେଉଥିବା ବେଳେ ଏହାର ସ୍ୱତନ୍ତ୍ର ଗ୍ରାହକ ରହିଛନ୍ତି। ଯାହା ଏବେ କୋରାପୁଟରେ ପ୍ରସ୍ତୁତ ହେବା ସହ ସାରା ବିଶ୍ବରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି। ବ୍ରାଉନ୍ ଭେଲି କଫି ବଗିଚାର ସିବେଟ କ୍ୟାଟଙ୍କ ଦ୍ବାରା ପ୍ରସ୍ତୁତ କଫି ଦେଶ ତଥା ବିଦେଶରେ ବେଶ ଚାହିଦା ରହିଛି।
ସିବେଟ କଫି କ’ଣ
ଏକ ସ୍ୱତନ୍ତ୍ର ନେଉଳ ଜାତୀୟ ସିବେଟ କ୍ୟାଟ୍, କଫି ବଗିଚାରେ କଫି ଫଳକୁ ଖାଇବା ପରେ ତାର ମଳରେ ବାହାରୁଥିବା କଫି ମଞ୍ଜିରୁ ପ୍ରସ୍ତୁତ ହୋଇଥାଏ ସିବେଟ୍‌ କ୍ୟାଟ କଫି । ବହୁତ କମ ପରିମାଣରେ ଉତ୍ପାଦିତ ହେଉଥିବା ବେଳେ ଏହା ବିଶ୍ବର ସବୁଠାରୁ ଦାମୀ କଫି ବୋଲି କୁହାଯାଉଛି। ପୂର୍ବରୁ ଭିଏତନାମ, ବ୍ରାଜିଲ ଓ ଇଣ୍ଡୋନେସିଆ ଭଳି କଫି ପ୍ରଧାନ ଦେଶରେ ମିଳୁଥିବା ସିବେଟ କ୍ୟାଟ କଫି ବିଶ୍ବ ଦରବାରରେ ସର୍ବୋତ୍କୃଷ୍ଟ କଫି ଭାବେ ପରିଚିତ ହୋଇଥିଲା। ମାତ୍ର କୋରାପୁଟରେ ମଧ୍ୟ ସମାନ ପ୍ରଣାଳୀରେ ସିବେଟ୍ କ୍ୟାଟ୍ କଫି ଉତ୍ପାଦନ ହୋଇ ବିଶ୍ବ ବଜାରରେ ବେଶ ଲୋକପ୍ରିୟ ହୋଇପାରିଛି। କୋରାପୁଟ ନିକଟସ୍ଥ ଛୋଟାଗୁଡ଼ାରେ ବ୍ରାଉନ୍ ଭ୍ୟାଲିରେ ଏପରି ସିବେଟ କ୍ୟାଟ୍ ଦ୍ବାରା କଫି କରାଯାଉଛି। ବଣ ଜଙ୍ଗଲରେ ରହୁଥିବା ନେଉଳ ଭଳି ଦେଖାଯାଉଥିବା ଜୀବ କଫି ବଗିଚାକୁ ଆସି ପାଚିଲା ଫଳ ଖାଇଥାନ୍ତି। ଏହାପରେ କଫି ମଞ୍ଜି ତାର ଅନ୍ତନଳୀରେ ପ୍ରାୟ ୮ ରୁ ୧୨ ଘଣ୍ଟା ସମୟ ସ୍ୱତନ୍ତ୍ର ଭାବେ ପାଚନ ପ୍ରକ୍ରିୟା ଦେଇ ଗତି କରିଥାଏ। ପରେ ଏହା ତାଙ୍କ ମଳରେ ବାହାରି ଥାଏ। ଯାହାକୁ ସ୍ବତନ୍ତ୍ର ଯନ୍ତ୍ର ଦ୍ବାରା ସଫା କରାଯାଇ ଉତ୍କୃଷ୍ଟମାନର କଫି ପ୍ରସ୍ତୁତ କରାଯାଉଛି। ଓଡ଼ିଶା ସରକାର ଏଵଂ କୋରାପୁଟ କଫି ବୋର୍ଡ ଉଭୟେ କୋରାପୁଟ କଫିକୁ ଜି ଆଇ ଟ୍ୟାଗ୍ ଦେବା ନିମନ୍ତେ କେନ୍ଦ୍ର ସରକାର ନିକଟରେ ଆବେଦନ କରିଛନ୍ତି। ଅପରପକ୍ଷେ କୋରାପୁଟ ଜିଲ୍ଲା କଫିଚାଷରେ ବିଶ୍ୱ ବଜାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାବେଳେ କଫି ଓ ମସଲା ଜାତୀୟ ଚାଷକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କୃଷି ଉଦ୍ୟୋଗ ଘୋଷଣାକୁ ଓଡ଼ିଶା କଫିଚାଷୀ ମହାସଂଘ ସ୍ୱାଗତ କରିଛି। ଏନେଇ ରାଜ୍ୟ ମହାସଂଘ ଉପସଭାପତି ସୁଜୟ କୁମାର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଅନ୍ତର୍ଜାତୀୟ ସମ୍ମିଳନୀରେ ମହକିବ କୋରାପୁଟ କଫି, ସାମିଲ ହେବ ‘ଡ୍ରିମ ହିଲ୍‌’ କଫି
କୋରାପୁଟ: ଅନ୍ତର୍ଜାତୀୟ ସମ୍ମିଳନୀରେ ମହକିବ କୋରାପୁଟ କଫି। ବେଙ୍ଗାଲୁରୁରେ ଆୟୋଜିତ ପଞ୍ଚମ ଅନ୍ତର୍ଜାତୀୟ କଫି ସମ୍ମିଳନୀରେ ଭାଗ ନେବେ କୋରାପୁଟ ଜିଲ୍ଲାର କଫି ବ୍ୟବସାୟୀ। ଇଣ୍ଟରନ୍ୟାସନାଲ୍‌ କଫି ଅର୍ଗାନାଇଜେସନ, କଫି ବୋର୍ଡ ଅଫ ଇଣ୍ଡିଆ ଓ ଭାରତ ସରକାରଙ୍କ ମିଳିତ ଉଦ୍ୟମରେ ଆୟୋଜିତ ହେଉଛି ଏହି ଉଚ୍ଚସ୍ତରୀୟ ସମ୍ମିଳନୀ। ସମ୍ମିଳନୀରେ ୮୦ଟି ଦେଶର ୨୪୦୦ରୁ ଉର୍ଦ୍ଧ୍ବ କଫି ଉଦ୍ୟୋଗୀ, ୨୦୮ ଜଣ ପ୍ରଦର୍ଶକ ଯୋଗଦେବେ। ଏହି ସମ୍ମିଳନୀ ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମ୍ମିଳନୀ ଓ ପ୍ରଦର୍ଶନୀରେ ୧୦ ହଜାରରୁ ଊର୍ଦ୍ଧ୍ବ ଅନ୍ତର୍ଜାତୀୟ ଓ ଭାରତୀୟ ପର୍ଯ୍ୟଟକ ଭାଗ ନେବାର କାର୍ଯ୍ୟକ୍ରମ ରହିଛି ।
ଭାରତ ବର୍ଷରେ ଗତ ୨୦୦ ବର୍ଷ ଧରି କଫି ଚାଷ ତଥା ବଜାର ସୃଷ୍ଟି ହୋଇଛି । ଏହି ବଜାରକୁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରଚେଷ୍ଟା ଆରମ୍ଭ ହୋଇଛି । ଓଡ଼ିଶା ମାଟିରେ ବିଶେଷ କରି କୋରାପୁଟ ଜିଲ୍ଲାରେ ଗତ ୩୫ ବର୍ଷ ଧରି କଫି ଚାଷ କରାଯାଉଛି । କୋରାପୁଟର କଫି ବଜାରରେ ଏକ ନୂତନ ପରିଚୟ ସୃଷ୍ଟି ହୋଇପାରିଛି । କଫି ବଗିଚାରୁ ବାହାରୁଥିବା କଫିକୁ ବିକ୍ରି ନ କରି କୋରାପୁଟ କଫି ଉଦ୍ୟୋଗୀ କଫି ଦାନାରୁ କଫି ଗୁଣ୍ଡ ପ୍ରସ୍ତୁତ କରି ଜାତୀୟ ତଥା ଅନ୍ତର୍ଜାତିୟ ବଜାରରେ ଖ୍ୟାତି ଅର୍ଜନ କରିପାରିଛନ୍ତି । କୋରାପୁଟ ମାଟିର ଉର୍ବରତା, ଅନୁକୂଳ ପାଣିପାଗର ପ୍ରଭାବ ଯୋଗୁଁ କୋରାପୁଟର କଫି ବିଶ୍ବ ଦରବାରରେ ଆଦୃତ ହୋଇପାରିଛି ।
ବେଙ୍ଗାଲୁରୁରେ ପଞ୍ଚମ ଆନ୍ତର୍ଜାତୀୟ କଫି ସମ୍ମିଳନୀ ଆୟୋଜିତ ହେଉଛି । ଏହି ସମ୍ମିଳନୀରେ ସପ୍ତଗିରି କଫି ଉଦ୍ୟାନ ଦ୍ବାରା ପ୍ରସ୍ତୁତ ‘ଡ୍ରିମ ହିଲ୍‌ କଫି’କୁ ଏହି ସମ୍ମିଳନୀରେ ସାମିଲ କରାଯିବ । କୋରାପୁଟ ଜିଲ୍ଲାରେ ୧୫ ରୁ ୧୬ଜଣ କଫି ଉଦ୍ୟୋଗୀଙ୍କ ସମେତ ଟିଡିସିସି ଓ କଫି ବୋର୍ଡ ସହଯୋଗରେ କିଛି ଆଦିବାସୀ କଫି ଚାଷୀ ନିଜ ଅନୁଭୂତିକୁ ବାଣ୍ଟିବା ପାଇଁ ଏହି ସମ୍ମିଳନୀରେ ଯୋଗଦେବେ ବୋଲି କଫି ଉଦ୍ୟୋଗୀ ସୁଶାନ୍ତ ପଣ୍ଡା କହିଛନ୍ତି । ସରକାରଙ୍କ ତରଫରୁ କୋରାପୁଟ କଫି ବ୍ରାଣ୍ଡକୁ ପ୍ରସାର କରାଯାଉଛି । ଏହାସହ ସପ୍ତଗିରି କଫି ଉଦ୍ୟାନର ଡ୍ରିମ ହିଲ୍‌ କଫି, ମଧୁ ଆଗ୍ରୋ ଉଦ୍ୟାନର କେଲାର କଫି ଓ ଛୋଟାଗୁଡା ସ୍ଥିତ ବ୍ରାଉନ୍‌ ଭେଲି କଫି ଉଦ୍ୟାନର ନିଜସ୍ବ ବ୍ରାଣ୍ଡ ଭଳି ଛଅଟି କଫି ବ୍ରାଣ୍ଡକୁ ଅନ୍ତର୍ଜାତୀୟ କଫି ଉଦ୍ୟୋଗୀଙ୍କ ସମ୍ମୁଖରେ ପ୍ରଦର୍ଶିତ କରାଯିବ।
ବିଶ୍ବ ବଜାରରେ କୋରାପୁଟର ‘ସିବେଟ୍‌’ କଫି, ଗୋଟିଏ କପ୍‌ର ଦାମ୍ ୩ ହଜାର ୫ଶହ ଟଙ୍କା
କୋରାପୁଟ: ସମଗ୍ର ବିଶ୍ୱରେ କୋରାପୁଟ କଫିର ଚାହିଦା ବଢୁଛି। ଏଠିକାର ଏକ ସମ୍ଭ୍ରାନ୍ତ ‘ସିବେଟ’ କଫି ସାରା ବିଶ୍ବରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏକ ସ୍ୱତନ୍ତ୍ର ନେଉଳ ଜାତୀୟ ‘ସିବେଟ କ୍ୟାଟ୍‌’ଙ୍କ ମଳରୁ ପ୍ରସ୍ତୁତ କୋରାପୁଟର ଏହି କଫି ବେଶ୍‌ ମୂଲ୍ୟବାନ। ଏପରିକି ଗୋଟିଏ କପ୍‌ କଫିର ଦାମ ୩ ହଜାର ୫ ଶହ ଟଙ୍କାରୁ ଅଧିକ ବୋଲି କୁହାଯାଉଛି।
ଓଡ଼ିଶାର କଫି ହବ୍ କୁହାଯାଉଥିବା କୋରାପୁଟ ନିଜର ଉତ୍କୃଷ୍ଟ କଫି ପାଇଁ ବିଶ୍ବ ପ୍ରସିଦ୍ଧ। ୧୯୩୦ ମସିହାରେ ଜୟପୁର ମହାରାଜାଙ୍କ ଦ୍ୱାରା ପରୀକ୍ଷାମୂଳକ ଭାବେ କୋରାପୁଟ ଅଞ୍ଚଳରେ କଫି ଚାଷ ଆରମ୍ଭ କରାଯାଇଥିଲା। ଯାହାର ଏବେ ଦେଶ ବିଦେଶରେ ଚାହିଦା ରହିଛି । ଭାରତର କର୍ଣ୍ଣାଟକ ଭଳି କଫି ବହୁଳ ରାଜ୍ୟରେ କଫି ପରି କୋରାପୁଟର କଫି ମଧ୍ୟ ନିଜର ସ୍ବତନ୍ତ୍ର ଗ୍ରାହକ ସୃଷ୍ଟି କରିଛି। କୋରାପୁଟ ନିକଟସ୍ଥ ଛୋଟାଗୁଡ଼ାରେ ବ୍ରାଉନ୍ ଭେଲି କଫି ବଗିଚାର ‘ସିବେଟ କ୍ୟାଟ୍‌’ଙ୍କ ମଳରୁ ପ୍ରସ୍ତୁତ କଫି ଦେଶ ତଥା ବିଦେଶରେ ବେଶ ଚାହିଦା ରହିଛି ।
ସିବେଟ୍‌ କଫି କ’ଣ ?
ଏକ ସ୍ୱତନ୍ତ୍ର ନେଉଳ ଜାତୀୟ ସିବେଟ କ୍ୟାଟ୍‌, କଫି ବଗିଚାରେ କଫି ଫଳକୁ ଖାଇବା ପରେ ତାର ମଳରେ ବାହାରୁଥିବା କଫି ବିନରୁ‌ ପ୍ରସ୍ତୁତ ହୁଏ ସିବେଟ କ୍ୟାଟ କଫି। ଏହା ଖୁବ୍‌ କମ ପରିମାଣରେ ଉତ୍ପାଦିତ ହେଉଥିବା ବେଳେ ବିଶ୍ବର ସବୁଠାରୁ ଦାମୀ କଫି ଭାବେ ପରିଚିତ। ପୂର୍ବରୁ ଭିଏତନାମ, ବ୍ରାଜିଲ ଓ ଇଣ୍ଡୋନେସିଆ ଭଳି କଫି ପ୍ରଧାନ ଦେଶରେ ମିଳୁଥିବା ସିବେଟ କ୍ୟାଟ କଫି ବିଶ୍ବ ଦରବାରରେ ସର୍ବୋତ୍କୃଷ୍ଟ କଫି ଭାବେ ପରିଚିତ ହୋଇଥିଲା। ମାତ୍ର କୋରାପୁଟରେ ମଧ୍ୟ ସମାନ ପ୍ରଣାଳୀରେ ସିବେଟ୍ କ୍ୟାଟ୍ କଫି ଚାଷ ବେଶ ଲୋକପ୍ରିୟ ହୋଇପାରିଛି। କୋରାପୁଟ ନିକଟସ୍ଥ ଛୋଟାଗୁଡ଼ାରେ ବ୍ରାଉନ୍‌ ଭ୍ୟାଲିରେ ଏପରି ସିବେଟ କ୍ୟାଟ୍ ଦ୍ବାରା କଫି ତିଆରି କରାଯାଉଛି । ବଣ ଜଙ୍ଗଲରେ ରହୁଥିବା ନେଉଳ ଭଳି ଦେଖାଯାଉଥିବା ଜୀବ କଫି ବଗିଚାକୁ ଆସି ପାଚିଲା ଫଳ ଖାଆନ୍ତି। ଏହାପରେ କଫି ମଞ୍ଜି ତାର ଅନ୍ତନଳୀରେ ପ୍ରାୟ ୮ ରୁ ୧୨ ଘଣ୍ଟା ସମୟ ସ୍ୱତନ୍ତ୍ର ଭାବେ ପାଚନ ପ୍ରକ୍ରିୟା ଦେଇ ଗତି କରିଥାଏ । ପରେ ଏହା ତାଙ୍କ ମଳରେ ବାହାରି ଥାଏ। ଯାହାକୁ ସ୍ବତନ୍ତ୍ର ଯନ୍ତ୍ର ଦ୍ବାରା ସଫା କରାଯାଇ ଉତ୍କୃଷ୍ଟମାନର କଫି ପ୍ରସ୍ତୁତ କରାଯାଉଛି । ଏ ନେଇ କଫି ଉଦ୍ୟୋଗୀ ସୁଜୟ ପ୍ରଧାନ କହିଛନ୍ତି, ବିଶେଷ ପ୍ରଣାଳୀରେ ଏହି ସିବେଟ୍‌ କଫି ପ୍ରସ୍ତୁତ ହେଉଥିବା ବେଳେ ଦେଶର ବଡ଼ ବଡ଼ କାଫେରେ ଏହାର ଚାହିଦା ବହୁତ ରହିଛି। ତେବେ ଗୋଟିଏ କପ୍‌ କଫିର ଦାମ ୩୫ ଶହରୁ ୪ ହଜାର ଯାଏଁ ରହିଥାଏ ବୋଲି ସେ କହିଛନ୍ତି ।
କୋରାପୁଟ କଫିକୁ ସ୍ୱତନ୍ତ୍ର ଜିଆଇ ମାନ୍ୟତା ପାଇଁ ପ୍ରୟାସ ଆରମ୍ଭ
ଭୁବନେଶ୍ୱର: କୋରାପୁଟ କଫିକୁ ସ୍ୱତନ୍ତ୍ର ଜିଆଇ ମାନ୍ୟତା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ପର୍ଯ୍ୟଟନ ବିଭାଗର ଉଦ୍ୟମରେ କୋରାପୁଟ କଫି ଦେଶବିଦେଶର ପର୍ଯ୍ୟଟକଙ୍କର ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛି। ଓଡ଼ିଶା ଆସିଲେ ପର୍ଯ୍ୟଟକମାନେ ଥରୁଟିଏ କୋରାପୁଟ କଫିର ସ୍ୱାଦ ଚାଖିବାକୁ ଚାହୁଁଛନ୍ତି। ଏହିକ୍ରମରେ କୋରାପୁଟ କଫିର ଲୋକପ୍ରିୟତାକୁ ସୁଦୂରବିସ୍ତାରୀ କରିବା ପାଇଁ ପ୍ରୟାସ କରୁଛି ଅନୁସୂଚିତ ଜନଜାତି ଉନ୍ନୟନ ସମବାୟ ନିଗମ। ଜିଆଇ ମାନ୍ୟତା ପାଇଁ ଆବେଦନ ପ୍ରକ୍ରିୟାରେ ସାମିଲ ହେବା ପୂର୍ବରୁ କୋରାପୁଟ କଫିର ସ୍ୱତନ୍ତ୍ରତା ସମ୍ପର୍କିତ ଦସ୍ତାବିଜ୍‍କୁ ଏକାଠି କରାଯାଉଛି। ଦସ୍ତାବିଜ୍‍ରେ କୋରାପୁଟ୍‍ କଫିର ଇତିହାସ, ଗୁଣବତ୍ତା, ପ୍ରକ୍ରିୟାକରଣ ସମ୍ବନ୍ଧୀୟ ତଥ୍ୟ ସାମିଲ ରହିବ ବୋଲି ସୂଚନା ମିଳିଛି।
କଫି ବୋର୍ଡ ଅଫ୍‍ ଇଣ୍ଡିଆକୁ ଆର୍‍କୁ ଭ୍ୟାଲିରେ ଉତ୍ପାଦିତ କଫି ପାଇଁ ୨୦୧୯ ମାର୍ଚ୍ଚ ୧ରେ ଜିଆଇ ଟ୍ୟାଗ୍‍ ମିଳିସାରିଛି। କୋରାପୁଟରେ ଉତ୍ପାଦିତ କଫି ଆନ୍ଧ୍ରପ୍ରଦେଶର ଆର୍‍କୁ କଫି ତାଲିକାରେ ସାମିଲ ହୋଇ ଜିଆଇ ମାନ୍ୟତା ପାଇଛି। ମାତ୍ର ସ୍ୱତନ୍ତ୍ର ଭାବେ କୋରାପୁଟ କଫିକୁ ଜିଆଇ ମାନ୍ୟତା ମିଳିପାରିନାହିଁ। ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ କୋରାପୁଟ କଫିର ଚାହିଦାକୁ ଦେଖି ଜିଆଇ ଟ୍ୟାଗ୍‍ ପାଇଁ ଆବେଦନ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ଅନୁସୂଚିତ ଜନଜାତି ଉନ୍ନୟନ ସମବାୟ ନିଗମର ପରିଚାଳନା ନିର୍ଦ୍ଦେଶିକା ମାନସୀ ନିମ୍ଭାଲ୍‍। ଅନ୍ୟପକ୍ଷରେ କଫି ବୋର୍ଟ ଅଫ୍‍ ଇଣ୍ଡିଆ ଯୁକ୍ତି ଦର୍ଶାଇଛି ଯେ, ଆର୍‍କୁ ଭ୍ୟାଲିରେ ସମୁଦ୍ର ସ୍ତରର ୩ରୁ ୫ ହଜାର ଫୁଟ୍‍ ଉପରେ ଥିବା ମାଟିରେ କଫି ଉତ୍ପାଦନ ହେଉଛି। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଏଭଳି ଉତ୍ପାଦନ ହେଉଥିବା ବେଳେ ଉଭୟ ସ୍ଥାନରେ ଜଳବାୟୁ ମଧ୍ୟ ପ୍ରାୟତଃ ସମାନ। ସେହିଭଳି କୋରାପୁଟ ସମେତ କନ୍ଧମାଳ, ରାୟଗଡ଼ା, କେନ୍ଦୁଝର, ଗଜପତି, ଓ କଳାହାଣ୍ଡିରେ ମଧ୍ୟ ସାମନ କଫି ଉତ୍ପାଦନ ହେଉଛି। ଏଣୁ କୋରାପୁଟ କଫିକୁ ସ୍ୱତନ୍ତ୍ର ମାନ୍ୟତା ପାଇଁ ବିଚାର କରିବା ବେଳେ ପ୍ରଥମେ କୋରାପୁଟ କଫିର ସ୍ୱତନ୍ତ୍ରତା ଥିବା ଉପସ୍ଥାପିତ କରିବାକୁ ପଡ଼ିବ।
ସେହିଭଳି କୋରାପୁଟ କଫି ସମ୍ପ୍ରତି ଏକ ଜିଆଇ ଇଣ୍ଡିକେସନ୍‍ ମଧ୍ୟରେ ସାମିଲ ରହିଥିବା ବୋର୍ଡ କହିଛି। ଅନ୍ୟପକ୍ଷରେ ନିଗମ ପକ୍ଷରୁ କୋରାପୁଟ୍‍ କଫିକୁ ସ୍ୱତନ୍ତ୍ର ମାନ୍ୟତା ଦାବି ଉପସ୍ଥାପିତ କରାଯାଇଥିବା ବେଳେ ଏହି କଫିର ସ୍ୱତନ୍ତ୍ରତା ସମ୍ପର୍କିତ ସୂଚନା ଏକାଠି କରିବାରେ ଲାଗିଛି ନିଗମ। ଜିଆଇ ରେଜିଷ୍ଟ୍ରି ସମ୍ମୁଖରେ କୋରାପୁଟ କଫିର ସ୍ୱତନ୍ତ୍ରତାକୁ ଉଲ୍ଲେଖ କରାଯିବ। କୋରାପୁଟ କଫି ସବୁଠାରୁ ସ୍ୱତନ୍ତ୍ର ହୋଇଥିବାର ପ୍ରାମାଣିକ ତଥ୍ୟ ଆଧାରରେ ଆମେ ଜିଆଇ ଟ୍ୟାଗ୍‍ ଦାବି କରୁଛୁ ବୋଲି ନିଗମ ଯୁକ୍ତି ବାଢ଼ିଛି।
ପୁଲିସ ଡିଜି ଅଭୟଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ଦୁଇ ମହିଳା ମାଓବାଦୀ
କୋରାପୁଟ: କୋରାପୁଟ ଜିଲ୍ଲାରେ ଆଜି ଦୁଇ ଜଣ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ପୁଲିସ ଡିଜି ଅଭୟ କୋରାପୁଟ ଗସ୍ତରେ ଯାଇଥିବା ବେଳେ ତାଙ୍କ ନିକଟରେ ସେମାନେ ଆତ୍ମସମର୍ପଣ କରିଛନ୍ତି। ପୁଲିସ ଡିଜି ଅଭୟଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଥିବା ଦୁଇ କୁଖ୍ୟାତ ମହିଳା ମାଓବାଦୀ ହେଲ୍ ଦେବେ ପୋଡିଆମୀ ଓରଫ୍ ଗାଙ୍ଗି ଏବଂ ଗୀତା ପୋଡିଆମୀ ଓରଫ ରଞ୍ଜିତା । ସେମାନେ ମାଓବାଦୀ ସଂଗଠନର ଆନ୍ଧ୍ର ଓଡ଼ିଶା ବର୍ଡର ଜୋନାଲ୍ କମିଟି ସଦସ୍ୟ ଥିଲେ । ମାଓବାଦୀଙ୍କ ବିଚାରଧାରାରେ ଅତିଷ୍ଠ ହୋଇ ସେମାନେ ସଂଗଠନ ଛାଡ଼ିଥିବା କହିଛନ୍ତି।
Attracted by generous surrender policy n development initiatives of the Govt, they decided to surrender.
— Odisha Police (@odisha_police) October 3, 2021