Gold Ice Cream - The Sakala

ସୁନାର ଆଇସ୍‌କ୍ରିମ୍ ! ଦାମ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ଆଇସ୍‌କ୍ରିମ୍ ଖାଇବାକୁ କିଏ ବା ଭଲ ନପାଏ । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ, ସମସ୍ତଙ୍କର ଆଇସ୍‌କ୍ରିମ୍ ଅତ୍ୟନ୍ତ ପ୍ରିୟ । ତେବେ ଦୁବାଇରେ ଏଭଳି ଏକ ଆଇସ୍‌କ୍ରିମ୍ ମିଳୁଛି, ଯେଉଁଥରେ ସୁନା ପକାଯାଇ ପରଷା ଯାଉଛି। ଏହାର ଦାମ୍ ୬୦ ହଜାର ଟଙ୍କା ହୋଇଥିବାବେଳେ ୨୦୧୫ ମସିହାରେ ଦୁବାଇର ସ୍କୁପି କେଫେରେ ଏହାକୁ ଲଞ୍ଚ କରାଯାଇଥିଲା । ଏହାକୁ ବିଶ୍ବର ସବୁଠୁ ଦାମୀ ଆଇସ୍‌କ୍ରିମ୍ ଭାବେ ବିବେଚନା କରାଯାଏ। ‘ବ୍ଲାକ୍ ଡାଇମଣ୍ଡ’ ନାମକ ଏହି ଆଇସ୍‌କ୍ରିମ୍‌ରେ ୨୩ କ୍ୟାରେଟ୍‌ର ସୁନାର ବ୍ୟବହାର କରାଯାଇଛି। ଏତଦ୍‌ବ୍ୟତୀତ ଏଥିରେ ମାଡାଗାସ୍କର ଭାନିଲା ଆଇସ୍‌କ୍ରିମ୍, ଇରାନ୍‌ର କେସର ଓ ବ୍ଲାକ୍ ଟଫଲ୍‌ର ମଧ୍ୟ ବ୍ୟବହାର କରାଯାଇଛି । ଏହି କାରଣରୁ ‘ବ୍ଲାକ୍ ଡାଇମଣ୍ଡ’ ଆଇସ୍‌କ୍ରିମ୍‌ର ଦାମ୍ ଏତେ ଅଧିକ । ନିକଟରେ ଦୁବାଇ ଗସ୍ତ ସମୟରେ ଅଭିନେତ୍ରୀ ତଥା ଟ୍ରାଭେଲ୍ ବ୍ଲଗର ଶେନାଜ୍ ଟ୍ରେଜେରୀ ଏହି ଆଇସ୍କ୍ରିମ୍ ବିଷୟରେ କହିଥିଲେ। ଆଇସକ୍ରିମ ଖାଇବାର ଏକ ଭିଡିଓ ସେୟାର କରି ଶେନାଜ୍ କ୍ୟାପସନରେ ଲେଖିଥିଲେ ‘ଏମିତି କେଉଁ ଜିନିଷ ଅଛି, ଯାହା ଟଙ୍କା ଦ୍ବାରା କିଣା ଯାଇପାରିବ ନାହିଁ? ଗୋଟିଏ ଆଇସ୍କ୍ରିମ୍ ପାଇଁ ୬୦,୦୦୦ ଟଙ୍କା ! ମୁଁ ଦୁବାଇରେ ସୁନା ଖାଉଛି। ଏହା ହେଉଛି ଦୁନିଆର ସବୁଠାରୁ ମହଙ୍ଗା ଆଇସ୍କ୍ରିମ୍ । ଏହି ସୁସ୍ବାଦୁ ଆଇସ୍‌କ୍ରିମ୍ ଖାଇବା ଅନୁଭୂତି ସ୍ବତନ୍ତ୍ର । ସେମାନେ ମୋତେ ଫ୍ରିରେ ଏହାକୁ ଖାଇବାକୁ ଦେଇଛନ୍ତି।’