Polio Vaccine - The Sakala

ଭାଇରାଲ ଫଟୋ: ହାଣ୍ଡି ଭିତରେ ଶିଶୁକୁ ରଖି ଦିଆଯାଉଛି ପୋଲିଓ ଟିକା
ଏହି ଛବି ଦେଖି ଆପଣ ନିଶ୍ଚିତ ଭାବରେ ଟିକିଏ ଅଜବ ଅନୁଭବ କରିବେ, କିନ୍ତୁ ଏହି ଫଟୋରେ ଏକ ନବଜାତ ଶିଶୁକୁ ପୋଲିଓ ଔଷଧ ଦେଉଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ଲୋକମାନେ ଖୁବ ପ୍ରଶଂସା କରୁଛନ୍ତି । ପୋଲିଓ ମୁକ୍ତ ଭାରତ ଗଠନ କରିବା ଏକ ଆହ୍ବାନ । ଏହି ଆହ୍ବାନକୁ ସଫଳ କରିବା ପାଇଁ ସବୁବେଳେ ଆଗେଇ ଆସିଛନ୍ତି ସ୍ବାସ୍ଥ୍ୟକର୍ମୀମାନେ। ଏହି ସ୍ବାସ୍ଥ୍ୟକର୍ମୀମାନେ ଖରା, ବର୍ଷା, ଶୀତକୁ ଖାତିର ନ କରି ସବୁ ପରିସ୍ଥିତିରେ ଶିଶୁଙ୍କୁ ପୋଲିଓ ଟିକା ଦେଇଥାନ୍ତି। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ସୁନ୍ଦରବନ ଅଞ୍ଚଳରେ । ଏହି ଅଞ୍ଚଳରେ ବନ୍ୟା ଜଳ ରହିଥିବାରୁ ଏକ ହାଣ୍ଡିରେ ଜଣେ ଶିଶୁକୁ ପୋଲିଓ ଟିକା ଦିଆଯାଉଛି। ଜଣେ ଆଶାକର୍ମୀ ଦିଦି ବନ୍ୟା ଜଳ ଭିତରେ ଏକ ଶିଶୁକୁ ପୋଲିଓ ଟିକା ଦେଉଥିବାର ଫଟୋ ସୋସିଆଲ ମିଡିଆରେ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି ।

Pulse polio immunisation at Sunderbans, delta of Ganges. Amazing HCW working tirelessly in waterlogged zones. pic.twitter.com/2SK4ABlg9p

— Yogiraj Ray (@IddocYogiraj) September 26, 2021

ଏହାକୁ ଟ୍ଵିଟରରେ ଦିଲ୍ଲୀ ଏମ୍ସର ଡାକ୍ତର ଯୋଗୀରାଜ ରାୟ ସେୟାର କରିଛନ୍ତି | ଫଟୋ ସହିତ ଥିବା କ୍ୟାପସନରେ ସେ ଲେଖିଛନ୍ତି ‘ସୁନ୍ଦରବନରେ ପୋଲିଓ ଟୀକାକରଣ । ବନ୍ୟା ପରିସ୍ଥିତିରେ ମଧ୍ୟ ସ୍ବାସ୍ଥ୍ୟକର୍ମୀ ମାନେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି ।’ ଭାଇରାଲ ହେଉଥିବା ଏହି ଫଟୋଟିକୁ ଦୁଇ ହଜାରରୁ ଅଧିକ ଲାଇକ୍ ମିଳିସାରିଛି। ଜଣେ ଟ୍ଵିଟର ବ୍ୟବହାରକାରୀଙ୍କ କହିବା ଅନୁଯାୟୀ ଏହି ଫଟୋଟି ସୁନ୍ଦରବନର ସିଂହେଶ୍ବର ଗ୍ରାମର। ଶିଶୁଟିର ମା’ ବନ୍ୟା ପାଣିରେ ଚାଲିପାରୁନଥିଲେ, ଏଭଳି ପରିସ୍ଥିତିରେ ଶିଶୁକୁ ପୋଲିଓ ଦେବା ପାଇଁ ତାଙ୍କ ବାପା ଆଣିଥିଲେ। ୧୫ ମାସର ଶିଶୁଟିକୁ ତା’ର ବାପା ମଧ୍ୟ ବନ୍ୟା ପାଣିରେ ଆଣିବାକୁ ଡରୁଥିଲେ। ତେଣୁ ସେ ହାଣ୍ଡିରେ ପିଲାଟିକୁ ରଖି ପୋଲିଓ ଟିକା ଦେବା ପାଇଁ ପହଞ୍ଚିଥିଲେ ।