matric certificate - The Sakala

ଅକ୍ଟୋବର ୪ରୁ ମିଳିବ ମାଟ୍ରିକ ସାର୍ଟିଫିକେଟ
କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଆସନ୍ତା ଅକ୍ଟୋବର ୪ ତାରିଖଠାରୁ ଚଳିତବର୍ଷ ମାଟ୍ରିକ ପାସ କରିଥିବା ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ ପ୍ରଦାନ କରାଯିବ । ରାଜ୍ୟରେ ବୋର୍ଡ ପକ୍ଷରୁ ୩୦ଟି କେନ୍ଦ୍ର ନିର୍ଦ୍ଧାରଣ କରାଯାଇଛି। ସମସ୍ତ ସ୍କୁଲଗୁଡିକର ମୁଖ୍ୟମାନେ ଆବଶ୍ୟକୀୟ ପ୍ରମାଣପତ୍ର ଦାଖଲ କରି ଛାତ୍ରଛାତ୍ରୀଙ୍କ ମାଟ୍ରିକ ସାର୍ଟିଫିକେଟ ନେଇପାରିବେ। ମାଟ୍ରିକ ସାର୍ଟିଫିକେଟରେ ଯଦି କୌଣସି ତ୍ରୁଟି ଥାଏ, ତାହା ବୋର୍ଡ ପକ୍ଷରୁ ସଂଶୋଧନ କରାଯିବ। ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକ ବୋର୍ଡର କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ନିର୍ଦ୍ଧାରିତ ଫି’ ଦାଖଲ କରି ସଂଶୋଧନ କରିପାରିବେ । ସଂଶୋଧନ ପାଇଁ ଆବେଦନର ଶେଷ ତାରିଖ ଅକ୍ଟୋବର ୩୦ ରହିଛି।

ରାଜ୍ୟରେ ଥିବା ୩୦ ଜିଲ୍ଲା ପାଇଁ ୩୦ଟି କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ବୋର୍ଡ ସମ୍ପାଦକ ଶ୍ରୀକାନ୍ତ ତରାଇ ସମସ୍ତ ଜୋନାଲ କାର୍ଯ୍ୟାଳୟର ଡେପୁଟି ସେକ୍ରେଟାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଗତସିଂହପୁରରେ ଏସ କେ ଏକାଡେମୀ, କେନ୍ଦ୍ରାପଡ଼ାରେ ରତ୍ନାକର ହାଇସ୍କୁଲ ଦୁହୁରିଆ, ଯାଜପୁରରେ ଜିଲ୍ଲା ସ୍କୁଲ, ଅନୁଗୁଳରେ ଡିଇଓଙ୍କ କାର୍ଯ୍ୟାଳୟ ଢେଙ୍କାନାଳରେ ବି.ବି ହାଇସ୍କୁଲ, ପୁରୀରେ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ, ଖୋର୍ଦ୍ଧାରେ ଭୁବନେଶ୍ଵର ଜୋନଲ କାର୍ଯ୍ୟାଳୟ ନୟାଗଡ଼ରେ ବ୍ରଜେନ୍ଦ୍ର ହାଇସ୍କୁଲ, ବାଲେଶ୍ବରରେ ବୋର୍ଡର ଜୋନାଲ ଅଫିସ, ଭଦ୍ରକରେ ଜିଲ୍ଲା ସ୍କୁଲ, କେନ୍ଦୁଝରରେ ଏନ.ଏସ ପୁଲିସ ହାଇସ୍କୁଲ, ମୟୁରଭଞ୍ଜରେ ଏମକେସି ହାଇସ୍କୁଲ, ଗଜପତିରେ ଡିଇଓଙ୍କ କାର୍ଯ୍ୟାଳୟ ଗଞ୍ଜାମରେ ବୋର୍ଡର ଜୋନ ଅଫିସ, ବୌଦ୍ଧରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ କନ୍ଧମାଳରେ ଡିଇଓଙ୍କ ଅଫିସ, ନୂଆପଡ଼ାରେ ଜାତୀ ୟଉଚ୍ଚ ବିଦ୍ୟାଳୟ, ବରଗଡ଼ରେ ଜଜ ହାଇସ୍କୁଲ, ସମ୍ବଲପୁରରେ ବୋର୍ଡର ଜୋନ କାର୍ଯ୍ୟାଳୟ ଦେବଗଡ଼ରେଆର ବି. ଡି ହାଇସ୍କୁଲ, ଝାରସୁଗୁଡାରେ ଡିଇଓଙ୍କ କାର୍ଯ୍ୟାଳୟ ସୁବର୍ଣ୍ଣପୁରରେ ସରକାରୀ ବାଳିକା ହାଇସ୍କୁଲ, ବଲାଙ୍ଗୀରରେ ପିଆର ହାଇସ୍କୁଲ, ସୁନ୍ଦରଗଡ଼ରେ ବି.ଏସ ହାଇସ୍କୁଲ, କୋରାପୁଟରେ ବୋର୍ଡର ଜୟପୁରସ୍ଥିତ ଜୋନାଲ ଅଫିସ, ମାଲକାନଗିରି, ନବରଙ୍ଗପୁର ଏବଂ ରାୟଗଡ଼ା ଜିଲ୍ଲାରେ ଡିଇଓଙ୍କ କାର୍ଯ୍ୟାଳୟରେ ମାଟ୍ରିକ ସାର୍ଟିଫିକେଟ। ପ୍ରଦାନ କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।