Doordarshan - The Sakala

ନୀରବି ଗଲା ଦୂରଦର୍ଶନର ପରିଚିତ ସ୍ୱର: ଆରପାରିରେ ପ୍ରଖ୍ୟାତ ସମ୍ବାଦ ପାଠିକା ସରଳା ମାହେଶ୍ୱରୀ
ନୂଆଦିଲ୍ଲୀ: ଦୂରଦର୍ଶନର ଜଣାଶୁଣା ନ୍ୟୁଜ୍ ରିଡର୍ ବା ସମ୍ବାଦ ପାଠିକା ସରଳା ମାହେଶ୍ୱରୀଙ୍କର ପରଲୋକ ଘଟିଛି। ତାଙ୍କ ଦେହାନ୍ତ ସହିତ ଟିଭି ସାମ୍ବାଦିକତାର ଏକ ସୁବର୍ଣ୍ଣ ଯୁଗର ଅନ୍ତ ଘଟିଛି ବୋଲି କୁହାଯାଉଛି। ସରଳା ମାହେଶ୍ୱରୀଙ୍କ ପରିବାର ପକ୍ଷରୁ ଏକ ପୋଷ୍ଟ ମାଧ୍ୟମରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପର୍କରେ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଫେବୃଆରୀ ୧୨ ତାରିଖ ଅପରାହ୍ନ ୪ଟାରେ ଦିଲ୍ଲୀର ନିଗମ ବୋଧ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

ସ୍ୱତନ୍ତ୍ର ଅନ୍ଦାଜ ପାଇଁ ଥିଲେ ପରିଚିତ

ସରଳା ମାହେଶ୍ୱରୀ ତାଙ୍କର ସମ୍ବାଦ ପରିବେଷଣ ଶୈଳୀ ପାଇଁ ସର୍ବଦା ମନେ ରହିବେ। ତାଙ୍କ ସ୍ୱର ଏବଂ ଖବର ପଢିବାର ଢଙ୍ଗରେ ଏକ ନିଆରା ଶାନ୍ତି ଏବଂ ବିଶ୍ୱାସ ରହୁଥିଲା, ଯାହା ଦର୍ଶକଙ୍କୁ ବାନ୍ଧି ରଖୁଥିଲା। ସରଳା ସେହି ସମୟରେ ଖବର ପଢିବାକୁ ଏକ ସଂସ୍କାରୀ ଏବଂ ସମ୍ମାନଜନକ ପରିଚୟ ଦେଇଥିଲେ। ଏହା ସେହି ସମୟ ଥିଲା ଯେତେବେଳେ ଆଙ୍କର ବା ଉପସ୍ଥାପକ ହିଁ ଖବରର ବିଶ୍ୱସନୀୟତା ଥିଲେ। ଅଲ ଇଣ୍ଡିଆ ମହିଳା କଂଗ୍ରେସ ଟ୍ୱିଟ୍ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି। ସଂଗଠନ ପକ୍ଷରୁ କୁହାଯାଇଛି ଯେ, ସରଳାଙ୍କ ବିଶ୍ୱସନୀୟତା ଏବଂ ଶାଳୀନତା ଆଗାମୀ ପିଢ଼ି ପାଇଁ ସର୍ବଦା ପ୍ରେରଣା ହୋଇ ରହିବ।

दूरदर्शन की सुप्रसिद्ध न्यूज़ रीडर सरला माहेश्वरी जी का निधन टीवी पत्रकारिता के एक स्वर्णिम युग का अंत है।

उनकी विश्वसनीयता और शालीनता आने वाली पीढ़ियों के लिए हमेशा प्रेरणा रहेगी।

ईश्वर उनकी आत्मा को शांति प्रदान करे।

भावपूर्ण श्रद्धांजलि 🙏 pic.twitter.com/8n9QlyhTOI

— All India Mahila Congress (@MahilaCongress) February 12, 2026

ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି

ତାଙ୍କ ବିୟୋଗ ଭାରତୀୟ ଟେଲିଭିଜନ ସାମ୍ବାଦିକତା ପାଇଁ ଏକ ଅପୂରଣୀୟ କ୍ଷତି। ସୋସିଆଲ ମିଡିଆରେ ଅନେକ ୟୁଜର୍ସ ତାଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି ଯେ, ସେ ସେହି ସମୟରୁ ସମ୍ବାଦ ସହିତ ଜଡିତ ଥିଲେ ଯେତେବେଳେ ଖବରର ଅର୍ଥ ଡ୍ରାମା ନୁହେଁ ବରଂ ସ୍ପଷ୍ଟତା ଥିଲା। ଆଜିକାଲି ଏଭଳି ଗାମ୍ଭୀର୍ଯ୍ୟ ଆଉ ଦେଖିବାକୁ ମିଳୁନାହିଁ। ଅନେକ ଦର୍ଶକ କହିଛନ୍ତି ଯେ ସେମାନେ ସରଳା ମାହେଶ୍ୱରୀଙ୍କୁ ଶୁଣି ବଡ଼ ହୋଇଛନ୍ତି।

ଆସନ୍ତାକାଲିଠାରୁ ବେକାର ହୋଇଯିବ ଆଣ୍ଟେନା, ଡିଡି ନ୍ୟାସନାଲର ଆନାଲଗ୍ ପ୍ରସାରଣ ବନ୍ଦ କରିବ ପ୍ରସାର ଭାରତୀ
ନୂଆଦିଲ୍ଲୀ: ଶେଷ ହେବ ଆଣ୍ଟେନାର ଯୁଗ । ଆସନ୍ତାକାଲିଠାରୁ ଛାତ ଉପରେ ଆଉ ଦେଖିବାକୁ ମିଳିବ ନାହିଁ ଆଣ୍ଟେନା । ଘରର ଛାତ ଉପରେ ଲାଗିଥିବା ଆଣ୍ଟେନା ହୋଇଯିବ ବେକାର । କାରଣ ଅକ୍ଟୋବର ୧ ଅର୍ଥାତ୍ ଆସନ୍ତାକାଲି ଠାରୁ ଡିଡି ନ୍ୟାସନାଲର ଆନାଲଗ୍ ଟେରେଷ୍ଟ୍ରିଆଲ୍ ପ୍ରସାରଣ ବନ୍ଦ କରିବାକୁ ପ୍ରସାର ଭାରତ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଡିଡି ନ୍ୟାସନାଲ୍ କେବଳ ସାଟେଲାଇଟ୍ ଡିସ୍ ମାଧ୍ୟମରେ ଦେଖିହେବ । ଏନେଇ ପ୍ରସାର ଭାରତୀ ନିକଟସ୍ଥ ସମସ୍ତ ରିଲେ କେନ୍ଦ୍ରକୁ ଚିଠି ଜାରି କରି ଜଣାଇଛି।

ଦୂରଦର୍ଶନ ରିଲେ ସେଣ୍ଟରର ସୂଚନା ଅନୁସାରେ ଟେରେଷ୍ଟ୍ରିଆଲ୍ ଟ୍ରାନ୍ସମିଟର ସେବା ଅଧୀନରେ ପ୍ରସାରିତ ଦୂରଦର୍ଶନର କାର୍ଯ୍ୟକ୍ରମ ୧ ଅକ୍ଟୋବର ୨୦୨୧ ପରେ ବନ୍ଦ ହେବ। ଦର୍ଶକମାନେ ଆଉ ଏହି କାର୍ଯ୍ୟକ୍ରମ ଆଣ୍ଟେନା ମାଧ୍ୟମରେ ଦେଖିପାରିବେ ନାହିଁ । ବର୍ତ୍ତମାନ ଦୂରଦର୍ଶନର ସମସ୍ତ କାର୍ଯ୍ୟକ୍ରମ ଡିଜିଟାଲ୍ ତଥା ଡିଡି ଫ୍ରି ଡିଶ୍ ଜରିଆରେ ଦେଖିହେବ । ଅଧିକ ସୂଚନା ପାଇଁ ଆପଣ ଦୂରଦର୍ଶନର ୱେବସାଇଟ୍ ddindia.gov.in କୁ ଲଗ୍ଇନ୍ କରିପାରିବେ ।

ଦେଶବ୍ୟାପୀ ପ୍ରସାର ଭାରତୀର ୪୧୨ ରିଲେ କେନ୍ଦ୍ର ଅଛି । ଏହି ସବୁ ରିଲେ କେନ୍ଦ୍ର ତିନୋଟି ପର୍ଯ୍ୟାୟରେ ବନ୍ଦ କରିବାକୁ ପ୍ରସାର ଭାରତୀ ଯୋଜନା କରିଛି। ୩୧ ଅକ୍ଟୋବର ସୁଦ୍ଧା ୧୫୨ ରିଲେ କେନ୍ଦ୍ର ଏବଂ ୩୧ ଡିସେମ୍ବର ସୁଦ୍ଧା ୧୦୯ ବନ୍ଦ ରହିବ। ଏହା ପରେ ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ୨୬୧ଟି କେନ୍ଦ୍ର ବନ୍ଦ ରହିବ। ଜାମ୍ମୁ, ଲଦାଖ, ଆଣ୍ଡାମାନ ଭଳି ଦେଶର ଦୂରଦୂରାନ୍ତ ଅଞ୍ଚଳରେ ୫୪ଟି ରିଲେ କେନ୍ଦ୍ର ଚାଲିବ। ପ୍ରସାର ଭାରତୀ ସୂଚନା ଅନୁଯାୟୀ, ଡିଟିଏଚ୍ ସେବା ଆରମ୍ଭ ହେବା ପରେ ଏହି ରିଲେ କେନ୍ଦ୍ରଗୁଡ଼ିକର ଆଉ ଅଧିକ ଆବଶ୍ୟକ ନଥିଲା। ଏବେ ଦୂରଦର୍ଶନ ଚ୍ୟାନେଲର ଡିଜିଟାଲ୍ ପ୍ରସାରଣ ଡିଡି ଫ୍ରି ଡିଶ୍ ମାଧ୍ୟମରେ ଜାରି ରହିବ ।