Electricity - The Sakala
ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସହ ତଞ୍ଚକତା, ୟୁନିଟ୍‌ ପିଛା ୩୬ ପଇସା ଅଧିକ ଆଦାୟ କରିଛି ଟାଟା ପାୱାର...
ଭୁବନେଶ୍ୱର: ବିଦ୍ୟୁତ୍‌ ଶୁଳ୍କ ଆଦାୟ କ୍ଷେତ୍ରରେ ଉପଭୋକ୍ତାଙ୍କ ସହ ଚଞ୍ଚକତା କରିଛି ଟାଟା ପାୱାର । ଏହାର ୪ଟି ବିତରଣକାରୀ ସଂସ୍ଥା ଓଇଆର୍‌ସିଙ୍କ ଧାର୍ଯ୍ୟ ୟୁନିଟ୍‌ ପିଛା ୫ଟଙ୍କା ୬୭ ପଇସା ପରିବର୍ତ୍ତେ ଉପଭୋକ୍ତାଙ୍କଠାରୁ ଆଦାୟ କରିଛି ୬.୦୩ ପଇସା । ଅର୍ଥାତ୍‌ ପ୍ରତି ୟୁନିଟ୍‌ ପିଛା ଟାଟାପାୱାର ଉପଭୋକ୍ତାଙ୍କଠାରୁ ୩୬ ପଇସା ଅଧିକ ନେଇଛି। ସଦ୍ୟ ପ୍ରକାଶିତ ଟାଟା ପାୱାରର ୪ଟି କମ୍ପାନୀ ଓ ଗ୍ରୀଡ୍‌କୋର ୨୦୨୪-୨୫ ବର୍ଷର କାର୍ଯ୍ୟଦକ୍ଷତା ସମୀକ୍ଷା ରିପୋର୍ଟ ପ୍ରଦର୍ଶିତ ହୋଇଛି ଏହି ସାଂଘାତିକ ତଥ୍ୟ। ରିପୋର୍ଟ ଅନୁସାରେ ୨୦୨୪-୨୫ ପାଇଁ ଟାଟା ପାୱାରର ୪ ବିତରକ କମ୍ପାନୀକୁ ୟୁନିଟ ପିଛା ହାରାହାରି ଟାରିଫ ୫ ଟଙ୍କା ୬୭ ପଇସା ହିସାବରେ ୩୦୭୯୫ ନିୟୁତ ୟୁନିଟ ବିଦ୍ୟୁତ ବିକ୍ରି ପାଇଁ ଓଇଆର୍‌ସି ଅନୁମୋଦନ ଦେଇଥିଲେ। ଏହ ବିଦ୍ୟୁତ୍‌ ବିକ୍ରି ବାବଦରେ ଟାଟାପାୱାରର ୪ କମ୍ପାନୀ ୧୭୪୬୧ କୋଟିଟଙ୍କା ରାଜସ୍ୱକୁ ମଧ୍ୟ ମଞ୍ଜୁରୀ ମିିଳିଥିଲା।  ମାତ୍ର ଟାଟା ପାୱାର ଉପଭୋକ୍ତାଙ୍କୁ ୨୯୫୭୯ ନିୟୁତ ୟୁନିଟ ହାରାହାରି ୬ ଟଙ୍କା ୩ ପଇସା ହିସାବରେ ବିକ୍ରି କରି ୧୭୮୩୬ କୋଟି ଟଙ୍କା ଅଦାୟ କରିଛି।  ଆୟୋଗ ଅନୁମୋଦନ କରିଥିବା ୟୁନିଟ୍‌ ପିଛା ହାରାହାରି ଟାରିଫ ଠାରୁ ଏହା ୩୬ ପଇସା ଅଧିକ ବୋଲି କୁହାଯାଉଛି। ଟାଟାପାୱାର ପରି  ଗ୍ରୀଡକୋ ମଧ୍ୟ ଏହି ବର୍ଷ ଲାଭବାନ ହୋଇଛି ଏବଂ ଏହାର ପରିମାଣ ୩୪୭.୩୭ କୋଟି ଟଙ୍କା ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ଅନ୍ୟପକ୍ଷରେ ଅନୁମୋଦିତ ବୈଷୟିକ ଓ ବାଣିଜ୍ୟ କ୍ଷତି ହ୍ରାସ ଲକ୍ଷ୍ୟ ୧୮.୭୯ ପ୍ରତିଶତଠାରୁ ଟାଟା ପାୱାର ଉତ୍ତମ ପ୍ରଦର୍ଶନ କରିଛି ଓ ଏହି କ୍ଷତି୧୬.୭୦ ପ୍ରତିଶତକୁ ହ୍ରାସ ପାଇଛି। ପୁନଶ୍ଚ ଉପଭୋକ୍ତାଙ୍କ ମିଟର ସ୍ଥାପନ କ୍ଷେତ୍ରରେ ଟାଟା ୯୯ ପ୍ରତିଶତ ସଫଳ ହୋଇଥିବା ବେଳେ ସ୍ମାର୍ଟ ମିଟର ସ୍ଥାପନ ମାତ୍ର ୧୩ ପ୍ରତିଶତ ସମ୍ଭବ ହୋଇଛି। ଅର୍ଥାତ ରାଜ୍ୟରେ ଏଯାବତ୍‌ ୧୨ ଲକ୍ଷ ୬୭ ହଜାର ଉପଭୋକ୍ତା ସ୍ମାର୍ଟ ମିଟର ବସାଇଛନ୍ତି। ସେହିପରି ଫିିଡର ଓ ଟ୍ରାନ୍ସଫର୍ମର ମିଟରିଙ୍ଗ କାର୍ଯ୍ୟରେ ଟାଟାର ପ୍ରଦର୍ଶନ ଦୁର୍ବଳ ରହିଛି। ଓଡ଼ିଶା ବିଦ୍ୟୁତ ସେବାରେ ନିୟୋଜିତ ସମୁଦାୟ ୨୬୫୯ଟି (୧୪୭/୩୩ ଏମଭିଏ) ପାୱାର ଟ୍ରାନ୍ସଫର୍ମର ମଧ୍ୟରୁ ମାତ୍ର ୧୬୩୦ଟିରେ (୬୧ ପ୍ରତିଶତ) ମିଟରିଙ୍ଗ ହୋଇଛି। ୯୭୮ଟି ୩୩କେଭି ଫିଡର ମଧ୍ୟରୁ ମାତ୍ର ୭୫ ପ୍ରତିଶତ ଅର୍ଥାତ ୭୩୮ଟି ମିଟରିଙ୍ଗ ହୋଇଛି। ବିଦ୍ୟୁତ ସେବାରେ ନିୟୋଜିତ ଥିବା ସମୁଦାୟ ୩ ଲକ୍ଷ ବିତରଣ ଟ୍ରାନ୍ସଫର୍ମର ମଧ୍ୟରୁ ପ୍ରାୟ ୨ ଲକ୍ଷ ଟ୍ରାନ୍ସଫର୍ମର କ୍ଷମତା ୬୩ କେଭିଏରୁ କମ ଥିବାରୁ ଆୟୋଗ ନାପସନ୍ଦ କରି ସେଗୁଡିକୁ ୧୦୦ କେଭିଏ କିମ୍ୱା ତଦୁଦ୍ଧ୍ୱର୍ କ୍ଷମତାକୁ ବୃଦ୍ଧି କରିବା ପାଇଁ ନିର୍ଦେଶ ଦେଇଛନ୍ତି।
ଉପଭୋକ୍ତା ସୂଚୀକରଣ ଓ ଜିଆଇଏସ ମ୍ୟାପିଙ୍ଗ କାର୍ଯ୍ୟରେ ଟାଟା ପ୍ରାୟ ଶତ ପ୍ରତିଶତ ସଫଳ ହୋଇଥିବାବେଳେ ବିତରଣ ଟ୍ରାନ୍ସଫର୍ମର ମିଟରିଙ୍ଗ ମାତ୍ର ୧୯.୪୦ ପ୍ରତିଶତ ହୋଇଛି। ଅପରପକ୍ଷେ ଗ୍ରୀଡକୋର କାର୍ଯ୍ୟଦକ୍ଷତା ସମୀକ୍ଷା ରିପୋର୍ଟ ଅନୁସାରେ ୨୦୨୪-୨୫ରେ ଗ୍ରୀଡକୋ ୪୨୪୮୭ ନିୟୁତ ୟୁନିଟ ବ୍ୟବସାୟ କରି ୧୪୫୧୧ କୋଟିଟଙ୍କା ଆୟ କରିଥିବା ବେଳେ ସମୁଦାୟ ବ୍ୟୟ କରିଛି ୧୪୧୬୩ କୋଟି ଟଙ୍କା। ଅର୍ଥାତ ବିଦ୍ୟୁତ ବ୍ୟବସାୟରୁ ଗ୍ରୀଡକୋ ୩୪୭ କୋଟି ଟଙ୍କା ଲାଭ କରିଛି।
ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର କହିଛନ୍ତି ଯେ ଯେହେତୁ ପୂର୍ବ ବର୍ଷରେ (୨୦୨୪-୨୫)ଗ୍ରୀଡକୋର ବ୍ୟବସାୟିକ ଲାଭ ୩୪୭ କୋଟି ଟଙ୍କା ହୋଇଛି ଏବଂ ଟାଟା ବିତରଣ କମ୍ପାନୀ ଗୁଡିକ ଓଇଆରସି ଧାର୍ଯ୍ୟ କରିଥିବା ହାରାହାରି ଟାରିଫ ଠାରୁ ୟୁନିଟ ପିଛା ୩୬ ପଇସା ହିସାବରେ ଉପଭୋକ୍ତାଙ୍କ ଠାରୁ ଅଧିକ ୧୦୬୫ କୋଟିଟଙ୍କା ଅଦାୟ କରିଛନ୍ତି, ତେଣୁ ଆସନ୍ତା ବର୍ଷର ଟାରିଫ ନିର୍ଣ୍ଣୟ ପ୍ରକ୍ରିୟାରେ ଏହା ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିବ। ଟାଟା ଉପଭୋକ୍ତାଙ୍କ ଠାରୁ ଅଧିକ ଅଦାୟ କରିଥିବା ରାଜସ୍ୱକୁ ସୁଧସହ ଫେରସ୍ତ କରିବା ପାଇଁ ଶ୍ରୀ ମହାପାତ୍ର ଆସନ୍ତା ଟାରିଫ ନିର୍ଣ୍ଣୟ ପ୍ରକ୍ରିୟାରେ ଆୟୋଗ ସମ୍ମୁଖରେ ଯୁକ୍ତି ରଖିବେ ବୋଲି ସେ  ସୂଚନା ଦେଇଛନ୍ତି। ତେଣୁ ଆସନ୍ତା ବର୍ଷ ୨୦୨୬-୨୭ ପାଇଁ ଖୁଚୁରା ବିଦ୍ୟୁତମୂଲ୍ୟ (ଟାରିଫ) ବୃଦ୍ଧିହେବା ସମ୍ଭାବନା ଖୁବ କମ ରହିଛି ବୋଲି ସେ ମତପ୍ରକାଶ କରିଛନ୍ତି।
ଜୁନ୍‌ ୧୫ ପର୍ଯ୍ୟନ୍ତ ହେବନାହିଁ ବିଦ୍ୟୁତ୍‌ କାଟ୍‌: ଟିପିସିଓଡିଏଲ୍‌
ଭୁବନେଶ୍ୱର: ଆସନ୍ତା ଜୁନ୍‌ ୨୫ ତାରିଖ ପର୍ଯ୍ୟନ୍ତ ନିୟମିତ ରକ୍ଷଣବେକ୍ଷଣ ପାଇଁ ବିଦ୍ୟୁତ କାଟ୍‌ ହେବ ନାହିଁ। ଗ୍ରୀଷ୍ମ ଋତୁରେ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଘୋଷଣା କରାଯାଇଛି। ଏହି ଅବଧିରେ ନିରବଚ୍ଛିନ୍ନ ଓ ଭରସାଯୋଗ୍ୟ ବିଦ୍ୟୁତ୍‌ ଯୋଗାଣ ସୁନିଶ୍ଚିତ କରିବା ଲାଗି ଟିପିସିଓଡିଏଲ୍‌ ପକ୍ଷରୁ କୌଣସି ଯୋଜନାବଦ୍ଧ ରକ୍ଷଣାବେକ୍ଷଣ ସଟ୍‌ଡାଉନ୍‌ କରାଯିବ ନାହିଁ। ନୂତନ ସେବା ସଂଯୋଗ, ବିପଦଜନକ ସ୍ଥିତିର ମୁକାବିଲାରେ ସୁରକ୍ଷା ସମ୍ପର୍କିତ ଜରୁରୀକାଳୀନ ପଦକ୍ଷେପ କିମ୍ୱା ଜରୁରୀକାଳୀନ ପ୍ରକଳ୍ପ କାର୍ଯ୍ୟ ଭଳି ସ୍ଥିତି ଉପୁଜିଲେ ବିଦ୍ୟୁତ୍‌ ବିଭ୍ରାଟ ଘଟିପାରେ। ଏଭଳି କ୍ଷେତ୍ରରେ ପ୍ରଭାବିତ ହେବାକୁ ଥିବା ଗ୍ରାହକମାନଙ୍କୁ ଆଗୁଆ ସୂଚନା ପ୍ରଦାନ କରାଯିବ। ଗ୍ରୀଷ୍ମ ଋତୁରେ ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଗୁରୁତ୍ୱପୂର୍ଣ୍ଣ ବୋଲି ଆମେ ବୁଝୁଛୁ। ଏହି ଗୁୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଜାରି ରଖିବା ସହିତ ବିଶ୍ୱସନୀୟ ବିଦ୍ୟୁତ୍‌ ଯୋଗାଣ ସୁନିଶ୍ଚିତ କରିବାକୁ ଆମେ ପ୍ରତିବଦ୍ଧ ବୋଲି ଟିପିସିଓଡିଏଲ୍‌ର ସିଇଓ ଅରଭିନ୍ଦ୍‌ ସିଂହ କହିଛନ୍ତି।
ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ ନ କାଟିବାକୁ ନିର୍ଦ୍ଦେଶ
ଭୁବନେଶ୍ବର: ଅସହ୍ୟ ତାତିରେ ଛଟପଟ ହେଉଛି ସାରା ଓଡ଼ିଶା। ଗୋଟିଏ ପରେ ଗୋଟିଏ ସହରରେ ତାପମାତ୍ରା ଲମ୍ବା ଲମ୍ଫ ମାରୁଛି। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏହାରି ମଧ୍ଯରେ ବିଦ୍ୟୁତ କାଟ ନ କରିବାକୁ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ ନ କାଟିବାକୁ ନିର୍ଦ୍ଦେଶ ଦିଆଯାଇଛି। ବକେୟା ବିଲ୍‌ ପ୍ରଦାନ କରି ନ ଥିଲେ ବି ବିଦ୍ୟୁତ କାଟ ହେବନି। କିନ୍ତୁ ଉପଭୋକ୍ତାଙ୍କୁ ବକେୟା ବିଲ୍‌ ପୈଠ କରିବାକୁ ପଡ଼ିବ ବୋଲି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି।
ଭୁବନେଶ୍ବର : ଗତକାଲି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ-ଓଇଆରସି  ୨୦୨୫-୨୬ ବର୍ଷ ଲାଗି ବିଦ୍ୟୁତ୍ ଦର ନିର୍ଦ୍ଧାରଣ କରିଥିଲା। ଏନେଇ ଓଇଆରସି ସଚିବ ପ୍ରିୟବ୍ରତ ପଟ୍ଟନାୟକ ପ୍ରେସମିଟ୍ କରି ସୂଚନା ଦେଇଥିଲେ ଯେ ଏଥର ମଧ୍ୟ ଅପରିବର୍ତ୍ତିତ ରହିଲା ବିଦ୍ୟୁତ ଟାରିଫ୍ । ଅର୍ଥାତ୍ ବିଦ୍ୟୁତ ବିଲ୍ ବଢିବନି। ଆଉ ଗୋଟେ ଘୋଷଣା ହୋଇଥିଲା ଯେ ଯଦି ଆପଣ ୨ କିଲୋ ୱାଟ୍ ପର୍ଯ୍ୟନ୍ତ ସ୍ମାର୍ଟ ମିଟର ବ୍ୟବହାର କରୁଛନ୍ତି ତେବେ ମିଟର ରେଣ୍ଟ୍ ଛାଡ କରାଯିବ । ପ୍ରତ୍ୟେକ ମାସ ବିଦ୍ୟୁତ ବିଲରେ ଉପଭୋକ୍ତାମାନେ ସ୍ମାର୍ଟ ମିଟର ଭଡ଼ା ବାବଦକୁ ୬୦ ତାଙ୍କ ଲେଖାଁଏ ଦେଉଥିଲେ। ଏବେ ସେହି ଖର୍ଚ୍ଚ ସରକାର ଦେବେ ।
ସ୍ମାର୍ଟ ମିଟରକୁ ନେଇ ସରକାରଙ୍କ ଏହି ଘୋଷଣା ଦର୍ଶାଇଲା ଯେ ସରକାର ସ୍ମାର୍ଟ ମିଟର ଲଗାଇବାକୁ ପ୍ରୋତ୍ସାହନ ଦେଉଛନ୍ତି। ଯାହାକୁ ଘୋର ବିରୋଧ କରିଛି ରାଜ୍ୟ ଉପଭୋକ୍ତା ମହାସଂଘ। ଉପଭୋକ୍ତା ମହାସଂଘ ପ୍ରଥମରୁ ସ୍ମାର୍ଟ ମିଟର ଲଗାଇବାକୁ ବିରୋଧ କରି ଆସୁଛି, ହେଲେ ସରକାର ସ୍ମାର୍ଟ ମିଟର ଲଗାଇବାକୁ ପ୍ରୋତ୍ସାହନ ଦେଉଛନ୍ତି। ଯାହାକୁ ନେଇ ଓଡିଶା ବିଦ୍ୟୁତ ନିୟାମକ ଆୟୋଗଙ୍କୁ ଚିଠି ଲେଖିଛି ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ । ରାଜ୍ୟର ଏକ କୋଟି ବିଜୁଳି ଉପଭୋକ୍ତାଙ୍କ ସ୍ୱାର୍ଥ ଦୃଷ୍ଟିରୁ ସ୍ମାର୍ଟ ମିଟର ବସାଇବା ତୁରନ୍ତ ବନ୍ଦ କରିବାକୁ ଟାଟା ପାୱାରକୁ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି ମହାସଂଘର ଆବାହକ ରବି ବେହେରା ।
ସରକାର ୬୦ ଟଙ୍କା ଲେଖାଏଁ ସ୍ମାର୍ଟ ମିଟର ରେଣ୍ଟ ଛାଡ଼ କରି ରାଜ୍ୟର ବିଦ୍ୟୁତ ଗ୍ରାହକଙ୍କୁ ଦିନରେ ଲୁଟିବାକୁ ବଡ଼ ଚକ୍ରାନ୍ତ କରିଛି ବୋଲି ସେ ଅଭିଯୋଗ କରିଛନ୍ତି । ସ୍ମାର୍ଟ ମିଟରରେ ଯାହାର ଏବେ ବିଲ ୧ ହଜାର ଆସୁଛି ସେମାନଙ୍କର ୧୮୦୦ ଟଙ୍କା ଆସିବ । ଏପରିକି ପ୍ରିପେଡ ରିଚାର୍ଜ ସରିଗଲେ ରାତି ଅଧରେ ବିଦ୍ୟୁତ କଟିଯିବ । ଏପରିକି ଲୋକଙ୍କୁ ରିକନେକ୍ସନ ଚାର୍ଜ ଦେବାକୁ ପଡିବ । କମ୍ପାନୀର ଲୁଟ ପାଇଁ ଏହି ରେଣ୍ଟ ଛାଡ ନିଷ୍ପତ୍ତି ଉଦ୍ଦିଷ୍ଟ । ତୁରନ୍ତ ସ୍ମାର୍ଟ ମିଟର ଲଗାଇବା ବନ୍ଦ କରାଯାଉ ବୋଲି ଦାବି କରିଛି ମହାସଂଘ ।
ସେପଟେ ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀ ମଧ୍ୟ ଏହାକୁ କଡ଼଼ା ସମାଲୋଚନା କରିଛନ୍ତି । ଲୋକଙ୍କୁ ଭୂତେଇବା ପାଇଁ ସ୍ମାର୍ଟ ମିଟର ରେଣ୍ଟ ଛାଡ଼ ଯୋଜନା କରାଯାଇଛି ବୋଲି ସେ ବଡ଼ ଅଭିଯୋଗ କରିଛନ୍ତି । ସରକାରଙ୍କ ସହ ମିଲି ଭଗତରେ ଉପଭୋକ୍ତାଙ୍କୁ ଶୋଷଣ କରିବା ପାଇଁ ଏହା ପ୍ରୟାସ ହୋଇଛି । ଏହି ପ୍ରସଙ୍ଗକୁ ନେଇ ବିରୋଧ ହୋଇଛି, ହେଉଛି ଓ ଆଗକୁ ଜୋରଦାର ବିରୋଧ ହେବ ବୋଲି ସେ ଦଳ ପକ୍ଷରୁ ଚେତାବନୀ ଦେଇଛନ୍ତି । ଦେଶର ସାମ୍ବିଧାନିକ ସଂସ୍ଥାକୁ ବିଜେପି ସରକାର ଦୁର୍ବଳ କରିଦେଇଛନ୍ତି। ବିଭିନ୍ନ ବାଟରେ ପ୍ରଭାବ ପକାଇ ସଂସ୍ଥା ଗୁଡିକୁ ନିଜ ଅଧୀନକୁ ନେଇ ଜନବିରୋଧୀ ନିଷ୍ପତ୍ତି ନେଉଛି ବିଜେପି ସରକାର। ଏବେ ରାଜ୍ୟରେ ଏକ ଅଘୋଷିତ ଇମରଜେନସି ବୋଲି କହିଛି କଂଗ୍ରେସ। ଲୋକଙ୍କ ସ୍ୱାର୍ଥ କହିବା ପାଇଁ କଂଗ୍ରେସ ଆନ୍ଦୋଳନ ଜୋରଦାର କରିବାର ଚେତାବନୀ ଦେଲେ ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀ।
ଅନ୍ୟପଟେ ସ୍ମାର୍ଟ ମିଟର ରେଣ୍ଟ ଛାଡ଼ ନୁହେଁ ତୁରନ୍ତ ପ୍ରିପେଡ଼ ସ୍ମାର୍ଟ ମିଟର ବନ୍ଦ ଦାବି କରିଛି ସିପିଆଇଏମ। ଜନ ଆନ୍ଦୋଳନ ଜୋରଦାର ହେବା ପରେ ବାଧ୍ୟ ହୋଇ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ତାରିଫ ବଢ଼ାଇ ନାହାନ୍ତି। କିନ୍ତୁ ସବୁଠୁ ବଡ଼ ବିପଦ ଏବେ ଲୋକଙ୍କ ପାଇଁ ପ୍ରିପେଡ଼ ସ୍ମାର୍ଟ ମିଟର। ଏହି ମିଟର ଲଗାଗଲେ ରୋଷେଇ ଅଧା ରହିଯିବ, ହସ୍ପିଟାଲ ଅପରେସନ ଅଧା, ଚତୁର୍ଦିଗ ଅନ୍ଧାର ହୋଇଯିବ। ତେଣୁ ଏହା ଏକ ମାନବ ବିରୋଧୀ ନିଷ୍ଠୁର ପଦକ୍ଷେପ। ଭଡା ରିହାତି କହି ଲୋକଙ୍କୁ ଭୂତେଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ଏହାକୁ ପ୍ରତ୍ୟାହାର ଓ ରଦ୍ଦ କରାଯିବାକୁ ଜୋରଦାର ଦାବି କରିବା ସହ ପ୍ରିପେଡ଼ ସ୍ମାର୍ଟ ମିଟରକୁ ଗ୍ରହଣ କରାଯିବ ନାହିଁ ବୋଲି ଚେତାଇ ଦେଇଛି ସିପିଆଇଏମ। ଗୁଣାତ୍ମକ ବିଜୁଳି ଦେବା ସହ ଅଘୋଷିତ ବିଜୁଳି କାଟ ବନ୍ଦ କରିବାକୁ ଦାବି କରିବା ସହ କୃଷି କ୍ଷେତ୍ରକୁ ବିଜୁଳି ଛାଡ଼ କରିବା ସହ ପ୍ରତିଶ୍ରୁତି ଅନୁଯାୟୀ ୩୦୦ ୟୁନିଟ ମାଗଣା ବିଜୁଳି କୁଆଡେ ଗଲା ବୋଲି ପ୍ରଶ୍ନ କରିଛି ସିପିଆଇଏମ।
ଅପରିବର୍ତ୍ତିତ ରହିଲା ବିଜୁଳି ଦର, ଛାଡ ହେବ ସ୍ମାର୍ଟ ମିଟର ରେଣ୍ଟ୍‌: OERC
ଭୁବନେଶ୍ବର: ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ( OERC ) ପକ୍ଷରୁ ବଡ଼ ଘୋଷଣା । ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ଟାରିଫ୍ ଅପରିବର୍ତ୍ତିତ ଘୋଷଣା କରାଯାଇଛି। ୨ କିଲୋ ୱାଟ୍ ପର୍ଯ୍ୟନ୍ତ ସ୍ମାର୍ଟ ମିଟର ରେଣ୍ଟ୍‌ ଛାଡ଼ କରାଯାଇଛି। ଡିଜିଟାଲ୍ ପେମେଣ୍ଟରେ ୪ ପ୍ରତିଶତ ରିହାତି ବଳବତ୍ତର ରଖଯାଇଛି। OERC ସଚିବ ପ୍ରିୟବ୍ରତ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି।
୭୫ବର୍ଷ ପରେ ପୂରଣ ହେଲା ଶିମିଳିପାଳ ବନବାସୀଙ୍କ ବିଜୁଳି ସ୍ବପ୍ନ, ୬ ହଜାର ପରିବାର ଉପକୃତ
ବାରିପଦା/ଯଶିପୁର: ସ୍ବାଧୀନତାର ୭୭ବର୍ଷ ପରେ ମଧ୍ୟ ଏଠାକାର ବନବାସୀଙ୍କ ଘରେ ବିଜୁଳି ସଂଯୋଗ ହୋଇପାରି ନ ଥିଲା। ସୂର୍ଯ୍ୟାସ୍ତ ପରେ ଏଠାରେ ସମସ୍ତଙ୍କ ଘରେ ତାଟିକବାଟ ପଡ଼ିଯାଏ। କିରାସିନି ଦର ମହଙ୍ଗା ଥିବାରୁ ରାତିସାରା ସେମାନେ କାଠଗଣ୍ଡି ଜାଳି ଉଜାଗର ରହୁଥିଲେ। ଏବେ ସୂର୍ଯ୍ୟାସ୍ତ ପରେ ବି ସୂର୍ଯ୍ୟର ଆଲୋକରେ ଆଲୋକିତ ହୋଇଛି ବନବାସୀଙ୍କ ଅନ୍ଧାରୀ ଘର।
ଶିମିଳିପାଳ ବନବାସୀଙ୍କ ଘରେ ପହଞ୍ଚିଛି ବିଜୁଳି। ସୋଲାର ମାଇକ୍ରୋ ଗ୍ରୀଡ୍‌ରୁ ପ୍ରତ୍ୟେକ ଘରକୁ ବିଦ୍ୟୁତ୍‌‌ ଖୁଣ୍ଟ ସାହାଯ୍ୟରେ ବିଜୁଳି ସଂଯୋଗ ହୋଇଛି। ଯେଉଁ ଘର ଦୂରରେ ରହିଛି, ସେଠାକୁ ବ୍ୟକ୍ତିଗତ ଭାବେ ସୋଲାର ଯୋଗେ ବିଜୁଳି ଯୋଗାଇ ଦିଆଯାଇଛି। ଗାଁରେ ବିଜୁଳି ଆଲୁଅ ଜଳିବା ଦେଖି ବନବାସୀ ଖୁସିରେ ଆତ୍ମବିଭୋର୍‌ ହୋଇଛନ୍ତି। ଅଭୟାରଣ୍ୟର ଯଶିପୁର ବ୍ଲକର ଅସ୍ତକୁଅଁର, ଗୁଡ଼ଗୁଡ଼ିଆ ଏବଂ ବରେଇପାଣି ପଞ୍ଚାୟତର ୪୨ଟି ଗାଁର ୫ ହଜାର ୯୦୦ ପରିବାର ଏହାଦ୍ବାରା ଉପକୃତ ହେଇଛନ୍ତି। ବର୍ତ୍ତମାନ ବନବାସୀ ୨୪ଘଣ୍ଟିଆ ନିରବଚ୍ଛିନ୍ନ ବିଜୁଳି ସୁବିଧା ପାଇବା ସହ ଟିଭି, ରେଫ୍ରିଜେଟର, ଫ୍ୟାନ ଓ କୁଲର ଆଦି ବ୍ୟବହାର କରିପାରିବେ। ଏହି ୫, ୯୦୦ ପରିବାରକୁ ବିଦ୍ୟୁତ ଯୋଗାଣ ପାଇଁ ଶିମିଳିପାଳ ଅଭୟାରଣ୍ୟରେ ହିଁ ୧୭ଟି ମାଇକ୍ରୋ ଗ୍ରୀଡ୍‌ ସ୍ଥାପନ ହୋଇଛି। ଏଥିପାଇଁ ୩୦ କୋଟି ଟଙ୍କା ବ୍ୟୟ କରାଯାଇଛି। ଏହି ପ୍ରକଳ୍ପ ୨୫ବର୍ଷ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଚାଲିପାରିବ। ଏହା ଓଡ଼ିଶା ଇତିହାସରେ ପ୍ରଥମ ଘଟଣା ବୋଲି ସୋଲାର ପ୍ରକଳ୍ପର ଜେନେରାଲ ମ୍ୟାନେଜର ରାଜୀବ କୁମାର ନାଏକ କହିଛନ୍ତି।
ଆସନ୍ତା ୭ ବର୍ଷ ମଧ୍ୟରେ କେବଳ ଅକ୍ଷୟଶକ୍ତି ଉତ୍ସରୁ ୧୦୦୦୦ ମେଗା ୱାଟ୍‌‌ ବିଜୁଳି ଉତ୍ପାଦନ କରିବ ଓଡ଼ିଶା
ଭୁବନେଶ୍ୱର: ବିଜୁଳି ଉତ୍ପାଦନରେ ଓଡ଼ିଶା ବଳକା ରାଜ୍ୟ ହୋଇଛି; କିନ୍ତୁ ପରିବେଶ ସୁରକ୍ଷା ଏବଂ ବର୍ଦ୍ଧିତ ଚାହିଦା ପୂରଣ କରିବା ପାଇଁ ନବୀକୃତ ବା ଅକ୍ଷୟଶକ୍ତିର ଆବଶ୍ୟକତା ରହିଛି। ତେଣୁ ଏହି କ୍ଷେତ୍ରକୁ ବଳ ଦେବା ପାଇଁ ଶକ୍ତି ବିଭାଗ କାର୍ଯ୍ୟାରମ୍ଭ କରିଛି। ଆସନ୍ତା ୭ ବର୍ଷ ମଧ୍ୟରେ ଓଡ଼ିଶା କେବଳ ଅକ୍ଷୟଶକ୍ତି ଉତ୍ସରୁ ୧୦୦୦୦ ମେଗା ୱାଟ୍‌‌ ବିଜୁଳି ଉତ୍ପାଦନ କରିବ। ଏହି ଲକ୍ଷ୍ୟ ପୂରଣ ପାଇଁ ଚଳିତ ବଜେଟରେ ୧୦୦ କୋଟି ଟଙ୍କା ଦିଆଯାଇଛି। ଅକ୍ଷୟଶକ୍ତି କ୍ଷେତ୍ରରେ ସମୃଦ୍ଧି ଆଣିବା ପାଇଁ ସଦ୍ୟ ସମାପ୍ତ ମେକ୍‌‌ ଇନ୍‌‌ ଓଡ଼ିଶା ସମ୍ମିଳନୀରେ ରାଜ୍ୟ ସରକାର ଅକ୍ଷୟ ଶକ୍ତି ନୀତିର ଶୁଭାରମ୍ଭ କରିଛନ୍ତି। ସମ୍ପ୍ରତି ରାଜ୍ୟରେ ପାରମ୍ପରିକ ଉତ୍ସରୁ ୭୨୯୦ ମେଗାୱାଟ୍‌‌ ବିଦ୍ୟୁତ ଶକ୍ତି ଉତ୍ପାଦନ ହେଉଛି।
ଓଡ଼ିଶାରେ ବିଦ୍ୟୁତ ଶକ୍ତିର ଅଭାବ ନାହିଁ। ତଥାପି ଭବିଷ୍ୟତ ପିଢ଼ିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ସେଥିପାଇଁ ସ୍ୱତନ୍ତ୍ର ଭାବେ ଅକ୍ଷୟଶକ୍ତି ନୀତି କାର୍ଯ୍ୟକାରୀ କରାଯାଇଛି। ଉକ୍ତ ନୀତି ଅନୁସାରେ ସବୁଜ ଶକ୍ତି କରିଡର୍‌‌ ନିର୍ମାଣ କରିବା ପାଇଁ ୫୦ କୋଟି ଟଙ୍କା ଏବଂ ଓଡ଼ିଶା ନବୀକରଣୀୟ ଶକ୍ତି ବିକାଶ ପାଣ୍ଠି ନାମକ ନୂତନ ଯୋଜନା ପାଇଁ ଆଉ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ସୂଚନା ଅନୁସାରେ ଉତ୍ପାଦନ କ୍ଷେତ୍ରରେ ଆମେ ବଳକା ରାଜ୍ୟ ହୋଇ ସୁଦ୍ଧା ଆଗକୁ ଚାହିଦା ବହୁତ ବଢ଼଼ିବ।
ଅପରପକ୍ଷେ ଆମକୁ ଅଙ୍ଗାରକାମ୍ଳ ନିର୍ଗମନକୁ ରୋକିବା ସହିତ ଗ୍ରାହକଙ୍କୁ କମ୍‌‌ ମୂଲ୍ୟଯୁକ୍ତ ଶକ୍ତି ଯୋଗାଇବାର ଆବଶ୍ୟକତା ରହିଛି। ସେଥିପାଇଁ ଚଳିତ ବର୍ଷରୁ ସ୍ୱତନ୍ତ୍ର ଅଭିଯାନ କ୍ରମେ ଅକ୍ଷୟଶକ୍ତିକୁ ପ୍ରୋତ୍ସାହନ ଦିଆଯିବ। ପୂର୍ବରୁ କେବଳ ପବନ ଓ ସୌର ଶକ୍ତିକୁ ଅକ୍ଷୟଶକ୍ତିରେ ସାମିଲ କରାଯାଉଥିଲା। ଏବେ ସେଥିରେ ଜଳ ବିଦ୍ୟୁତ୍‌‌ ସ୍ଥାନ ପାଇଛି। ଆମ ରାଜ୍ୟରେ ପବନ ଶକ୍ତି ବିଶେଷ ଉପାଦେୟ ହେବ ନାହିଁ। ତେଣୁ ଜଳ ଓ ସୌର ଶକ୍ତିରୁ ବିଜୁଳି ଉତ୍ପାଦନ ପାଇଁ ଲକ୍ଷ୍ୟ ରହିଛି। ରାଜ୍ୟର ବୃହତ ଜଳ ଭଣ୍ଡାରରେ ଭାସମାନ ସୌର ପ୍ରକଳ୍ପ ପ୍ରତିଷ୍ଠା କରାଯିବ। ସେହିପରି ଅବ୍ୟବହୃତ ଜମି ଚିହ୍ନଟ କରାଯାଇ ସେଠାରେ ସୂର୍ଯ୍ୟାଲୋକରୁ ଶକ୍ତି ଉତ୍ପାଦନ କରାଯିବ। କେବଳ ଅକ୍ଷୟଶକ୍ତି ଉତ୍ପାଦନ ନୁହେଁ ଏହା କିପରି ବିତରଣକାରୀ ସଂସ୍ଥା ଏବଂ ଗ୍ରାହକଙ୍କ ପାଇଁ ଉପାଦେୟ ହେବ ସେଥିପାଇଁ ମଧ୍ୟ ଆମେ ପଦକ୍ଷେପ ନେଉଛୁ। ବିଦ୍ୟୁତ ବିତରଣ କରୁଥିବା ଓପିଟିସିଏଲ୍‌‌କୁ ରାଜ୍ୟ ସରକାର ଆର୍ଥିକ ପ୍ରୋତ୍ସାହନ ଦେବେ। ବିଦ୍ୟୁତ ଶକ୍ତି ବିତରଣ ପାଇଁ ୟୁନିଟ୍‌‌ ପିଛା ୨୮ ପଇସା ପ୍ରଦାନ କରାଯାଉଥିବା ବେଳେ ଅକ୍ଷୟଶକ୍ତି ବିତରଣ ପାଇଁ ୟୁନିଟ୍‌‌ ପିଛା ୨୦ ପଇସା ରିହାତି ପ୍ରଦାନ କରାଯିବ।
ସେହିପରି ଭାୟାବଲ ଗ୍ୟାପ୍‌‌ ଫଣ୍ଡିଂ (ଭିଜିଏଫ୍‌‌) ମଧ୍ୟ ଦେବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଉଭୟ ଶିଳ୍ପ ଏବଂ ଘରୋଇ ଗ୍ରାହକଙ୍କୁ ଅକ୍ଷୟଶକ୍ତି ଯୋଗାଇ ଦିଆଯିବ। ଅକ୍ଷୟଶକ୍ତିର ବ୍ୟବହାର ଫଳରେ ୫୦% ଚାହିଦା ପୂରଣ ହୋଇପାରିବ। ବିଦ୍ୟୁତ ଦେୟ ହ୍ରାସ ପାଇବ। ୨୦୩୦ ସୁଦ୍ଧା ରାଜ୍ୟରେ ୧୦ ହଜାରରୁ ୧୧ ହଜାର ମେଗାୱାଟ୍‌‌ ଶକ୍ତି ଉତ୍ପାଦନ ପାଇଁ ଆମେ ଲକ୍ଷ୍ୟ ରଖିଛୁ। ଅପରପକ୍ଷେ ବିଦ୍ୟୁତ ସଂରକ୍ଷଣ, ବିତରଣ କ୍ଷତି ହ୍ରାସ ପାଇଁ ପଦକ୍ଷେପ ନିଆଯାଉ ଥିବାରୁ ଆଗାମୀ ଦିନରେ ଅକ୍ଷୟଶକ୍ତି ଉପକୃତ ହୋଇପାରିବ ବୋଲି ଶ୍ରୀ ଧଳ କହିଛନ୍ତି। ରାଜ୍ୟ ସରକାର ଅକ୍ଷୟଶକ୍ତିକୁ ପ୍ରୋତ୍ସାହନ ଦେବା ପାଇଁ ପୂର୍ବରୁ ପଦକ୍ଷେପ ନେଇଛନ୍ତି। ସମସ୍ତ ସରକାରୀ କାର୍ଯ୍ୟାଳୟ, ସରକାରୀ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଛାତ ଉପରେ ସୌର ଶକ୍ତି ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ନିଆଯାଉଛି। ଇତିମଧ୍ୟରେ ଅନେକ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ସାରଛି। ତଥାପି ଅକ୍ଷୟଶକ୍ତିର ବିଧିବଦ୍ଧ ପ୍ରୋତ୍ସାହନ ନିମନ୍ତେ ରାଜ୍ୟ ସରକାର ଚଳିତ ବଜେଟରେ ସ୍ୱତନ୍ତ୍ର ବ୍ୟୟବରାଦ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।
ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର, ରାଜ୍ୟରେ ବଢିବନି ବିଜୁଳି ଦର
ଭୁବନେଶ୍ବର: ଗ୍ରାହକକୁ ବଡ଼ ଆଶ୍ବସ୍ତି । ରାଜ୍ୟରେ ବଢିବନି ବିଜୁଳି ଦର । ଏ ନେଇ OERC ସ୍ପଷ୍ଟ କରିଛି। ବିଦ୍ୟୁତ ଉତ୍ପାଦନକାରୀ, ଆବଣ୍ଟନକାରୀ, ଉପଭୋକ୍ତାଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇ ଓଇଆରସି । ୨୦୨୩- ୨୪  ଆର୍ଥିକ ବର୍ଷ ପାଇଁ ରାଜ୍ୟରେ ବଢ଼ିବନି ବିଜୁଳି ଦର । ଘରୋଇ ଉପଭୋକ୍ତାଙ୍କ ପାଇଁ ପୂର୍ବ ଦର ଅପରିବର୍ତ୍ତିତ ରହିବ। ପୂର୍ବଭଳି ପ୍ରଥମ ୫୦ ୟୁନିଟ ପାଇଁ ୟୁନିଟ ପିଛା ଦର ୩ ଟଙ୍କା ରହିଛି। ଏଥିସହ ଚାଷୀଙ୍କୁ ରିହାତିରେ ବିଜୁଳି ମିଳିବ। ଶୀତଳଭଣ୍ଡାର ପାଇଁ ଟ.୧.୬୦ ପଇସା ରିହାତି ରଖାଯାଇଛି।
ବିଦ୍ୟୁତ୍ ହେଉଛି ଲୋକଙ୍କ ମୌଳିକ ଆବଶ୍ୟକତା, ଏଥିରୁ କାହାକୁ ବି ବଞ୍ଚିତ କରାଯାଇପାରିବ ନାହିଁ: ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ: ବିଦ୍ୟୁତକୁ ଲୋକଙ୍କ ମୌଳିକ ଆବଶ୍ୟକତା ବୋଲି ବର୍ଣ୍ଣନା କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ଏଥିରୁ କେହି ବଞ୍ଚିତ ହୋଇପାରିବେ ନାହିଁ। ପ୍ରାୟ ଏକ ବର୍ଷ ଧରି ବିଦ୍ୟୁତ ବିନା ଜୀବନ ବିତାଉଥିବା ମହିଳାଙ୍କ ସପକ୍ଷରେ ରାୟ ଦେବାବେଳେ କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ସ୍ୱାମୀଙ୍କ ପରିଚୟପତ୍ର ବିନା ମହିଳାଙ୍କ ଘରେ ବିଦ୍ୟୁତ ସଂଯୋଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ, ମହିଳା ଜଣକ ବର୍ତ୍ତମାନ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ରହୁଛନ୍ତି।
ଜଷ୍ଟିସ ମନୋଜ କୁମାର ଓହ୍ରି ସୁପ୍ରିମକୋର୍ଟଙ୍କ ପୂର୍ବ ରାୟକୁ ଉଲ୍ଲେଖ କରି କହିଛନ୍ତି ଯେ ବିଦ୍ୟୁତ୍ ହେଉଛି ଲୋକଙ୍କ ମୌଳିକ ଆବଶ୍ୟକତା। ଏଥିରୁ କାହାକୁ ବଞ୍ଚିତ କରାଯାଇପାରିବ ନାହିଁ। ଏହା ସହିତ ମହିଳାଙ୍କ ଘରେ ବିଦ୍ୟୁତ ମିଟର / ସଂଯୋଗ ସ୍ଥାପନ କରିବାକୁ ହାଇକୋର୍ଟ ଟାଟା ପାୱାର ଦିଲ୍ଲୀ ଲିମିଟେଡ (ଟିପିଡିଡିଏଲ) କୁ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟୁତ ସଂଯୋଗ ପାଇଁ ମହିଳାଙ୍କ ସ୍ୱାମୀଙ୍କ କୌଣସି ପ୍ରମାଣପତ୍ର ନ ନେବାକୁ ହାଇକୋର୍ଟ ଟିପିଡିଡିଏଲକୁ ନିର୍ଦ୍ଦେଶ ଦେଇଛନ୍ତି।
ମହିଳାଙ୍କ ପକ୍ଷରୁ ଓକିଲ ପ୍ରଦୀପ କ୍ଷତ୍ରି ହୋଇକୋର୍ଟକୁ କହିଥିଲେ ଯେ ମହିଳା ଜଣକ ସମ୍ପୃକ୍ତ ଘରେ ତାଙ୍କ ଅସୁସ୍ଥ ପୁଅ ସହିତ ରୁହନ୍ତି । ଗତ ବର୍ଷ ତାଙ୍କ ସ୍ୱାମୀ ତାଙ୍କୁ ଛାଡି ଅଲଗା ରହିବା ଆରମ୍ଭ କରିଥିଲେ। ଓକିଲ କହିଛନ୍ତି, ଯାଚିକାର୍ତ୍ତା ମହିଳା ଉକ୍ତ ଘରର ଭାଗିଦାରୀ ରହିଛନ୍ତି। ଓକିଲ କହିଛନ୍ତି ଯେ ଯେତେବେଳେ ମହିଳା ବିଦ୍ୟୁତ ସଂଯୋଗ ପାଇଁ କମ୍ପାନୀ ନିକଟକୁ ଯାଇଥିଲେ, ସେତେବେଳେ ସେ ସ୍ୱାମୀଙ୍କ ଆପତ୍ତି ପ୍ରମାଣପତ୍ର ବିନା ସଂଯୋଗ ଦେବାକୁ ମନା କରିଦେଇଥିଲେ। ଆବେଦନକାରୀ ମହିଳାଙ୍କୁ କମ୍ପାନୀରେ ଆବେଦନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନଓସି ବିନା ସଂଯୋଗ ଦେବାକୁ କୋର୍ଟ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ମହିଳାଙ୍କୁ ବିଦ୍ୟୁତ ସଂଯୋଗ ପାଇଁ ଅତିରିକ୍ତ ସୁରକ୍ଷା ରାଶି ୧୦ ହଜାର ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହା ସ୍ପଷ୍ଟ ଭାବେ କୁହାଯାଇଛି ଯେ ଯଦି ମହିଳା ବିଦ୍ୟୁତ୍ ବିଲ୍ ପୈଠ କରିବାରେ ବିଫଳ ହୁଅନ୍ତି, ତେବେ କମ୍ପାନୀ ସଂଯୋଗ ବିଚ୍ଛିନ୍ନ କରିପାରିବ |
ଜୁଲାଇ-ଅଗଷ୍ଟରେ ପୁଣି ବଡ଼ ବିଜୁଳି ସଙ୍କଟ
ନୂଆଦିଲ୍ଲୀ : ଖରା ତାତିରେ ଦେଶ ବ୍ୟାପୀ ଦେଖିବାକୁ ମିଳିଥିବା ଘୋର ବିଜୁଳି ସଙ୍କଟ ଏ ଯାଏ ଥମୁନାହିଁ। ଏହି ସଙ୍କଟ ଆଗକୁ ଉଗ୍ର ରୂପ ନେବା ନେଇ ଏବେଠୁ ଜଳଜଳ ଦିଶିଲାଣି। ଅନୁସନ୍ଧାନକାରୀ ସଂସ୍ଥା ସିଆର୍‌ଇଏର ରିପୋର୍ଟ ଅନୁଯାୟୀ ଜୁଲାଇ-ଅଗଷ୍ଟରେ ଦେଶରେ ପୁଣିଥରେ ଗମ୍ଭୀର ବିଦ୍ୟୁତ୍ ସଙ୍କଟ ଦେଖିବାକୁ ମିଳିବ। ଦେଶର ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରଗୁଡିକରେ ମୌସୁମୀ ପୂର୍ବରୁ କୋଇଲା ଷ୍ଟକ୍୍‌ରେ ହ୍ରାସ ଯୋଗୁ ଏଭଳି ପରିସ୍ଥିତି ଉପୁଜିପାରେ। ବିଦ୍ୟୁତ୍ ପ୍ଲାଣ୍ଟଗୁଡିକରେ ୧୩.୫ ନିୟୁତ ଟନ୍‌ର କୋଇଲା ଷ୍ଟକ୍ ରହିଛି। ସେହି ହିସାବରେ ଦେଶର ସମସ୍ତ ପାୱାର୍ ପ୍ଲାଣ୍ଟରେ ୨୦.୭ ନିୟୁତ ଟନ୍‌ କୋଇଲା ଷ୍ଟକ୍ ଅଛି। ଇତିମଧ୍ୟରେ ଭାରତ ବିଗତ ୬ ବର୍ଷ ମଧ୍ୟରେ ସବୁଠାରୁ ଗମ୍ଭୀର ବିଦ୍ୟୁତ ସଙ୍କଟ ଦେଇ ଗତିକରୁଛି। ସରକାରୀ କୋଇଲା ଖଣି କମ୍ପାନୀ କୋଲ୍‌ ଇଣ୍ଡିଆ ଦୀର୍ଘ ୭ବର୍ଷ ପରେ ବିଦେଶରୁ କୋଇଲା ଆମଦାନୀ କରିବାକୁ ଯାଉଛି।
ରାଜ୍ୟଗୁଡିକର ମତ ପରେ କେନ୍ଦ୍ର ସରକାର ଏହି ଆମଦାନୀ ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ରାଜ୍ୟ ସରକାରମାନଙ୍କୁ କୋଇଲା ଆମଦାନୀ ପାଇଁ କରାଯାଇଥିବା ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ କୁହାଯାଇଛି। ଅନୁସନ୍ଧାନ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଦେଶରେ ସ୍ଥିତି ଯାହା ରହିଛି କୋଇଲା ଚାଳିତ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଗୁଡିକ ବିଜୁଳି ଚାହିଦାରେ ସାମାନ୍ୟ ବୃଦ୍ଧିକୁ ମଧ୍ୟ ସହ୍ୟ କରିପାରିବେନାହିଁ। କୋଇଲା ପରିଚାଳନାରେ ତ୍ରୁଟି ଯୋଗୁ ଭାରତର ବିଜୁଳି ସଙ୍କଟ ଦେଖାଦେଇଛି। ତେଣୁ ଏଭଳି ସଙ୍କଟରୁ ମୁକୁଳିବାକୁ ହେଲେ କେନ୍ଦ୍ର ସରକାରଙ୍କୁ କୋଇଲା ପରିବହନ ଉପରେ ଧ୍ୟାନ କେନ୍ଦ୍ରୀତ ପାଇଁ  ଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ସେଣ୍ଟ୍ରାଲ୍ ଇଲେକ୍ଟ୍ରିସିଟି ଅଥରିଟି ଅଫ୍ ଇଣ୍ଡିଆ (ସିଏଏ)ର ରିପୋର୍ଟ ଅନୁଯାୟୀ, ଆସନ୍ତା ଅଗଷ୍ଟ ମାସରେ  ଦେଶରେ ୨୧୪ ଗିଗାୱାଟ୍‌ ବିଜୁଳି ଚାହିଦା ଦେଖାଦେବ।
ଅପରପକ୍ଷେ ମେ’ ମାସ ତୁଳନାରେ ଅଗଷ୍ଟରେ ହାରାହାରି ଶକ୍ତି ଚାହିଦା ୧,୩୩,୪୨୬ ନିୟୁତ ୟୁନିଟ୍ (ଏମ୍‌ୟୁ)କୁ ବୃଦ୍ଧି ହେବାର ସମ୍ଭାବନା ରହିଛି। ଅନୁସନ୍ଧାନ ରିପୋର୍ଟର କରାଯାଇଥିବା ଆକଳନ ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ଆରମ୍ଭ ହେବା ପରେ ଖଣିରୁ କୋଇଳୂା ଖନନ ଏବଂ ବିଦ୍ୟୁତ୍ ପ୍ଲାଣ୍ଟକୁ ପରିବହନ ବାଧାପ୍ରାପ୍ତ ହେବ। ଏଭଳି ପରିସ୍ଥିତିରେ ଯଦି ମୌସୁମୀ ବର୍ଷା ପୂର୍ବରୁ କୋଇଲା ଷ୍ଟକ୍ ପର୍ଯ୍ୟାପ୍ତ ପରିମାଣରେ ରଖା ନ ଯାଏ ତେବେ ଜୁଲାଇ-ଅଗଷ୍ଟରେ ଦେଶ ଅନ୍ୟ ଏକ ବଡ଼ ବିଦ୍ୟୁତ୍ ସଙ୍କଟ ଆଡକୁ ମୁହାଁଇପାରେ। ଦେଶରେ ପର୍ଯ୍ୟାପ୍ତ କୋଇଲା ଖଣି ରହିଥିବା ସତ୍ତ୍ବେ ତାପଜ ବିଦ୍ୟୁତ କେନ୍ଦ୍ରଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର କୋଇଲା ଷ୍ଟକ୍ ନାହିଁ। ୨୦୨୧-୨୨ରେ ଭାରତରେ ୭୭୭.୨୬ ନିୟୁତ ଟନ୍ ରେକର୍ଡ କୋଇଲା ଉତ୍ପାଦନ ହୋଇଥିଲା, ଯାହା ୨୦୨୧ ଆର୍ଥିକବର୍ଷରେ ୭୧୬.୦୮ଏମ୍‌ଟି ତୁଳନାରେ ୮.୫୪ ପ୍ରତିଶତ ଅଧିକ ବୋଲି  ରିପୋର୍ଟରେ କୁହାଯାଇଛି।
୨୦୧୫ ପରେ ଏହା ପ୍ରଥମ ଘଟଣା ହେବ ଯେତେବେଳେ କି କୋଲ୍‌ ଇଣ୍ଡିଆ ବିଦେଶରୁ କୋଇଲା ଆମଦାନୀ କରିବ। କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ଶନିବାର ଜାରି କରିଥିବା ଏକ ଚିଠିରେ କହିଛି ଯେ, କୋଲ୍‌ ଇଣ୍ଡିଆ ଯେଉଁ କୋଇଲା ଆମଦାନୀ କରିବ ଏବଂ ତାହାକୁ ସରକାରୀ-ସରକାରୀ (ଜି୨ଜି) ଯୋଗାଣ ପାଇଁ ଘରୋଇ କୋଇଲା ସହିତ ମିଶ୍ରଣ କରାଯିବ। ଏହା ସରକାରୀ ତାପଜ ବିଦ୍ୟୁତ ପ୍ଲାଣ୍ଟ ଏବଂ ସ୍ବାଧୀନ ବିଦ୍ୟୁତ୍ ଉତ୍ପାଦକମାନଙ୍କୁ ଦିଆଯିବ। ଅପରପକ୍ଷେ କୋଇଲା ଇଣ୍ଡିଆ ମାଧ୍ୟମରେ ବିଦେଶରୁ କୋଇଲା କିଣିବା ନିଷ୍ପତ୍ତି ଉପରେ ସମସ୍ତ ରାଜ୍ୟର ମତ ହେଉଛି, କୋଇଲା ଆମଦାନୀ ପାଇଁ ପୃଥକ ଟେଣ୍ଡର ପ୍ରଦାନ ହେତୁ ବିଶୃଙ୍ଖଳା ହେବାର ସମ୍ଭାବନା ରହିଛି, ତେଣୁ କୋଇଲା ଇଣ୍ଡିଆ ମାଧ୍ୟମରେ କେନ୍ଦ୍ରୀକୃତ ଭାବେ କୋଇଲା ଆମଦାନୀ କରିବା ସବୁଠାରୁ ଭଲ ହେବ। ଶକ୍ତି ମନ୍ତ୍ରାଳୟର ଏହି ଚିଠି କୋଇଲା ସଚିବ ତଥା କୋଲ୍‌ ଇଣ୍ଡିଆର ଅଧ୍ୟକ୍ଷଙ୍କ ସମେତ ସମସ୍ତ ବରିଷ୍ଠ କେନ୍ଦ୍ରୀୟ ତଥା ରାଜ୍ୟ ଶକ୍ତି ଅଧିକାରୀଙ୍କ ନିକଟକୁ ପଠାଯାଇଛି। ଚଳିତବର୍ଷର ତୃତୀୟ ତ୍ରୈମାସରେ ବିଦ୍ୟୁତ୍ ଚାହିଦାରେ ବୃଦ୍ଧି କାରଣରୁ କୋଇଲା ଅଭାବ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ବୋଲି ଏଥିରେ ଆଶଙ୍କା ପ୍ରକାଶ କରାଯାଇଛି।
ବିଗତ ୬ ବର୍ଷରେ ଦେଶରେ ବୃହତ୍‌ ବିଜୁଳି ସଙ୍କଟ
ନୂଆଦିଲ୍ଲୀ : ସମ୍ପ୍ରତି ଦେଶରେ ବିଜୁଳି ସଙ୍କଟ ଜାରି ରହିଛି। ବର୍ତ୍ତମାନ ବିଦ୍ୟୁତ୍ ଚାହିଦା ୨୦% ବଢ଼ିଯାଇଛି। ଏଭଳି ସମୟରେ କୋଇଲା ଅଭାବକୁ ନେଇ ସାରା ଦେଶରେ ଏକ ସଙ୍କଟଜନକ ପରିସ୍ଥ଄ତି ଦେଖାଦେଇଛି। ବିଗତ ୬ ବର୍ଷ ମଧ୍ୟରେ ଦେଶ ବର୍ତ୍ତମାନ ସବୁଠାରୁ ଖରାପ ବିଦ୍ୟୁତ୍ ସଙ୍କଟ ଦେଇ ଗତିକରୁଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଶୁକ୍ରବାର ଏକ ଜରୁରୀକାଳୀନ ଆଇନ କାର୍ଯ୍ୟକାରୀ କରାଯାଇଛି। ପରିସ୍ଥ଄ତି ଏମିତି ହୋଇଛି ଯେ ବିଦେଶୀ କୋଇଲା ଉପରେ ନିର୍ଭର କରି ଚାଲୁଥିବା ଦେଶର ୪୩ ପ୍ରତିଶତ ବିଦ୍ୟୁତ୍ ପ୍ଲାଣ୍ଟ ଏବେ ଅଚଳ। ସେସବୁ କେନ୍ଦ୍ରରେ ବିଦ୍ୟୁତ ଉତ୍ପାଦନ ପୁନଃ ଆରମ୍ଭ କରିବାକୁ କେନ୍ଦ୍ର ସରକାର କହିଛନ୍ତି। ଏହାଛଡା ବିଦେଶରୁ ତିନି ଗୁଣା ଅଧିକ ମୂଲ୍ୟରେ ସରକାର ଲିକ୍ୱିଫାଇଡ୍ ପ୍ରାକୃତିକ ଗ୍ୟାସ (ଏଲ୍‌ଏନ୍‌ଜି) କିଣିବାକୁ ଯାଉଛନ୍ତି।
ଏହାପୂର୍ବରୁ ଗୁରୁବାର କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ସମସ୍ତ ରାଜ୍ୟ ତଥା ବିଦ୍ୟୁତ୍ କମ୍ପାନୀକୁ ଏକ ଚିଠି ଲେଖିଛି। ଏଥିରେ ବିଦେଶୀ କୋଇଲା ଚାଳିତ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରଗୁଡ଼ିକୁ ପୂର୍ଣ୍ଣ କ୍ଷମତା ସହିତ ଚାଲିବାକୁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ଅନୁଯାୟୀ ଦେଶରେ ବିଦ୍ୟୁତ୍ ଚାହିଦା ୨୦% ବୃଦ୍ଧି ପାଇଛି। ଘରୋଇ କୋଇଲାରୁ କାର୍ଯ୍ୟ କରୁଥିବା ସମସ୍ତ ରାଜ୍ୟ ଏବଂ କମ୍ପାନୀଗୁଡିକ ମଧ୍ୟ କୋଇଲା ଆବଶ୍ୟକତାର ଅତିକମରେ ୧୦% ଆମଦାନୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି ପରିସ୍ଥିତିରେ ବିଦ୍ୟୁତ୍ ଉତ୍ପାଦନ ପାଇଁ କୋଇଲା ଯୋଗାଣ ପାଇଁ ଅଧିକାରୀମାନେ ଚେଷ୍ଟା କରୁଛନ୍ତି। ଦେଶରେ ବିଦ୍ୟୁତର ଚାହିଦା ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଦେଶରେ ୪୩%ରୁ ଅଧିକ ବିଦେଶୀ କୋଇଲା ଚାଳିତ ତାପଜ ବିଦ୍ୟୁତ କାରଖାନା ନିଷ୍କ୍ରିୟ ହୋଇରହିଛି।
ଦେଶରେ କୋଇଲା ଅଭାବକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଜ୍ୟଗୁଡିକୁ ବିଦେଶୀ କୋଇଲା କ୍ରୟ ପାଇଁ ନିର୍ଦ୍ଦେଶ ଦେବାକୁ କହିଛନ୍ତି। କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର.କେ ସିଂ କହିଛନ୍ତି ଯେ ଏଥିପାଇଁ ଗୁରୁବାର ଅନୁଷ୍ଠିତ ସମୀକ୍ଷା ବୈଠକରେ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦେଶରେ ଘରୋଇ କୋଇଲା ଯୋଗାଣରେ ବୃଦ୍ଧି ସତ୍ତ୍ବେ ଆବଶ୍ୟକତା ଅନୁଯାୟୀ ବିଦ୍ୟୁତ୍ ଉତ୍ପାଦନ ବୃଦ୍ଧି ପାଇନାହିଁ। ଏହି କାରଣରୁ ଅନେକ ରାଜ୍ୟରେ ବିଦ୍ୟୁତର ଅଭାବ ଦେଖାଦେଇଛି। ବିଦ୍ୟୁତ୍ ଉତ୍ପାଦନ ପାଇଁ  ଦୈନିକ ବ୍ୟବହାର ଏବଂ କୋଇଲା ଯୋଗାଣ ମଧ୍ୟରେ ବ୍ୟବଧାନ ହେତୁ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ କୋଇଲା ଷ୍ଟକ୍ ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଇଛି। ଅପରପକ୍ଷେ ଦେଶରେ ଚାହିଦାକୁ ପୂରଣ କରିବା ପାଇଁ ବିଦେଶରୁ ତିନି ଗୁଣା ଅଧିକ ଦାମରେ ଲିକ୍ୱିଫାଇଡ୍ ପ୍ରାକୃତିକ ଗ୍ୟାସ କିଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
ଟୋରୋଣ୍ଟ ପାୱାର ଲିମିଟେଡ୍ ଏବଂ ଗେଲ ଇଣ୍ଡିଆ ଲିମିଟେଡ ମେ’ ମାସ ପାଇଁ ଏଲଏନଜି କିଣିଛନ୍ତି। ଦେଶରେ କୋଇଲା ଅଭାବର ସମ୍ମୁଖିନ ହେଉଥିବା ପାୱାର ପ୍ଲାଣ୍ଟ ଗୁଡିକରେ ଏଲଏନଜିର ବ୍ୟବହାର କରି ବିଜୁଳି ଉତ୍ପାଦନ କରାଯିବ। ସୂଚନା ଅନୁସାରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧ ଯୋଗୁଁ ବର୍ତ୍ତମାନ ଏଲଏନଜିର ମୂଲ୍ୟ ତିନି ଗୁଣା ବୃଦ୍ଧି ହୋଇଛି। ଅପରପକ୍ଷେ ବର୍ତ୍ତମାନ ସମୟରେ ଏଲଏନଜି କିଣିବାକୁ ବିଭିନ୍ନ ଦେଶ ବାଧ୍ୟ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଭାରତରେ ବିଜୁଳି ଉତ୍ପାଦନରେ ଗ୍ୟାସର ବ୍ୟବହାର ମାତ୍ର ୪ ପ୍ରତିଶତ ହୋଇଥାଏ। ଦେଶରେ ୭୧ ପ୍ରତିଶତ ବିଜୁଳି କୋଇଲାରୁ ଉତ୍ପାଦନ ହୋଇଥାଏ। କିନ୍ତୁ ଚଳିତବର୍ଷ ଭାରତରେ କୋଇଲାର ଅଭାବ ଦେଖାଦେଇଛି।
ନୂଆଦିଲ୍ଲୀ: ଆଗକୁ ଭାରତରେ ଘୋର ବିଦ୍ୟୁତ ସଙ୍କଟ ଦେଖାଦେଇପାରେ। ସମ୍ପ୍ରତି ଦେଶରେ ରହିଥିବା ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟଗୁଡିକ କୋଇଲା ସଙ୍କଟର ସମ୍ମୁଖୀନ ହେଉଥିବାରୁ ଆଗକୁ ଏହିଭଳି ସମସ୍ୟା ଦେଖାଯିବା ସୁନିଶ୍ଚିତ। ସମଗ୍ର ବିଶ୍ବରେ ୩୭ ପ୍ରତିଶତ ବିଜୁଳି କୋଇଲାରୁ ହିଁ ଉତ୍ପାଦିତ ହୋଇଥାଏ। ଭାରତରେ ୫୫ ପ୍ରତିଶତ ବିଦ୍ୟୁତ ଉତ୍ପାଦନ କୋଇଲାରୁ ହୋଇଥାଏ ।
ଏଭଳି ସ୍ଥିତିରେ ଯଦି ବିଶ୍ଵରେ କୋଇଲା ଶେଷ ହୋଇଯାଏ, ତେବେ ସାରା ବିଶ୍ବରେ ୧୦ ଟି ଘର ମଧ୍ୟରୁ ୪ ଟି ଏବଂ ଭାରତରେ ପ୍ରତି ୧୦ ରୁ ୬ ଘର ବ୍ଲାକ୍ ଆଉଟ୍ ଅର୍ଥାତ୍ ଅନ୍ଧାର ହୋଇଯିବ।
ବିଶ୍ବରେ ପ୍ରତିବର୍ଷ ହାରାହାରି ୧୬,୦୦୦ ନିୟୁତ ଟନ୍‌ କୋଇଲା ଉତ୍ପାଦନ ହୋଇଥାଏ। ୨୦୧୯ରେ ୧୬,୭୩୧ ନିୟୁତ ଟନ୍‌ କୋଇଲା ଉତ୍ପାଦନ ହୋଇଥିଲା ଏବଂ ୨୦୨୦ରେ ୧୫,୭୬୭ ନିୟୁତ ଟନ୍‌ କୋଇଲା ଉତ୍ପାଦନ ହୋଇଥିଲା। ଏଥିମଧ୍ୟରୁ ୬୦ରୁ ୬୫ ପ୍ରତିଶତ କୋଇଲା ବିଶ୍ବରେ କେବଳ ବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟବହୃତ ହୋଇଥିଲା। ଭାରତ ହେଉଛି ବିଶ୍ଵର ଦ୍ଵିତୀୟ ବୃହତ୍ତମ ବୋଇଲା ଉତ୍ପାଦନକାରୀ। ଭାରତ ହାରାହାରି ୭୬୦ ନିୟୁତ ଟନ୍‌ କୋଇଲା ଉତ୍ପାଦନ କରିଥାଏ । ଏଥିମଧ୍ୟରୁ ୭୦ ରୁ ୭୫ ପ୍ରତିଶତ କୋଇଲା ବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟବହୃତ ହୁଏ। ୨୦୨୦ରେ ୭୨ ପ୍ରତିଶତ କୋଇଲା ବିଦ୍ୟୁତ୍ ଉତ୍ପାଦନ ପାଇଁ ଖର୍ଚ୍ଚ ହୋଇଥିଲା। ପ୍ରଥମ ଥର ପାଇଁ ୨୦୧୬ରେ ସମଗ୍ର ବିଶ୍ବରେ କେତେ ପରିମାଣର କୋଇଲା ମହଜୁଦ ରହିଛି ତାହାର ଆକଳନ କରାଯାଇଥିଲା। ସାରା ବିଶ୍ବରେ ରହିଥିବା କୋଇଲା ଖଣିରେ ସମୁଦାୟ ୧୧୪୪ ବିଲିୟନ ଟନ୍‌ କୋଇଲା ମହଜୁଦ ରହିଛି। ବିଶ୍ବରେ ପ୍ରତିବର୍ଷ ପ୍ରାୟ ୮.୫ ବିଲିୟନ ଟନ୍‌ କୋଇଲା ଖର୍ଚ୍ଚ ହୋଇଥାଏ । ଏହି ଗତିରେ ଅଗ୍ରସର ହେଲେ ଆଗାମୀ ୧୩୪ ରୁ ୧୩୫ ବର୍ଷ ମଧ୍ୟରେ ବିଶ୍ବରୁ କୋଇଲା ଶେଷ ହୋଇଯିବ।
ଭାରତ ସରକାରଙ୍କ ଆକଳନ ଅନୁଯାୟୀ ଦେଶରେ ୩୧୯ ବର୍ଷ ପାଇଁ କୋଇଲା ଭଣ୍ଡାର ମହଜୁଦ ରହିଛି। ଯଦି ଆନ୍ତର୍ଜାତୀୟ ସଂସ୍ଥାକୁ ବିଶ୍ବାସ କରାଯାଏ, ତେବେ ଆଉ ୧୦୭ ବର୍ଷ ପାଇଁ କୋଇଲା ବାକି ଅଛି। ଅପରପକ୍ଷେ ଆମେରିକା ନବୀକରଣ ଯୋଗ୍ୟ ଉତ୍ସ ପବନ ଏବଂ ସୌର ଶକ୍ତି ମାଧ୍ୟମରେ ୭୩% ବିଦ୍ୟୁତ୍ ଉତ୍ପାଦନ କରିଥାଏ। ତେଣୁ କୋଇଲା ଶେଷ ହେତୁ ଆମେରିକା ଭଳି ଦେଶରେ ଅଧିକ ଅସୁବିଧା ହେବ ନାହିଁ। ଭାରତରେ କେବଳ ୨୫ ପ୍ରତିଶତ ବିଦ୍ୟୁତ୍ ଅକ୍ଷୟ ଶକ୍ତି ଉତ୍ସ ମାଧ୍ୟମରେ ଉତ୍ପନ୍ନ ହୋଇଥାଏ। ଜଳ ବିଦ୍ୟୁତ ପ୍ରକଳ୍ପ ମାଧ୍ୟମରେ ୧୨ ପ୍ରତିଶତ ବିଦ୍ୟୁତ ଉତ୍ପାଦିତ ହୋଇଥାଏ। ଭାରତରେ ପ୍ରଥମ ଥର ପାଇଁ ଇଷ୍ଟ ଇଣ୍ଡିଆ କମ୍ପାନୀ ୧୭୭୪ ମସିହାରେ ପଶ୍ଚିମବଙ୍ଗର ରାଣୀଗଞ୍ଜରେ କୋଇଲା ଖନନ କରିଥିଲା। ପୂର୍ବରୁ ଆମ ଜୀବନ କୋଇଲା ବିନା ଚାଲିଥିଲା । ତେଣୁ ଯଦି କୋଇଲା ସରିଯାଏ ଏବଂ ଆମେ ଏହାର ବିକଳ୍ପ ବାହାର କରିପାରିବୁ ନାହିଁ, ତେବେ ଆମେ ପୁଣିଥରେ ୧୮ଶହ ଶତାବ୍ଦୀର ଜୀବନକୁ ଫେରିବା ।