bengal-byelection - The Sakala

ପଶ୍ଚିମବଙ୍ଗରେ ଆଜି ୩ ବିଧାନସଭା ଆସନ ପାଇଁ ଚାଲିଛି ମତଦାନ: ମମତା ଓ ପ୍ରିୟଙ୍କା ମଧ୍ୟରେ କଡ଼ା ମୁକାବିଲା
କୋଲକାତା: ପଶ୍ଚିମବଙ୍ଗରେ ଆଜି ତିନୋଟି ବିଧାନସଭା କ୍ଷେତ୍ରର ଉପନିର୍ବାଚନ ପାଇଁ ମତଦାନ ହେଉଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆସନ ଭବାନୀପୁର ଆସନ ସହ ସମସେରଗଞ୍ଜ ଏବଂ ଜାଙ୍ଗିପୁର ପାଇଁ ମତଦାନ ହେଉଛି । ଭବାନୀପୁର ଆସନ ପାଇଁ ଏଥର ଟିଏମସି ଓ ବିଜେପି ମଧ୍ୟ କଡା ଟକ୍କର ହେବ । ମମତା ବାନାର୍ଜୀଙ୍କ ବିରୋଧରେ ମଇଦାନରେ ଅଛନ୍ତି ବିଜେପିର ପ୍ରୀୟଙ୍କା ତ୍ରିବେଓ୍ବାଲ । ଭବାନୀପୁରରୁ ମମତା ୨୦୧୧ ଏବଂ ୨୦୧୬ରେ ଦୁଇ ଦୁଇ ଥର ବିଧାୟକ ହୋଇଥିଲେ । କିନ୍ତୁ ୨୦୨୧ରେ ସେ ନନ୍ଦିଗ୍ରାମରୁ ଲଢିଥିଲେ । ସେଠାରେ ପରାଜୟ ହେବା ପରେ ଭବାନୀପୁରରୁ ଉପନିର୍ବାଚନ ଲଢୁଛନ୍ତି ମମତା ବାନାର୍ଜୀ । ଏଥର ମଧ୍ୟ ଏହି ଆସନରୁ ଟିଏମସି ବିଜୟ ଲାଭ କରିଥିଲା । ଟିଏମସିର ଶୋଭନଦେବ ଚଟ୍ଟୋପାଧ୍ୟାୟ ଭବାନୀପୁରରୁ ନିର୍ବାଚନ ଜିତିଥିଲେ । କିନ୍ତୁ ମମତାଙ୍କୁ ଆଉଥରେ ସୁଯୋଗ ଦେବା ପାଇଁ ଶୋଭନଦେବ ଆସନରୁ ଇସ୍ତଫା ଦେଇଥିଲେ । ୨୦୧୬ରେ ମମତା ୬୫ ହଜାର ୫୨୦ଟି ଭୋଟ ପାଇଥିଲେ । ୨୦୨୧ରେ ଶୋଭନଦେବ ୭୩ ହଜାର ୫୦୫ଟି ଭୋଟ ପାଇ ରେକର୍ଡ କରିଥିଲେ । ଏହି ଆସନରୁ ଏଥର କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହିଁ ।

ସେହିଭଳି, ସମସେରଗଞ୍ଜ ଆସନ ପାଇଁ ମଧ୍ୟ ଆଜି ମତଦାନ ହେଉଛି । ଗତ ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ ପ୍ରାର୍ଥୀଙ୍କର କରୋନାରେ ମୃତ୍ୟୁ ହେବା ପରେ ମତଦାନ ସ୍ଥଗିତ ରହିଥିଲା । ଏଠାରେ କଂଗ୍ରେସ ଓ ସିପିଆଇଏମର ଗଡ଼ ହୋଇଥିବା ବେଳେ ଏଥର କିନ୍ତୁ ଟିଏମସି ଫାଇଦା ନେବାକୁ ଉଦ୍ୟମ କରୁଛି । ୨୦୧୬ରେ ଟିଏମସିର ଅମିରୁଲ ଇସଲାମ ମାତ୍ର ୨ ହଜାର ଭୋଟରେ ହାରିଯାଇଥିଲେ । ଏଠାରେ ମୁସଲିମ୍‌ ଭୋଟର ଅଧିକ ଥିବାରୁ ତୃଣମୁଳକୁ ଫାଇଦା ମିଳିବ ବୋଲି ବିଶେଷଜ୍ଞ କହିଛନ୍ତି । ଗତ ନିର୍ବାଚନରେ ସିପିଆଇଏମ ଓ କଂଗ୍ରେସ ମିଳିତ ଭାବେ ନିର୍ବାଚନ ଲଢିଥିବା ବେଳେ ଏଥର କିନ୍ତୁ ଅଲଗା ହୋଇ ଲଢୁଛନ୍ତି । ଏଥିରୁ ଟିଏମସିକୁ ଫାଇଦା ମିଳିପାରେ । ଏହି ଆସନରୁ ଭାରତୀୟ ଜନତା ପାର୍ଟି ମିଲନ ଘୋଷ ପ୍ରାର୍ଥି ଥିବା ବେଳେ କଂଗ୍ରେସର ଜୟଦୁର ରେହେମାନ ପାର୍ଥି ଅଛନ୍ତି ।

ଜାଙ୍ଗିପୁର ଆସନରୁ ଏଥର ତ୍ରିକୋଣୀୟ ଲଢେଇ ହେଉଛି । ଟିଏମସିର ଜାକିର ହୋସେନ ଏଠାରୁ ପ୍ରାର୍ଥି ହୋଇଥିବା ବେଳେ ବିଜେପିର ସୁଜିତ ଦାସ ଏଠାରେ ନିର୍ବାଚନ ଲଢୁଛନ୍ତି । ଜାଙ୍ଗିପୁର ଆସନରେ କଂଗ୍ରେସ ନିଜର କବଜା କରିଆସିଛି । ୧୯୫୧ରୁ ୧୧ ଥର କଂଗ୍ରେସ ପ୍ରାର୍ଥି ଏଠାରୁ ଜିତିଛନ୍ତି । ଆରଏସପିରୁ ଜାନେ ଆଲାମ ମିଆଁ ଏହି ଆସନରୁ ନିର୍ବାଚନ ଲଢୁଛନ୍ତି । ତାଙ୍କୁ କଂଗ୍ରେସର ସମର୍ଥନ ରହିଛି ।

କଡା ସୁରକ୍ଷା ବଳୟରେ ରାଜ୍ୟରେ ୩ଟି ଆସନରେ ଉପନିର୍ବାଚନ ହେଉଛି । ବିଭିନ୍ନ ବୁ୍‌ଥ୍‌ରେ ସିସିଟିଭି ଇନଷ୍ଟଲ କରାଯାଇଥିବା ବେଳେ ସିଆରପିଏଫର ଯବାନ ମୁତୟନ ହୋଇଛନ୍ତି ।