Captain Amarinder - The Sakala

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ହୋଇପାରନ୍ତି ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ
ନୂଆଦିଲ୍ଲୀ: ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି କ୍ୟାପଟେନ ଅମରିନ୍ଦର ସିଂ । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ଏନଡିଏ ତରଫରୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିବା ନେଇ ରାଜନୈତିକ ମହଲାରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ରାଷ୍ଟ୍ରପତି ନିର୍ବାଚନ ପରେ ଏବେ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ପ୍ରାର୍ଥୀ ବାଛିବାକୁ ଏନଡିଏ ଏବଂ ବିରୋଧୀ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ରାଷ୍ଟ୍ରପତି ନିର୍ବାଚନ ଆଗାମୀ ୧୮ ତାରିଖରେ ହେବ । ଏନଡିଏ ପକ୍ଷରୁ ଆଦିବାସୀ ନେତ୍ରୀ ତଥା ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବା ବେଳେ ବିରୋଧୀଙ୍କ ପକ୍ଷରୁ ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ଯଶୱନ୍ତ ସିହ୍ନା ପ୍ରାର୍ଥୀ ହୋଇଛନ୍ତି । ଏବେ ଉପରାଷ୍ଟ୍ରପତି ପ୍ରାର୍ଥୀ କାହାକୁ କରାଯିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସବୁଠୁ ଆଗରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦରଙ୍କ ନାଁ ରହିଛି ।

ଅମିରନ୍ଦର ଗତ ବର୍ଷ କଂଗ୍ରେସ ଛାଡ଼ିବା ପରେ ନିଜର ଏକ ନୂଆ ଦଳ ପଂଜାବ ଲୋକ କଂଗ୍ରେସ ସ୍ଥାପନ କରିଥିଲେ । ଏହି ଦଳ ବିଜେପି ସହ ମିଶି ପଂଜାବର ବିଧାନସଭା ନିର୍ବାଚନ ଲଢିଥିଲେ ବି ବିଶେଷ ସଫଳତା ପାଇପାରିନଥିଲା । କ୍ୟାପ୍ଟେନ ନିଜ ଦଳ ଲୋକ କଂଗ୍ରେସକୁ ବିଜେପିରେ ମିଶାଇବାକୁ ପ୍ରସ୍ତୁତି କରିବା ପରେ ତାଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି । କ୍ୟାପ୍ଟେନ ଅମରିନ୍ଦରଙ୍କର ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଭଲ ସମ୍ପର୍କ ଅଛି । କୁହାଯାଉଛି ଯେ, ଦଳ ମିଶାଇବା ସହ ତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯିବ । ସୂଚନାନୁସାରେ, କ୍ୟାପଟେନ ଏବେ ଲଣ୍ଡନରେ ଚିକିତ୍ସିତ ହେଉଛନ୍ତି । ସେ ଚଳିତମାସ ଦ୍ୱିତୀୟ ସପ୍ତାହରେ ପଞ୍ଜାବ ଫେରିବେ ବୋଲି କୁହାଯାଉଛି ।

ବର୍ତ୍ତମାନ ଉପରାଷ୍ଟ୍ରପତି ଥିବା ଭେଙ୍କୟା ନାୟୁଡୁଙ୍କ କାର୍ଯ୍ୟକାଳ ୧୧ ଅଗଷ୍ଟରେ ସମାପ୍ତ ହେବ । ଏହା ପୂର୍ବରୁ ୬ ଅଗଷ୍ଟରେ ଉପରାଷ୍ଟ୍ରପତି ନିର୍ବାଚନ ହେବ । ଏଥିପାଇଁ ୫ ଜୁଲାଇରେ ବିଜ୍ଞପ୍ତି ଜାରି ହେବା ପରେ ୧୯ ଜୁଲାଇରେ ନାମାଙ୍କନ ଦାଖଲ ହେବ । ବିଜେପି କ୍ୟାପ୍ଟେନଙ୍କ ସାହାରାରେ ପଞ୍ଜାବରେ ଆଧିପତ୍ୟ ବିସ୍ତାର କରିବାକୁ ଯୋଜନା କରିଛି । କୃଷି ଆଇନକୁ ନେଇ ଶିଖ୍ ଗୋଷ୍ଠୀ କେନ୍ଦ୍ର ସରକାରଙ୍କ ପ୍ରତି କଠୋର ଆଭିମୁଖ୍ୟ ରଖିଛନ୍ତି । ଶିଖ୍ ସମୁଦାୟଙ୍କ ସମର୍ଥନ ପାଇବା ପାଇଁ କ୍ୟାପ୍ଟେନ ଅମରିନ୍ଦରଙ୍କୁ ଚେହେରା କରୁଛି ବିଜେପି । ତେବେ ଯଦି କ୍ୟାପ୍ଟେନ ପ୍ରାର୍ଥୀ ହୁଅନ୍ତି ତେବେ ନିର୍ଦ୍ୱନ୍ଦରେ ବିଜୟୀ ହେବେ । କାରଣ ଉପରାଷ୍ଟ୍ରପ୍ରତି ନିର୍ବାଚନରେ ରାଜ୍ୟସଭା ଏବଂ ଲୋକସଭା ସାଂସଦ ଭୋଟ ଦିଅନ୍ତି ଏବଂ ବିଜେପି ନେତୃତ୍ୱଧୀନ ଏନଡିଏ ପାଖରେ ଅଧିକ ସାଂସଦ ରହିଛନ୍ତି ।

ଅମିତ ଶାହଙ୍କ ଘରେ କ୍ୟାପଟେନ୍‌ ଅମରିନ୍ଦର ସିଂହ, ବିଜେପିରେ ଯୋଗ ଦେଇ କୃଷିମନ୍ତ୍ରୀ ହେବା ନେଇ ଚର୍ଚ୍ଚା
ନୂଆଦିଲ୍ଲୀ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ତାଙ୍କ ଘରେ ଭେଟିଛନ୍ତି। ନୂଆଦିଲ୍ଲୀର ୬ଏ, କୃଷ୍ଣ ମେନନ୍‌ ମାର୍ଗରେ ଥିବା ଶାହାଙ୍କ ବାସଭବନରେ ଶାହାଙ୍କୁ କ୍ୟାପ୍‌ଟେନ୍‌ ସାକ୍ଷାତ କରିଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀପଦବୀରୁ ଇସ୍ତଫା ଦେବା ପରେ ସେ ‘ବିଜେପି’ରେ ଯୋଗ ଦେଇ ପାରନ୍ତି ବୋଲି କଳ୍ପନାଜଳ୍ପନା ଲାଗିରହିଥିବା ବେଳେ ଆଜିର ସାକ୍ଷାତ ରାଜନୈତିକ ମହଲରେ ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛି।

ଅନ୍ୟପଟେ କ୍ୟାପଟେନ୍‌ ଅମରିନ୍ଦର ସିଂହ ବିଜେପିରେ ଯୋଗ ଦେଲେ ତାଙ୍କୁ ମୋଦୀ କ୍ୟାବିନେଟରେ ସାମିଲ କରାଯିବା ସହ କୃଷି ମନ୍ତ୍ରଣାଳୟ ଦାୟିତ୍ବ ଦିଆଯିବା ନେଇ ଚର୍ଚ୍ଚା ହେଉଛି। ଆଗକୁ ପଞ୍ଜାବର ବିଧାନସଭା ନିର୍ବାଚନ ରହିଥିବା ବେଳେ କ୍ୟାପଟେନ୍‌ ଅମରିନ୍ଦର ସିଂହ ବିଜେପି ପାଇଁ ଏକ ବଡ ଚେହେରା ହୋଇପାରିବେ । ଏଥି ସହିତ କ୍ୟାପଟେନ୍‌ ଅମରିନ୍ଦର ସିଂହ କୃଷି ଆଇନକୁ ନେଇ କୃଷକମାନଙ୍କ ସହ ଆଲୋଚନା କରି ସମାଧାନର ଏକ ରାସ୍ତା ବାହାର କରିପାରନ୍ତି। ଯାହା ବିଜେପି ପାଇଁ ପଞ୍ଜାବରେ ଶୁଭଙ୍କର ସାବ୍ୟସ୍ତ ହେବ। ଆସନ୍ତାବର୍ଷ ପଞ୍ଜାବରେ ନିର୍ବାଚନ ହେବାକୁ ଥିବା ବେଳେ ରାଜ୍ୟରେ ନିଜର ସ୍ଥିତିକୁ ସୁଦୃଢ କରିବାକୁ ଚାହୁଁଛି ବିଜେପି ଯାହା କ୍ୟାପଟେନ୍‌ ଅମରିନ୍ଦର ସିଂହ ଦଳରେ ଯୋଗଦାନ ପରେ ସମ୍ଭବ ହେବ ବୋଲି ଆଶା ରଖିଛି ବିଜେପି।

#WATCH | Former Punjab CM and Congress leader Captain Amarinder Singh reaches the residence of Union Home Minister Amit Shah in New Delhi pic.twitter.com/787frIaou7

— ANI (@ANI) September 29, 2021

ଅନ୍ୟପଟେ କ୍ୟାପଟେନ ଅମରିନ୍ଦର ସିଂ ଉଭୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ନିକଟତର ରହିଆସିଛନ୍ତି । ତାଙ୍କ ରାଷ୍ଟ୍ରବାଦୀ ଶୈଳୀକୁ ବିଜେପିର ଶୀର୍ଷ ନେତୃତ୍ୱ ପସନ୍ଦ କରନ୍ତି । ଜାତୀୟ ସୁରକ୍ଷା ପ୍ରସଙ୍ଗରେ କ୍ୟାପଟେନ୍‌ ଅନେକ ଥର କଂଗ୍ରେସର ପାର୍ଟି ଲାଇନ୍‌ ଭାଙ୍ଗିଛନ୍ତି । ଯେତେବେଳେ ବି ଦେଶ ତଥା ସେନା କଥା ଆସେ, ସେ କେନ୍ଦ୍ରର ବିଜେପି ସରକାରଙ୍କ ସହିତ ଛିଡ଼ା ହୁଅନ୍ତି । ସେହି ଦୃଷ୍ଟିରୁ କ୍ୟାପଟେନ୍‌ ବିଜେପି ପ୍ରତି ଆକୃଷ୍ଠ ହୋଇ ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ  ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କ୍ୟାପଟେନ ଅମରିନ୍ଦର ସିଂହ ନିଜର ଆଗାମୀ ପଦକ୍ଷେପ ବିଷୟରେ କିଛି ମୁହଁ ଖୋଲି କହି ନାହାନ୍ତି। ହେଲେ ବର୍ତ୍ତମାନ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିବା ପଞ୍ଜାବ ରାଜନୀତିରେ ଚହଳ ପକାଇଛି। ଇସ୍ତଫା ଦେବା ପରେ କ୍ୟାପଟେନ୍ କହିଥିଲେ ଯେ, ତାଙ୍କ ପାଖରେ ସବୁ ବିକଳ୍ପ ଖୋଲା ଅଛି। ସେ ନିଜର ସହଯୋଗୀଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ବିଷୟରେ ନିଷ୍ପତ୍ତି ନେବେ ବୋଲି କହିଥିଲେ।