Amit Shah - The Sakala

ଦିଲ୍ଲୀ ପୋଲିସର 'ପେଲେଟ୍ ଗନ୍' ବ୍ୟବହାର ଅଭିଯୋଗ: ଅମିତ ଶାହଙ୍କ ଇସ୍ତଫା ସହ ସୁପ୍ରିମକୋର୍ଟ ତଦନ୍ତ ଦାବି କଲେ ରାହୁଲ ଗାନ୍ଧୀ
ଦିଲ୍ଲୀରେ ଛାତ୍ରମାନଙ୍କ ଆନ୍ଦୋଳନ ବେଳେ ପୋଲିସର ବର୍ବରତାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଗତ ଜୁଲାଇ ୨୦ ତାରିଖରେ ଛାତ୍ରମାନଙ୍କ ଦ୍ୱାରା କରାଯାଇଥିବା 'ସଂସଦ ମାର୍ଚ୍ଚ' ସମୟରେ ଦିଲ୍ଲୀ ପୋଲିସ ପ୍ରଦର୍ଶନକାରୀଙ୍କ ଉପରେ ପେଲେଟ୍ ଗନ୍ ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିବା ସହ ଘଟଣାର ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ ହେବା ଉଚିତ ବୋଲି କହିଛନ୍ତି।

ଛାତ୍ର ଆନ୍ଦୋଳନରେ ପୋଲିସର ବର୍ବରତା ଅଭିଯୋଗ

ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ, ଛାତ୍ରମାନଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଦମନ କରିବା ପାଇଁ ପୋଲିସ ଅତ୍ୟନ୍ତ କଠୋର ପଦକ୍ଷେପ ନେଇଥିଲା। ସେ ଦାବି କରିଛନ୍ତି ଯେ ଛାତ୍ରମାନଙ୍କ ଉପରେ କେବଳ ଲାଠିଚାର୍ଜ କରାଯାଇନଥିଲା, ବରଂ ପେଲେଟ୍ ଗନ୍ ଏବଂ କଣ୍ଟା ଥିବା ଲାଠିର ବ୍ୟବହାର କରାଯାଇଥିଲା। ଏହି ଆକ୍ରମଣ ଯୋଗୁଁ ଜଣେ ଛାତ୍ର ଗୁରୁତର ଆହତ ହୋଇଥିବା ବେଳେ ତାଙ୍କର ଆଖି ନଷ୍ଟ ହେବାର ଆଶଙ୍କା ରହିଛି ବୋଲି ସେ ଏକ ଏମ୍ସ (AIIMS) ମେଡିକାଲ ସାର୍ଟିଫିକେଟ୍ ପ୍ରଦର୍ଶନ କରି ଦାବି କରିଛନ୍ତି।

ସୁପ୍ରିମକୋର୍ଟଙ୍କ ଦ୍ୱାରା ତଦନ୍ତ ଦାବି

ଏହି ଘଟଣାକୁ ନେଇ ରାହୁଲ ଗାନ୍ଧୀ ସିଧାସଳଖ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ଗୃହମନ୍ତ୍ରଣାଳୟର ବିନା ଅନୁମତିରେ ପୋଲିସ ଏଭଳି ପଦକ୍ଷେପ ନେଇପାରିବ ନାହିଁ। ତେଣୁ ନୈତିକତା ଦୃଷ୍ଟିରୁ ଗୃହମନ୍ତ୍ରୀ ତୁରନ୍ତ ନିଜ ପଦରୁ ଇସ୍ତଫା ଦେବା ଉଚିତ ଅଥବା ପ୍ରଧାନମନ୍ତ୍ରୀ ତାଙ୍କୁ ବହିଷ୍କାର କରିବା ଆବଶ୍ୟକ। ଏଥିସହିତ, ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ପଛରେ ପ୍ରକୃତ ଦୋଷୀଙ୍କୁ ଖୋଜି ବାହାର କରିବା ପାଇଁ ଏକ ସ୍ୱାଧୀନ କମିଟି ଗଠନ କରାଯାଇ ସୁପ୍ରିମକୋର୍ଟଙ୍କ ଅଧୀନରେ ନିରପେକ୍ଷ ତଦନ୍ତ ପାଇଁ ସେ ଦାବି କରିଛନ୍ତି।

ଲୋକସଭାରେ ବିବାଦ ଓ ବିଜେପିର ଖଣ୍ଡନ

ଲୋକସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ ନେତା। ତେବେ ତାଙ୍କର ମନ୍ତବ୍ୟକୁ ନେଇ ସଂସଦରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ସେପଟେ କ୍ଷମତାସୀନ ବିଜେପି ପକ୍ଷରୁ ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରାଯାଇଛି। ସରକାରୀ ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ପୋଲିସ କୌଣସି ପେଲେଟ୍ ଗନ୍ ବ୍ୟବହାର କରିନାହିଁ, କେବଳ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଲୁହବୁହା ଗ୍ୟାସ୍ (Tear Gas) ପ୍ରୟୋଗ କରାଯାଇଥିଲା। ଏହି ବିବାଦ ପରେ ବାଚସ୍ପତିଙ୍କ ଦ୍ୱାରା ରାହୁଲ ଗାନ୍ଧୀଙ୍କ କିଛି ବକ୍ତବ୍ୟକୁ ସଂସଦୀୟ ରେକର୍ଡରୁ ବାଦ୍ ଦିଆଯାଇଛି। ତେବେ ସେ ବିଜେପି କିମ୍ବା ଆରଏସଏସ୍ କୁ କୌଣସି ପରିସ୍ଥିତିରେ ବି କ୍ଷମା ମାଗିବେ ନାହିଁ ବୋଲି ସ୍ପଷ୍ଟ ଭାବରେ କହିଛନ୍ତି ।

କେନ୍ଦ୍ର ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୟୁଏପିଏ (UAPA) ଆଇନ ବଳରେ ୨୩ ପାକିସ୍ତାନୀଙ୍କୁ ଆତଙ୍କବାଦୀ ଘୋଷଣା କଲା ଗୃହ ମନ୍ତ୍ରଣାଳୟ
ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ (MHA) ଶନିବାର ଆତଙ୍କବାଦ ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପାକିସ୍ତାନରେ ରହି ଭାରତ ବିରୋଧୀ କାର୍ଯ୍ୟକଳାପ ଚଳାଉଥିବା ୨୩ ଜଣ ବ୍ୟକ୍ତିଙ୍କୁ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ବା ୟୁଏପିଏ (UAPA) ଅଧୀନରେ ଆତଙ୍କବାଦୀ ଘୋଷଣା କରାଯାଇଛି। ସୀମାପାର ଆତଙ୍କବାଦ ଉପରେ ଲଗାମ ଲଗାଇବା ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ ବୋଲି ବିବେଚନା କରାଯାଉଛି।

ଜୈଶ୍ ଏବଂ ଲସ୍କର ସହ ରହିଛି ସମ୍ପୃକ୍ତି

ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଆତଙ୍କବାଦୀ ଘୋଷିତ ହୋଇଥିବା ଏହି ୨୩ ଜଣ ବ୍ୟକ୍ତି ମୁଖ୍ୟତଃ ଜୈଶ-ଏ-ମହମ୍ମଦ (JeM) ଏବଂ ଲସ୍କର-ଏ-ତୋଇବା (LeT) ଭଳି କୁଖ୍ୟାତ ଆତଙ୍କୀ ସଂଗଠନ ସହ ଜଡିତ ଅଛନ୍ତି। ନୂତନ ବିଜ୍ଞପ୍ତି ଅନୁସାରେ ସେମାନଙ୍କ ନାମ ୟୁଏପିଏ ଆଇନର ଚତୁର୍ଥ ଅନୁସୂଚୀରେ କ୍ରମିକ ନମ୍ବର ୫୮ ରୁ ୮୦ ମଧ୍ୟରେ ସାମିଲ କରାଯାଇଛି। ଏହି ସମସ୍ତ ଅପରାଧୀ ବର୍ତ୍ତମାନ ପାକିସ୍ତାନରେ ଆଶ୍ରୟ ନେଇ ସେଠାରୁ ଆତଙ୍କବାଦୀ ଷଡ଼ଯନ୍ତ୍ର ରଚୁଛନ୍ତି।

ଜମ୍ମୁ-କାଶ୍ମୀରରେ ଆକ୍ରମଣ ଓ ଅସ୍ତ୍ରଶସ୍ତ୍ର ଯୋଗାଣ

ଏହି ବ୍ୟକ୍ତିମାନେ ଆତଙ୍କବାଦୀ ନିଯୁକ୍ତି, ସୀମାରେ ଅନୁପ୍ରବେଶ, ଆତଙ୍କୀ ପ୍ରଶିକ୍ଷଣ ଏବଂ ଡ୍ରୋନ୍ ମାଧ୍ୟମରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଯୋଗାଣରେ ସମ୍ପୃକ୍ତ ଥିବା ଗୃହ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ବିଶେଷ କରି ଜମ୍ମୁ-କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଏମାନେ ନିରନ୍ତର ପ୍ରୟାସ କରୁଥିଲେ। ରିପୋର୍ଟ ଅନୁଯାୟୀ, କାଶ୍ମୀରର ନଗ୍ରୋଟା ଏବଂ ସୁଞ୍ଜୱାନ ଆକ୍ରମଣ ଭଳି ବଡ଼ ଘଟଣାରେ ସେମାନଙ୍କର ପ୍ରତ୍ୟକ୍ଷ ଓ ପରୋକ୍ଷ ସମ୍ପୃକ୍ତି ଥିବା ତଦନ୍ତରୁ ଜଣାପଡିଛି।

ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି

କେନ୍ଦ୍ର ସରକାରଙ୍କ ଏହି ସଦ୍ୟ ପଦକ୍ଷେପ ଆତଙ୍କବାଦ ବିରୋଧରେ ଭାରତର 'ଜିରୋ ଟଲରାନ୍ସ' (ଶୂନ୍ୟ ସହନଶୀଳତା) ନୀତିକୁ ପୁଣିଥରେ ପ୍ରମାଣିତ କରିଛି। ସୂଚନାଯୋଗ୍ୟ ଯେ, ୨୦୧୯ ମସିହାରେ କେନ୍ଦ୍ର ସରକାର ୟୁଏପିଏ ଆଇନରେ ସଂଶୋଧନ କରି ସଂଗଠନ ବ୍ୟତୀତ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଆତଙ୍କବାଦୀ ଘୋଷଣା କରିବାର ନୂଆ ପ୍ରାବଧାନ ଆଣିଥିଲେ। ଏହି ନୂତନ ଆଇନ ପ୍ରଣୟନ ପରେ ଜାତୀୟ ନିରାପତ୍ତାକୁ ସୁଦୃଢ଼ କରିବା ପାଇଁ ଭାରତ ସରକାର କ୍ରମାଗତ ଭାବେ ଆତଙ୍କବାଦୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ, ଆସନ୍ତା ୪ ତାରିଖରେ ବରଗଡ଼ ଆସିବାର ଥିଲା
ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରସ୍ତାବିତ ଓଡ଼ିଶା ଗସ୍ତ ବାତିଲ ହୋଇଛି। ଆସନ୍ତା ୪ ତାରିଖରେ ବରଗଡ଼ ଆସିବାର କାର୍ଯ୍ୟକ୍ରମ ରହିଥିଲା। ଗସ୍ତ ବାତିଲ ହୋଇଥିବା ନେଇ ବିଜେପି ରାଜ୍ୟ ସଭାପତିଙ୍କ ସୂଚନା । ତେବେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତ ବାତିଲ କ'ଣ ପାଇଁ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।  କେବଳ ଗସ୍ତ ବାତିଲ ନେଇ ସୂଚନା ଦିଆଯାଇଛି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସମ୍ବଲପୁର, ବରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାରେ ହେବାକୁ ଥିବା ତାଙ୍କର ସମସ୍ତ କାର୍ଯ୍ୟକ୍ରମକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି।

ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଶ୍ରୀ ଶାହ ଜୁଲାଇ ୪ ଏବଂ ୫ ତାରିଖରେ ବରଗଡ଼ ଓ ସମ୍ବଲପୁରଠାରେ ଦୁଇଟି ବିଶାଳ ସାଧାରଣ ସଭାକୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ଥିଲା। ଏହା ବ୍ୟତୀତ ପଶ୍ଚିମ ଓଡ଼ିଶାର ଏହି ପ୍ରମୁଖ ଜିଲ୍ଲାଗୁଡ଼ିକରେ ଦଳର ସାଙ୍ଗଠନିକ ସ୍ଥିତିକୁ ମଜବୁତ କରିବା ସହ ଜନସମ୍ପର୍କ ଅଭିଯାନରେ ସାମିଲ ହେବାର ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଥିଲା।

୩୨ ବର୍ଷର ଜଳ ବିବାଦର ଅନ୍ତ: ପାଇପଲାଇନ ଯୋଗେ ରାଜସ୍ଥାନକୁ ଆସିବ ଯମୁନା ପାଣି
ରାଜସ୍ଥାନ ଏବଂ ହରିୟାଣା ମଧ୍ୟରେ ଥିବା ଦୀର୍ଘ ୩୨ ବର୍ଷର ଜଳ ବିବାଦର ଅବସାନ ଘଟିଛି। ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଉଭୟ ରାଜ୍ୟ ମଧ୍ୟରେ ଐତିହାସିକ ଯମୁନା ଜଳ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ଫଳରେ ରାଜସ୍ଥାନର ଶେଖାୱାଟୀ ଅଞ୍ଚଳରେ ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରିବ।

୩୪,୧୦୨ କୋଟି ଟଙ୍କାର ପ୍ରକଳ୍ପ

ଏହି ବୁଝାମଣାପତ୍ର ସ୍ୱାକ୍ଷର ସମୟରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା, ହରିୟାଣାର ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି ଏବଂ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି.ଆର. ପାଟିଲ ଉପସ୍ଥିତ ଥିଲେ। ଏହି ୩୪,୧୦୨ କୋଟି ଟଙ୍କା ବ୍ୟୟବହୁଳ ପ୍ରକଳ୍ପ ଜରିଆରେ ୧୯୯୪ ମସିହାର ଯମୁନା ଜଳ ବଣ୍ଟନ ଚୁକ୍ତିକୁ ବାସ୍ତବ ରୂପ ଦିଆଯିବ। ପ୍ରତିବର୍ଷ ମୌସୁମୀ ଋତୁରେ (ଜୁଲାଇରୁ ଅକ୍ଟୋବର) ହରିୟାଣାର ହଥିନୀକୁଣ୍ଡ ବ୍ୟାରେଜରୁ ବଳକା ପାଣି ରାଜସ୍ଥାନକୁ ଯୋଗାଇ ଦିଆଯିବ।

ଭୂଗର୍ଭସ୍ଥ ପାଇପଲାଇନରେ ଆସିବ ପାଣି

ପାଣି ଯୋଗାଣ ପାଇଁ ଖୋଲା କେନାଲ ବଦଳରେ ୨୯୫.୫ କିଲୋମିଟର ଲମ୍ବା ଭୂଗର୍ଭସ୍ଥ ପାଇପଲାଇନ ନିର୍ମାଣ କରାଯିବ। ଏହାଦ୍ୱାରା ପାଣିର ଅପଚୟ ଏବଂ ବାଷ୍ପୀକରଣ ରୋକାଯାଇପାରିବ। ପ୍ରାୟ ୫୮୦ ମିଲିୟନ କ୍ୟୁବିକ୍ ମିଟର (MCM) ପାଣି ଏହି ପାଇପଲାଇନ ଦେଇ ରାଜସ୍ଥାନର ହଂସିଆୱାସ ଜଳାଶୟରେ ପହଞ୍ଚିବ।

ଉପକୃତ ହେବେ ଲକ୍ଷ ଲକ୍ଷ ଜନତା

ଏହି ପ୍ରକଳ୍ପ ଦ୍ୱାରା ରାଜସ୍ଥାନର ମରୁଭୂମି ତଥା ଜଳ ସଙ୍କଟଗ୍ରସ୍ତ ଅଞ୍ଚଳ ସିକର, ଚୁରୁ ଏବଂ ଝୁନଝୁନୁ ଜିଲ୍ଲାର ଜନସାଧାରଣ ବିଶେଷ ଭାବେ ଲାଭବାନ ହେବେ। କେବଳ ପାନୀୟ ଜଳ ନୁହେଁ, ଏହାଦ୍ୱାରା ଭୂତଳ ଜଳସ୍ତର ମଧ୍ୟ ବୃଦ୍ଧି ପାଇବ। ଏଥିସହ ହରିୟାଣାର ଭିୱାନୀ ଏବଂ ଫତେହାବାଦ ଜିଲ୍ଲା ମଧ୍ୟ ଏହି ପ୍ରକଳ୍ପରୁ ସୁବିଧା ପାଇବ। ଏହି ବୁଝାମଣାକୁ ସମବାୟ ସଂଘବାଦର ଏକ ଉତ୍କୃଷ୍ଟ ଉଦାହରଣ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ପ୍ରକାଶ କରିଛନ୍ତି।

ଜୁଲାଇ ୪ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତା ଜୁଲାଇ ୪ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ କାଳରେ ସେ ରାଜ୍ୟରେ ଅନେକ ସରକାରୀ ଓ ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ମିଳିଛି।

ସୂଚନା ଅନୁଯାୟୀ, ସମବାୟ ବିଭାଗ ପକ୍ଷରୁ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ସମେତ ଅନ୍ୟ କେତେକ ସରକାରୀ ପ୍ରକଳ୍ପ ଓ ସଭାରେ ଅମିତ ଶାହ ଉପସ୍ଥିତ ରହିବେ। ଏହାବ୍ୟତୀତ ସେ ଭାରତୀୟ ଜନତା ପାର୍ଟି (ବିଜେପି) ର ବିଭିନ୍ନ ସାଂଗଠନିକ ବୈଠକ ଏବଂ ସାଧାରଣ ସଭାରେ ମଧ୍ୟ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

ଗୃହମନ୍ତ୍ରୀ ନିଜ ଗସ୍ତ ସମୟରେ ରାଜ୍ୟର ପ୍ରମୁଖ ସାଂଗଠନିକ ପ୍ରସଙ୍ଗ ଉପରେ ଆଲୋଚନା କରିବା ସହ ରାଜ୍ୟ ବିଜେପି ନେତା ଓ କର୍ମୀ ମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିବାର ସମ୍ଭାବନା ରହିଛି। ଏହି ହାଇ-ପ୍ରୋଫାଇଲ୍ ଗସ୍ତକୁ ଦୃଷ୍ଟିରେ ରଖି ଓଡ଼ିଶା ବିଜେପି ଶାଖା ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ବିଜେପିରୁ ଇସ୍ତଫା ଦେଲେ କେ. ଅଣ୍ଣାମଲାଇ, ନୂଆ ଦଳ ଗଠନ ନେଇ ଚର୍ଚ୍ଚା ଜୋର
ତାମିଲନାଡୁ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଦୀର୍ଘ ଦିନର କଳ୍ପନାଜଳ୍ପନାର ଅନ୍ତ ଘଟାଇ ତାମିଲନାଡୁ ବିଜେପିର ପୂର୍ବତନ ରାଜ୍ୟ ସଭାପତି କେ. ଅଣ୍ଣାମଲାଇ ଶୁକ୍ରବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି ବୋଲି ଦଳ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

ନୂଆ ରାଜନୈତିକ ଦଳ ଗଠନ କରିବା ନେଇ ଚର୍ଚ୍ଚା

ରିପୋର୍ଟ ଅନୁଯାୟୀ, କେ. ଅଣ୍ଣାମଲାଇ ଖୁବଶୀଘ୍ର ଏକ ନୂଆ ରାଜନୈତିକ ଦଳ ବା ସଂଗଠନ ଗଠନ କରିପାରନ୍ତି। ନିକଟରେ ସେ ନୂଆଦିଲ୍ଲୀ ଗସ୍ତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବି.ଏଲ୍. ସନ୍ତୋଷଙ୍କ ସମେତ ବରିଷ୍ଠ ନେତାଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିଥିଲେ। ବିଜେପିର କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ଦଳରେ ରହିବାକୁ ବୁଝାଇବା ସହ ନୂଆ ଦାୟିତ୍ୱ ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ।

କାହିଁକି ବିଜେପି ଛାଡିଲେ ଅଣ୍ଣାମଲାଇ?

ସୂଚନାଯୋଗ୍ୟ ଯେ, ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଦଳର ରଣନୀତିକୁ ନେଇ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଅଣ୍ଣାମଲାଇଙ୍କ ମତଭେଦ ସୃଷ୍ଟି ହୋଇଥିଲା। ୨୦୨୪ ଲୋକସଭା ନିର୍ବାଚନରେ ଏକୁଟିଆ ଲଢ଼ି ବିଜେପି ୧୧% ଭୋଟ୍ ହାସଲ କରିଥିବାରୁ, ସେ ବିଧାନସଭାରେ ମଧ୍ୟ ଏକାକୀ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ। ମାତ୍ର ଦଳୀୟ ହାଇକମାଣ୍ଡ ଏଆଇଏଡିଏମକେ (AIADMK) ସହ ମେଣ୍ଟ କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ଫଳରେ ନିକଟରେ ଶେଷ ହୋଇଥିବା ନିର୍ବାଚନରେ ବିଜେପିର ଭୋଟ୍ ପ୍ରତିଶତ ୩% କୁ ଖସି ଆସିଥିଲା। ଏହି ମେଣ୍ଟ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ସେ ଏପ୍ରିଲ୍ ୨୦୨୫ରେ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଇସାରିଥିଲେ ଏବଂ ଏବେ ଦଳରୁ ସମ୍ପୂର୍ଣ୍ଣ ରୂପେ ବିଦାୟ ନେଇଛନ୍ତି।

ଭାରତରେ ପ୍ରଥମ ଥର ଜବତ ହେଲା 'ଜିହାଦୀ ଡ୍ରଗ୍ସ' କ୍ୟାପ୍ଟାଗନ୍, ମୂଲ୍ୟ ୧୮୨ କୋଟି ଟଙ୍କା
ଭାରତରେ ଆନ୍ତର୍ଜାତୀୟ ଡ୍ରଗ୍ସ ସିଣ୍ଡିକେଟ୍ ଓ ଟେରର୍ ଫଣ୍ଡିଂ ବିରୋଧରେ ଏକ ବଡ଼ ସଫଳତା ହାସଲ ହୋଇଛି। ଦେଶର ଇତିହାସରେ ପ୍ରଥମ ଥର ପାଇଁ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (NCB) ‘ଜିହାଦୀ ଡ୍ରଗ୍ସ’ ନାମରେ କୁଖ୍ୟାତ ଥିବା କ୍ୟାପ୍ଟାଗନ୍ (Captagon) ର ଏକ ବଡ଼ ଖେପ ଜବତ କରିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ସୂଚନା ଦେଇ କହିଛନ୍ତି ଯେ ‘ଅପରେସନ୍ ରେଜପିଲ୍’ (Operation RAGEPILL) ଅଧୀନରେ ୧୮୨ କୋଟି ଟଙ୍କାର ଏହି ନିଶାଦ୍ରବ୍ୟ ଜବତ କରାଯାଇଛି।

'ଅପରେସନ୍ ରେଜପିଲ୍' ଓ ଜବତର ବିବରଣୀ

ସୂଚନା ଅନୁଯାୟୀ, ଗୁଜରାଟର ମୁନ୍ଦ୍ରା ବନ୍ଦର ଏବଂ ଦିଲ୍ଲୀର ନେବ୍ ସରାୟ ଅଞ୍ଚଳରୁ ପ୍ରାୟ ୨୦୦ କିଲୋଗ୍ରାମ ଓଜନର ଏହି କ୍ୟାପ୍ଟାଗନ୍ ଟାବଲେଟ୍ ଜବତ କରାଯାଇଛି। ସିରିଆରୁ ଏହି ଡ୍ରଗ୍ସ ମୁନ୍ଦ୍ରା ବନ୍ଦର ଦେଇ ଉଲ୍ କଣ୍ଟେନରରେ ଆସିଥିବା ବେଳେ ଦିଲ୍ଲୀରେ ଏହାକୁ ଚା’ ପତି ବାକ୍ସରେ ଲୁଚାଇ ରଖାଯାଇଥିଲା। ଏହି ଘଟଣାରେ ଜଣେ ସିରିଆ ନାଗରିକଙ୍କୁ ଗିରଫ କରାଯାଇଛି। ଅଧିକାରୀଙ୍କ କହିବା ଅନୁଯାୟୀ, ଭାରତକୁ ଏକ ଟ୍ରାନ୍‌ଜିଟ୍ ରୁଟ୍ ବା ମାଧ୍ୟମ ଭାବେ ବ୍ୟବହାର କରି ଏହି ଡ୍ରଗ୍ସକୁ ପଶ୍ଚିମ ଏସିଆ (ମୁଖ୍ୟତଃ ସାଉଦି ଆରବ)କୁ ପଠାଇବା ପାଇଁ ଯୋଜନା କରାଯାଇଥିଲା।

କ'ଣ ଏହି କ୍ୟାପ୍ଟାଗନ୍ ବା 'ଜିହାଦୀ ଡ୍ରଗ୍ସ'?

କ୍ୟାପ୍ଟାଗନ୍ ହେଉଛି ଆମ୍ଫେଟାମାଇନ୍ ଶ୍ରେଣୀର ଏକ ସିନ୍ଥେଟିକ୍ ଉତ୍ତେଜକ ନିଶା। ଏହାକୁ ଆତଙ୍କବାଦୀ ସଂଗଠନ, ବିଶେଷକରି ସିରିଆ ଓ ଇରାକରେ ସକ୍ରିୟ ଥିବା ଆଇଏସଆଇଏସ (ISIS) ର ଆତଙ୍କବାଦୀମାନେ ବହୁଳ ଭାବରେ ବ୍ୟବହାର କରନ୍ତି। ଏହାକୁ ସେବନ କଲେ ନିଦ କିମ୍ବା ଭୋକ ଲାଗେ ନାହିଁ ଏବଂ ଭୟ ମଧ୍ୟ ଦୂର ହୋଇଯାଏ। ଦୀର୍ଘ ସମୟ ଧରି ନିରନ୍ତର ଯୁଦ୍ଧ କରିବା ଏବଂ ନିଷ୍ଠୁର ଆକ୍ରମଣ ପାଇଁ ଆତଙ୍କବାଦୀମାନେ ଏହାକୁ ଖାଉଥିବାରୁ ଏହାକୁ 'ଜିହାଦୀ ଡ୍ରଗ୍ସ' କୁହାଯାଏ। ବିଶ୍ବ ବଜାରରେ ଏହି ନିଶା କାରବାରରୁ ମିଳୁଥିବା ଅର୍ଥ ଆତଙ୍କବାଦୀଙ୍କ ପାଣ୍ଠି ସଂଗ୍ରହର ଏକ ମୁଖ୍ୟ ଉତ୍ସ ପାଲଟିଛି।

ନିଶା ବିରୋଧରେ ସରକାରଙ୍କ ଜିରୋ ଟଲରାନ୍ସ ନୀତି

ଏହି ସଫଳତା ପାଇଁ NCB ର କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ। ଏକ୍ସ (X) ରେ ଏକ ପୋଷ୍ଟ କରି ଅମିତ ଶାହ କହିଛନ୍ତି ଯେ, ନରେନ୍ଦ୍ର ମୋଦୀ ସରକାର "ନିଶାମୁକ୍ତ ଭାରତ" ଗଠନ ପାଇଁ ସଂକଳ୍ପବଦ୍ଧ। ଭାରତ ମଧ୍ୟକୁ ପ୍ରବେଶ କରୁଥିବା ବା ଭାରତକୁ ଏକ ଟ୍ରାନ୍‌ଜିଟ୍ ରୁଟ୍ ଭାବେ ବ୍ୟବହାର କରି ଚୋରା ଚାଲାଣ ହେଉଥିବା ପ୍ରତ୍ୟେକ ଗ୍ରାମ୍ ଡ୍ରଗ୍ସ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ବର୍ତ୍ତମାନ ତଦନ୍ତକାରୀ ସଂସ୍ଥା ଏହି ଡ୍ରଗ୍ସ ସିଣ୍ଡିକେଟର ଆତଙ୍କବାଦୀ ଲିଙ୍କ୍ ଉପରେ ଅଧିକ ଅନୁସନ୍ଧାନ ଜାରି ରଖିଛନ୍ତିା

ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ
ଭୁବନେଶ୍ୱର: ଭୁବନେଶ୍ବରରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ କେନ୍ଦ୍ର ଗୃହ ମନ୍ତ୍ରୀ। କଟକ, ଭୁବନେଶ୍ବର, ପାରାଦୀପରେ ରହିଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଆଉ କିଛି ସମୟ ପରେ କଟକ ମୁଣ୍ଡଳିରେ CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପରେ ପାରାଦୀପ ଗସ୍ତରେ ଯାଇ ସେଠାରେ IFFCOର ସଲଫରିକ୍ ଏସିଡ୍ ଫ୍ଲାଣ୍ଟର ଉଦଘାଟନ କରିବେ। ପରେ ଭୁବନେଶ୍ବର ଉପକଣ୍ଠ ଇନଫୋଭ୍ୟାଲିରେ ଜାତୀୟ ଫୋରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଭୂମି ପୂଜନ କାର୍ଯ୍ୟକ୍ରମରେ ସାମିଲ ହେବେ।

ସେହିପରି ଆଜିଠାରୁ ଭୁବନେଶ୍ୱର ୟୁନିଟ୍ ୩ ପ୍ରଦର୍ଶନୀ ପଡିଆରେ ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ଆୟୋଜିତ ହେଉଛି। ଏହି ପ୍ରଦର୍ଶନୀକୁ ଉଦଘାଟନ କରିବେ କେନ୍ଦ୍ର ଗୃହମନ୍ତ୍ରୀ। ଆସନ୍ତା ୭ରୁ ୧୦ ତାରିଖ ପଯ୍ୟନ୍ତ ସାଧାରଣ ଲୋକଙ୍କ ଲାଗି ପ୍ରଦର୍ଶନୀ ଖୋଲା ରହିବ। ସେହିଭଳି ଦେଶର ବିଭିନ୍ନ ସ୍ଥାନରେ ୮୮୯.୩୧ କୋଟି ଟଙ୍କା ବ୍ୟୟରେ ୫ଟି ବଡ଼ ପ୍ରକଳ୍ପର ଉଦଘାଟନ କରିବେ ଶାହ। ଶାହଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
ଭୁବନେଶ୍ୱର: ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆଜି ସଂଧ୍ୟାରେ ସ୍ୱତନ୍ତ୍ର ବାୟୁସେନା ବିମାନରେ ନୂଆଦିଲ୍ଲୀରୁ ଆସି ଓଡିଶାରେ ପହଞ୍ଚିବେ । କଟକ ଓ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । କାଲି କଟକ ମୁଣ୍ଡଳୀ ଠାରେ ସିଆଇଏସଏଫର ପ୍ରତିଷ୍ଠା ଦିବସରେ ଯୋଗଦେବେ ଅମିତ ଶାହ। ମୁଣ୍ଡଳୀ ଠାରେ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀର ଖାରବେଳ ରିଜିଓନାଲ ଟ୍ରେନିଂ ସେଣ୍ଟର ଜାତୀୟ ସୁରକ୍ଷାରେ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି । କଟକରୁ ଫେରି ଭୁବନେଶ୍ବର ଇନଫୋଭାଲିରେ ଏନଏଫଏସୟୁ ଓ ସିଏଫଏସଏଲର ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ଯୋଗ ଦେବେ।

ନ୍ୟାସନାଲ ଫରେନସିକ ସାଇନସେସ ୟୁନିଭର୍ସିଟି ଓ ସେଣ୍ଟ୍ରାଲ ଫରେନସିକ ସାଇନସ ଲାବୋଟୋରୀର ସ୍ଥାୟୀ କ୍ୟାମ୍ପସ ପାଇଁ ହେବ ଶିଳାନ୍ୟାସ ।  ଏହା ସହ ଫରେନସିକ ଶିକ୍ଷା ଓ ଯାଞ୍ଚ ପ୍ରକ୍ରିୟାକୁ ମଜଭୁତ କରିବାକୁ ଇ-ଟ୍ରାଞ୍ଜିଟ କ୍ୟାମ୍ପସର ଉଦଘାଟନ କରିବେ । ଏହା ସହ ଇଫକୋ- ପାରାଦୀପ ୟୁନିଟର ସଲଫ୍ୟୁରିକ ଏସିଡ ପ୍ଲାଣ୍ଟ ମଧ୍ୟ ଉଦଘାଟନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ।  ପରେ ଇଡକୋ ଗ୍ରାଉଣ୍ଡରେ ନୂଆ ନ୍ୟାୟ ସଂହିତା ନେଇ ଜନସଚେତନତା ସଂପର୍କରେ ପ୍ରଦର୍ଶନୀର ଉଦଘାଟନ କରିବେ ।

ମାର୍ଚ୍ଚ ୭ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
ଭୁବନେଶ୍ୱର: ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ । ମାର୍ଚ୍ଚ ୭ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ଗସ୍ତ ସମୟରେ ଗୃହମନ୍ତ୍ରୀ ୨ଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । କଟକ ଜିଲ୍ଲାର ମୁଣ୍ଡୁଳି ଯାଇ CRPF ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହା ସହ ଗୃହମନ୍ତ୍ରୀ ରାଜ୍ୟରେ ଚାଲିଥିବା ନକ୍ସଲ ବିରୋଧୀ ଅଭିଯାନର ସମୀକ୍ଷା କରିବା ସମ୍ଭାବନା ରହିଛି। ସେହିପରି ଭାରତୀୟ ନ୍ୟାୟ ସଂହିତାର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରିପାରନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

ପୂର୍ବତନ ସେନା ମୁଖ୍ୟଙ୍କ ପୁସ୍ତକକୁ ନେଇ ସଂସଦରେ ହଙ୍ଗାମା: ମୁହାଁମୁହିଁ ହେଲେ ରାହୁଲ-ଅମିତ ଶାହ-ରାଜନାଥ
ନୂଆଦିଲ୍ଲୀ: ପୂର୍ବତନ ସେନା ମୁଖ୍ୟଙ୍କ ପୁସ୍ତକକୁ ନେଇ ସଂସଦରେ ହଙ୍ଗାମା । ସୋମବାର ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ଏକ ବଡ଼ ଧରଣର ହଟ୍ଟଗୋଳ ଦେଖିବାକୁ ମିଳିଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୂର୍ବତନ ସେନା ମୁଖ୍ୟ ଜେନେରାଲ ଏମ.ଏମ. ନରୱଣେଙ୍କ ଏକ ଅପ୍ରକାଶିତ ପୁସ୍ତକର କିଛି ଅଂଶ ଉଦ୍ଧୃତ କରିବା ପରେ ଗୃହରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଗୃହମନ୍ତ୍ରୀ ଅମିତ ଶାହ କଡ଼ା ବିରୋଧ କରିଥିଲେ।

ରାଜନାଥ ସିଂ ଏବଂ ଅମିତ ଶାହ ଯୁକ୍ତି ବାଢ଼ିଥିଲେ ଯେ, ଯେହେତୁ ପୁସ୍ତକଟି ଆନୁଷ୍ଠାନିକ ଭାବେ ପ୍ରକାଶିତ ହୋଇନାହିଁ, ତେଣୁ ଗୃହରେ ଏହାର ଉଲ୍ଲେଖ କରାଯାଇପାରିବ ନାହିଁ। ତେବେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ତାଙ୍କ ପାଖରେ ଥିବା ଦସ୍ତାବିଜ ପ୍ରାମାଣିକ । ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟ କଂଗ୍ରେସର ଦେଶପ୍ରେମ ଉପରେ ପ୍ରଶ୍ନ ଉଠାଇବା ପରେ ସେ ଏହି ପ୍ରସଙ୍ଗ ଉଠାଇବାକୁ ବାଧ୍ୟ ହୋଇଥିବା ରାହୁଲ କହିଥିଲେ।

ଗୃହମନ୍ତ୍ରୀ ଅମିତ ଶାହ ରାହୁଲଙ୍କ ଅଭିଯୋଗକୁ ଖଣ୍ଡନ କରି କହିଥିଲେ ଯେ, ତେଜସ୍ୱୀ ସୂର୍ଯ୍ୟ ବିରୋଧୀ ଦଳର ରାଷ୍ଟ୍ରବାଦ କିମ୍ବା ଚରିତ୍ର ଉପରେ କୌଣସି ପ୍ରଶ୍ନ ଉଠାଇ ନାହାନ୍ତି। ସେ କେବଳ ୨୦୦୪ରୁ ୨୦୧୪ ମଧ୍ୟରେ ୟୁପିଏ ସରକାରର କାର୍ଯ୍ୟକାଳ ବିଷୟରେ କହିଥିଲେ। ଏହା ସହିତ ବିରୋଧୀ ଦଳ ନେତା ଗୃହର ନିୟମ ୩୮୯ ଉଲ୍ଲଂଘନ କରୁଥିବା ଶାହ ଅଭିଯୋଗ କରିଥିଲେ।

ଲୋକସଭା ବାଚସ୍ପତି ଓମ ବିର୍ଲା ହସ୍ତକ୍ଷେପ କରି କହିଥିଲେ ଯେ ଆଲୋଚନା ପାଇଁ ତାଲିକାଭୁକ୍ତ ବିଷୟବସ୍ତୁରେ ଭାରତ କିମ୍ବା ଚୀନ୍ ସମ୍ପର୍କ ଅନ୍ତର୍ଭୁକ୍ତ ନୁହେଁ। ଦେଶର ସମ୍ମାନ ହାନି ହେବା ଭଳି ପ୍ରସଙ୍ଗ ନ ଉଠାଇବାକୁ ସେ ପରାମର୍ଶ ଦେଇଥିଲେ। ତେବେ ରାହୁଲ ଗାନ୍ଧୀ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସମେତ ବିରୋଧୀ ସଦସ୍ୟମାନେ କହିବାକୁ ସୁଯୋଗ ଦିଆଯାଉନଥିବା ଅଭିଯୋଗ କରି ହଟ୍ଟଗୋଳ କରିବାରୁ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା।

ଜେନେରାଲ ମନୋଜ ମୁକୁନ୍ଦ ନରୱଣେ କିଏ?

ଭାରତୀୟ ସେନା ବାହିନୀର ପୂର୍ବତନ ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ ନିଜର ବୀରତ୍ୱ ଏବଂ ନେତୃତ୍ୱ ପାଇଁ ବେଶ୍ ଜଣାଶୁଣା। ନିକଟରେ ତାଙ୍କର ବହୁ ପ୍ରତୀକ୍ଷିତ ଆତ୍ମଜୀବନୀ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ (Four Stars of Destiny) କୁ ନେଇ ଚର୍ଚ୍ଚା ଜୋର ଧରିଛି। ଆସନ୍ତୁ ଜାଣିବା ତାଙ୍କ ଜୀବନ, ସାମରିକ କ୍ୟାରିୟର ଏବଂ ଏହି ପୁସ୍ତକ ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ।

ଜେନେରାଲ ନରୱଣେ ୨୨ ଏପ୍ରିଲ, ୧୯୬୦ ମସିହାରେ ପୁଣେରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଭାରତୀୟ ବାୟୁସେନାର ଜଣେ ଅଧିକାରୀ ଥିଲେ, ଯାହା ତାଙ୍କୁ ଦେଶସେବା ପାଇଁ ଅନୁପ୍ରାଣିତ କରିଥିଲା। ସେ ପୁଣେସ୍ଥିତ ନ୍ୟାସନାଲ ଡିଫେନ୍ସ ଏକାଡେମୀ (NDA) ଏବଂ ଡେରାଡୁନ୍‌ର ଇଣ୍ଡିଆନ ମିଲିଟାରୀ ଏକାଡେମୀ (IMA) ର ଜଣେ ପୁରାତନ ଛାତ୍ର। ଏହା ବ୍ୟତୀତ ସେ ଡିଫେନ୍ସ ଷ୍ଟଡିଜ୍‌ରେ ଏମ.ଫିଲ୍ (M.Phil) ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି।

ଜେନେରାଲ ନରୱଣେ ଜୁନ୍ ୧୯୮୦ ରେ ଶିଖ୍ ଲାଇଟ୍ ଇନଫାଣ୍ଟ୍ରିର ୭ମ ବାଟାଲିୟନରେ କମିଶନ ପାଇଥିଲେ। ନିଜର ୪ ଦଶନ୍ଧିର କ୍ୟାରିୟର ମଧ୍ୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି:

*   ଜାମ୍ମୁ ଓ କାଶ୍ମୀରରେ ରାଷ୍ଟ୍ରୀୟ ରାଇଫଲ୍ସର ଦ୍ୱିତୀୟ ବାଟାଲିୟନର ନେତୃତ୍ୱ ନେଇଥିଲେ।
*   ଉତ୍ତର-ପୂର୍ବ ଭାରତରେ ଆସାମ ରାଇଫଲ୍ସ ଏବଂ କାଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେସନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।
*   ୧୬ ଡିସେମ୍ବର, ୨୦୧୯ ରେ ଜେନେରାଲ ବିପିନ ରାୱତଙ୍କ ପରେ ସେ ଭାରତୀୟ ସେନାର ୨୮ତମ ସେନାଧ୍ୟକ୍ଷ (COAS) ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ଏପ୍ରିଲ ୨୦୨୨ ରେ ଅବସର ନେଇଥିଲେ।

ଜେନେରାଲ ନରୱଣେଙ୍କ ଆତ୍ମଜୀବନୀ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ ୨୦୨୪ ରେ ପ୍ରକାଶିତ ହେବାର ଥିଲା, କିନ୍ତୁ ବର୍ତ୍ତମାନ ଏହା ସରକାରୀ ଅନୁମୋଦନ ଅପେକ୍ଷାରେ ଅଟକି ରହିଛି। ପେଙ୍ଗୁଇନ୍ ଦ୍ୱାରା ପ୍ରକାଶିତ ହେବାକୁ ଥିବା ଏହି ପୁସ୍ତକରେ ସେ ଗଲୱାନ ଘାଟି ସଂଘର୍ଷ, ପାକିସ୍ତାନ ସହ ଅସ୍ତ୍ରବିରତି ଚୁକ୍ତି ଏବଂ ଚୀନ୍ ସହ ମୁକାବିଲା ଭଳି ଗୁରୁତ୍ୱପୂର୍ଣ୍ଣ ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି। ଏହି ପୁସ୍ତକରେ ସେନା ବାହିନୀର ରଣନୀତି, ନେତୃତ୍ୱ ଏବଂ ଯବାନମାନଙ୍କ କାର୍ଯ୍ୟ-ଜୀବନ ସନ୍ତୁଳନ ଉପରେ ମଧ୍ୟ ଆଲୋକପାତ କରାଯାଇଛି।

ପଶ୍ଚିମବଙ୍ଗରେ ଇଡି ଚଢ଼ାଉକୁ ବିରୋଧ କରି ଦିଲ୍ଲୀରେ ଗୃହମନ୍ତ୍ରୀଙ୍କ ଅଫିସ ଆଗରେ ଟିଏମସି ସାଂସଦଙ୍କ ବିକ୍ଷୋଭ
ନୂଆଦିଲ୍ଲୀ: ଶୁକ୍ରବାର ଦିନ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଫିସ ଆଗରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦମାନେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କୋଲକାତାରେ ଆଇ-ପ୍ୟାକ୍ (I-PAC) କାର୍ଯ୍ୟାଳୟ ଉପରେ ଇଡି (ED) ଚଢ଼ାଉକୁ ବିରୋଧ କରି ଏହି ବିକ୍ଷୋଭ କରାଯାଇଥିଲା। ଏହି ସମୟରେ ଦିଲ୍ଲୀ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମହୁଆ ମୈତ୍ର ଏବଂ ଡେରେକ ଓ’ବ୍ରାଏନଙ୍କ ସମେତ ଅନେକ ଟିଏମସି ନେତାଙ୍କୁ ଅଟକ ରଖିଛି।

ଟିଏମସି ସାଂସଦମାନେ ହାତରେ ପ୍ଲାକାର୍ଡ ଧରି ମୋଦୀ-ଶାହଙ୍କ ରାଜନୀତି ବିରୋଧରେ ସ୍ଲୋଗାନ ଦେଇଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଦଳକୁ ଡରାଇବା ପାଇଁ କେନ୍ଦ୍ର ସରକାର ଇଡିର ଅପବ୍ୟବହାର କରୁଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ମହୁଆ ମୈତ୍ର କହିଛନ୍ତି ଯେ, "ଗୃହ ମନ୍ତ୍ରଣାଳୟ ଦ୍ୱାରା ଇଡିର କିଭଳି ଦୁରୁପଯୋଗ କରାଯାଉଛି, ତାହା ସାରା ଦେଶ ଦେଖୁଛି। ଆମ ଦଳର ରାଜନୈତିକ ତଥ୍ୟ ଚୋରି କରିବାକୁ ଇଡିକୁ ପଠାଯାଇଛି।"

ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ଅମିତ ଶାହଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ କେନ୍ଦ୍ରୀୟ ଏଜେନ୍ସି ବ୍ୟବହାର କରି ଦଳର ହାର୍ଡ ଡିସ୍କ ଓ ଡିଜିଟାଲ୍ ତଥ୍ୟ ଜବତ କରାଯାଉଛି, ଯାହା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ। ଏହାର ପ୍ରତିବାଦରେ ମମତା ବାନାର୍ଜୀ କୋଲକାତାରେ ଏକ ବିଶାଳ ପଦଯାତ୍ରାର ନେତୃତ୍ୱ ନେବେ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଏକ ନକଲି ସରକାରୀ ଚାକିରି ଦୁର୍ନୀତି ମାମଲାରେ ଇଡି ଗୁରୁବାର ଦିନ ଆଇ-ପ୍ୟାକ୍ ମୁଖ୍ୟ ପ୍ରତୀକ ଜୈନଙ୍କ ବାସଭବନ ସମେତ ୧୫ଟି ସ୍ଥାନରେ ଚଢ଼ାଉ କରିଥିଲା। ତେବେ ମମତା ବାନାର୍ଜୀ ରେଡ୍ ଚାଲିଥିବା ସମୟରେ ଆଇ-ପ୍ୟାକ୍ କାର୍ଯ୍ୟାଳୟରେ ପହଞ୍ଚିବା ଘଟଣାକୁ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ନିନ୍ଦା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତଦନ୍ତରେ ବାଧା ସୃଷ୍ଟି କରୁଛନ୍ତି ଏବଂ ଏହା ସମ୍ବିଧାନ ବିରୋଧୀ।