Tadap - The Sakala

ବଲିଉଡ୍‌ରେ ଧମାକାଧାର ଏଣ୍ଟ୍ରି କରିବେ ସୁନିଲ୍‌ ସେଟ୍ଟିଙ୍କ ପୁଅ ଅହାନ୍‌
ମୁମ୍ବଇ: ବଲିଉଡ୍‌ ଅଭିନେତା ସୁନିଲ୍‌ ସେଟ୍ଟିଙ୍କ ପୁଅ ଅହାନ୍ ସେଟ୍ଟି ବଲିଉଡ୍‌ରେ ପାଦ ଥାପିବାକୁ ଯାଉଛନ୍ତି। ତାଙ୍କ ଅପକମିଙ୍ଗ୍ ଫିଲ୍ମର ନାଁ ହେଉଛି ‘ତଡ଼ପ୍’। ଏଥିରେ ଅହାନ୍ ଲିଡ୍‌ ରୋଲ୍‌ରେ ଥବାବେଳେ ତାଙ୍କ ନାୟିକା ସାଜିଛନ୍ତି ତାରା ସୁତାରିୟା। ଫିଲ୍ମର ପୋଷ୍ଟର ଇତିମଧ୍ୟରେ  ରିଲିଜ୍ ହୋଇଛି। ଏଥିରେ ଅହାନ୍ ଗୋଟିଏ ବାଇକ୍ ଉପରେ ଶୋଇ ସିଗାରେଟ୍‌ ଟାଣୁଛନ୍ତି। ଅହାନଙ୍କ ଏହି ରଫ୍‌ଟପ୍‌ ଲୁକ୍ ଖିଲାଡ଼ିଷ୍ଟାର୍‌ ଅକ୍ଷୟ କୁମାରଙ୍କୁ ବେଶ୍‌ ପସନ୍ଦ ଆସିଛି। ଏହି ପୋଷ୍ଟରକୁ ଅକ୍ଷୟ କୁମାର ତାଙ୍କ ଇନଷ୍ଟାଗ୍ରାମ୍‌ରେ ସେୟାର୍ କରି ଲେଖିଛନ୍ତି –  ‘ଅହାନ୍‌ଙ୍କ ଏଙ୍ଗ୍ରି ୟଙ୍ଗ୍‌ ମ୍ୟାନ୍‌ ଲୁକ୍ ମୋତେ ବେଶ୍‌ ପସନ୍ଦ ଆସିଛି ଏବଂ ଫିଲ୍ମଟିକୁ ଦେଖÒବା ପାଇଁ ମୁଁ ବେଶ୍‌ ଉତ୍ସାହିତ ଅଛି’। ସେପ୍ଟେମ୍ବର  ୨୪ ତାରିଖରେ ଏହି  ଫିଲ୍ମ ରିଲିଜ୍ ହେବ। ଆକ୍ସନ୍,  ରୋମାଞ୍ଚ ଓ ଲଭ୍‌ଷ୍ଟୋରୀରେ ଭରପୂର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମିଲନ୍ ଲୁଥରିୟା। ୨୦୧୮ରେ ରିଲିଜ୍ ହୋଇଥିବା ତେଲୁଗୁ ଫିଲ୍ମ ‘ଆର୍‌ଏକ୍ସ ୧୦୦’ର ରିମେକ୍ ଭାବେ ‘ତଡ଼ପ୍’ ପ୍ରସ୍ତୁତ ହେଉଛି। ତେଲୁଗୁ ବକ୍ସ ଅଫିସ୍‌ରେ ଏହି ଫିଲ୍ମ ଜବରଦସ୍ତ ହିଟ୍‌ ହୋଇଥିଲା। ତେଣୁ ଏହାକୁ ଦୃଷ୍ଟିରେ ରଖି ‘ତଡ଼ପ’ ମଧ୍ୟ ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି। ଅହାନ୍ ବିଦେଶରେ ଆକ୍ଟିଂ କୋର୍ସ କରି ଫେରିଛନ୍ତି।