School nd Mass Education - The Sakala
ଭୁବନେଶ୍ୱର : ଚଳିତ ବର୍ଷ ଖରାଛୁଟି ପାଇଁ ଅଭିନବ ପଦକ୍ଷେପ ନେଇଛି ଗଣଶିକ୍ଷା ବିଭାଗ। ଖରାଛୁଟିରେ ପିଲାଙ୍କ ବୁଲାବୁଲି ବନ୍ଦ। ଘରେ ବସି ପାଠ ପଢ଼ିବେ ଛାତ୍ରଛାତ୍ରୀ। ଅବକାଶକାଳୀନ ଶିକ୍ଷା ପାଇଁ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ପାଠ୍ୟକ୍ରମ। ପିଲାମାନେ ସମୟ ଅପଚୟ ନ କରି ଘରେ ବସି ଭିନ୍ନଧରଣର ପାଠ୍ୟକ୍ରମ ସହ ଜଡ଼ିତ ରହିବେ। କେବଳ ପାଠ୍ୟପୁସ୍ତକ ନୁହଁ, ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ ମଧ୍ୟ ସେମାନଙ୍କ ସୃଜନଶୀଳତାକୁ ବିକଶିତ କରାଯିବ।
ଚଳିତ ବର୍ଷ ଖରା ଛୁଟିରୁ ପ୍ରଥମ ଥର ପାଇଁ ଅବକାଶକାଳୀନ ଶିକ୍ଷା ଆରମ୍ଭ କରାଯିବ। ପୂର୍ବରୁ ଏଭଳି ଶିକ୍ଷାକୁ ଘରୋଇ ଇଂରାଜୀ ମାଧ୍ୟମିକ ସ୍କୁଲରେ ସମର୍‌‌ କୋର୍ସ ଭାବେ ପଢ଼ାଯାଉଥିଲା। ଏଥିପାଇଁ ସ୍କୁଲ ଆସି ଏକ୍ସଟ୍ରା କ୍ଲାସ କରୁଥିଲେ ପିଲା। ଖରା ଛୁଟିରେ ପିଲାମାନଙ୍କୁ ରାଜ୍ୟ ସରକାର ଘରେ ବସାଇ ପାଠ ପଢ଼ାଇବା ନିଷ୍ପତ୍ତି ନେଇଛନ୍ତି। କ୍ଲାସର ପ୍ରତି ୧୦ରୁ ୧୫ଲେଖାଏଁ ପିଲାଙ୍କୁ ନେଇ ଗ୍ରୁପ୍‌‌ କରାଯାଇଛି। ପ୍ରତି ଗ୍ରୁପ୍‌‌ର ମେଣ୍ଟର ଭାବେ ଜଣେ ଲେଖାଏଁ ଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଉଛି। ପାଠ୍ୟକ୍ରମ ଅନୁସାରେ ପିଲାମାନେ କେତେ ପଢ଼ୁଛନ୍ତି ଫୋନ୍‌‌ ଯୋଗେ ଅଭିଭାବକମାନଙ୍କଠାରୁ ଫିଡବ୍ୟାକ୍‌‌ ନେବେ। ସେହି ଢାଞ୍ଚାରେ ମଧ୍ୟ ପିଲାଙ୍କ ଆସେସମେଣ୍ଟ କରାଯିବ। ଏହାର ତଦାରଖ କରିବାକୁ ବ୍ଲକ ଓ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏ ସମ୍ପର୍କରେ ସୂଚନା ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, ଚଳିତ ବର୍ଷରୁ ବିଭାଗ ଏହି ଅଭିନବ ପଦକ୍ଷେପ ଗ୍ରହଣ କରିଛି। ଖରାଛୁଟିରେ ପିଲାମାନେ ଅବକାଶକାଳୀନ ପାଠ ପଢ଼଼ିବେ ବୋଲି ସେ କହିଛନ୍ତି। ସେହିପରି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସୁଶାନ୍ତ ଦାସ କହିଛନ୍ତି ଯେ, କୋଭିଡ ସମୟରୁ ହିଁ ପିଲାଙ୍କ ଭବିଷ୍ୟତ ନେଇ ଅଭିଭାବକ ମାନେ ଚିନ୍ତାରେ ରହିଛନ୍ତି। ଅନଲାଇନ୍‌‌ କ୍ଲାସ ବି ସେତେଟା ଫଳପ୍ରଦ ହୋଇ ନାହିଁ। ଏବେ ଖରା ପାଇଁ ବି ପାଠପଢ଼଼ା ବାଧାପ୍ରାପ୍ତ ହେଉଛି। ଏପରି ସ୍ଥିତିରେ ଅବକାଶକାଳୀନ ଶିକ୍ଷା ଦ୍ୱାରା ପିଲାମାନଙ୍କ ବୌଦ୍ଧିକ ବିକାଶ ହେବା ଲକ୍ଷ୍ୟ ନେଇ ଏହି ଯୋଜନା ଆରମ୍ଭ କରାଯାଇଥିବା ସେ କହିଛନ୍ତି। ସେହିପରି ଅବକାଶକାଳୀନ ଶିକ୍ଷା ପ୍ରଚଳନ ପୂର୍ବରୁ ଆସନ୍ତା ୨୧ରେ ରାଜ୍ୟସ୍ତରୀୟ ଅଭିଭାବକ-ଶିକ୍ଷକ ବୈଠକ ହେବ। ସେଠାରେ ଅବକାଶକାଳୀନ ଶିକ୍ଷା ସହ ପ୍ରଥମ ଥର ପ୍ରଚଳନ ହୋଇଥିବା ଡାଏରୀ ବ୍ୟବସ୍ଥା ନେଇ ଆଲୋଚନା ହେବ ବୋଲି ସେ ସୂଚନା ଦେଇଛନ୍ତି।
ଦଶହରା ପରେ ରାଜ୍ଯରେ ଖୋଲିବ ପ୍ରାଥମିକ ସ୍କୁଲ: ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ଆସିବେ ବିଦ୍ୟାଳୟ
ଭୁବନେଶ୍ୱର: ଦଶହରା ଛୁଟି ପରେ ଖୋଲିବ ରାଜ୍ୟର ପ୍ରାଥମିକ ସ୍କୁଲ। ପରୀକ୍ଷା ମୂଳକ ଭାବେ ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ବିଦ୍ୟାଳୟ ଆସିବେ । ପରବର୍ତ୍ତୀ ରାଜ୍ୟରେ କରୋନା ସ୍ଥିତିର ସୁଧାର ଆସିଥିବାବେଳେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପଦକ୍ଷେପ ଗ୍ରହଣ କରୁଛି।
୨୦ ମାସ ହେଲା ବିଦ୍ୟାଳୟର ହତା ମାଡ଼ି ନାହାନ୍ତି ପ୍ରାଥମିକ ଓ ଉଚ୍ଚପ୍ରାଥମିକ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀ । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହୋଇନି. ପିଲାଙ୍କୁ ପାଠ ପଢ଼ାଇବା ପାଇଁ ସରକାରୀ ସ୍ତରରେ ଯଦିଓ ଅନଲାଇନ ବ୍ୟବସ୍ଥା ଗ୍ରହଣ କରାଯାଇଛି, ଏହା ରାଜ୍ୟର ସମସ୍ତ ଅଞ୍ଚଳକୁ ପହଞ୍ଚି ପାରୁନାହିଁ । ଦେଢ଼ ବର୍ଷରୁ ଅଧିକ ଦିନ ଧରି ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନ ଆସି ନଥିବାରୁ ଅଷ୍ଟମ ଶ୍ରେଣୀ ପଢ଼ା ପ୍ରାଥମିକ ଶ୍ରେଣୀର ଛୋଟ ଛୋଟ ପିଲାଙ୍କ ଉପରେ ମଧ୍ୟ ଏହାର ନକାରାତ୍ମକ ପ୍ରଭାବ ପଡ଼ୁଥିବା ମନସ୍ତତ୍ବବିତ୍ ମାନେ କହୁଛନ୍ତି।
ପ୍ରସ୍ତୁତ ରହିବା ପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାଶିକ୍ଷାଧ୍ୟାକାରୀ ଓ ବ୍ଲକ ଶିକ୍ଷାଧ୍ୟାକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ବିଦ୍ୟାଳୟର ହତା ସଫା ରଖିବା ସହିତ କ୍ଳାସରୁମ ଓ ଅନ୍ୟାନ୍ୟ ଆନୁସଙ୍ଗିକ ପରିବେଶକୁ ପିଲାଙ୍କ ପାଇଁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅପରପକ୍ଷେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ମଧ୍ୟ ଷଷ୍ଠରୁ ଅଷ୍ଟମ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ସ୍କୁଲ ଓ ଗଣଶିକ୍ଷା ସଚିବଙ୍କୁ ଚିଠି ଲେଖିଥିଲେ। ଅନୁରୂପ ଭାବେ କରୋନା ସ୍ଥିତିରେ ସୁଧାରକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ବିହାର, ହରିୟାଣା, ମଧ୍ୟ ପ୍ରଦେଶ ଭଳି ରାଜ୍ୟଗୁଡ଼ିକ ମଧ୍ୟ ପ୍ରାଥମିକ ପିଲାଙ୍କ ପାଇଁ ସ୍କୁଲ ସେପ୍ଟେମ୍ବରରୁ ଖୋଲିଛନ୍ତି।