odihanews - The Sakala

ରାଜ୍ୟରେ ବନ୍ଦ ହେବ ଡ୍ୟାନ୍ସ ବାର, ଶିକ୍ଷାନୁଷ୍ଠାନ ଓ ମନ୍ଦିର ପାଖରେ ରହିବନି ମଦ ଦୋକାନ: ଅବକାରୀ ମନ୍ତ୍ରୀ
ଭୁବନେଶ୍ବର: ଆଜି ବିଧାନସଭା ଦ୍ବିତୀୟ ଅଧିବେଶନର ୪ର୍ଥ ଦିନ। ଆଜି ମଧ୍ୟ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଚିକିଟି ମଦମୃତ୍ୟୁ ପ୍ରସଙ୍ଗକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ ବିରୋଧୀ। ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।  ମୁଲତବି ପ୍ରସ୍ତାବ ଆଲୋଚନାବେଳେ ଅବକାରୀ ମନ୍ତ୍ରୀ ଉତ୍ତର ରଖିଛନ୍ତି।

ଅବକାରୀ ମନ୍ତ୍ରୀ କହିଛନ୍ତି ଯେ, ଡ୍ୟାନ୍ସ ବାର ସମ୍ପୂର୍ଣ୍ଣ ବନ୍ଦ କରାଯିବ। ସ୍କୁଲ, କଲେଜ ଓ ମନ୍ଦିର ପାଖରେ ମଦ ଦୋକାନ ରହିବ ନାହିଁ। ନିର୍ଦ୍ଧିଷ୍ଟ ଦୂରତାରେ ମଦ ଦୋକାନ ରହିବ। ଏକ ବର୍ଷ ମଧ୍ୟରେ ଚୋରା ମଦ ନେଟୱର୍କ ବନ୍ଦ କରାଯିବ। ସରକାରୀ ଜାଗାରେ ହେଉଥିବା ମଦ କାରବାରକୁ ବୁଲଡଜର ଲଗାଇ ଭଙ୍ଗାଯିବ। ଚିକିଟି ମୃତକ ତଥ୍ୟ ଲୁଚା ଯାଇନାହିଁ। ପୋଷ୍ଟ ମର୍ଟମ ରିପୋର୍ଟ ଆସିଲେ ସାର୍ବଜନୀନ ହେବ। ବେଆଇଆନ ମଦ କାରବାର ନେଟୱାର୍କକୁ ସମ୍ପୂର୍ଣ ଭଙ୍ଗାଯିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ। ତେବେ ଅବକାରୀ ମନ୍ତ୍ରୀଙ୍କ ଉତ୍ତରରେ ଆସନ୍ତୁଷ୍ଟ ହୋଇ ବିଜେଡି ଓ କଂଗ୍ରେସ ବିଧାୟକ କକ୍ଷତ୍ୟାଗ କରିଥିଲେ।

ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ ନୁହେଁ, ଏବେ ଏହା ଏକ ବାସ୍ତବତା – ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର; ଆଜି ଲୋକସେବା ଭବନସ୍ଥିତ କନ୍‌ଭେନସନ ସେଣ୍ଟର ଠାରେ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ଏକ ସପ୍ତାହ ବ୍ୟାପୀ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସାଧାରଣ ଜୀବନରେ ଯେଉଁ କୋଟି କୋଟି ମା ସଂଗ୍ରାମ ଜାରି ରଖିଛନ୍ତି ଏବଂ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜିର ଦିନଟିକୁ ସମର୍ପିତ କରିଛନ୍ତି।

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହିଳା ସଶକ୍ତିକରଣ ଆଜି କେବଳ ଏକ ସ୍ଲୋଗାନ ନୁହେଁ, ଏହା ଆଜି ଏକ ବାସ୍ତବତା। ଓଡିଶାର ମା ମାନେ ଆଜି ରୂପାନ୍ତରର ସାରଥୀ ହୋଇଛନ୍ତି। ୭୦ ଲକ୍ଷ ମା ମାନଙ୍କ ବିଶାଳ ସଂଗଠନ ଆଜି SHGରୁ SME ହେବାକୁ ଯାଉଛି। ମା ମାନେ ଉଦ୍ୟୋଗୀ ହେବାକୁ ଯାତ୍ରା ଆରମ୍ଭ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମା ମାନେ କାହା ଠାରୁ କମ୍‌ ନୁହେଁ। ମା ମାନେ ନିଜ ନିଜର ପ୍ରତିଭା ଓ ଦକ୍ଷତା ଦ୍ବାରା ସମାଜରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ସେମାନେ ପ୍ରମାଣିତ କରିପାରିଛନ୍ତି ଝିଅ ଆଜି ପରିବାର ପାଇଁ ବୋଝ ନୁହେଁ, ବରଂ ପରିବାରର ମଣି । କନ୍ୟା ରତ୍ନ ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଆନ୍ତର୍ଜାତିକ ମହିଳା ଦିବସ ପାଇଁ ବିଷୟ ବସ୍ତୁ ରହିଛି ‘ନବ ପରିବର୍ତ୍ତନ ଓ ପ୍ରଯୁକ୍ତି ବିଦ୍ୟା ଦ୍ବାରା ଲିଙ୍ଗଗତ ସମାନତା ହାସଲ’ (Innovation and Technology for Gender Equality). ଏହା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରଯୁକ୍ତି ବିଦ୍ୟା ଆମକୁ ସମାଜରେ ଲିଙ୍ଗଗତ ବିଭେଦ ଦୂର କରିବା ପାଇଁ ଏକ ଅନନ୍ୟ ସୁଯୋଗ ଦେଇଛି । ଇନୋଭେସନ ଓ ଟେକ୍‌ନୋଲୋଜିର ପ୍ରୟୋଗରେ ଶିକ୍ଷା, ନିଯୁକ୍ତି, କର୍ମକ୍ଷେତ୍ର ଏବଂ ସମାଜର ବିଭିନ୍ନ କ୍ଷେତ୍ରରେ ବିଭେଦ ଦୂର କରାଯାଇ ନାରୀ ମାନଙ୍କ ଅଧିକାରର ସୁରକ୍ଷା କରାଯାଇପାରୁଛି। ମହିଳା ମାନଙ୍କ ବିରୁଦ୍ଧରେ ହେଉଥିବା ହିଂସାକୁ ମଧ୍ୟ ରୋକାଯାଇ ପାରୁଛି। ଏହାଦ୍ବାରା ସମାଜରେ ଲିଙ୍ଗଗତ ବୈଷମ୍ୟ ଦୂର ହୋଇ ଏକ ନ୍ୟାୟପୂର୍ଣ୍ଣ ସମାଜ ଗଠନ କରାଯାଇପାରିବ। ତେଣୁ ଇନୋଭେସନ ଓ ଟେକ୍‌ନୋଲୋଜିର ଅଧିକରୁ ଅଧିକ ପ୍ରୟୋଗ କରି ମହିଳା ମାନଙ୍କୁ ସବୁ କ୍ଷେତ୍ରରେ ସମାନ ଅଧିକାର ପ୍ରଦାନ କରିବା ସହିତ ଏକ ନ୍ୟାୟପୂର୍ଣ୍ଣ ସମାଜ ଗଠନ ଦିଗରେ କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।

ରାଜ୍ୟସ୍ତରୀୟ ଉତ୍ସବରେ ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ବ ଓ ଦିଗ୍‌ଦର୍ଶନରେ ମହିଳା ଓ ଶିଶୁବିକାଶ ବିଭାଗ ମହିଳା ମାନଙ୍କ ସଶକ୍ତିକରଣ ଓ ଅଧିକାରର ସୁରକ୍ଷା ପାଇଁ ଅନେକ କାର୍ଯ୍ୟକ୍ରମ ସଫଳତାର ସହ କାର୍ଯ୍ୟକାରୀ କରୁଛି । ମହିଳା ମାନେ ଆଜି ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସଶକ୍ତ ହୋଇପାରିଛନ୍ତି ଓ ସେମାନଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି ହୋଇପାରିଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହିଳା ଓ ଶିଶୁବିକାଶ ବିଭାଗର ଯୁବ ମାସ୍କଟ ‘କୁନି’ର ଶୁଭାରମ୍ଭ କରିଥିଲେ । ଏହି ମାସ୍କଟ କିଶୋର କିଶୋରୀ ମାନଙ୍କୁ ଶିକ୍ଷା, ଅଧିକାର ଓ ଅନ୍ୟାନ୍ୟ କ୍ଷେତ୍ରରେ ସଚେତନ କରିବା ପାଇଁ କାର୍ଯ୍ୟ କରିବ। ଏହାସହିତ ରାଜ୍ୟର ନୂଆ ଶିଶୁ ନୀତି ‘ପ୍ରାରମ୍ଭ’ ମଧ୍ୟ ଉନ୍ମୋଚିତ ହୋଇଥିଲା। ଏହାସହିତ ଆଶୀର୍ବାଦ ଯୋଜନାର ଏମ୍ ଆଇଏସ୍ ପୋର୍ଟାଲ୍ ଏବଂ ଓ୍ଵାନ୍ ଷ୍ଟପ୍ ସେଣ୍ଟର ଓ ମହିଳା ହେଲ୍‌ପ ଲାଇନରେ ସଫଳ ମହିଳାଙ୍କ କାହାଣୀ ଉପରେ ଏକ କେସ୍ ଷ୍ଟଡି ବୁକଲେଟ ମାନ୍ୟବର ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ।

କାର୍ଯ୍ୟକ୍ରମରେ ଭୁବନେଶ୍ବର ବିଜୟଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀର ଜାନକୀ ବିଶ୍ବାଳ ଏବଂ ବି.ଏମ.ସି ଅଙ୍ଗନବାଡି କର୍ମୀ ଆରତୀ ସାହୁ ପ୍ରମୁଖ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଯୋଗୁ ଆଜି ନାରୀ ମାନେ ବିଭିନ୍ନ କ୍ଷେତ୍ରରେ ସକ୍ଷମ ହୋଇ ସ୍ବାଧୀନ ଭାବରେ କାମ କରିପାରୁଛନ୍ତି । କୋଭିଡ ସମୟରେ ମାସ୍କ ଓ ଜାତୀୟ ପତାକା ତିଆରି କରି ଆମେ ଦକ୍ଷତା ଦେଖାଇ ପାରିଥିଲୁ । ବର୍ତ୍ତମାନ ଆମର ଆଉ ପଛକୁ ଚାହିଁବାର ପ୍ରଶ୍ନ ନାହିଁ । ଆମେ ଏଥର ଆଗକୁ ବଢିବୁ ।

ମହିଳା ଓ ଶିଶୁବିଭାଗ ର କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ସ୍ବାଗତ ଭାଷଣ ଦେଇଥିଲେ ଏବଂ ନିର୍ଦେଶକ ଶ୍ରୀ ଅରବିନ୍ଦ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା, ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର-ତଥା- ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ରାଜ୍ୟସ୍ତରୀୟ ଅଧିକାରୀ, ସମାଜ ସଂଗଠନ ନାଗରିକ, କର୍ପୋରେଟ୍ ଅନୁଷ୍ଠାନର ପ୍ରତିନିଧି -ତଥା-ଜିଲ୍ଲାସ୍ତରୀୟ ଓ ତୃଣମୂଳ ସ୍ତରର ଜିଲ୍ଲାସ୍ତରୀୟ କର୍ମଚାରୀ ତଥା ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ(ଡିଏସ୍ଡବ୍ଲ୍ୟୁଓ), ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ),କିଶୋର ଓ କିଶୋରୀ ମାନେ ଯୋଗ ଦେଇଥିଲେ। ଏବଂ ଅନ୍ୟାନ୍ୟ ରାଜ୍ୟ ଓ ଜିଲ୍ଲାସ୍ତରୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ବିଷୟବସ୍ତୁ ଓ ରାଜ୍ୟସାରା ସପ୍ତାହବ୍ୟାପୀ ଉତ୍ସବ ପାଳନ କରାଯିବ। ଏବଂ ରାଜ୍ୟର ପ୍ରୟାସକୁ ଆହୁରି ସୁଦୃଢ଼ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମହିଳା ଓ ଶିଶୁ ବିକାଶ ବିଭାଗର ପଦକ୍ଷେପ ଉପରେ ଏକ ଭିଡିଓ ପ୍ରଦର୍ଶିତ କରାଯାଇଥିଲା।

ଏହି ଅବସରରେ ୩ ଜଣ ଶ୍ରେଷ୍ଠ ଅଙ୍ଗନବାଡ଼ି କର୍ମୀ, ଶ୍ରେଷ୍ଠ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଏବଂ ଶ୍ରେଷ୍ଠ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କୁ ପୁରସ୍କୃତ କରାଯାଇଥିଲା।

ଦଶହରା ପରେ ରାଜ୍ଯରେ ଖୋଲିବ ପ୍ରାଥମିକ ସ୍କୁଲ: ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ଆସିବେ ବିଦ୍ୟାଳୟ
ଭୁବନେଶ୍ୱର: ଦଶହରା ଛୁଟି ପରେ ଖୋଲିବ ରାଜ୍ୟର ପ୍ରାଥମିକ ସ୍କୁଲ। ପରୀକ୍ଷା ମୂଳକ ଭାବେ ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ବିଦ୍ୟାଳୟ ଆସିବେ । ପରବର୍ତ୍ତୀ ରାଜ୍ୟରେ କରୋନା ସ୍ଥିତିର ସୁଧାର ଆସିଥିବାବେଳେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପଦକ୍ଷେପ ଗ୍ରହଣ କରୁଛି।

୨୦ ମାସ ହେଲା ବିଦ୍ୟାଳୟର ହତା ମାଡ଼ି ନାହାନ୍ତି ପ୍ରାଥମିକ ଓ ଉଚ୍ଚପ୍ରାଥମିକ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀ । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହୋଇନି. ପିଲାଙ୍କୁ ପାଠ ପଢ଼ାଇବା ପାଇଁ ସରକାରୀ ସ୍ତରରେ ଯଦିଓ ଅନଲାଇନ ବ୍ୟବସ୍ଥା ଗ୍ରହଣ କରାଯାଇଛି, ଏହା ରାଜ୍ୟର ସମସ୍ତ ଅଞ୍ଚଳକୁ ପହଞ୍ଚି ପାରୁନାହିଁ । ଦେଢ଼ ବର୍ଷରୁ ଅଧିକ ଦିନ ଧରି ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନ ଆସି ନଥିବାରୁ ଅଷ୍ଟମ ଶ୍ରେଣୀ ପଢ଼ା ପ୍ରାଥମିକ ଶ୍ରେଣୀର ଛୋଟ ଛୋଟ ପିଲାଙ୍କ ଉପରେ ମଧ୍ୟ ଏହାର ନକାରାତ୍ମକ ପ୍ରଭାବ ପଡ଼ୁଥିବା ମନସ୍ତତ୍ବବିତ୍ ମାନେ କହୁଛନ୍ତି।

ପ୍ରସ୍ତୁତ ରହିବା ପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାଶିକ୍ଷାଧ୍ୟାକାରୀ ଓ ବ୍ଲକ ଶିକ୍ଷାଧ୍ୟାକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ବିଦ୍ୟାଳୟର ହତା ସଫା ରଖିବା ସହିତ କ୍ଳାସରୁମ ଓ ଅନ୍ୟାନ୍ୟ ଆନୁସଙ୍ଗିକ ପରିବେଶକୁ ପିଲାଙ୍କ ପାଇଁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅପରପକ୍ଷେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ମଧ୍ୟ ଷଷ୍ଠରୁ ଅଷ୍ଟମ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ସ୍କୁଲ ଓ ଗଣଶିକ୍ଷା ସଚିବଙ୍କୁ ଚିଠି ଲେଖିଥିଲେ। ଅନୁରୂପ ଭାବେ କରୋନା ସ୍ଥିତିରେ ସୁଧାରକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ବିହାର, ହରିୟାଣା, ମଧ୍ୟ ପ୍ରଦେଶ ଭଳି ରାଜ୍ୟଗୁଡ଼ିକ ମଧ୍ୟ ପ୍ରାଥମିକ ପିଲାଙ୍କ ପାଇଁ ସ୍କୁଲ ସେପ୍ଟେମ୍ବରରୁ ଖୋଲିଛନ୍ତି।