bollywood movie - The Sakala
ସଲ୍‌ମାନଙ୍କ ‘ବ୍ୟାଟେଲ ଅଫ ଗଲୱାନ’ ଚଳଚ୍ଚିତ୍ରକୁ ନେଇ ଚୀନ୍‌ କ୍ଷୁବ୍ଧ
ବେଜିଂ: ସୁପରଷ୍ଟାର ସଲ୍‌ମାନ ଖାନ ନିଜ ଜନ୍ମଦିନରେ ଆଗାମୀ ଚଳଚ୍ଚିତ୍ର ‘ବ୍ୟାଟେଲ ଅଫ ଗଲୱାନ’ର ଟ୍ରେଲର ଜାରି କରିଛନ୍ତି। ୨୦୨୦ରେ ଗଲୱାନରେ ଚୀନ୍‌-ଭାରତ ସେନା ମଧ୍ୟରେ ହୋଇଥିବା ସଂଘର୍ଷ ଉପରେ ଏହା ଆଧାରିତ। ଏଥିରେ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ଭୂମିକାରେ ସଲ୍‌ମାନ ଅଭିନୟ କରୁଛନ୍ତି। ଏହି ଚଳଚ୍ଚିତ୍ରକୁ ନେଇ ଚୀନ୍‌ ଅସହ୍ୟ ହୋଇଯାଇଛି। ଏହି ଫିଲ୍ମକୁ ସମାଲୋଚନା କରିଛି। ଚଳଚ୍ଚିତ୍ରରେ ଦେଖା ଯାଉଥିବା ଦୃଶ୍ୟ ସତ୍ୟଠାରୁ ବହୁ ଊର୍ଦ୍ଧ୍ବରେ ବୋଲି ଚୀନ୍‌ ସରକାରୀ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି। ଗ୍ଲୋବାଲ ଟାଇମ୍ସ ଏହାକୁ ନେଇ ଏକ ଆଲେଖ୍ୟ ଛାପିଛି। ଏହାର ଶୀର୍ଷକ ‘ବ୍ୟାଟେଲ ଅଫ ଗଲୱାନ’ ଚଳଚ୍ଚିତ୍ର ଉପରେ ବିବାଦ ରହିଛି। ଏହି ଫିଲ୍ମ ଯେତେ ନାଟକୀୟ ହୋଇଥିଲେ ବି ଦେଶର ସୀମା ଉପରେ ପ୍ରଭାବ ପକାଇପାରିବ ନାହିଁ ବୋଲି କୁହାଯାଇଛି। ଚୀନ୍‌ ଏବଂ ଭାରତର ସମ୍ବନ୍ଧରେ ସୁଧାର ଆସୁଥିବାବେଳେ ଏଭଳି ଚଳଚ୍ଚିତ୍ର ମୁକ୍ତିଲାଭ କରିବା ଭୁଲ୍‌। କେବଳ ଭାରତୀୟ ଦୃଷ୍ଟିକୋଣରୁ ପ୍ରସ୍ତୁତ ଏହି ଫିଲ୍ମ ଚୀନ୍‌ ବିରୋଧୀ ଭାବନାକୁ ପ୍ରୋତ୍ସାହନ ଦେବ ବୋଲି ବିଶେଷଜ୍ଞଙ୍କ ଆଧାରରେ ଆଲେଖ୍ୟରେ ଲେଖାଯାଇଛି। ଚୀନ୍‌ ସାମାଜିକ ଗଣମାଧ୍ୟମରେ ସଲମାନଙ୍କ ପୋଷାକ ଏବଂ ଚୁଟି କାଟିବା ଶୈଳୀ ଉପରେ ମଧ୍ୟ ପ୍ରଶ୍ନ ଉଠାଯାଉଛି। ବଲିଉଡ ଫିଲ୍ମ ମନୋରଞ୍ଜନ ପାଇଁ ହୋଇଥାଏ। ଏହା ଦ୍ବାରା ଇତିହାସ ବଦଳି ଯିବନାହିଁ ବୋଲି ଚୀନ୍‌ ବିଶେଷଜ୍ଞ କହିଛନ୍ତି। ଅନ୍ୟପଟେ ଏହାକୁ ନେଇ ଭାରତ ସରକାରଙ୍କ ସୂତ୍ରରୁ କୁହାଯାଇଛି ଯେ ଦେଶରେ ଚଳଚ୍ଚିତ୍ର ନିର୍ମାଣରେ କଳାତ୍ମକ ସ୍ବାଧୀନତା ରହିଛି। ଏହି ସ୍ବାଧୀନତା ବ୍ୟବହାର କରିବାରେ ଚଳଚ୍ଚିତ୍ର ନିର୍ମାତାଙ୍କ ଅଧିକାର ରହିଛି।
ଗଲୱାନରେ ଭାରତୀୟ ସେନାର ୧୬ ବିହାର ରେଜିମେଣ୍ଟର ଯବାନ ଚୀନ୍‌ ଔଦ୍ଧତ୍ୟର ଜବାବ ଦେଇଥିଲେ। ଏହି ଚଳଚ୍ଚିତ୍ର ଶିବ ଆରୋରା ଏବଂ ରାହୁଲ ସିଂହଙ୍କ ଲିଖିତ ‘ଇଣ୍ଡିଆସ ମୋଷ୍ଟ ଫିୟରଲେସ-୩’ ପୁସ୍ତକ ଉପରେ ଆଧାରିତ। ଚୀନ୍‌ ସହ ଲଢ଼ି ବୀର ଗତି ପ୍ରାପ୍ତ କରିଥିବା କର୍ଣ୍ଣେଲ ତଥା କମାଣ୍ଡିଂ ଅଫିସର ବିକୁମାଲା ସନ୍ତୋଷ ବାବୁଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଏହି ସଂଘର୍ଷରେ ଭାରତ ୨୦ ଯବାନଙ୍କୁ ହରାଇଥିବାବେଳେ ଚୀନ୍‌ ସତ ସ୍ବୀକାର କରି ନ ଥିଲା। କେବଳ ୩ ଯବାନ ପ୍ରାଣ ହରାଇଥିବା କହିଥିଲା। କିନ୍ତୁ, ଚୀନ୍‌ର ୫୦ରୁ ଅଧିକ ଯବାନ ସଂଘର୍ଷରେ ମୃତ୍ୟୁବରଣ କରିଥିଲେ ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା।
ଡିସେମ୍ବର ୧୨ରେ ପରଦାକୁ ଆସିବ ‘କିସ୍‌ କିସ୍‌ କୋ ପ୍ୟାର୍‌ କରୁଁ ୨’
ମୁମ୍ବାଇ: କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ଫିଲ୍ମ ‘କିସ୍‌ କିସ୍‌ କୋ ପ୍ୟାର୍‌ କରୁଁ ୨’ର ରିଲିଜ୍‌ ଡେଟ୍ ଘୋଷଣା ହୋଇଛି। କେବଳ ସେତିକି ନୁହେଁ, ଏହି ଫିଲ୍ମରେ କପିଲଙ୍କ ପତ୍ନୀ ଭୂମିକାରେ ଦେଖାଯାଇଥିବା ଚାରିଜଣ ହିରୋଇନ୍‌ଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି। ୨୦୧୫ରେ ଆସିଥିବା କପିଲଙ୍କ ଫିଲ୍ମ ‘କିସ୍‌ କିସ୍‌ କୋ ପ୍ୟାର କରୁଁ’ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଏବେ ୧୦ ବର୍ଷ ପରେ ଏହାର ସିକ୍ବେଲ ଆସିବ। କିଛି ଦିନ ପୂର୍ବରୁ ଫିଲ୍ମ ନିର୍ମାତା ଏହାର ପୋଷ୍ଟର୍‌ ଜାରି କରିଥିଲେ। ଆଉ ଏବେ କପିଲ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ମୋସନ୍‌ ପୋଷ୍ଟର୍‌ ସେୟାର୍‌ କରି ଏହାର ରିଲିଜ୍‌ ଡେଟ୍‌ ଘୋଷଣା କରିଛନ୍ତି।  ପୋଷ୍ଟର୍‌ରେ ଚାରିଜଣ କନିଆ ତାଙ୍କୁ ପାଲିଙ୍କିରେ ଉଠାଇଥିବାର ଦେଖାଯାଇଛନ୍ତି। ଏହା ଡିସେମ୍ବର ୧୨ରେ ପରଦାକୁ ଆସିବ। ଫିଲ୍ମରେ କପିଲଙ୍କ ସହ ‘ଫୁକ୍‌ରେ’ ଫେମ୍‌ ମନଜୋତ ସିଂହ, ଆଏଶା ଖାନ, ହୀରା ବରିନା, ପାରୁଲ ଗୁଲାଟି, ତ୍ରିଧା ଚୌଧୁରୀ  ନଜର ଆସିବେ। ଏଥିରେ  କପିଲ୍‌ ବିଭିନ୍ନ ଧର୍ମର ଚାରିଜଣ ମହିଳାଙ୍କୁ ବିବାହ କରିଥିବାର ଦେଖାଯିବେ।
ଅଭିନେତ୍ରୀ ତମନ୍ନା ଭାଟ୍ଟିଆ ସାଉଥ୍‌ ଇଣ୍ଡଷ୍ଟ୍ରୀର ଜଣେ ଆଗଧାଡ଼ିର ଅଭିନେତ୍ରୀ ଭାବେ ଜଣାଯାନ୍ତି। ସେ ବଲିଉଡ୍‌ରେ ମଧ୍ୟ ତାଙ୍କ ଅଭିନୟ ଜାରି ରଖିଛନ୍ତି। ବଲିଉଡ୍‌ରେ ତମନ୍ନା ଡ୍ୟାନ୍ସ ଆଇଟମ୍‌ଗୁଡ଼ିକ ପାଇଁ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଛନ୍ତି। ଇତିମଧ୍ୟରେ ଅଜୟ ଦେବଗନଙ୍କ ଅଭିନୀତ ‘ରେଡ୍-୨’ର ଗୀତ ‘ନଶା’ ରିଲିଜ୍‌ ହୋଇଛି। ଏଥିରେ ତମନ୍ନା ତାଙ୍କ ବୋଲଡ୍‌ ଲୁକ୍‌ ସହ ଜବରଦସ୍ତ ନାଚ ଦ୍ବାରା ଦର୍ଶକଙ୍କ ହୃଦୟ ଜିଣିବାରେ ସଫଳ ହୋଇଛନ୍ତି। ଏହା ସାମାଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ସେ ଏହି ଗୀତ ପାଇଁ କୋଟିଏ ଟଙ୍କା ନେଇଥିବା ଚର୍ଚ୍ଚା ହେଉଛି। ଏହାପୂର୍ବରୁ ତମନ୍ନାଙ୍କ ‘ସ୍ତ୍ରୀ ୨’ର ‘ଆଜ୍‌ କି ରାତ୍‌’ ଡ୍ୟାନ୍ସ ନମ୍ବର ବେଶ୍‌ ଭାଇରାଲ ହୋଇଥିଲା। ଏଥିପାଇଁ ମଧ୍ୟ ସେ କୋଟିଏ ଟଙ୍କା ନେଇଥିଲେ। ସେହିଭଳି ‘ହିମ୍ମତବାଲା’ ଫିଲ୍ମର ‘ତାକି ତାକି ’ ଗୀତ ପାଇଁ ତମନ୍ନା ୫୦ ଲକ୍ଷ ନେଇଥିଲେ।
ଆସିଲା ‘ରେଡ୍‌-୨’ର ଫାଷ୍ଟ ଲୁକ୍‌
ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ରେଡ୍‌’ ୨୦୧୮ରେ ଆସିଥିଲା। ଏହି ଚଳଚ୍ଚିତ୍ରଟି ସିନେପ୍ରେମୀକୁ ବେଶ୍‌ ପସନ୍ଦ ଆସିଥିଲା। ସେବେଠାରୁ ଦର୍ଶକେ ଏହାର ସିକ୍ବେଲକୁ ଅପେକ୍ଷା କରିଛନ୍ତି। ଇତିମଧ୍ୟରେ ଫିଲ୍ମର ଫାଷ୍ଟ ଲୁକ୍‌ ରିଲିଜ୍‌ କରାଯାଇ ଏହାର ରିଲିଜ୍‌ ଡେଟ୍‌ ବିଷୟରେ ଘୋଷଣା କରାଯାଇଛି। ଅଜୟ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ‘ରେଡ୍‌-୨’ର ଫାଷ୍ଟ ଲୁକ୍‌ ଜାରି କରିଛନ୍ତି।
ଅଜୟ ଏହାର ପୋଷ୍ଟର୍‌ ସେୟାର୍‌ କରି ଲେଖିଛନ୍ତି- ‘ନୂଆ ସହର, ନୂଆ ଫାଇଲ୍‌, ଅମୟ ପଟ୍ଟନାୟକଙ୍କ ଏକ ନୂଆ ‘ରେଡ୍‌’। ୧ ମେ, ୨୦୨୫ରେ ସିନେମା ହଲ୍‌ରେ ଦେଖାହେବ’ ଅଜୟଙ୍କ ଏହି ପୋଷ୍ଟ ପରେ ଦର୍ଶକେ ଏବେ ‘ରେଡ୍‌-୨’କୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ଏହି ପୋଷ୍ଟରରେ ଅଜୟ ବେଶ୍‌ ଗୁରୁ ଗମ୍ଭୀର ଅନ୍ଦାଜରେ ନଜର ଆସିବା ସହ ତାଙ୍କ ପଛପଟେ ବହୁତଗୁଡ଼ିଏ ଫାଇଲ୍‌ ଥିବାର ଦେଖାଯାଇଛି। ଏହା ସ୍ପଷ୍ଟ ଭାବେ ଏକ ନୂଆ ରେଡ୍‌ ବା ଚଢ଼ାଉକୁ ଇଙ୍ଗିତ କରୁଛି। ଏଥିରେ ଅଜୟଙ୍କ ସହ ରୀତେଶ ଦେଶମୁଖ, ବାଣୀ କପୁର ସୌରଭ ଶୁକ୍ଳା ପ୍ରମୁଖ ନଜର ଆସିବେ। ସେହିଭଳି ରାଜକୁମାର ଗୁପ୍ତା ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି।
ଓଡ଼ିଶାରେ ଟ୍ୟାକ୍ସ ଫ୍ରି ହେଲା ହିନ୍ଦୀ ଫିଲ୍ମ ‘ସାବରମତୀ ରିପୋର୍ଟ’ । ବଲିଉଡ୍‌ ଚଳଚ୍ଚିତ୍ର ‘ସାବରମତୀ ରିପୋର୍ଟ’କୁ ଓଡ଼ିଶାରେ କରମୁକ୍ତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ସୂଚନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ‘ଏକ୍ସ’ରେ ଲେଖିଛନ୍ତି କି, ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ‘ସାବରମତୀ ରିପୋର୍ଟ’କୁ ଓଡ଼ିଶାରେ କରମୁକ୍ତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। କିଛି ସ୍ଵାର୍ଥବାଦୀ ବ୍ୟକ୍ତିଙ୍କ ନିଜସ୍ୱ ସ୍ଵାର୍ଥ ପୂରଣ ଏବଂ ଅସ୍ଥିରତା ସୃଷ୍ଟି ପାଇଁ ଗୋଧ୍ରା ଅଗ୍ନି କାଣ୍ଡରେ କିଭଳି ଭାବରେ କାରସେବକଙ୍କୁ ଜୀବନ୍ତ ଦଗ୍ଧ କରାଯାଇଥିଲା ତାହା ଏହି ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶାଯାଇଛି। ଏହି ଚଳଚ୍ଚିତ୍ର ଅତୀତର ଏଭଳି ଏକ ଲୋମହର୍ଷଣକାରୀ, ହୃଦୟ ବିଦାରକ ସତ୍ୟ ଘଟଣାକୁ ଲୋକଙ୍କ ନିକଟରେ ପହଞ୍ଚାଇବ ଏବଂ ସାଧାରଣ ଜନତା ଅଧିକ ସଚେତନ ହେବେ।
‘କ୍ରୀସ୍-୪’ରେ ହ୍ରିତିକ୍-ପ୍ରିୟଙ୍କା ଯୋଡ଼ି
ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା, ଗ୍ଲୋବାଲ୍ ଆଇକନ୍‌ ହେବା ରାସ୍ତା ଏତେଟା ସହଜ ନ ଥିଲା। ବଲିଉଡ୍‌ ପରେ ହଲିଉଡ୍‌ରେ ମଧ୍ୟ ପ୍ରିୟଙ୍କା ବେଶ୍ ନାମ କମାଇଛନ୍ତି। ହଲିଉଡ୍‌ରେ ବେଶ୍ ବଡ଼ ବଡ଼ ପ୍ରୋଜେକ୍ଟରେ ପ୍ରିୟଙ୍କା ଏବେ କାମ କରୁଛନ୍ତି। ଏବେ ତାଙ୍କର ପ୍ରଶଂସକମାନେ ପ୍ରିୟଙ୍କାଙ୍କ ବଲିଉଡ୍‌ ଫିଲ୍ମକୁ ଅପେକ୍ଷା କରିଛନ୍ତି। ତେବେ ସେ ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନଙ୍କ ସହ ପରଦାକୁ ଫେରିବେ ବୋଲି ନିକଟରେ ଏକ ରିପୋର୍ଟରେ ପ୍ରକାଶ ପାଇଛି।
ଅଭିନେତା ହ୍ରିତିକ୍‌ ରୋଶନ ଓ ପ୍ରିୟଙ୍କା ଚୋପ୍ରାଙ୍କ ଯୋଡ଼ି ବଲିଉଡ୍‌ର ଏକ ସଫଳ ଯୋଡ଼ି ଭାବେ ଗଣନା କରାଯାଏ। ଦୁହିଁଙ୍କ ଅଭିନୀତ ‘କ୍ରିସ୍‌’ ଓ ‘ଅଗ୍ନିପଥ’ ବକ୍ସ ଅଫିସ୍‌ରେ ଭଲ ବିଜିନେସ୍‌ କରିଥିଲା। ଏବେ ୧୦ ବର୍ଷ ପରେ ଏହି ଯୋଡ଼ିଙ୍କୁ ଏକାଠି ‘କ୍ରୀସ୍-୪’ରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି। ପ୍ରିୟଙ୍କା ହ୍ରିତିକ୍‌ଙ୍କ ସହ ‘କ୍ରିସ୍’ ଓ ‘କ୍ରିସ୍-୩’ରେ ଏକାଠି ନଜର ଆସିଥିଲେ। ତେବେ ‘କ୍ରୀସ୍‌-୪’ରେ ପ୍ରିୟଙ୍କା କାମ କରିବେ କି ନାହିଁ, ତାହା ଏବେ ସୁଦ୍ଧା ଫିଲ୍ମର ପ୍ରଯୋଜକଙ୍କ ପକ୍ଷରୁ କିଛି କୁହାଯାଇ ନାହିଁ। ଫିଲ୍ମର କାହାଣୀ ଫାଇନାଲ ହୋଇଯାଇଛି। ହ୍ରିତିକ୍ ଏଥିରେ କାମ କରିବା ପାଇଁ ରାଜି ହୋଇଯାଇଛନ୍ତି। ଯଦି ପ୍ରିୟଙ୍କା ଏଥିରେ କାମ କରିବା ପାଇଁ ରାଜି ହୋଇଯାନ୍ତି ଫିଲ୍ମର ସୁଟିଂ ୨୦୨୪ ଫେବୃଆରୀରୁ ଆରମ୍ଭ ହେବ।
୩୨ ବର୍ଷ ପରେ ଏକାଠି ଆସିବେ ଅମିତାଭ-ରଜନୀକାନ୍ତ
ବଲିଉଡ୍‌ ସେହନସାହ ଅମିତାଭ ବଚ୍ଚନ ଓ ଦକ୍ଷିଣର ଲୋକପ୍ରିୟ ଅଭିନେତା ରଜନୀକାନ୍ତଙ୍କର ଏଯାଏଁ ବଲିଉଡ ହେଉ ଅବା ସାଉଥ୍‌ ଇଣ୍ଡଷ୍ଟ୍ରୀରେ ଦବ୍‌ଦବା ରହିଛି। ଏହି ଦୁଇ ଭେଟୋରାନ୍‌ ଅଭିନେତାଙ୍କର ଦେଶ ଓ ବିଦେଶରେ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ଦୁହେଁ ଏକାଠି ‘ହମ’, ‘ଅନ୍ଧା କାନୁନ’ ଏବଂ ‘ଗିରଫଦାର୍‌’ ଆଦି ଫିଲ୍ମରେ କାମ କରିଥିଲେ। ଏହି ଯୋଡ଼ିଙ୍କ ଶେଷ ଫିଲ୍ମ ଥିଲା ୧୯୯୧ର ‘ହମ୍’। ଏବେ ଏହି ଦୁଇ ଅଭିନେତା ପୁଣି ଏକାଠି ବଡ଼ ପରଦାକୁ ଫେରିବେ। ୩୨ ବର୍ଷ ପରେ ଏହି ଦୁଇ ସୁପରଷ୍ଟାର୍‌ ଏକାଠି ‘ଥଲାଇଭର୍‌ ୧୭୦’ ଫିଲ୍ମରେ କାମ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ବିଗ୍‌ ବିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏବେ ଏହି ଦୁଇ ଭେଟେରାନ୍‌ ଅଭିନେତା ଏହାର ସୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ବିଗ୍‌ ବି’ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ସେୟାର୍ କରିଛନ୍ତି। ଫଟୋରେ ସେ ପାଉଁଶିଆ ରଙ୍ଗର ଏକ ସୁଟ୍‌ ପିଦ୍ଧି ଏକ ଲେନ୍ସ ହାତରେ ଧରିଥିବାର ଦେଖାଯାଇଛି। ଫଟୋର କ୍ୟାପ୍‌ସନ୍‌ରେ ସେ ଲେଖୀଛନ୍ତି- ‘ଏହି ମୁହୂର୍ତ୍ତକୁ ବଡ଼ କରିବା ପାଇଁ ଚେଷ୍ଟା କରୁଛି। ୩୨ ବର୍ଷ ପରେ ରଜନୀକାନ୍ତ ସାର୍‌ଙ୍କ ସହ କାମ କରିବାର ପ୍ରଥମ ଦିନ।’ ଏହାସହ ବିଗ୍‌ ବି’ ରଜନୀକାନ୍ତଙ୍କ ସହିତ ଏକ ଫଟୋ ସେୟାର୍‌ ମଧ୍ୟ କରିଛନ୍ତି।
‘ବୈଜୁବାୱରା’ ଫିଲ୍ମରେ ନଜର ଆସିବେ ସାଉଥ ନାୟିକା ନୟନତାରା
ସାଉଥ ସିନେମାର ଲେଡି ସୁପରଷ୍ଟାର୍‌ ନୟନତାରା ନିକଟରେ ‘ଜୱାନ୍’ରେ ଶାହାରୁଖ୍‌ ଖାନ୍‌ଙ୍କ ବିପକ୍ଷରେ ନଜର ଆସିଥିଲେ। ଏଥିରେ ସେ ପୁଲିସ୍‌ ଅଫିସର୍‌ ଭୂମିକାରେ ଦେଖାଯାଇଥିଲେ। ଫିଲ୍ମରେ ତାଙ୍କର କିଛି ଭୂମିକାକୁ କାଟି ଦୀପିକା ପାଦ୍ୟୁକୋନ୍‌ଙ୍କ ଭୂମିକାକୁ ବଢ଼ାଇ ଦିଆଯାଇଥିବାରୁ ସେ ନିର୍ଦ୍ଦେଶକ ଏଟ୍‌ଲି କୁମାରଙ୍କ ଉପରେ ଖପ୍ପା ଥିଲେ। ଅବଶ୍ୟ ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକେ ବେଶ୍ ପସନ୍ଦ କରିଛନ୍ତି। ତାଙ୍କର ଆଗାମୀ ବଲିଉଡ୍‌ ଫିଲ୍ମକୁ ଦର୍ଶକେ ଅପେକ୍ଷା କରିଛନ୍ତି। ସଞ୍ଜୟ ଲୀଲା ଭଁସାଲୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବୈଜୁ ବାୱରା’ରେ ଏବେ ନୟନତାରା ନଜର ଆସିବେ ବୋଲି ଜଣାପଡ଼ିଛି। ସଙ୍ଗୀତ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ନୟନତାରା ଲିଡ୍‌ ରୋଲରେ ଦେଖାଯିବେ। ଏଥିରେ ରଣବୀର ସିଂହ ନାୟକ ଭାବେ ଦେଖାଯିବେ। ଆଲିଆ ଭଟ୍ଟ ମଧ୍ୟ ଏଥିରେ ଲିଡ୍‌ ରୋଲରେ ଦେଖାଯିବେ। ନୟନତାରା ଓ ତାଙ୍କ ସ୍ବାମୀ ବିଗ୍ନେଶ ଶିବନ୍‌ ଚଳିତବର୍ଷ ମାର୍ଚ୍ଚରେ ସଞ୍ଜୟଙ୍କୁ ଭେଟିଥିଲେ। ସେବେଠାରୁ ନୟନତାରା ସଞ୍ଜୟଙ୍କ ଆଗାମୀ ଫିଲ୍ମରେ କାମ କରିବେ ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା। ତେବେ ଏନେଇ ନୟନାତାରା କି ସଞ୍ଜୟ କିଛି କହିନାହାନ୍ତି।
ରିଲିଜ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ର ଟ୍ରେଲର, ଜୁନ୍ ୧୬ରେ ଆସିବ ପୁରା ଫିଲ୍ମ
ମୁମ୍ବାଇ: ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ’ଆଦିପୁରୁଷ’ର ଟ୍ରେଲର । ‘ରାମାୟଣ’ କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ । ନିର୍ଦ୍ଦେଶକ ଓମ୍‌ ରାଉତ୍‌ଙ୍କ ଏହି ଫିଲ୍ମଟି ଆଗାମୀ ଜୁନ୍‌ ୧୬ ତାରିଖରେ ରିଲିଜ୍‌ ହେବ। ଟ୍ରେଲର ରିଲିଜ ହେବାର କିଛି ଘଣ୍ଟା ମଧ୍ୟରେ ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖି ସାରିଲେଣି । ଏପରିକି ଫିଲ୍ମର ଟ୍ରେଲରକୁ ନେଇ ସୋସିଆଲ ମିଡ଼ିଆରେ ଜୋରଦାର ଚର୍ଚ୍ଚା ମଧ୍ୟ ହେଉଛି । ତେବେ ବକ୍ସ ଅଫିସରେ ଏହି ହାଇ ବଜେଟ ଫିଲ୍ମ ରେକର୍ଡ କରିବ ବୋଲି ପ୍ରଶଂସକ ଆଶା ରଖିଛନ୍ତି ।
ଏହି ଫିଲ୍ମରେ ପ୍ରଭାସ ଭଗବାନ ରାମଙ୍କ ଚରିତ୍ରରେ ନଜର ଆସିବେ । ସେହପରି ସୀତାଙ୍କ ରୂପରେ ଦେଖିବାକୁ ମିଳିବେ କ୍ରିତି ସାନନ୍ । ଏହି ଫିଲ୍ମ ହିନ୍ଦୀ ସହ ଆଉ ୪ଟି ଭାଷାରେ ରିଲିଜ୍ ହେବ । ବହୁ ପ୍ରତିକ୍ଷୀତ ଏହି ଫିଲ୍ମର ପ୍ରଥମ ପୋଷ୍ଟର ଗତ ରାମ ନବମୀରେ ରିଲିଜ୍ ହୋଇଥିଲା । ସେହିପରି ଦ୍ୱିତୀୟ ପୋଷ୍ଟର ହନୁମାନ ଜୟନ୍ତୀରେ ରିଲିଜ୍ ହୋଇଥିଲା ।
ବହୁ ପ୍ରତିକ୍ଷୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଟ୍ରେଲର ରିଲିଜ୍‌, ଶାହରୁଖ ଖାନଙ୍କୁ ନେଇ ଚର୍ଚ୍ଚା
ମୁମ୍ବାଇ: ରଣବୀର କୁପର ଏବଂ ଆଲିଆ ଭଟ୍ଟଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଟ୍ରେଲର ରିଲିଜ୍‌ ହୋଇଛି। ଫିଲ୍ମର ଟ୍ରେଲର ବେଶ୍‌ ଦମଦାର ରହିଛି। ନିର୍ଦ୍ଦେଶକ ଆୟନ ମୁଖାର୍ଜୀ ମଧ୍ୟ ଏହି ଟ୍ରେଲରକୁ ଜାରି କରିଛନ୍ତି। ଏହି ଫିଲ୍ମରେ ରଣବୀର କପୁର, ଅମିତାଭ ବଚ୍ଚନ, ଆଲିଆ ଭଟ୍ଟ, ନାଗାର୍ଜୁନ ଏବଂ ମୌନୀ ରୟ ମଧ୍ୟ ନଜର ଆସିବେ। ଫିଲ୍ମଟି ତିନି ଭାଗରେ ରିଲିଜ୍ ହେବ। ପ୍ରଥମ ଭାଗ ଚଳିତ ବର୍ଷ ୯ ସେପ୍ଟେମ୍ବରରେ ରିଲିଜ ହେବାଲୁ ଯାଉଛି ।
ଏହି ଫିଲ୍ମକୁ ନେଇ ୨୦୧୪ରୁ କାମ ଆରମ୍ଭ ହୋଇଥିଲା । ଏହାକୁ ଧର୍ମା ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ କରାଯାଇଛି । ଏହା ହିନ୍ଦୀ ସହ, ତାମିଲ, ତେଲୁଗୁ, ମାଲାୟାଲମ ଏବଂ କନ୍ନଡ଼ ଭାଷାରେ ରିଲିଜ୍ ହେବ । ବିବାହ ପରେ ଆଲିଆ ଏବଂ ରଣବୀର ପ୍ରଥମ ଥର ପାଇଁ ଏହି ଫିଲ୍ମ ଜରିଆରେ ଏକାଠି ନଜର ଆସିବେ। ଏଥିରେ ରଣବୀର କପୁର ଶିବା ଏବଂ ଆଲିଆ ଇଶା ଚରିତ୍ରରେ ଅଭିନୟ କରିଛନ୍ତି। ଟ୍ରେଲର ଦେଖି ଲୋକମାନେ ଫିଲ୍ମକୁ ବ୍ଲକବଷ୍ଟର ବୋଲି କହୁଛନ୍ତି। ଯାହାକୁ ଦର୍ଶକେ ଉତ୍ସାହର ସହିତ ଚାହିଁ ରହିଛନ୍ତି।
ଏହି ଚଳଚ୍ଚିତ୍ରେ ଶାହରୁଖ ଖାନ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ଫିଲ୍ମ ନିର୍ଦ୍ଦେଶକ କିମ୍ବା  ଶାହରୁଖ ଖାନଙ୍କୁ ପକ୍ଷରୁ ସ୍ପଷ୍ଟ ହୋଇ ନାହିଁ। କିନ୍ତୁ ଶାହରୁଖ ଖାନ ଥିବା ନେଇ ପ୍ରଶଂସକମନଙ୍କ ମଧ୍ଯରେ ଟ୍ୱିଟ ୱାର ଚାଲିଛି।  ଏହା ସତ୍ଯକୁ ନୁହେଁ ଜାଣିବା ପାଇଁ ଆମକୁ ଫିଲ୍ମ ରିଲିଜ୍ ପାଇଁ ଅପେକ୍ଷା କରିବାକୁ ପଡିବ।
Yessss I'm 110% sure.. This is #SRK 🙌🤞
See the heart of both & I can see 8 pack abs🤞#ShahRukhKhan𓀠 #Brahmastra #BrahmastraTrailer pic.twitter.com/gN880T9CCw
— Saksham 🤠 (@MsvSaksham) June 15, 2022
ସଲମାନ୍‌ଙ୍କ ଫିଲ୍ମରେ ଆୟୁଷ
ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ୍‌, ତାଙ୍କ ଫିଲ୍ମ ଓ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ । ନିକଟରେ ସଲମାନ୍‌ ତାଙ୍କ ଫିଲ୍ମ ‘କଭି ଇଦ୍‌ କଭି ଦିବାଲି’କୁ ନେଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ବହୁତ ଜଲ୍‌ଦି ଏହି ଫିଲ୍ମ ସିନେମା ହଲ୍‌ରେ ମୁକ୍ତିଲାଭ କରିବ ବୋଲି ଜଣାପଡିଛି। ଇତିମଧ୍ୟରେ ଏଥିରୁ ଶ୍ରେୟସ୍‌ ତଲପଡେ ଓ ଅରସାଦ୍‌ ୱାର୍ସିଙ୍କୁ ବାଦ୍‌ ଦିଆଯାଇଥିବା କଥା ଜଣାପଡିଛି। ଏ ଦୁହିଁଙ୍କ ବଦଳରେ ଏବେ ନଜର ଆସିବେ ଆୟୁଷ ଶର୍ମା ଓ ଜହିର୍‌ ଇକବାଲ୍। ବିଗତ କିଛିଦିନ ହେଲାଣି ଫିଲ୍ମର ସୁଟିଂକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଇତିମଧ୍ୟରେ ‘କଭି ଇଦ୍‌ କଭି ଦିବାଲି’ ଫିଲ୍ମର ସୁରଜ୍‌ ପାଞ୍ଚୋଲି କାମ କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।
ଏଥିରେ ସଲମାନ୍‌ଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ପୂଜା ହେଗ୍‌ଡେ। ପୂଜାଙ୍କ ସହିତ ଦକ୍ଷିଣ ଇଣ୍ଡଷ୍ଟ୍ରୀର ଅଭିନେତା ଭେଙ୍କଟେଶ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ। ଏହି ଫିଲ୍ମ ୨୦୨୩ ଇଦ୍‌ ଅବସରରେ ମୁକ୍ତିଲାଭ କରିବ ବୋଲି କୁହାଯାଉଥିଲା। କିନ୍ତୁ ଫିଲ୍ମର ରିଲିଜ୍‌ ନେଇ ଏହାର ନିର୍ମାତା ଏଯାଏଁ କୌଣସି ସୂଚନା ଦେଇ ନାହାନ୍ତି। ସଲମାନ୍‌ ବର୍ତ୍ତମାନ ‘ଟାଇଗର୍‌-୩’ରେ କାମ କରୁଛନ୍ତି। ଏଥିରେ ସେ ‘ର’ ଏଜେଣ୍ଟ ଭୂମିକାରେ ଅଭିନୟ କରୁଛନ୍ତି। ସେହିଭଳି ସେ ‘ପଠାନ୍‌’ ଓ ‘ବଜରଙ୍ଗୀ ଭାଇଜାନ୍-୨’ରେ ମଧ୍ୟ ନଜର ଆସିବେ।
ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ଏବେ ସିନେମା ହଲ୍‌ଗୁଡ଼ିକରେ ରିଲିଜ୍ ହୋଇଛି । ଏହି ଫିଲ୍ମ ରିଲିଜ୍ ପୂର୍ବରୁ ହିଁ ଚର୍ଚ୍ଚାରେ ରହିଥିଲା । ଫିଲ୍ମକୁ ନେଇ ବିବାଦ ଦେଖାଦେବାରୁ ଏହାର କିଛି ଦୃଶ୍ୟକୁ କାଟି ଦିଆଯାଇଥିଲା। କାଶ୍ମୀର ପଣ୍ଡିତଙ୍କ ଉପରେ ନିର୍ମିତ ଏହି ଫିଲ୍ମରେ ଅଧିକାଂଶ ଦୃଶ୍ୟ ଦେଖି ଦର୍ଶକେ ଭାବବିହ୍ବଳ ହୋଇଯାଇଛନ୍ତି। ଏଥିରେ ଅଭିନୟ କରିଥିବା ଅଭିନେତା ଦର୍ଶନ କୁମାର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଫିଲ୍ମର ସ୍କ୍ରିନିଂ ସମୟରେ ଅଧିକାଂଶ ଲୋକେ ଭାବବିହ୍ବଳ ହୋଇଯାଇଥିବାର ଲକ୍ଷ୍ୟ କରାଯାଇଛି। ସୋସିଆଲ୍ ମିଡିଆରେ ଭାଇରାଲ୍‌ ହେଉଥିବା ଏହି ଭିଡିଓଟିରେ ଦେଖାଯାଇଛି, ସ୍କ୍ରିନିଂ ଦେଖି ସମସ୍ତେ ପଦାକୁ ବାହାରୁଛନ୍ତି, ଏହି ସମୟରେ ଜଣେ ମହିଳା ବିବେକଙ୍କ ପାଦସ୍ପର୍ଶ କରୁଛନ୍ତି। ମହିଳା ଜଣକ ଏତେମାତ୍ରାରେ ଭାବପ୍ରବଣ ହୋଇଯାଇଛନ୍ତି ଯେ, ସେ ଜୋରରେ କାନ୍ଦୁଥିବାର ମଧ୍ୟ ଭିଡିଓରେ ଦେଖାଯାଇଛି । ଏହାସହ ବିବେକଙ୍କୁ ମହିଳା ଜଣକ କହିଛନ୍ତି, ‘ଆପଣଙ୍କ ବିନା ଅନ୍ୟ କେହି ଏହି କାମ କରିପାରି ନଥାନ୍ତା। ଆପଣ ଆସିବାରୁ ମତେ ଲାଗିଲା, ମୁଁ ଆପଣଙ୍କ ପାଦ ଛୁଇଁ ଆଶୀର୍ବାଦ ନେବି। ଆପଣ ଆମମାନଙ୍କ ପାଇଁ ଭଗବାନ। ସେଠାରେ ଉପସ୍ଥିତ ଅନ୍ୟ ଲୋକେ ମଧ୍ୟ ଏଭଳି ଏକ ଫିଲ୍ମ ନିର୍ମାଣ କରିଥିବାରୁ ବିବେକଙ୍କୁ ପ୍ରଶଂସା କରିଥିଲେ। ଏହି ସମୟରେ ଦର୍ଶନ ଆସି ସେଠାରେ ମହିଳାଙ୍କୁ ଆଶ୍ବସନା ଦେଉଥିବାର ଦେଖାଯାଇଛି। ଏହି ଫିଲ୍ମକୁ ହରିୟାଣାରେ ଟ୍ୟାକ୍ସ ଫ୍ରି କରି ଦିଆଯାଇଛି। ଏଥିରେ ଅନୁପମ ଖେର୍ ଓ ମିଥୁନ୍ ଚକ୍ରବର୍ତୀଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରୁଛନ୍ତି।