COVID pandemic - The Sakala

କୋଭିଡ୍‌ ମହାମାରୀ ସହ ଓଡ଼ିଶାର ମୁକାବିଲାକୁ ପୂରିଲା ୫ ବର୍ଷ; ଓଡ଼ିଶାକୁ ଆଗଧାଡ଼ିର ଯୋଦ୍ଧା କରିଥିଲା ‘ନବୀନ’ ଦିଗଦର୍ଶନ
ଭୁବନେଶ୍ୱର: ମହାମାରୀ କୋଭିଡ୍‌-୧୯ ବିରୋଧରେ ଓଡ଼ିଶାର ସଂଗ୍ରାମ ପ୍ରାରମ୍ଭକୁ ଆଜି ୫ ବର୍ଷ ପୂରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଦେଶରେ ସୃଷ୍ଟି କରିଥିବା ଅନନ୍ୟ ଉଦାହରଣକୁ ଏବେ ବି ଲୋକ ମନେ ପକାଉଛନ୍ତି। ଦେଶରେ ଓଡ଼ିଶା ପ୍ରଥମ ଲକ୍‌ଡ଼ାଉନ୍‌ ଆରମ୍ଭ କରି ନୂଆ ବାର୍ତ୍ତା ଦେଇଥିଲା ଓ ମହାମାରୀ ନିୟନ୍ତ୍ରଣରେ ବିପୁଳ ସଫଳତା ପାଇଥିଲଶ। ସେହିପରି ଅନ୍ୟ ରାଜ୍ୟକୁ ଅମ୍ଳଜାନ ପଠାଇ ଲୋକଙ୍କ ଜୀବନ ରକ୍ଷା ହେଉ ଅବା ଓଡ଼ିଶା ଦେଇ ଅନ୍ୟ ରାଜ୍ୟକୁ ଯାଉଥିବା ପ୍ରବାସୀ ଶ୍ରମିକଙ୍କୁ ସହାୟତା, ନବୀନଙ୍କ ନିଷ୍ପତ୍ତି ଥିଲା ଅନୁକରଣୀୟ ।

୨୦୨୦ ମାର୍ଚ୍ଚ ୧୩ ତାରିଖରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କୋଭିଡ୍‌ ମହାମାରୀର ମୁକାବିଲା ପାଇଁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ଅଧିକାରୀଙ୍କୁ ନେଇ ଟାସ୍କ ଫୋର୍ସ ଗଠନ କରା ଯାଇଥିଲ।।। ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଟାସ୍କ ଫୋର୍ସ ନିୟମିତ ଭାବେ ସଂକ୍ରମଣ ହାର, ଡାକ୍ତରଖାନାରେ ଶଯ୍ୟା ଉପଲବ୍ଧତା, ଟିକାକରଣ ଆଦି ନିରୀକ୍ଷଣ କରୁଥିଲା। ରାଜ୍ୟ ଓ ଜିଲ୍ଲା ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ମଧ୍ୟ ଆଉ ଏକ ଦାୟିତ୍ୱ ଥିଲା। ଏଥିରେ ରିୟଲ ଟାଇମ୍‌ ଟ୍ରାକିଂକୁ ପ୍ରାଧାନ୍ୟ ଦିଆଯାଇଥିଲା। କହିବାକୁ କଲେ କୋଭିଡ୍‌ ପ୍ରତିରୋଧ କାର୍ଯ୍ୟକ୍ରମ ପରିଚାଳନାର ପୂରା ଦାୟିତ୍ୱ ଏହି ଟାସ୍କ ଫୋର୍ସ ଉପରେ ନ୍ୟସ୍ତ ଥିଲା। ରାଜ୍ୟର ପ୍ରତିଟି ଗତିବିଧି ଉପରେ ଅଧିକାରୀମାନେ ତୀକ୍ଷ୍ଣ ନଜର ରଖିବା ସହିତ ଆବଶ୍ୟକ ପଦକ୍ଷେପ ନେଉଥିଲେ। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏହାକୁ ବିପର୍ଯ୍ୟୟ ପରିଚାଳନା ଆଇନ୍‌-୨୦୦୫ ଅନୁସାରେ ମହାମାରୀ ଘୋଷଣା କରି ଲକ୍‌ ଡାଉନ୍‌ ଆରମ୍ଭ କରିବା ସହ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରିଥିଲା। ଦେଶରେ ଲକ୍‌ ଡାଉନ୍‌ ଆରମ୍ଭ ହେବା ପୂର୍ବରୁ ଓଡିଶା ତାହା କରି ଦେଖାଇଥିଲା। ରାଜ୍ୟର ପ୍ରମୁଖ ଘରୋଇ ଡାକ୍ତରଖାନା ସହିତ ହାତ ମିଳାଇ ସରକାର ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠା କରି ମାଗଣାରେ ସଂକ୍ରମିତଙ୍କ ଚିକିତ୍ସା କରାଇଥିଲେ। ଭୁବନେଶ୍ୱରର ସମ୍‌ ଓ କିମ୍ସ ମେଡିକାଲ କଲେଜ ସହଭାଗିତାରେ ୧୦୦୦ ଶଯ୍ୟାର ଷ୍ଟାଣ୍ଡାଲୋନ୍‌ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ କରାଗଲା। ସାରା ରାଜ୍ୟରୁ ସଂକ୍ରମିତ ଏଠାକୁ ଆସିଥିଲେ। ସଂକ୍ରମିତଙ୍କୁ ଚିହ୍ନଟ ପାଇଁ ଟେଷ୍ଟିଂ କେନ୍ଦ୍ରର ବ୍ୟାପକ ସମ୍ପ୍ରସାରଣ କରାଯାଇ ବିଭିନ୍ନ ଅଞ୍ଚଳରେ କୋଭିଡ୍‌ ପରୀକ୍ଷାଗାର କାର୍ଯ୍ୟକ୍ଷମ କରାଯାଇଥିଲା। ଉଭୟ ସହର ଓ ଗ୍ରାମାଞ୍ଚଳରେ କ୍ୱାରେଣ୍ଟାଇନ୍‌ ସେଣ୍ଟର ପ୍ରତିଷ୍ଠା କରାଯାଇ ବାହାରୁ ଆସୁଥିବା ଲୋକଙ୍କ ପାଇଁ ୧୪ ଦିନିଆ ସଙ୍ଗରୋଧ ବାଧ୍ୟତାମୂଳକ କରିବା ଲାଗି ପଦକ୍ଷେପ ନିଆଯାଇଥିଲା। ଲକ୍‌ ଡାଉନ୍‌ ସହିତ ସାମାଜିକ ଦୂରତା ଉପରେ ସରକାର ଗୁରୁତ୍ୱ ଦେଇଥିଲେ। ଉଚ୍ଚ ସଂକ୍ରମଣ ଅଞ୍ଚଳରେ ସରକାର କର୍ଫ୍ୟୁ ଲାଗୁ କରିବା ବେଶ୍‌ କାମ ଦେଇଥିଲା।

ମହାମାରୀ ନିୟନ୍ତ୍ରଣ ସହିତ ଲୋକଙ୍କ ସାମାଜିକ ସୁରକ୍ଷା ମଧ୍ୟ ସରକାରଙ୍କ ଦାୟିତ୍ୱ ଥିଲା। ଗରିବ ଲୋକଙ୍କ ଖାଦ୍ୟ ସୁରକ୍ଷା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ୨୨୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିବା ସହିତ ମାଗଣାରେ ରାସନ ବଣ୍ଟନ ଆରମ୍ଭ କରିଥିଲେ। ସମ୍ବେଦନଶୀଳ ବର୍ଗର ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ନଗଦ ରାଶି ଜମା କରାଯାଇଥିଲା। ପ୍ରବାସୀ ଓଡ଼ିଆଙ୍କ ପାଇଁ ରହିବା ଏବଂ ଖାଦ୍ୟ ବ୍ୟବସ୍ଥା ହୋଇଥିଲା। କୋଭିଡ୍‌ ମୁକାବିଲାରେ ରାଜ୍ୟ ସରକାରଙ୍କ ବୈଷୟିକ କୌଶଳର ଉପଯୋଗ କରିବାରେ ଅବହେଳା ନ ଥିଲା। ସଚେତନତା ପାଇଁ କୋଭିଡ୍‌ ସହାୟତା ନମ୍ବର (୧୦୪) ଏବଂ ହ୍ୱାଟ୍ସଆପ୍‌ ଚାର୍ଟବୋଟ୍‌ ଆରମ୍ଭ ହୋଇଥିଲା। ଘରେ ରହିବା ଏବଂ କୋଭିଡ୍‌ ନିୟମ ପାଳନ କରିବା ପାଇଁ ଲୋକଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ମୋ ଜୀବନ ଅଭିଯାନ ସରକାର ହାତକୁ ନେଇଥିଲେ। କୋଭିଡ୍‌ ସଂକ୍ରମଣ ହ୍ରାସ ପାଇବା ପରେ ଆଗଧାଡ଼ିର ଯୋଦ୍ଧାଙ୍କ ସହିତ ସବୁ ବର୍ଗର ଟିକାକରଣ ଗୁରୁତ୍ୱପୂର୍ଣ୍ଣ ଥିଲା। ସୁଚିନ୍ତିତ ଯୋଜନା ଦ୍ୱାରା ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କୋଭିଡ୍‌ ସ୍ଥିତ ବହୁତ ଭଲ ରହିଥିଲା। ଯାହା ସାରା ଦେଶରେ ଓଡ଼ିଶାକୁ କରିଥିଲା ଆଗ ଧାଡ଼ିର ଯୋଦ୍ଧା।

ବର୍ଷେ ଯାଏ ତମାଖୁ ଦ୍ରବ୍ୟ ବିକ୍ରି ଉପରେ ଲାଗିଲା ରୋକ୍
ଚଣ୍ଡିଗଡ଼: ହରିୟାଣା ସରକାର ଗୁଟଖା ଏବଂ ପାନ ମସାଲା ବିକ୍ରୟ ତଥା ଉତ୍ପାଦନ ଉପରେ ପ୍ରତିବନ୍ଧକକୁ ଏକ ବର୍ଷ ପାଇଁ ବୃଦ୍ଧି କରିଛନ୍ତି। ରାଜ୍ୟ ଖାଦ୍ୟ ଏବଂ ଔଷଧ ପ୍ରଶାସନ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଯେଉଁଥିରେ ସେପ୍ଟେମ୍ବର ୭, ୨୦୨୧ରୁ ଏକ ବର୍ଷ ପର୍ଯ୍ୟନ୍ତ ତମାଖୁ ଦ୍ରବ୍ୟ ବିକ୍ରୟ ତଥା କ୍ରୟ ନିଷେଧ କରାଯାଇଥିଲା । ସୋମବାର ରାଜ୍ୟ ସରକାର ଏହି ପ୍ରତିବନ୍ଧକକୁ ଆଉ ଏକ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ ତଥା ପୁଲିସ ଅଧୀକ୍ଷକ, ଖାଦ୍ୟ ନିରୀକ୍ଷକ ଏବଂ ଅନ୍ୟମାନଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି। ଗତ ବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ହରିୟାଣା ସରକାର ପାନ ମସାଲା, ଗୁଟଖା ଇତ୍ୟାଦି ତମାଖୁ ଦ୍ରବ୍ୟ ବିକ୍ରିକୁ ଏକ ବର୍ଷ ପାଇଁ ବାରଣ କରିଥିଲେ । ଯାହା ଦ୍ବାରା ଲୋକମାନେ ସର୍ବସାଧାରଣ ସ୍ଥାନରେ ଛେପ ପକାଇବେ ନାହିଁ।