108 Ambulance Service - The Sakala
ଆମ୍ବୁଲାନ୍ସ ଆସିଲାନି, ବାଧ୍ୟ ହୋଇ ଇ-ରିକ୍ସାରେ ସନ୍ତାନ ପ୍ରସବ କଲେ ଗର୍ଭବତୀ ମହିଳା
ଝାଡ଼ଖଣ୍ଡର ଗୋଡ୍ଡା ଜିଲ୍ଲାରେ ରାଜ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜରୁରୀକାଳୀନ ପରିସ୍ଥିତିରେ ସମୟରେ ଆମ୍ବୁଲାନ୍ସ ନ ପହଞ୍ଚିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ବାଧ୍ୟ ହୋଇ ଏକ ଇ-ରିକ୍ସା (ଟୋଟୋ)ରେ ସନ୍ତାନ ପ୍ରସବ କରିବାକୁ ପଡ଼ିଛି। ସରକାରୀ ସ୍ୱାସ୍ଥ୍ୟ ସେବାର ଅବହେଳା ଯୋଗୁଁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି, ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ବାରମ୍ବାର କଲ୍ କରିବା ସତ୍ତ୍ୱେ ଆସିଲାନି ଆମ୍ବୁଲାନ୍ସ
ସୂଚନା ଅନୁଯାୟୀ, ଗୋଡ୍ଡା ଜିଲ୍ଲା ବେଲାରୀ ଗ୍ରାମର କୌଶଳ ହରିଜନଙ୍କ ପତ୍ନୀ ରୁକ୍ମିଣୀ ଦେବୀଙ୍କୁ ସକାଳେ ହଠାତ୍ ପ୍ରସବ ବେଦନା ଆରମ୍ଭ ହୋଇଥିଲା। ଏହାପରେ ପରିବାର ଲୋକେ ତୁରନ୍ତ ସରକାରୀ ଆମ୍ବୁଲାନ୍ସ ସେବାକୁ ଫୋନ୍ କରିଥିଲେ। ସେମାନେ ୧୦୮ ଆମ୍ବୁଲାନ୍ସ ଏବଂ ମମତା ବାହନ ସେବା ସହିତ ଯୋଗାଯୋଗ କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ବାରମ୍ବାର ଫୋନ୍ କରିବା ଏବଂ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ ମଧ୍ୟ କୌଣସି ଆମ୍ବୁଲାନ୍ସ ଗାଁରେ ପହଞ୍ଚି ନଥିଲା।
ରାସ୍ତା ମଝିରେ ଇ-ରିକ୍ସାରେ ହେଲା ପ୍ରସବ
ଆମ୍ବୁଲାନ୍ସ ନଆସିବା ଏବଂ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ପରିବାର ଲୋକେ ବାଧ୍ୟ ହୋଇ ଏକ ଇ-ରିକ୍ସା ଭଡ଼ା କରି ତାଙ୍କୁ ୮ କିଲୋମିଟର ଦୂରରେ ଥିବା ଗୋଡ୍ଡା ସଦର ଡାକ୍ତରଖାନାକୁ ନେବା ପାଇଁ ବାହାରିଥିଲେ। ତେବେ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ଅଧା ରାସ୍ତାରେ ଅର୍ଥାତ୍ ଭତଡିହା ପଞ୍ଚାୟତର ନୋନମୋଟି ଗାଁ ନିକଟରେ ମହିଳାଙ୍କ ପ୍ରସବ ବେଦନା ଅଧିକ ତୀବ୍ର ହୋଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ସେଠାରେ ସେ ଇ-ରିକ୍ସା ଭିତରେ ହିଁ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।
ମା' ଓ ଶିଶୁ ସୁରକ୍ଷିତ, ସ୍ୱାସ୍ଥ୍ୟ ବିଭାଗ ଉପରେ ଅସନ୍ତୋଷ
ପ୍ରସବ ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ମା' ଏବଂ ନବଜାତ ଶିଶୁଙ୍କୁ ତୁରନ୍ତ ଗୋଡ୍ଡା ସଦର ଡାକ୍ତରଖାନାରେ ପହଞ୍ଚାଯାଇଥିଲା। ସେଠାରେ ଡାକ୍ତରମାନେ ସେମାନଙ୍କୁ ଲେବର ୱାର୍ଡରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ଉଭୟ ମା' ଓ ଶିଶୁ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ସୁସ୍ଥ ଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ଗୋଡ୍ଡା ସଦର ଡାକ୍ତରଖାନାର ଉପ ଅଧୀକ୍ଷକ ଡା. ଟି.ଏସ୍. ଝା କହିଛନ୍ତି ଯେ ଏହି ବିଷୟଟି ଡାଏଲ୍ ୧୦୮ ଆମ୍ବୁଲାନ୍ସ ସେବା ଅଧୀନରେ ଆସୁଛି ଏବଂ ଏନେଇ ତାଙ୍କ ପାଖରେ କୌଣସି ବିସ୍ତୃତ ସୂଚନା ନାହିଁ। ଯଦି କୌଣସି ଲିଖିତ ଅଭିଯୋଗ ଆସେ, ତେବେ ଏହାର ତଦନ୍ତ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ପ୍ରସୂତୀଙ୍କ ସ୍ୱାମୀ କୌଶଳ ହରିଜନ ସ୍ୱାସ୍ଥ୍ୟ ବିଭାଗର ଏଭଳି ଅବହେଳାକୁ କଡ଼ା ସମାଲୋଚନା କରିଛନ୍ତି। ସେ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, "ସରକାର ମାଗଣା ଆମ୍ବୁଲାନ୍ସ ଯୋଜନା ବିଷୟରେ ବଡ଼ ବଡ଼ ପ୍ରଚାର କରୁଛନ୍ତି, କିନ୍ତୁ ଯେତେବେଳେ ଆମର ସବୁଠୁ ବେଶି ଆବଶ୍ୟକତା ଥିଲା, ସେତେବେଳେ କୌଣସି ସୁବିଧା ମିଳିଲାନି।"
ରାଜ୍ୟରେ ୨୫୦ଟି ନୂଆ ଆମ୍ବୁଲାନ୍ସ ଲୋକାର୍ପିତ, ଜରୁରୀକାଳୀନ ଚିକିତ୍ସା ସେବାକୁ ଅଧିକ ସୁଦୃଢ଼ କରିବାକୁ ପଦକ୍ଷେପ
ଭୁବନେଶ୍ୱର : ରାଜ୍ୟରେ ଗଡିଲା ଆଉ ୨୫୦ଟି ନୂଆ ଆମ୍ବୁଲାନ୍ସ । ଦ୍ୱିତୀୟ ପର୍ଯ୍ୟାୟରେ ୨୫୦ ଆମ୍ବୁଲାନ୍ସ ଲୋକାର୍ପିତ କରାଯାଇଛି । ଆଜି ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଆଉ ୨୫୦ଟି ନୂଆ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିମଧ୍ୟରୁ ୭ଟି ଆମ୍ବୁଲାନ୍ସରେ ରହିଛି ଆଡ୍‌ଭାନ୍ସ ଲାଇଫ୍ ସପୋର୍ଟ ବ୍ୟବସ୍ଥା । ଜରୁରୀକାଳୀନ ଚିକିତ୍ସା ସେବାକୁ ଅଧିକ ସୁଦୃଢ଼ କରିବାକୁ ପଦକ୍ଷେପ । ରାଜ୍ୟ ସରକାର ଜରୁରୀକାଳୀନ ଆମ୍ବୁଲାନ୍ସ ସେବାରେ ୪୨୮ଟି ନୂଆ ଆମ୍ବୁଲାନ୍ସ ଯୋଡ଼ିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୨୦୨୫ ମସିହା ଡିସେମ୍ବର ୨୩ ତାରିଖ ଦିନ ୧୫୦ଟି ଆମ୍ବୁଲାନ୍ସ ଲୋକାର୍ପିତ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଆଜି ମୁଖ୍ୟମନ୍ତ୍ରୀ ଆଉ ୨୫୦ଟି ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି ।  ଏଥିରେ ବିମାନବନ୍ଦର ନିମନ୍ତେ ୫ଟି ଏବଂ ଝାରସୁଗୁଡ଼ା ସ୍ଥିତ କାର୍ଡିଆକ୍ କେୟାର୍ ହସ୍ପିଟାଲ ନିମନ୍ତେ ୨ଟି ଅତ୍ୟାଧୁନିକ ଲାଇଫ୍ ସପୋର୍ଟ (ALS) ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି ।
ପ୍ରତି ଆମ୍ବୁଲାନ୍ସ ପିଛା ୨୫.୭୭ ଲକ୍ଷ ଟଙ୍କା ହିସାବରେ ୪୨୮ଟି ଆମ୍ବୁଲାନ୍ସ ପାଇଁ ପ୍ରାୟ ୧୧୧ କୋଟି ଟଙ୍କା ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ବିନିଯୋଗ କରିଛନ୍ତି । ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଓଡ଼ିଶାରେ ୨୦୧୩ ମାର୍ଚ୍ଚ ୫ ତାରିଖ ଦିନ ଆରମ୍ଭ ହୋଇଥିଲା, ଏବଂ ବର୍ତ୍ତମାନ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ମୋଟ ୮୬୬ଟି ଆମ୍ବୁଲାନ୍ସ ଜନସାଧାରଣଙ୍କ ସେବାରେ ନିୟୋଜିତ ଅଛି ।  ଏଥିରେ ୪୪୯ଟି ବେସିକ ଲାଇଫ ସପୋର୍ଟ(BLS) ଆମ୍ବୁଲାନ୍ସ, ୪୧୧ଟି ଆଡ୍‌ଭାନ୍‌ସ୍‌ ଲାଇଫ ସପୋର୍ଟ (ALS) ଆମ୍ବୁଲାନ୍ସ ଏବଂ ୬ଟି ବୋଟ୍ ଆମ୍ବୁଲାନ୍ସ ରହିଛି । ଏହିସବୁ ଆମ୍ବୁଲାନ୍ସ ଦ୍ବାରା ଜନସାଧାରଣଙ୍କୁ ହସ୍ପିଟାଲ ଯିବା ନିମନ୍ତେ ଜରୁରୀକାଳୀନ ସ୍ଥାନାନ୍ତରଣ ସେବା ଦେୟମୁକ୍ତ ଭାବେ ଯୋଗାଇ ଦିଆଯାଉଛି ।
ଏହା ସହିତ, ରାଜ୍ୟରେ ଗର୍ଭବତୀ ମହିଳା ଓ ଅସୁସ୍ଥ ଶିଶୁମାନଙ୍କ ସୁରକ୍ଷିତ ପରିବହନ ପାଇଁ “ଜନନୀ ଏକ୍ସପ୍ରେସ୍” ଯୋଜନା ଅଧୀନରେ ୫୦୦ଟି ଆମ୍ବୁଲାନ୍ସ ନିୟୋଜିତ ରହିଛି । ବର୍ତ୍ତମାନ ୧୦୮ ଆମ୍ବୁଲାନ୍ସ ଓ ଜନନୀ ଏକ୍ସପ୍ରେସ୍ ସେବା ମାଧ୍ଯମରେ ପ୍ରତିଦିନ ହାରାହାରି ୫୦୦୦ରୁ ଅଧିକ ରୋଗୀଙ୍କୁ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚାଇ ଚିକିତ୍ସା ସୁବିଧା ଦିଆଯାଉଛି ।  ନୂଆ ଆମ୍ବୁଲାନ୍ସଗୁଡ଼ିକୁ ପର୍ଯ୍ୟାୟକ୍ରମେ ସେବାରେ ସମ୍ମିଳିତ କରିବା ଦ୍ବାରା ପୁରୁଣା ଆମ୍ବୁଲାନ୍ସ ଗୁଡ଼ିକର ପରିବର୍ତ୍ତନ କରି ଆମ୍ବୁଲାନ୍ସ ସେବାର ପ୍ରତିକ୍ରିୟା ସମୟ କମାଯାଇ ପାରିବ; ଏବଂ, ଜରୁରୀକାଳୀନ ସ୍ବାସ୍ଥ୍ୟ ସେବାକୁ ଅଧିକ ସୁଦୃଢ କରିବା ସହିତ ସୁସ୍ଥ ଓଡ଼ିଶା ଏବଂ ବିକଶିତ ଓଡ଼ିଶାକୁ ସାକାର ରୂପ ଦିଆଯାଇପାରିବ ।
ଅନ୍ୟପଟେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ – ସ୍ୱାସ୍ଥ୍ୟ ଦକ୍ଷତା ପ୍ରତିପାଦନ କରି, ଆମ୍ବୁଲାନ୍ସ ଭୂମିକା ସୁନିଶ୍ଚିତ କରିବା ପାଇଁ ଦୃଢ ପଦକ୍ଷେପ ଗ୍ରହଣ କରଯାଇଛି ।  ପୁରୁଣା ଆମ୍ବୁଲାନ୍ସର ନବୀକାରଣ ଜରୁରୀ ଥିଲା ।  ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥଲେ । ପ୍ରତି ବ୍ଲକ୍, ଜିଲ୍ଲା, CHC, ସହ ଯୋଗାଯୋଗ କରିବ ।  ଯାହା ଜରୁରୀ ସ୍ୱାସ୍ଥ୍ୟ ସେବା ପାଇଁ ଯାହା ଆବଶ୍ୟକ ତାହା କାର୍ଯ୍ୟକାରି କରିବେ ସରକାର । ଆଶା କରୁଛି ରୋଗୀଙ୍କ ସାହାଯ୍ୟ ସମୟାର ଏହା ସହାୟକ ହେବ ।
ଭୁବନେଶ୍ୱର: ଲୋକଙ୍କୁ ଜରୁରୀକାଳୀନ ସେବା ଯୋଗାଇ ଦେବା ପାଇଁ ଖୋଲାଯାଇଛି ହେଲପଲାଇନ ନମ୍ବର ୧୦୪ ଓ ୧୦୮ । ଏଥିପାଇଁ କର୍ମଚାରୀମାନେ ୨୪ ଘଣ୍ଟା କାମ କରୁଛନ୍ତି। ଗୁରୁତର ରୋଗୀଙ୍କୁ କିଭଳି ହସପିଟାଲ ପଠାଯିବ, ଶାରୀରିକ ସମସ୍ୟା ଥିଲେ ତୁରନ୍ତ କିଭଳି ଆମ୍ବୁଲାନ୍ସ ସେବା ମିଳିବ, ସେ ସବୁ ପରାମର୍ଶ ଏହି ନମ୍ବରରୁ ମିଳିଥାଏ । କିନ୍ତୁ କିଛି ବଦମାସ ଏହାର ମୂଲ୍ୟ ନ ବୁଝି ଟାଇମ ପାସ କରୁଛନ୍ତି । କଲ ସେଂଟରରେ ବସିଥିବା କର୍ମଚାରୀଙ୍କୁ ଫୋନ କରି ହଇରାଣ କରୁଛନ୍ତି । ଫୋନ୍ କରି ଅଶ୍ଲୀଳ ଭାଷାରେ ଗାଲି ଗୁଲଜ୍ କରି ମଜା ନେଉଛନ୍ତି । ଗୋଟିଏ କି ଦୁଇଟି ନୁହେଁ ପ୍ରତିଦିନ ଥରକୁ ଥର ଏପରି ଘଟଣା ଘଟୁଛି । ଏପରି ଦ୍ୱାରା ମୁଖ୍ୟତଃ ଲାଇନ୍‌ ବ୍ୟସ୍ତ ରହୁଥିବା ବେଳେ ଯେଉଁମାନେ ସେବା ପାଇବାକୁ ହକଦାର ସେମାନେ ଏଥିରୁ ବଞ୍ଚିତ ରହୁଛନ୍ତି।
୧୦୮କୁ ଫୋନ କରି କିଛି ଲୋକ ଅଜବ ପ୍ରକାର ହରକତ କରୁଛନ୍ତି । ପ୍ରତିଦିନ ଫେକ୍‌ କଲ୍‌ କରୁଥିବା ବ୍ୟକ୍ତି ମୁଖ୍ୟତଃ ଯୁବତୀ ଟେଲି କଲରଙ୍କ ସହ କଥା ହେବାକୁ କହୁଛନ୍ତି। ଅବାନ୍ତର ପ୍ରଶ୍ନ କରିବା ସହ ଅଶ୍ଳୀଳ ପ୍ରଶ୍ନ କରୁଛନ୍ତି । ଅଯଥାରେ ଫୋନ୍‌ କରି ଅନେକ ସମୟ ପର୍ଯ୍ୟନ୍ତ ଲାଇନ୍‌ ବ୍ୟବସ୍ତ ରଖୁଛନ୍ତି। ଏହିପରି କିଛି ବଦମାସଙ୍କ ଫୋନ ଯୋଗୁଁ ପ୍ରକୃତ ରୋଗୀ ଠିକ୍ ସମୟରେ ଆମ୍ବୁଲାନ୍ସ ସେବା ପାଇ ପାରୁନାହାନ୍ତି । ଏପରିକି ବହୁ ସମୟରେ ଆମ୍ବୁଲାନ୍ସ ଯାଇ ଫେରିକି ଆସୁଛି ।
ଚଳିତ ବର୍ଷ ୧୦୮ ଓ ୧୦୪ କଲ ସେଣ୍ଟରକୁ ୫ ଲକ୍ଷ ମିଛ କଲ୍ ଆସିଥିବା ଜଣାପଡିଛି । ଏହା ଜାନୁଆରୀ ଏବଂ ଅକ୍ଟୋବର ମାସ ମଧ୍ୟରେ କଲ୍ ଆସିଥିବା ତଥ୍ୟ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁ କର୍ମଚାରୀମାନେ କାମ କରୁଛନ୍ତି ସେମାନେ ଏପରି କଲକୁ ସାମ୍ନା କରି କରି ନୟାନ୍ତ ହେଲେଣି । ଏହାଦ୍ୱାରା ଯୁବତୀ ଟେଲି କଲର ମାନସିକ ଭାବେ ଭାଙ୍ଗି ପଡ଼ୁଥିବା ବେଳେ ପୁଲିସ୍‌ କିନ୍ତୁ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନି।
ତମାଣ୍ଡୋ: ଦୁର୍ଘଟଣା ଶିକାର ବ୍ୟକ୍ତି କିମ୍ବା ଗୁରୁତର ରୋଗୀମାନଙ୍କୁ ଶୀଘ୍ର ଓ ସହଜରେ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ସରକାରଙ୍କ ପକ୍ଷରୁ ‘୧୦୮ ଆମ୍ବୁଲାନ୍ସ ସେବାର ବ୍ୟବସ୍ଥା କରାଯାଇଛି। କିନ୍ତୁ ପ୍ରଶାସନିକ ଅଧିକାରୀଙ୍କ ଅବହେଳା କାରଣରୁ ଆବଶ୍ୟକ ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ ‘୧୦୮’ ଆମ୍ବୁଲାନ୍ସ ଅଚଳ ହୋଇ ରାସ୍ତା କଡ଼ରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ନଷ୍ଟ ହେଉଛି । ଏଭଳି ଚିତ୍ର ଦେଖିବାକୁ ମିଳିଛି ୧୬ ନମ୍ବର ଜାତୀୟ ରାଜପଥର ତମାଣ୍ଡୋ ଥାନା ନିକଟରେ। ମରାମତି ଅଭାବରୁ ‘୧୦୮ ଆମ୍ବୁଲାନ୍ସ ଟି ୪ ବର୍ଷ ହେବ ଅଚଳ ହୋଇ ପଡ଼ି ରହିଛି। ଏହାର ଚତୁଃପାର୍ଶ୍ଵରେ ଅନାବନା ଗଛ ଉଠି ଆମ୍ବୁଲାନ୍ସକୁ ଗିଳିବାକୁ ବସିଲାଣି। ଖରା, ବର୍ଷା ପ୍ରକୋପରେ ତାହା ଦିନକୁ ଦିନ ଅଧିକ ଖରାପ ହେଉଛି। ଦୀର୍ଘଦିନ ଧରି ଏଭଳି ଅବସ୍ଥାରେ ପଡ଼ି ରହିଥିବାରୁ ଗାଡ଼ିରୁ ବିଭିନ୍ନ ଅଂଶ ଚୋରି ହୋଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି।
ଅତୀତରେ ହଜାର ହଜାର ରୋଗୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିବା ଆମ୍ବୁଲାନ୍ସଟି ସତେ ଯେମିତି କହୁଛି ‘ମୋତେ ମେଡିକାଲ ନିଅ ମୋତେ ଚିକିତ୍ସା ଦରକାର’। ଖରାପ ହୋଇ ପଡ଼ି ରହିଥିବା ଆମ୍ବୁଲାନ୍ସକୁ ଉଚିତ ସମୟରେ ମରାମତି କରାଯାଇଥିଲେ ପୁନଶ୍ଚ ହୁଏତ ରୋଗୀଙ୍କ ସେବାରେ ନିୟୋଜିତ ହୋଇପାରିଥାନ୍ତା ବୋଲି କହିଛନ୍ତି ସ୍ଥାନୀୟ ଅଞ୍ଚଳର ବାଳକୃଷ୍ଣ ପ୍ରଧାନ । ଏନେଇ ‘୧୦୮’ ଆମ୍ବୁଲାନ୍ସ ଦାୟିତ୍ବରେ ଥିବା ଜେଡଏଚଏଲର କ୍ଲଷ୍ଟର ଲିଡର ଅମୀୟ ସ୍ଵାଇଁଙ୍କୁ ପଚାରିବାରୁ, ଆମ୍ବୁଲାନ୍ସଟି ଚାଲିବା ଉପଯୋଗୀ ନ ହେବାରୁ ତାକୁ ସେବାରୁ ନିବୃତ କରାଯାଇଛି ଓ ତା ବଦଳରେ ସରକାରଙ୍କ ତରଫରୁ ଏକ ନୂତନ ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି। ଖରାପ ଆମ୍ବୁଲାନ୍ସକୁ ନିଲାମ କରାଯିବ ବୋଲି ସେ କହିଛନ୍ତି।