108 Ambulance - The Sakala
ରାଜ୍ୟରେ ୨୫୦ଟି ନୂଆ ଆମ୍ବୁଲାନ୍ସ ଲୋକାର୍ପିତ, ଜରୁରୀକାଳୀନ ଚିକିତ୍ସା ସେବାକୁ ଅଧିକ ସୁଦୃଢ଼ କରିବାକୁ ପଦକ୍ଷେପ
ଭୁବନେଶ୍ୱର : ରାଜ୍ୟରେ ଗଡିଲା ଆଉ ୨୫୦ଟି ନୂଆ ଆମ୍ବୁଲାନ୍ସ । ଦ୍ୱିତୀୟ ପର୍ଯ୍ୟାୟରେ ୨୫୦ ଆମ୍ବୁଲାନ୍ସ ଲୋକାର୍ପିତ କରାଯାଇଛି । ଆଜି ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଆଉ ୨୫୦ଟି ନୂଆ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିମଧ୍ୟରୁ ୭ଟି ଆମ୍ବୁଲାନ୍ସରେ ରହିଛି ଆଡ୍‌ଭାନ୍ସ ଲାଇଫ୍ ସପୋର୍ଟ ବ୍ୟବସ୍ଥା । ଜରୁରୀକାଳୀନ ଚିକିତ୍ସା ସେବାକୁ ଅଧିକ ସୁଦୃଢ଼ କରିବାକୁ ପଦକ୍ଷେପ । ରାଜ୍ୟ ସରକାର ଜରୁରୀକାଳୀନ ଆମ୍ବୁଲାନ୍ସ ସେବାରେ ୪୨୮ଟି ନୂଆ ଆମ୍ବୁଲାନ୍ସ ଯୋଡ଼ିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୨୦୨୫ ମସିହା ଡିସେମ୍ବର ୨୩ ତାରିଖ ଦିନ ୧୫୦ଟି ଆମ୍ବୁଲାନ୍ସ ଲୋକାର୍ପିତ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଆଜି ମୁଖ୍ୟମନ୍ତ୍ରୀ ଆଉ ୨୫୦ଟି ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି ।  ଏଥିରେ ବିମାନବନ୍ଦର ନିମନ୍ତେ ୫ଟି ଏବଂ ଝାରସୁଗୁଡ଼ା ସ୍ଥିତ କାର୍ଡିଆକ୍ କେୟାର୍ ହସ୍ପିଟାଲ ନିମନ୍ତେ ୨ଟି ଅତ୍ୟାଧୁନିକ ଲାଇଫ୍ ସପୋର୍ଟ (ALS) ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି ।
ପ୍ରତି ଆମ୍ବୁଲାନ୍ସ ପିଛା ୨୫.୭୭ ଲକ୍ଷ ଟଙ୍କା ହିସାବରେ ୪୨୮ଟି ଆମ୍ବୁଲାନ୍ସ ପାଇଁ ପ୍ରାୟ ୧୧୧ କୋଟି ଟଙ୍କା ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ବିନିଯୋଗ କରିଛନ୍ତି । ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଓଡ଼ିଶାରେ ୨୦୧୩ ମାର୍ଚ୍ଚ ୫ ତାରିଖ ଦିନ ଆରମ୍ଭ ହୋଇଥିଲା, ଏବଂ ବର୍ତ୍ତମାନ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ମୋଟ ୮୬୬ଟି ଆମ୍ବୁଲାନ୍ସ ଜନସାଧାରଣଙ୍କ ସେବାରେ ନିୟୋଜିତ ଅଛି ।  ଏଥିରେ ୪୪୯ଟି ବେସିକ ଲାଇଫ ସପୋର୍ଟ(BLS) ଆମ୍ବୁଲାନ୍ସ, ୪୧୧ଟି ଆଡ୍‌ଭାନ୍‌ସ୍‌ ଲାଇଫ ସପୋର୍ଟ (ALS) ଆମ୍ବୁଲାନ୍ସ ଏବଂ ୬ଟି ବୋଟ୍ ଆମ୍ବୁଲାନ୍ସ ରହିଛି । ଏହିସବୁ ଆମ୍ବୁଲାନ୍ସ ଦ୍ବାରା ଜନସାଧାରଣଙ୍କୁ ହସ୍ପିଟାଲ ଯିବା ନିମନ୍ତେ ଜରୁରୀକାଳୀନ ସ୍ଥାନାନ୍ତରଣ ସେବା ଦେୟମୁକ୍ତ ଭାବେ ଯୋଗାଇ ଦିଆଯାଉଛି ।
ଏହା ସହିତ, ରାଜ୍ୟରେ ଗର୍ଭବତୀ ମହିଳା ଓ ଅସୁସ୍ଥ ଶିଶୁମାନଙ୍କ ସୁରକ୍ଷିତ ପରିବହନ ପାଇଁ “ଜନନୀ ଏକ୍ସପ୍ରେସ୍” ଯୋଜନା ଅଧୀନରେ ୫୦୦ଟି ଆମ୍ବୁଲାନ୍ସ ନିୟୋଜିତ ରହିଛି । ବର୍ତ୍ତମାନ ୧୦୮ ଆମ୍ବୁଲାନ୍ସ ଓ ଜନନୀ ଏକ୍ସପ୍ରେସ୍ ସେବା ମାଧ୍ଯମରେ ପ୍ରତିଦିନ ହାରାହାରି ୫୦୦୦ରୁ ଅଧିକ ରୋଗୀଙ୍କୁ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚାଇ ଚିକିତ୍ସା ସୁବିଧା ଦିଆଯାଉଛି ।  ନୂଆ ଆମ୍ବୁଲାନ୍ସଗୁଡ଼ିକୁ ପର୍ଯ୍ୟାୟକ୍ରମେ ସେବାରେ ସମ୍ମିଳିତ କରିବା ଦ୍ବାରା ପୁରୁଣା ଆମ୍ବୁଲାନ୍ସ ଗୁଡ଼ିକର ପରିବର୍ତ୍ତନ କରି ଆମ୍ବୁଲାନ୍ସ ସେବାର ପ୍ରତିକ୍ରିୟା ସମୟ କମାଯାଇ ପାରିବ; ଏବଂ, ଜରୁରୀକାଳୀନ ସ୍ବାସ୍ଥ୍ୟ ସେବାକୁ ଅଧିକ ସୁଦୃଢ କରିବା ସହିତ ସୁସ୍ଥ ଓଡ଼ିଶା ଏବଂ ବିକଶିତ ଓଡ଼ିଶାକୁ ସାକାର ରୂପ ଦିଆଯାଇପାରିବ ।
ଅନ୍ୟପଟେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ – ସ୍ୱାସ୍ଥ୍ୟ ଦକ୍ଷତା ପ୍ରତିପାଦନ କରି, ଆମ୍ବୁଲାନ୍ସ ଭୂମିକା ସୁନିଶ୍ଚିତ କରିବା ପାଇଁ ଦୃଢ ପଦକ୍ଷେପ ଗ୍ରହଣ କରଯାଇଛି ।  ପୁରୁଣା ଆମ୍ବୁଲାନ୍ସର ନବୀକାରଣ ଜରୁରୀ ଥିଲା ।  ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥଲେ । ପ୍ରତି ବ୍ଲକ୍, ଜିଲ୍ଲା, CHC, ସହ ଯୋଗାଯୋଗ କରିବ ।  ଯାହା ଜରୁରୀ ସ୍ୱାସ୍ଥ୍ୟ ସେବା ପାଇଁ ଯାହା ଆବଶ୍ୟକ ତାହା କାର୍ଯ୍ୟକାରି କରିବେ ସରକାର । ଆଶା କରୁଛି ରୋଗୀଙ୍କ ସାହାଯ୍ୟ ସମୟାର ଏହା ସହାୟକ ହେବ ।
ଆଉ ଦୁର୍ଘଟଣା ଯୋଗୁଁ ରାସ୍ତାରେ ଯିବନାହିଁ ଜୀବନ; ୧୦ ମିନିଟ୍‌ରେ ମିଳିବ ସେବା, ଆସିବ ଆଉ ୧୨୦୦ ଆମ୍ବୁଲାନ୍ସ
ଭୁବନେଶ୍ୱର: ଆଉ ଦୁର୍ଘଟଣା ଯୋଗୁଁ ରାସ୍ତା ଉପରେ ଚାଲିଯିବ ନାହିଁ ଜୀବନ। ଫୋନ୍‌ ଆସିବାର ୧୦ ମିନିଟ୍‌ ମଧ୍ୟରେ ଆହତ, ରୋଗୀଙ୍କ ନିକଟରେ ପହଞ୍ଚିବ ସରକାରୀ ଆମ୍ବୁଲାନ୍ସ। ଏଥିପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୨୦୨୭ ସୁଦ୍ଧା ୧୨୦୦ ନୂଆ ଆମ୍ବୁଲାନ୍ସ ଆଣିବ। ପ୍ରତି ବର୍ଷ ୩୦୦ ଲେଖାଏଁ ଆମ୍ବୁଲାନ୍ସ ରୋଗୀ ସେବାରେ ନିୟୋଜିତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଗୁରୁତ୍ୱପୂର୍ଣ୍ଣ ହେଉଛି ଏସବୁ ଆମ୍ବୁଲାନ୍ସରେ ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ବ୍ୟବସ୍ଥା ଉପଲବ୍ଧ ହେବ। ଯଦ୍ଦ୍ୱାରା ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଆହତ, ରୋଗୀଙ୍କ ଚିକିତ୍ସା ଆରମ୍ଭ ହୋଇପାରିବ। ପ୍ରତି ୫୦୦୦୦ ଲୋକଙ୍କ ପାଇଁ ଅନ୍ତତଃ ଗୋଟିଏ ଆମ୍ବୁଲାନ୍ସ ରହିବ। ଏଥିଲାଗି ରାଜ୍ୟ ସରକାର ୧୯୦୬ କୋଟି ଟଙ୍କାର ଏକ ବ୍ୟୟ ଅଟକଳ କରିଛନ୍ତି।
ସୂଚନା ଅନୁସାରେ, ରାଜ୍ୟରେ ଏବେ ସରକାରଙ୍କ ପକ୍ଷରୁ ୧୦୮ ଆମ୍ବୁଲାନ୍ସ ଜରିଆରେ ରୋଗୀ, ଆହତଙ୍କ ପରିବହନ କରାଯାଉଛି। ତେବେ ଅଧିକାଂଶ ସ୍ଥାନରେ ଆମ୍ବୁଲାନ୍ସ ପହଞ୍ଚିବା ବେଳକୁ ପ୍ରାୟ ୨୫ ମିନିଟ୍‌ ସମୟ ଲାଗି ଯାଉଛି। ଏହାକୁ ବିଚାର କରି ନିକଟରେ ବିଭାଗ ପକ୍ଷରୁ ୩୪୯ଟି ଆମ୍ବୁଲାନ୍ସକୁ ୧୦୮ ବ୍ୟବସ୍ଥାରେ ନିୟୋଜିତ କରାଯାଇଛି। ତଥାପି ଆମ୍ବୁଲାନ୍ସର ଅଭାବ ପରିଲକ୍ଷିତ ହେଉଛି। ତେଣୁ ପର୍ଯ୍ୟାୟକ୍ରମେ ସ୍ୱାସ୍ଥ୍ୟ ସେବାରେ ୧୨୦୦ ଆମ୍ବୁଲାନ୍ସ ନିୟୋଜନ କରିବା ଲାଗି ନିଷ୍ପତ୍ତି ହୋଇଛି। ଏଥିପାଇଁ ଆଗାମୀ କିଛି ବର୍ଷ ମଧ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ ଜରିଆରେ ୧୫୦୦ କୋଟି ଟଙ୍କା ବ୍ୟୟରେ ନୂଆ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବ। ନୂଆ ଆମ୍ବୁଲାନ୍ସ ନିମନ୍ତେ ଆଗାମୀ ଆର୍ଥିକ ବର୍ଷରେ ୫୧୭ କୋଟି, ୨୦୨୫-୨୬ରେ ୪୬୫ କୋଟି, ୨୦୨୬-୨୭ରେ ୪୦୦ କୋଟି ଏବଂ ୨୦୨୭-୨୮ରେ ୫୨୪ କୋଟି ଟଙ୍କା ବ୍ୟୟ କରାଯିବ। ନୂଆ ଆମ୍ବୁଲାନ୍ସରେ ଉଭୟ ସାଧାରଣ ଜୀବନ ରକ୍ଷାକାରୀ ଏବଂ ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ବ୍ୟବସ୍ଥା ଉପଲବ୍ଧ ହେବ। ଆମ୍ବୁଲାନ୍ସ ଗୁଡିକର ସୁପରିଚାଳନା ପାଇଁ ସେଥିରେ ଜିପିଏସ୍‌ ଲାଗିବ। ଫଳରେ ଆମ୍ବୁଲାନ୍ସର ଗତିବିଧି ଉପରେ ନିୟନ୍ତ୍ରଣ କକ୍ଷରୁ ନଜର ରଖାଯିବ ଏବଂ ଆବଶ୍ୟକସ୍ଥଳେ ଡ୍ରାଇଭର୍‌ଙ୍କୁ ନିର୍ଦ୍ଦେଶ ଦିଆଯାଇପାରିବ।
ସୂଚନାଯୋଗ୍ୟ, ରାଜ୍ୟରେ ଏବେ ୧୩୬୬ଟି ୧୦୮ ଆମ୍ବୁଲାନ୍ସ ଚାଲୁଥିବା ବେଳେ ୬ଟି ନୌକା ଆମ୍ବୁଲାନ୍ସ ଏବଂ ୬ ହଜାରରୁ ଅଧିକ ଘରୋଇ ଆମ୍ବୁଲାନ୍ସ ଅଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାର୍ଗଦର୍ଶିକା ଅନୁସାରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ଅନ୍ତତଃ ଗୋଟିଏ ଆମ୍ବୁଲାନ୍ସ ଆବଶ୍ୟକ ଥିବା ବେଳେ ପାହାଡିଆ ଅଞ୍ଚଳ ତଥା କମ୍‌ ଜନସଂଖ୍ୟା ଅଞ୍ଚଳରେ ପ୍ରତି ୭୦ ହଜାର ଜନସଂଖ୍ୟାରେ ଗୋଟିଏ ଆମ୍ବୁଲାନ୍ସ ଜରୁରୀ।
ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ସମୟ ଅନୁସାରେ ରାଜ୍ୟରେ ସରକାରୀ ଆମ୍ବୁଲାନ୍ସର ଆବଶ୍ୟକତା ବୃଦ୍ଧି ପାଇଛି। ସରକାରୀ ଡାକ୍ତରଖାନାର ଭିତ୍ତିଭୂମିରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଥିବା ବେଳେ ରୋଗୀଙ୍କ ନିର୍ଭରଶୀଳତା ବଢ଼ୁଛି। ଜିଲ୍ଲା ମଧ୍ୟରେ ହେଉ ଅବା ଜିଲ୍ଲା ବାହାରକୁ, ପ୍ରତିଦିନ ବହୁ ସଂଖ୍ୟାରେ ରୋଗୀଙ୍କ ପରିବହନ କରାଯାଉଛି। ସେହିପରି ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁକୁ ରୋକିବା ଦିଗରେ ଆମ୍ବୁଲାନ୍ସର ଉପଲବ୍ଧତା ଏକାନ୍ତ ଆବଶ୍ୟକ। ଆହତଙ୍କ ପାଇଁ ସରକାରୀ ଖର୍ଚ୍ଚରେ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା କରାଯାଇ ମାଗଣାରେ ଆହତଙ୍କ ତୁରନ୍ତ ଚିକିତ୍ସା ବ୍ୟବସ୍ଥା ହୋଇଛି। ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ଏବଂ ଦୁର୍ଘଟଣା ଜନିଜ ମୃ୍‌ତ୍ୟୁକୁ ହ୍ରାସ କରିବାରେ ମଧ୍ୟ ଅଧିକ ଆମ୍ବୁଲାନ୍ସ ଜରୁରୀ। ନୂଆ ଆମ୍ବୁଲାନ୍ସ ଆସିଲେ ପୁରୁଣା ଓ ବ୍ୟବହାର ଅଯୋଗ୍ୟ ଆମ୍ବୁଲାନ୍ସ ହଟାଯିବ ବୋଲି ସେ କହିଛନ୍ତି।
ସ୍ବାସ୍ଥ୍ୟ ସେବାରେ ଆସିବ ପରିବର୍ତ୍ତନ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାମିଲ ହେବ ଆଉ ୩୪୯ ନୂଆ ଆମ୍ବୁଲାନ୍ସ
ଭୁବନେଶ୍ୱର: ଓଡିଶା ସ୍ବାସ୍ଥ୍ୟ ସେବାରେ ଆସିବ ପରିବର୍ତ୍ତନ। ରାଜ୍ୟରେ ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ପାଇଁ ସର୍ବଦା ପ୍ରଚେଷ୍ଟାରତ ଅଛନ୍ତି ରାଜ୍ୟ ସରକାର। ସ୍ବାସ୍ଥ୍ୟ ସେବାରେ ପୁଣି ଯୋଡିହେବ ୩୪୯ ନୂଆ ୧୦୮ ଆମ୍ବୁଲାନ୍ସ। ଲୋକଙ୍କ ଆବଶ୍ୟକତାକୁ ଦେଖି ନୂଆ ଆମ୍ବୁଲାନ୍ସ ସାମିଲ କରିବାକୁ ଯାଉଛନ୍ତି ରାଜ୍ୟ ସରକାର।
ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ମୋଟ ୩୪୯ ନୂଆ ଆମ୍ବୁଲାନ୍ସ ସାମିଲ ହେବ। ପୂର୍ବରୁ ଥିବା ଆମ୍ବୁଲାନ୍ସ ସହ ଏହି ନୂଆ ଆମ୍ବୁଲାନ୍ସ ଯୋଗ ଦେବ। ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଏହି ଆମ୍ବୁଲାନ୍ସ ସବୁକୁ ଉତ୍ସର୍ଗ କରିବେ। କିଛି ଦିନ ପୂର୍ବରୁ ଏହି ଆମ୍ବୁଲାନ୍ସ ଗୁଡିକର ଡ୍ରାଏରନ କରାଯାଇଥିଲା। ସପ୍ତମ ବାଟାଲିୟନରୁ ବାହାରି ଜାଭିୟର ଛକ ଦେଇ ହାତୀଆଶୁଣି ବସ୍ତିରୋଡ ପରେ ଉତ୍କଳ ହସ୍ପିଟାଲ ଠାରୁ ୟୁଟର୍ଣ୍ଣ ଦେଇ କଳିଙ୍ଗ ହସ୍ପିଟାଲ ଦେଇ ସପ୍ତମ ବାଟାଲିୟନ ମଧ୍ୟରେ ଏହି ଆମ୍ବୁଲାନ୍ସର ଡ୍ରାଏ ରନ ହୋଇଥିଲା।
୨୬ଟି ନୂତନ ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ୨୬ଟି ନୂତନ ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି।
ଆଜି ସନ୍ଧ୍ୟାରେ ନବୀନ ନିବାସଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠି ବିନିଯୋଗରେ କ୍ରୟ ହୋଇଥିବା ଏହି ୨୬ଟି ନୂତନ ଆମ୍ବୁଲାନ୍ସକୁ ପତକା ଦେଖାଇ ରାଜ୍ୟବାସୀଙ୍କୁ ଜରୁରୀକାଳୀନ ସେବା ପ୍ରଦାନ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ରୋଗୀସେବା ଯୋଗାଇଦେବା ଉଦ୍ଦେଶ୍ୟରେ କ୍ରୟ ହୋଇଥିବା ଏହି ୨୬ଟି ଆମ୍ବୁଲାନ୍ସ ପାଇଁ ୧୦.୯୨ କୋଟି ଟଙ୍କା ବିନିଯୋଗ ହୋଇଛି।
ସୂଚନାଯୋଗ୍ୟ ଯେ, ଦୁର୍ଘଟଣା, ପ୍ରାକୃତିକ ବିପର୍ଯ୍ୟୟ, ଗର୍ଭବତୀ ଓ ଗୁରୁତର ରୋଗରେ ପୀଡିତ ବ୍ୟକ୍ତିଙ୍କୁ ବିନା ଖର୍ଚ୍ଚରେ ଡାକ୍ତରଖାନାକୁ ନେବା ପାଇଁ ରାଜ୍ୟରେ ଏହି ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ସଫଳତାର ସହ କାର୍ଯ୍ୟ କରୁଛି । ଜୀବନ ରକ୍ଷାକାରୀ ସୁବିଧା ଥିବା ଏହି ୨୬ଟି ନୂତନ ଆମ୍ବୁଲାନ୍ସ ସାମିଲ ହେବାପରେ ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ର ଅଧିକ ସୁଦୃଢ ହେବ। ଟୋଲ୍ ଫ୍ରି ନମ୍ବର ୧୦୮କୁ ଫୋନ୍ କରି ରାଜ୍ୟରେ ଏହି ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ସୁବିଧା ଉପଲବ୍ଧ ହେଉଛି।
ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ, 5T ସଚିବ ଭି.କେ ପାଣ୍ଡିଆନ, ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।
ଭାରସାମ୍ୟ ହରାଇ ଗଛରେ ପିଟିହେଲା ୧୦୮ ଆମ୍ବୁଲାନ୍ସ; ରୋଗୀ ସହ ହେଲ୍ପର ମୃତ, ୪ ଆହତ
କଳାହାଣ୍ଡି: ରୋଗୀ ନେଇ ମେଡିକାଲକୁ ଯିବାବେଳେ ଗଛରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି ୧୦୮ ଆମ୍ବୁଲାନ୍ସ ଗାଡି । ଦୁର୍ଘଟଣାରେ ରୋଗୀ ସହ ହେଲ୍ପର ମୃତ୍ୟୁବରଣ କରିଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ୨୬ ନମ୍ଵର ଜାତୀୟ ରାଜପଥ ମହିଚଲା ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା। ଆମ୍ବୁଲାନ୍ସଟି ଜୟପାଟଣା ମେଡିକାଲରୁ ରୋଗୀ ଧରି ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବାବେଳେ ଗଛରେ ପିଟି ହୋଇଯାଇଥିବା ସୂଚନା ମିଳିଛି ।
ସୁଚନାନୁସାରେ, ଝାଡ଼ାବାନ୍ତି କାରଣରୁ ଜୟପାଟଣା ଥାନା କପୁରମାଲ ଗାଁର ୪ ଜଣ ଜୟପାଟଣା ମେଡିକାଲରେ ଚିକିତ୍ସିତ ହେଉଥିଲେ। ସେମାନଙ୍କ ମଧ୍ୟରୁ ସୁନୀତା ଦୁର୍ଗାଙ୍କ ଅବସ୍ଥା ଗୁରୁତର ହେବାରୁ ଆଜି ସକାଳେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ନିଆଯାଉଥିଲା। ମାତ୍ର ରାସ୍ତାରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରେଇ ଏକ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି।
ଦୁର୍ଘଟଣାରେ ଘଟଣାସ୍ଥଳରେ ରୋଗୀ ସୁନୀତା ଓ ହେଲ୍ପର ଡମ୍ବରୁଙ୍କ ମୃତ୍ୟୁ ଘଟିଛି। ଏଥିରେ ଡ୍ରାଇଭର, ରୋଗୀଙ୍କ ଦୁଇ ସଂପର୍କୀୟ ଏବଂ ଆମ୍ବୁଲାନ୍ସ ର ଫାର୍ମାସିଷ୍ଟ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ତୁରନ୍ତ ସେମାନଙ୍କୁ ହସ୍ପିଟାଲ ପଠାଇଛି ଏବଂ ତଦନ୍ତ ଆରମ୍ଭ କରିଛି ।
ତମାଣ୍ଡୋ: ଦୁର୍ଘଟଣା ଶିକାର ବ୍ୟକ୍ତି କିମ୍ବା ଗୁରୁତର ରୋଗୀମାନଙ୍କୁ ଶୀଘ୍ର ଓ ସହଜରେ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ସରକାରଙ୍କ ପକ୍ଷରୁ ‘୧୦୮ ଆମ୍ବୁଲାନ୍ସ ସେବାର ବ୍ୟବସ୍ଥା କରାଯାଇଛି। କିନ୍ତୁ ପ୍ରଶାସନିକ ଅଧିକାରୀଙ୍କ ଅବହେଳା କାରଣରୁ ଆବଶ୍ୟକ ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ ‘୧୦୮’ ଆମ୍ବୁଲାନ୍ସ ଅଚଳ ହୋଇ ରାସ୍ତା କଡ଼ରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ନଷ୍ଟ ହେଉଛି । ଏଭଳି ଚିତ୍ର ଦେଖିବାକୁ ମିଳିଛି ୧୬ ନମ୍ବର ଜାତୀୟ ରାଜପଥର ତମାଣ୍ଡୋ ଥାନା ନିକଟରେ। ମରାମତି ଅଭାବରୁ ‘୧୦୮ ଆମ୍ବୁଲାନ୍ସ ଟି ୪ ବର୍ଷ ହେବ ଅଚଳ ହୋଇ ପଡ଼ି ରହିଛି। ଏହାର ଚତୁଃପାର୍ଶ୍ଵରେ ଅନାବନା ଗଛ ଉଠି ଆମ୍ବୁଲାନ୍ସକୁ ଗିଳିବାକୁ ବସିଲାଣି। ଖରା, ବର୍ଷା ପ୍ରକୋପରେ ତାହା ଦିନକୁ ଦିନ ଅଧିକ ଖରାପ ହେଉଛି। ଦୀର୍ଘଦିନ ଧରି ଏଭଳି ଅବସ୍ଥାରେ ପଡ଼ି ରହିଥିବାରୁ ଗାଡ଼ିରୁ ବିଭିନ୍ନ ଅଂଶ ଚୋରି ହୋଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି।
ଅତୀତରେ ହଜାର ହଜାର ରୋଗୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିବା ଆମ୍ବୁଲାନ୍ସଟି ସତେ ଯେମିତି କହୁଛି ‘ମୋତେ ମେଡିକାଲ ନିଅ ମୋତେ ଚିକିତ୍ସା ଦରକାର’। ଖରାପ ହୋଇ ପଡ଼ି ରହିଥିବା ଆମ୍ବୁଲାନ୍ସକୁ ଉଚିତ ସମୟରେ ମରାମତି କରାଯାଇଥିଲେ ପୁନଶ୍ଚ ହୁଏତ ରୋଗୀଙ୍କ ସେବାରେ ନିୟୋଜିତ ହୋଇପାରିଥାନ୍ତା ବୋଲି କହିଛନ୍ତି ସ୍ଥାନୀୟ ଅଞ୍ଚଳର ବାଳକୃଷ୍ଣ ପ୍ରଧାନ । ଏନେଇ ‘୧୦୮’ ଆମ୍ବୁଲାନ୍ସ ଦାୟିତ୍ବରେ ଥିବା ଜେଡଏଚଏଲର କ୍ଲଷ୍ଟର ଲିଡର ଅମୀୟ ସ୍ଵାଇଁଙ୍କୁ ପଚାରିବାରୁ, ଆମ୍ବୁଲାନ୍ସଟି ଚାଲିବା ଉପଯୋଗୀ ନ ହେବାରୁ ତାକୁ ସେବାରୁ ନିବୃତ କରାଯାଇଛି ଓ ତା ବଦଳରେ ସରକାରଙ୍କ ତରଫରୁ ଏକ ନୂତନ ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି। ଖରାପ ଆମ୍ବୁଲାନ୍ସକୁ ନିଲାମ କରାଯିବ ବୋଲି ସେ କହିଛନ୍ତି।