Keonhjar - The Sakala

କେନ୍ଦୁଝରରେ ସ୍ୱୟଂ ଚାଳିତ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ ଆରମ୍ଭ, ୬ଟି ପଦ୍ଧତିକୁ ଅତିକ୍ରମ କଲେ ମିଳିବ ଡିଏଲ୍
କେନ୍ଦୁଝର: କେନ୍ଦୁଝର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଶୁକ୍ରବାର ଠାରୁ ସ୍ୱୟଂଚାଳିତ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ (ଏଡିଟିଏସ୍‌) ଆରମ୍ଭ ହୋଇଛି। ପ୍ରଥମ ଦିନରେ ୫୦ ଜଣଙ୍କ ଏଡିଟିଏସ୍ ପରୀକ୍ଷା ହୋଇଥିବା ସୂଚନା ମିଳିଛି। ଏହି ଏଡିଟିଏସ୍ ଟେଷ୍ଟିଂ ଟ୍ରାକ୍ ବ୍ୟବସ୍ଥାରେ ଶତ ପ୍ରତିଶତ ସ୍ୱଚ୍ଛତା ରକ୍ଷା କରାଯିବା ସହ ସିସି କ୍ୟାମେରା ଜରିଆରେ ଆବେଦନକାରୀଙ୍କ ଡ୍ରାଇଭିଂ ଟେଷ୍ଟ ସଠିକ ଓ ନିର୍ଭୁଲ ଭାବେ ଯାଞ୍ଚ କରାଯାଉଛି । ଆଞ୍ଚଳିକ ପରିବହନ ବିଭାଗରେ ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ଏଡିଟିଏସ୍ ଶୁଭାରମ୍ଭ କରାଯାଇଛି।

ଏହି ଏଡିଟିଏସ୍ ଟ୍ରାକ୍ ବ୍ୟବସ୍ଥାରେ କେନ୍ଦୁଝର ଆଞ୍ଚଳିକ ପରିବହନ ବିଭାଗରେ ଶତ ପ୍ରତିଶତ ସ୍ୱଚ୍ଛତା ରକ୍ଷା କରାଯିବା ସହ ଦଲାଲ ଓ ମଧ୍ୟସ୍ଥଙ୍କ ଭୂମିକାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଏଡିଟିଏସ୍‌ରେ ସିସି କ୍ୟାମେରା ଓ ଭିଡିଓ ଆନାଲିଟିକ୍ ସିଷ୍ଟମ ଜରିଆରେ ଆବେଦନକାରୀଙ୍କ ଡ୍ରାଇଭିଂ ଟେଷ୍ଟ ସ୍ୱଚ୍ଛତାର ସହ ଓ ନିର୍ଭୁଲ ଭାବେ କରାଯାଉଛି। ଡ୍ରାଇଭିଂ ଟେଷ୍ଟିଂ ପାଇଁ ପରିବହନ ବିଭାଗ ପକ୍ଷରୁ ଯାହା ନିୟମ ରହିଛି ସେହି ନିୟମକୁ ପାଳନ କରି ୬ଟି ପଦ୍ଧତିକୁ ଅତିକ୍ରମ କରି ଗାଡି ଚଳାଇ ପାରିଲେ ଆବେଦନକାରୀଙ୍କୁ ତୁରନ୍ତ ପାସ କରାଯାଇଥିଲା।

ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନକାରୀ ଅନଲାଇନ୍ ଜରିଆରେ ଆବେଦନ କରିବା ପରେ ପରିବହନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ଟେଷ୍ଟିଂ ଟ୍ରାକରେ ଏଡିଟିଏସ୍ ଟେଷ୍ଟ କରାଯାଉଛି। ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନକାରୀ ଅନଲାଇନ ମାଧ୍ୟମରେ ଆବେଦନ କରିବା ପରେ ପରିବହନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ଟେଷ୍ଟିଂ ଟ୍ରାକରେ ଏଟିଡିଏସ୍ ପରୀକ୍ଷା କରାଯାଇଛି। ଯାହାଫଳରେ ଦକ୍ଷତାସମ୍ପନ୍ନ ଚାଳକଙ୍କୁ ଗାଡିଚାଳନା ଲାଇସେନ୍ସ ଯୋଗାଇ ଦିଆଯିବ।

ଏ ସମ୍ପର୍କରେ କେନ୍ଦୁଝର ଆରଟିଓ ଇଂ ଗୋପାଳ କୃଷ୍ଣ ଦାସ କହିଛନ୍ତି, ଏହି ଏଡିଟିଏସ୍ ସମ୍ପୂର୍ଣ୍ଣ କମ୍ପ୍ୟୁଟର ଜରିଆରେ ହେଉଛି। ସେଠାରେ ମୋଟ ୨୬ ଟି କ୍ୟାମେରା ଲାଗିଛି। ୬ଟି ସୋପାନରେ ଏହି ଏଡିଟିଏସ୍ ଟେଷ୍ଟିଂ ହେବ। ସେଗୁଡିକ ହେଲା ଓଭରଟେକିଂ, ଜେବ୍ରା କ୍ରସିଂ,ଏସ୍ ଟ୍ରାକ,ପାରାଲାଲ ପାର୍କିଂ,ଗ୍ରାଡିଏଣ୍ଟ ଏବଂ ଏଇଟ୍ (୮) ଟ୍ରାକ୍ ଆଦି ସବୁ ସିଷ୍ଟମରେ ଭିଜୁଆଲ ଆନାଲାଇଜ୍ କରାଯାଇ ଡ୍ରାଇଭିଂ ଟେଷ୍ଟ ହେବ। ଏଥିପାଇଁ ଚାଳକଙ୍କୁ ୬ଟି ଯାକ ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ପଡିବ। ଯାହାକି ସିଷ୍ଟମ ଦ୍ୱାରା ପ୍ରଦର୍ଶିତ ହେବ। ଏଥିରେ ଗୋଟିଏ କେଉଁଥିରେ ବି ଫେଲ ହେଲେ ତାକୁ ଅକୃତକାର୍ଯ୍ୟ ଧରାଯିବ। ଚାଳକ ଜାଣିପାରିବ ସେ କେଉଁ ସୋପାନରେ ଫେଲ ହେଲେ । ସେଥିପାଇଁ ସେ ପ୍ରସ୍ତୁତ ହୋଇ ପୁନଃ ଏଡିଟିଏସ୍ ଟେଷ୍ଟିଂର ସମ୍ମୁଖୀନ ହେବ । ଏହା ସମ୍ପୂର୍ଣ୍ଣ ଭିଜୁଆଲ ଆନାଲିସିସ ଦ୍ୱାରା ସିଷ୍ଟମରେ ହେଉଥିବାରୁ ଏଥିରେ କୌଣସି ମାନୁଆଲ ହସ୍ତକ୍ଷେପ ରହିବ ନାହିଁ କି ମଧ୍ୟସ୍ଥି କିମ୍ବା ଦଲାଲଙ୍କ ଭୂମିକା ରହିବ ନାହିଁ । ସବୁଠାରୁ ବଡ କଥା ହେଲା ଏହା ଦ୍ୱାରା ଉତ୍ତମ ଅଭିଜ୍ଞ ଚାଳକ ସୃଷ୍ଟି ହେବା ସହ ଦୁର୍ଘଟଣା ହାର ହ୍ରାସ ପାଇବ ବୋଲି ଆଂଚଳିକ ପରିବହନ ଅଧିକାରୀ ସୂଚନା ଦେଇଛନ୍ତି ।

କେନ୍ଦୁଝର ପୁଲିସ କବଜାରେ ଆନ୍ତଃଜିଲ୍ଲା ଡକାୟତି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ, ବିଭିନ୍ନ ଥାନାରେ ରହିଛି ଏକାଧିକ ମାମଲା
କେନ୍ଦୁଝର: କେନ୍ଦୁଝର ପୁଲିସକୁ ଶନିବାର ଏକ ବଡ଼ ସଫଳତା ମିଳିଛି। କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନା ସମେତ ରାଉରକେଲା, ଢେଙ୍କାନାଳ, ସମ୍ବଲପୁର ଆଦି ଜିଲ୍ଲାରେ ୨୮ଟି ବଡ଼ ଡ଼କାୟତିରେ ସାମିଲଥିବା ମାଷ୍ଟର ମାଇଣ୍ଡ ଦାଶରଥୀ ଧୀବରକୁ ପୁଲିସ ଗିରଫ କରିଛି।

ସୂଚନା ଅନୁଯାୟୀ, ଗତବର୍ଷ ଅକ୍ଟୋବର ମାସ ୧୮ ତାରିଖରେ ଗିରଫ ଡ଼କାୟତ ଦାଶରଥି ଧୀବର ନେତୃତ୍ୱରେ ୬ଜଣ ଡ଼କାୟତ ନୟାକୋଟ ଥାନା ଅଞ୍ଚଳ ଫୁଲଝର ସ୍ଥିତ ସ୍ୱପ୍ନେଶ୍ଵର ଫିଲିଙ୍ଗ ଷ୍ଟେସନରେ ମଧ୍ୟ ରାତ୍ରିରେ ସଟର ଭାଙ୍ଗି ୪ଲକ୍ଷ ଟଙ୍କା, ଲାପଟପ ସମେତ ଅନ୍ୟାନ୍ୟ ସାମଗ୍ରୀ ଲୁଟିନେଇଥିଲେ।  ଏହି ମାମଲା ଆଧାରରେ ପୁଲିସ ସ୍ୱତନ୍ତ୍ର ଟିମ ଗଠନ କରି ପୂର୍ବରୁ ୫ ଜଣ ଡକାୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ଏହି ଡକାୟତି ସମେତ ବିଭିନ୍ନ ଜିଲ୍ଲାରେ ୨୮ ଡକାୟତି ଘଟଣାର ମାଷ୍ଟର ମାଇଣ୍ଡ ଶରଥୀ ଧୀବର ଫେରାର ଥିଲା। କେନ୍ଦୁଝର ଏସପିଙ୍କ ନିର୍ଦ୍ଦେଶରେ ଗଠିତ ଏକ ଟିମ ଶେଷରେ ଶନିବାର ଡ଼କାୟତ ସର୍ଦ୍ଦାରକୁ ଗିରଫ କରିବାରେ ସଫଳ ହୋଇଛି। ତା ନାଁରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନାରେ ୨୦ ଟି, ରାଉରକେଲା ପୁଲିସ ଜିଲ୍ଲାରେ ୬ଟି, ଢେଙ୍କାନାଳ ଜିଲ୍ଲାରେ ୧ଟି ଏବଂ ସମ୍ବଲପୁରେ ୧ ଡ଼କାୟତି ମାମଲାରେ ସମ୍ପୃକ୍ତ ଥିବା ପୁଲିସ କହିଛି। ଗିରଫ ଡ଼କାୟତ ପାଖରୁ ଗୋଟିଏ ପିସ୍ତଲ, ୧ ଖୁକରୀ, ସୁନା ରୁପା ଅଳଙ୍କାର, ବୋଲେରୋ ଓ ବାଇକ ଜବତ କରାଯାଇଛି।

ଲୋକସଭା ପ୍ରାର୍ଥୀ ଚୟନକୁ ନେଇ କେନ୍ଦୁଝର କଂଗ୍ରେସରେ ବିଦ୍ରୋହ
କେନ୍ଦୁଝର: କେନ୍ଦୁଝର କଂଗ୍ରେସରେ ବିଦ୍ରୋହ। ଜିଲ୍ଲା ସଭାପତି ସମେତ ସମୂହ ପଦବୀରୁ ଇସ୍ତଫା ଦେଲେ କଂଗ୍ରେସ ନେତୃବୃନ୍ଦ। ଜିଲ୍ଲା କମିଟିକୁ ଉପେକ୍ଷା କରି ମନଇଛା ଲୋକସଭା ପ୍ରାର୍ଥୀ ଘୋଷଣାକୁ ବିରୋଧ। କଂଗ୍ରେସ ଦଳ ପକ୍ଷରୁ ଲୋକସଭା ସାଂସଦ ଭାବେ ମୋହନ ହେମ୍ବ୍ରମଙ୍କ ପ୍ରାର୍ଥୀତ୍ୱକୁ ବିରୋଧକରି କେନ୍ଦୁଝର ଜିଲ୍ଲା କଂଗ୍ରେସ କମିଟିର ସଭାପତିଙ୍କ ସମେତ ଏକାଧିକ ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କ ସାମୁହିକ ଇସ୍ତଫାପତ୍ର ପିସିସି ସଭାପତିଙ୍କ ନିକଟକୁ ପଠାଇବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ସଭାପତି ମୋହନ ପରିଡା। ଏଥିସହ ରାଜ୍ୟ ମହିଳା କଂଗ୍ରେସର ଉପସଭାପତି ସଙ୍ଗିତା ସିଂହ ଓ ରାଜ୍ୟ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଆଲୋକ ମିଶ୍ର ଓ ସପାଦକ ସଂଗ୍ରାମ ଦାସ ମଧ୍ୟ ଇସ୍ତଫା ଦେଇଥିବା ଜଣାପଡ଼ିଛି।

ମାତୃତ୍ୱ ପ୍ରେମର କରୁଣ ନିଦର୍ଶନ: ଛୁଆହାତୀର ମୃତଦେହ ପୋତାସ୍ଥାନରୁ ଛାଡି ଯାଉନାହିଁ ମାଆହାତୀ
ଯୋଡା: ମାଈ ହାତୀ ଛୁଆହାତୀକୁ ଜନ୍ମ କଲାପରେ ସୋମବାର ଉକ୍ତ ଛୁଆହାତୀଟିର ମୃତ୍ୟୁ ଘଟିଥିଲା। କିନ୍ତୁ ମାଆହାତୀ ଛୁଆହାତୀକୁ ପୋତାଯାଇଥିବା ସ୍ଥାନ ଛାଡି ନ ଯିବା ସମସ୍ତଙ୍କୁ ଭାବ ବିହ୍ଵଳ କରୁଛି। ମା’ର ଅନାବିଳ ପ୍ରେମର ପଟାନ୍ତର ନାହିଁ। ମାତୃତ୍ୱ ପ୍ରେମର ଏକ କରୁଣ ନିଦର୍ଶନ ଦେଖିବାକୁ ମିଳିଛି । ନବଜାତକକୁ ହରାଇ ଝୁରୁଛି ମାଆହାତୀ। ଭୁଲି ପାରୁନାହିଁ ଛୁଆକୁ। ଛୁଆ କବର ନିକଟରେ ଠିଆହୋଇ ଝରାଉଛି ଲୋତକ। ଛୁଆର ମୃତ୍ୟୁ ଘଟିବାରେ ମାଟି ତଳେ ପୋତା ହୋଇଥିବା ସ୍ଥାନରେ ଅପେକ୍ଷା କରିଛି ଛୁଆର ଫେରି ଆସିବା ବାଟକୁ ମାଆହାତୀ । ସେ କିଛି ନ କହିଲେ ବି ସବୁକିଛି ବାରି ହୋଇ ପଡୁଛି ତା’ ମୁଖ ମଣ୍ଡଳରୁ। ଏଭଳି ଏକ ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଯୋଡ଼ା ସେକ୍ସନ୍ ଦଡୁଆଁ ଜଙ୍ଗଲରେ ।

ନିଜ ଛୁଆକୁ ହରାଇ ଏକ ମାଈ ହାତୀ ଦୁଃଖରେ ମ୍ରିୟମାଣ ହୋଇଛି। ହାତୀଛୁଆ ଚାରିପାଖରେ ରାତିସାରା ପଇଁତରା ମାରିବା ଓ ମୃତଦେହ ପୋତା ଯାଇଥିବା ସ୍ଥାନରେ ନିଜ ଛୁଆକୁ ଖୋଜି ବୁଲିବା ଏକ ଭାବବିହ୍ଵଳ ପରିବେଶ ସୃଷ୍ଟି କରିଛି । ଗତ ରବିବାର ରାତି ୮ଟା ରେ ଏଠାରେ ୧୨ ଟିକିଆ ହାତୀ ପଲରୁ ଏକ ମାଈହାତୀ ଛୁଆ ଜନ୍ମ କରିଥିଲା। ହେଲେ କୌଣସି କାରଣରୁ ହାତୀ ଛୁଆର ମୃତ୍ୟୁ ଘଟିଥିଲା । ସୋମବାର ବନ ବିଭାଗ ପହଞ୍ଚି ମୃତ ହାତୀ ଛୁଆର ବ୍ୟବଛେଦ କରି ସେଠାରେ ମୃତଦେହ ପୋତି ଦେଇଥିଲେ। ପୋତା ସ୍ଥାନରେ କିଛି ଫୁଲ ଦେଇ, ଧୂପ ଜାଳିଥିଲେ । କିଛି ସମୟ ପରେ ମାଆହାତୀ ସେଠାରେ ପହଞ୍ଚି ଲୁହ ଛଳଛଳ ଆଖିରେ ନିଜ ଛୁଆକୁ ଖୋଜି ବୁଲିଥିଲା । ଅନେକ ସମୟ ଧରି ସେଠାରେ ଠିଆ ହୋଇ ନିଜ ସନ୍ତାନକୁ ଅପେକ୍ଷା କରି ରହିଥିଲା ମାଆହାତୀ। ମାଆ ଓ ହାତୀ ଛୁଆ ମଧ୍ୟରେ ଥିବା ଏଭଳି ଅନାବିଳ ସ୍ନେହ, ମମତା ବନ୍ୟ ପ୍ରାଣୀ ପ୍ରେମୀଙ୍କ ହୃଦୟକୁ ଆନ୍ଦୋଳିତ କରିବା ସହ ଏକ ଭାବ ବିହ୍ବଳ ପରିବେଶ ସ୍ରୁଷ୍ଟି କରିଛି।

ଧାନ ବିଲ ଜଗିଥିବା ସମୟରେ ଯୁବକଙ୍କୁ ଦଳିଦେଲା ହାତୀ
କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ଚମ୍ପୁଆ ବନାଚଂଳ ବାଲିବଦ୍ଧ ଫରେଷ୍ଟ ବିଟ ଅଚଂଳରେ ମଂଚାରେ ଧାନ ଜଗିଥିବା ଜଣେ ବ୍ୟକ୍ତିଙ୍କୁ ହାତୀ ଦଳି ଦଳିଦେଇଥିବା ଜଣାପଡିଛି। ସୂଚନା ଅନୁସାରେ ବାଲିବନ୍ଧ ଫରେଷ୍ଟ ବିଟ୍ ଅଧନସ୍ଥ ପୁରାଣାପାଣିଠାରେ ଚମାରୁ ମୁଣ୍ଡା(୨୪ବର୍ଷ) ତାଙ୍କର ଧାନ କ୍ଷେତରେ ତିଆରି ମଂଚାରେ ଧାନ ଜଗିଥିଲେ। କିଛିଦିନ ହେବ ଚାଷ ବଚାଂଇବାପାଇଁ ଚମାରୁ ମଂଚାରେ ଧାନ ଜଗିଥାନ୍ତି। ରବିବାର ରାତ୍ରୀରେ ଧାନକ୍ଷେତ ଜଗିବାପରେ ସୋମବାର ଭୋରରୁ ମଂଚାରୁ ଓହ୍ଲାଇବାବେଳେ ତଳେ ଥିବା ହାତୀ ପଲ୍ଲରୁ ଗୋଟିଏ ହାତୀ ଚମାରୁକୁ ଟେକିନେଇ ଦଳିଦେଇଥିଲା। ଫଳରେ ଘଟଣା ସ୍ଥଲଳରେ ତାଙ୍କର ମୃତ୍ୟୁ ହୋଇଛି। ଖବରପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଯାଇଥିବାବେଳେ ବାମେବାରୀ ପୋଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମାଲା ରୁଜ୍ଜୁ କରିଥିବା ଜଣାପଡିଛି।