Aam Aadmi Party - The Sakala
'ଅଦା, ରସୁଣ, ଜିରା... କେବେ ପରିବା ହୋଇପାରିବେ ନାହିଁ', ଦଳ ଛାଡ଼ିଥିବା ୭ ଆପ୍ ସାଂସଦଙ୍କୁ ଭଗୱନ୍ତ ମାନଙ୍କ କଟାକ୍ଷ
ଆମ୍ ଆଦମୀ ପାର୍ଟି (ଆପ୍) ଛାଡ଼ି ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହୋଇଥିବା ରାଘବ ଚଢାଙ୍କ ସମେତ ୭ ରାଜ୍ୟସଭା ସାଂସଦଙ୍କ ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ। ସେ ଏହି ନେତାମାନଙ୍କୁ ବିଶ୍ୱାସଘାତକ କହିବା ସହ ଏକ ଭିନ୍ନ ଅନ୍ଦାଜରେ କଟାକ୍ଷ କରିଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସେ ଦଳ ଛାଡ଼ିଥିବା ଏହି ସାଂସଦଙ୍କୁ ରୋଷେଇ ଘରର ମସଲା ସହିତ ତୁଳନା କରିଛନ୍ତି।
ମାନଙ୍କ କଟାକ୍ଷ - ଏକୁଟିଆ ପରିବା ହୋଇପାରିବେ ନାହିଁ
ନିଜର ଏକ୍ସ ଆକାଉଣ୍ଟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଲେଖିଛନ୍ତି, "ଅଦା, ରସୁଣ, ଜିରା, ମେଥି ଗୁଣ୍ଡ, ଲାଲ୍ ଲଙ୍କା, ଗୋଲମରିଚ ଏବଂ ଧନିଆ- ଏହି ୭ଟି ଜିନିଷ ମିଶି ଏକ ପରିବା ତରକାରୀକୁ ସ୍ୱାଦିଷ୍ଟ କରିଥାନ୍ତି। କିନ୍ତୁ ଏହି ସବୁ ଜିନିଷ ଏକୁଟିଆ କେବେ ବି ଗୋଟିଏ 'ପରିବା' ହୋଇପାରିବେ ନାହିଁ"। ମାନଙ୍କ କହିବାର ଅର୍ଥ ହେଉଛି, ଏହି ନେତାମାନେ ଦଳରେ ରହିବା ଦ୍ୱାରା ଦଳର ଶୋଭା ବଢ଼ୁଥିଲା କିନ୍ତୁ ଦଳ ବିନା ସେମାନଙ୍କର ନିଜସ୍ୱ କୌଣସି ଅସ୍ତିତ୍ୱ ବା ପରିଚୟ ନାହିଁ। ବ୍ୟକ୍ତିବିଶେଷଙ୍କ ଅପେକ୍ଷା ଦଳ ସବୁବେଳେ ବଡ଼ ବୋଲି ସେ ଦର୍ଶାଇଛନ୍ତି।
କିଏ ସେହି ୭ ସାଂସଦ?
ବିଜେପିରେ ସାମିଲ ହୋଇଥିବା ଆପ୍‌ର ଏହି ୭ ସାଂସଦଙ୍କ ମଧ୍ୟରେ ରହିଛନ୍ତି ବରିଷ୍ଠ ନେତା ରାଘବ ଚଢା, ସନ୍ଦୀପ ପାଠକ, ଅଶୋକ ମିତ୍ତଲ, ସ୍ୱାତୀ ମାଲିୱାଲ, ହରଭଜନ ସିଂହ, ରାଜିନ୍ଦର ଗୁପ୍ତା ଏବଂ ବିକ୍ରମଜିତ ସିଂହ ସାହନି। ରାଜ୍ୟସଭାରେ ଆପ୍‌ର ମୋଟ ୧୦ ଜଣ ସାଂସଦ ଥିବା ବେଳେ ଏବେ ୭ ଜଣ ସାଂସଦ ଏକାସାଙ୍ଗରେ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ଦୁଇ ତୃତୀୟାଂଶ ସାଂସଦ ଦଳ ଛାଡ଼ିଥିବାରୁ ସେମାନଙ୍କ ଉପରେ ଦଳବଦଳ ବିରୋଧୀ ଆଇନ ଲାଗୁ ହେବ ନାହିଁ ବୋଲି ସେମାନେ ଦାବି କରିଛନ୍ତି। ଆପ୍ ପାଇଁ ଏହାକୁ ଏକ ବଡ଼ ରାଜନୈତିକ ଝଟକା ଭାବେ ବିବେଚନା କରାଯାଉଛି।
ବିଜେପି ଉପରେ ବର୍ଷିଲେ ଭଗୱନ୍ତ
ଏହି ଘଟଣା ପରେ ବିଜେପି ଉପରେ ତୀବ୍ର ଆକ୍ରମଣ କରିଛନ୍ତି ଭଗୱନ୍ତ ମାନ। ସେ ଅଭିଯୋଗ କରିଛନ୍ତି ଯେ ବିଜେପି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଭୟ ଦେଖାଇ ବିରୋଧୀଙ୍କୁ ଦବାଇବାକୁ ଚେଷ୍ଟା କରୁଛି ଏବଂ 'ଅପରେସନ୍ ଲୋଟସ୍' ଜରିଆରେ ପଞ୍ଜାବର ଉନ୍ନତିରେ ବାଧା ସୃଷ୍ଟି କରୁଛି। ଦଳ ଛାଡ଼ିଥିବା ନେତାଙ୍କୁ ସେ 'ଗଦ୍ଦାର' ଆଖ୍ୟା ଦେଇଛନ୍ତି ଏବଂ ପଞ୍ଜାବବାସୀ ଏହି ବିଶ୍ୱାସଘାତକତାକୁ କେବେବି କ୍ଷମା କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। କିଛି ନେତାଙ୍କ ଦଳ ଛାଡ଼ିବା ଦ୍ୱାରା ଦଳ ଦୁର୍ବଳ ହେବ ନାହିଁ ଏବଂ ଏହା ସମୁଦ୍ରରୁ ବୁନ୍ଦାଏ ଜଳ କାଢ଼ିନେବା ସହ ସମାନ ବୋଲି ମାନ କହିଛନ୍ତି।
ରାଘବ ଚଢାଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ: ରାଜ୍ୟସଭା ଉପନେତା ପଦରୁ ହଟାଇଲା 'ଆପ୍'
ନୂଆଦିଲ୍ଲୀ: ରାଘବ ଚଢାଙ୍କ ବିରୋଧରେ 'ଆପ୍'ର ବଡ କାର୍ଯ୍ୟାନୁଷ୍ଠାନ । ରାଜ୍ୟସଭା ଉପ ନେତା ପଦରୁ ହଟିଲେ ରାଘବ ଚଢ଼ା ।  ଆମ୍ ଆଦମୀ ପାର୍ଟି (AAP) ନିଜର ବରିଷ୍ଠ ନେତା ତଥା ସାଂସଦ ରାଘବ ଚଢ଼ାଙ୍କୁ ସଂସଦର ଉଚ୍ଚ ସଦନ ଅର୍ଥାତ୍ ରାଜ୍ୟସଭାର ଉପନେତା ପଦରୁ ହଟାଇ ଦେଇଛି। ତାଙ୍କ ସ୍ଥାନରେ ପଞ୍ଜାବ ସାଂସଦ ଅଶୋକ ମିତ୍ତଲଙ୍କୁ ନୂଆ ରାଜ୍ୟସଭା ଉପନେତା ଭାବେ ନିଯୁକ୍ତ କରାଯାଇଛି। ୨୦୨୩ ମସିହାରୁ ଏହି ଦାୟିତ୍ୱ ତୁଲାଉଥିବା ରାଘବଙ୍କ ପାଇଁ ଏହା ଏକ ବଡ଼ ଝଟକା ବୋଲି କୁହାଯାଉଛି।
ପାର୍ଟି ପକ୍ଷରୁ ରାଜ୍ୟସଭା ସଚିବାଳୟକୁ ନେତୃତ୍ୱ ପରିବର୍ତ୍ତନ ନେଇ ସୂଚନା ଦିଆଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ସଂସଦରେ ପାର୍ଟିର କହିବା ସମୟ ରାଘବଙ୍କୁ ନଦେବାକୁ ଏହି ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ନିକଟରେ ତାଙ୍କର କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ 'ରଣନୀତିକ ନୀରବତା' ଏହାର ପ୍ରମୁଖ କାରଣ ବୋଲି ଚର୍ଚ୍ଚା ହେଉଛି। ଫେବୃଆରୀ ୨୦୨୬ରେ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲ ଏବଂ ମନୀଷ ସିସୋଦିଆ ଦୋଷମୁକ୍ତ ହେବା ପରେ ମଧ୍ୟ ସେ ସୋସିଆଲ ମିଡିଆରେ ସମ୍ପୂର୍ଣ୍ଣ ଚୁପ୍ ରହିଥିଲେ। ଏହାବ୍ୟତୀତ ନିକଟରେ ଦିଲ୍ଲୀର ଯନ୍ତରମନ୍ତର ଠାରେ ଆୟୋଜିତ ଜନସଭା ଏବଂ ପାର୍ଟି ମୁଖ୍ୟାଳୟରେ ହୋଇଥିବା ପ୍ରେସ୍‌ମିଟ୍‌ରେ ମଧ୍ୟ ସେ ଅନୁପସ୍ଥିତ ଥିଲେ।
ନୂତନ ଉପନେତା ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଅଶୋକ ମିତ୍ତଲ ଏହି ବିବାଦକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ଏହା ଏକ ନିୟମିତ ପ୍ରକ୍ରିୟା ଏବଂ ପାର୍ଟି ସମସ୍ତଙ୍କୁ ସୁଯୋଗ ଦେବାରେ ବିଶ୍ୱାସ କରେ। ସଙ୍ଗଠନ ଭିତରେ ସବୁକିଛି ଠିକ୍ ଥିବା ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସ୍ପଷ୍ଟ କରିଛନ୍ତି।
୨୦୧୨ ମସିହାରେ ଆପ୍‌ ଗଠନ ହେବା ଦିନଠାରୁ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (CA) ଭାବେ ରାଘବ ଚଢ଼ା ପାର୍ଟିର ଏକ ଅବିଚ୍ଛେଦ୍ୟ ଅଙ୍ଗ ରହିଆସିଛନ୍ତି। ସେ ଆପ୍‌ର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା ରାଜନୈତିକ ବ୍ୟାପାର କମିଟି (PAC)ର ସଦସ୍ୟ, ପୂର୍ବତନ ଜାତୀୟ କୋଷାଧ୍ୟକ୍ଷ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଉପଦେଷ୍ଟା ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ବିରୋଧୀ ଇଣ୍ଡିଆ (INDIA) ମେଣ୍ଟ ଗଠନ ସମୟରେ ମଧ୍ୟ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ପୂର୍ବରୁ ୨୦୨୪ ଲୋକସଭା ନିର୍ବାଚନ ଓ କେଜ୍ରିୱାଲଙ୍କ ଗିରଫଦାରୀ ସମୟରେ ଆଖି ଅସ୍ତ୍ରୋପଚାର ପାଇଁ ତାଙ୍କର ବ୍ରିଟେନ ଗସ୍ତ ଦଳ ଭିତରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ବର୍ତ୍ତମାନ ସେ ପଞ୍ଜାବର ସହ-ପ୍ରଭାରୀ ଭାବେ କାର୍ଯ୍ୟ କରୁଛନ୍ତି। ତେବେ ରାଜ୍ୟସଭା ଉପନେତା ପଦରୁ ବିଦା ହେବା ପରେ ଆପ୍‌ର ଆଭ୍ୟନ୍ତରୀଣ ସଙ୍ଗଠନରେ ରାଘବଙ୍କ ସ୍ଥିତି ଓ ପ୍ରଭାବ କେଉଁ ଆଡ଼କୁ ଯାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ପରେ ପଞ୍ଜାବରେ ‘ଇଣ୍ଡିଆ’ ମେଣ୍ଟକୁ ଝଟ୍‌କା। ପଞ୍ଜାବରେ ଏକା ନିର୍ବାଚନ ଲଢ଼ିବ ଆମ୍‌ ଆଦମୀ ପାର୍ଟି। ପଞ୍ଜାବର ସମସ୍ତ ୧୩ଟି ଲୋକସଭା ଆସନରେ ଆପ୍‌ ଏକା ନିର୍ବାଚନ ଲଢ଼ିବ ବୋଲି ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକା ଲଢ଼ିବାକୁ ଘୋଷଣା କରିବାର କିଛି ସମୟ ପରେ ପଞ୍ଜାବ ସରକାର ଏଭଳି ଘୋଷଣା କରିଛନ୍ତି।
ଆଗକୁ ଲୋକସଭା ନିର୍ବାଚନ। ଏହି ନିର୍ବାଚନରେ କଂଗ୍ରେସ ସହ ଆପ୍‌ କୌଣସି ମେଣ୍ଟ କରିବନି। ଆମ୍‌ ଆଦମୀ ନିର୍ବାଚନ ଏକା ଲଢ଼ିବ ବୋଲି ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସେପଟେ ଆମ୍‌ ଆଦମୀ ପାର୍ଟି ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ପଞ୍ଜାବରେ ଏକା ନିର୍ବାଚନ ଲଢ଼ିବା ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି।ଏହାପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବଓ୍ୱାନ୍ତ ମାନ ଅନେକ ଥର ସାଧାରଣ ସଭାରେ ଏକା ଲଢ଼ିବାକୁ କହିସାରିଛନ୍ତି।
ଖବର ଅନୁଯାୟୀ, ତ୍ରୁଣମୂଳ କଂଗ୍ରେସ ଅଧ୍ୟକ୍ଷ ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ଏକା ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିଲେ। ତାଙ୍କ ଦଳ ପଶ୍ଚିମବଙ୍ଗର ସମସ୍ତ ଆସନରେ ଏକା ଲଢ଼ିବ ବୋଲି ସେ କହିଥିଲେ।
ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ଗୁଜୁରାଟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏଥିପାଇଁ ବିଭିନ୍ନ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ଗୁଜୁରାଟରେ ନିର୍ବାଚନ ଜିତିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ଦଳର ସଂଯୋଜକ ଅରବିନ୍ଦ କେଜରିୱାଲ ସୁରଟରେ ଦଳର ନିର୍ବାଚନୀ ଘୋଷଣା କରିଛନ୍ତି । ନିର୍ବାଚନ ଜିତିବା ପାଇଁ ଗୁଜରାଟରେ ଆରମ୍ଭ ହେଲା କେଜ୍ରିୱାଲଙ୍କ ବିଜୁଳି ରାଜନୀତି। ଦିଲ୍ଲୀ ଏବଂ ପଞ୍ଜାବରେ ମାଗଣା ବିଦ୍ୟୁତ୍ ଯୋଗାଣ ନେଇ ଆପ୍ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିଥିବା ବେଳେ ଏବେ ଗୁଜରାଟରେ ସମାନ ପ୍ରତିଶ୍ରୁତି ଦେଇ ସେ ଗୁଜରାଟକୁ ହାତେଇବା ପାଇଁ ଚେଷ୍ଟା କରୁଛନ୍ତି। ଗୁଜରାଟରେ ଆପ ସରକାର ଗଢ଼ିଲେ ୩୦୦ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଯୋଗାଇବୁ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିୱାଲ। ଏହା ସହ ସମସ୍ତ ପୁରୁଣା ବିଲ୍ ମଧ୍ୟ ଛାଡ କରିବେ ବୋଲି କେଜ୍ରିୱାଲ କହିଛନ୍ତି।
ଦଳ ତରଫରୁ ଘୋଷଣା କରାଯାଇଛି ଯେ ସରକାର ଗଠନ ହେବାର ୩ ମାସ ମଧ୍ୟରେ ଏଠାରେ ୩ ଶହ ୟୁନିଟ ଯାଏ ବିଜୁଳି ମାଗଣାରେ ପ୍ରଦାନ କରାଯିବ । ଏହା ଛଡା ରାଜ୍ୟରେ ୨୪ ଘଣ୍ଟା ବିଜୁଳି ଲୋକଙ୍କୁ ମିଳିବ । ସବୁଠାରୁ ବଡ ଘୋଷଣା ହେଉଛି ଡିସେମ୍ବର ୩୧ ଯାଏ ବାକି ଥିବା ସମସ୍ତ ବିଲକୁ ଛାଡ କରାଯିବ ।
ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ମେଗା ରୋଡ୍‌ ଶୋ’
ଚଣ୍ଡିଗଡ଼: ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବିଜୟ ପରେ ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ମେଗା ରୋଡ୍‌ ଶୋ’। ରୋଡ ଶୋ’ ପୂର୍ବରୁ ପଞ୍ଜାବର ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ୱନ୍ତ ମାନଙ୍କ ସହ ସ୍ୱର୍ଣ୍ଣ ମନ୍ଦିର ପରିଭ୍ରମଣ କରିଛନ୍ତି ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିଓ୍ୱାଲ । ପଞ୍ଜାବ ବିଧାନସଭା ନିର୍ବାଚନରେ ବହୁମତ ପାଇଛି ଆମ ଆଦମୀ ପାର୍ଟି । ମୋଟ ୧୧୭ ଆସନ ମଧ୍ୟରୁ ୯୨ଟି ଆସନରେ ବିଜୟ ଲାଭ କରିଛି ଆପ୍ । ସରକାର ଗଠନ ପୂର୍ବରୁ ଦଳ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରାର ଆୟୋଜନ କରଯାଇଛି । ତେବେ ଶପଥ ଗ୍ରହଣ ପୂର୍ବରୁ ଆଜି ଅମୃତସରରେ ଶକ୍ତି ପ୍ରଦର୍ଶନ କରିଛି ଆପ୍ । ଆଜି ଆୟୋଜିତ ହୋଇଥିବା ରୋଡ ଶୋ’ରେ ଅରବିନ୍ଦ କେଜରିଓ୍ୱାଲ ଓ ଭଗଓ୍ୱନ୍ତ ମାନଙ୍କ ସମେତ ଦଳର ଅନେକ ନେତା ସାମିଲ ହୋଇଛନ୍ତି । ଆସନ୍ତା ୧୬ ତାରିଖରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗଓ୍ୱନ୍ତ ମାନ । ସହିଦ ଭଗତ ସିଂହଙ୍କ ଗାଁରେ ହେବ ଶପଥ ଗ୍ରହଣ ଉତ୍ସବ ।
ଆପ୍ ରେ ଯୋଗଦେଇପାରନ୍ତି ସୋନୁ ସୁଦ୍ !
ମୁମ୍ବାଇ: ଆମ ଆଦମୀ ପାର୍ଟି (ଆପ୍) ରେ ଯୋଗଦେଇପାରନ୍ତି ବଲିଉଡ ଅଭିନେତା ସୋନୁ ସୁଦ୍। ରିପୋର୍ଟ ଅନୁଯାୟୀ, ସୋନୁ ଖୁବ୍ ଶୀଘ୍ର ପାର୍ଟିରେ ଯୋଗ ଦେବେ । ଏ ନେଇ ଦଳର କିଛି ନେତାଙ୍କ ସହ ଆଲୋଚନା କରିଥିବା ଜଣାଯାଇଛି। ଅଗଷ୍ଟରେ ଦିଲ୍ଲୀ ସରକାର ସୋନୁଙ୍କୁ ‘ଦେଶ୍ କେ ମେଣ୍ଟର’ ଅଭିଯାନର ବ୍ରାଣ୍ଡ ଆମ୍ବାସାଡ଼ର କରିଥିଲା। ତେବେ ସୂଚନା ଅନୁଯାୟୀ, ସୋନୁ ସୁଦ୍ ଆପ୍‌ର ସଦସ୍ୟ ହୋଇପାରନ୍ତି ବୋଲି କୁହାଯାଉଛି। ଦିଲ୍ଲୀର ଏକ କାର୍ଯ୍ୟାଳୟରେ ସେମାନଙ୍କ ସଦସ୍ୟତା ସମ୍ପର୍କରେ ଆପ୍ କାର୍ଯ୍ୟାଳୟରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ତେବେ ଏଥିରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଗୁଜୁରାଟର ନାମୀ ବ୍ୟବସାୟୀମାନେ ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ। ୨୦୨୨ ରେ ଗୁଜୁରାଟ ବିଧାନସଭା ନିର୍ବାଚନରେ ପ୍ରବେଶ କରିବାକୁ ଆପ୍ ପ୍ରସ୍ତୁତ ହେଉଛି।
ତେବେ, ଦିଲ୍ଲୀର ମୁଖ୍ୟ କାର୍ଯ୍ୟାଳୟରେ ମଧ୍ୟ ସୋନୁଙ୍କ ସହ ଦଳୀୟ ନେତାଙ୍କ ବୈଠକ ସମ୍ପର୍କରେ ଅବଗତ ଥିଲା। ଏହା ବ୍ୟତୀତ ସେ କିଛି ସମୟ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିଲେ। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଦୁଇଟି ରାଜନୈତିକ ଦଳ ରାଜ୍ୟ ସଭା ସଦସ୍ୟତା ପାଇଁ ତାଙ୍କୁ ପ୍ରସ୍ତାବ ଦେଇଛନ୍ତି, ଯାହାକୁ ସେ ଅଗ୍ରାହ୍ୟ କରି ଦେଇଛନ୍ତି । କିଛି ଦିନ ପୂର୍ବରୁ ସୋନୁଙ୍କ ଘରେ ଆୟକର ବିଭାଗ ଚଢ଼ାଉ କରିଥିଲା। ଅଗଷ୍ଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଥିଲେ ଯେ, ସୋନୁ ଦିଲ୍ଲୀ ସରକାରଙ୍କ ପଦକ୍ଷେପ ‘ଦେଶ କେ ମେଣ୍ଟର’ର ବ୍ରାଣ୍ଡ ଆମ୍ବାସାଡର ହେବେ। ସୋନୁ ଏବଂ କେଜ୍ରିୱାଲଙ୍କ ମଧ୍ୟରେ ଏହାର ଗୋଟିଏ ଦିନ ପୂର୍ବରୁ ସାକ୍ଷାତ ଆଲୋଚନା ହୋଇଥିଲା। ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ ସୋନୁଙ୍କର ଅନେକ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଏଠାରେ ସୂଚନାଯୋଗ୍ୟ, ଲକ୍‌ଡାଉନ୍ ସମୟରେ ଫସି ରହିଥିବା ଅନେକ ପ୍ରବାସୀ ଶ୍ରମିକ ଓ ଛାତ୍ରଙ୍କୁ ଘରକୁ ନେବା ପାଇଁ ସୋନୁ ସମସ୍ତ ବ୍ୟବସ୍ଥା କରିଥିଲେ।