Gulab - The Sakala
ଭୁବନେଶ୍ୱର: ମିଆଁମାର ଉପକୂଳରେ ସୃଷ୍ଟ ଲଘୁଚାପ ତୀବ୍ର ଅବପାତ ହୋଇ ବାତ୍ୟାର ରୂପ ନେଇସାରିଛି। ସମୁଦ୍ର ମଧ୍ୟରେ ବଳ ଗୋଟାଇବା ସହ ଘଣ୍ଟା ପ୍ରତି ୭ କିମି. ବେଗରେ ଆସୁଥିବା ବାତ୍ୟା ‘ଗୁଲାବ’ ଆସନ୍ତାକାଲି (ରବିବାର) ସନ୍ଧ୍ୟା ସୁଦ୍ଧା ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ୍ ଓ ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁବ। ଦକ୍ଷିଣ ଓଡ଼ିଶାରେ ‘ଗୁଲାବ’ର ପ୍ରଭାବକୁ ନେଇ ପ୍ରଶାସନ ଚିନ୍ତିତ ଥିବାବେଳେ ଏହାପଛକୁ ପଛ ଆସୁଛି ଆଉ ଏକ ଲଘୁଚାପ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଆଉ ଏକ ଘୂର୍ଣ୍ଣିବଳୟ ୨୭ ତାରିଖ ବେଳକୁ ଲଘୁଚାପର ରୂପ ନେଇପାରେ। ଏହା ଘନୀଭୂତ ହୋଇ ଉତ୍ତର-ପୂର୍ବ ବଙ୍ଗୋପସାଗର ଆଡ଼କୁ ଗତି କରିବ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ୨୯ ତାରିଖ ବେଳକୁ ଏହା ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ତେଣୁ ଉତ୍ତର ଓଡ଼ିଶାରେ ସମ୍ପ୍ରତି ସୁବର୍ଣ୍ଣରେଖା, ଜଳକା ଏବଂ ବୈତରଣୀ ନଦୀରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତି ଅଧିକ ବିଗିଡ଼ିବାର ଆଶଙ୍କା ରହିଛି।
ବାତ୍ୟା ‘ଗୁଲାବ’ ସ୍ଥଳଭାଗ ଛୁଇଁବା ସମୟରେ ପବନର ଘଣ୍ଟାପ୍ରତି ବେଗ ୭୫-୮୫ କିଲୋମିଟର ମଧ୍ୟରେ ରହିବ। ଏପରିକି ବେଳେ ବେଳେ ଏହାର ଝଟ୍‌କା ୯୫ କିମି ପହଞ୍ଚିବ। ଏହା ଦ୍ବାରା ଉତ୍ତର ଆନ୍ଧ୍ରପ୍ରଦେଶ ସମେତ ଓଡ଼ିଶାର ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବିଶେଷ ପ୍ରଭାବ ପଡ଼ିବ । ରାଜ୍ୟର ଏହି ଦୁଇ ଜିଲ୍ଲାରେ ପବନର ବେଗ ସର୍ବାଧିକ ରହିବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ଯଦିଓ ପବନର ବେଗ ୧୦୦ କିମି ମଧ୍ୟରେ ସୀମିତ ରହିବ, ବର୍ଷାର ପ୍ରକୋପ ଯଥେଷ୍ଟ ଅଧିକ ରହିବାର ସମ୍ଭାବନା ରହିଛି । ରବିବାର ବିଶେଷ କରି ଗଞ୍ଜାମ, ଗଳପତି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେହିପରି ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କଳାହାଣ୍ଡିରେ ମଧ୍ୟ ବର୍ଷା ପ୍ରକୋପ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର ସତର୍କ କରାଇଛି । ୨୭ ତାରିଖ ରାତିରେ ଲଘୁଚାପ ସୃଷ୍ଟି ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ସମ୍ଭବତଃ ହଳଦିଆ ଓ ଦିଘା ମଧ୍ୟରେ ଥିବା କଣ୍ଟାଇ ନିକଟରେ ସ୍ଥଳଭାଗ ଅତିକ୍ରମ କରିପାରେ ବୋଲି ଲସିଏମଡବ୍ଲ୍ୟୁଏଫ୍ ମଡେଲ୍ ଆକଳନ କରୁଛି ।
ସେହିପରି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ବାତ୍ୟା ଗୁଲାବ ସମ୍ଭବତଃ ରାତି ୯ଟାରେ ଉତ୍ତର ଆନ୍ଧ୍ର ଉପକୂଳ ଶ୍ରୀକାକୁଲମ ଓ ଓଡ଼ିଶାର ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁବ । ରବିବାର ମଧ୍ୟାହ୍ନ ପରେ ଓଡ଼ିଶାରେ ଏହାର ପ୍ରଭାବ ଆରମ୍ଭ ହେବ । ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ସହିତ ୧୨ ଘଣ୍ଟା ପନର ପ୍ରକୋପ ରହିବ । ଲ୍ୟାଣ୍ଡଫଲ୍‌ର ୭୦ କିମି ଦୂର ପର୍ଯ୍ୟନ୍ତ ପ୍ରଭାବ ଅଧିକ ରହିବ । ଶନିବାର ରାତି ସୁଧା ବାତ୍ୟା ଗୋପାଳପୁରଠାରୁ ୩୭୦ କିମି ଦୂରରେ ଥିବା ବେଳେ ଆନ୍ଧ୍ରର କଳିଙ୍ଗପାଟଣଠାରୁ ୪୪୦ କିମି ଦୂରରେ ରହିଛି । ଏହା ପଶ୍ଚିମ ଦିଗରେ ଗତି କରି ସ୍ଥଳଭାଗ ଆଡ଼କୁ ଅଗ୍ରସର ହେବ ବୋଲି ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏ ଚ ଆର ବିଶ୍ବାସ କରିଛନ୍ତି। ବାତ୍ୟା ଯୋଗୁଁ ରାଜ୍ୟର ସମସ୍ତ ବନ୍ଦର ପାଇଁ ୩ ନମ୍ବର ବିପଦ ସଙ୍କର ଜାରି କରାଯାଇଥିବା ବେଳେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି ।