cyclone storm gulab - The Sakala

ଆରମ୍ଭ ହେଲା ବାତ୍ୟା ‘ଗୁଲାବ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା, ପ୍ରବଳ ବର୍ଷା ଓ ପବନ ସହ ୩ ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ୍
ଭୁବନେଶ୍ବର : ବାତ୍ୟା ‘ଗୁଲାବ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ।ବର୍ତ୍ତମାନ ୫୦ ରୁ ୬୦ କିମି ବେଗରେ ପବନ ବହୁଛି ଆଗକୁ ଏହା ବଢିବ। ପାଖାପାଖି ୩ ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା।  ଏହି ପ୍ରକ୍ରିୟା ମଧ୍ୟରାତ୍ରି ଯାଏଁ ଜାରି ରହିବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। କଳିଙ୍ଗପଟ୍ଟମଠାରୁ ୨୫ କିଲୋମିଟର ଦୂରରେ ଏହା ଉପକୂଳ ଅତିକ୍ରମ କରିବ। ଲ୍ୟାଣ୍ଡଫଲ୍ ସମୟରେ ପବନର ଘଣ୍ଟାପ୍ରତି ବେଗ ୭୫-୮୫ କିମି ରହିବା ସହ ବେଳେ ବେଳେ ଝଟକା ପବନ ସର୍ବାଧିକ ୯୫ କିମି ବେଗରେ ରହିବ।

the cloud bands have touched coastal regions and thus the landfall process has commenced over north coastal Andhra Pradesh and adjoining south coastal Odisha. System will cross coasts between Kalingapatnam & Gopalpur, about 25 km to north of Kalingapatnam during next 3 hours.

— Meteorological Centre, Bhubaneswar (@mcbbsr) September 26, 2021

ବର୍ତ୍ତମାନ ଏହା ଗୋପାଳପୁରଠାରୁ ୯୫ କିମି ଦୂରରେ ଆନ୍ଧ୍ର କଳିଙ୍ଗପଟ୍ଟନମ୍‌ ଠାରୁ ୮୫ କିମି ଦୂରରେ ରହିଛି। ଘଣ୍ଟାପ୍ରତି ୨୫ କିମି ବେଗରେ ବାତ୍ୟା ସ୍ଥଳଭାଗ ଆଗକୁ ମାଡି ଆସୁଛି। ବାତ୍ୟାର କ୍ଲାଉଡ଼ ବ୍ୟାଣ୍ଡ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ଓ ଓଡ଼ିଶାର ଦକ୍ଷିଣ ଉପକୂଳକୁ ଛୁଇଁଛି । କଳିଙ୍ଗପାଟନମଠାରୁ ୨୫ କିଲୋମିଟର ଦୂରତାରେ ଏହା ଉପକୂଳକୁ ଅତିକ୍ରମ କରିବ ବୋଲି ସେ କହିଛନ୍ତି। ବର୍ତ୍ତମାନ ପୁରୀରେ ଘଣ୍ଟା ପ୍ରତି ୩୧ କିଲୋମିଟର ବେଗରେ ପବନ ବୋହୁଥିବାବେଳେ ଗୋପାଳପୁରରେ ଘଣ୍ଟା ପ୍ରତି ୨୬ କିଲୋମିଟର ବେଗରେ ପବନ ବୋହୁଛି।

the cloud bands have touched coastal regions and thus the landfall process has commenced over north coastal Andhra Pradesh and adjoining south coastal Odisha. System will cross coasts between Kalingapatnam & Gopalpur, about 25 km to north of Kalingapatnam during next 3 hours.

— India Meteorological Department (@Indiametdept) September 26, 2021

ବାତ୍ୟା ଉପକୂଳ ନିକଟକୁ ଯେତେ ଅଧିକରୁ ଅଧିକ ଆସିବ ପବନର ବେଗ ସେତେ ବଢିବ । ପୂର୍ବ ପୂର୍ବାନୁମାନ ମୁତାବକ ପବନର ବେଗ ସର୍ବାଧିକ ୭୫ରୁ ୮୫ କିଲୋମିଟର ବେଗ ରହିପାରେ । ଗଞ୍ଜାମ ଓ ଗଜପତିରେ ସର୍ବାଧିକ ପ୍ରଭାବ ପକାଇପାରେ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

ସ୍ଥଳଭାଗ ମୁହାଁ ‘ଗୁଲାବ’: ସୁରକ୍ଷା ଓ ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ବର : ଉତ୍ତରପଶ୍ଚିମ ଓ ତତସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ’ଗୁଲାବ’ ସ୍ଥଳଭାଗ ଆଡକୁ ମାଡିଆସୁଛି। ପାଣିପାଗ ବିଭାଗର ଅପଡେଟ ଯାହା ରହିଛି ଏବେ ଗୋପାଳପୁର ଠାରୁ ପୂର୍ବ ଦକ୍ଷିଣ ପୂର୍ବ ଦିଗକୁ ୧୦୦କିଲୋମିଟର ଦୂରରେ ରହିଛି । ସେହିପରି କଳିଙ୍ଗପଟନମର ପୂର୍ବ ଓ ଉତ୍ତର ପୂର୍ବ ଦିଗକୁ ୧୦୫ କିଲୋମିଟର ଦୂରରେ ରହିଛି । ଘଣ୍ଟାପ୍ରତି ୨୪ କିଲୋମିଟର ବେଗରେ ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା ଗୁଲାବ। ଆନ୍ଧ୍ରପ୍ରଦେଶର କାଲିଙ୍ଗାପାଟନମ୍ ଏବଂ ଓଡିଶାର ଗୋପାଳପୁର ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ରହିଛି।

ଏନେଇ ଉଭୟ ଓଡିଶା ଓ ଆନ୍ଧ୍ର ସରକାର ପ୍ରସ୍ତୁତି ଜୋରଦାର କରିଛନ୍ତି । ଉପକୂଳବର୍ତ୍ତି ଜିଲ୍ଲା ଗୁଡିକରୁ ଲୋକମାନଙ୍କୁ ଉଚ୍ଚ ସ୍ତାନକୁ ସ୍ଥାନାନ୍ତର କରାଯାଉଛି । ଲୋକମାନଙ୍କ ପାଇଁ ଶୁଖିଲା ଖାଦ୍ୟ ଷ୍ଟୋର କରାଯାଉଛି । ଏନଡିଆରଏଫ୍ ଓ ଅନ୍ୟ ଉଦ୍ଧାରକାରୀ ଦଳଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି । ଏହାରି ମଧ୍ୟରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଓଡ଼ିଶାର କିଛି ଅଞ୍ଚଳରେ ବାତ୍ୟା ପରିସ୍ଥିତି ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ @Naveen_Odisha ଜୀଙ୍କ ସହ ଆଲୋଚନା କଲି । ଏହି ବିପତ୍ତିକୁ ସାମ୍ନା କରିବା ପାଇଁ ସବୁପ୍ରକାର ସାହାଯ୍ୟ ସହଯୋଗ କରିବା ପାଇଁ ଆଶ୍ୱସ୍ତ କଲି । ସମସ୍ତଙ୍କର କୁଶଳ ମଙ୍ଗଳ ଓ ସୁରକ୍ଷା ପାଇଁ ପ୍ରାର୍ଥନା ।

— Narendra Modi (@narendramodi) September 26, 2021

ଓଡିଶା ବାତ୍ୟା ଗୁଲାବର ମୁକାବିଲା ପାଇଁ କରାଯାଇଥିବା ବ୍ୟବସ୍ଥା ଏବଂ ପ୍ରସ୍ତୁତି ବିଷୟରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ। ଓଡିଶା ପୂର୍ବରୁ ଯେପରି ବାତ୍ୟା ଗୁଡିକ ପାଇଁ ପ୍ରସ୍ତୁତ ରହି ସଫଳ ମୁକାବିଲା କରେ ଗୁଲାବ ପାଇଁ ମଧ୍ୟ ରାଜ୍ୟ ପସ୍ତୁତ ଥିବା ନବୀନ ମୋଦୀଙ୍କ ଅବଗତ କରିଥିଲେ। ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କରେ ସ୍ଥାନାନ୍ତରଣ ସହ ଲୋକମାନଙ୍କ ପାଇଁ ଶୁଖିଲା ଖାଦ୍ୟ ଏବଂ ବାତ୍ୟା ଆଶ୍ରୟସ୍ଥଳୀମାନଙ୍କରେ ରନ୍ଧାଖାଦ୍ୟର ମଧ୍ୟ ବ୍ୟବସ୍ଥା କରାଯାଛି। ଓଡ୍ରାଫ, ଏନ୍‌ଡିଆର୍‌ଏଫ ସହ ଅଗ୍ନିଶମ ବିଭାଗ ମଧ୍ୟ ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କରେ ରହିଛନ୍ତି। ଏହି ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କେନ୍ଦ୍ର ତରଫରୁ ଯାହା ସହାୟତା ଆବଶ୍ୟକ ତାହା ଯୋଗାଇ ଦିଆଯିବ ବୋଲି କହିଛନ୍ତି।

Spoke to Andhra Pradesh CM Shri @ysjagan and took stock of the situation arising in the wake of Cyclone Gulab. Assured all possible support from the Centre. I pray for everyone’s safety and well-being.

— Narendra Modi (@narendramodi) September 26, 2021

ଅନ୍ୟପଟେ ବାତ୍ୟାର ପ୍ରସ୍ତୁତି ଓ ଆବଶ୍ୟକ ସହାୟତା ନେଇ ପ୍ରଧାନମନ୍ତ୍ରୀ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି କି କେନ୍ଦ୍ର ତରଫରୁ ଯାହା ସହାୟତା ଆବଶ୍ୟକ ତାହା ଯୋଗାଇ ଦିଆଯିବ । ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ରେଡ୍ଡୀ ପ୍ରଧାନମନ୍ତ୍ରୀଙ୍କୁ ତଥ୍ୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କି ଯେଭଳି ବି ହେଉ ବାତ୍ୟାରେ କୌଣସି ଜୀବନ ଯେଭଳି ନଷ୍ଟ ନହୁଏ ତା ଉପରେ ଗୁରୁତ୍ୱ ଦେବାକୁ ସେ ରେଡ୍ଡୀଙ୍କୁ ପରାମର୍ଶ ଦେଇଛନ୍ତି ।

ଗୋପାଳପୁର ଠାରୁ ୧୧୦ କିମି ଦୂରରେ ବାତ୍ୟା ‘ଗୁଲାବ’, ଗଞ୍ଜାମ ଓ ଗଜପତିରେ ପଡ଼ିପାରେ ଅଧିକ ପ୍ରଭାବ
ଭୁବନେଶ୍ବର : ଉତ୍ତରପଶ୍ଚିମ ଓ ତତସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ’ଗୁଲାବ’ ସ୍ଥଳଭାଗ ଆଡକୁ ମାଡିଆସୁଛି । ପ୍ରାୟ ୫ ଘଂଟା ହେଲା ୧୭ କିଲୋମିଟର ବେଗରେ ଉତ୍ତରପଶ୍ଚିମ ଦିଗରେ ଗତି କରୁଥିବା ବାତ୍ୟା ଗୁଲାବ ଗୋପାଳପୁର ଠାରୁ ୧୧୦ କିମି ଦୂରରେ ରହିଥିବା ବେଳେ କଳିଙ୍ଗପଟନମ ଠାରୁ ପୂର୍ବ-ଉତ୍ତର ପୂର୍ବରେ ୧୩୦ କିମି ଦୂରରେ ରହିଛି । ଏହା କ୍ରମଶଃ ପଶ୍ଚିମ ଦିଗରେ ଗତି କରି ବିଳମ୍ବିତ ରାତିରେ କଳିଙ୍ଗପଟନମର ଓ ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ବାତ୍ୟା ’ଗୁଲାବ’ ଅତିକ୍ରମ କଲା ବେଳେ ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫ କିଲୋମିଟର ରହିବ । ଝଟକା ପବନର ଘଣ୍ଟାପ୍ରତି ବେଗ ୯୫ କିଲୋମିଟର ରହିପାରେ । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସନ୍ଧ୍ୟା ପରେ ଆରମ୍ଭ ହେବ ।

ସାମୁଦ୍ରିକ ଝଡ #ଗୁଲାବ ର #ଆଖି #ସୌଜନ୍ୟ: ବିଶାଖାପାଟନମ ରାଡ଼ାର pic.twitter.com/VAl5Vfjebd

— Meteorological Centre, Bhubaneswar (@mcbbsr) September 26, 2021

ଏହି ବାତ୍ୟା ଯୋଗୁ ଓଡ଼ିଶାରେ ଗଞ୍ଜାମ ଓ ଗଜପତି ଜିଲ୍ଲା ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ଏହାର ପ୍ରଭାବରେ ଗଞ୍ଜାମ ଉପକୂଳରେ ସମୁଦ୍ରରେ ବଡ଼ ବଡ଼ ଢ଼େଉ ଆସିପାରେ । ଏନେଇ ମଧ୍ୟ ସତର୍କତା ଜାରି କରାଯିବା ସହ ୨୭ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ବାରଣ କରାଯାଇଛି। ଗୋପାଳପୁର ବନ୍ଦରରେ ୭ ନମ୍ବର ବିପଦ ସଂକେତ ଦିଆଯାଇଛି । ପୁରୀ ବନ୍ଦରରେ ୬ ନମ୍ବର ବିପଦ ସଂକେତ ଦିଆ ଯାଇଥିବା ବେଳେ ପାରାଦୀପ ଓ ଧାମରାରେ ୩ ନମ୍ବର ବିପଦ ସଂକେତ ରହିଛି ।

GULAB IS LIKELY TO MOVE NEARLY WESTWARDS AND CROSS NORTH ANDHRA PRADESH-SOUTH ODISHA COASTS BETWEEN KALINGAPATNAM & GOPALPUR, AS A CYCLONIC STORM BY MID-NIGHT OF TODAY, THE 26TH SEPTEMBER, 2021.THE LANDFALL PROCESS WILL COMMENCE FROM EVENING OF TODAY. pic.twitter.com/hBLjnbfyk7

— Meteorological Centre, Bhubaneswar (@mcbbsr) September 26, 2021

ବାତ୍ୟା ନେଇ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଗତ ରାତିରୁ ବର୍ଷା ଆରମ୍ଭ ହୋଇଯାଇଛି । ସେହିଭଳି ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ପ୍ରବଳ ବର୍ଷା ନେଇ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ବୌଦ୍ଧ, ସୋନପୁର, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି।

THE CYCLONIC STORM ‘GULAB’ CENTRED AT 1430 HRS IST OF 26TH SEP, 2021 NEAR 18.4°N/85.3°E, ABOUT 130 KM EAST-NORTHEAST OF KALINGAPATTNUM, 110 KM EAST-SOUTHEAST OF GOPLAPUR. ROSS BETWEEN KALINGAPATNAM & GOPALPUR, WITH WIND SPEED OF 75-85 GUSTING TO 95 KMPH, BY MID-NIGHT OF 26th.

— India Meteorological Department (@Indiametdept) September 26, 2021

ଅନ୍ୟପଟେ ଏସଆରସିଙ୍କ ଆକଳନ ଅନୁଯାୟୀ, ବାତ୍ୟା ପୂର୍ବରୁ ଓ ପରେ ମୁଖ୍ୟତଃ ୩ ପ୍ରକାର ସମସ୍ୟା ହେବାର ସମ୍ଭାବନା ରହିଛି। ପବନ, ଭୂସ୍ଖଳନ ଓ ବନ୍ୟା ହେବାର ସମ୍ଭାବନା ରହିଛି । ପବନ ଯୋଗୁଁ ଅଧିକ କ୍ଷୟକ୍ଷତି ହେବ । ଗଛ ଓ ଖୁଣ୍ଟି ଉପୁଡିପାରେ । ଗଜପତି, ରାୟଗଡା, କୋରାପୁଟରେ ଲ୍ୟାଣ୍ଡ ସ୍ଲାଇଡ୍ ହେବାର ସମ୍ଭାବନା ରହିଛି। ନାଗାବଳି, ଋଷିକୂଲ୍ୟା ଓ ବଂଶଧାରାରେ ବନ୍ୟା ପାଣି ଆସିପାରେ । ଫ୍ଲାସ୍ ଫ୍ଲଡ୍ ଆସିପାରେ। ଏଥିପାଇଁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି ।

#CyclonicStorm #Gulab moving clouds in outer band area as seen from #Gopalpur #Odisha #CycloneGulab #StormHour pic.twitter.com/b9iUtwhlBT

— Meteorological Centre, Bhubaneswar (@mcbbsr) September 26, 2021

ଆଜି ସଂଧ୍ୟାରୁ ଆସନ୍ତା କାଲି ୯ଟା ଯାଏଁ କେହି ବାହାରକୁ ଯାଅନ୍ତୁ ନାହିଁ । କଚ୍ଚା ଘରେ ଥିଲେ ପକ୍କା ଘରକୁ ଯାଅନ୍ତୁ । ପାହାଡିଆ ଅଞ୍ଚଳରେ ନଦୀ, ନାଳରେ ପାଣି ଫସିବାର ସମ୍ଭାବନା ଅଛି । ତେଣୁ ପାଣି ଥିବା ବେଳେ କେହି ପ୍ରବେଶ କରନ୍ତୁ ନାହିଁ । ଯାତାୟତ କରନ୍ତୁ ନାହିଁ ବୋଲି କହିଛନ୍ତି ଏସଆରସିଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ଭାବ୍ୟ ବାତ୍ୟା ଗୁଲାବର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି: ଜାରି କଲା ଜରୁରୀକାଳୀନ ହେଲପ୍ ଲାଇନ୍ ନମ୍ବର
ବ୍ରହ୍ମପୁର : ସମ୍ଭାବ୍ୟ ବାତ୍ୟା ଗୁଲାବର ମୁକାବିଲା ପାଇଁ  ଗଞ୍ଜାମ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଛି। ବିଶେଷକରି ରୂଷିକୁଲ୍ୟା ଓ ବାଘୁଆ ନଦୀରେ ବନ୍ୟା ସୃଷ୍ଟି ହେବାର ଆଶଙ୍କା ଥିବା ଜଣାପଡିଛି । ଏହାକୁ ନେଇ ବୁଗୁଡା ଜଳ ସେଚନ ବିଭାଗ ପକ୍ଷରୁ ନଦୀ ତଟରେ ଥିବା ଗାଁ ଗୁଡିକରେ ଲୋକେ ସତର୍କ ରହିବା ପାଇଁ ମାଇକ ମାଧ୍ୟମରେ ପ୍ରଚାର କରିଛନ୍ତି ।

ସେହିପରି ଗୋପାଳପୁରରେ ଲୋକଙ୍କୁ ସତର୍କ ରହିବା ପାଇଁ ମାଇକ୍ ପ୍ରଚାର କରି ସଚେତନ କରିଛି ପ୍ରଶାସନ । ବର୍ତ୍ତମାନ ବାଘୁଆ ଜଳଭଣ୍ଡାରରେ ୬୦% ଜଳ ଗଛିତ ରହିଥିବା ବେଳେ ଜଳଭଣ୍ଡାରରେ ୮୦% ଜଳ ହେଲେ ନିଷ୍କାସନ କରିବା ନିମନ୍ତେ ଘୋଷଣା କରାଯାଇଛି । ସେପଟେ ବ୍ରହ୍ମପୁର ମହାନଗର ନିଗମ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ଜରୁରିକାଳୀନ ହେଲପ୍ ଲାଇନ୍ ନମ୍ବର ଜାରି କରିଛନ୍ତି । ସମ୍ଭାବ୍ୟ ବାତ୍ୟାର ଯେକୌଣସି ସମାସ୍ୟା ସମାଧାନ ପାଇଁ ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନ ଜରୁରୀ କାଳୀନ ହେଲପ୍ ଲାଇନ୍ ନମ୍ବର ଜାରି କରିଛି। ହେଲପ୍ ଲାଇନ ନମ୍ବର- ୦୬୮୦ ୨୨୨୭୦୦୦, ୯୧୭୭୫୨୦୫୫୫୬୭

For any cyclone related assistance in Berhampur Sub-division, kindly contact the below mentioned helpline numbers. We request all to stay indoors & away from water bodies. NDRF & ODRAF teams are being mobilized to meet any eventuality. @SRC_Odisha @Ganjam_Admin #GulabCyclone pic.twitter.com/SJAovB4jB0

— Sub-Collector & SDM, Berhampur (@sdmbam) September 25, 2021

ସେହିପରି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ମଧ୍ୟ ସମ୍ଭାବ୍ୟ ବାତ୍ୟା ଗୁଲାବ୍ ନେଇ ଜରୁରୀକାଳୀନ ହେଲପ୍ ଲାଇନ୍ ନମ୍ବର ଜାରି କରିଛନ୍ତି ।

ହେଲପ ଲାଇନ ନମ୍ବର- ୮୧୧୭୦୫୫୯୦୦

Cyclone #GULAB Emergency helpline number of Berhampur Municipal Corporation – 8117055900. @SRC_Odisha @Ganjam_Admin @sdmbam

— BERHAMPUR MUNICIPAL CORPORATION (@BrahmapurCorp) September 25, 2021

ବାତ୍ୟା ‘ଗୁଲାବ’କୁ ନେଇ ସତର୍କ ରାଜ୍ୟ ସରକାର, ପ୍ରଭାବିତ ହେବାକୁ ଥିବା ୭ ଜିଲ୍ଲାରେ ନିୟୋଜିତ ହେବେ ୪୨ ଓଡ୍ରାଫ, ୨୪ ଏନଡିଆରଏଫ ଟିମ
ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟା ଗୁଲାବ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ। ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁବାକୁ ଥିବାବେଳେ ଓଡିଶା ଉପରେ ଏହାର ପ୍ରଭାବ ପଡିବ। ରାଜ୍ୟର ୭ ଜିଲ୍ଲାରେ ଏହାର ପ୍ରଭାବରୁ ପ୍ରବଳ ବର୍ଷା ହେବା ସହ ପାହାଡ଼ିଆ ଅଞ୍ଚଳରେ ଭୁସ୍ଖଳନ ହୋଇପାରେ, ତଳିଆ ଅଞ୍ଚଳରେ ପାଣି ଜମିପାରେ। ଏନେଇ ସତର୍କ ସୂଚନା ଜାରି କରିଛନ୍ତି ଏସଆରସି ପ୍ରଦୀପ ଜେନା।

Latest @Indiametdept message below. pic.twitter.com/u0fkTE2nHL

— Pradeep Jena IAS (@PradeepJenaIAS) September 25, 2021

ବାତ୍ୟା ଗୁଲାବକୁ ନେଇ ଏସଆରସିଙ୍କ ଜରୁରୀ ପ୍ରେସମିଟ କରିବା ସହ ରାଜ୍ୟର ୭ ଜିଲ୍ଲାରେ ଏହାର ପ୍ରଭାବ ଅଧିକ ରହିବା ନେଇ ସତର୍କ ସୂଚନା ଜାରି କରିଛନ୍ତି। ସେପଟେ ବାତ୍ୟା ଗୁଲାବକୁ ଆଖି ଆଗରେ ରଖି ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ବୈଠକ କରିଛନ୍ତି ଏସଆରସି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କ ମଧ୍ୟରେ ରହିଛି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କନ୍ଧମାଳ ଓ ନୟାଗଡ଼ । ଏହି ସମସ୍ତ ଜିଲ୍ଲାରେ ଆଗୁଆ ସତର୍କତା କରାଯାଇଛି । ଜିଲ୍ଲାପାଳମାନଙ୍କୁ ମଧ୍ୟ ସଜାଗ ରହିବା ପାଇଁ କୁହାଯାଇଛି । ଏହି ସମସ୍ତ ଜିଲ୍ଲାକୁ ୪୨ ଓଡ୍ରାଫ, ୨୪ ଏନଡିଆରଏଫ ଟିମ ପଠାଯିବା ପାଇଁ ବ୍ୟବସ୍ଥା ହୋଇଥିବା ସୂଚନା ପ୍ରଦାନ କରିଛନ୍ତି ଏସଆରସି । ସେପଟେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କନ୍ଧମାଳ ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ମଧ୍ୟ କହିଛନ୍ତି ପ୍ରଦୀପ ଜେନା ।

Cyclone Alert for north Andhra Pradesh and adjoining south Odisha coasts : DD is centered near 18.4°N/88.7°E .To cross north Andhra Pradesh – south Odisha coasts b/w Kalingapatnam & Gopalpur by evening of 26. pic.twitter.com/QNwlJHbwBR

— India Meteorological Department (@Indiametdept) September 25, 2021

ବାତ୍ୟା ଗୁଲାବ ପ୍ରଭାବରେ ଆଜିଠୁ ବର୍ଷା ଆରମ୍ଭ ହେଉଥିବା ବେଳେ ଆସନ୍ତାକାଲି ଅର୍ଥାତ ରବିବାର ପାଇଁ ୭ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି । ମୁଖ୍ୟତଃ ତିନୋଟି ଦିଗକୁ ନେଇ ଜିଲ୍ଲାବାସୀ ସତର୍କ ରହିବାର ଅଛି । ଭୁସ୍କଳନ, ତଳିଆ ଅଞ୍ଚଳରେ ପାଣି ଜମିବା ଏବଂ ପବନ ପ୍ରତି ଆଗୁଆ ସଜାଗ ରହିବାର ଆବଶ୍ୟକତା ରହିଛି । ଏହି ସମସ୍ତ ଜିଲ୍ଲାର ପ୍ରଭାବିତ ହେବାକୁ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ ।ଏହାଛଡା ଉପକୂଳରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । କେନ୍ଦ୍ରାପଡା, କଟକ, ପୁରୀ, ଜଗତସିଂହପୁରରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଏସଆରସି ।

#Odia briefing in connection with current Deep Depression over Northwest & WestCentral Bay of Bengal pic.twitter.com/orsWZQC6co

— Meteorological Centre, Bhubaneswar (@mcbbsr) September 25, 2021

ସେପଟେ ପ୍ରଭାବିତ ହେବାକୁ ଥିବା ସମ୍ଭାବ୍ୟ ଜିଲ୍ଲାକୁ ଏନଡିଆରଏଫ ଏବଂ ଓଡ୍ରାଫ ଟିମ ବଣ୍ଟନ କରାଯାଇଛି । ଏହି କ୍ରମରେ ଗଞ୍ଜାମ ଜିଲ୍ଲାକୁ ୧୫ଟି ଓଡ୍ରାଫ ଟିମ, ୬ଟି ଏନଡିଆରଏଫ ଟିମ ପ୍ରଦାନ କରାଯାଇଛି । ସେହିପରି ଗଜପତିକୁ ୬ଟି ଓଡ୍ରାଫ, ୪ଟି ଏନଡିଆରଏଫ ଟିମ, ରାୟଗଡ଼ାକୁ ୬ଟି ଓଡ୍ରାଫ ୪ଟି ଏନଡିଆରଏଫ ଟିମ୍, କୋରାପୁଟକୁ ୩ଟି ଓଡ୍ରାଫ ୪ଟି ଏନଡିଆରଏଫ, ମାଲକାନଗିରିକୁ ୬ଟି ଓଡ୍ରାଫ, ୨ଟି ଏନଡିଆରଏଫ, ନବରଙ୍ଗପୁରକୁ ୩ଟି ଓଡ୍ରାଫ, କନ୍ଧମାଳକୁ ୩ଟି ଓଡ୍ରାଫ ଟିମ ଏବଂ ନୟାଗଡ଼କୁ ୪ଟି ଏନଡିଆରଏଫ ଟିମ ପଠାଯିବ ବୋଲି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ।