gulab landfall - The Sakala

ଓଡ଼ିଶା ଉପରେ ଆଉ ୧୨ ଘଣ୍ଟା ରହିବ ‘ଗୁଲାବ’ର ପ୍ରଭାବ, ଉତ୍ତର ଓଡିଶାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ବର : ଅବପାତର ରୁପ ନେଇ ସାରିଛି ବାତ୍ୟା ‘ଗୁଲାବ’। ଆଉ ୬ ଘଣ୍ଟା ପରେ ଏହା ଲଘୁଚାପରେ ପରିଣତ ହେବ। ବର୍ତ୍ତମାନ ଗୁଲାବର କେନ୍ଦ୍ରସ୍ଥଳ ମାଲକାନଗିରି ଜିଲ୍ଲାରୁ ୬୫ କିଲୋମେଟର ଓ ଛତିଶଗଡର ଜଗଦଲପୁର ଠାରୁ ୯୦ କିଲୋମେଟର ଦୂରରେ ଅଛି। ଧୀରେ ଧୀରେ ଏହା ପଶ୍ଚିମ ଦିଗକୁ ଗତି କରୁଛି । ଏନେଇ ଭୁବନେଶ୍ୱର ପାଣିପାଗ ନିର୍ଦେଶକ ଏଚ, ଆ ର ବିଶ୍ୱାସ ସୂଚନା ଦେଇଛନ୍ତି।

#DeepDepression over south Odisha & adjoining south Chhattisgarh, & 65 km east-northeast of Malkanagiri.
It is likely to move nearly westwards & weaken into a #Depression during next #6hours & into a well marked Low during subsequent #24Hrs. pic.twitter.com/2o2Na0O6pW

— Meteorological Centre, Bhubaneswar (@mcbbsr) September 27, 2021

ଓଡିଶାରେ ବାତ୍ୟା ଗୁଲାବର ପ୍ରଭାବ ଆଗାମୀ ୧୨ ଘଣ୍ଟା ପର୍ଯ୍ୟନ୍ତ ଅନୁଭୂତ ହେବ। ଏହାର ପ୍ରଭାବରେ ଗତ ୨୪ ଘଣ୍ଟା ଭିତରେ କୋରାପୁଟ ଜିଲ୍ଲାରେ ଅତି ପ୍ରବଳବର୍ଷ ହୋଇଛି। ଆଗକୁ ବି କୋରାପୁଟ ସମେତ ମାଲକାନଗିରି, ରାୟଗଡା, ନବରଙ୍ଗପୁର ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ଥିବାରୁ ବଲାଙ୍ଗୀର, ନୂଆପଡା, ଗଜପତି ଓ କଳାହାଣ୍ଡି ଜିଲ୍ଲା ପାଇଁ ସତର୍କତା ଜାରି କରାଯାଇଛି। ନାଗବଳୀ ଅବବାହିକାରେ ବେଶି ବର୍ଷ ହୋଇଛି।ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଓଡ଼ିଶାରେ ବଜ୍ରପାତ ସହ ବର୍ଷା ହୋଇପାରେ।

Realized #weather during past 24 hours over the districts of #Odisha pic.twitter.com/4ihEeRmOSW

— Meteorological Centre, Bhubaneswar (@mcbbsr) September 27, 2021

ଅନ୍ୟପଟେ  ମିଆଁମାର ଉପକୂଳ ବାଙ୍ଗୋପସାଗରରେ ଆଉ ଗୋଟିଏ ଘୁର୍ଣ୍ଣିବଳୟ ସୃଷ୍ଟି ହଉଛି। ଏହର ପ୍ରଭାବରେ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର,ଦେବଗଡ଼ରେ ପ୍ରବଳ ବର୍ଷା ବଜ୍ରପାତ ସମ୍ଭାବନା ରହିଛି। ସେପ୍ଟେମ୍ବରରେ ଓଡ଼ିଶାରେ ୭୦ ପ୍ରତିଶତ ଅଧିକ ବର୍ଷ ହୋଇଛି। ୩୬୦.୧ ମିଲିମିଟର ବର୍ଷ ରେକର୍ଡ ହୋଇଛି। ସ୍ୱାବବିକ ଭାବେ ଏହି ମାସରେ ୨୧୨ ମିଲିମିଟର ବର୍ଷା ହୋଇଥାଏ। ଯାହାଦ୍ୱାରା ଚଳିତବର୍ଷ ନିଆଣ୍ଟିଆ ବର୍ଷା ଭରଣା କରିଛି। ଗୁଲାବ ବାତ୍ୟା ବଳୟ ଟି ୩୦ ସେପ୍ଟେମ୍ବର ବେଳକୁ ଗୁଜୁରାଟରେ ପହଂଚି ଆରବ ସଗାରକୁ ଚାଲିଯିବ।

ଗୋପାଳପୁରଠୁ ୯୫ କିମି ଦୂରରେ ‘ଗୁଲାବ’, ଘଣ୍ଟାପ୍ରତି ୨୫ କିମି ବେଗରେ ହେଉଛି ସ୍ଥଳଭାଗ ମୁହାଁ
ଭୁବନେଶ୍ବର : ଗୋପାଳପୁରର ନିକଟତର ହେଉଛି ବାତ୍ୟା ଗୁଲାବ । ପାଣିପାଗ ବିଭାଗର ସଦ୍ୟ ସୂଚନା ଅନୁସାରେ ଗୋପାଳପୁର ଠାରୁ ପୂର୍ବ ଦକ୍ଷିଣ ପୂର୍ବ ଦିଗକୁ ୯୫ କିଲୋମିଟର ଦୂରରେ ଓ ଆନ୍ଧ୍ରର କଳିଙ୍ଗପଟ୍ଟନମ ଠାରୁ ୮୫ କିମି ଦୂରରେ ରହିଛି। ଗତ ୩ ଘଣ୍ଟାରେ ଏହା ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ଗତି କରୁଛି।

About to make landfall and process will commence from 6.00pm pic.twitter.com/Dam629brJu

— Meteorological Centre, Bhubaneswar (@mcbbsr) September 26, 2021

ସନ୍ଧ୍ୟା ୬ଟାରୁ ‘ଗୁଲାବ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯିବ। ଏହା ପରେ ଆଜି ମଧ୍ୟରାତ୍ରି ସୁଦ୍ଧା ଗୋପାଳପୁର ଓ କଳିଙ୍ଗପଟ୍ଟନମ ମଝିରେ ଏହା ଲ୍ୟାଣ୍ଡଫଲ୍ କରିବ। ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟାକୁ ୭୫ରୁ ୮୫ କିମି ରହିବ। ଝଟକା ପବନର ଘଣ୍ଟାପ୍ରତି ବେଗ ୯୫ କିଲୋମିଟର ରହିପାରେ । ପାଣିପାଗ ବିଭାଗର ସୂଚନା ଅନୁସାରେ ୨ରୁ ୩ ଘଣ୍ଟା ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ ଓ ଏହାର ପ୍ରଭାବ ୬ଘଣ୍ଟା ଯାଏଁ ରହିବ ।ବିଶେଷ କରି ଗଜପତି ଓ ଗଞ୍ଜାମ ଉପରେ ଅଧିକ ପ୍ରଭାବ ପଡିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଲ୍ୟାଣ୍ଡଫଲ୍‌ ସମୟରେ ଗଞ୍ଜାମ ଉପକୂଳରେ ସମୁଦ୍ରରେ ବଡ଼ ବଡ଼ ଢ଼େଉ ଆସିପାରେ।

Cyclonic storm GULAB centered at 1630 IST of 26th Sep. about 85 km east-northeast of Kalingapattnam and 95 km south of Goplapur. To cross between Kalingapatnam & Gopalpur as a cyclonic storm by midnight of today. Landfall process will commence around 1800 IST of today. pic.twitter.com/PQf15iDIuI

— India Meteorological Department (@Indiametdept) September 26, 2021

ବାତ୍ୟା ନେଇ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଗତ ରାତିରୁ ବର୍ଷା ଆରମ୍ଭ ହୋଇଯାଇଛି । ସେହିଭଳି ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ପ୍ରବଳ ବର୍ଷା ନେଇ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ବୌଦ୍ଧ, ସୋନପୁର, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି।ଅନ୍ୟପଟେ ଏସଆରସିଙ୍କ ଆକଳନ ଅନୁଯାୟୀ, ବାତ୍ୟା ପୂର୍ବରୁ ଓ ପରେ ମୁଖ୍ୟତଃ ୩ ପ୍ରକାର ସମସ୍ୟା ହେବାର ସମ୍ଭାବନା ରହିଛି। ପବନ, ଭୂସ୍ଖଳନ ଓ ବନ୍ୟା ହେବାର ସମ୍ଭାବନା ରହିଛି । ପବନ ଯୋଗୁଁ ଅଧିକ କ୍ଷୟକ୍ଷତି ହେବ । ଗଛ ଓ ଖୁଣ୍ଟି ଉପୁଡିପାରେ । ଗଜପତି, ରାୟଗଡା, କୋରାପୁଟରେ ଲ୍ୟାଣ୍ଡ ସ୍ଲାଇଡ୍ ହେବାର ସମ୍ଭାବନା ରହିଛି। ନାଗାବଳି, ଋଷିକୂଲ୍ୟା ଓ ବଂଶଧାରାରେ ବନ୍ୟା ପାଣି ଆସିପାରେ । ଫ୍ଲାସ୍ ଫ୍ଲଡ୍ ଆସିପାରେ। ଏଥିପାଇଁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି ।

ସ୍ଥଳଭାଗ ମୁହାଁ ‘ଗୁଲାବ’: ସୁରକ୍ଷା ଓ ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ବର : ଉତ୍ତରପଶ୍ଚିମ ଓ ତତସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ’ଗୁଲାବ’ ସ୍ଥଳଭାଗ ଆଡକୁ ମାଡିଆସୁଛି। ପାଣିପାଗ ବିଭାଗର ଅପଡେଟ ଯାହା ରହିଛି ଏବେ ଗୋପାଳପୁର ଠାରୁ ପୂର୍ବ ଦକ୍ଷିଣ ପୂର୍ବ ଦିଗକୁ ୧୦୦କିଲୋମିଟର ଦୂରରେ ରହିଛି । ସେହିପରି କଳିଙ୍ଗପଟନମର ପୂର୍ବ ଓ ଉତ୍ତର ପୂର୍ବ ଦିଗକୁ ୧୦୫ କିଲୋମିଟର ଦୂରରେ ରହିଛି । ଘଣ୍ଟାପ୍ରତି ୨୪ କିଲୋମିଟର ବେଗରେ ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା ଗୁଲାବ। ଆନ୍ଧ୍ରପ୍ରଦେଶର କାଲିଙ୍ଗାପାଟନମ୍ ଏବଂ ଓଡିଶାର ଗୋପାଳପୁର ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ରହିଛି।

ଏନେଇ ଉଭୟ ଓଡିଶା ଓ ଆନ୍ଧ୍ର ସରକାର ପ୍ରସ୍ତୁତି ଜୋରଦାର କରିଛନ୍ତି । ଉପକୂଳବର୍ତ୍ତି ଜିଲ୍ଲା ଗୁଡିକରୁ ଲୋକମାନଙ୍କୁ ଉଚ୍ଚ ସ୍ତାନକୁ ସ୍ଥାନାନ୍ତର କରାଯାଉଛି । ଲୋକମାନଙ୍କ ପାଇଁ ଶୁଖିଲା ଖାଦ୍ୟ ଷ୍ଟୋର କରାଯାଉଛି । ଏନଡିଆରଏଫ୍ ଓ ଅନ୍ୟ ଉଦ୍ଧାରକାରୀ ଦଳଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି । ଏହାରି ମଧ୍ୟରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଓଡ଼ିଶାର କିଛି ଅଞ୍ଚଳରେ ବାତ୍ୟା ପରିସ୍ଥିତି ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ @Naveen_Odisha ଜୀଙ୍କ ସହ ଆଲୋଚନା କଲି । ଏହି ବିପତ୍ତିକୁ ସାମ୍ନା କରିବା ପାଇଁ ସବୁପ୍ରକାର ସାହାଯ୍ୟ ସହଯୋଗ କରିବା ପାଇଁ ଆଶ୍ୱସ୍ତ କଲି । ସମସ୍ତଙ୍କର କୁଶଳ ମଙ୍ଗଳ ଓ ସୁରକ୍ଷା ପାଇଁ ପ୍ରାର୍ଥନା ।

— Narendra Modi (@narendramodi) September 26, 2021

ଓଡିଶା ବାତ୍ୟା ଗୁଲାବର ମୁକାବିଲା ପାଇଁ କରାଯାଇଥିବା ବ୍ୟବସ୍ଥା ଏବଂ ପ୍ରସ୍ତୁତି ବିଷୟରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ। ଓଡିଶା ପୂର୍ବରୁ ଯେପରି ବାତ୍ୟା ଗୁଡିକ ପାଇଁ ପ୍ରସ୍ତୁତ ରହି ସଫଳ ମୁକାବିଲା କରେ ଗୁଲାବ ପାଇଁ ମଧ୍ୟ ରାଜ୍ୟ ପସ୍ତୁତ ଥିବା ନବୀନ ମୋଦୀଙ୍କ ଅବଗତ କରିଥିଲେ। ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କରେ ସ୍ଥାନାନ୍ତରଣ ସହ ଲୋକମାନଙ୍କ ପାଇଁ ଶୁଖିଲା ଖାଦ୍ୟ ଏବଂ ବାତ୍ୟା ଆଶ୍ରୟସ୍ଥଳୀମାନଙ୍କରେ ରନ୍ଧାଖାଦ୍ୟର ମଧ୍ୟ ବ୍ୟବସ୍ଥା କରାଯାଛି। ଓଡ୍ରାଫ, ଏନ୍‌ଡିଆର୍‌ଏଫ ସହ ଅଗ୍ନିଶମ ବିଭାଗ ମଧ୍ୟ ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କରେ ରହିଛନ୍ତି। ଏହି ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କେନ୍ଦ୍ର ତରଫରୁ ଯାହା ସହାୟତା ଆବଶ୍ୟକ ତାହା ଯୋଗାଇ ଦିଆଯିବ ବୋଲି କହିଛନ୍ତି।

Spoke to Andhra Pradesh CM Shri @ysjagan and took stock of the situation arising in the wake of Cyclone Gulab. Assured all possible support from the Centre. I pray for everyone’s safety and well-being.

— Narendra Modi (@narendramodi) September 26, 2021

ଅନ୍ୟପଟେ ବାତ୍ୟାର ପ୍ରସ୍ତୁତି ଓ ଆବଶ୍ୟକ ସହାୟତା ନେଇ ପ୍ରଧାନମନ୍ତ୍ରୀ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି କି କେନ୍ଦ୍ର ତରଫରୁ ଯାହା ସହାୟତା ଆବଶ୍ୟକ ତାହା ଯୋଗାଇ ଦିଆଯିବ । ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ରେଡ୍ଡୀ ପ୍ରଧାନମନ୍ତ୍ରୀଙ୍କୁ ତଥ୍ୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କି ଯେଭଳି ବି ହେଉ ବାତ୍ୟାରେ କୌଣସି ଜୀବନ ଯେଭଳି ନଷ୍ଟ ନହୁଏ ତା ଉପରେ ଗୁରୁତ୍ୱ ଦେବାକୁ ସେ ରେଡ୍ଡୀଙ୍କୁ ପରାମର୍ଶ ଦେଇଛନ୍ତି ।

ଆସନ୍ତାକାଲି ସଂନ୍ଧ୍ୟାରେ ଲ୍ୟାଣ୍ଡଫଲ୍ କରିବ ‘ଗୁଲାବ’, ଘଣ୍ଟା ପ୍ରତି ୯୦ରୁ ୯୫ କିମି ବେଗରେ ପବନ ବହିବା ସହ ହେବ ପ୍ରବଳ ବର୍ଷା
ଭୁବନେଶ୍ବର : ମାଡିଆସୁଛି ବାତ୍ୟା ଗୁଲାବ। ଆସନ୍ତା ୨୬ ତାରିଖରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ।  ଗୋପାଳପୁର- ବିଶାଖାପାଟଣା ମଝି କଳିଙ୍ଗପଟ୍ଟନମରେ ଲ୍ୟାଣ୍ଡଫଲ୍ କରିପାରେ ସାମୁଦ୍ରିକ ଝଡ଼ ।ବର୍ତ୍ତମାନ ଏହା ଗୋପାଳପୁରରୁ ୪୭୦ କି.ମି. ଏବଂ କଳିଙ୍ଗପଟ୍ଟନମ୍ ଠାରୁ ୫୪୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇ ରହିଛି। ବାତ୍ୟା ଘଣ୍ଟାପ୍ରତି ୧୪ କିମି ବେଗରେ ଉପକୂଳକୁ ମୁହାଁଉଛି । ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାକୁ ୯୦ ରୁ ୯୫ କିମି ରହିବ ବୋଲି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

ପାଣିପାଗ ବିଭାଗର ଆକଳନ ଅନୁସାରେ ଏହା ପ୍ରଥମେ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ପରେ ପଶ୍ଚିମ, ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରି ୨୬ ତାରିଖ ସଂଧ୍ୟାରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଦେଇ ଅତିକ୍ରମ କରିବା ସମ୍ଭାବନା ରହିଛି।ଏହାର ପ୍ରଭାବରେ ଆଜି(ଶନିବାର) ସନ୍ଧ୍ୟାରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବୋହିବା ସହ ୨୬ ତାରିଖରେ ଘଣ୍ଟା ପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ପବନ ବୋହିବ । ସେହିପରି ସ୍ଥଳବିଶେଷରେ ଏହା ୯୦ ରୁ ୯୫ କିଲୋମିଟର ମଧ୍ୟ ଛୁଇଁବ ବୋଲି କୁହାଯାଉଛି।

ବାତ୍ୟା ପ୍ରଭାବରେ ଗଛ ଉପୁଡିବାର ସମ୍ଭାବନା ରହିଛି। ଚାଷଜମି ମଧ୍ୟ କ୍ଷତିଗ୍ରସ୍ତ ହୋଇପାରେ। ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଖାସ୍ କରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ। ଏହି ବାତ୍ୟାଟି ଉପକୂଳ ଅତିକ୍ରମ କରିବା ପରେ ଦୁର୍ବଳ ହେବ ବୋଲି କହିଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର । ୨୭ ତାରିଖ ବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ। ତେବେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ରହିଛି । ସମୁଦ୍ର ଭିତରକୁ ଯିବାକୁ ମତ୍ସଜିବୀଙ୍କୁ ବାରଣ କରାଯାଇଛି । ୨୭ ତାରିଖ ପର୍ୟ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ।