Cyclone Gulab - The Sakala
ଓଡ଼ିଶା ଉପରେ ଆଉ ୧୨ ଘଣ୍ଟା ରହିବ ‘ଗୁଲାବ’ର ପ୍ରଭାବ, ଉତ୍ତର ଓଡିଶାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ବର : ଅବପାତର ରୁପ ନେଇ ସାରିଛି ବାତ୍ୟା ‘ଗୁଲାବ’। ଆଉ ୬ ଘଣ୍ଟା ପରେ ଏହା ଲଘୁଚାପରେ ପରିଣତ ହେବ। ବର୍ତ୍ତମାନ ଗୁଲାବର କେନ୍ଦ୍ରସ୍ଥଳ ମାଲକାନଗିରି ଜିଲ୍ଲାରୁ ୬୫ କିଲୋମେଟର ଓ ଛତିଶଗଡର ଜଗଦଲପୁର ଠାରୁ ୯୦ କିଲୋମେଟର ଦୂରରେ ଅଛି। ଧୀରେ ଧୀରେ ଏହା ପଶ୍ଚିମ ଦିଗକୁ ଗତି କରୁଛି । ଏନେଇ ଭୁବନେଶ୍ୱର ପାଣିପାଗ ନିର୍ଦେଶକ ଏଚ, ଆ ର ବିଶ୍ୱାସ ସୂଚନା ଦେଇଛନ୍ତି।
#DeepDepression over south Odisha & adjoining south Chhattisgarh, & 65 km east-northeast of Malkanagiri.
It is likely to move nearly westwards & weaken into a #Depression during next #6hours & into a well marked Low during subsequent #24Hrs. pic.twitter.com/2o2Na0O6pW
— Meteorological Centre, Bhubaneswar (@mcbbsr) September 27, 2021
ଓଡିଶାରେ ବାତ୍ୟା ଗୁଲାବର ପ୍ରଭାବ ଆଗାମୀ ୧୨ ଘଣ୍ଟା ପର୍ଯ୍ୟନ୍ତ ଅନୁଭୂତ ହେବ। ଏହାର ପ୍ରଭାବରେ ଗତ ୨୪ ଘଣ୍ଟା ଭିତରେ କୋରାପୁଟ ଜିଲ୍ଲାରେ ଅତି ପ୍ରବଳବର୍ଷ ହୋଇଛି। ଆଗକୁ ବି କୋରାପୁଟ ସମେତ ମାଲକାନଗିରି, ରାୟଗଡା, ନବରଙ୍ଗପୁର ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ଥିବାରୁ ବଲାଙ୍ଗୀର, ନୂଆପଡା, ଗଜପତି ଓ କଳାହାଣ୍ଡି ଜିଲ୍ଲା ପାଇଁ ସତର୍କତା ଜାରି କରାଯାଇଛି। ନାଗବଳୀ ଅବବାହିକାରେ ବେଶି ବର୍ଷ ହୋଇଛି।ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଓଡ଼ିଶାରେ ବଜ୍ରପାତ ସହ ବର୍ଷା ହୋଇପାରେ।
Realized #weather during past 24 hours over the districts of #Odisha pic.twitter.com/4ihEeRmOSW
— Meteorological Centre, Bhubaneswar (@mcbbsr) September 27, 2021
ଅନ୍ୟପଟେ  ମିଆଁମାର ଉପକୂଳ ବାଙ୍ଗୋପସାଗରରେ ଆଉ ଗୋଟିଏ ଘୁର୍ଣ୍ଣିବଳୟ ସୃଷ୍ଟି ହଉଛି। ଏହର ପ୍ରଭାବରେ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର,ଦେବଗଡ଼ରେ ପ୍ରବଳ ବର୍ଷା ବଜ୍ରପାତ ସମ୍ଭାବନା ରହିଛି। ସେପ୍ଟେମ୍ବରରେ ଓଡ଼ିଶାରେ ୭୦ ପ୍ରତିଶତ ଅଧିକ ବର୍ଷ ହୋଇଛି। ୩୬୦.୧ ମିଲିମିଟର ବର୍ଷ ରେକର୍ଡ ହୋଇଛି। ସ୍ୱାବବିକ ଭାବେ ଏହି ମାସରେ ୨୧୨ ମିଲିମିଟର ବର୍ଷା ହୋଇଥାଏ। ଯାହାଦ୍ୱାରା ଚଳିତବର୍ଷ ନିଆଣ୍ଟିଆ ବର୍ଷା ଭରଣା କରିଛି। ଗୁଲାବ ବାତ୍ୟା ବଳୟ ଟି ୩୦ ସେପ୍ଟେମ୍ବର ବେଳକୁ ଗୁଜୁରାଟରେ ପହଂଚି ଆରବ ସଗାରକୁ ଚାଲିଯିବ।
୫ ଦିନ ମଧ୍ଯରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ, ଅପରାହ୍ନ ସୁଦ୍ଧା ଓଡ଼ିଶା ଛାଡ଼ିବ ବାତ୍ୟା- ଏସ୍‌ଆରସି
ଭୁବନେଶ୍ୱର: ବର୍ତ୍ତମାନ ବାତ୍ୟାର କେନ୍ଦ୍ରବିନ୍ଦୁ ମାଲକାନଗିରି ଜିଲ୍ଲାରେ ରହିଛି । ୨ ରୁ ୩ ଘଣ୍ଟା ଭିତରେ ଏହା ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ଅତିକ୍ରମ କରିବ । ତେବେ ପବନରବେଗ କେଉଁଠି ବି ଅଧିକ ହୋଇନାହିଁ । ଗଜପତି ଓ କୋରାପୁଟରେ କେବଳ ଦୁଇଟି ତିନୋଟି ସ୍ଥାନରେ ମାଟି ଅତଡ଼ା ଖାସିଥିଲା । ୨୧ଟି ବ୍ଲକରେ ୫୦ ପ୍ରତିଶତରୁ ଅଧିକ ବର୍ଷା ହୋଇଛି । କୋରାପୁଟର ପଟାଙ୍ଗୀରେ ୧୪୮ ମିଲି ମିଟର ବର୍ଷା ହୋଇଥିବା ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍‌ଆରସି ପ୍ରଦୀପ ଜେନା ।
ମାଲକାନଗିରିର ଗୋଟିଏ ବ୍ଲକରେ ୧୦୭ ମିଲିମିଟର ବର୍ଷା ହୋଇଛି । ଗଜପତିର ଗୋଶାଣୀରେ ୮୩ ମିଲିମିଟର, ମୋହନାରେ ୩୩ ମିଲିମିଟର, ରାୟଗଡ ବ୍ଳକରେ ୬୦ ମିଲିମିଟର ଓ ନୂଆଗଡ଼ରେ ୩୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ବିଦ୍ୟୁତ ଭିତ୍ତିଭୂମି କେଉଁଠି କ୍ଷୟକ୍ଷତି ହୋଇନାହିଁ । ଖୁଣ୍ଟ କେଉଁଠି ଉପୁଡି ନାହିଁ । ବର୍ଷା ପ୍ରଭାବରେ କୋରାପୁଟର ଶୁଙ୍କି ଘାଟିରେ ଭୁସ୍ଖଳନ ଯୋଗୁ ରାସ୍ତା ଅବରୋଧ ହୋଇଛି । ବର୍ଷା କମିଲେ ତାହା ମରାମତି କରାଯିବ । ପାହାଡିଆ ସ୍ଥାନରେ କିଛି ଜାଗାରେ ପାଣି ଚାଲୁଥିଲା ତାହା ଏବେ ବନ୍ଦ ହୋଇଗଲାଣି । ମୋଟାମୋଟି ଭାବେ ପାଣି ପାଗ ବିଭାଗ ବାତ୍ୟା ଦ୍ୱାରା ଯେତିକି ବର୍ଷା ହେବ ବୋଲି ଆକଳନ କରିଥିଲା ସେମିତି ବର୍ଷା କି ପବନ ହୋଇ ନାହିଁ । କୌଣସି ବଡ଼ କ୍ଷୟକ୍ଷତି ବି ହୋଇନାହିଁ । ଜିଲ୍ଲାପାଳ ମାନଙ୍କୁ କ୍ଷୟକ୍ଷତି ରିପୋର୍ଟ ଦେବାକୁ କୁହାଯାଇଛି । ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦିଆଯିବ ସେମାନେ ୫ ଦିନରେ କ୍ଷୟକ୍ଷତି ରିପୋର୍ଟ ଦେବେ । ସର୍ବମୋଟ ୪୬ ହଜାର ୭୫ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ୧୧୮୯ଟି ସେଲଟର ସେମାନଙ୍କୁ ରଖାଯାଇଥିଲା । ୧୫୩୩ ଆସନ୍ନ ପ୍ରସବାଙ୍କୁ ସ୍ଥାନାନ୍ତର କରାଯାଇଥିଲା । ମାଲକାନଗିରି ଜିଲ୍ଲାରେ ବର୍ଷା ଟିକିଏ ଜାରି ରହିଛି ଆଶା କରୁଛୁ ସେମିତି କିଛି ସମସ୍ୟା ହେବ ନାହିଁ । କେବଳ ମାଲକାନଗିରି ରେ ୫୦ ରୁ ୬୦ ଗଛ ଭାଙ୍ଗିଥିବା କହିଛନ୍ତି ଏସ୍‌ ଆରସି ।
ବାତ୍ଯା ଗୁଲାବ ପ୍ରଭାବ: ମାଲକାନଗିରିରେ ଲଗାଣ ବର୍ଷା ଜାରି, ଗଛ ପଡି ଭାଙ୍ଗିଲା ଘର
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବାତ୍ୟା ଗୁଲାବ ପ୍ରଭାବରେ ଲଗାଣ ବର୍ଷା ଜାରି ରହିବା ସହ ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହେବା ସହ ଘର ମଧ୍ୟ ଭାଙ୍ଗିଯାଇଛି। ମାଲକାନଗିରି ଜିଲ୍ଲା ସଦର ମହକୁମାର ବାଲିମେଳା ଓ ମାଲକାନଗିରିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଗଛ ପଡି ରାସ୍ତା ଅବରୋଧ ହେଇଥିବା ବେଳେ ସଦର ମହକୁମାର ଟେକବାଡ଼ି କଲୋନୀରେ ଗଛ ପଡି ଗୋଟିଏ ଘର ଭାଙ୍ଗି ଯାଇଛି। ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ରମଶଃ ବର୍ଷା ମଧ୍ୟ ବଢ଼ିବାରେ ଲାଗିଛି ।
ଆରମ୍ଭ ହେଲା ବାତ୍ୟା ‘ଗୁଲାବ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା, ପ୍ରବଳ ବର୍ଷା ଓ ପବନ ସହ ୩ ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ୍
ଭୁବନେଶ୍ବର : ବାତ୍ୟା ‘ଗୁଲାବ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ।ବର୍ତ୍ତମାନ ୫୦ ରୁ ୬୦ କିମି ବେଗରେ ପବନ ବହୁଛି ଆଗକୁ ଏହା ବଢିବ। ପାଖାପାଖି ୩ ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା।  ଏହି ପ୍ରକ୍ରିୟା ମଧ୍ୟରାତ୍ରି ଯାଏଁ ଜାରି ରହିବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। କଳିଙ୍ଗପଟ୍ଟମଠାରୁ ୨୫ କିଲୋମିଟର ଦୂରରେ ଏହା ଉପକୂଳ ଅତିକ୍ରମ କରିବ। ଲ୍ୟାଣ୍ଡଫଲ୍ ସମୟରେ ପବନର ଘଣ୍ଟାପ୍ରତି ବେଗ ୭୫-୮୫ କିମି ରହିବା ସହ ବେଳେ ବେଳେ ଝଟକା ପବନ ସର୍ବାଧିକ ୯୫ କିମି ବେଗରେ ରହିବ।
the cloud bands have touched coastal regions and thus the landfall process has commenced over north coastal Andhra Pradesh and adjoining south coastal Odisha. System will cross coasts between Kalingapatnam & Gopalpur, about 25 km to north of Kalingapatnam during next 3 hours.
— Meteorological Centre, Bhubaneswar (@mcbbsr) September 26, 2021
ବର୍ତ୍ତମାନ ଏହା ଗୋପାଳପୁରଠାରୁ ୯୫ କିମି ଦୂରରେ ଆନ୍ଧ୍ର କଳିଙ୍ଗପଟ୍ଟନମ୍‌ ଠାରୁ ୮୫ କିମି ଦୂରରେ ରହିଛି। ଘଣ୍ଟାପ୍ରତି ୨୫ କିମି ବେଗରେ ବାତ୍ୟା ସ୍ଥଳଭାଗ ଆଗକୁ ମାଡି ଆସୁଛି। ବାତ୍ୟାର କ୍ଲାଉଡ଼ ବ୍ୟାଣ୍ଡ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ଓ ଓଡ଼ିଶାର ଦକ୍ଷିଣ ଉପକୂଳକୁ ଛୁଇଁଛି । କଳିଙ୍ଗପାଟନମଠାରୁ ୨୫ କିଲୋମିଟର ଦୂରତାରେ ଏହା ଉପକୂଳକୁ ଅତିକ୍ରମ କରିବ ବୋଲି ସେ କହିଛନ୍ତି। ବର୍ତ୍ତମାନ ପୁରୀରେ ଘଣ୍ଟା ପ୍ରତି ୩୧ କିଲୋମିଟର ବେଗରେ ପବନ ବୋହୁଥିବାବେଳେ ଗୋପାଳପୁରରେ ଘଣ୍ଟା ପ୍ରତି ୨୬ କିଲୋମିଟର ବେଗରେ ପବନ ବୋହୁଛି।
the cloud bands have touched coastal regions and thus the landfall process has commenced over north coastal Andhra Pradesh and adjoining south coastal Odisha. System will cross coasts between Kalingapatnam & Gopalpur, about 25 km to north of Kalingapatnam during next 3 hours.
— India Meteorological Department (@Indiametdept) September 26, 2021
ବାତ୍ୟା ଉପକୂଳ ନିକଟକୁ ଯେତେ ଅଧିକରୁ ଅଧିକ ଆସିବ ପବନର ବେଗ ସେତେ ବଢିବ । ପୂର୍ବ ପୂର୍ବାନୁମାନ ମୁତାବକ ପବନର ବେଗ ସର୍ବାଧିକ ୭୫ରୁ ୮୫ କିଲୋମିଟର ବେଗ ରହିପାରେ । ଗଞ୍ଜାମ ଓ ଗଜପତିରେ ସର୍ବାଧିକ ପ୍ରଭାବ ପକାଇପାରେ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।
ଗୋପାଳପୁରଠୁ ୯୫ କିମି ଦୂରରେ ‘ଗୁଲାବ’, ଘଣ୍ଟାପ୍ରତି ୨୫ କିମି ବେଗରେ ହେଉଛି ସ୍ଥଳଭାଗ ମୁହାଁ
ଭୁବନେଶ୍ବର : ଗୋପାଳପୁରର ନିକଟତର ହେଉଛି ବାତ୍ୟା ଗୁଲାବ । ପାଣିପାଗ ବିଭାଗର ସଦ୍ୟ ସୂଚନା ଅନୁସାରେ ଗୋପାଳପୁର ଠାରୁ ପୂର୍ବ ଦକ୍ଷିଣ ପୂର୍ବ ଦିଗକୁ ୯୫ କିଲୋମିଟର ଦୂରରେ ଓ ଆନ୍ଧ୍ରର କଳିଙ୍ଗପଟ୍ଟନମ ଠାରୁ ୮୫ କିମି ଦୂରରେ ରହିଛି। ଗତ ୩ ଘଣ୍ଟାରେ ଏହା ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ଗତି କରୁଛି।
About to make landfall and process will commence from 6.00pm pic.twitter.com/Dam629brJu
— Meteorological Centre, Bhubaneswar (@mcbbsr) September 26, 2021
ସନ୍ଧ୍ୟା ୬ଟାରୁ ‘ଗୁଲାବ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯିବ। ଏହା ପରେ ଆଜି ମଧ୍ୟରାତ୍ରି ସୁଦ୍ଧା ଗୋପାଳପୁର ଓ କଳିଙ୍ଗପଟ୍ଟନମ ମଝିରେ ଏହା ଲ୍ୟାଣ୍ଡଫଲ୍ କରିବ। ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟାକୁ ୭୫ରୁ ୮୫ କିମି ରହିବ। ଝଟକା ପବନର ଘଣ୍ଟାପ୍ରତି ବେଗ ୯୫ କିଲୋମିଟର ରହିପାରେ । ପାଣିପାଗ ବିଭାଗର ସୂଚନା ଅନୁସାରେ ୨ରୁ ୩ ଘଣ୍ଟା ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ ଓ ଏହାର ପ୍ରଭାବ ୬ଘଣ୍ଟା ଯାଏଁ ରହିବ ।ବିଶେଷ କରି ଗଜପତି ଓ ଗଞ୍ଜାମ ଉପରେ ଅଧିକ ପ୍ରଭାବ ପଡିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଲ୍ୟାଣ୍ଡଫଲ୍‌ ସମୟରେ ଗଞ୍ଜାମ ଉପକୂଳରେ ସମୁଦ୍ରରେ ବଡ଼ ବଡ଼ ଢ଼େଉ ଆସିପାରେ।
Cyclonic storm GULAB centered at 1630 IST of 26th Sep. about 85 km east-northeast of Kalingapattnam and 95 km south of Goplapur. To cross between Kalingapatnam & Gopalpur as a cyclonic storm by midnight of today. Landfall process will commence around 1800 IST of today. pic.twitter.com/PQf15iDIuI
— India Meteorological Department (@Indiametdept) September 26, 2021
ବାତ୍ୟା ନେଇ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଗତ ରାତିରୁ ବର୍ଷା ଆରମ୍ଭ ହୋଇଯାଇଛି । ସେହିଭଳି ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ପ୍ରବଳ ବର୍ଷା ନେଇ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ବୌଦ୍ଧ, ସୋନପୁର, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି।ଅନ୍ୟପଟେ ଏସଆରସିଙ୍କ ଆକଳନ ଅନୁଯାୟୀ, ବାତ୍ୟା ପୂର୍ବରୁ ଓ ପରେ ମୁଖ୍ୟତଃ ୩ ପ୍ରକାର ସମସ୍ୟା ହେବାର ସମ୍ଭାବନା ରହିଛି। ପବନ, ଭୂସ୍ଖଳନ ଓ ବନ୍ୟା ହେବାର ସମ୍ଭାବନା ରହିଛି । ପବନ ଯୋଗୁଁ ଅଧିକ କ୍ଷୟକ୍ଷତି ହେବ । ଗଛ ଓ ଖୁଣ୍ଟି ଉପୁଡିପାରେ । ଗଜପତି, ରାୟଗଡା, କୋରାପୁଟରେ ଲ୍ୟାଣ୍ଡ ସ୍ଲାଇଡ୍ ହେବାର ସମ୍ଭାବନା ରହିଛି। ନାଗାବଳି, ଋଷିକୂଲ୍ୟା ଓ ବଂଶଧାରାରେ ବନ୍ୟା ପାଣି ଆସିପାରେ । ଫ୍ଲାସ୍ ଫ୍ଲଡ୍ ଆସିପାରେ। ଏଥିପାଇଁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି ।
ସ୍ଥଳଭାଗ ମୁହାଁ ‘ଗୁଲାବ’: ସୁରକ୍ଷା ଓ ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ବର : ଉତ୍ତରପଶ୍ଚିମ ଓ ତତସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ’ଗୁଲାବ’ ସ୍ଥଳଭାଗ ଆଡକୁ ମାଡିଆସୁଛି। ପାଣିପାଗ ବିଭାଗର ଅପଡେଟ ଯାହା ରହିଛି ଏବେ ଗୋପାଳପୁର ଠାରୁ ପୂର୍ବ ଦକ୍ଷିଣ ପୂର୍ବ ଦିଗକୁ ୧୦୦କିଲୋମିଟର ଦୂରରେ ରହିଛି । ସେହିପରି କଳିଙ୍ଗପଟନମର ପୂର୍ବ ଓ ଉତ୍ତର ପୂର୍ବ ଦିଗକୁ ୧୦୫ କିଲୋମିଟର ଦୂରରେ ରହିଛି । ଘଣ୍ଟାପ୍ରତି ୨୪ କିଲୋମିଟର ବେଗରେ ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା ଗୁଲାବ। ଆନ୍ଧ୍ରପ୍ରଦେଶର କାଲିଙ୍ଗାପାଟନମ୍ ଏବଂ ଓଡିଶାର ଗୋପାଳପୁର ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ରହିଛି।
ଏନେଇ ଉଭୟ ଓଡିଶା ଓ ଆନ୍ଧ୍ର ସରକାର ପ୍ରସ୍ତୁତି ଜୋରଦାର କରିଛନ୍ତି । ଉପକୂଳବର୍ତ୍ତି ଜିଲ୍ଲା ଗୁଡିକରୁ ଲୋକମାନଙ୍କୁ ଉଚ୍ଚ ସ୍ତାନକୁ ସ୍ଥାନାନ୍ତର କରାଯାଉଛି । ଲୋକମାନଙ୍କ ପାଇଁ ଶୁଖିଲା ଖାଦ୍ୟ ଷ୍ଟୋର କରାଯାଉଛି । ଏନଡିଆରଏଫ୍ ଓ ଅନ୍ୟ ଉଦ୍ଧାରକାରୀ ଦଳଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି । ଏହାରି ମଧ୍ୟରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଓଡ଼ିଶାର କିଛି ଅଞ୍ଚଳରେ ବାତ୍ୟା ପରିସ୍ଥିତି ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ @Naveen_Odisha ଜୀଙ୍କ ସହ ଆଲୋଚନା କଲି । ଏହି ବିପତ୍ତିକୁ ସାମ୍ନା କରିବା ପାଇଁ ସବୁପ୍ରକାର ସାହାଯ୍ୟ ସହଯୋଗ କରିବା ପାଇଁ ଆଶ୍ୱସ୍ତ କଲି । ସମସ୍ତଙ୍କର କୁଶଳ ମଙ୍ଗଳ ଓ ସୁରକ୍ଷା ପାଇଁ ପ୍ରାର୍ଥନା ।
— Narendra Modi (@narendramodi) September 26, 2021
ଓଡିଶା ବାତ୍ୟା ଗୁଲାବର ମୁକାବିଲା ପାଇଁ କରାଯାଇଥିବା ବ୍ୟବସ୍ଥା ଏବଂ ପ୍ରସ୍ତୁତି ବିଷୟରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ। ଓଡିଶା ପୂର୍ବରୁ ଯେପରି ବାତ୍ୟା ଗୁଡିକ ପାଇଁ ପ୍ରସ୍ତୁତ ରହି ସଫଳ ମୁକାବିଲା କରେ ଗୁଲାବ ପାଇଁ ମଧ୍ୟ ରାଜ୍ୟ ପସ୍ତୁତ ଥିବା ନବୀନ ମୋଦୀଙ୍କ ଅବଗତ କରିଥିଲେ। ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କରେ ସ୍ଥାନାନ୍ତରଣ ସହ ଲୋକମାନଙ୍କ ପାଇଁ ଶୁଖିଲା ଖାଦ୍ୟ ଏବଂ ବାତ୍ୟା ଆଶ୍ରୟସ୍ଥଳୀମାନଙ୍କରେ ରନ୍ଧାଖାଦ୍ୟର ମଧ୍ୟ ବ୍ୟବସ୍ଥା କରାଯାଛି। ଓଡ୍ରାଫ, ଏନ୍‌ଡିଆର୍‌ଏଫ ସହ ଅଗ୍ନିଶମ ବିଭାଗ ମଧ୍ୟ ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କରେ ରହିଛନ୍ତି। ଏହି ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କେନ୍ଦ୍ର ତରଫରୁ ଯାହା ସହାୟତା ଆବଶ୍ୟକ ତାହା ଯୋଗାଇ ଦିଆଯିବ ବୋଲି କହିଛନ୍ତି।
Spoke to Andhra Pradesh CM Shri @ysjagan and took stock of the situation arising in the wake of Cyclone Gulab. Assured all possible support from the Centre. I pray for everyone’s safety and well-being.
— Narendra Modi (@narendramodi) September 26, 2021
ଅନ୍ୟପଟେ ବାତ୍ୟାର ପ୍ରସ୍ତୁତି ଓ ଆବଶ୍ୟକ ସହାୟତା ନେଇ ପ୍ରଧାନମନ୍ତ୍ରୀ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି କି କେନ୍ଦ୍ର ତରଫରୁ ଯାହା ସହାୟତା ଆବଶ୍ୟକ ତାହା ଯୋଗାଇ ଦିଆଯିବ । ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ରେଡ୍ଡୀ ପ୍ରଧାନମନ୍ତ୍ରୀଙ୍କୁ ତଥ୍ୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କି ଯେଭଳି ବି ହେଉ ବାତ୍ୟାରେ କୌଣସି ଜୀବନ ଯେଭଳି ନଷ୍ଟ ନହୁଏ ତା ଉପରେ ଗୁରୁତ୍ୱ ଦେବାକୁ ସେ ରେଡ୍ଡୀଙ୍କୁ ପରାମର୍ଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା: ଜୀବନ ରକ୍ଷାକୁ ସର୍ବାଧିକ ଗୁରୁତ୍ବ, ଆସନ୍ତାକାଲି ପ୍ରଭାବିତ ୧୧ଟି ଜିଲ୍ଲାରେ ବନ୍ଦ ରହିବ ସ୍କୁଲ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ଦିଲ୍ଲୀରୁ ବାତ୍ୟା ଗୁଲ୍‌ଆବର ମୁକାବିଲାର ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜୀବନ ରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରିଥିଲେ ଏବଂ ଏହା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକାତା ଠାରୁ ଅଧିକ ଆଗକୁ ଯାଇ କାମ କରିବା ପାଇଁ ପରାମର୍ଶ ଦେଇଥିଲେ। ଆଜି ଅପରାହ୍ନ ସୁଦ୍ଧା ଗୁଲ୍‌ଆବ ପ୍ରଭାବିତ ଜିଲ୍ଲା ମାନଙ୍କର ତଳିଆ ତଥା ବନ୍ୟାପ୍ରବଣ ସ୍ଥାନ ମାନଙ୍କରୁ ଏବଂ କଚ୍ଚା ଘର ମାନଙ୍କରୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ ସହିତ ଭୂସ୍ଖଳନ ସଂଭାବନା ଥିବା ଅଞ୍ଚଳ ମାନଙ୍କରେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।
ବାତ୍ୟା ୟାସ୍‌ ପରବର୍ତ୍ତୀ ସମୟରେ ଯେପରି ପ୍ରଭାବିତ ଅଞ୍ଚଳ ମାନଙ୍କରେ କୋଭିଡ ସଂଖ୍ୟା ବୃଦ୍ଧି ଘଟିଥିଲା, ତାକୁ ଦୃଷ୍ଟିରେ ରଖି ବାତ୍ୟା ଆଶ୍ରୟସ୍ଥଳ ମାନଙ୍କରେ କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରାଯିବା ତଥା ମାସ୍କ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହାସହିତ ଆସ୍କା, ଗୁଡାରୀ, ଗୁଣପୁର, କଡିନଗର ଏବଂ ପୁରୁଷୋତ୍ତମପୁର ତଥା ଅନ୍ୟ ବନ୍ୟା ପ୍ରବଣ ଗାଁ ମାନଙ୍କରେ ଥିବା ବନ୍ଧବାଡ ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ପରାମର୍ଶ ଦେଇଥିଲେ ।
ବାତ୍ୟା ଆଶ୍ରୟସ୍ଥଳ ଗୁଡିକରେ ଭଲ ପିଇବା ପାଣି ସମେତ ସବୁପ୍ରକାର ମୌଳିକ ବ୍ୟବସ୍ଥା ଗ୍ରହଣ କରାଯିବା ସଙ୍ଗେସଙ୍ଗେ ଗର୍ଭବତୀ ମହିଳା, ବୟସ୍କ ଓ ଶିଶୁ ମାନଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ବାତ୍ୟା ପରେ ପରେ ରାସ୍ତା ସଫା କରିବା, ବିଦ୍ୟୁତ ଓ ଜଳଯୋଗାଣ ବ୍ୟବସ୍ଥାର ପୁନରୁଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଆଗୁଆ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ମାଇକ ଯୋଗେ ଲୋକଙ୍କୁ ସଚେତନ କରିବା ସହ ସ୍ଥାନାନ୍ତର ଆଶ୍ରୟସ୍ଥଳ ପରିଚାଳନା ତଥା ପୁନରୁଦ୍ଧାର କାର୍ଯ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନ,ମି ଶନ ଶକ୍ତି ଗୋଷ୍ଠୀ, NGO. ଓ ସ୍ବଚ୍ଛାସେବୀମାନଙ୍କୁ ସାମିଲ କରିବା ପାଇଁ ପରାମର୍ଶ ଦେଇଥିଲେ । ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା କାଲି ପ୍ରଭାବିତ ସମସ୍ତ ୧୧ ଗୋଟି ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ ଜିଲ୍ଲାପାଳ ମାନେ ସ୍ଥାନୀୟ ପରିସ୍ଥିତିକୁ ବିଚାରକୁ ନେଇ ସ୍କୁଲ ଖୋଲିବା ସଂପର୍କରେ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଯଥା ନିରାପଦ ସ୍ଥାନକୁ ସ୍ଥାନାନ୍ତର ଏବଂ କୋଭିଡ ନିୟମ ପାଳନ ଆଦି ବିଷୟରେ ପୂର୍ଣ୍ଣ ସହଯୋଗ କରବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଥିଲେ ।
ଉନ୍ନୟନ କମିଶନର ତଥା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପରିସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ପ୍ରଭାବିତ ଜିଲ୍ଲା ମାନଙ୍କରେ ୪୨ଟି ଓଡ୍ରାଫ, ୨୪ NDRF, ୧୦୩ ଅଗ୍ନିଶମ ଦଳ ମୁତୟନ କରାଯାଇଛି ବୋଲି ସୂଚନା ଦେଇଥିଲେ । ବାତ୍ୟା ଆଶ୍ରୟସ୍ଥଳ ମାନଙ୍କରେ ମାସ୍କ ଓ ସାନିଟାଇଜର ବ୍ୟବସ୍ଥା ସହିତ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦିଆଯାଉଛି ବୋଲି ସୂଚନା ଦେଇଥିଲେ। ଏହି ବାତ୍ୟା ଦ୍ବାରା ଗଞ୍ଜାମ, ଗଜପତି, ରାୟଗଡା ଓ କୋରାପୁଟ ଜିଲ୍ଲା ସର୍ବାଧିକ ପ୍ରଭାବିତ ହେବାର ସମ୍ଭାବନା ଥିବାବେଳେ ଏହି ଜିଲ୍ଲାଗୁଡିକ ସହିତ କନ୍ଧମାଳ, ମାଲକାନଗିରି, ନବରଂଗପୁର ଓ କଳାହାଣ୍ଡିର କିଛି ଅଞ୍ଚଳରେ ପ୍ରବଳକୁ ପ୍ରବଳତର ବର୍ଷା ଏବଂ ଖୋର୍ଦ୍ଧା, ପୁରୀ ଓ ନୟାଗଡ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ବୋଲି ସୂଚନା ଦେଇଥିଲେ । ଏହା ସହିତ କେତେକ ସ୍ଥାନରେ ଭୂସ୍ଖଳନ ହେବାର ସଂଭାବନା ରହିଛି ବୋଲି ସେ ସତର୍କ କରାଇ ଦେଇଥିଲେ। ଆଜି ଅପରାହ୍ନ ୪ଟି ସୁଦ୍ଧା ସ୍ଥାନାନ୍ତର କାର୍ଯ୍ୟ ଶେଷ କରାଯିବ ବୋଲି ସେ ମୁଖ୍ୟମନ୍ତ୍ରୀ ଅବଗତ କରାଇଥିଲେ । ଗଞ୍ଜାମ, ଗଜପତି, ରାୟଗଡା ଓ କୋରାପୁଟର ଜିଲ୍ଲାପାଳ ମାନେ ଜିଲ୍ଲାର ପରିସ୍ଥିତି ଏବଂ ବାତ୍ୟାର ମୁକାବିଲା ପାଇଁ ନିଆଯାଇଥିବା ଆଗୁଆ ପଦକ୍ଷେପ ଓ ସେମାନଙ୍କର ଆବଶ୍ୟକତା ସଂପର୍କରେ ବୈଠକରେ ଜଣାଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସହ ଦିଲ୍ଲୀ ଗସ୍ତରେ ଥିବା ୫ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜଳସଂପଦ ବିଭାଗର ପ୍ରମୁଖ ସଚିବ, ଶକ୍ତି ବିଭାଗର ପ୍ରମୁଖ ସଚିବ, ମତ୍ସ୍ୟ ଓ ପଶୁସଂପଦ ବିଭାଗର ସଚିବ ଓ ପ୍ରଭାବିତ ୧୧ଟି ଜିଲ୍ଲାର ଜିଲ୍ଲାପାଳ ମାନେ ବୈଠରେ ଭାଗ ନେଇଥିଲେ ।
ସମ୍ଭାବ୍ଯ ବାତ୍ୟା ମୁକାବିଲା ପାଇଁ ୭ ଜିଲ୍ଲାର ପୌର କର୍ମଚାରୀଙ୍କ ଛୁଟି ବାତିଲ୍
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଗୁଲାବ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ୭ଟି ଜିଲ୍ଲାର ସମସ୍ତ ପୌର କର୍ମଚାରୀଙ୍କ ଛୁଟି ବାତିଲ୍ କରି ଦିଆଯାଇଛି। ବାତ୍ୟା ଗୁଲାବ ପାଇଁ ଦକ୍ଷିଣ ଓଡ଼ିଶାର ୭ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଏସବୁ ଜିଲ୍ଲା ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ୍ ପାଇଁ ନିଷ୍ପତ୍ତି ନିଆଯାଇଛି ।
ଜଳବନ୍ଦୀ ସ୍ଥିତି ଏଡ଼ାଇବାକୁ ଯନ୍ତ୍ରପାତି ଓ ପମ୍ପସେଟ୍ ପ୍ରସ୍ତୁତ ରଖିବାକୁ ଗୃହ ଓ ସହରାଞ୍ଚଳ ବିଭାଗ ନିର୍ଦ୍ଦେଶ ଦଇଛି । ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ କୁହାଯାଇଛି । ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହେବା ଆଶଙ୍କା ଥିବାରୁ ଡିଜି ସେଟ୍ସ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସହରାଞ୍ଚଳରେ କଣ୍ଟ୍ରୋଲ୍ ରୁମ୍ ଖୋଲାଯିବ । ଜଳାର୍ଣ୍ଣବ ସ୍ଥିତି ଏଡ଼ାଇବାକୁ ଡ୍ରେନ୍ ଗୁଡ଼ିକ ଉପରେ ନଜର ରଖାଯିବ । ଡ୍ରେନକୁ ସଫା କରାଯିବା ସହ ଆସନ୍ତାକାଲି ରାସ୍ତା ସଫେଇ ପାଇଁ ମନା କରାଯାଇଛି । ଅଧିକ ଜଳପ୍ରବାହ ପାଇଁ ଦୁର୍ଘଟଣା ଘଟୁଥିବା ସ୍ଥାନରେ ବ୍ୟାରିକେଡ୍ ନିର୍ମାଣ ହେବ ।
ସ୍ଥଳଭାଗ ମୁହାଁ ବାତ୍ୟା ଗୁଲାବ୍: ରାତି ୯ଟାରୁ ଆରମ୍ଭ ହେବ ଲ୍ୟାଣ୍ଡଫଲ ପ୍ରକ୍ରିୟା
ଭୁବନେଶ୍ବର: ରାତି ୯ ଟାରୁ ୧୦ ଟା ମଧ୍ୟରେ ଆରମ୍ଭ ହେବ ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ ପ୍ରକ୍ରିୟା । ଏହି ପ୍ରକ୍ରିୟା ୩ରୁ ୪ ଘଣ୍ଟା ପର୍ଯ୍ୟନ୍ତ ଚାଲିବ। ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୭୦ ରୁ ୮୦ ଏବଂ ଝଟକା ପବନ ଘଣ୍ଟାପ୍ରତି ସର୍ବାଧିକ ୯୫ ପର୍ଯ୍ୟନ୍ତ ରହିବ। ଲ୍ୟାଣ୍ଡଫଲ ସମୟରେ ଗଞ୍ଜାମ ଓ ଗଜପତି ବିଶେଷ ପ୍ରଭାବିତ ହେବ । ଏହି ଜିଲ୍ଲାରେ ଘଣ୍ଟାପ୍ରତି ୭୫ ରୁ ୮୫ କିଲୋମିଟର ରହିବ ପବନର ବେଗ । ସାଇକ୍ଲୋନର ବ୍ୟାସାର୍ଦ୍ଧ ଉତ୍ତର -ଦକ୍ଷିଣ ମଧ୍ୟରେ ୧୭୨ କିଲୋମିଟର ରହିଥିବା ବେଳେ ପୂର୍ବ-ପଶ୍ଚିମ ମଧ୍ୟରେ ୧୨୫ କିଲୋମିଟର ରହିଛି ସାଇକ୍ଲୋନର ବ୍ୟାସାର୍ଦ୍ଧ । ବାତ୍ୟା ପ୍ରଭାବରେ ଆକସ୍ମିକ ବନ୍ୟା, ଭୂସ୍ଖଳନ ହେବାର ସମ୍ଭାବନା ରହିଛି। ପୁରୀ,ଖୋର୍ଦ୍ଧା, ନବରଙ୍ଗପୁର,ରାୟଗଡା,କନ୍ଧମାଳ, କୋରାପୁଟ,ମାଲକାନାଗିରିରେ ବି ପବନର ବେଗ ୪୫ ରୁ ୫୫ ରହିବ। କିନ୍ତୁ ସମୟେ ସମୟେ ୬୫ ରହିବ ଝଟକା ପବନ। ଲ୍ୟାଣ୍ଡଫଲର ୧୨ ଘଣ୍ଟା ପର୍ଯ୍ୟନ୍ତ ଅବପାତ ରୂପରେ ରହିବ ଗୁଲାବ୍। ଏହାର ପ୍ରଭାବରେ ଆସନ୍ତା କାଲିମଧ୍ୟ ଉପକୂଳ ଓଡିଶାରେ ବର୍ଷା ଜାରି ରହିବ। ବର୍ତ୍ତମାନ ସୁଦ୍ଧା ଚାନ୍ଦବାଲିରେ ସର୍ବାଧିକ ୨୧ ମିମି ରେକର୍ଡ ହୋଇଛି ବର୍ଷା। ଏବେ ଗୋପାଳପୁର ଠାରୁ ୨୭୦କିଲୋମିଟର ଏବଂ କଳିଙ୍ଗପାଟନମ୍ ଠାରୁ ୩୩୦ କିଲୋମିଟର ଦୂରରେ ରହିଛି ବାତ୍ୟା ଗୁଲାବ୍। ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମୁହାଁଇଛି ବାତ୍ୟା।
ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଗୁଲାବ’  ପରିପ୍ରେକ୍ଷୀରେ ପୂର୍ବତଟ ରେଳପଥ ୨୮ଟି ଟ୍ରେନ୍ ବାତିଲ କରିଥିବା ବେଳେ ଆଉ ୫ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି। ଆସନ୍ତା ୨୬ ଓ ୨୭ ତାରିଖ ଦିନ ଟ୍ରେନ୍ ବାତିଲ ରହିବ ।
ହସ୍ତଗତ ସୂଚନା ଅନୁସାରେ; ଭୁବନେଶ୍ବର-ବିଶାଖାପାଟଣା-ଭୁବନେଶ୍ବର, ଭୁବନେଶ୍ବର-ସିକନ୍ଦରାବାଦ, ଭୁବନେଶ୍ବର-ତିରୁପତୀ, ଭୁବନେଶ୍ବର-ଗୁଣୁପୁର-ଭୁବନେଶ୍ୱର, ପୁରୀ – ଚେନ୍ନାଇ-ପୁରୀ,ଗୁଣୁପୁର- ବିଶାଖାପାଟଣା-ଗୁଣୁପୁର, ଭୁବନେଶ୍ବର -ପଲାସା – ଭୁବନେଶ୍ବର, ବିଶାଖାପାଟଣା-ଟାଟା- ବିଶାଖାପାଟଣା, ବିଶାଖାପାଟଣା-କୋର୍ବା-ବିଶାଖାପାଟଣା, ସମ୍ବଲପୁର – ନାଭେଦ – ସମ୍ବଲପୁର, ବିଶାଖାପାଟଣା-ରାୟଗଡ଼ା-ବିଶାଖାପାଟଣା, ରାୟଗଡ଼ା-ଗୁଣ୍ଡୁର, ବେଙ୍ଗାଲୁରୁ-ଭୁବନେଶ୍ଵର ପ୍ରଶାନ୍ତି ଏକ୍ସପ୍ରେସ୍, ଯଶୋବନ୍ତପୁର ଭୁବନେଶ୍ବର ଆଦି ଟ୍ରେନ୍ ବାତିଲ କରାଯାଇଛି।
ସେହିପରି ପୁରୀ-ଓଖା, ହାୱଡ଼ା-ଯଶୋବନ୍ତପୁର, ହାୱଡ଼ା-ଭାସ୍କୋଡ଼ାଗାମା, ପୁରୀ-ତିରୁପତି, ହାୱଡ଼ା-ଚେନ୍ନାଇ, ନ୍ୟୁ ତିନସୁକିଆ-ବେଙ୍ଗାଲୁରୁ ଆଦି ଟ୍ରେନ୍‌ର ସମୟ ଏବଂ ଗତିପଥ ପରିବର୍ତ୍ତନ କରାଯାଇଛି।
ଭୁବନେଶ୍ୱର: ମିଆଁମାର ଉପକୂଳରେ ସୃଷ୍ଟ ଲଘୁଚାପ ତୀବ୍ର ଅବପାତ ହୋଇ ବାତ୍ୟାର ରୂପ ନେଇସାରିଛି। ସମୁଦ୍ର ମଧ୍ୟରେ ବଳ ଗୋଟାଇବା ସହ ଘଣ୍ଟା ପ୍ରତି ୭ କିମି. ବେଗରେ ଆସୁଥିବା ବାତ୍ୟା ‘ଗୁଲାବ’ ଆସନ୍ତାକାଲି (ରବିବାର) ସନ୍ଧ୍ୟା ସୁଦ୍ଧା ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ୍ ଓ ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁବ। ଦକ୍ଷିଣ ଓଡ଼ିଶାରେ ‘ଗୁଲାବ’ର ପ୍ରଭାବକୁ ନେଇ ପ୍ରଶାସନ ଚିନ୍ତିତ ଥିବାବେଳେ ଏହାପଛକୁ ପଛ ଆସୁଛି ଆଉ ଏକ ଲଘୁଚାପ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଆଉ ଏକ ଘୂର୍ଣ୍ଣିବଳୟ ୨୭ ତାରିଖ ବେଳକୁ ଲଘୁଚାପର ରୂପ ନେଇପାରେ। ଏହା ଘନୀଭୂତ ହୋଇ ଉତ୍ତର-ପୂର୍ବ ବଙ୍ଗୋପସାଗର ଆଡ଼କୁ ଗତି କରିବ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ୨୯ ତାରିଖ ବେଳକୁ ଏହା ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ତେଣୁ ଉତ୍ତର ଓଡ଼ିଶାରେ ସମ୍ପ୍ରତି ସୁବର୍ଣ୍ଣରେଖା, ଜଳକା ଏବଂ ବୈତରଣୀ ନଦୀରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତି ଅଧିକ ବିଗିଡ଼ିବାର ଆଶଙ୍କା ରହିଛି।
ବାତ୍ୟା ‘ଗୁଲାବ’ ସ୍ଥଳଭାଗ ଛୁଇଁବା ସମୟରେ ପବନର ଘଣ୍ଟାପ୍ରତି ବେଗ ୭୫-୮୫ କିଲୋମିଟର ମଧ୍ୟରେ ରହିବ। ଏପରିକି ବେଳେ ବେଳେ ଏହାର ଝଟ୍‌କା ୯୫ କିମି ପହଞ୍ଚିବ। ଏହା ଦ୍ବାରା ଉତ୍ତର ଆନ୍ଧ୍ରପ୍ରଦେଶ ସମେତ ଓଡ଼ିଶାର ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବିଶେଷ ପ୍ରଭାବ ପଡ଼ିବ । ରାଜ୍ୟର ଏହି ଦୁଇ ଜିଲ୍ଲାରେ ପବନର ବେଗ ସର୍ବାଧିକ ରହିବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ଯଦିଓ ପବନର ବେଗ ୧୦୦ କିମି ମଧ୍ୟରେ ସୀମିତ ରହିବ, ବର୍ଷାର ପ୍ରକୋପ ଯଥେଷ୍ଟ ଅଧିକ ରହିବାର ସମ୍ଭାବନା ରହିଛି । ରବିବାର ବିଶେଷ କରି ଗଞ୍ଜାମ, ଗଳପତି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେହିପରି ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କଳାହାଣ୍ଡିରେ ମଧ୍ୟ ବର୍ଷା ପ୍ରକୋପ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର ସତର୍କ କରାଇଛି । ୨୭ ତାରିଖ ରାତିରେ ଲଘୁଚାପ ସୃଷ୍ଟି ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ସମ୍ଭବତଃ ହଳଦିଆ ଓ ଦିଘା ମଧ୍ୟରେ ଥିବା କଣ୍ଟାଇ ନିକଟରେ ସ୍ଥଳଭାଗ ଅତିକ୍ରମ କରିପାରେ ବୋଲି ଲସିଏମଡବ୍ଲ୍ୟୁଏଫ୍ ମଡେଲ୍ ଆକଳନ କରୁଛି ।
ସେହିପରି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ବାତ୍ୟା ଗୁଲାବ ସମ୍ଭବତଃ ରାତି ୯ଟାରେ ଉତ୍ତର ଆନ୍ଧ୍ର ଉପକୂଳ ଶ୍ରୀକାକୁଲମ ଓ ଓଡ଼ିଶାର ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁବ । ରବିବାର ମଧ୍ୟାହ୍ନ ପରେ ଓଡ଼ିଶାରେ ଏହାର ପ୍ରଭାବ ଆରମ୍ଭ ହେବ । ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ସହିତ ୧୨ ଘଣ୍ଟା ପନର ପ୍ରକୋପ ରହିବ । ଲ୍ୟାଣ୍ଡଫଲ୍‌ର ୭୦ କିମି ଦୂର ପର୍ଯ୍ୟନ୍ତ ପ୍ରଭାବ ଅଧିକ ରହିବ । ଶନିବାର ରାତି ସୁଧା ବାତ୍ୟା ଗୋପାଳପୁରଠାରୁ ୩୭୦ କିମି ଦୂରରେ ଥିବା ବେଳେ ଆନ୍ଧ୍ରର କଳିଙ୍ଗପାଟଣଠାରୁ ୪୪୦ କିମି ଦୂରରେ ରହିଛି । ଏହା ପଶ୍ଚିମ ଦିଗରେ ଗତି କରି ସ୍ଥଳଭାଗ ଆଡ଼କୁ ଅଗ୍ରସର ହେବ ବୋଲି ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏ ଚ ଆର ବିଶ୍ବାସ କରିଛନ୍ତି। ବାତ୍ୟା ଯୋଗୁଁ ରାଜ୍ୟର ସମସ୍ତ ବନ୍ଦର ପାଇଁ ୩ ନମ୍ବର ବିପଦ ସଙ୍କର ଜାରି କରାଯାଇଥିବା ବେଳେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି ।
ବାତ୍ୟା ଗୁଲାବ ପ୍ରଭାବରେ ୭ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ । ଯାହା ଆଗାମୀ ୧୨ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାର ପ୍ରଭାବରେ ଆଗାମୀ ୩ ଘଣ୍ଟା ମଧ୍ୟରେ ୭ଟି ଜିଲ୍ଲାରେ ବର୍ଷା ଓ ଘଡଘଡି ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, ନୂଆପଡା, ନବରଙ୍ଗପୁର ଓ କଳାହାଣ୍ଡି ଆଦି ଜିଲ୍ଲା ରହିଛି । ଏହିସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି। ପାଣିପାଗକୁ ଦେଖି ସମସ୍ତେ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦେଇଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ।
ସୂଚନାଯୋଗ୍ୟ, ଉତ୍ତର-ପୂର୍ବ ଏବଂ ପୂର୍ବ- କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତର ରୂପ ନେଇଛି । ବର୍ତ୍ତମାନ ଏହା ପଶ୍ଚିମ- ଉତ୍ତର- ପଶ୍ଚିମ ଦିଗରେ ଗତି କରୁଛି । ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତିକରୁଛି ବାତ୍ୟା ଗୁଲାବ। ଗୋପାଳପୁର ଠାରୁ ୫୧୦ କିଲୋମିଟର ଦକ୍ଷିଣ- ପୂର୍ବରେ ରହିଛି । କଳିଙ୍ଗପାଟନମ୍ ଠାରୁ ୫୯୦ କିଲୋମିଟର ପୂର୍ବରେ ରହିଛି । ଆନ୍ଧ୍ର ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି ।