PM Modi Meets Kamala Harris - The Sakala
ୱାଶିଂଟନ୍: ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହ୍ୱାଇଟ୍ ହାଉସରେ ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଭେଟିଛନ୍ତି । ଏଥିସହ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଚର୍ଚ୍ଚା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପିଏମ୍ ମୋଦିଙ୍କ ସହ ଆଲୋଚନା ବେଳେ କମଳା ହାରିସ ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି ।
ସେ କହିଛନ୍ତି, ପାକିସ୍ତାନ ମାଟିରେ କେତେକ ଆତଙ୍କବାଦୀ ସଂଗଠନ ସକ୍ରିୟ ଅଛନ୍ତି । ଇସଲାମାବାଦର କାର୍ଯ୍ୟକଳାପ ଉପରେ ଆମେରିକା ନଜର ରଖିଛି। ତାଲିବାନ ସହ ପାକିସ୍ତାନର ସମ୍ପର୍କକୁ ନେଇ ମଧ୍ୟ ଦୁଇ ନେତା ଆଲୋଚନା କରିଛନ୍ତି ।
କମଳା ହାରିସ ଓ ପିଏମ୍ ମୋଦିଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ପ୍ରାୟ ୧ ଘଣ୍ଟା ଧରି ଆଲୋଚନା ହୋଇଛି । ବୈଠକରେ କୋଭିଡ୍, ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ, ସାଇବର ସୁରକ୍ଷା, ଅନ୍ତରୀକ୍ଷ ସହ ଅନ୍ୟ ପ୍ରସଙ୍ଗକୁ ନେଇ ଆଲୋଚନା କରିଛନ୍ତି । ଆଲୋଚନା ବେଳେ ଦୁନିଆରେ ଲୋକତନ୍ତ୍ର ବିପଦରେ ଥିବା କହିଛନ୍ତି କମଳା ହାରିସ । ଏହି ସ୍ଥିତିକୁ ସୁଧାରିବା ଲାଗି ଭାରତ-ଆମେରିକା ଏକାଠି କାମ କରିବେ । ପିଏମ୍ ମୋଦି, କମଳା ହାରିସଙ୍କ ପ୍ରଶଂସା କରିବା ସହ ଭାରତ ଆସିବା ଲାଗି ନିମନ୍ତ୍ରଣ ଦେଇଛନ୍ତି ।