Supreme Court Chief Justice - The Sakala

ଆସନ୍ତା ୧୪ ତାରିଖରେ ଓଡ଼ିଶା ଆସୁଛନ୍ତି ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ
କଟକ: ଆସନ୍ତା ୧୪ ତାରିଖ (ରବିବାର) ଦିନ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ କଟକ ଆସିବେ। ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମଥର ପାଇଁ ସେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଉକ୍ତ ଦିନ ପୂର୍ବାହ୍ନ ସାଢ଼େ ୧୦ଟାରେ ସେ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ କଟକ ସହିଦ ଭବନଠାରେ ଆୟୋଜିତ ହେବାକୁ ଥିବା ଏକ ଆଲୋଚନାଚକ୍ରରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ବାର୍‌ ଆସୋସିଏସନ୍‌ ପକ୍ଷରୁ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆସୋସିଏସନ୍‌ର ସଭାପତି ମନୋଜ ମିଶ୍ର ଓ ସମ୍ପାଦକ ଅଭିଜିତ ପଟ୍ଟନାୟକ ଏ ସଂପର୍କରେ ସୂଚନା ଦେଇଛନ୍ତି। ‘ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ, ମାମଲା ଖର୍ଚ୍ଚ ଏବଂ ବିଳମ୍ବ ହ୍ରାସ କରିବା ପାଇଁ ରଣନୀତି’ ଶୀର୍ଷକ ବିଷୟବସ୍ତୁ ଉପରେ ଉଦ୍‌ବୋଧନ ଦେବେ ଜଷ୍ଟିସ ସୂର୍ଯ୍ୟକାନ୍ତ। ଏହି କାର୍ଯ୍ୟକ୍ରମ ଅବସରରେ ୫୦ ବର୍ଷରୁ ଅଧିକ ସମୟ ଧରି ଓକିଲାତିରେ ନିୟୋଜିତ ଥିବା ବରିଷ୍ଠ ଆଇନଜୀବୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। କାର୍ଯ୍ୟକ୍ରମରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରୀଶ ଟଣ୍ଡନ, ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ, ବାର୍‌ କାଉନସିଲ ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ ପ୍ରମୁଖ ଅତିଥି ଭାବେ ଯୋଗଦେବେ। ଏହି ସାମ୍ବାଦିକ ସମ୍ମିଳନୀରେ ବାର୍‌ ଆସୋସିଏସନ୍‌ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଗରିବଙ୍କ ପାଇଁ ଅଧରାତି ପର୍ଯ୍ୟନ୍ତ ଚାଲିବ ସୁପ୍ରିମକୋର୍ଟ: ସିଜେଆଇ
ନୂଆଦିଲ୍ଲୀ: ଗରିବଙ୍କୁ ନ୍ୟାୟ ଦେବାକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯିବ। ଏଭଳି ଲୋକଙ୍କ ପାଇଁ ସୁପ୍ରିମକୋର୍ଟରେ ଅଧ ରାତି ପର୍ଯ୍ୟନ୍ତ ବସିପାରିବି ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି। ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କ ସହ ଏକ ମାମଲାର ଶୁଣାଣି କରୁଥିବା ସମୟରେ ସିଜେଆଇ ଏହି ଟିପ୍ପଣୀ ଦେଇଥିଲେ। ସେ କହିଥିଲେ ଯେ ମୋ କୋର୍ଟରେ କୌଣସି ଡ୍ରାମା ଚାଲିବ ନାହିଁ। ବ୍ୟୟବହୁଳ ମାମଲାକୁ ଧନୀ ଲୋକ ହିଁ ଲଢ଼ିଥାନ୍ତି। କହିବାକୁ ଚାହୁଁଛି ଯେ ସବୁଠାରୁ ଗରିବ ଏବଂ ଅନ୍ତିମ ପର୍ଯ୍ୟାୟର ବ୍ୟକ୍ତି ପାଇଁ ମୁଁ ଏଠାରେ ରହିଛି। ଆବଶ୍ୟକ ପଡ଼ିଲେ ତାଙ୍କ ପାଇଁ ରାତି ଅଧ ପର୍ଯ୍ୟନ୍ତ ବସିପାରିବି। ତିଲକ ସିଂହ ଡାଙ୍ଗି ନାମକ ବ୍ୟକ୍ତି କେନ୍ଦ୍ର ସରକାର ଏବଂ ଅନ୍ୟମାନଙ୍କ ବିରୋଧରେ ଏହି ମାମଲା ଦାଏର କରିଥିଲେ। ଖଣ୍ଡପୀଠ ଏହାକୁ ଖାରଜ କରିଦେଇଛନ୍ତି। ହରିୟାଣା ହିସାର ଜିଲ୍ଲାର ଏକ ମଧ୍ୟବିତ୍ତ ପରିବାରରୁ ଆସୁଥିବା ଜଷ୍ଟିସ ସୂର୍ଯ୍ୟକାନ୍ତ ଗତ ୨୪ ତାରିଖରେ ଭାରତର ୫୩ ତମ ସିଜେଆଇ ହୋଇଥିଲେ।

ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି, CJI ୟୁୟୁ ଲଳିତ କଲେ ସୁପାରିଶ
ନୂଆଦିଲ୍ଲୀ: ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼ ହେବେ ପରବର୍ତ୍ତୀ CJI। ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ। ସେ ସୁପ୍ରିମକୋର୍ଟର ୫୦ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ନେବେ। ଆସନ୍ତା ନଭେମ୍ବର ୮ ତାରିଖରେ ଅବସର ନେବେ ପ୍ରଧାନ ବିଚାରପତି ଜଷ୍ଟିସ ଲଳିତ । ନିଜ ଉତ୍ତରାଧିକାରୀ ଭାବେ ଚନ୍ଦ୍ରଚୂଡ଼ଙ୍କ ନାଁ ପ୍ରସ୍ତାବ ଦେଲେ CJI ୟୁୟୁ ଲଳିତ ।

ଏହା ପୂର୍ବରୁ ଆରମ୍ଭ ହୋଇଛି ନୂତନ ବିଚାରପତି ନିଯୁକ୍ତି ପ୍ରକ୍ରିୟା । ଏଥିଯୋଗୁ ସୁପ୍ରିମକୋର୍ଟର ନୂଆ ଉତ୍ତରାଧିକାରୀ ଚୟନ ପାଇଁ କେନ୍ଦ୍ର ଆଇନ ମନ୍ତ୍ରୀ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଥିଲେ । ବର୍ତ୍ତମାନର ପ୍ରଧାନ ବିଚାରପତି ୟୁ ୟୁ ଲଳିତ ଆଇନ୍ ମନ୍ତ୍ରଣାଳୟକୁ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ନାମ ସୁପାରିସ କରିଛନ୍ତି । ଜଷ୍ଟିସ ଚନ୍ଦ୍ରଚୂଡ଼ ହେଉଛନ୍ତି ସୁପ୍ରିମକୋର୍ଟର ସବୁଠୁ ବରିଷ୍ଠ ବିଚାରପତି । ସେ ଆଗାମୀ ଦୁଇ ବର୍ଷ ପାଇଁ ପ୍ରଧାନ ବିଚାରପତି ଦାୟିତ୍ବରେ ରହିବେ । ନଭେମ୍ବର ୯ ତାରିଖରେ ପ୍ରଧାନବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଚନ୍ଦ୍ରଚୂଡ଼ ।

ଆସନ୍ତାକାଲିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏନ୍‌ଭି ରମନା
ଭୁବନେଶ୍ବର : ଆସନ୍ତାକାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏନ୍‌ଭି ରମନା। ଆସନ୍ତାକାଲି ଅପରାହ୍ନରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍‌ଭି ରମନା ଦିଲ୍ଲୀରୁ ବାହାରି ସନ୍ଧ୍ୟା ୫.୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ପୁରୀ ଅଭିମୁଖେ ଯାଇ ସେଠାରେ ରାତ୍ରୀଯାପନ କରିବେ । ତା’ପର ଦିନ ଅର୍ଥାତ ୨୫ ତାରିଖ ସକାଳ ୭.୩୦ରେ  ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏନ୍‌ଭି ରମନା ଶ୍ରୀ ମନ୍ଦିର ଯାଇ ଜଗନ୍ନାଥଙ୍କ ଦର୍ଶନ କରିବେ।

ଏହାପରେ କଟକ ଅଭିମୁଖେ ଯାଇ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏନ୍‌ଭି ରମନା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏଥି ସହିତ କଟକରେ ଆଇନ ସେବା ଭବନର ମଧ୍ୟ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ୨୫ ତାରିଖରେ ସମସ୍ତ କାର୍ଯ୍ୟକ୍ରମ ସରିବା ପରେ ସନ୍ଧ୍ୟାରେ ଦିଲ୍ଲୀ ଫେରିଯିବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏନ୍‌ଭି ରମନା।

ଜଷ୍ଟିସ୍ ଏନ୍‌ଭି ରମନା ଦେଶର ୪୮ତମ ପ୍ରଧାନ ବିଚାରପତି। ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡ଼େଙ୍କ ପରେ ବିଚାରପତି ଏନ୍‌ଭି ରମନା ହେଉଛନ୍ତି ସୁପ୍ରିମ୍‌କୋର୍ଟର ସବୁଠୁ ବରିଷ୍ଠ ବିଚାରପତି। ଆନ୍ଧ୍ର ପ୍ରଦେଶସ୍ଥିତ କ୍ରିଷ୍ଣା ଜିଲ୍ଲାର ପୁନାଭରମ୍ ଗ୍ରାମର ଏକ କୃଷକ ପରିବାର ୧୯୫୭ ଅଗଷ୍ଟ ୨୭ରେ ଜନ୍ମଲାଭ କରିଥିଲେ ରମନା। ଜଷ୍ଟିସ୍ ରମନା ଜଣେ ଆଇନଜୀବୀ ଭାବେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ୧୯୮୩ ମସିହାରେ ବୃତ୍ତି ଆରମ୍ଭ କରିଥିଲେ। ଏହାପରେ ସେ ଆନ୍ଧ୍ରପ୍ରଦେଶର ଆଡଭୋକେଟ୍ ଜେନେରାଲ୍ ଭାବେ କାର୍ଯ୍ୟ କରିଥିଲେ। ସେ ୨୦୦୦ ମସିହା ଜୁନ୍‌ ମାସରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ଜଣେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୧୪ ଫେବ୍ରୁଆରିରେ ସୁପ୍ରିମ୍‌କୋର୍ଟକୁ ଯିବା ପୂର୍ବରୁ ସେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ।