Postal Balat - The Sakala

ପିପିଲି ଉପନିର୍ବାଚନ: ବୟସ୍କ, ଦିବ୍ୟାଙ୍ଗ ଓ କୋଭିଡ ଆକ୍ରାନ୍ତ ଭୋଟରଙ୍କ ପାଇଁ ପୋଷ୍ଟାଲ ବାଲାଟ ଗାଡିର ହେଲା ଶୁଭାରମ୍ଭ
ପୁରୀ: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁଯାୟୀ ପିପିଲି ବିଧାନସଭା ଉପନିର୍ବାଚନ ନିମନ୍ତେ ୮୦ ବର୍ଷ ବୟସରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଭୋଟର ମାନଙ୍କ ପାଇଁ ପୋଷ୍ଟାଲ ବାଲାଟର ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ଶୁକ୍ରବାର ପତାକା ଦେଖାଇ ପୋଷ୍ଟାଲ ବାଲାଟ ଗାଡିର ଶୁଭାରମ୍ଭ କରିଛନ୍ତି । ପୋଲିଂ ଅଧିକାରୀମାନେ ସେମାନଙ୍କ ଘରକୁ ଯାଇ ମତଦାନ କରାଇବେ । ଡେଲାଙ୍ଗ ବ୍ଲକର ୭୧୨ ଓ ପିପିଲି ବ୍ଲକର ୩୬୫ ମୋଟ ୧୦୭୭ ଜଣ ମତଦାନ ସାବ୍ୟସ୍ତ କରିବେ । ଡେଲାଙ୍ଗ ବ୍ଲକରେ ୮୦ ବର୍ଷରୁ ଉର୍ଦ୍ଧ୍ବ ୬୧୪ ଏବଂ ଦିବ୍ୟାଙ୍ଗ ୯୮ ଜଣ ଏବଂ ପିପିଲିର ୨୯୫ ଜଣ ବରିଷ୍ଠ ନାଗରିକ ଓ ୭୦ ଜଣ ଦିବ୍ୟାଙ୍ଗ ସାମିଲ ଅଛନ୍ତି । ପୂର୍ବରୁ ଏମାନଙ୍କ ମଧ୍ୟରୁ ଗତ ମେ ୩ ତାରିଖରେ ପୋଷ୍ଟାଲ ବାଲଟ ମାଧ୍ୟମରେ ପିପିଲିର ୬୩ ଓ ଡେଲାଙ୍ଗର ୭୫ ଜଣ ଏହିପରି ମୋଟ ୧୩୮ ଜଣଙ୍କଠାରୁ ମତଦାନ ନିଆଯାଇ ସରିଛି । ଏଥିନିମନ୍ତେ ୭ଟି ଗାଡି ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଟିମରେ ୨ ଜଣ ପୋଲିଂ ଅଧିକାରୀ, ମାଇକ୍ରୋ ଅବଜରଭର, ପୁଲିସ ଓ ଭିଡିଓଗ୍ରାଫରଙ୍କୁ ମିଶାଇ ୫ ଜଣ ସାମିଲ ରହିବେ । ବୁଥ ସ୍ତରୀୟ ଅଧିକାରୀମାନେ ଏଥିନିମନ୍ତେ ସହଯୋଗ କରିବେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ତହସିଲଦାର ରବିନ୍ଦ୍ର କୁମାର ପ୍ରଧାନ, ଡେପୁଟି କଲେକ୍ଟର ସୁମନ୍ତ କର, ଜିତେନ୍ଦ୍ର କୁମାର ପାତ୍ରଙ୍କ ସମେତ ପୋଲିଂ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।