Zimbabwe - The Sakala

ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ଶୁବମନ ଗିଲ୍‌ଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପରେ ଭାରତୀୟ ଟିମ ଜିମ୍ବାୱେ ଗସ୍ତରେ ଯିବ। ସେଠାରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯି । ଏହି ଗସ୍ତ ପାଇ ଶୁଭମନ ଗିଲଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରାଯାଇଛି। ଏହି ଗସ୍ତ ପାଇଁ ସମସ୍ତ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ଜୁଲାଇ ୬ ରୁ ୫ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମୁକାବିଲା ଖେଳାଯିବ । ଜୁଲାଇ ୭ରେ ଦ୍ୱିତୀୟ, ଜୁଲାଇ ୧୦ରେ ତୃତୀୟ, ଜୁଲାଇ ୧୩ରେ ଚତୁର୍ଥ ଓ ୧୪ରେ ୫ମ ମ୍ୟାଚ ଖେଳାଯିବ।

Squad: Ꮪhubman Gill (Captain), Yashasvi Jaiswal, Ruturaj Gaikwad, Abhishek Sharma, Rinku Singh, Sanju Samson (WK), Dhruv Jurel (WK), Nitish Reddy, Riyan Parag, Washington Sundar, Ravi Bishnoi, Avesh Khan, Khaleel Ahmed, Mukesh Kumar, Tushar Deshpande.#TeamIndia | #ZIMvIND

— BCCI (@BCCI) June 24, 2024

ଭାରତ ଟିମ: ଶୁଭମନ ଗିଲ (ଅଧିନାୟକ), ଯଶସ୍ୱୀ ଜୈସୱାଲ, ରିତୁରାଜ ଗାଏକ୍ୱାଡ, ଅଭିଷେକ ଶର୍ମା, ରିଙ୍କୁ ସିଂ, ସଞ୍ଜୁ ସାମସନ, ଧ୍ରୁବ ଜୁରେଲ, ନୀତିଶ ରେଡ୍ଡୀ, ରିୟାନ ପରାଗ, ୱାଶିଂଟନ ସୁନ୍ଦର, ରବି ବିଶ୍ନୋଇ, ଆଭେଶ ଖାଁ, ଖଲୀଲ ଅହମ୍ମଦ, ମୁକେଶ କୁମାର ଓ ତୁଷାର ଦେଶପାଣ୍ଡେ ।

ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଦିନିକିଆ ଆଜି; ସିରିଜ୍‍ କବ୍‍ଜା ଲକ୍ଷ୍ୟରେ ଭାରତ
ହରାରେ: ଭାରତ ଓ ଜିମ୍ବାୱେ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍‍ ବିଶିଷ୍ଟ ଦିନିକିଆ ସିରିଜ୍‍ର ଦ୍ୱିତୀୟ ମ୍ୟାଚ୍‍ ଏଠାରେ ଖେଳାଯିବ। ଏହି ମ୍ୟାଚ୍‍ ଜିତି ଭାରତ ସିରିଜ୍‍ କବ୍‍ଜା ଲକ୍ଷ୍ୟରେ ଥିଲାବେଳେ ଘରୋଇ ଦଳ ବରାବର ସ୍ଥିତିକୁ ଆସିବାକୁ ନିଶ୍ଚିତ ଉଦ୍ୟମ କରିବ। ଏଠାରେ ଗୁରୁବାର ଖେଳାଯାଇଥିବା ପ୍ରଥମ ଦିନିକିଆ ମୁକାବିଲାକୁ ଭାରତ ଏକତରଫା ଭାବେ ଜିତିନେଇଥିଲା। ଯାହା ଫଳରେ ଜିମ୍ବାୱେ ଯେ ଭାରତର ବିଜୟରେ ପ୍ରତିବନ୍ଧକ ସୃଷ୍ଟି କରିବ ଏହା ଆଶା କରାଯାଉ ନାହିଁ। କିନ୍ତୁ ଭାରତୀୟ ଖେଳାଳିଙ୍କ ଆଗରେ ଅନେକ ଆହ୍ୱାନ ରହିଛି। ଏହାକୁ ମୁକାବିଲା କରିବାକୁ ଲୋକେଶ ରାହୁଲଙ୍କ ନେତୃତ୍ୱରେ ଖେଳାଳିମାନେ ଯେ ଉଦ୍ୟମ କରିବେ ତାହା ନିଃସନ୍ଦେହରେ କୁହାଯାଇପାରେ।

ଏହି ସିରିଜ୍‍ ଶେଷ ହେବା ପରେ ଅଗଷ୍ଟ ୨୭ରୁ ଆରମ୍ଭ ହେବ ଏସିଆକପ୍‍ ଟି-୨୦ କ୍ରିକେଟ। ଏହି ଟୁର୍ଣ୍ଣାମେଣ୍ଟ ଲାଗି ରାହୁଲଙ୍କ ମ୍ୟାଚ୍‍ ପ୍ରାକ୍ଟିସ ନାହିଁ। ଏଠାରେ ଭାରତ ପ୍ରଥମ ଦିନିକିଆ ୧୦ ୱିକେଟରେ ଜିତିଥିଲାବେଳେ ସେ ବ୍ୟାଟିଂ କରିବାର ସୁଯୋଗ ପାଇ ନଥିଲେ। ଏଭଳି ସ୍ଥିତିରେ ଭାରତ ଲାଗି ସବୁଠାରୁ ବଡ଼ ଆହ୍ୱାନ ହେଉଛି ରାହୁଲ, ଦୀପକ ହୁଦା ଓ ସଞ୍ଜୁ ସାମସନଙ୍କୁ ପର୍ଯ୍ୟାପ୍ତ ବ୍ୟାଟିଂ ସୁଯୋଗ ଦେବା। ହରାରେ ସ୍ପୋର୍ଟ୍ସ କ୍ଲବ୍‍ ପିଚ୍‍ରେ ପ୍ରଥମଘଣ୍ଟା ଖେଳ ବୋଲରଙ୍କୁ ସୁହାଉଛି। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଭାରତୀୟ ପେସ୍‍ ବୋଲର। ଏଣୁ ଭାରତ ଏଭଳି ପିଚ୍‍ରେ ନିଜ ବ୍ୟାଟରଙ୍କୁ ଟେଷ୍ଟ କରିବାକୁ ନିଶ୍ଚିତ ଆଶା ରଖିବ। ଏସିଆ କପ୍‍ରେ ଭାରତ ପ୍ରଥମ ମ୍ୟାଚ୍‍ ପାକିସ୍ତାନ ସହ ଖେଳିବ। ଏହି ମ୍ୟାଚ୍‍ରେ ବିଶ୍ୱର କେତେକ ଶ୍ରେଷ୍ଠ ଦ୍ରୁତ ବୋଲର ଖେଳିବେ। ଏହି ଦଳର ସାହିନ ଶାହା ଆଫ୍ରିଦୀ ଉଭୟ ପଟେ ସୁଇଂ ବୋଲିଂ କରିବାର ଦକ୍ଷତାର ଅଧିକାରୀ। ଏଣୁ ଏଠାରେ ଯଦି ସୁଇଂ ବୋଲରଙ୍କୁ ମୁକାବିଲା କରିବା ସମ୍ଭବ ହୁଏ, ତେବେ ଆଫ୍ରିଦୀ ଏଣ୍ଡ କୋଙ୍କୁ ରାହୁଲ ମୁକାବିଲା କରିବା ସହଜ ହେବ। ଏହା କହିବା କଥା ହେଲା ଦ୍ୱିତୀୟ ମ୍ୟାଚ୍‍ରେ ଭାରତ ଟସ୍‍ ଜିତିଲେ ପ୍ରଥମେ ବ୍ୟାଟିଂ ନେବା ଉଚିତ୍‍। ସେହିପରି ଅଧିନାୟକ ରାହୁଲ ଇନିଂସ ଓପନ କରି ଅଧିକ ସମୟ ମ୍ୟାଚ୍‍ରେ ତିଷ୍ଠି ରହିବା ଆବଶ୍ୟକ। ଫଳରେ ସେ ବହୁ ପ୍ରତୀକ୍ଷିତ ମ୍ୟାଚ୍‍ ପ୍ରାକ୍ଟିସ ପାଇବା ସହ ଏସିଆ କପ୍‍ ଲାଗି ନିଜକୁ ପ୍ରସ୍ତୁତ କରିନେବେ। ହୁଦା ଓ ସାମସନଙ୍କ କ୍ଷେତ୍ରରେ ମଧ୍ୟ ସମାନ ନିୟମ ଲାଗୁ ହେବା ଆବଶ୍ୟକ।

ସେହିପରି ଜିମ୍ବାୱେ ଇନିଂସର ଶେଷ ଭାଗରେ ନଂ-୮ ଓ ନଂ-୯ ବ୍ୟାଟର ଲଢ଼େଇ କରିଥିଲେ। ଏହାର ଅର୍ଥ ହେଲା, ସେତେବେଳେ ବୋଲରଙ୍କୁ ପିଚ୍‍ରୁ ସହାୟତା ମିଳୁ ନଥିଲା। ଦ୍ୱିତୀୟ ପାଳିରେ ବୋଲିଂ କଲେ ଭାରତୀୟ ବୋଲରଙ୍କୁ ମଧ୍ୟ ଆହ୍ୱାନର ମୁକାବିଲା କରିବାକୁ ପଡ଼ିବ। ନିକଟରେ ବାଂଲାଦେଶ ବିପକ୍ଷରେ ଜିମ୍ବାୱେ ଏଠାରେ ଉଭୟ ଟି-୨୦ ଓ ଦିନିକିଆ ସିରିଜ୍‍ ରନ୍‍ ଚେଜ୍‍ କରି ଜିତିଥିଲା। ଏଣୁ ଭାରତ ଏହି ଚ୍ୟାଲେଞ୍ଜକୁ ସାମ୍‍ନା କରିବା ଆବଶ୍ୟକ। ସିରିଜ୍‍ ଜିତିବା ଉପରେ କାମଚଳା ହେଡ୍‍ କୋଚ୍‍ ଭିଭିଏସ୍‍ ଲକ୍ଷ୍ମଣ ନିଶ୍ଚିତ ଗୁରୁତ୍ୱ ଦେବେ। ଏହା ସହିତ ଭାରତକୁ ଏଭଳି ଚ୍ୟାଲେଞ୍ଜକୁ ମଧ୍ୟ ମୁକାବିଲା କରିବାକୁ ହେବ।

ଅଜବ ବିଶ୍ୱାସ: ବିବାହ ପାଇଁ ଅଶୁଭ ନଭେମ୍ବର
ଜାତି-ବର୍ଣ୍ଣ-ଧର୍ମକୁ ନେଇ ବିବାହ ପରମ୍ପରାରେ ଭିନ୍ନତା ଦେଖିବାକୁ ମିଳିଥାଏ । ପୁଣି ଅନେକ ବିଶ୍ୱାସ-ଅନ୍ଧବିଶ୍ବାସ କଥା ମଧ୍ୟ ରହିଛି। କିନ୍ତୁ ଜିମ୍ବାୱେରେ ଏହାକୁ ନେଇ ଏକ ଅଜବ ବିଶ୍ବାସ ରହିଛି। ଏଠାରେ ନଭେମ୍ବର ମାସରେ କେହି ମଧ୍ୟ ବିବାହ କରନ୍ତି ନାହିଁ । ନଭେମ୍ବର ମାସରେ ବିବାହ କଲେ ବିବାହ ବିଚ୍ଛେଦ ସହ ଗର୍ଭଧାରଣ କ୍ଷେତ୍ରରେ ନାନା ସମସ୍ୟା ଦେଖାଯାଇଥାଏ ବୋଲି ସ୍ଥାନୀୟ ଅଞ୍ଚଳରେ ବିଶ୍ଵାସ ରହିଛି। ତେଣୁ ଜିମ୍ବାୱେରେ ନଭେମ୍ବର ମାସରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇନଥାଏ। ଜିମ୍ବାୱେ ଓ ଦକ୍ଷିଣ ଆଫ୍ରିକାରେ ରହୁଥିବା ସୋନା ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ କାହିଁ କେତେକାଳରୁ ଏଭଳି ଏକ ବିଶ୍ବାସ ପ୍ରଚଳିତ । କିଛି ଲୋକଙ୍କର ମତାନୁସାରେ, ନଭେମ୍ବର ମାସରେ ଏଠାରେ ଅଧିକ ବର୍ଷା ହୋଇଥାଏ, ଯାହାକି ଜୀବଜନ୍ତୁ ଓ ବନସ୍ପତିର ବିକାଶ ଦିଗରେ ସହାୟକ ହୋଇଥାଏ । ତେଣୁ ଏହି ମାସ ଅତ୍ୟନ୍ତ ପବିତ୍ର ମାସ । ଏହି ସମୟରେ ହୋହାଲ୍ଲା କଲା ଭଳି କିଛି ସାମାଜିକ ସମାରୋହର ଆୟୋଜନ କରାଯିବା ଅନୁଚିତ। କିଛି ବ୍ୟକ୍ତି ଏହି ପ୍ରତିବନ୍ଧକକୁ ମାନୁ ନଥିବାବେଳେ ଏଠାକାର ଋଢ଼ିବାଦୀ ଲୋକେ ଏହାକୁ ‘କଳା ନଭେମ୍ବର’ର ଆଖ୍ୟା ଦେଇ ପରମ୍ପରାକୁ ଜାବୁଡ଼ି ଧରିଛନ୍ତି। ପ୍ରକୃତି ବିରୋଧରେ ଯାଇ ବିବାହ କଲେ ଅନିଷ୍ଟ ଘଟେ ବୋଲି ସେମାନେ ବିଶ୍ବାସ କରନ୍ତି ।