doctor - The Sakala

ରାଜ୍ୟରେ ଡାକ୍ତର ମରୁଡ଼ି, ଖାଲିପଡ଼ିଛି ୬୦% ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ...
ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡ଼ି ପଡ଼ିଛି। ୬୦% ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଖାଲି ପଡିଛି। ଏ ନେଇ ଗୃହରେ ଉତ୍ତର ରଖିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ମଞ୍ଜୁରୀପ୍ରାପ୍ତ ୧୫୭୭୪ରୁ ୯୫୦୩ ଡାକ୍ତର ପଦବୀ ଖାଲିପଡ଼ିଛି। ୬୨୭୧ ଡାକ୍ତର କାର୍ଯ୍ୟରତ ଅଛନ୍ତି। ଏମାନଙ୍କ ଭିତରୁ ୧୧୩୫ ଠିକା ନିଯୁକ୍ତଏବଂ ୫୦୦୩ ସ୍ଥାୟୀ ନିଯୁକ୍ତି ଡାକ୍ତର। ତେବେ ୫୨୪୮ ପଦବୀ ପୂରଣ ପାଇଁ OPSCକୁ ଚିଠି କରାଯାଇଛି।

ମୃତ୍ୟୁ ପରର ଦୁନିଆ ଦେଖିଥିବା କହିଲେ ଡାକ୍ତର
କଥାରେ ଅଛି, ‘ରଖେ ହରି ତ ମାରେ କିଏ’।  ଏହାର ଅର୍ଥ ଭଗବାନ ଯାହାକୁ ରକ୍ଷା କରିବାକୁ ଚାହିଁବେ ଅନ୍ୟ କୌଣସି ଶକ୍ତି ସେହି ପ୍ରାଣୀର ଜୀବନ ନେଇପାରିବ ନାହିଁ। ବିଶ୍ବରେ ଅନେକ ଲୋକ ମୃତ୍ୟୁକୁ ଅତି ନିକଟରେ ଦେଖି ପୁଣି ଜୀବିତ ରହିଥିବା କଥା ଯୁକ୍ତି ବାଢ଼ନ୍ତି। ଏଭଳି ଏକ ଘଟଣା ବିଷୟରେ ନିକଟରେ ଖୋଦ୍‌ ଜଣେ  ଡାକ୍ତର କହିଛନ୍ତି। ଭାରତୀୟ ବଂଶୋଦ୍ଭବ ରାଜୀବ ପାରତୀ ଏକଦା ଆମେରିକାର କାର୍ଲିଫର୍ଣ୍ଣିଆ ସ୍ଥିତ ବେକର୍ସଫିଲ୍ଡ ହାର୍ଟ ହସ୍‌ପିଟାଲର ମୁଖ୍ୟ ନିଶ୍ଚେତକ ବିଶେଷଜ୍ଞ ଭାବେ କାର୍ଯ୍ୟ କରୁଥିଲେ। ଏକଦା ସେ  କିପରି ମୃତ୍ୟୁକୁ ଅତି ନିକଟରେ ଦେଖିଥିଲେ ସେକଥା ନିକଟରେ ସାମାଜିକ ଗଣମାଧ୍ୟମରେ ସେୟାର୍‌ କରିଛନ୍ତି। ୨୦୦୮ ମସିହାରେ ତାଙ୍କୁ ୫୧ ବର୍ଷ ହୋଇଥିବାବେଳେ ତାଙ୍କର ମୂତ୍ରାଶୟ କର୍କଟ ଅସ୍ତ୍ରୋପଚାର କରାଯାଇଥିଲା। ଏହିସମୟରେ ହଠାତ୍‌  ତାଙ୍କର ହୃଦ୍‌ସ୍ପନ୍ଦନ  କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା। କିଛି ସମୟ ପାଇଁ ସେ ମରି ଯାଇଥିଲେ ବୋଲି କହିଛନ୍ତି। ତାଙ୍କ କହିବାନୁସାରେ,  ମୃତ୍ୟୁ ପରେ ସେ ଯନ୍ତ୍ରଣା ଜର୍ଜରିତ କିଛି ଲୋକଙ୍କ ଆର୍ତ୍ତ ଚିତ୍କାର ଶୁଣିଥିଲେ।  ଏହି ସମୟରେ ସେ ଏକ ଜଳନ୍ତା ରାସ୍ତାରେ ଥିବାର ଅନୁଭବ କଲେ। ତାଙ୍କୁ ପୋଡ଼ା ମାଂସର ଗନ୍ଧ ଆସିଥିଲା। ଧୂଆଁ ତାଙ୍କ ନାକରେ ଭର୍ତ୍ତି ହୋଇଗଲା। ସେତେବେଳେ ସେ ନର୍କଦ୍ବାରରେ ଥିବା ପରି ଅନୁଭବ କରିଥିବା କୁହନ୍ତି।  ଏହାପରେ ତାଙ୍କୁ ଦୁଇଜଣ ଦେବଦୂତ ମିଳିଥÒଲେ। ସେମାନେ ତାଙ୍କୁ ନର୍କରୁ ଏକ ସୁଡ଼ଙ୍ଗ ପରି ଦ୍ବାର ଦେଇ ଏକ ଅଦ୍ଭୁତ ଓ  ସୁନ୍ଦର ସ୍ଥାନକୁ ନେଇଗଲେ।   ସେଠାରେ ସେ କେବଳ ଉଜ୍ଜ୍ବଳ ଆଲୋକ ଦେଖି ପାରୁଥିଲେ। ସେହି ଆଲୋକରୁ ଜଣେ ବ୍ୟକ୍ତି ବାହାରି ଡାକ୍ତରଙ୍କୁ କିଛି ପ୍ରଶ୍ନ ପଚାରିଥିବା ସେ କହିଥିଲେ। ସେହିସମୟରେ ସେ ଅସ୍ତ୍ରୋପଚାର ଟେବୁଲ ଉପରେ ନିଜକୁ ପଡ଼ିଥିବାର ମଧ୍ୟ  ଦେଖିଥିଲେ।  ଏହା ତାଙ୍କର ମୃତ୍ୟୁ ପରର ଜୀବନ ଥିଲା ବୋଲି ଡାକ୍ତର ଜଣକ ଦାବି କରିଛନ୍ତି।  ଏହି ଘଟଣା ପରେ ତାଙ୍କ ଜୀବନ ସମ୍ପୂର୍ଣ୍ଣ  ରୂପେ ବଦଳି ଯାଇଥିଲା। ସେ ତାଙ୍କ ଡାକ୍ତରୀ ପେସା ମଧ୍ୟ ଛାଡ଼ିଦେଇଥିଲେ।

ଡାକ୍ତର ହତ୍ୟା ଘଟଣା ପଛରେ ଷଡ଼ଯନ୍ତ୍ର: ସନ୍ଦୀପ, ଅଭିଜିତ୍‌ଙ୍କ କଲ୍‌ ରେକର୍ଡ ଖୋଲିବ ରହସ୍ୟ!
କୋଲକାତା: କୋଲକାତା ଆରଜିକେ ହସ୍ପିଟାଲ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ଇତିମଧ୍ୟରେ ୩୮ ଦିନ ପୂରିଛି। ଏହି ଘଟଣା ସାରା ଦେଶରେ ହଙ୍ଗାମା ପରିସ୍ଥିତି ସୃଷ୍ଟି କରିଥିଲା ବେଳେ ହାଇକୋର୍ଟ ଠାରୁ ଆରମ୍ଭ କରି ସୁପ୍ରିମକୋର୍ଟଙ୍କ ଯାଏଁ ଏବଂ ରାଜ୍ୟପାଳଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ ସମସ୍ତେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ଜଘନ୍ୟ କାଣ୍ଡର ରହସ୍ୟ ଖୋଲିପାରି ନାହିଁ। ସିବିଆଇ ଘଟଣାର ଯାଞ୍ଚ କରୁଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଘଟଣାର ପୁରା ରହସ୍ୟ ଜଣାପଡ଼ି ନାହିଁ। ତେବେ ଆଗକୁ ଘଟଣାର ରହସ୍ୟ ଖୋଲିବାର ସମ୍ଭାବନା ବଢିଛି। କାରଣ ଏହି ଘଟଣା ପଛରେ ଏକ ବଡ଼ ରାକେଟ୍ କାର୍ଯ୍ୟ କରିଥିବା ସିବିଆଇ ପ୍ରଥମଥର ଲାଗି ସୁରାକ୍‌ ଦେଇଛି। ଗତକାଲି ରାତିରେ ସିବିଆଇ ଆରଜିକେ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଏବଂ ତାଲା ଥାନା ଅଧିକାରୀ ଅଭିଜିତ ମଣ୍ଡଳଙ୍କୁ ଗିରଫ କରିବା ପରେ ସେମାନଙ୍କୁ ରିମାଣ୍ଡରେ ନେବାକୁ ରବିବାର ସିବିଆଇ କୋର୍ଟରେ ହାଜର କରାଇଥିଲା। ସିବିଆଇ ଉଭୟଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବା ସମୟରେ ଡାକ୍ତର ହତ୍ୟା ଘଟଣା ପଛରେ ଷଡ଼ଯନ୍ତ୍ର ରହିଥିବା କୋର୍ଟରେ କହିଛି।

ଡାକ୍ତରଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିବା ପରେ ବିଳମ୍ବରେ ଏତଲା ଦାଏର କରାଯାଇଥିବାରୁ ସିବିଆଇ ଥାନା ଅଧିକାରୀ ଅଭିଜିତଙ୍କୁ ଗିରଫ କରିଥିଲା ବେଳେ ପ୍ରମାଣ ନଷ୍ଟ କରିବା କାରଣରୁ ସନ୍ଦୀପଙ୍କୁ ଗିରଫ କରିଛି। କିନ୍ତୁ ଉଭୟଙ୍କୁ ଏବେ ରିମାଣ୍ଡରେ ନେଇ ପଚରାଉଚରା କରିବା ପରେ ସିବିଆଇକୁ ବହୁ ତଥ୍ୟ ମିଳିପାରେ ବୋଲି ସମ୍ଭାବନା ବଢିଛି। ଉଲ୍ଲେଖଯୋଗ୍ୟ ଯେ, ଡାକ୍ତର ହତ୍ୟା ଘଟଣା ପରେ ସନ୍ଦୀପ ଏବଂ ଅଭିଜିତଙ୍କ ମଧ୍ୟରେ ହୋଇଥିବା ଫୋନକଲ ରେକର୍ଡ ହସ୍ତଗତ କରିବା ପରେ ସିବିଆଇ ଗତକାଲି ଉଭୟଙ୍କ ବିରୋଧରେ ମାମଲା ରୁଜୁ କରିବା ସହିତ ସେମାନଙ୍କୁ ଗିରଫ କରିଥିଲା। ଦୁଇ ଜଣଙ୍କ ମଧ୍ୟରେ କଥାବାର୍ତ୍ତା ଏବଂ ଏତଲା ଦାଏର କରିବାରେ ବିଳମ୍ବ ଅନେକ କିଛି ଇଙ୍ଗିତ କରୁଛି ବୋଲି ସିବିଆଇ କହିଛି। ତେଣୁ ଏହି ଦୁଇ ଜଣଙ୍କୁ ପଚରାଉଚରା କରିବା ପରେ ଷଡ଼ଯନ୍ତ୍ର ପଛର ମୁଖ୍ୟ ନାୟକ କିଏ ତାହା ଜଣାପଡ଼ିବ ବୋଲି ସିବିଆଇ କହିଛି। ଏହାପୂର୍ବରୁ କୋଲକାତା ହାଇକୋର୍ଟ ଏବଂ ପରେ ପରେ ସୁପ୍ରିମକୋର୍ଟ ମଧ୍ୟ ବିଳମ୍ବରେ ଏତଲା ଦାଏର କରାଯିବାକୁ ନେଇ ପ୍ରଶ୍ନ ଉଠାଇସାରିଛନ୍ତି। ଡାକ୍ତରଙ୍କୁ ହତ୍ୟା କରାଯିବାର ୧୪ ଘଣ୍ଟା ପରେ କାହିଁକି ହସ୍ପିଟାଲ କର୍ତ୍ତୃପକ୍ଷ ଏତଲା ଦାଏର କରିଥÒଲେ ବୋଲି ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ବେଳେ ପ୍ରଶ୍ନ କରିଥିଲେ।

ଓଡିଆରେ ପଢ଼ାହେବ ଡାକ୍ତରୀ ପାଠ, ଗଠନ ହେଲା ୨୨ ଜଣିଆ ସ୍ୱତନ୍ତ୍ର କମିଟି
ଭୁବନେଶ୍ୱର: ଓଡିଆ ଭାଷାରେ ପଢ଼଼ା ହେବ ଡାକ୍ତରୀ ପାଠ। ଏଥିପାଇଁ ଡାକ୍ତରୀ ପାଠ୍ୟ ପୁସ୍ତକର ଓଡିଆ ଅନୁବାଦ କରାଯିବ। ଏହା ସହିତ ଅନ୍ୟାନ୍ୟ ପ୍ରକ୍ରିୟା ନିର୍ଦ୍ଧାରଣ କରିବା ପାଇଁ ଆଜି ରାଜ୍ୟ ସରକାର ୨୨ ଜଣିଆ କମିଟି ଗଠନ କରିଛନ୍ତି। ଏହି କାମ ପାଇଁ କେତେ ପାଣ୍ଠି ଆବଶ୍ୟକ ଏବଂ କେତେଦିନ ଭିତରେ ଏମ୍‌‌ବିବିଏସ୍‌‌ ପାଠ୍ୟ ପୁସ୍ତକର ଅନୁବାଦ କାର୍ଯ୍ୟ ଶେଷ ହେବ ତାହା ଉକ୍ତ କମିଟି ଧାର୍ଯ୍ୟ କରିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ (ଓୟୁଏଚ୍‌‌ଏସ୍‌‌)ର କୁଳପତି ପ୍ରଫେସର ମାନସ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଏହି କମିଟି କାର୍ଯ୍ୟ କରିବ। ଏହି କମିଟିରେ ଏମ୍‌‌ସ ଭୁବନେଶ୍ୱର, ଏସ୍‌‌ସିବି ମେଡିକାଲ କଲେଜ ସମେତ ବିଭିନ୍ନ ମେଡିକାଲ କଲେଜର ପ୍ରାଧ୍ୟାପକଙ୍କ ସମେତ ଓଡ଼ିଶା ଭାଷା ପ୍ରତିଷ୍ଠାନର କର୍ମକର୍ତ୍ତା ସଦସ୍ୟ ରହିଛନ୍ତି। ଆଗାମୀ ୧୫ ଦିନ ଭିତରେ ଏହି କମିଟି ସ୍ୱାସ୍ଥ୍ୟ ବିଭାଗ ନିକଟରେ ରିପୋର୍ଟ ଦାଖଲ କରିବ।

ଜାତୀୟ ଶିକ୍ଷା ନୀତି ବିରୋଧରେ ଯାଇ ହିନ୍ଦୀ କିମ୍ବା ଆଞ୍ଚଳିକ ଭାଷାରେ ଡାକ୍ତରୀ ଶିକ୍ଷାଦାନ ହୋଇପାରିବ ନାହିଁ ବୋଲି ୨୦୨୧ ସେପ୍ଟେମ୍ବର ମାସରେ ନ୍ୟାସନାଲ ମେଡିକାଲ କାଉନସିଲ (ଏନ୍‌‌ଏମ୍‌‌ସି) ସ୍ପଷ୍ଟ କରିଥିଲା। ଇଂରାଜୀ ବ୍ୟତୀତ ଅନ୍ୟ କୌଣସି ଭାଷାରେ ଶିକ୍ଷାଦାନ ପାଇଁ ନିୟମରେ ପରିବର୍ତ୍ତନ କରାଯାଇ ପାରିବ ନାହିଁ ବୋଲି ଏନ୍‌‌ଏମ୍‌‌ସି କହିଥିଲା। ଡାକ୍ତରୀ ଓ ପାରାମେଡିକାଲ ପାଠ୍ୟକ୍ରମରେ ହିନ୍ଦୀ ଭାଷାର ପ୍ରଚଳନ ପାଇଁ ମଧ୍ୟ ପ୍ରଦେଶ ଏବଂ ଉତ୍ତର ପ୍ରଦେଶ ସରକାର ଘୋଷଣା କରିବା ପରିପ୍ରେକ୍ଷୀରେ ଏନ୍‌‌ଏମ୍‌‌ସି ଏହି ସ୍ପଷ୍ଟିକରଣ ଜାରି କରିଥିଲା। ତେବେ ଚଳିତ ବର୍ଷ ଭୁବନେଶ୍ୱରରେ ଅନୁଷ୍ଠିତ ବିଶ୍ୱ ଓଡିଆ ଭାଷା ସମ୍ମିଳନୀରେ ଆସିଥିବା ପ୍ରସ୍ତାବ ଅନୁସାରେ ଡାକ୍ତରୀ ଶିକ୍ଷା, ବିଜ୍ଞାନ ଓ ବୈଷୟିକ ପାଠ୍ୟକ୍ରମ ଓଡିଆ ଭାଷାରେ ପ୍ରଚଳନ ପାଇଁ ଏକ ନୀତି ନିର୍ଦ୍ଧାରଣ କରିବା ପାଇଁ ପୂର୍ବ ସରକାର ନିଷ୍ପତ୍ତି ନେଇଥିଲେ। ଅଭିଜ୍ଞ ଡାକ୍ତରଙ୍କ କହିବା ଅନୁସାରେ ଇଂରାଜୀ ହେଉଛି ଅନ୍ତର୍ଜାତୀୟ ଭାଷା ଏବଂ ଏହି ଭାଷାରେ ଶିକ୍ଷାଗ୍ରହଣ ଜରୁରୀ। କିନ୍ତୁ ଋଷ, ଚୀନ ଭଳି ରାଷ୍ଟ୍ରରେ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ହେଉଛି ଏବଂ ସେହି ଭାଷାରେ ପାଠ ପଢ଼଼ି ବହୁତ ଭଲ ଡାକ୍ତର ବାହାରୁଛନ୍ତି। ତେଣୁ ଓଡିଆ ଭାଷାରେ ଡାକ୍ତରୀ ଶିକ୍ଷାଦାନ ହେଲେ ସମସ୍ୟା କିଛି ନାହିଁ। ଆମ ଭାଷାର ପ୍ରଚାର ପ୍ରସାର ହେବା ସହିତ ଏହା ଅଧିକ ରୁଦ୍ଧିମନ୍ତ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି।

ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ, ପ୍ରତି ମାସରେ ହେବ ଡାକ୍ତର ପଦବୀ ପାଇଁ ସାକ୍ଷାତକାର
ଭୁବନେଶ୍ୱର: ସରକାରୀ ମେଡିକାଲ କଲେଜରେ ଡାକ୍ତର ଅଭାବ ଦୂର ପାଇଁ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏଣିକି ପ୍ରତି ମାସରେ ସାକ୍ଷାତକାର ଆୟୋଜନ କରାଯାଇ ଜୁନିଅର ରେସିଡେଣ୍ଟ, ସିନିୟର ରେସିଡେଣ୍ଟ, ଟ୍ୟୁଟର୍‌‌, ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ୍‌‌ ପ୍ରଫେସର ଓ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯିବ। ଉଭୟ ରାଜ୍ୟ ଓ ଅନୁଷ୍ଠାନ ସ୍ତରରେ ମାସିକିଆ ସାକ୍ଷାତକାର ଅବା ୱାକ୍‌‌ ଇନ୍‌‌ ଇଣ୍ଟରଭ୍ୟୁ/କାଉନସେଲିଂ ଆୟୋଜନ କରାଯିବ। ସେମାନଙ୍କୁ ଚୁକ୍ତି କିମ୍ବା ଡେପୁଟେସନ୍‌‌ ଭିତ୍ତିରେ ନିଯୁକ୍ତ କରାଯିବ। ଶୁକ୍ରବାର ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନା ଅନୁସାରେ, ପ୍ରତି ମାସରେ ସାକ୍ଷାତକାର ପାଇଁ ୧୨ ତାରିଖ ଧାର୍ଯ୍ୟ କରାଯାଇଛି। ଏହି ଦିବସରେ ରାଜ୍ୟର ସମସ୍ତ ମେଡିକାଲ କଲେଜ ସମେତ ପିଜିଆଇଏମ୍‌‌ଇଆର କ୍ୟାପିଟାଲ ହସ୍ପିଟାଲ, ଏସସିବି ଡେଣ୍ଟାଲ କଲେଜରେ ନିଯୁକ୍ତି ପ୍ରକ୍ରିୟା ପରିଚାଳନା କରାଯିବ। ସେହିପରି ଖାଲି ଥିବା ବିଭିନ୍ନ ପଦବୀରେ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ ଲକ୍ଷ୍ୟରେ ଡିଏମ୍‌‌ଇଟି ପଦକ୍ଷେପ ନେବେ। ରାଜ୍ୟ ସ୍ତରରେ ଡିଏମ୍‌‌ଇଟିଙ୍କ ପକ୍ଷରୁ ପ୍ରତି ମାସ ୨୫ ତାରିଖରେ ସାକ୍ଷାତକାର/କାଉନସେଲିଂ କରାଯିବ। ଉଭୟ ରାଜ୍ୟ ଓ ଅନୁଷ୍ଠାନ ସ୍ତରୀୟ ନିଯୁକ୍ତି ସମ୍ପର୍କରେ ପରବର୍ତ୍ତି ମାସର ୫ ତାରିଖ ସୁଦ୍ଧା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ରିପୋର୍ଟ ପ୍ରଦାନ କରିବା ଜରୁରୀ ହେବ। ନିଯୁକ୍ତି ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିସ୍ତୃତ ମାର୍ଗଦର୍ଶୀକା ଜାରି କରାଯାଇଛି।

ସୁଫଳ ଆଣିଛି ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ଚଳିତବର୍ଷ ଏସ୍‌ଜିଏସ୍‌ କୋଟାରେ ଡାକ୍ତରୀ ପଢ଼ିବେ ୨୬୭ ଛାତ୍ରଛାତ୍ରୀ
ଭୁବନେଶ୍ୱର: ସାକାର ହେଉଛି ଗାଁ ଗହଳିର ସରକାରୀ ସ୍କୁଲରେ ପଢ଼଼ୁଥିବା ଛାତ୍ରଛାତ୍ରୀଙ୍କ ସ୍ୱପ୍ନ। ଡାକ୍ତରୀ, ଇଞ୍ଜିନିୟରିଂ ପଢ଼଼ିବା ପାଇଁ ଅର୍ଥ ବାଧକ ସାଜୁନି। ଗାଁ ସରକାରୀ ସ୍କୁଲରୁ ପାଠ ପଢ଼଼ି ପିଲାମାନେ ଡାକ୍ତର ଓ ଇଞ୍ଜିନିୟର ହେବାର ଆଶା ପୂରଣ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରହଣ କରିଥିବା ଅଭିନବ ପଦକ୍ଷେପ ସେମାନଙ୍କ ପାଇଁ ବରଦାନ ସାଜିଛି। ରାଜ୍ୟ ସରକାର ସରକାରୀ ସ୍କୁଲ ପିଲାଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂରେ ୧୫ ପ୍ରତିଶତ ସିଟ୍‌‌ ସଂରକ୍ଷଣ କରିଛନ୍ତି। ୨୦୨୧ ମସିହାରୁ ଏହି ବ୍ୟବସ୍ଥା ଲାଗୁ ହୋଇଥିବା ବେଳେ ଡାକ୍ତରୀ ନାମଲେଖା ପାଇଁ ଚଳିତ ବର୍ଷ ୨୬୭ଟି ସିଟ୍‌‌ ସଂରକ୍ଷିତ ରହିଛି। ତେବେ ସଂରକ୍ଷଣର ସିଂହଭାଗ ସରକାରୀ ସ୍କୁଲରେ ପଢ଼଼ୁଥିବା ପିଲାଙ୍କୁ ମିଳିଛି।

ସରକାରୀ ସ୍କୁଲ ଛାତ୍ର(ଏସଜିଏସ) ସଂରକ୍ଷିତ କୋଟାରେ ରାଜ୍ୟର ୨୬୭ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ଏମବିବିଏସ ଓ ବିଡିଏସ୍‌‌ ଅଧ୍ୟୟନ କରିବେ। ଏନେଇ ଚୂଡ଼ାନ୍ତ ତାଲିକା ଓଜେଇଇ ପକ୍ଷରୁ ପ୍ରକାଶ ପାଇଛି। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) କାଉନସେଲିଂ କରୁଥିବା ୧୮୨୧ଟି ସିଟ୍‌‌ ମଧ୍ୟରୁ ସଂରକ୍ଷଣର ସିଂହ ଭାଗ କେବଳ ସରକାରୀ ସ୍କୁଲ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ଚଳିତ ବର୍ଷ ଏସଜିଏସ କୋଟାରେ ସଂରକ୍ଷିତ ମୋଟ୍‌‌ ୨୬୭ଟି ସିଟ୍‌‌ ମଧ୍ୟରୁ ୨୦୧ଟି ସାଧାରଣ ବର୍ଗର ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ୩୬ଟି ଅନୁସୂଚିତ ଜନଜାତି ୨୨ଟି ଅନୁସୂଚିତ ଜାତି ଏବଂ ୮ଟି ଆର୍ଥିକ ସ୍ତରରେ ପଛୁଆ ବର୍ଗର ପିଲାଙ୍କ ପାଇଁ ସଂରକ୍ଷିତ ରହିଛି। ସେହିପରି ଇଞ୍ଜିନିୟରିଂ ଅଧ୍ୟୟନ ଲାଗି ମଧ୍ୟ ସରକାରୀ ପ୍ରତିଷ୍ଠାନରେ ପିଲାଙ୍କ ପାଇଁ ୧୫ ପ୍ରତିଶତ ସିଟ୍‌‌ ସଂରକ୍ଷଣ ବ୍ୟବସ୍ଥା ବିଗତ ଶିକ୍ଷା ବର୍ଷରୁ ଆରମ୍ଭ ହୋଇଛି। ରାଜ୍ୟର ସମସ୍ତ ସରକାରୀ ଇଞ୍ଜିନିୟରିଂ ପ୍ରତିଷ୍ଠାନରେ ଅଧ୍ୟୟନ ଲାଗି ସରକାରୀ ସ୍କୁଲ ପିଲାଙ୍କୁ ପ୍ରାଧାନ୍ୟ ଦିଆଯାଉଛି। ସରକାରୀ ସ୍କୁଲର ପିଲାଙ୍କ ଡାକ୍ତରୀ ଓ ଇଞ୍ଜିନିରିଂରେ ୧୫ ପ୍ରତିଶତ ସିଟ୍‌‌ ସଂରକ୍ଷଣ ଲାଗି ୨୦୨୧-୨୨ ଶିକ୍ଷା ବର୍ଷରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ୨୦୨୧ରୁ ଏହି ବ୍ୟବସ୍ଥା ମେଡିକାଲ୍‌‌ ନାମଲେଖା କ୍ଷେତ୍ରରେ କାର୍ଯ୍ୟକାରୀ ହୋଇଥିବାବେଳେ ବିଗତ ବର୍ଷରୁ ଏହା ଇଞ୍ଜିନିୟରିଂ ପିଲାଙ୍କ କ୍ଷେତ୍ରରେ ଲାଗୁ ହୋଇଛି। ସର୍ବଭାରତୀୟ ସ୍ତରରେ ନିଟ୍‌‌ ଏବଂ ଜେଇଇ ପରି ସାଧାରଣ ପ୍ରବେଶିକା ପରୀକ୍ଷା ପ୍ରଚଳନ ହେବା ପରେ ରାଜ୍ୟର ସରକାରୀ ସ୍କୁଲ ଓ କଲେଜମାନଙ୍କରେ ପଢ଼଼ୁଥିବା ଛାତ୍ରଛାତ୍ରୀମାନଙ୍କର ହ୍ରାସ ପାଉଥିବା ସଂଖ୍ୟାକୁ ପରିଲିକ୍ଷିତ କରି ମୁଖ୍ୟମନ୍ତ୍ରୀ ଏହି ଅଭିନବ ପଦକ୍ଷେପ ଗ୍ରହଣ କରିଥିଲେ। ମାତ୍ର ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଅନେକ ତର୍ଜମା ମଧ୍ୟ କରିଥିଲେ। ଏଥିଲାଗି ସର୍ବେକ୍ଷଣ ହୋଇଥିବାବେଳେ ତଥ୍ୟ ଦର୍ଶାଇଥିଲା, ରାଜ୍ୟର ୮୬ ପ୍ରତିଶତ ଛାତ୍ରଛାତ୍ରୀ ସରକାରୀ ସ୍କୁଲରେ ପଢ଼଼ୁଥିବା ବେଳେ ସେମାନଙ୍କ ମଧ୍ୟରୁ ୨୩ ପ୍ରତିଶତ ମେଡ଼ିକାଲ କଲେଜ ଓ ୨୧% ଇଂଜିନିୟରିଂରେ ନାମଲେଖା ପାଇଁ ସିଟ୍‌‌ ପାଉଛନ୍ତି।

ହେଲେ ଘରୋଇ ସ୍କୁଲଗୁଡ଼ିକରେ ମାତ୍ର ୧୨ ପ୍ରତିଶତ ପିଲା ପଢ଼଼ୁଥିଲେ ହେଁ ଉଭୟ ମେଡିକାଲ ଓ ଇନଞ୍ଜିନିୟରିଂ କଲେଜରେ ସେମାନେ ୬୦ ପ୍ରତିଶତ ସିଟ୍‌‌ ପାଉଛନ୍ତି। ଘରୋଇ ସ୍କୁଲର ଛାତ୍ରଛାତ୍ରୀ ଆର୍ଥିକ ସଙ୍କଟ ତଥା ଉପଯୁକ୍ତ କୋଚିଂ ଅଭାବରୁ ମେଡିକାଲ ଓ ଇନଞ୍ଜିନିୟରିଂ ସିଟ୍‌‌ ପାଇବାରେ ଅସଫଳ ହେଉଥିବା ରାଜ୍ୟ ସରକାର ଉପଲବ୍ଧ କରିଥିଲେ। ତେଣୁ ପ୍ରବେଶିକା ପରୀକ୍ଷାରେ ଭଲ ପ୍ରଦର୍ଶନ ପାଇଁ ପିଲାଙ୍କୁ ସ୍ୱତନ୍ତ୍ର ତାଲିମ ଆବଶ୍ୟକ, ତାହା କେବଳ କୋଚିଂ ସେଣ୍ଟର ମାନଙ୍କରେ ହିଁ ଉପଲବ୍ଧ ହୋଇଥାଏ। ଏହି କୋଚିଂ ସେଣ୍ଟର ଗୁଡିକ ମୁଖ୍ୟତଃ ସହର ଭିତ୍ତିକ ଏବଂ ଏଠାରେ ତାଲିମ ନେବା ପାଇଁ ବିପୁଳ ଅର୍ଥର ଆବଶ୍ୟକତା ରହିଛି। ଏ ସମସ୍ତ କ୍ଷେତ୍ରକୁ ତର୍ଜମା କରି ସରକାର ଆଦର୍ଶ ବିଦ୍ୟାଳୟ ଓ ସରକାରୀ ସ୍କୁଲରେ ନିଟ୍‌‌ ଓ ଜେଇଇ କୋଚିଂ ବ୍ୟବସ୍ଥା ଲାଗୁ କରିଥିଲେ। ଯାହାକି ଆଇକନିକ୍‌‌ ଆଦର୍ଶ ବିଦ୍ୟାଳୟରେ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ ହୋଇଛି।

ଡାକ୍ତରଙ୍କ ସୁରକ୍ଷାକୁ ନେଇ ଆସିଲା ନୂଆ ନିୟମ: ଖରାପ ବ୍ୟବହାର କଲେ ଚିକିତ୍ସା ପାଇଁ ମନା କରିପାରିବେ ଡାକ୍ତର
ନୂଆଦିଲ୍ଲୀ: ଡାକ୍ତରଙ୍କ ବିରୋଧରେ ହିଂସା ଘଟଣାକୁ ବନ୍ଦ କରିବା ପାଇଁ ନ୍ୟାସନାଲ ମେଡିକାଲ କମିଶନ (ଏନ୍‌ଏମ୍‌ସି) ବଡ଼ ପଦକ୍ଷେପ ନେଇଛନ୍ତି। ଡାକ୍ତରଙ୍କ ସୁରକ୍ଷାକୁ ନେଇ କମିଶନ ନୂଆ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ରେଜିଷ୍ଟର୍ଡ ମେଡିକାଲ ପ୍ରାକ୍ଟିସନର୍ସ (ଆରଏମ୍‌ପି) ତଥା ଡାକ୍ତରଙ୍କୁ ଅଧିକ କ୍ଷମତା ଦିଆଯାଇଛି। ପ୍ରଥମ ଥର ପାଇଁ ଡାକ୍ତର ରୋଗୀଙ୍କ ଚିକିତ୍ସା ପାଇଁ ମନା କରିବାର ଅଧିକାର ମିଳିବାକୁ ଯାଉଛି। ଖରାପ ବ୍ୟବହାର, ଗାଳିଗୁଲଜ ଏବଂ ମାର୍‌ପିଟ କରୁଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କ ଚିକିତ୍ସା କରିବାକୁ ଡାକ୍ତର ମନା କରିପାରିବେ। ରୋଗୀଙ୍କ ଖରାପ ବ୍ୟବହାର ବିରୋଧରେ ଡାକ୍ତର ଏନ୍‌ଏମସିରେ ଅଭିଯୋଗ ମଧ୍ୟ କରିପାରିବେ। ଏହା ଦ୍ବାରା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇପାରିବ। ଏହି ନୂଆ ନିୟମ ମେଡିକାଲ କାଉନସିଲ୍‌ ଅଫ୍‌ ଇଣ୍ଡିଆ (ଏମ୍‌ସିଆଇ)ର ମେଡିକାଲ ଏଥିକ୍ସ କୋଡ, ୨୦୦୨ର ସ୍ଥାନ ନେବ।

ଜରୁରିକାଳୀନ ମାମଲାକୁ ଛାଡ଼ି କେଉଁ ରୋଗୀକୁ ଚିକିତ୍ସା କରିବେ ତାହା ଡାକ୍ତର ନିଷ୍ପତ୍ତି ନେବେ। ସେ ଚାହିଁଲେ ଅନ୍ୟ ରୋଗୀଙ୍କୁ ଦେଖିପାରିବେ। ଏହା ସହିତ ରୋଗୀଙ୍କ ପ୍ରତି ଡାକ୍ତରଙ୍କ ଉତ୍ତରଦାୟିତ୍ବ ମଧ୍ୟ ରହିଛି। ସେ ଏହାକୁ ଉପେକ୍ଷା କରିବା ଅନୁଚିତ ବୋଲି କୁହାଯାଇଛି। ରୋଗୀଙ୍କ ଚିକିତ୍ସା ସମ୍ବନ୍ଧିତ ପ୍ରତ୍ୟେକ ବିଷୟରେ ତାଙ୍କ ପରିଜନଙ୍କୁ ଜଣାଇବା ଆବଶ୍ୟକ। ବିନା କୌଣସି କାରଣରେ ରୋଗୀ ଦେଖିବାକୁ ମନା ନ କରିବା ଉଚିତ। ଡାକ୍ତର ରୋଗୀ ଦେଖିବା ପୂର୍ବରୁ ପରାମର୍ଶ ଶୁଳ୍କ ବିଷୟରେ ଜଣାଇଦେବା ଉଚିତ। ଯଦି ଅସ୍ତ୍ରୋପଚାର କରିବାକୁ ପଡ଼େ ତେବେ ତାହାର ଖର୍ଚ୍ଚ ମଧ୍ୟ କହିବାକୁ ପଡ଼ିବ। ଡାକ୍ତର ଏବଂ ତାଙ୍କ ପରିବାର ଫାର୍ମାସ୍ୟୁଟିକାଲ୍ସ କମ୍ପାନୀଙ୍କଠାରୁ କୌଣସି ଉପହାର, ଯାତ୍ରା ସୁବିଧା, ପରାମର୍ଶ ଶୁଳ୍କ କିମ୍ବା ମନୋରଞ୍ଜନ ସୁବିଧା ନେବାରୁ ଦୂରେଇ ରୁହନ୍ତୁ। ଫାର୍ମାସ୍ୟୁଟିକାଲ କମ୍ପାନୀ କିମ୍ବା ତତ୍‌ ସମ୍ବନ୍ଧିତ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମ, ସମ୍ମିଳନୀ, ଆଦିରୁ ଆରଏମପି ଦୂରେଇ ରହିବା ଉଚିତ।

ଡାକ୍ତରଙ୍କ ସ୍ୱେଚ୍ଛାକୃତ ଅବସର ସରକାରଙ୍କ ଶିରପୀଡ଼ା: ୨ ବର୍ଷରେ ଭିଆରଏସ୍‍ ନେଲେଣି ୮୦ରୁ ଅଧିକ
ଭୁବନେଶ୍ୱର: ଡାକ୍ତରଙ୍କୁ ପସନ୍ଦ ନୁହେଁ ସରକାରୀ ଚାକିରୀ। ବ୍ୟକ୍ତିଗତ କାରଣ ହେଉ ଅବା ବୃତ୍ତିଗତ, ଅନେକ ଡାକ୍ତର ସ୍ୱେଚ୍ଛାକୃତ ଅବସର (ଭିଆରଏସ୍‍) ନେଉଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ୮୦ରୁ ଅଧିକ ଡାକ୍ତର ସ୍ୱେଚ୍ଛାକୃତ ଅବସର ନେଇ ସାରିଛନ୍ତି। ଅନୁରୂପ ଭାବରେ ପ୍ରତି ମାସରେ ବହୁ ସଂଖ୍ୟକ ଡାକ୍ତର ଭିଆରଏସ୍‍ ନେବା ଲାଗି ଆବେଦନ କରୁଛନ୍ତି। ସେଥିରୁ କିଛି ମାମଲାରେ ଅନୁମୋଦନ ମିଳୁଛି; କିଛି ଆବେଦନ ଖାରଜ ହେଉଛି। ଗତବର୍ଷ ଏପ୍ରିଲ ମାସରେ ସରକାର ୧୦ ଜଣ ଡାକ୍ତରଙ୍କ ଭିଆରଏସ୍‍ ଆବେଦନକୁ ବାତିଲ କରିଥିଲେ। ରାଜ୍ୟରେ ଡାକ୍ତରଙ୍କ ଉତ୍କଟ ଅଭାବ ହେତୁ ଭିଆରଏସ୍‍ ଆବେଦନ ମଞ୍ଜୁର କରିବା ସମ୍ଭବ ନୁହେଁ ବୋଲି କୁହାଯାଇଥିଲା। ରାଜ୍ୟରେ ପ୍ରାୟ ୪୦% ଡାକ୍ତର ପଦବୀ ଖାଲି ଥିବା ବେଳେ ନିୟମିତ ବ୍ୟବଧାନରେ ଭିଆରଏସ୍‍ ଆବେଦନ ସରକାରଙ୍କ ପାଇଁ ଶିରପୀଡ଼ା ପାଲଟିଛି।

ରାଜ୍ୟରେ ଡାକ୍ତରମାନଙ୍କର ଅବସର ବୟସ ସୀମା ୬୫ରୁ ୬୨ ବର୍ଷକୁ ହ୍ରାସ କରିବା ପାଇଁ ଓଡ଼ିଶା ମେଡିକାଲ ସର୍ଭିସ୍‍ ଆସୋସିଏସନ୍‍ (ଓମ୍‍ସା) ପକ୍ଷରୁ ଦାବି ହୋଇ ଆସୁଛି। ଏଥିସହ ୬୨ ବର୍ଷ ପରେ ଭିଆରଏସ୍‍ ନେବା ପାଇଁ ମଧ୍ୟ ଅନୁମତି ଦେବା ଲାଗି ଦାବି ହେଉଛି। କୋଭିଡ୍‍-୧୯ ମହାମାରୀ ସମୟରେ ସରକାର ଡାକ୍ତରମାନଙ୍କ ଅବସର ବୟସ ସୀମାକୁ ୬୨ରୁ ୬୫କୁ ବୃଦ୍ଧି କରିଥିଲେ। ଅନ୍ୟାନ୍ୟ ସରକାରୀ ବିଭାଗରେ କର୍ମଚାରୀ, ଅଧିକାରୀମାନେ ଚାକିରୀରୁ ଭିଆରଏସ୍‍ ପାଇଁ ଆବେଦନ କରୁଛନ୍ତି; କିନ୍ତୁ ଡାକ୍ତରଙ୍କ ଭିଆରଏସ୍‍ ଆବେଦନକୁ ମଞ୍ଜୁରୀ ପ୍ରଦାନ କରିବା ସହଜ ହେଉ ନାହିଁ। ଜନସଂଖ୍ୟା ତୁଳନାରେ ଡାକ୍ତରଙ୍କର ଘୋର ଅଭାବ ରହିଛି। ଯଦିଓ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ସହିତ ଡାକ୍ତର ଅଭାବ ଧୀରେ ଧୀରେ ଦୂର ହେବା ଆରମ୍ଭ କରିଛି। ତେବେ ବରିଷ୍ଠ ଡାକ୍ତରମାନେ ଅବସର ବୟସ ପୂର୍ବରୁ ଚାକିରୀ ଛାଡ଼ି ଦେବା ନିଶ୍ଚିତ ଭାବେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବଡ଼ ପ୍ରତିବନ୍ଧକ ସୃଷ୍ଟି କରୁଛି।

ଡାକ୍ତରଙ୍କ ଅଭାବ ଦୂର ପାଇଁ ରାଜ୍ୟ ସରକାର ଯଥା ସମ୍ଭବ ଉଦ୍ୟମ କରୁଛନ୍ତି। ନୂଆ ମେଡିକାଲ ଅଫିସରଙ୍କ ନିଯୁକ୍ତି ସହିତ ପଦୋନ୍ନତି ଏବଂ ଆର୍ଥିକ ପ୍ରୋତ୍ସାହନ ଦେବାରେ ଅବହେଳା କରାଯାଉ ନାହିଁ। ତେବେ କୋଭିଡ୍‍ ମହାମାରୀ ପରେ ଡାକ୍ତରଙ୍କ ଆବଶ୍ୟକତା ଯଥେଷ୍ଟ ପରିଲକ୍ଷିତ ହୋଇଛି। ଜଣେ ବରିଷ୍ଠ ଡାକ୍ତର କହିଛନ୍ତି, ମୁଖ୍ୟତଃ ବରିଷ୍ଠ ଡାକ୍ତରମାନେ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଆବେଦନ କରୁଛନ୍ତି। ଯେତେବେଳେ କି ଅଭିଜ୍ଞତା ଦୃଷ୍ଟିରୁ ସେମାନଙ୍କର ଯଥେଷ୍ଟ ଆବଶ୍ୟକତା ରହିଛି। ସ୍ୱେଚ୍ଛାକୃତ ଅବସର ନେବା ପଛରେ ମୁଖ୍ୟ କାରଣ ହେଉଛି ପଦୋନ୍ନତି ଏବଂ ପାରିଶ୍ରମିକରେ ଅସଙ୍ଗତି। ଆମ ଠାରୁ ୧୦ ବର୍ଷ କନିଷ୍ଠ ଥିବା ପ୍ରଶାସନିକ ଅଧିକାରୀଙ୍କ ଅଧୀନରେ କାମ କରିବାକୁ ହେଉଛି। ରୋଗୀ ଦେଖା ସହିତ ପ୍ରଶାସନିକ କାର୍ଯ୍ୟର ଭାର ମଧ୍ୟ କିଛି କମ୍‍ ନାହିଁ। ବରିଷ୍ଠ ଡାକ୍ତର ଚାକିରୀ ଛାଡ଼ି ଘରୋଇ ସେବା କଲେ ବେଶ୍‍ ଭଲ ରୋଜଗାର କରିପାରିବେ। ଏହା ବ୍ୟତୀତ ଜିଲ୍ଲା ସ୍ତରରେ ବରିଷ୍ଠ ଡାକ୍ତର ସିଡିଏମ୍‍ଓ ହେବା ପାଇଁ ଅନିଛା ପ୍ରକାଶ କରୁଛନ୍ତି। ଅତ୍ୟଧିକ କାର୍ଯ୍ୟଭାର ହେତୁ ଅସୁସ୍ଥତା ମଧ୍ୟ ଭିଆରଏସ୍‍ ନେବା ପଛରେ ଆଉ ଏକ ବଡ଼ କାରଣ। ତେଣୁ ସରକାର ଏସବୁ ଦିଗ ପ୍ରତି ଦୃଷ୍ଟି ଦେଇ ପ୍ରତିକାର ବ୍ୟବସ୍ଥା କଲେ ଭିଆରଏସ୍‍ ନେବାରୁ ଡାକ୍ତରଙ୍କୁ ରୋକାଯାଇ ପାରିବ ବୋଲି ସେ କହିଛନ୍ତି।

ନିୟମ ପରିବର୍ତ୍ତନ କଲା ସ୍ବାସ୍ଥ୍ୟ ବିଭାଗ: ଡାକ୍ତର ନ ଥିଲେ ରୋଗୀ ଚିକିତ୍ସା କରିବେ ଫାର୍ମାସିଷ୍ଟ
ଭୁବନେଶ୍ୱର: ବିଭିନ୍ନ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ରହିଥିବା ବେଳେ ରୋଗୀ ଚିକିତ୍ସା ବାଧାପ୍ରାପ୍ତ ହେଉଛି। ଏପରିସ୍ଥଳେ ଫାର୍ମାସିଷ୍ଟ ମାନଙ୍କୁ ଚିକିତ୍ସାରେ ନିୟୋଜିତ କରିବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି । ଡାକ୍ତର ନ ଥିବା ଚିକିତ୍ସାଳୟରେ ନିୟୋଜିତ ଫାର୍ମାସିଷ୍ଟ ମାନେ ରୋଗୀଙ୍କୁ ଔଷଧ ଏବଂ ଇଞ୍ଜେକ୍ସନ୍ ଦେଇ ପାରିବେ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି। ତେବେ ଫାର୍ମାସିଷ୍ଟଙ୍କ ଚିକିତ୍ସା ଏବଂ ଔଷଧ ପ୍ରଦାନ କିଛି ନିର୍ଦ୍ଦିଷ୍ଟ ରୋଗୀଙ୍କ ମଧ୍ୟରେ ସୀମିତ ରହିବ।

ମ୍ୟାଲେରିଆ, ଜ୍ଵର, ଚର୍ମ ରୋଗ, କୃମି, ଡାଇରିଆ, ସାଧାରଣ କ୍ଷତ, ସ୍ଵଚ୍ଛ ପୋଡ଼ା ଜଳା ଭଳି ୧୨ ପ୍ରକାର ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଔଷଧ ଦିଆଯାଇ ପାରିବ । ବିଭାଗ ପକ୍ଷରୁ କୁହାଯାଇଛି ଯେ ବିଭିନ୍ନ କାରଣ ପାଇଁ ଅନେକ ଡାକ୍ତରଖାନାରେ ଡାକ୍ତର ନାହାନ୍ତି ଏବଂ ସେହି ଡାକ୍ତରଖାନା ଗୁଡ଼ିକ ଫାର୍ମାସିଷ୍ଟଙ୍କ ଦ୍ବାରା ପରିଚାଳିତ ହେଉଛି । କିନ୍ତୁ ବିଭାଗ ପକ୍ଷରୁ ଏ ନେଇ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶାବଳୀ ନ ଥିବାରୁ ରୋଗୀଙ୍କ ଚିକିତ୍ସା ସମ୍ଭବପର ହେଉ ନ ଥିଲା। ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିୟମରେପରିବର୍ତ୍ତନ କରାଯିବା ସହ ଫାର୍ମାସିଷ୍ଟ ମାନଙ୍କୁ ସାଧାରଣ ରୋଗୀଙ୍କ ଚିକିତ୍ସା ସହିତ ଔଷଧ ପ୍ରଦାନ ପାଇଁ ଅନୁମତି ଦିଆଯାଉଛି।