killing - The Sakala

କାର୍ଯ୍ୟରତ ଶିକ୍ଷୟତ୍ରୀଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ ,ସ୍ବାମୀ ଥାନାରେ ଅଟକ
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଦୁର୍ଗାପାଲି ଗାଁରେ ଜଣେ ଶିକ୍ଷୟତ୍ରୀଙ୍କୁ ସ୍କୁଲ ଭିତରେ ତଣ୍ଟି କାଟି ହତ୍ୟା ଉଦ୍ୟମ କରାଯାଇଛି । ଆକ୍ରମଣର ଶିକାର ହୋଇଥିବା ଶିକ୍ଷୟତ୍ରୀ ଜଣକ ଦୁର୍ଗାପାଲି ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷୟତ୍ରୀ ସଞ୍ଜୁରାଣୀ ଦେବତା ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଯୌତୁକ ନିର୍ଯାତନା ଦେଇ ତାଙ୍କ ସ୍ବାମୀ ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ କରିଛନ୍ତି । ଅପରପକ୍ଷେ ଆକ୍ରମଣକାରୀ ସ୍ବାମୀ ପ୍ରଦୀପ ପଣ୍ଡାଙ୍କୁ ପୁଇଁତଲା ପୁଲିସ ଅଟକ ରଖିଥିବା ଜଣାପଡିଛି । ସୂଚନା ଅନୁସାରେ ସଞ୍ଜୁ ଦେବତା ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ବଣ୍ଡାବାହାଲର ପ୍ରଦୀପ ପଣ୍ଡାଙ୍କୁ ଗତ ଏକ ବର୍ଷ ତଳେ ବେଇଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ । ପ୍ରଦୀପ ଟିଟିଲାଗଡ଼ ସ୍ଥିତ ସିଲୁଆଁ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଛନ୍ତି ।

ତେବେ ବିବାହ ସମୟରେ ଯୌତୁକ କମ୍ ଆଣିଥିବାରୁ ତାଙ୍କ ସ୍ବାମୀ ବିବାହର ୫ ଦିନ ପରେ ତାଙ୍କୁ ଗାଲିଗୁଲଜ କରିବା ସହ ମାଡ଼ ମାରିବା ଆରମ୍ଭ କରିଥିଲେ। ଏକ ବର୍ଷା ମଧ୍ୟରେ ପ୍ରାୟ ୫ ଥର ଏଭଳି ଘଟଣା ଘଟିବାରୁ ସଞ୍ଜୁ ତାଙ୍କ ସ୍ବାମୀଙ୍କୁ ଛାଡି ଅନ୍ୟତ୍ର ରହିବାକୁ ନିଷ୍ପତ୍ତି ନେଲେ । ସେ ନିଜର କାର୍ଯ୍ୟସ୍ଥଳ ଦୂର୍ଗପାଲିରେ ଭଡ଼ା ଘରେ  ରହୁଥିଲେ । ଅନ୍ୟତ୍ର ରହିବା ଦିନଠାରୁ ପ୍ରଦୀପ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଥିବା ସେ କହିଥିଲେ । ତେବେ ବୁଧବାର ଦିନ ସକାଳ ପ୍ରାୟ ୧୧.୦୦ ସମୟରେ ସଞ୍ଜୁଙ୍କ ବିଦ୍ୟାଳୟକୁ ଯାଇ ତାଙ୍କୁ କଥା ହେବାକୁ ଡାକି ଥିଲେ । ଏଥିରେ ସଞ୍ଜୁ ମନା କରିବାରୁ ଛୁରୀ ଦେଖାଇ ଆକ୍ରମଣ କରିଥିଲେ । କୌଶଳ କ୍ରମେ ସଞ୍ଜୁ ତାଙ୍କ କବଳରୁ ଖସି ଯାଇଥିଲେ। ମାତ୍ର ତାଙ୍କ ତଣ୍ଟିରେ ଛୁରୀ ବଜି କ୍ଷତ ହୋଇଥିଲା ।

ସ୍କୁଲ କର୍ମଚାରୀ ମାନେ ପ୍ରଦୀପ ପଣ୍ଡାଙ୍କୁ କାବୁ କରି ପୁଇଁତଲା ପୁଲିସକୁ ଖବର ଦେଇଥିଲେ। ଏନେଇ ପୁଲିସ ଏକ।ମାମଲା ରୁଜୁ କରିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖିବା ସହ ପଚରାଉଚରା ଜାରିରଖିଛି । ଅପରପକ୍ଷେ ଆକ୍ରମଣକାରୀ ସ୍ବାମୀଙ୍କୁ ଗିରଫ କରି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସଞ୍ଜୁ ଦାବି କରିଛନ୍ତି ।