Electricity Bill - The Sakala

ଭୁଲ୍ ଇଲେକ୍ଟ୍ରି ବିଲ୍ ଆସିଛି କି? ଚିନ୍ତା କରନ୍ତୁ ନାହିଁ, ଜାଣନ୍ତୁ ଅଭିଯୋଗ କରିବାର ସହଜ ଉପାୟ
ପ୍ରତ୍ୟେକ ପରିବାର ପାଇଁ ମାସିକ ଇଲେକ୍ଟ୍ରି ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ହେଲେ ଅନେକ ସମୟରେ ଘରର ବିଦ୍ୟୁତ୍ ଖର୍ଚ୍ଚ ତୁଳନାରେ ବିଲ୍‌ର ପରିମାଣ ଅତ୍ୟଧିକ ଅଧିକ ଆସିଥାଏ, ଯାହା ଗ୍ରାହକଙ୍କ ଚିନ୍ତା ବଢାଇଦିଏ। ଯଦି ଆପଣଙ୍କ ସହ ମଧ୍ୟ ଏପରି ଘଟୁଛି, ତେବେ ଏହା କୌଣସି ବୈଷୟିକ ତ୍ରୁଟି ହୋଇପାରେ। ଏଥିପାଇଁ ଚିନ୍ତା ନକରି ସଠିକ୍ ପ୍ରକ୍ରିୟାରେ ଅଭିଯୋଗ କଲେ ଆପଣଙ୍କ ସମସ୍ୟାର ସମାଧାନ ହୋଇପାରିବ।

କାହିଁକି ଆସେ ଭୁଲ୍ ବିଲ୍?

ସାଧାରଣତଃ ମିଟର ରିଡିଂରେ ତ୍ରୁଟି ଯୋଗୁଁ ଭୁଲ୍ ବିଲ୍ ଆସିଥାଏ। କେତେବେଳେ ମିଟର ରିଡର୍ ଭୁଲ ୟୁନିଟ୍ ନୋଟ୍ କରନ୍ତି ତ ଆଉ କେତେବେଳେ ଆକଳନ ଆଧାରରେ (Estimated) ବିଲ୍ ଜେନେରେଟ୍ ହୋଇଥାଏ। ଏହା ବ୍ୟତୀତ ମିଟର ଖରାପ ଥିଲେ, ପୂର୍ବ ବକେୟା ଯୋଡ଼ି ହୋଇ ଆସିଲେ କିମ୍ବା ସ୍ଲାବ୍ ହାରରେ ଗଡ଼ବଡ଼ ହେଲେ ମଧ୍ୟ ବିଲ୍ ଅଧିକ ଆସିପାରେ। ଅନଲାଇନ୍ ଡାଟା ଅପଡେଟ୍ ସମୟରେ ବୈଷୟିକ ତ୍ରୁଟି ମଧ୍ୟ ଏହାର ଏକ କାରଣ ହୋଇପାରେ।

କେମିତି କରିବେ ଅନଲାଇନ୍ ଅଭିଯୋଗ?

ଯଦି ଆପଣଙ୍କ ବିଲ୍‌ରେ ତ୍ରୁଟି ଥିବା ସନ୍ଦେହ ହେଉଛି, ତେବେ ତୁରନ୍ତ ବିଦ୍ୟୁତ୍ ବଣ୍ଟନ କମ୍ପାନୀର ଅଫିସିଆଲ୍ ଓ୍ବେବ୍‌ସାଇଟ୍ କିମ୍ବା ମୋବାଇଲ ଆପ୍ ଜରିଆରେ ଅଭିଯୋଗ କରିପାରିବେ:

1. ବିଦ୍ୟୁତ୍ ବିଭାଗର ଆପ୍ କିମ୍ବା ୱେବସାଇଟ୍‌ର 'କମ୍ପ୍ଲେନ୍' (Complaint) ସେକ୍ସନ୍‌କୁ ଯାଆନ୍ତୁ।

2. ନିଜର ଗ୍ରାହକ ନମ୍ବର (Consumer Number) ଦିଅନ୍ତୁ।

3. ବିଲ୍ ନମ୍ବର, ବର୍ତ୍ତମାନର ମିଟର ରିଡିଂ ଏବଂ ସମସ୍ୟା ସମ୍ପର୍କରେ ସ୍ପଷ୍ଟ ଭାବରେ ଲେଖି ଅଭିଯୋଗ ଦାଖଲ କରନ୍ତୁ।

ଅଫଲାଇନ୍‌ରେ ସମାଧାନର ବାଟ

ଯଦି ଆପଣ ଅନଲାଇନ୍‌ରେ ଅଭିଯୋଗ କରିବାକୁ ଅସମର୍ଥ, ତେବେ ନିକଟସ୍ଥ ବିଦ୍ୟୁତ୍ କାର୍ଯ୍ୟାଳୟ କିମ୍ବା ସବ୍-ଡିଭିଜନ୍‌କୁ ଯାଇ ଲିଖିତ ଅଭିଯୋଗ ଦେଇପାରିବେ। ଆଜିକାଲି ଅନେକ ସ୍ଥାନରେ ଟୋଲ୍-ଫ୍ରି ନମ୍ବର ଏବଂ ହ୍ବାଟ୍ସଆପ୍ ମାଧ୍ୟମରେ ମଧ୍ୟ ଅଭିଯୋଗ ଗ୍ରହଣ କରାଯାଉଛି। ଅଭିଯୋଗ ଦାଖଲ ପରେ ଆପଣଙ୍କୁ ଏକ ଟ୍ରାକିଂ ନମ୍ବର ମିଳିବ, ଯାହା ସାହାଯ୍ୟରେ ଆପଣ ସ୍ଥିତି ଯାଞ୍ଚ କରିପାରିବେ।

କିପରି ହୁଏ ସମାଧାନ?

ଅଭିଯୋଗ ପାଇବା ପରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ମିଟର ଏବଂ ବିଲ୍ ଯାଞ୍ଚ କରାଯାଏ। ଆବଶ୍ୟକ ପଡ଼ିଲେ ବିଭାଗୀୟ କର୍ମଚାରୀ ଆସି ପୁନର୍ବାର ମିଟର ରିଡିଂ ନିଅନ୍ତି କିମ୍ବା ମିଟର ପରୀକ୍ଷା କରନ୍ତି। ଯଦି କୌଣସି ତ୍ରୁଟି ଥାଏ, ତେବେ ସଂଶୋଧିତ ବିଲ୍ ଜାରି କରାଯାଏ ଏବଂ ଅଧିକ ନିଆଯାଇଥିବା ଅର୍ଥକୁ ପରବର୍ତ୍ତୀ ବିଲ୍‌ରେ ଆଡଜଷ୍ଟ କରିଦିଆଯାଏ।

ବିଜେଡି ସରକାର କମାଇଥିଲେ, ନୂଆ ବିଜେପି ସରକାର ବଢାଇବେ, ଚାରି ବର୍ଷ ପରେ ବଢ଼ିବ ବିଜୁଳି ଦର!
ଭୁବନେଶ୍ୱର: ରାଜ୍ୟରେ ବଢ଼ିବ କି ବିଜୁଳି ଶୁଳ୍କ ? ଗତ କିଛିଦିନ ହେଲା ଏହାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା। ବିଦ୍ୟୁତ୍‌ ଉତ୍ପାଦକ ଓ ବିତରକ କମ୍ପାନୀଗୁଡ଼ିକ ଶୁଳ୍କ ବୃଦ୍ଧି ନିମନ୍ତେ ଓଇଆର୍‌ସିର ଭାରପ୍ରାପ୍ତ ଅଧ୍ୟକ୍ଷ ଓ ପରାମର୍ଶଦାତା କମିଟି ନିକଟରେ ନିଜର ପକ୍ଷ ରଖିଛନ୍ତି। ଗ୍ରୀଡ଼୍‌କୋ ନିଜ କ୍ଷତି ଭରଣା ନିମନ୍ତେ ୟୁନିଟ୍‌ ପିଛା ୫୪ ପଇସା ଶୁଳ୍କ ବୃଦ୍ଧି ଦାବି କରିଛି । ସେହିପରି ଓପିଜିସି, ଓପିଟିସିଏଲ୍‌, ଓଏଚ୍‌ପିସି ଆଦି ଉତ୍ପାଦକ ସଂସ୍ଥା ଓ ଟାଟା ପାୱାର ପରି ବିତରକ ସଂସ୍ଥା ମଧ୍ୟ ଶୁଳ୍କ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି। ସରକାର ଯଦି ବିଦ୍ୟୁତ୍‌ ବିତରକ ଓ ଉତ୍ପାଦକ ସଂସ୍ଥାର ଦାବିକୁ ମାନି ନିଅନ୍ତି ତେବେ ୪ ବର୍ଷ ପରେ ପୁଣି ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି। ନୂଆ ଅଧ୍ୟକ୍ଷ ନିଯୁକ୍ତି ପରେ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ଘୋଷଣା ହୋଇପାରେ ବୋଲି କୁହାଯାଉଛି।

ରାଜ୍ୟରେ ଶେଷ ଥର ପାଇଁ ୨୦୨୧ ମାର୍ଚ୍ଚ ମାସରେ ବିଦ୍ୟୁତ୍‌ ଦର ବୃଦ୍ଧି ପାଇଥିଲା। ୨୦୨୨ ଓ ୨୦୨୩ ମସିହାରେ ଶୁଳ୍କ ଅପରିବର୍ତ୍ତିତ ଥିବାବେଳେ ୨୦୨୪ରେ ତତ୍‌କାଳୀନ ସରକାର ଘରୋଇ ଉପଭୋକ୍ତାଙ୍କ ପାଇଁ ୟୁନିଟ୍‌ ପିଛା ୧୦ ପଇସା ଶୁଳ୍କ ହ୍ରାସ କରିଥିଲେ। ସମ୍ପ୍ରତି ଘରୋଇ ଉପଭୋକ୍ତାମାନେ ପ୍ରଥମ ୫୦ ୟୁନିଟ୍‌ ପାଇଁ ୨ ଟଙ୍କା ୯୦ ପଇସା, ୫୧ରୁ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ୪ ଟଙ୍କା ୭୦ ପଇସା ଓ ୨୦୦-୪୦୦ ୟୁନିଟ୍‌ ପାଇଁ ୫ ଟଙ୍କା ୭୦ ପଇସା ଓ ୪୦୦ରୁ ଅଧିକ ୟୁନିଟ୍‌ ପାଇଁ ୬ ଟଙ୍କା ୧୦ ପାଇସା ପ୍ରଦାନ କରୁଛନ୍ତି। ମାତ୍ର ସରକାର ପରିବର୍ତ୍ତନ ପରେ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ଆଶଙ୍କା ସାଧାରଣ ଖାଉଟିଙ୍କୁ ଚିନ୍ତାରେ ପକାଇଛି। ଗୋଟିଏ ପଟେ ପରିବା, ତେଲ, ଗ୍ୟାସ୍‌ ଆଦି ଜରୁରୀ ସାମଗ୍ରୀର ଦରବୃଦ୍ଧି, ଲୋକଙ୍କ ଆର୍ଥିକ ସ୍ଥିତି ବିଗାଡୁ଼ଥିବା ବେଳେ ଅନ୍ୟପଟେ ବିଦ୍ୟୁତ୍‌ ଦେୟ ବୃଦ୍ଧି ଆଶଙ୍କା ସାଧାରଣ ଲୋକଙ୍କ ମନରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି ।

ଗତ ସାଧାରଣ ନିର୍ବାଚନ ବେଳେ ଉଭୟ ବିଜେଡି ଓ ବିଜେପି ଲୋକଙ୍କୁ ମାଗଣା ବିଦ୍ୟୁତ୍‌ର ପ୍ରତିଶୃତି ଦେଇଥିଲେ। କ୍ଷମତାକୁ ପ୍ରତ୍ୟାବର୍ତ୍ତନ କଲେ ସରକାର ୧୦୦ ୟୁନିଟ୍‌ ମାଗଣା ବିଜୁଳି ଯୋଗାଇ ଦେବେ ଓ ଜୁଲାଇମାସରୁ ଉପଭୋକ୍ତାମାନେ ବିଜୁଳି ବିଲ୍‌ ଦେବେ ବୋଲି ବିଜେଡି ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଥିଲା। ଅପରପକ୍ଷରେ ସରକାର ଗଢ଼ିଲେ ରାଜ୍ୟବାସୀଙ୍କୁ ୩୦୦ ୟୁନିଟ୍‌ ମାଗଣା ବିଜୁଳି ପ୍ରଦାନ କରାଯିବ ବୋଲି ବିଜେପି ନେତାମାନେ ନିର୍ବାଚନୀ ସଭାରେ ଘୋଷଣା କରିଥିଲେ। ସେହିପରି ସୂର୍ଯ୍ୟଘର ଯୋଜନାରେ ୩୦୦ ୟୁନିଟ୍‌ ମାଗଣା ବିଜୁଳି ଯୋଗାଇବା ପାଇଁ ଦଳ ନିର୍ବାଚନୀ ସଂକଳ୍ପ ପୁସ୍ତକରେ ଉଲ୍ଲେଖ କରିଥିଲା। ମାତ୍ର କ୍ଷମତାକୁ ଆସିବା ପରେ ରାଜ୍ୟ ଶକ୍ତିମନ୍ତ୍ରୀ ମାଗଣା ବିଜୁଳି ଘୋଷଣା କଥାକୁ ଫାଙ୍କି ଦେଲେ। ଲୋକଙ୍କୁ ମାଗଣା ବିଜୁଳି ତ ମିଳିଲା ନାହିଁ, ଏବେ ବିଜୁଳି ଶୁଳ୍କ ବୃଦ୍ଧି ମସୁଧା ପରେ ଉପଭୋକ୍ତାଙ୍କ କ୍ରୋଧ ଚରମ ସୀମାରେ ପହଞ୍ଚିଛି। ବିଜୁଳି ବିତରକ ଓ ଉତ୍ପାଦକ ସଂସ୍ଥାର ଦାବିକୁ ସରକାର ଯଦି ମାନି ନିଅନ୍ତି, ତେବେ ୟୁନିଟ୍‌ ପିଛା ଅତି କମ୍‌ରେ ୭୨ ପଇସାରୁ ୯୧ ପଇସା ପର୍ଯ୍ୟନ୍ତ ବୃଦ୍ଧି ଆଶଙ୍କା ରହିଛି।

ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ସମସ୍ତ ବିତରକ କମ୍ପାନୀ ଓ ଉତ୍ପାଦକ ସଂସ୍ଥାମାନେ ସେମାନଙ୍କ ଦାବି ଉପସ୍ଥାପନ କରିଥିବାବେଳେ ଓଇଆର୍‌ସି କୌଣସି ରାୟ ପ୍ରଦାନ କରିନାହାନ୍ତି । ସମ୍ପ୍ରତି ଓଇଆର୍‌ସିରେ କେହି ଅଧ୍ୟକ୍ଷ ନାହାନ୍ତି । ତେଣୁ ନୂଆ ଅଧ୍ୟକ୍ଷ ନିଯୁକ୍ତି ପରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇପାରେ ବୋଲି କୁହାଯାଉଛି। ବିଦ୍ୟୁତ୍‌ ଦେୟ ବୃଦ୍ଧିକୁ ନେଇ ସାଧାରଣ ଉପଭୋକ୍ତାଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିବାବେଳେ ରାଜ୍ୟ ସରକାରଙ୍କ ନିରବତା ଏହି ପ୍ରସଙ୍ଗକୁ ବଳ ଯୋଗାଉଛି। ତେଣୁ ରାଜ୍ୟରେ ବିଦ୍ୟୁତ୍‌ ଦର ବୃଦ୍ଧି ଘୋଷଣା ହେବା ପୂର୍ବରୁ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ସମସ୍ତ ବିରୋଧୀ ରାଜନୈତିକ ଦଳ ସମେତ ଅନ୍ୟାନ୍ୟ ସଂଗଠମାନେ ଆନ୍ଦୋଳନ ପାଇଁ ମେଳି ବାନ୍ଧୁଛନ୍ତି। ଯଦି ରାଜ୍ୟରେ ପଇସାଟିଏ ବି ବିଦ୍ୟୁ୍‌ତ ଦେୟ ବୃଦ୍ଧି ହୁଏ ତେବେ ରାଜ୍ୟ ସରକାରଙ୍କ ପାଇଁ ଏହା ବଡ଼ ଆହ୍ୱାନ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି

ବିଦ୍ୟୁତ ଦେୟ ନିୟମରେ ବଡ଼ ପରିବର୍ତ୍ତନ; ଏଣିକି ଉପଭୋକ୍ତାଙ୍କୁ ଦିନ ଅପେକ୍ଷା ରାତିରେ ଅଧିକ ପଇଠ କରିବାକୁ ପଡ଼ିବ
ଭୁବନେଶ୍ୱର: ବିଦ୍ୟୁତ ଦେୟ ନିୟମରେ ହୋଇଛି ବଡ଼ ପରିବର୍ତ୍ତନ। ଏଣିକି ଦିନ ଅପେକ୍ଷା ରାତିରେ ଦେବାକୁ ପଡିବ ଅଧିକ ବିଦ୍ୟୁତ ଦେୟ । ବିଦ୍ୟୁତ ଉପଭୋକ୍ତା ଅଧିକାର ନିୟମକୁ ସଂଶୋଧନ କରି ନୂଆ ବିଦ୍ୟୁତ ଉପଭୋକ୍ତା ଅଧିକାର ନିୟମ- ୨୦୨୩ ନେଇ ଗେଜେଟ ବିଜ୍ଞପ୍ତି ଜାରି କରିଛି କେନ୍ଦ୍ର ଶକ୍ତି ମନ୍ତ୍ରାଳୟ। ବିଦ୍ୟୁତ ଉପଭୋକ୍ତା ନିୟମରେ ହୋଇଛି ଆଉ ଏକ ପରିବର୍ତ୍ତନ । ସୌରଶକ୍ତିକୁ ଅଧିକ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ନିୟମରେ ଏଭଳି ପରିବର୍ତ୍ତନ ହୋଇଛି । ଦିନରେ ସୌରଶକ୍ତି ଉତ୍ପାଦନ ହେଉଥିବାରୁ ଏହା ପାରମ୍ପରିକ ଶକ୍ତିର ଭରଣା କରିବ ।

୨୦୨୪ ଏପ୍ରିଲ ପହିଲାରୁ ୧୦ କିଲୋୱାଟ୍‌ରୁ ଅଧିକ ବିଜୁଳି ବ୍ୟବହାର କରୁଥିବା ବାଣିଜ୍ୟିକ ଓ ଶିଳ୍ପାଞ୍ଚଳ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଲାଗୁ ହେବ ଟାଇମ ଅଫ ଡେ’ ଟାରିଫ। କୃଷି ବ୍ୟତୀତ ଅନ୍ୟ ସମସ୍ତ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଏହି ନିୟମ କାର୍ଯ୍ୟକାରୀ ହେବ। ଏହା ଅଧୀନରେ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ଗୁଡ଼ିକ ଗୋଟିଏ ଦିନକୁ ସୋଲାର ଆୱାର, ପିକ ଆୱାର ଓ ନର୍ମାଲ ଆୱାର ଭଳି ତିନିଟି ଭାଗରେ ବିଭକ୍ତ କରିବେ।

ନିୟମ ଅନୁସାରେ, ରାତି ବେଳା ଅଧିକ ବିଜୁଳି ବ୍ୟବହାର ହେଉଥିବାରୁ ଉପଭୋକ୍ତାଙ୍କୁ ଦିନ ଅପେକ୍ଷା ରାତିରେ ଅଧିକ ପଇଠ କରିବାକୁ ପଡ଼ିବ । ସ୍ମାର୍ଟ ମିଟରିଂ ଜରିଆରେ ବିଜୁଳି ଉପଯୋଗ ହେଉନଥିଲେ, ଗ୍ରାହକ ବାହାରେ ରହି ମଧ୍ୟ ଏହାକୁ ନିୟନ୍ତ୍ରଣ କରିପାରିବେ । ସମୟ ଓ ବାର ଦେଖି ବିଜୁଳିର ବ୍ୟବହାର ନେଇ ଦର ଏପଟ ସେପଟ ରହିବ । ଏହାକୁ ବିଶେଷଜ୍ଞ ମାନେ ସ୍ବାଗତ କରିଥିବା ବେଳେ ସୌରଶକ୍ତିର ଆବଶ୍ୟକତା ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ।

ଅନ୍‌ଲାଇନ୍‌ ତଥ୍ୟ ସନ୍ଧାନରେ କେତେ ବିଜୁଳି ନଷ୍ଟ ହୁଏ
ଆଜିକାଲି ଅଧିକାଂଶଙ୍କ ହାତରେ ସ୍ମାର୍ଟଫୋନ୍‌। ପ୍ରତ୍ୟେକ ଛୋଟ େଛାଟ ପ୍ରଶ୍ନର ଉତ୍ତର ପାଇଁ ସମସ୍ତେ ଗୁଗଲ୍‌ରେ ସର୍ଚ୍ଚ କରୁଛନ୍ତି। ଗୁଗଲ୍‌ ସହିତ ଏବେ ଚାଟ୍‌ଜିପିଟି ମଧ୍ୟ ବେଶ୍‌ ଲୋକପ୍ରିୟ ହେବାରେ ଲାଗିଛି। ଏଥିରେ ହୋମ୍‌ୱାର୍କଠାରୁ ଆରମ୍ଭ କରି ଅଫିସ୍‌ କାମ, କବିତା ଲେଖା, ପ୍ରବନ୍ଧ ଲେଖା ଭଳି ସବୁକିଛି  କାମ କରାଯାଉଛି। ଜର୍ମାନ୍‌ କମ୍ପାନୀ ଷ୍ଟ୍ରାଟୋର ଏକ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, ଗୁଗଲ୍‌, ଚାଟ୍‌ଜିପିଟି କିମ୍ବା ଅନ୍ୟ କୌଣସି ଆପ୍‌ ଖୋଲିବା ଦ୍ବାରା କେବଳ ମୋବାଇଲ୍‌ର ଡାଟା ସରୁନି ବରଂ ଏହାଦ୍ବାରା ବିଜୁଳି  ଶକ୍ତିର ମଧ୍ୟ ଅପଚୟ ହେଉଛି। ଇଣ୍ଟରନେଟ୍‌ରେ ଗୋଟିଏ ସର୍ଚ୍ଚ କରିବା ପାଇଁ ଯେତିକି ବିଦ୍ୟୁତ୍ ଖର୍ଚ୍ଚ ହୁଏ,  ସେଥିରେ ୧୧ ୱାଟ୍‌ର ସିଏଫ୍‌ଏଲ୍‌ (କମ୍ପାକ୍ଟ ଫ୍ଲୋରୋସେଣ୍ଟ୍‌ ଲାଇଟ୍)  ଘଣ୍ଟାଏ ପର୍ଯ୍ୟନ୍ତ ଚାଲିପାରିବ। କାରଣ ଆମେ ଯେତେବେଳେ ଅନ୍‌ଲାଇନ୍‌ ମାଧ୍ୟମରେ କୌଣସି ତଥ୍ୟ ସନ୍ଧାନ କରୁ, ସେତେବେଳେ ଏହିସବୁ ତଥ୍ୟ ‘ଡାଟା ସେଣ୍ଟର୍‌’ରୁ ଆସିଥାଏ।

ତେଣୁ ଅନବରତ ଏହି ଡାଟା ସେଣ୍ଟର୍‌କୁ କାର୍ଯ୍ୟକ୍ଷମ ରଖୀବା ପାଇଁ ଅତ୍ୟଧିକ ମାତ୍ରାରେ ବିଜୁଳିର ଆବଶ୍ୟକତା ପଡ଼ିଥାଏ। ଡାଟା େସଣ୍ଟର୍‌, ସର୍ଭର୍‌, ସର୍ଭର୍‌ ରାଉଟର୍‌ ଯେତେ କାର୍ଯ୍ୟକ୍ଷମ ରହିବ, ସେହି ଅନୁପାତରେ ବିଜୁଳି ଖର୍ଚ୍ଚ ହେବ। ଏକ ସର୍ଭେ ରିପୋର୍ଟ ଅନୁଯାୟୀ, ବିଶ୍ବର ପ୍ରାୟ ୫ ଅରବ େଲାକ ବିଭିନ୍ନ ଡିଭାଇସ୍‌ ମାଧ୍ୟମରେ ଅନ୍‌ଲାଇନ୍‌ ରହିଥାନ୍ତି।  ଦେଖୀବାକୁ ଗଲେ, ଜଣେ ଲୋକ ଦିନର ୭ ଘଣ୍ଟା ଇଣ୍ଟରନେଟ୍‌ରେ କାଟିଦିଅନ୍ତି।  ସେଥିରୁ ୮୦ ପ୍ରତିଶତ ଲୋକ କେବଳ ଅନ୍‌ଲାଇନ୍‌ ଗୀତ ଶୁଣିବା ଓ ଚଳଚ୍ଚିତ୍ର ଦେଖୀବାରେ ମୋବାଇଲ୍‌ ଡାଟା ବ୍ୟବହାର କରିଥାନ୍ତି। ଅନ୍ୟ ପକ୍ଷରେ ଘଣ୍ଟାଏ ଅନ୍‌ଲାଇନ୍‌ରେ ଏଚ୍‌ଡି ଭିଡିଓ ଦେଖୀବା ପାଇଁ ପ୍ରାୟ ୩ ଜିବି ଡାଟା ବ୍ୟବହୃତ ହୁଏ ଏବଂ ଏଥିପାଇଁ ୯ କିଲୋୱାଟ୍‌ ବିଜୁଳି ଖର୍ଚ୍ଚ ହୋଇଥାଏ। ଏତିକି ବିଜୁଳି ଉତ୍ପାଦନ କରିବା ପାଇଁ ପ୍ରାୟ ୩.୨ କିଲୋ କାର୍ବନ୍‌ ନିର୍ଗତ ହୋଇଥାଏ।

ରିପୋର୍ଟରେ କୁହାଯାଇଛି ଯେ,  ଅନ୍‌ଲାଇନ୍‌ରେ ‘ଏଆଇ’ର ଅର୍ଥ କ’ଣ, କେବଳ ଏତିକି ଜାଣିବା ପାଇଁ ୨ ୟୁରୋ ସେଣ୍ଟ୍‌ ଖର୍ଚ୍ଚ ହୋଇଥାଏ। ଏହା ଭାରତୀୟ ମୁଦ୍ରାରେ ପ୍ରାୟ ୧୭୮ ଟଙ୍କା େହବ। ଡିଡବ୍‌ଲ୍ୟୁର ଏକ ରିପୋର୍ଟ ଅନୁସାରେ, ଚାଟ୍‌ବଟ୍‌କୁ ଟ୍ରେଣ୍ଡ୍‌ କରିବା ପାଇଁ ୯୩୬ ମେଗାୱାଟ୍‌ ବିଜୁଳି ଖର୍ଚ୍ଚ ହୋଇଥାଏ। ଏତିକି ୟୁନିଟ୍ ବିଦ୍ୟୁତ୍‌ରେ  ଲକ୍ଷେ ଘରକୁ ଗୋଟିଏ ଦିନଟିଏ ପାଇଁ  ବିଜୁଳି ଯୋଗାଇ ହେବ।  ଏହି ରିପୋର୍ଟ ତଥ୍ୟ ଅନୁସାରେ ଦେଖୀବାକୁ ଗଲେ, ବିଶ୍ବସ୍ତରରେ ଯେତିକି ମୋବାଇଲ୍‌ ଡାଟା ବ୍ୟବହୃତ ହେଉଛି ଏବଂ ଏଥିପାଇଁ ଯେତିକି ବିଜୁଳି ଅପଚୟ ହେଉଛି, ସେଥିରେ ବିଶ୍ବରେ କାର୍ବନ୍‌ ସ୍ତର ୨.୮ ପ୍ରତିଶତ ବଢ଼ୁଛି। ଏହି ତାଲିକାରେ  ପ୍ରଥମ ଦେଶ ହେଉଛି ଚୀନ୍‌, ଯେଉଁଠି ୨୭ ପ୍ରତିଶତ କାର୍ବନ୍‌ ନିର୍ଗତ ହେଉଛି। ଯଦି ଇଣ୍ଟରନେଟ୍‌ ଏକ ଦେଶ ହୋଇଥାନ୍ତା, ତେବେ ଏହା କାର୍ବନ ନିର୍ଗତ କରୁଥିବା ଷଷ୍ଠ ଦେଶ ହୋଇଥାନ୍ତା।

ଏହି ତାଲିକାର ସର୍ବାଗ୍ରେ ଚୀନ୍‌ରେ  ୨୭%, ଆମେରିକାରେ ୧୫%, ଭାରତରେ  ୭% କାର୍ବନ୍‌ ନିର୍ଗତ ହେଉଛି ବୋଲି ଆକଳନ କରାଯାଇଛି। ଭାରତ ଏହି କ୍ଷେତ୍ରରେ ରୁଷ୍ ଓ  ଜାପାନ ପରେ ଆସିଥାଏ। ତେବେ ଅନୁମାନ କରାଯାଉଛି ଯେ, ୧୦ ବର୍ଷ ଭିତରେ ଡାଟା ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ୬୦ ପ୍ରତିଶତ ବୃଦ୍ଧି ପାଇବ। ତେଣୁ ବିଦ୍ୟୁତ୍‌ ଶକ୍ତିର ଅପଚୟ ଆହୁରି ବଢ଼ିବ। ଆମେରିକୀୟ ସଂସ୍ଥା ସେସ୍‌କୋ ପକ୍ଷରୁ କରାଯାଇଥିବା ଏକ ବିଶ୍ଲେଷଣରୁ ଜଣାପଡ଼ିଛି ଯେ, ଆମେରିକାରେ ଜଣେ ବ୍ୟକ୍ତି ମାସିକ ପ୍ରାୟ ୧୪୦ ଜିବି ଡାଟା ବ୍ୟବହାର କରନ୍ତି। ଏଥିଯୋଗୁଁ ଏଠାରେ  ୨.୪ ବିଲିୟନ୍‌ ବିଲିୟନ୍‌ କେଜି କାର୍ବନ୍‌ ନିର୍ଗତ ହୋଇଥାଏ। ଏତିକି ପରିମାଣର କାର୍ବନ୍‌ ପାଇଁ ୨୩୦ ମିଲିୟନ୍‌ ଗଛର ଆବଶ୍ୟକତା ରହିଛି ବୋଲି ଜଣାପଡ଼ିଛି।

ସେବା ନାମରେ ଟାଟା ପାୱାରର ଶୋଷଣ
ଭୁବନେଶ୍ବର: କରୋନା ମହାମାରୀ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଥିବା, ବେଳେ ବର୍ଦ୍ଧିତ ବିଦ୍ୟୁତ ବିଲ୍ ବେଶ୍ ବାଧୁଛି । ତେବେ ସମସ୍ୟା ଏହା ନୁହେଁ । ସମସ୍ୟା ହେଉଛି ଯାହା ମାସକୁ ଦୁଇ ଚାରି ଶହ ଟଙ୍କା ବିଲ୍ ଆସୁଥିଲା ତା ହାତରେ ଏବେ ୨୩ ହଜାର ଟଙ୍କାର ବିଲ୍ ଧରାଇ ଦିଆଯାଉଛି। କେତେବେଳେ ମାସ ମାସ ଧରି ମିଟର୍ ରିଡିଂ ହେଉ ନାହିଁତ ଆଉ କେଉଁଠି ମିଟର୍ ରିଡିଂ ନିଆଯିବା ସତ୍ତ୍ବେ ହଜାରେ ଗୁଣା ଅଧିକ ବିଲ୍ ଆସୁଥିବା ଅଭିଯୋଗ ହେଉଛି। ପ୍ରତି ମାସ ମିଟର ରିଡିଂ ନିଆଯିବା ବଦଳରେ ଦୁଇ ତିନି ମାସରେ ଥରେ ଆସୁଛନ୍ତି ଆଉ ବିଳମ୍ବ ଫି ଯୋଡ଼ି ଗ୍ରାହକଙ୍କୁ ମାତ୍ରାଧୂକ ବିଲ୍ ଧରାଇ ଦିଆଯାଉଛି। ଟାଟା ପାୱାର ବିରୁଦ୍ଧରେ ଏପରି ମାଳ ମାଳ ଅଭିଯୋଗ ଚାଲିଛି। କିନ୍ତୁ ସମାଧାନ ହେଉ ନଥିବା ଗ୍ରାହକ ଅଭିଯୋଗ କରିଛନ୍ତି।

ଠକାମୀର ଶିକାର ବିଦ୍ୟୁତ୍ ଗ୍ରାହକ ଟ୍ଵିଟ୍ କରି କମ୍ପାନୀ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ଜରିଆରେ ଜଣାଉଛନ୍ତି। ଆଉ କମ୍ପାନୀ ପକ୍ଷରୁ ଅଭିଯୋଗ ସମାଧାନ ପାଇଁ ଉଦ୍ୟମ କରାଯାଉଛି ବୋଲି ତୁରନ୍ତ ଜଣାଇ ଦିଆଯାଉଛି। ଏହାର କିଛି ଦିନ ପରେ କମ୍ପାନୀ ଉତ୍ତର ଦେଉଛି ଯେ ଅଭିଯୋଗର ସମାଧାନ ହୋଇଯାଇଛି। କିନ୍ତୁ ବାସ୍ତବତା ହେଉଛି ପରିସ୍ଥିତି ଯଥା ପୂର୍ବ ତଥା ପରଂ । ଭୁବନେଶ୍ବରର ସହିଦନଗରରେ ରହୁଥିବା ବବିନ୍ ମହାନ୍ତି ଅଭିଯୋଗ କରିଛନ୍ତି ଯେ ଟାଟା ପାୱାର ବିଜୁଳି ବିତରଣ ଦାୟିତ୍ବ ନବା ପରେ ଆର୍ଥିକ ଶୋଷଣ ଚଳାଇଛନ୍ତି। ମିଟର ରିଡିଂ ନେଉଥବା କର୍ମଚାରୀ ପ୍ରତି ମାସ ଆସୁ ନାହାନ୍ତି | ତାଙ୍କୁ ଫୋନ୍ କରି ନ ଆସିବା କାରଣ ପଚାରିବାରେ ସମୋନେ କହୁଛନ୍ତି ସମୟ ହେଲେ ଯିବୁ। ଅପେକ୍ଷା କରନ୍ତୁ। ଆଉ ଦୁଇ ମାସ ପରେ ଆସି ଦୁଇ ମାସର ବିଲ୍ ଏକ ସଙ୍ଗରେ ଧରାଇଦେଲେ। ଫଳରେ ୟୁନିଟ୍ ପିଛା ଅଧିକ ଅର୍ଥ ଦେବାକୁ ହେଉଛି।

କମ୍ପାନୀର ଅବହେଳା ପାଇଁ ଅଧିକ ବିଲ୍ ଆସୁଥିବାରୁ ସେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଟ୍ଵିଟ୍ କରି ଏ ସମ୍ପର୍କରେ ଅଭିଯୋଗ କରିବା ସହ ବିଲ୍‌ରେ ତ୍ରୁଟି ସୁଧାରିବା ପାଇଁ ଅନୁରୋଧ କରିଥିଲେ । ଅଭିଯୋଗ ଗ୍ରହଣ କରାଗଲା ଆଉ ସମସ୍ୟାର ସମାଧାନ ଶୀଘ୍ର କରାଯିବ ବୋଲି କମ୍ପାନୀ ପକ୍ଷରୁ ଉତ୍ତର ଦିଆଗଲା । ଦୁଇ ଦିନ ପରେ ପୁଣି କମ୍ପାନୀ କହିଥିଲା ଯେ ସମସ୍ୟାର ସମାଧାନ ହୋଇଗଲା। ଯେତେବେଳେ ଶ୍ରୀ ମହାନ୍ତିଙ୍କ ବିଲ୍ ପୂର୍ବପରି ତ୍ରୁଟିପୂର୍ଣ୍ଣ ରହିଛି। ତ୍ରୁଟି ତ ସଂଶୋଧନ ହେଲା ନାହିଁ ବରଂ ଅଧିକ ଖଚ୍ଚାନ୍ତ ହେବା ଭୟରେ ଶ୍ରୀ ମହାନ୍ତି ବର୍ଦ୍ଧିତ ବିଲ୍ ଦେବାକୁ ବାଧ୍ୟ ହେଲେ ବୋଲି ସେ ଅଭିଯୋଗ କରିଛନ୍ତି । ସେହିପରି ଲିକ୍ ନାୟକ ନାମକ ଜଣେ ଛାତ୍ର ଟାଟା ପାୱାରକୁ ଟ୍ଵିଟ୍ ଜରିଆରେ ଏକାଧୂକବାର ପତ୍ର ଲେଖୁ ତ୍ରୁଟିପୂର୍ଣ୍ଣ ବିଲ୍ ସଂଶୋଧନ କରିବା ପାଇଁ ଗୁହାରି କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନାହିଁ ।

ଶ୍ରୀ ନାୟକ ନିଜ ପତ୍ରରେ ଦର୍ଶାଇଛନ୍ତି ଯେ ପ୍ରତି ମାସ ତାଙ୍କର ବିଦ୍ୟୁତ୍ ମିଲ୍ ମାତ୍ର କିଛି ଶହ ଟଙ୍କାରେ ସୀମିତ ରହେ | କିନ୍ତୁ ଜୁଲାଇ ମାସରେ ତାଙ୍କର ବିଲ୍ ୨୩,୭୮୩ ଟଙ୍କା ଆସିଛି। ବିଲ୍‌ରେ ତାଙ୍କର ଠିକଣା ମଧ୍ୟ ଭୁଲ୍ ରହିଛି। ତାଙ୍କ ପିତା ରୋଗାକ୍ରାନ୍ତ ହୋଇ ଘରେ ଶଯ୍ୟାଶାୟୀ ଥିବାରୁ ଏତେ ଟଙ୍କା ଦେବା ପାଇଁ ସେ ଅସମର୍ଥ ବିଲ୍‌ରେ ଥିବା ତ୍ରୁଟି ସୁଧାରିବା ପାଇଁ ଶ୍ରୀ ନାୟକ ଏକାଧୂକ ବାର ଟାଟା ପାୱାର କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଛନ୍ତି ସିନା ଅଭିଯୋଗର ସମାଧାନ ହୋଇପାରି ନାହିଁ। କେବଳ ଶ୍ରୀ ମହାନ୍ତି କିମ୍ବା ଶ୍ରୀ ନାୟକ ନୁହନ୍ତି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏପରି ଅଭିଯୋଗର ସୁଅ ଛୁଟୁଛି। କମ୍ପାନୀର ଭୁଲ୍ ପାଇଁ ଆମେ କାହିଁକି ଅଧିକ ବିଲ୍ ଦେବୁ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। କର୍ତ୍ତୃପକ୍ଷଙ୍କ ନିକଟରେ ଶୀଘ୍ର ଅଭିଯୋଗ ପହଞ୍ଚାଇବା ପାଇଁ ସାମାଜିକ ଗଣମାଧ୍ୟମ ‘ଟ୍ଵିଟ୍ର୍‌’ର ସାହାରା ନେଉଛନ୍ତି। କମ୍ପାନୀ ଏଥରେ ଅଭିଯୋଗ ଗ୍ରହଣ ମଧ୍ୟ କରୁଛି। କିନ୍ତୁ ସମାଧାନ ହୋଇପାରୁ ନଥିବା ଅଭିଯୋଗ ହେଉଛି।