Alia Bhatt - The Sakala

ରିଲିଜ୍ ହେଲା ‘ଆଲଫା’ ଟିଜର୍: ଝିଅ ଆଲିଆଙ୍କୁ ବାପା ବବି ଦେଓଲଙ୍କ ଭୟଙ୍କର ଜନ୍ମଦିନ ଉପହାର
ଆଗାମୀ ବଲିଉଡ୍ ଚଳଚ୍ଚିତ୍ର 'ଆଲଫା' (Alpha) ର ବହୁ ପ୍ରତୀକ୍ଷିତ ଟିଜର୍ ବୁଧବାର ଦିନ ରିଲିଜ୍ ହୋଇଯାଇଛି। ନିର୍ଦ୍ଦେଶକ ଶିବ ରୱେଲ (Shiv Rawail) ଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଆଲିଆ ଭଟ୍ଟ (Alia Bhatt) ଏବଂ ପ୍ରଖ୍ୟାତ ଅଭିନେତା ବବି ଦେଓଲ (Bobby Deol) ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଏହି ଫିଲ୍ମଟି ଯଶରାଜ ଫିଲ୍ମସ୍ (Yash Raj Films - YRF) ର ସ୍ପାଇ ୟୁନିଭର୍ସ (spy universe) ର ପରବର୍ତ୍ତୀ ଅଧ୍ୟାୟ, ଯେଉଁଥିରେ ଏକ ଗୁପ୍ତ ଏଜେନ୍ସି ପାଇଁ କାମ କରୁଥିବା ଜଣେ ନୂଆ ଗୁପ୍ତଚରଙ୍କ କାହାଣୀ ପ୍ରଦର୍ଶିତ ହେବ। ଏହି ଟିଜରରେ ଦେଖିବାକୁ ମିଳିଛି ଯେ, ଆଲିଆଙ୍କ ଚରିତ୍ରକୁ ତାଙ୍କ ଜନ୍ମଦିନରେ ବବିଙ୍କଠାରୁ ଏକ ଭୟଙ୍କର ତଥା ହିଂସାତ୍ମକ ଉପହାର ମିଳିଛି।

ପିତା-କନ୍ୟାଙ୍କ ମଧ୍ୟରେ ଏକ ଅସ୍ୱାଭାବିକ ସମ୍ପର୍କ

ଟିଜର୍‌ର ଆରମ୍ଭ ଏକ ସାଧାରଣ ତଥା ମିଠା ପିତା-କନ୍ୟା ଡେଟ୍ ଭଳି ଲାଗୁଥିଲେ ମଧ୍ୟ ଏହାର କାହାଣୀ ହଠାତ୍ ବଦଳିଯାଉଛି। ଫିଲ୍ମରେ ଆଲିଆଙ୍କ ପିତା ଭୂମିକାରେ ଅଭିନୟ କରିଥିବା ବବି ଦେଓଲ ତାଙ୍କୁ ଗୋଟିଏ ରୁମ୍‌ର ଚାବି ଦେଉଛନ୍ତି। ଆଲିଆଙ୍କ ୧୮ତମ ଜନ୍ମଦିନ (18th birthday) ରେ ଶୁଭେଚ୍ଛା ଜଣାଇବା ସହିତ ତାଙ୍କ ଜୀବନର ପ୍ରଥମ ଗୁପ୍ତଚର ମିଶନ୍ ପୂରଣ କରିବାକୁ ସେ ନିର୍ଦ୍ଦେଶ ଦେଉଛନ୍ତି। ଏହି କଥା ଶୁଣି ଆଲିଆ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି, କାରଣ ସେ ଭାବିଥିଲେ ଯେ ତାଙ୍କ ବାପା ବୋଧହୁଏ ଜନ୍ମଦିନର ସ୍ୱତନ୍ତ୍ର ଡିନର୍ ଆୟୋଜନ କରିଥିବେ। କିନ୍ତୁ ବବି ତାଙ୍କୁ ମନେ ପକାଇ ଦେଇଛନ୍ତି ଯେ, ସେ ତାଙ୍କର ସମଗ୍ର ଜୀବନ କେବଳ ଏହି କାମ ପାଇଁ ହିଁ ତାଲିମ ନେଇଛନ୍ତି।

ୱାଇଆରଏଫ୍ ସ୍ପାଇ ୟୁନିଭର୍ସରେ ନୂଆ ତାରକାଙ୍କ ଏଣ୍ଟ୍ରି

ଏହି ଚିତ୍ତାକର୍ଷକ ସ୍ପାଇ ଆକ୍ସନ୍ ଫିଲ୍ମରେ କେବଳ ଆଲିଆ ଏବଂ ବବି ନୁହଁନ୍ତି, ବରଂ ଉଦୀୟମାନ ଅଭିନେତ୍ରୀ ଶର୍ବରୀ (Sharvari) ଏବଂ ଅଭିଜ୍ଞ ଅଭିନେତା ଅନିଲ କପୁର (Anil Kapoor) ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ। ଆଲିଆ ଏଥିରେ ଜଣେ କଠୋର ଏବଂ ଦୁଃସାହସିକ ସିକ୍ରେଟ୍ ଏଜେଣ୍ଟ ଭୂମିକାରେ ଅଭିନୟ କରୁଥିବା ବେଳେ ଏହି ଟିଜର୍ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ାଇଦେଇଛି। ୱାଇଆରଏଫ୍ ସ୍ପାଇ ୟୁନିଭର୍ସ ରେ ମହିଳା ଗୁପ୍ତଚରଙ୍କୁ ନେଇ ନିର୍ମିତ ଏହି ପ୍ରଥମ ସ୍ୱତନ୍ତ୍ର ଫିଲ୍ମ ଦର୍ଶକଙ୍କୁ ଏକ ନୂଆ ରୋମାଞ୍ଚ ଦେବ ବୋଲି ଆଶା କରାଯାଉଛି।

ବାପାଙ୍କ ଦ୍ୱିତୀୟ ବିବାହ ଓ ସାବତ ମା’ଙ୍କ ଅପରାଧବୋଧ: ପୂଜା ଭଟ୍ଟ କଲେ ବଡ଼ ଖୁଲାସା
ବଲିଉଡ୍ ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ପୂଜା ଭଟ୍ଟ ନିକଟରେ ନିଜ ପିତା ମହେଶ ଭଟ୍ଟ ଏବଂ ସାବତ ମା' ସୋନି ରାଜଦାନଙ୍କ ସମ୍ପର୍କକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ନିଜର ଏକ ସାକ୍ଷାତକାରରେ ସେ ପ୍ରକାଶ କରିଛନ୍ତି ଯେ ତାଙ୍କ ପିତାଙ୍କ ପ୍ରଥମ ବିବାହ ଭାଙ୍ଗିବା ପରେ ସୋନି ରାଜଦାନ ନିଜକୁ କିପରି ଅପରାଧୀ ମନେ କରୁଥିଲେ। ଏଥିସହ ନିଜ ପରିବାରର ଏହି କଠିନ ସମୟ ବିଷୟରେ ପୂଜା ଅନେକ ଅଜଣା କଥା ସେୟାର କରିଛନ୍ତି।

ସୋନି ରାଜଦାନଙ୍କ ଅପରାଧବୋଧ ଓ ପୂଜାଙ୍କ ପ୍ରତିକ୍ରିୟା

ପୂଜାଙ୍କ କହିବା ଅନୁଯାୟୀ, ମହେଶ ଭଟ୍ଟ ଏବଂ ତାଙ୍କ ପ୍ରଥମ ପତ୍ନୀ କିରଣ ଭଟ୍ଟଙ୍କ ସମ୍ପର୍କ ଭାଙ୍ଗିବାର କାରଣ ନିଜକୁ ମାନିଥିଲେ ସୋନି ରାଜଦାନ। ସୋନି ତାଙ୍କୁ କହିଥିଲେ, "ପୂଜା, ମୁଁ ନିଜକୁ ବହୁତ ଅପରାଧୀ ମନେ କରୁଛି"। ତେବେ ଏହାର ଉତ୍ତରରେ ପୂଜା ତାଙ୍କୁ ବୁଝାଇଥିଲେ ଯେ ଯଦି ଗୋଟିଏ ସମ୍ପର୍କ ମଜବୁତ ଥାଏ, ତେବେ ସେଠାରେ ତୃତୀୟ ବ୍ୟକ୍ତି ପାଇଁ କୌଣସି ସ୍ଥାନ ନଥାଏ। ତେଣୁ ଏଥିପାଇଁ ନିଜକୁ ଦୋଷୀ ବୋଲି ଭାବିବା ଉଚିତ୍ ନୁହେଁ ବୋଲି ସେ ସୋନିଙ୍କୁ କହିଥିଲେ।

ପିତା ମହେଶ ଭଟ୍ଟଙ୍କ ସତ୍ୟତା

ଏହି ସାକ୍ଷାତକାରରେ ପୂଜା ଆହୁରି ମଧ୍ୟ କହିଛନ୍ତି ଯେ ମହେଶ ଭଟ୍ଟ ନିଜ ସମ୍ପର୍କ ବିଷୟରେ କାହାଠାରୁ ନଲୁଚାଇ ସିଧାସଳଖ ତାଙ୍କୁ ଜଣାଇଥିଲେ। ଦିନେ ରାତିରେ ସେ ପୂଜାଙ୍କୁ ନିଦରୁ ଉଠାଇ କହିଥିଲେ ଯେ ସେ ଅନ୍ୟ ଜଣେ ମହିଳାଙ୍କୁ ଭେଟିଛନ୍ତି ଏବଂ ତାଙ୍କ ସହ ରହିବାକୁ ଯାଉଛନ୍ତି। ଏହା ସହିତ ସେ ପ୍ରତିଶ୍ରୁତି ଦେଇଥିଲେ ଯେ ଏହାଦ୍ୱାରା ପୂଜାଙ୍କ ପ୍ରତି ତାଙ୍କ ଭଲପାଇବା କେବେବି କମିବ ନାହିଁ। ପୂଜା କହିଛନ୍ତି ଯେ ବାହାର ଲୋକ ବା ପତ୍ରିକାରୁ ଶୁଣିବା ଅପେକ୍ଷା ବାପା ନିଜେ ଏହି କଥା କହିଥିବାରୁ ସେ ତାଙ୍କ ସଚ୍ଚୋଟତାକୁ ସମ୍ମାନ ଦେଇଥିଲେ।

ପରିବାରର ସମ୍ମାନ ଓ ଶାଳୀନତା

ନିଜ ମା' କିରଣ ଭଟ୍ଟଙ୍କ କଷ୍ଟକୁ ସେ ନିଜ ଆଖିରେ ଦେଖିଥିଲେ ବୋଲି ପୂଜା ସ୍ୱୀକାର କରିଛନ୍ତି। ତଥାପି, ଅଲଗା ହେବା ପରେ ମଧ୍ୟ ଉଭୟ ପିତାମାତା ପରସ୍ପର ପ୍ରତି ସମ୍ମାନ ଏବଂ ଶାଳୀନତା ବଜାୟ ରଖିଥିଲେ, ଯାହା ପୂଜାଙ୍କୁ ବହୁତ ପ୍ରଭାବିତ କରିଥିଲା। ସୂଚନାଯୋଗ୍ୟ ଯେ, ୧୯୮୬ ମସିହାରେ ମହେଶ ଭଟ୍ଟ ସୋନି ରାଜଦାନଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କର ଦୁଇ ଝିଅ ଅଛନ୍ତି- ଆଲିଆ ଭଟ୍ଟ ଏବଂ ଶାହିନ୍ ଭଟ୍ଟ। ପୂଜା ଏବଂ ଆଲିଆଙ୍କ ମଧ୍ୟରେ ଏବେ ଖୁବ୍ ଭଲ ସମ୍ପର୍କ ରହିଛି।

ରଣବୀର କପୁର- ଆଲିଆ ଭଟ୍ଟଙ୍କ ଝିଅ ବଲିଉଡର ସବୁଠାରୁ ଧନୀ ଶିଶୁ
ନୂଆଦିଲ୍ଲୀ: ବଲିଉଡର ସବୁଠାରୁ ଧନୀ ଛୁଆ ହେଉଛନ୍ତି ବଲିଉଡ ଷ୍ଟାର ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଝିଅ । ସେ ୨୫୦ କୋଟି ଟଙ୍କା ସମ୍ପତ୍ତିର ମାଲିକ । କିଛିଦିନ ପୂର୍ବେ ଇନଫୋସିଟି ମାଲିକ ନାରାୟଣ ମୂର୍ତ୍ତି ତାଙ୍କ ନାତିକୁ ୨୪୦ କୋଟି ଟଙ୍କାର ଉପହାର ଦେଇଥିଲେ । ଯାହାକି ଏହି କମ୍ପାନୀର ୧୫ ପ୍ରତିଶତ ବୋଲି କୁହାଯାଇପାରେ । ତେବେ ସେ ଦୁନିଆର ସବୁଠାରୁ ଧନୀ ଛୁଆ ରହିଥିଲେ । ମାତ୍ର ରଣବୀର ଏବେ ଏହି ରେକର୍ଡକୁ ଭାଙ୍ଗିଛନ୍ତି । ସେ ତାଙ୍କ ଝିଅ ନାମରେ ୨୫୦ କୋଟି ଟଙ୍କାର ଏକ ବଙ୍ଗଳା କରି ଦେଇଛନ୍ତି । କୃଷ୍ଣରାଜ ବଙ୍ଗଳା ରଣବୀରଙ୍କ ଝିଅ ରାହାରେ ନାମରେ କରାଯାଇଛି । ଏହା ପୂର୍ବରୁ ତାଙ୍କ ଜେଜେବାପା ରାଜ କପୁରଙ୍କ ନାମରେ ଥିଲା । ପରେ ଏହା ରଣବୀର କପୁରଙ୍କ ନାମରେ ରହିଥିଲା । ମାତ୍ର ଏବେ ରଣବୀର ଏହି ବଙ୍ଗଳାକୁ ତାଙ୍କ ଝିଅଙ୍କ ନାମରେ କରି ଦେଇଛନ୍ତି । ରଣବୀରଙ୍କ ଝିଅ ଏବେ ଏକ ବର୍ଷ ୪ ମାସର ହୋଇଛନ୍ତି । ବଲିଉଡର ସବୁଠାରୁ ଧନୀ ଛୁଆ ଭାବେ ରାହାଙ୍କୁ କୁହାଯାଇପାରେ ।

୬୯ତମ ଫିଲ୍ମ ଆଓ୍ବାର୍ଡ: ଅଲ୍ଲୁ ଅର୍ଜୁନ୍‌ଙ୍କୁ ଶ୍ରେଷ୍ଠ ଅଭିନେତା, ଆଲିଆ-କ୍ରୀତିଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ
ନୂଆଦିଲ୍ଲୀ : ଦିଲ୍ଲୀର ବିଜ୍ଞାନ ଭବନରେ ୬୯ତମ ଜାତୀୟ ଚଳଚିତ୍ର ପୁରଷ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି । ପୁଷ୍ପା ଚଳଚିତ୍ର ପାଇଁ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ‘ପୁଷ୍ପା ଦି ରାଇଜ୍ ‘ ଦର୍ଶକଙ୍କୁ ଆକର୍ଷିତ କରିଥିଲା ।  ‌କ୍ରୀତି ସନନ‌ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ସମ୍ମାନୀତ କରାଯାଇଛି ।

ଚଳଚିତ୍ର ମିମି ପାଇଁ କ୍ରୀତି ସାନନ ଏବଂ ଗଙ୍ଗୁବାଇ କାଠିଆୱାଡି ଫିଲ୍ମ ପାଇଁ ଆଲିଆଙ୍କୁ ପୁରସ୍କୃତ କରାଯାଇଛି । ସେହିପରି ଓ୍ବାହିଦା ରେହମାନ୍ ପାଇଲେ ଦାଦା ସାହେବ୍ ଫାଲକେ ପୁରସ୍କାର । ଭାରତୀୟ ଚଳଚିତ୍ର ଜଗତର ସର୍ବଶ୍ରେଷ୍ଠ ପୁରସ୍କାର ହେଉଛି ଫାଲକେ ଆଓ୍ବାର୍ଡ । ଚଳଚିତ୍ର ଜଗତକୁ ଜୀବନବ୍ୟାପୀ ଅବଦାନ ପାଇଁ ତାଙ୍କୁ ଫାଲକେ ଆଓ୍ବାର୍ଡ ପ୍ରଦାନ କରାଯାଇଛି ।

ଅନ୍ୟପଟେ ଫିଲ୍ମ ‘ମିମି’ ପାଇଁ ଅଭିନେତା ପଙ୍କଜ ତ୍ରିପାଠୀଙ୍କୁ ସହଅଭିନେତା ଓ ଦ କଶ୍ମୀର ଫାଇଲ୍‌ ପାଇଁ ଅଭିନେତ୍ରୀ ପଲ୍ଲବୀ ଯୋଶୀଙ୍କୁ ସହଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ଦିଆଯାଇଛି। ସେହିପରି ଭିକ୍କି କୌଶଲଙ୍କ ଅଭିନୀତି ଫସର୍ଦ୍ଦାର ଉଦ୍ଧମ’କୁ ଶ୍ରେଷ୍ଠ ସିନେମା ପୁରସ୍କାର ମିଳିଛି। ଆରଆରଆରକୁ ସବୁ ଠାରୁ ଲୋକପ୍ରିୟ ସିନେମା ଭାବେ ଜାତୀୟ ଫିଲ୍ମ ପୁରସ୍କାର ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଜାତୀୟ ସଂହତି ପାଇଁ ବେଷ୍ଟ ଫିଚର୍‌ ଫିଲ୍ମ ଭାବେ ‘ଦି କଶ୍ମୀର ଫାଇଲ୍ସ’କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଆର୍‌ ମାଧବନଙ୍କୁ ତାଙ୍କ ନିର୍ଦ୍ଦେଶନାରେ ତିଆରି ଫିଲ୍ମ ‘ରକେଟ୍ରି: ଦ ଦାମ୍ବି ଇଫେକ୍ଟ’ ପାଇଁ ଜାତୀୟ ଫିଲ୍ମ ପୁରସ୍କାର ଦିଆଯାଇଛି। ଅନ୍ୟପଟେ ଶ୍ରେୟା ଘୋଷାଲ ଶ୍ରେଷ୍ଠ ଗାୟିକା ଓ ଆରଆରଆର ପାଇଁ କାଲା ବୈରଭଙ୍କୁ ଶ୍ରେଷ୍ଠ ଗାୟକ ସମ୍ମାନ ହାତେଇଛନ୍ତି। ସେହିପରି ‘ପ୍ରତୀକ୍ଷା’କୁ ଶ୍ରେଷ୍ଠ ଓଡ଼ିଆ ସିନେମା ଭାବେ ଜାତୀୟ ପୁରସ୍କାର ମିଳିଛି। ଏହି ଫିଲ୍ମର ପ୍ରଯୋଜନା ଅମୀୟ ପଟ୍ଟନାୟକ କରିଥିବା ବେଳେ ନିର୍ଦ୍ଦେଶକ ଥିଲେ ଅନୁପମ ପଟ୍ଟନାୟକ। ଫିଲ୍ମଟି ରିଲିଜ ହେବା ପରେ ବେଶ ସଫଳତା ସାଉଁଟି ଥିଲା।

ରେକର୍ଡ କଲା ଆରଆରଆର: ମୁକ୍ତିଲାଭ ପୂର୍ବରୁ ୮୦୦ କୋଟି ଆୟ
ନୂଆଦିଲ୍ଲୀ: ଏସ ଏସ ରାଜମୌଲିଙ୍କ ନିର୍ଦ୍ଦେଶିତ ଆରଆରଆର’ ଚଳଚ୍ଚିତ୍ର ଶୁକ୍ରବାର ମୁକ୍ତିଲାଭ ହୋଇଛି। ତେବେ ମୁକ୍ତିଲାଭ ପୂର୍ବରୁ ସାଉଥ ସୁପରଷ୍ଟାର ରାମ ଚରଣ ତେଜା, ଜୁନିଅର ଏନଟିଆର, ଅଜୟ ଦେବଗନ ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତି ଏହି ଚଳଚ୍ଚିତ୍ର ଅନେକ ରେକର୍ଡ ଭାଙ୍ଗିଦେଇଛି। ଡିଷ୍ଟ୍ରିବ୍ୟୁସନ, ସ୍ୟାଟେଲାଇଟ, ମ୍ୟୁଜିକ ଭଳି ରାଇଟ ବିକି ଫିଲ୍ମ ୮୦୦ କୋଟି ଟଙ୍କା ଆୟ କରିସାରିଛି। ୫୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଚଳଚ୍ଚିତ୍ର ଦେଖିବାକୁ ୬୦ କୋଟି ଟଙ୍କାର ଅଗ୍ରୀମ ବୁକିଂ ମଧ୍ୟ ହୋଇସାରିଛି । ବ୍ୟବସାୟିକ ବିଶେଷଜ୍ଞଙ୍କ ଅନୁଯାୟୀ ଚଳଚ୍ଚିତ୍ରଟି ପ୍ରଥମ ଦିନରେ ଶହେ କୋଟି ଟଙ୍କା ଆୟ କରିବ ବୋଲି ଆଶା କରାଯାଉଛି । ଏହା ବକ୍ସ ଅଫିସରେ ହଜାରେ କୋଟି ଟଙ୍କାର ବ୍ୟବସାୟ କରିପାରେ। ରିପୋର୍ଟ ଅନୁଯାୟୀ ସମସ୍ତ ଭାଷାରେ ଏହି ଚଳଚ୍ଚିତ୍ରର ଥ୍ରିଏଟିକାଲ ବିଜନେସ ୪୭୦ କୋଟି ଟଙ୍କାରୁ ଅଧିକ ରହିଛି। ଏହା ସହିତ ଆରଆରଆର ଥ୍ରିଏଟିକାଲ ବିଜନେସରେ ଭାରତର ସବୁଠାରୁ ଅୟକାରୀ ଚଳଚ୍ଚିତ୍ର ହୋଇଛି।

ଆଲିଆଙ୍କ ବିଜ୍ଞାପନକୁ ନେଇ ବିବାଦ
ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କର ଏକ ବିଜ୍ଞାପନକୁ ନେଇ ଏବେ ଚର୍ଚ୍ଚାରେ । ଏହି ବିଜ୍ଞାପନରେ ଆଲିଆ ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡର ଲେହେଙ୍ଗା ପିନ୍ଧିଥିବାର ଦେଖାଯାଇଛନ୍ତି । ସେ ଏହି ବିଜ୍ଞାପନରେ କନ୍ୟାଦାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଯାହାକୁ ଅନେକ ନାପସନ୍ଦ କରିଛନ୍ତି । ବିଶେଷକରି ସୋସିଆଲ ମିଡିଆ ୟୁଜର୍ସ, ଆଲିଆଙ୍କ ଏହି କଥାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି। ହିନ୍ଦୁଧର୍ମର ଆଲିଆ ଅପମାନ କରିଛନ୍ତି କହି ଅନେକ ୟୁଜର୍ସ ତାଙ୍କୁ ଟାର୍ଗେଟ କରିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଆଲିଆ ନବବଧୂ ବେଶରେ ନଜର ଆସିଛନ୍ତି। ପରିବାର ସଦସ୍ୟମାନେ ତାଙ୍କୁ କେତେମାତ୍ରାରେ ଭଲ ପାଉଛନ୍ତି, ତାହା ସେ ଏଥିରେ କହୁଛନ୍ତି। ଏହି ସମୟରେ ସେ କନ୍ୟାଦାନ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ଝିଅମାନଙ୍କୁ ‘ପରଧନ’ କାହିଁକି କୁହାଯାଏ? ଏହାବାଦ୍ କନ୍ୟା ଦାନର ଜିନିଷ ନୁହେଁ ବୋଲି ସେ କହିଛନ୍ତି। ନୂଆ ଆଇଡିଆ ‘କନ୍ୟାମାନ’ ଆଲିଆ କହିବା ପରେ ଭିଡିଓଟି ଶେଷ ହୋଇଛି। ଅନେକ ୟୁଜର୍ସ ବାରମ୍ବାର ପୋଷାକ ବ୍ରାଣ୍ଡଗୁଡ଼ିକ ହିନ୍ଦୁ ଦେବୀ ଦେବତାଙ୍କ ସହ ପରମ୍ପରା ଓ ସଂସ୍କୃତିକୁ ଅପମାନ କରୁଛନ୍ତି ବୋଲି କହିଛନ୍ତି । ସେମାନେ ଆଲିଆଙ୍କ ସହ ଏହି ବ୍ରାଣ୍ଟକୁ ବୟକଟ୍ କରିବା ପାଇଁ କହିଛନ୍ତି।