Hirakud - The Sakala
ସମ୍ବଲପୁର: ଆଜି ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାର ଗେଟ୍‌। ଉପର ମୁଣ୍ଡରୁ ହୀରାକୁଦ ଜଳଭଣ୍ଡାରକୁ ଅଧିକ ପରିମାଣରେ ବନ୍ୟାଜଳ ପ୍ରବେଶ କରୁଥିବାରୁ ଆଜି ପୁଣି ଖୋଲିଛି ହୀରାକୁଦ ଗେଟ୍। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୨୦.୧୦ ଫୁଟରେ ପହଞ୍ଚିଥିବା ବେଳେ ଜଳ ଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୨ ଲକ୍ଷ ୪୩ ହଜାର ୮୩୧ ଘନଫୁଟ ବନ୍ୟାଜଳ। ଫଳରେ ଆଜି ଗେଟ୍ ଖୋଲିବ ନେଇ  ହୀରାକୁଦ ବନ୍ଧ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ମହାନଦୀ ଭିତରକୁ ନ ଯିବାପାଇଁ ସତର୍କ ସୂଚନାରେ କୁହାଯାଇଛି।
ଗାଧୋଇବା ହେଲା କାଳ, ହୀରାକୁଦ ଡ୍ୟାମରେ ବୁଡ଼ି ଭିସୁଟ୍ ଛାତ୍ରୀ ମୃତ
ସମ୍ବଲପୁର: ଗାଧୋଇବା ହେଲା କାଳ । ହୀରାକୁଦ ଡ୍ୟାମରେ ବୁଡ଼ି ଚାଲିଗଲା ଭିସୁଟ୍ ଛାତ୍ରୀଙ୍କ ଜୀବନ । ସାଙ୍ଗକୁ ବଞ୍ଚାଇବାକୁ ଯାଇ ପାଣିରେ ବୁଡ଼ିଗଲେ ଆଉ ଜଣେ ସାଙ୍ଗ । ବୁର୍ଲା ପଟେ ଥିବା ଫିସେରୀ ପଏଣ୍ଟରେ ବୁଡ଼ି ଭିସୁଟ୍ ଛାତ୍ରୀ ମୃତ । ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥିବା ବେଳେ ଅଘଟଣ । ମୃତ୍ୟୁବରଣ କରିଥିବା ଛାତ୍ରୀ ଶାଶ୍ବତି ଭୋଇ, ସେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂର ଶେଷ ବର୍ଷର ଛାତ୍ରୀ ଏବଂ ତାଙ୍କ ଘର ବରଗଡ଼ ଜିଲ୍ଲାରେ ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ଶାଶ୍ବତୀଙ୍କ ସହ ସାତ ଜଣ ବନ୍ଧୁ ମିଶି ହୀରାକୁଦ ଜଳଭଣ୍ଡାରର ଫିସରି ଅଞ୍ଚଳକୁ ଭୋଜି କରିବାକୁ ଯାଇଥିଲେ। ସେଠାରେ ଗୋଧୋଇବା ସମୟରେ ପାଣିରେ ବୁଡ଼ି ଯାଇଥିଲେ। ସାଙ୍ଗରେ ଥିବା ବନ୍ଧୁମାନେ ତାଙ୍କୁ ଉଦ୍ଧାର କରି ଭିମସାର ବଡ଼ ଡାକ୍ତରଖାନାକୁ ନେଇଥିଲେ। ହେଲେ ସେତେବେଳକୁ ତାଙ୍କ ମୃତ୍ୟୁ ହୋଇସାରିଥିବା ଡାକ୍ତର ଘୋଷଣା କରିଛନ୍ତି।
ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୮ଟି ଗେଟ୍, ମୋଟ୍ ୧୪ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି
ସମ୍ବଲପୁର: ହୀରାକୁଦର ଖୋଲିଲା ଆଉ ୮ଟି ଗେଟ୍ । ଆଜି ହୀରାକୁଦ ଜଳଭଣ୍ଡାରର ଆଉ ୮ଟି ଗେଟ୍ ଖୋଲିଛି । ବର୍ତ୍ତମାନ ମୋଟ ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି । ବାମ ପଟୁ ୯ଟି ଓ ଡାହାଣ ପଟୁ ୫ଟି ଗେଟ୍ ଖୋଲା ରହିଛି । ହୀରାକୁଦ ଡ୍ୟାମର ଉପରମୁଣ୍ଡରେ ବଢ଼ୁଛି ଜଳସ୍ତର । ଜଳସ୍ତର ବଢ଼ୁଥିବାରୁ ଖୋଲାଯାଇଛି ଆଉ ୮ଟି ଗେଟ୍ । ଉପର ମୁଣ୍ଡରେ ବର୍ଷା ବଢ଼ିଥିବାରୁ ଜଳଭଣ୍ଡାରକୁ ଇନଫ୍ଲୋ ବଢ଼ିଛି । ଆଉଟ୍‌ଫ୍ଲୋ ସମାନ ରଖିବା ପାଇଁ ଆଉ ୮ଟି ଗେଟ୍ ଖୋଲିଥିବା ଡ୍ୟାମ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଗୁରୁବାର ଦିନ ୬ଟି ଗେଟ୍ ଖୋଲାଯାଇଥିଲା ।
ଆଜି ହୀରାକୁଦ ଛାଡ଼ିବ ପ୍ରଥମ ବନ୍ୟାଜଳ, ସକାଳ ୯ଟାରେ ଖୋଲିବ ଗେଟ୍
ସମ୍ୱଲପୁର: ଆଜି ହୀରାକୁଦରୁ ପ୍ରଥମ ବନ୍ୟାଜଳ ଛଡ଼ାଯିବ। ବନ୍ଧର ଜଳ ନିୟନ୍ତ୍ରଣ ପାଇଁ ଏପରି ପଦକ୍ଷେପ ନିଆଯାଇଛି ବୋଲି ଡ୍ୟାମ୍‌ ମୁଖ୍ୟଯନ୍ତ୍ରୀ ସୁଶୀଲ କୁମାର ବେହେରା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ଗତ କିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଛି। ଉପରମୁଣ୍ଡ ଛତିଶଗଡ଼ରେ ମଧ୍ୟ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ପ୍ରବଳ ବର୍ଷା ହୋଇଛି। ତେଣୁ ହୀରାକୁଦ ଜଳ ଭଣ୍ଡାରକୁ ଜଳପ୍ରବାହ ବୃଦ୍ଧି ପାଇଛି। ପ୍ରତି ସେକେଣ୍ଡରେ ୨ଲକ୍ଷ ୯୪ ହଜାର ୧୧୨ ଘନଫୁଟ ଜଳ ପ୍ରବେଶ କରୁଛି। ଏବେ ଡ୍ୟାମର ଜଳସ୍ତର ୬୧୫ ଫୁଟ୍‌ ହୋଇସାରିଛି। ‌ତେଣୁ ରୁଲ୍‌‌କର୍ଭକୁ ଆଖି ଆଗରେ ରଖି ଆଜି ସକାଳ ୯ଟାରେ ହୀରାକୁଦ ଜଳଭଣ୍ଡାରର ପ୍ରଥମ ବନ୍ୟାଜଳ ମହାନଦୀରେ ଛଡ଼ାଯିବ। ଏଥିପାଇଁ ପୂର୍ବରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଯାଇଛି। ଏ ସଂପର୍କରେ ମହାନଦୀ ଯାଇଥିବା ତଳମୁଣ୍ଡର ସମସ୍ତ ଜିଲ୍ଲାପାଳଙ୍କୁ ଅବଗତ କରାଇ ଦିଆଯାଇଛି।
ଛତିଶଗଡ଼ର ଆଉ ଏକ ଭୟଙ୍କର ଷଡ଼ଯନ୍ତ୍ର: ବିପଦରେ ହୀରାକୁଦ, ଛତିଶଗଡ଼ର ଦାଦାଗିରିକୁ ବୁଦ୍ଧିଜୀବୀଙ୍କ ନାପସନ୍ଦ
ଭୁବନେଶ୍ବର: ମହାନଦୀକୁ ନେଇ ଛତିଶଗଡ଼ର ଆଉ ଏକ ଭୟଙ୍କର ଖେଳ। ଉପରମୁଣ୍ଡରେ କଲମା ବ୍ୟାରେଜକୁ ଲାଗି ଆରମ୍ଭ କରିଛି ୨୦ରୁ ଅଧିକ ଜଳ ଯୋଗାଣ ପ୍ରକଳ୍ପ । ଯାହା ଓଡିଶାର ଜନ ଜୀବନ ମହାନଦୀ ଉପରେ ସୃଷ୍ଟଇ କରିବାକୁ ଯାଉଛି ଘୋର ବିପଦ । ମହାନଦୀ ଉପରେ ଓଡ଼ିଶାର ବି ଅଧିକାର ରହିଛି । ମହାନଦୀ ମାମଲା ଟ୍ରିବୁନାଲରେ ଚାଲିଛି । ହେଲେ ଏଥିପ୍ରତି ଛତିଶଗଡ଼ର ନାହିଁ ଖାତିର । ଉପରମୁଣ୍ଡରେ ଛତିଶଗଡ଼ର ଏପରି ଦାଦାଗିରିକୁ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି ।
ସାମ୍ନାକୁ ଆସିଲା ଛତିଶଗଡ଼ର ଆଉ ଏକ ଭୟଙ୍କର ଖେଳ । ଉପର ମୁଣ୍ଡରେ ୭୦୦ କୋଟି ଟଙ୍କାରେ ନିର୍ମାଣ ଚାଲିଛି ୨୦ରୁ ଅଧିକ ମେଗା ଜଳ ପ୍ରକଳ୍ପ । ସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଘନେଇ ଆସିବ ହୀରାକୁଦ ପ୍ରତି ବିପଦ । ଅଣମୌସୁମୀ ସମୟରେ ଶୁଖିଯିବ ହୀରାକୁଦ । ପ୍ରଭାବିତ ହେବ ଜଳସେଚନ, ପାନୀୟ ଜଳ ପ୍ରକଳ୍ପ ଓ ଚାଷ । ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ବିଚାରାଧୀନ ଥିବା ବେଳେ ଛତିଶଗଡ଼ର ମନମୁଖି କାର୍ଯ୍ୟଧାରାକୁ ନେଇ ସବୁଠି ଅସନ୍ତୋଷ । ଝାରୁସୁଗୁଡ଼ାରେ ଓଡ଼ିଶାକୁ ଲାଗି ମହାନଦୀର ଉପରେ ଥିବା କଲମା ବ୍ୟାରେଜ ପାଖରେ ଜଳ ଜୀବନ ମିଶନ ଅଧୀନରେ ୨୦ରୁ ଅଧିକ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ଚାଲିଛି । ପଡ଼ୋଶୀ ଛତିଶଗଡ଼ର ଏପରି ଦାଦାଗିରିକୁ ସ୍ଥାନୀୟ ବାସିନ୍ଦା ନିନ୍ଦା କରିଥିବା ବେଳେ ଆପୋସ ସମାଧାନ ପାଇଁ ଉଭୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।
୨୦୧୬ ପରେ ମହାନଦୀ ଉପରେ ଛତିଶଗଡ଼ ୧୨ରୁ ଅଧିକ ବ୍ୟାରେଜ କରିବା ବିଷୟ ସାମ୍ନାକୁ ଆସିବା ପରେ ଆରମ୍ଭ ହୋଇଥିଲା ବିବାଦ । ଆପୋସ ବୁଝାମଣା ନହେବାରୁ ମାମଲା ଯାଇଥିଲା କୋର୍ଟକୁ । ୨୦୧୮ରୁ ଟ୍ରିବ୍ୟୁନାଲରେ ମାମଲାର ବିଚାର ଚାଲିଥିଲେ ମଧ୍ୟ ଏଯାଏଁ କିଛି ବାଟ ବାହାରିନାହିଁ । ଏଭଳି ସ୍ଥିତିରେ ଛତିଶଗଡ଼ର ଏକପାଖିଆ ନିଷ୍ପତ୍ତିକୁ ବୁଦ୍ଧିଜୀବୀ ଓ ବିଶେଷଜ୍ଞ ସହଜରେ ଗ୍ରହଣ କରିପାରୁନାହାନ୍ତି । ପାନୀୟ ଜଳ ପ୍ରକଳ୍ପ ବାହାନାରେ ମହାନଦୀ ପାଣିକୁ ନିଜ କବଜାରେ ଛତିଶଗଡ଼ ରଖିବାକୁ ଚାହୁଁଥିବାରୁ ସମସ୍ୟା ବଢି ଚାଲିଛି । ଝାରସୁଗୁଡ଼ାରୁ ଜଗତସିଂହପୁର ଯାଏଁ ମହାନଦୀ କୂଳରେ ଥିବା ପ୍ରାୟ ୧୬ଟି ଜିଲ୍ଲାର ଲୋକେ ଭୀଷଣ ପ୍ରଭାବିତ ହେବେ । କେନ୍ଦ୍ର-ଛତିଶଗଡ଼-ଓଡ଼ିଶାରେ ବିଜେପିର ଟ୍ରିପଲ ଇଞ୍ଜିନ ସରକାର ଥିବାରୁ ସମସ୍ତେ ମିଳିମିଶି ମହାନଦୀ ବିବାଦର ସମାଧାନ ପାଇଁ ବାଟ ବାହାର କରିବାକୁ ବିଶେଷଜ୍ଞ ମତ ରଖିଛନ୍ତି ।
୨୦୧୮ରୁ ଆନ୍ତଃରାଜ୍ୟ ନଦୀ ବିବାଦର ସମାଧାନ ପାଇଁ ମହାନଦୀ ଟ୍ରିବ୍ୟୁନାଲ କାମ କରୁଥିଲେ ମଧ୍ୟ କେହି ଏଥିରେ ଅଧ୍ୟକ୍ଷ ନଥିବାରୁ ଏହା ସ୍ଥାଣୁ ହୋଇଛି । କୋର୍ଟଙ୍କ ଅନୁମତି ନେଇ କେନ୍ଦ୍ର ସରକାରଙ୍କ ନେତୃତ୍ବରେ ଉଭୟ ରାଜ୍ୟ ମହାନଦୀ ଜଳ ବଣ୍ଟନକୁ ନେଇ ପୁଣି ଥରେ ଆଲୋଚନା କରିବାର ସମୟ ଆସିଛି ।
ହୀରାକୁଦ ଅଞ୍ଚଳରେ ବ୍ୟାପୁଛି ଝାଡ଼ାବାନ୍ତି, ୩ ଦିନରେ ଚିକିତ୍ସିତ ହେଲେଣି ୧୨୭ ଆକ୍ରାନ୍ତ
ସମ୍ବଲପୁର: ସମ୍ବଲପୁର ହୀରାକୁଦ ଅଞ୍ଚଳରେ ଝାଡାବାନ୍ତି। ୩ ଦିନ ମଧ୍ୟରେ ଝାଡାବାନ୍ତିରେ  ୧୨୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୦ରୁ ଉର୍ଦ୍ଧ୍ବ ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ହସ୍ପିଟାଲରେ ୭ରୁ ଉର୍ଦ୍ଧ୍ବ  ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଦୂଷିତ ପାଣି ପିଇ ଝାଡାବାନ୍ତି ହୋଇଥିବା ଅନୁମାନ କରାଯାଉଛି । ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କୁ ହୀରାକୁଦ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ୧୦ ଜଣଙ୍କୁ ବୁର୍ଲା ଭୀମସାରରେ  ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ହୀରାକୁଦ କାଳୁପଡା, ଗଉଡପଡା, ଗୁରୁଦ୍ବାରା ଓ ନ୍ୟୁ ମାର୍କେଟ ପଡାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି।
ଖୋଲିଲା ହୀରାକୁଦର ଆଉ ୨ଟି ଗେଟ୍, ମୋଟ ୨୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ
ସମ୍ବଲପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ବଢୁଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର। ଯାହାକୁ ନଜରରେ ରଖି ହୀରାକୁଦର ଆଜି ଆଉ ୨ଟି ଗେଟ୍‌ ଖୋଲାଯାଇଛି । ଗତ ଦୁଇଦିନର ୨୨ଟି ଗେଟ୍‌ ଖୋଲାଯାଇଥିବା ବେଳେ ଆଜି ଆଉ ୨ଟି ଗେଟ୍ ଖୋଲାଯାଇଛି । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ୍‌ ୨୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ବାମ ପାର୍ଶ୍ବର ୧୬ଟି ଏବଂ ଡାହାଣ ପାର୍ଶ୍ବର ୮ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରୁ ହୀରାକୁଦକୁ ଜଳ ପ୍ରବାହ ବଢୁଥିବାରୁ ଅଧିକ ଗେଟ୍ ଖୋଲାଯାଇଛି।
ହୀରାକୁଦରେ ଖୋଲିଲା ଆଉ ୫ଟି ଗେଟ୍‌, ମୋଟ ୧୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ
ସମ୍ବଲପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁଁ ଗତକାଲିଠାରୁ ହୀରାକୁଦକୁ ବ୍ୟାପକ ମାତ୍ରାରେ ପାଣି ପ୍ରବେଶ କରୁଛି । ଯେଉଁଥିପାଇଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି । ପରିସ୍ଥିତିକୁ ଦେଖି ହୀରାକୁଦ କର୍ତ୍ତୃପକ୍ଷ ଆହୁରି ୫ଟି ଗେଟ ଖୋଲିଛନ୍ତି। ଏବେ ମୋଟ ୧୨ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି। ହୀରାକୁଦ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ବର୍ତ୍ତମାନ ଜଳସ୍ତର ୬୧୭.୨୫ ଫୁଟ ରହିଛି ।
ମଧ୍ୟାହ୍ନ ସାଢେ ୨ଟାରେ ୫ଟି ଗେଟ୍ ଖୋଲାଯାଇଥିବା ଏବେ ପୁଣି ଆଉ ୫ ଟି ଗେଟ ଖୋଲାଯାଇଛି । ପୂର୍ବରୁ ୨ଟି ଗେଟ ଖୋଲାଯାଇଥିଲା । ଏବେ ମୋଟ ୧୨ଟି ଗେଟ ଦେଇ ବନ୍ୟାଜଳ ନିସ୍କାସନ କରାଯାଉଛି । ପ୍ରତି ସେକେଣ୍ଡରେ ୧୫ ହଜାର କ୍ୟୁସେକ ଜଳ ନିସ୍କାସନ କରାଯାଉଛି । ବନ୍ୟା ଜଳ ଆସୁଥିବାରୁ ପ୍ରଶାସନକୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି ।
କଲମା ବ୍ୟାରେଜର ସମସ୍ତ ଗେଟ ଖୋଲିବା ପରେ ବଢୁଛି ହୀରାକୁଦ ଜଳସ୍ତର
ସମ୍ବଲପୁର: ଛତିଶଗଡ କଲମା ବ୍ୟାରେଜ ସମସ୍ତ ଗେଟ୍ ଖୋଲିବା ପରେ ହୀରାକୁଦରେ ଜଳସ୍ତର ବଢିବାରେ ଲାଗିଛି । କଲମାର ସମସ୍ତ ଗେଟ୍ ଖୋଲାଥିବାବେଳେ ହୀରାକୁଦ ଡ୍ୟାମ୍ ଭିତରକୁ ପ୍ରତି ସେକେଣ୍ଡରେ ୯୨ ହଜାର ୫୭୩ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଛି । ୩୫ ହଜାର ୧୫୯ ଘନଫୁଟ ଜଳ ବିଭିନ୍ନ କେନାଲ ଦେଇ ନିଷ୍କାସିତ ହେଉଛି । ସେପଟେ ୬୦୬.୪୧ ଫୁଟରେ ପହଞ୍ଚିଲାଣି ହୀରାକୁଦ ଡ୍ୟାମର ଜଳସ୍ତର ।
ଉପରମୁଣ୍ଡରେ ବର୍ଷା ହେଉଥିବାରୁ, ଜଳସ୍ତର ବଢ଼ିବା ଆଶଙ୍କା କରି କଲମା ବ୍ୟାରେଜର ସମସ୍ତ ଗେଟ ଖୋଲି ଦେଇଛି ଛତିଶଗଡ । ଯାହା ଫଳରେ ମହାନଦୀର ତଳମୁଣ୍ଡକୁ ମାଡି ଆସୁଛି ପାଣି, ଏହାସହିତ ବଢ଼ିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର ।
ଆସୁଛି ବଡ଼ ବନ୍ୟା : ରାତି ୮ଟା ସୁଦ୍ଧା ଖୋଲିବ ହୀରକୁଦର ୪୦ଟି ଗେଟ୍‌, ଏବେ ୩୧ ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ
ଭୁବନେଶ୍ବର/ସମ୍ବଲପୁର : ରାଜ୍ୟରେ ବନ୍ୟା ସ୍ଥିତି ଜଟିଳ ହେବାରେ ଲାଗିଛି। ବର୍ଷା କମିଥିଲେ ମଧ୍ୟ ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦରେ ଜଳ ପ୍ରବେଶ ବଢୁଛି। ଜଳସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଅଧିକ ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଜଳସ୍ତର ବଢ଼ିବା କାରଣରୁ ହୀରାକୁଦ ଜଳଭଣ୍ଡାରରୁ ଆଜି ଅପରାହ୍ନ ୪ଟାରେ ପୁଣି ୫ଟି ସ୍ଲୁଇସ୍‌ ଗେଟ୍‌ ଖୋଲିଦିଆଯାଇଛି। ଏଥି ସହିତ ବର୍ତ୍ତମାନ ଜଳଭଣ୍ଡାରରୁ ୩୧ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ଜଳଭଣ୍ଡାରର ବାମ ପାର୍ଶ୍ବରୁ ୨୩ଟି ଓ ଦକ୍ଷିଣ ପାର୍ଶ୍ବରୁ ୮ଟି ଗେଟ୍‌ ମାଧ୍ୟମରେ ଜଳ ନିଷ୍କାସନ ଜାରି ରହିଛି। ହୀରାକୁଦ ଜଳଭଣ୍ଡାରର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ତେବେ ଆଜି ରାତି ୮ଟା ପରେ ପର୍ଯ୍ୟାୟ କ୍ରମେ ଆହୁରି ୯ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେବ। ଜଳ ସଂପଦ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଅର୍ଥାତ ଆଜି ସନ୍ଧ୍ୟା ୮ଟା ପରେ ୪୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେବ।
ପ୍ରବଳ ବର୍ଷା ଏବଂ ମହାନୀରେ ଆସିଥିବା ମଧ୍ୟମ ଧରଣର ବନ୍ୟା ନେଇ ରାଜ୍ୟର ବହୁ ଅଞ୍ଚଳ ଏବେ ଜଳମଗ୍ନ ରହିଥିବା ବେଳେ ଆଜି ରାତି ୮ଟା ସୁଦ୍ଧା ହୀରକୁଦର ୪୦ ଗେଟ୍‌ ଖୋଲିଲେ ସ୍ଥିତି ଭୟଙ୍କର ହେବ । ହୀରାକୁଦ ଜଳଭଣ୍ଡାରରୁ ମୋଟ ୪୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯିବା ଦ୍ବାରା ମହାନଦୀର ତଳିଆ ଅଞ୍ଚଳରେ ଆହୁରି ଦୁର୍ଦ୍ଦଶା ବଢ଼ିବା ଆଶଙ୍କା କରାଯାଉଛି। ମହାନଦୀର ତଳିଆ ଅଞ୍ଚଳରେ ଅନେକ ସ୍ଥାନ ଜଳାର୍ଣ୍ଣବ ହୋଇଥିବା ଦେଖାଯାଇଛି। ସମ୍ବଲପୁରରୁ ଆରମ୍ଭ କରି କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ମହାନଦୀ କୂଳିଆ ଗାଁଗୁଡ଼ିକର ଚିନ୍ତା ବଢ଼ିଛି। କଟକ ଜିଲ୍ଲା ଆଠଗଡ଼, ବାଙ୍କୀ ଓ ନରସିଂହପୁରରେ ବନ୍ୟାଜଳ ସର୍ବାଧିକ କ୍ଷତି କରିଥିବା ଜଣାଯାଇଛି। ବାଙ୍କୀ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ ହୋଇଥିବାରୁ ଚାଷୀମାନେ କ୍ଷତି ସହିଛନ୍ତି। ଅନ୍ୟ ଏକ କାରଣ ମହାନଦୀର ବନ୍ୟାଜଳ ଯୋଗୁଁ ଏହାର ଶାଖାନଦୀଗୁଡ଼ିକର ଜଳ ନିଷ୍କାସିତ ହୋଇପାରୁ ନାହିଁ। ଶାଖାନଦୀଗୁଡ଼ିକର ଜଳ ପଛ ଘୁଞ୍ଚା ଦେଇ ଗାଁ ଗଣ୍ଡାରେ ପ୍ରବେଶ କରୁଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହେବା ସହିତ ଯୋଗାଯୋଗ ବିଚ୍ଛିନ୍ନ ହେବାର ଅନ୍ୟତମ କାରଣ ପାଲଟୁଛି।
ଅନ୍ୟପଟେ ଆଗକୁ ଆଉ ଏକ ଲଘୁଚାପ ଆସୁଛି । ତାହାକୁ ନଜରରେ ରଖି ଅଧିକ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଦୁଇ ତିନିଦିନ ବର୍ଷା ନଥିବାରୁ ଜଳଭଣ୍ଡାର ପାଣି ଛାଡିବାରେ ଅସୁବିଧା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟି ନିର୍ଦ୍ଦେଶ ଅନୁଯାୟୀ କାର୍ୟ୍ୟ ହେଉଛି । ୪୦ ଗେଟ୍ ଖୋଲିଲେ ବିଶେଷ ଅସୁବିଧା ହେବନାହିଁ ବୋଲି ହୀରକୁଦ ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି ।
ସେପଟେ ଆଜି ସନ୍ଧ୍ୟାରେ ମୁଣ୍ଡଳିରେ ସର୍ବାଧିକ ବନ୍ୟାଜଳ ପ୍ରବାହିତ ହେବ। ତେଣୁ ନଦୀ ବନ୍ଧକୁ ଜଗିବା ଜରୁରୀ । ଆଗାମୀ ୪୮ ଘଣ୍ଟା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ପ୍ରଦୀପ ଜେନା।ଏସ୍‌ଆର୍‌ସି ଶ୍ରୀ ଜେନା କହିଛନ୍ତି, ଗତକାଲି ରାତି ୯ଟାରୁ ୧୨ଟା ଭିତରେ ଖଇରମାଳରେ ସର୍ବାଧିକ ୧୨.୦୬ ଲକ୍ଷ କ୍ୟୁସେକ୍‌ ପାଣି ପାସ୍ କରିଛି । କାଲି ଖଇରମାଳ ପାସ୍ କରିଥିବା ପାଣି ଆଜି ସନ୍ଧ୍ୟାରେ ମୁଣ୍ଡଳିରେ ପହଞ୍ଚିବ। ଆଜି ସନ୍ଧ୍ୟାରେ ମୁଣ୍ଡଳିରେ ସର୍ବାଧିକ ସାଢ଼େ ୧୧ ଲକ୍ଷ କ୍ୟୁସେକ୍‌ ପାଣି ପାସ୍ କରିପାରେ। ତେଣୁ ଆଗାମୀ ୪୮ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ।
ସେ ଆହୁରି କହିଛନ୍ତି, ଏହା ପ୍ରଥମ ବନ୍ୟା ହୋଇଥିବାରୁ ପ୍ରଥମେ ମୂଷା ଗାତ, ବିଲୁଆ ଗାତ ପାଇଁ ଘଳିଆ ପଡ଼ିପାରେ। ଏହି ସମୟରେ ନଦୀ ବନ୍ଧ ପ୍ରତି ତୀକ୍ଷଣ ନଜର ରଖିବାକୁ ଜଳ ସଂପଦ ବିଭାଗ ସଜାଗ ରହିଛି । ବନ୍ୟାରେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲା ବିଶେଷ ପ୍ରଭାବିତ ହେବାର ଆଶଙ୍କା ରହିଛି। ବନ୍ୟାକୁ ଦୃଷ୍ଟିରେ ରଖି ଆବଶ୍ୟକ ସ୍ଥଳେ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଗତସିଂହପୁର ଓ ନୟାଗଡ଼ ଜିଲ୍ଲାପାଳ ନିଜ ନିଜ ଜିଲ୍ଲାରେ ବିଭିନ୍ନ ସ୍କୁଲକୁ ଆସନ୍ତାକାଲି ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀମାନଙ୍କ ଛୁଟି ବାତିଲ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଏସଆରସି।
ବିପଦ ସଙ୍କେତ ଟପିଲା ବୈତରଣୀ, ମୋଟ ୨୮ଟି ଗେଟ ଦେଇ ହୀରାକୁଦରୁ ବନ୍ୟାଜଳ ନିଷ୍କାସିତ
ସମ୍ବଲପୁର: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ପୁଣି ବଢ଼ିଲା ହୀରାକୁଦର ଜଳସ୍ତର । ହୀରାକୁଦରେ ଜଳସ୍ତର ବଢୁଥିବାରୁ ସ୍ଥିତି ନିୟନ୍ତ୍ରଣ ପାଇଁ ଆଉ ୪ଟି ଗେଟ୍ ଖୋଲିଛି । ଆଉ ୪ଟି ଗେଟ୍ ଖୋଲାଯାଇଛି । ଫଳରେ ବର୍ତ୍ତମାନ ହୀରାକୁଦରୁ ୨୮ଟି ଗେଟି ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ବାମ ପଟେ ୨୦ ଓ ଡାହାଣ ପଟେ ୮ଟି ଗେଟ୍ ଖୋଲା ହୋଇଥିବା ନେଇ ସୂଚନା ମିଳିଛି । ଅନ୍ୟପଟେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀର ଜଳସ୍ତର । ଲଗାଣ ବର୍ଷା ଛାଡିଛି, ହେଲେ ଏଵେ ଵି ବୈତରଣୀ ଓ ସାଳନ୍ଦୀ ନଦୀ ଫୁଲିବାରେ ଲାଗିଛି । ଆଖୁଆପଦା ଆନିକଟ ଠାରେ ବିପଦ ସଂକେତ 17.83 ମିଟର ରହିଥିବା ବେଳେ ଦିନ 12 ଟା ସୁଦ୍ଧା 17.88 ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ସେହିପରି ସାଳନ୍ଦୀ ନଦୀରେ ମଧ୍ୟ ଜଳସ୍ତର ବଢିବାରେ ଲାଗିଛି । ବୈତରଣୀ ଓ ସାଳନ୍ଦୀ ନଦୀର ଶାଖା ନଦୀ ରେବ, କପାଳୀ, ଗେଙ୍ଗୁଟି, କୋଚିଳା, ଯଅ ନଦୀର ଜଳସ୍ତର ବଢିଛି। ସମସ୍ତ ନାଳ, ଖାଲ ପୋଖରୀ, ଗାଢିଆ ଓ ଚାଷ ଜମିରେ ଏବେ ପାଣି।
ଯଦି ଆଜିଠାରୁ ଆରମ୍ଭ ହେଉଥିବା ଲଘୁଚାପର ପ୍ରଭାବ ରୁହେ, ଵର୍ଷାର ମାତ୍ରା ବଢେ ତେବେ ନିଶ୍ଚିତ ବନ୍ୟା ପରିସ୍ଥିତି ଦେଖାଦେବ। ଭଦ୍ରକ ଜିଲ୍ଲାର ୭ଟି ବ୍ଲକ ମଧ୍ୟରୁ ଚାନ୍ଦବାଲି, ତିହିଡି, ଧାମନଗର, ଭଣ୍ଡାରିପୋଖରୀ ବ୍ଲକ ର ତଳିଆ ଅଞ୍ଚଳ ପ୍ରଭାବିତ ହେବ। ସେହିପରି ଭଦ୍ରକ ବ୍ଲକ ଓ ଵନ୍ତ ଵ୍ଲକର ମଧ୍ୟ ଏହାର ଆଂଶିକ ପ୍ରଭାବ ରହିବ। ଚାଷ ଜମିରେ ବର୍ଷା ଜଳ ଜମି ରହିଥିବାରୁ, ଧାନ ତଳି ନଷ୍ଟ ହେବା ଆଶଙ୍କାରେ ଚାଷୀ କୂଳ ।
ମହାନଦୀରେ ସ୍ୱଳ୍ପ ଧରଣର ବନ୍ୟା ଆଶଙ୍କା
ଭୁବନେଶ୍ୱର: ମହାନଦୀରେ ସ୍ୱଳ୍ପ ଧରଣର ବନ୍ୟା ଆଶଙ୍କା । ଯଦି ଉପର ମୁଣ୍ଡରେ ଅର୍ଥାତ ଛତିଶଗଡ଼ରେ ବର୍ଷା ଲାଗି ରହେ ଏବଂ ଓଡ଼ିଶାରେ ବି ଏହି ଭଳି ବର୍ଷା ଜାରି ରୁହେ । ତେବେ ମହାନଦୀରେ ସ୍ୱଳ୍ପ ଧରଣର ବନ୍ୟା ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ଏନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ସୂଚନା ଦେଇଛନ୍ତି । ଆସନ୍ତା କାଲି ସକାଳ ୮ଟା ବେଳେ ମୁଣ୍ଡଳୀ ଦେଇ ୬ ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରିବ ।
ସେପଟେ ଛତିଶଗଡ଼ରେ ପ୍ରବଳ ବର୍ଷା ହେଉଥିବାରୁ ସେଠାକାର ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ହୀରାକୁଦର ଅଧିକ ଗେଟ ଖୋଲିବା ନେଇ ଚାପ ପକାଉଛନ୍ତି । ମାତ୍ର ଆମେ ତାଙ୍କୁ ଜବାବରେ ଜଣାଇଛୁ କି ସ୍ଥିତି ଦେଖି ଆମେ ହୀରାକୁଦ ଗେଟ ଖୋଲିବ । ବର୍ତ୍ତମାନ ସୁଦ୍ଧା ହୀରାକୁଦରେ ୨୪ ଟି ଗେଟ ଖୋଲାଯାଇଥିବାବେଳେ ଆଗକୁ ଏହା ବଢ଼ିପାରେ । ସେହିପରି ବୈତରଣୀ ଓ ଜଳକା ନଦୀରେ ଜଳସ୍ତର ବଢିବାରେ ଲାଗିଛି । ସ୍ଥିତି ଉପରେ ତିକ୍ଷଣ ନଜର ରଖାଯାଇଛି । ସରକାରଙ୍କ ପକ୍ଷରୁ ସମସ୍ତଙ୍କ ଛୁଟି ବାତିଲ କରାଯାଇ ଆଲର୍ଟ ମୋଡ଼ରେ ରଖାଯାଇଛି। ଦୁର୍ବଳ ନଦୀ ବନ୍ଧ ଉପରେ କଡାକଡି ଭାବେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।