punjab-cm - The Sakala

ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗଓ୍ବନ୍ତ ମାନ୍‌
ଚଣ୍ଡିଗଡ଼: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗଓ୍ବନ୍ତ ମାନ୍‌। ଏହି ଭବ୍ୟ ସମାରୋହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ସାମିଲ ହେବେ । ଭଗଓ୍ୱନ୍ତ ମାନଙ୍କ ବ୍ୟତୀତ ଅନ୍ୟ ୧୭ ବିଧାୟକ ମନ୍ତ୍ରୀ ପଦର ଶପଥ ନେବାର ଥିଲା । କିନ୍ତୁ ଆଜି କେବଳ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ହିଁ ଶପଥ ନେବେ । ଅନ୍ୟ ମନ୍ତ୍ରୀମାନେ ପରେ ଶପଥ ଗ୍ରହଣ କରିବେ । ପଞ୍ଜାବରେ ଆମ୍‌ ଆଦମୀ ପାର୍ଟିର ବିପୁଳ ବିଜୟ ପରେ ଏବେ ସରକାର ଗଠନ ପ୍ରକ୍ରିୟା ଜୋରସୋରରେ ଚାଲିଛି । ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସହ ବୈଠକ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଜାରି ରହିଛି ।

ଗତ ଶନିବାର, ଭଗଓ୍ୱନ୍ତ ମାନ୍‌ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଥିଲେ । ଆଜି ମଧ୍ୟାହ୍ନ ୧୨ ଟା ୩୦ରେ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ପୈତୃକ ଗାଁ’ରେ ଶପଥ ନେବେ ଭଗଓ୍ବନ୍ତ ମାନ୍ । ପଞ୍ଜାବର ମୋଟ ୧୧୭ ସିଟରୁ ୯୨ଟି ସିଟ୍‌ ହାତେଇ ସରକାର ଗଢିବାକୁ ଯାଉଛି ଆମ ଆଦମୀ ପାର୍ଟି ।

ଧୂଳିସାତ ହେଲା ସିଦ୍ଧୁଙ୍କ ସ୍ବପ୍ନ, ଚନ୍ନି ହେଲେ ପଞ୍ଜାବ ପାଇଁ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ
ପଞ୍ଜାବ: ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟି ଘୋଷଣା ହେଲା ପଞ୍ଜାବ ପାଇଁ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ପଞ୍ଜାବ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି। ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ପାଇଁ ଚରଣ ଜିତ ସିଂ ଚନ୍ନିଙ୍କ ନାମ ଘୋଷଣା କରିଛନ୍ତି ରାହୁଲ। ଏକ ଭର୍ଚୁଆଲ ରାଲିକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି କି ଏବେକାର ମୁଖ୍ୟମନ୍ତ୍ରୀ ଚରଣଜିତସିଂ ଚନ୍ନି ହିଁ ଆଗାମୀ ନିର୍ବାଚନ ପାଇଁ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ।

ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା ପରେ ଚନ୍ନି କହିଛନ୍ତି, ପଞ୍ଜାବ ଲୋକଙ୍କ ପାଇଁ ନା ଶୋଇବି, ନା ଶୋଇବାକୁ ଦେବି । କେବଳ ମୁଁ ମାଧ୍ୟମ ହେବି । ପଞ୍ଜାବ ପାଇଁ ନବଜୋତ ସିଂହ ସିଦ୍ଧୁ ଯାହା କରିବାକୁ ଚାହିଁବେ କରିପାରିବେ । ସୁନୀଲ ଜାଖଡ଼ ଯାହା ଚାହିଁବେ କରିପାରିବେ । ଆମେ ସମସ୍ତେ ମିଶିକରି ପଞ୍ଜାବକୁ ଆଗକୁ ନେଇଯିବୁ ।

ମଞ୍ଚରେ ନବଜୋତ ସିଂହ ସିଦ୍ଧୁଙ୍କୁ କୁଣ୍ଢେଇ ପକାଇଥିଲେ ଚନ୍ନି । ସିଦ୍ଧୁ କହିଥିଲେ, ରାହୁଲ ଗାନ୍ଧୀ ଜଣେ ଦଳିତ, ଗରିବଙ୍କୁ ମୁଖ୍ୟମନ୍ତ୍ରୀ କରନ୍ତି । ବିଜେପି ମୋତେ ନେଇ ପ୍ରଚାର କରେ । କିନ୍ତୁ ରାହୁଲ ଗାନ୍ଧୀ ୪ ବର୍ଷ ମଧ୍ୟରେ ମୋତେ କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ ପଦ ଦେଇଛନ୍ତି । ମୋତେ କିଛି ଲୋଡ଼ା ନାହିଁ । କଂଗ୍ରେସ ଓ ପଞ୍ଜାବର ବିକାଶ ଲୋଡ଼ା ।

ମୁଖ୍ୟମନ୍ତ୍ରୀ ଚେହେରା ପାଇଁ ଉଭୟ ଚରଣ ଜିତ ସିଂ ଚନ୍ନି ଏବଂ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ଲଢ଼େଇ ଲାଗି ରହି ଥିଲା । ଆଜି ରାହୁଲଙ୍କ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ପାଇଁ ସ୍ୱପ୍ନ ଦେଖୁଥିବା ସିଦ୍ଧୁଙ୍କ ଆଶା ଧୂଳିସାତ ହୋଇଛି।

ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ଚରଣଜିତ ସିଂହ ଚନ୍ନି
ଚଣ୍ଡିଗଡ଼: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ଚରଣଜିତ ସିଂହ ଚନ୍ନି । ତାଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ରାନ୍ଧୱା ଏବଂ ଓମପ୍ରକାଶ ସୋନି ଶପଥ ନେଇଛନ୍ତି।  ରାଜଭବନରେ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ବନୱାରିଲାଲ।

ଶପଥ ଗ୍ରହଣ ଉତ୍ସବରେ ବିଦାୟୀ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଯୋଗଦେଇନଥିବାବେଳେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଉପସ୍ଥିତ ଥିଲେ। ଚନ୍ନି ପଞ୍ଜାବର ପ୍ରଥମ ଦଳିତ ଶିଖ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତାଙ୍କ ସହିତ ଶପଥ ନେଇଥିବା ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ଜଣେ ଜାଠ ଶିଖ ସମୁଦାୟ ଏବଂ ଅନ୍ୟଜଣକ ହିନ୍ଦୁ ସମୁଦାୟଙ୍କର ପ୍ରତିନିଧିତ୍ୱ କରୁଛନ୍ତି। ଶପଥ ନେବାକୁ ଯିବା ପୂର୍ବରୁ ଚନ୍ନି ରୁପନଗର ଗୁରୁଦ୍ୱାରାରେ ପୂଜାର୍ଚ୍ଚନା କରିଥିଲେ।

ସୂଚନା ଅନୁଯାୟୀ, ସେ  ୨୦୧୫ରୁ ୨୦୧୬ ମଧ୍ୟରେ ବିରୋଧୀ ଦଳର ନେତା ଥିଲେ ଚରଣଜିତ୍ । ୨୦୦୭ରେ ବିଧାନସଭାର ସଦସ୍ୟ ଥିଲେ । ଚମକୌର ସାହିବ ଆସନରୁ ଏବେ ବିଧାୟକ ଅଛନ୍ତି ଚରଣଜିତ ସିଂହ ଚନ୍ନି।