bbdr - The Sakala

ମିଳିଲା ଡ୍ରେନ ପାଣିରେ ଭାସିଯାଇଥିବା ଛାତ୍ରଙ୍କ ମୃତଦେହ
ଭୁବନେଶ୍ୱର: ପ୍ରବଳ ବର୍ଷା  ଯୋଗୁଁ ଡ୍ରେନର ପ୍ରଖର ସ୍ରୋତରେ ଭାସିଯାଇଥିବା ରାଜଧାନୀର ଶତାଦ୍ଧୀ ନଗର ଛାତ୍ର ନିଖୋଜ ଘଟଣାରେ ଉକ୍ତ ଛାତ୍ର ଜ୍ୟୋତିଙ୍କ ମୃତଦେହ ଠାବ ହୋଇଛି। ଅଗ୍ନିଶମ ବାହିନୀର ଅକ୍ଲାନ୍ତ ପରିଶ୍ରମ ପରେ ଭୁବନେଶ୍ୱର ପଞ୍ଚସଖା ନଗର ଡ୍ରେନ୍‌ରୁ ଠାବ ହୋଇଛି ଜ୍ୟାେତିଙ୍କ ମୃତଦେହ ।

ସୂଚନାଯୋଗ୍ୟ ଯେ, ରବିବାର ଦିନ ଅପରାହ୍ନ ସମୟରେ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଥିଲା । ବର୍ଷା ଛାଡିବା ପରେ ବରମୁଣ୍ଡା ଗାଁ ଢିପସାହିର ହୃଷୀକେଷ ବେହେରାଙ୍କ ପୁଅ ଜ୍ୟୋତିପ୍ରକାଶ ଓରଫ ରାଜା ଅପରାହ୍ଣ ପ୍ରାୟ ୨ଟା ୪୫ ସମୟରେ ଘରୁ ବାହାରି  ସଂକୃତ ଟ୍ୟୁସନ୍ ପାଇଁ ସୌଭାଗ୍ୟନଗର ଅଭିମୁଖେ ବାହାରିଥିଲେ। ବର୍ଷା ଛାଡ଼ି ସାରିଥିଲେ ବି ରାସ୍ତା ବୁଡ଼ି ଯାଇଥିବାରୁ ମା’ ଟ୍ୟୁସନ୍ ଯିବାକୁ ବାରଣ କରିଥିଲେ। କିନ୍ତୁ ଏକ ପ୍ରୋଜେକ୍ଟ କାମ ସାରି ସାଙ୍ଗେ ସାଙ୍ଗେ ଫେରିଆସିବ କହି ରାଜା ସାଇକେଲ ଧରି ଘରୁ ବାହାରି ଯାଇଥିଲେ। ମାତ୍ର ବାଟରେ ଯେ ମୁକୁଳା ଡ୍ରେନ୍ ମୃତ୍ୟୁ ଫାଶ ହୋଇ ବସିଛି ବୋଲି କେହି ଜାଣିପାରି ନ ଥିଲେ। ପ୍ରବଳ ବର୍ଷା ଯୋଗୁ ଡ୍ରେନ୍ ଓ ରାସ୍ତା କୃତ୍ରିମ ବନ୍ୟା ଯୋଗୁଁ ବୁଡ଼ି ଏକାକାର ହୋଇଯାଇଥିଲା। ତେଣୁ ରାଜା ବାଟ ଜାଣିନପାରି ଡ୍ରେନ୍ ରେ ପଶି ଯାଇଥିଲେ ଓ ଭାସି ଯାଇଥିଲେ। ଏହାପର ଠାରୁ ତାଙ୍କର ଆଉ କୌଣସି ପତ୍ତା ମିଳିନଥିଲା । ୧୮ ଘଣ୍ଟା ଧରି ଅଗ୍ନିଶମ ବାହିନୀର ଅକ୍ଲାନ୍ତ ପରିଶ୍ରମ ପରେ ବି ଜ୍ୟୋତିଙ୍କ କୌଣସି ପତ୍ତା ମିଳିନଥିଲା । ଶେଷରେ ଆଜି ସକାଳ ସମୟରେ ଭୁବନେଶ୍ୱର ପଞ୍ଚସଖା ନଗରରେ ଥିବା ଏକ ନାଳ ନିକଟରେ ଜ୍ୟୋତିଙ୍କ ମୃତଦେହ ଠାବ ହୋଇଥିଲା ।