india vs west indies - The Sakala

ଓ୍ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା; ଗିଲଙ୍କୁ ଅଧିନାୟକ ଓ ଜାଡେଜାଙ୍କୁ ମିଳିଲା ଉପ ଅଧିନାୟକ ଦାୟିତ୍ୱ
ନୂଆଦିଲ୍ଲୀ: ଓ୍ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଜାଡେଜାଙ୍କୁ ମିଳିଲା ଉପ ଅଧିନାୟକ ଦାୟିତ୍ୱ । ବାଦ ପଡ଼ିଲେ କରୁଣ ନାୟର, ଦଳକୁ ଫେରିଲେ ଦେବଦତ୍ତ ପାଡିକଲ।

🚨 Presenting #TeamIndia's squad for the West Indies Test series 🔽#INDvWI | @IDFCFIRSTBank pic.twitter.com/S4D5mDGJNN

— BCCI (@BCCI) September 25, 2025

ଭାରତୀୟ ଟେଷ୍ଟ ଟିମ୍: ଶୁବମନ ଗିଲ୍(ଅଧିନାୟକ), ଯଶସ୍ବୀ ଜୟସୱାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଦେବଦତ୍ତ ପାଡିକିଲ୍ଲ, ଧ୍ରୁବ ଜୁରେଲ (ୱିକେଟ କିପର), ରବିନ୍ଦ୍ର ଜାଡେଜା ( ଉପଅଧିନାୟକ), ୱାଂଶିଟନ ସୁନ୍ଦର, ଜସପ୍ରୀତ ବୁମରା, ଅକ୍ଷର ପଟେଲ, ନୀତୀଶ କୁମାର ରେଡ୍ଡୀ, ଏନ ଜଗଦୀଶନ(ୱିକେଟକପିର), ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, କୁଲଦୀପ ଯାଦବ ।

ଚତୁର୍ଥ ଟି-୨୦ରେ ୱେଷ୍ଟଇଣ୍ଡିଜକୁ ୯ ୱିକେଟରେ ହରାଇଲା ଭାରତ; ଆଜି ଫାଇନାଲ ମୁକାବିଲା
ଲାଉଡରହିଲ: ଟିମ୍ ଇଣ୍ଡିଆର ଦୁଇ ପ୍ରାରମ୍ଭିକ ଖେଳାଳି ଯଶସ୍ୱୀ ଜୟସ୍ୱାଲ ଓ ଶୁବମାନ ଗିଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଚତୁର୍ଥ ଟି-୨୦ରେ ୱେଷ୍ଟଇଣ୍ଡିଜ୍‌‌କୁ ୯ ୱିକେଟରେ ପରାସ୍ତ କରି ୫ ମ୍ୟାଚ୍‌‌ ବିଶିଷ୍ଟ ସିରିଜ୍‌‌କୁ ୨-୨ରେ ବରାବର ସ୍ଥିତିକୁ ନେଇଆସିଛି। ଏଠାରେ ରବିବାର ଖେଳାଯିବାକୁ ଥିବା ୫ମ ତଥା ଚୂଡାନ୍ତ ଟି-୨୦ରେ ଯେଉଁ ଦଳ ବିଜୟୀ ହେବ, ସେହି ଦଳ ସିରିଜ୍‌‌ କବ୍‌‌ଜା କରିବ।

ଆମେରିକାର ଫ୍ଲୋରିଡାରେ ଶନିବାର ଅନୁଷ୍ଠିତ ଚତୁର୍ଥ ମୁକାବିଲାରେ ସିମରନ୍‌‌ ହେଟମାୟର ୩୯ ବଲ୍‌‌ରେ ୬୧ ଓ ଦିନିକିଆ ଦଳର ଅଧିନାୟକ ସାଇ ହୋପ୍‌‌ ୨୯ ବଲ୍‌‌ରେ ୪୫ ରନ୍‌‌ କରିବା ଫଳରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍‌‌ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୭୮ ରନ୍‌‌ କରିଥିଲା। ଜବାବରେ ଜୟସ୍ୱାଲ ଓ ଗିଲ ପ୍ରଥମ ୱିକେଟ ଭାଗିଦାରୀରେ ୯୪ ବଲ୍‌‌ରୁ ୧୬୫ ରନ୍‌‌ ଉଠାଇବା ଫଳରେ ଭାରତ ୩ ଓଭର ବା ୧୮ବଲ ଓ ୯ଟି ୱିକେଟ ବାକିଥାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଥିଲା। ଫର୍ମକୁ ଫେରିବା ସୂଚନା ଦେଇଥିବା ଗିଲ ୪୭ ବଲ୍‌‌ରେ ୩ ଚୌକା ଓ ୫ ଛକା ସହ ୭୭ ରନ୍‌‌ କରି ୧୬ତମ ଓଭରରେ ଆଉଟ ହୋଇଥିଲେ। କିନ୍ତୁ ଜୀବନର ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌‌ ଖେଳୁଥିବା ଜୟସ୍ୱାଲ ୫୧ ବଲ୍‌‌ରେ ୧୧ ଚୌକା ଓ ୩ଛକା ସହାୟତାରେ ୮୪ ରନ୍‌‌ କରି ଶେଷଯାଏ ଅପରାଜିତ ରହିଥିଲେ। ଗିଲଙ୍କ ଆଉଟ ପରେ ତିଳକ ବର୍ମା ୭ ରନ୍‌‌ କରି ଆଉ କୌଣସି କ୍ଷତି ହେବାକୁ ଦେଇ ନଥିଲେ। ଏହି ସିରିଜ୍‌‌ର ପ୍ରଥମ ଦୁଇଟି ମ୍ୟାଚ୍‌‌ରେ ୱେଷ୍ଟଇଣ୍ଡିଜ୍‌‌ ଓ ଏହାର ପରବର୍ତ୍ତୀ ଦୁଇଟି ମ୍ୟାଚ୍‌‌ରେ ଭାରତ ବିଜୟୀ ହୋଇଛି। ଏହି ପଡ଼ିଆରେ ରବିବାର ୫ମ ତଥା ଶେଷ ଟି-୨୦ ମୁକାବିଲା ଖେଳାଯିବ।

୫ ମ୍ୟାଚ୍‌‌ ବିଶିଷ୍ଟ ସିରିଜ୍‌‌ରେ ୨-୧ରେ ଆଗୁଆ ଥିବା ୱେଷ୍ଟଇଣ୍ଡିଜ୍‌‌ ଟସ୍‌‌ ଜିତି ପ୍ରଥମେ ବ୍ୟାଟିଂ ନେବା ପରେ ଜଣଙ୍କ ପରେ ଜଣେ ଖେଳାଳିଙ୍କୁ ହରାଇଥିଲା। ଦଳ ୫୭ ରନ୍‌‌ରେ ୪ଟି ୱିକେଟ ହରାଇ ବିପଦରେ ପଡ଼ିଥିଲା। କିନ୍ତୁ ପ୍ରଥମଥର ଖେଳୁଥିବା ଦିନିକିଆ ଅଧିନାୟକ ସାଇ ହୋପ୍‌‌ ୨୯ ବଲ୍‌‌ରେ ୩ ଚୌକା ଓ ୨ଛକା ସହ ୪୫ ଓ ହେଟମାୟର ୩୯ବଲ ଖେଳି ୬୧ ରନ୍‌‌ର ଏକ ବଡ଼ ସ୍କୋର କରିବା ଫଳରେ ୱେଷ୍ଟଇଣ୍ଡିଜ୍‌‌ର ସ୍କୋର ସମ୍ମାନଜନକ ହୋଇଥିଲା। ହେଟମାୟର ତାଙ୍କ ଅର୍ଦ୍ଧଶତକୀୟ ପାଳିରେ ୩ଟି ଚୌକା ଓ ୪ଟି ଆକର୍ଷଣୀୟ ଛକା ମାରିଥିଲେ। ଓଡ଼ିଆନ ସ୍ମିଥ ୧୨ ବଲ୍‌‌ରୁ ୧୫ ରନ୍‌‌ କରି ଦଳୀୟ ସ୍କୋରକୁ ୮ ୱିକେଟରେ ୧୭୮ ରନ୍‌‌ରେ ପହଞ୍ଚିପାରିଥିଲା।

ଭାରତ ପକ୍ଷରୁ କୁଲଦୀପ ଯାଦବ ଓ ଅର୍ଶଦୀପ ସିଂ ୨ଟି ଲେଖାଏଁ ୱିକେଟ ନେଇ ୱେଷ୍ଟଇଣ୍ଡିଜ୍‌‌ ପାଳିରେ ବ୍ରେକ୍‌‌ ଦେଇଥିଲେ। ହେଟମାୟରଙ୍କୁ ଆଉଟ କରି ଅର୍ଶଦୀପ ତୃତୀୟ ସଫଳତା ପାଇଥିଲେ। ଏହି ମ୍ୟାଚ୍‌‌ ଲାଗି ଭାରତୀୟ ଦଳ ଅପରିବର୍ତ୍ତିତ ରହିଥିଲାବେଳେ ୱେଷ୍ଟଇଣ୍ଡିଜ୍‌‌ ୩ଟି ପରିବର୍ତ୍ତନ କରିଥିଲା।

ଚତୁର୍ଥ T20: ଭାରତକୁ ୧୭୯ ରନର ଟାର୍ଗେଟ୍ ଦେଲା ଓ୍ୱେଷ୍ଟଇଣ୍ଡିଜ୍
ଫ୍ଲୋରିଡା: ଆଜି ଆମେରିକାର ଫ୍ଲୋରିଡାରେ ଭାରତ-ଓ୍ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ଖେଳାଯାଉଛି । ଆଜିର ମ୍ୟାଚ୍‌ରେ ଟସ୍ ଜିତି ଓ୍ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଓ୍ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୧୭୮ ରନ ହାସଲ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲ ଭାରତକୁ ୧୭୯ ରନର ଆବଶ୍ୟକତା ରହିଛି ।

ଓ୍ୱେଷ୍ଟଇଣ୍ଡିଜ୍ ପକ୍ଷରୁ ସିମରନ ହେଟମାୟରଙ୍କ ୬୧ ରନ ଓ ସାଇ ହୋପ୍‌ଙ୍କ ୪୫ ରନର ଲଢୁଆ ଇନିଂସ ବଳରେ ଦଳ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୭୮ ରନ କରିଛି। ଓ୍ୱେଷ୍ଟଇଣ୍ଡିଜର ଦୁଇ ଓପନର କାଇଲ୍ ମେୟର୍ସ ଓ ବ୍ରାଣ୍ଡନ କିଙ୍ଗ୍ ଭଲ ଆରମ୍ଭ କରିଥିଲେ ବି ବଡ଼ ସ୍କୋର କରିପାରିନଥିଲେ । ମେୟର୍ସ ୧୭ ରନ କରିଥିବାବେଳେ କିଙ୍ଗ ୧୯ ରନ କରିଥିଲେ । ୩ୟ ସ୍ଥାନରେ ଆସିଥିବା ସାଇ ହୋପ୍ ୪୫ରନ କରିଥିଲେ । କିନ୍ତୁ ଦଳରୁ ୨ ମଧ୍ୟକ୍ରମ ବ୍ୟାଟର ନିକୋଲାସ ପୁରନ୍ ଓ ରୋଭମାନ ପାଓ୍ବେଲ ବିଫଳ ହୋଇଥିଲେ । ତେବେ ସିମରନ ହେଟମେୟର ଆଜି ନିଜର ବ୍ୟାଟିଂର ନମୁନା ଦେଖାଇଥିଲେ । ସେ ମାତ୍ର ୩୯ଟି ବଲରେ ୩ ଚୌକା ଓ ୪ ଛକା ସହ ୬୧ରନ କରିଥିଲେ । ଫଳରେ ଦଳ ଭାରତ ବିପକ୍ଷରେ ୧୭୮ ରନର ଏକ ଚ୍ୟାଲେଞ୍ଜିଂ ସ୍କୋର ଛିଡ଼ା କରିଥିଲା । ଭାରତ ପକ୍ଷରୁ ଅର୍ସଦୀପ ସିଂ ୩ଟି ଓ କୂଳଦୀପ ଯାଦବ ୨ଟି ଓ୍ବିକେଟ ନେଇଥିଲେ ।

୫ ମ୍ୟାଚ୍‌‌ ବିଶିଷ୍ଟ ଟି-୨୦ ସିରିଜ୍‌‌ର ପ୍ରଥମ ଦୁଇଟି ମ୍ୟାଚ୍‌ରେ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା ଟିମ୍‌ ଇଣ୍ଡିଆ । ଉଭୟ ମ୍ୟାଚ୍‌ରେ ଉଭୟ ବ୍ୟାଟିଂ ଏବଂ ବୋଲିଂ ଲାଇନ୍‌ଅପ୍‌ ଫେଲ ମାରିଥିଲା । ଯାହାଫଳରେ ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ସିରିଜ୍‌ରେ ୨-୦ରେ ଆଗରେ ଥିଲା ଘରୋଇ ଟିମ୍‌ । ମାତ୍ର ତୃତୀୟ ମ୍ୟାଚରେ କମବ୍ୟାକ କରିଥିଲା ଭାରତ । ତୃତୀୟ ମ୍ୟାଚ ଜିତି ଭାରତ ୨-୧ ରେ ସିରିଜକୁ ଫେରିଥିଲା । ତେବେ ଆଜିର ମ୍ୟାଚ ଭାରତ ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହେବ । ଆଜିର ମ୍ୟାଚ୍ ହାରିଲେ ଭାରତ ସିରିଜ ହାରିବ।

ଆଜି ୱେଷ୍ଟଇଣ୍ଡିଜ୍‌‌ ବିପକ୍ଷ ତୃତୀୟ ଟି-୨୦, କର ଅବା ମର ସ୍ଥିତିରେ ଭାରତ
ପ୍ରୋଭିଡେନ୍ସ,: ୱେଷ୍ଟଇଣ୍ଡିଜ୍‌‌ରେ ଚାଲିଥିବା ୫ ମ୍ୟାଚ୍‌‌ ବିଶିଷ୍ଟ ଟି-୨୦ ସିରିଜ୍‌‌ର ପ୍ରଥମ ଦୁଇଟି ମ୍ୟାଚ୍‌‌ରେ ହାରିଯିବା ପରେ ଭ୍ରମଣକାରୀ ଭାରତୀୟ କ୍ରିକେଟ ଦଳ ଚାପରେ। ଏହି ସିରିଜ୍‌‌ର ତୃତୀୟ ମୁକାବିଲା ସ୍ଥାନୀୟ ପ୍ରୋଭିଡେନ୍ସ ଷ୍ଟାଡିୟମ୍‌‌ରେ ଆଜି ଖେଳାଯିବ। ଏହି ମ୍ୟାଚ୍‌‌ରେ ହାରିଗଲେ ଭାରତ ଆଉ ଦୁଇଟି ମ୍ୟାଚ୍‌‌ ବାକିଥାଇ ସିରିଜ୍‌‌ ହାରିଯିବ। ଏଣୁ ଏହି ମୁକାବିଲାଟି ଦଳ ଲାଗି କର ଅବା ମର ସ୍ଥିତି ସୃଷ୍ଟି କରିଛି। ମ୍ୟାଚ୍‌‌ ଜିତିଲେ ସିରିଜ୍‌‌ ପରାଜୟରୁ କିଛି ଦିନ ବର୍ତ୍ତିଯିବ କିମ୍ବା ସିରିଜ୍‌‌ ଜିତିବା ଲାଗି ସମ୍ଭାବନା ସୃଷ୍ଟି କରିବ। ଅନ୍ୟପକ୍ଷରେ ତୃତୀୟ ଟି-୨୦ରେ ଭାରତ ହାରିଗଲେ ୱେଷ୍ଟଇଣ୍ଡିଜ୍‌‌ ୩-୦ ବ୍ୟବଧାନରେ ଆଗୁଆ ସିରିଜ୍‌‌ ଜିତିବ। ୨୦୧୬ ପରଠାରୁ ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ଟି-୨୦ ସିରିଜ୍‌‌ରେ ଭାରତ ପରାଜିତ ହୋଇ ନାହିଁ। ଏହି ସିରିଜ୍‌‌ର ଶେଷ ଦୁଇଟି ମୁକାବିଲା ଆମେରିକାର ଫ୍ଲୋରିଡା ସହରରେ ଅଗଷ୍ଟ ୧୨ ଓ ୧୩ରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।

ୱେଷ୍ଟଇଣ୍ଡିଜ୍‌‌ ବିପକ୍ଷ ପ୍ରଥମ ଦୁଇଟି ଟି-୨୦ ମ୍ୟାଚ୍‌‌ରେ ଭାରତ ପରାଜିତ ହେବାର ଅନେକ କାରଣ ରହିଛି। କିନ୍ତୁ ଏହି ଫର୍ମାଟରେ ଭାରତ ଯେପରି ଖେଳିଥାଏ, ତାହା ପ୍ରଥମ ଦୁଇଟି ମ୍ୟାଚ୍‌‌ରେ ଦେଖାଇପାରି ନାହିଁ। ଏପରିକି ଦଳ ବ୍ୟାଟିଂରେ କ୍ଲିକ୍‌‌ କରୁଛି ନା ବୋଲିଂରେ ନିକୋଲସ ପୂରନଙ୍କୁ ନିୟନ୍ତ୍ରଣରେ ରଖିପାରୁଛି। ସେ ଜଣେ ପେସ୍‌‌ ବୋଲର ହୁଅନ୍ତୁ କିମ୍ବା ସ୍ପିନର କୌଣସି ବୋଲର ସେମାନଙ୍କ ନିୟନ୍ତ୍ରଣରେ ନାହାନ୍ତି। ଯାହା ଫଳରେ ୱେଷ୍ଟଇଣ୍ଡିଜ୍‌‌ ବ୍ୟାଟିଂରେ ଶକ୍ତିଶାଳୀ ହୋଇ ନଥିଲେ ମଧ୍ୟ ଭାତୀୟ ବୋଲିଂକୁ ସେମାନେ ମୁକାବିଲା କରିବାରେ ସମର୍ଥ ହୋଇପାରିଛନ୍ତି। ପାରମ୍ପରିକ ଭାବେ ଭାରତୀୟ ବୋଲିଂ ଦୁର୍ବଳ। ସେମାନେ ନବାଗତ ଖେଳାଳି ହୁଅନ୍ତୁ କିମ୍ବା ଅଭିଜ୍ଞ। କିନ୍ତୁ ଭାରତ ଲାଗି ଅଡୁଆ ପରିସ୍ଥିତି ସୃଷ୍ଠି କରିଛି ବ୍ୟାଟିଂ। ଇଶାନ କିସାନ, ଶୁବମାନ ଗିଲ ଓ ସୂର୍ଯ୍ୟକୁମାରଙ୍କୁ ନେଇ ଗଠିତ ଟପ୍‌‌ ଅର୍ଡର ଯେପରି ଫେଲ ମାରୁଛି, ଟେଲ ଏଣ୍ଡରମାନେ ସେହିପରି ସାମାନ୍ୟତମ ପ୍ରଭାବ ପକାଇପାରୁ ନାହାନ୍ତି।

ଦ୍ୱିତୀୟ ଟି-୨୦ ମୁକାବିଲାରେ ହାରିଯିବା ପରେ ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମନ୍ଥର ପିଚ୍‌‌ରେ ଦଳର ବ୍ୟାଟିଂକୁ ପରାଜୟ ଲାଗି ଦାୟୀ କରିଥିଲେ। ଏହା ନିଃସନ୍ଦେହ ଯେ, ଗତ ଦୁଇଟି ଫର୍ମାଟରେ ଖେଳାଯାଇଥିବା ସିରିଜ୍‌‌ ଅପେକ୍ଷା ଟି-୨୦ରେ ୱେଷ୍ଟଇଣ୍ଡିଜ୍‌‌ର ବୋଲିଂ ବାହିନୀ ଅଧିକ ସୁଦୃଢ଼ ଓ ଶୃଙ୍ଖଳିତ। ଏମାନଙ୍କ ବିପକ୍ଷରେ ଭାରତୀୟ ବ୍ୟାଟର କ୍ଲିକ୍‌‌ କରିପାରୁ ନାହାନ୍ତି। ଘରୋଇ ଦଳର ଶକ୍ତି ହେଉଛି ପେସ ବୋଲିଂ ଓ ଭାରତର ଶକ୍ତି ହେଉଛି ବ୍ୟାଟିଂ। ଖରାପ ବ୍ୟାଟିଂ କରିବା ଫଳରେ ଭାରତ ଦୁଇଟିଯାକ ମ୍ୟାଚ୍‌‌ରେ ପରାଜିତ ହୋଇଛି। ଏଣୁ ସିରିଜ୍‌‌ ବଞ୍ଚାଇବାକୁ ହେଲେ ପାଣ୍ଡ୍ୟାଙ୍କ ଭାରତୀୟ ଦଳକୁ ତୃତୀୟ ଦିନିକିଆରେ ଭଲ ବ୍ୟାଟିଂ କରିବାକୁ ପଡ଼ିବ। ଦଳର ଦୁଇ ବୋଲର ମୁକେଶ କୁମାର ଅଧିକ ରନ୍‌‌ ଦେଇଥିଲାବେଳେ ଅଭିଜ୍ଞ ଚହଲ ରନ୍‌‌ ଅଟକାଇବାରେ ସମର୍ଥ ହୋଇପାରୁ ନାହାନ୍ତି। ତୃତୀୟ ଦିନିକିଆରେ ଅକ୍ଷର ପଟେଲଙ୍କୁ ବୋଲିଂ କରିବା ସୁଯୋଗ ମିଳିନି। ଏଭଳି ସ୍ଥିତିରେ ଭାରତୀୟ ଦଳରେ ଏକାଧିକ ପରିବର୍ତ୍ତନ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌‌ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ, ସିରିଜ ବିଜୟ ଲକ୍ଷ୍ୟରେ ଟିମ୍‌‌ ଇଣ୍ଡିଆ
ତାରୋଉବା: ତ୍ରିନିଦାଦ୍‌‌ର ବ୍ରାଏନ ଲାରା ଷ୍ଟାଡିୟମରେ ଆଜି ଭାରତ ଓ ଘରୋଇ ୱେଷ୍ଟଇଣ୍ଡିଜ୍‌‌ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌‌ ଖେଳାଯିବ। ଏହି ନିର୍ଣ୍ଣାୟକ ମ୍ୟାଚ୍‌‌ ଜିତି ଭାରତ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି। ପ୍ରଥମ ମ୍ୟାଚ୍‌‌ରେ ଭାରତ ଓ ଦ୍ୱିତୀୟରେ ୱେଷ୍ଟଇଣ୍ଡିଜ୍‌‌ ବିଜୟୀ ହୋଇଥିଲା। ଫଳରେ ସିରିଜ ୧-୧ ବରାବର ସ୍ଥିତିରେ ପହଞ୍ଚିଥିଲା। ଆଗାମୀ ଏସିଆ କପ୍‌‌ ଓ ଦିନିକିଆ ବିଶ୍ୱକପ୍‌‌କୁ ଦୃଷ୍ଟିରେ ରଖି ଭାରତ ପରୀକ୍ଷା ନିରୀକ୍ଷା କରିଥିଲା। ଏହା ମହଙ୍ଗା ସାବ୍ୟସ୍ତ ହୋଇଥିଲା। ତ୍ରୁଟି ସୁଧାରି ଭାରତ ନୂଆ ଲାଇନ୍‌‌ଅପ୍‌‌ ସହ ପଡ଼ିଆକୁ ଓହ୍ଲାଇବ ବୋଲି ଆଶା କରାଯାଉଛି।

ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଯାଦବ ଓ ସଞ୍ଜୁ ସାମସନଙ୍କ ବିଫଳତାକୁ ନେଇ ଭାରତୀୟ ଟିମ୍‌‌ ମ୍ୟାନେଜମେଣ୍ଟ ଚିନ୍ତିତ ରହିଛି। ଓପନର ଇଶାନ କିସାନ କ୍ରମାଗତ ଦୁଇଟି ଅର୍ଦ୍ଧଶତକ ହାସଲ କରି ଭଲ ଫର୍ମରେ ଥିବା ସୂଚନା ଦେଇଛନ୍ତି। ପ୍ରତିଭାସମ୍ପନ୍ନ ଓପନର ଶୁବମାନ ଗିଲ ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ଼ ସ୍କୋର ହାସଲ କରିପାରନାହାନ୍ତି। କିସାନ ଓ ଗିଲ୍‌‌ଙ୍କ ସଫଳତା ଉପରେ ମ୍ୟାଚ୍‌‌ର ଫଳାଫଳ ନିର୍ଭର କରିବ। ସେହିପରି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ନିଜ ଦକ୍ଷତା ଅନୁରୂପ ପ୍ରଦର୍ଶନ କରିପାରିନାନ୍ତି। ଟି-୨୦ ସିରିଜ ପୂର୍ବରୁ ସେ ଉଭୟ ବୋଲିଂ ଓ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିବାକୁ ପ୍ରୟାସ କରିବେ। ବୋଲିଂ ବିଭାଗରେ ଉମ୍ରାନ ମଲିକ ଦ୍ରୁତ ଗତିରେ ବଲ୍‌‌ ପକାଉଥିଲେ ମଧ୍ୟ ସିରିଜରେ ଏପର୍ଯ୍ୟନ୍ତ ୱିକେଟ ପାଇନାହାନ୍ତି। ଚାଇନା ମ୍ୟାନ କୁଲଦୀପ ଯାଦବ ଓ ଅନ୍ୟ ବୋଲରମାନେ ଏହି ମ୍ୟାଚ୍‌‌ରେ ଭଲ ପ୍ରଦର୍ଶନ କରିବାକୁ ପ୍ରୟାସ କରିବେ।

ବ୍ରାଏନ ଲାରା ଷ୍ଟାଡିୟମରେ ଏହା ପ୍ରଥମ ଦିନିକିଆ ମ୍ୟାଚ୍‌‌ ହେବ। ତେଣୁ ପିଚ୍‌‌ ବିଷୟରେ ପୂର୍ବାନୁମାନ କରିବା କଷ୍ଟକର। ବର୍ଷା ସମ୍ଭାବନା କମ୍‌‌ ରହିଛି। ବିରାଟ କୋହଲି ଏହି ମ୍ୟାଚ୍‌‌ ଖେଳି ଯଦି ୧୦୨ ରନ ସଂଗ୍ରହ କରନ୍ତି ତାହାଲେ ୫ମ ବ୍ୟାଟର ଭାବେ ୧୩,୦୦୦ ରନ ପୂରଣ କରିବେ। ୬ ୱିକେଟ ନେଲେ ରବୀନ୍ଦ୍ର ଜାଡେଜା ୨୦୦ ଦିନିକିଆ ୱିକେଟ ନେବେ। ସିରିଜରେ ବିଜୟ ହାସଲ କରିବାକୁ ହେଲେ କୋହଲି ଓ ଅଧିନାୟକ ରୋହିତ ଶର୍ମା ଖେଳିବାର ଆବଶ୍ୟକତା ରହିଛି। ତେଣୁ ଏହି ଦୁଇ ତାରକା ଖେଳିବା ନିଶ୍ଚିତ ମନେ ହେଉଛି।

୧୭ ବର୍ଷ ପରେ ଜିତିବା ଲକ୍ଷ୍ୟରେ ୱେଷ୍ଟଇଣ୍ଡିଜ

ଅନ୍ୟପଟେ ଘରୋଇ ଦଳ ୨୦୦୬ ପରେ ପ୍ରଥମ ସିରିଜ ବିଜୟ ହାସଲ କରି ଇତିହାସ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି। ସେବେଠାରୁ ଦୁଇ ଦଳ ୧୨ଟି ଦ୍ୱିପାକ୍ଷିକ ଦିନିକିଆ ସିରିଜ ଖେଳିଥିଲେ ମଧ୍ୟ ଭାରତ ସବୁଥର ବାଜି ମାରିଛି। ଅଧିନାୟକ ସାଇ ହୋପ୍‌‌ ପୁଣି ଥରେ ମ୍ୟାଚ୍‌ ବିଜୟୀ ପ୍ରଦର୍ଶନ କରି ଦଳକୁ ଜିତାଇବାକୁ ପ୍ରୟାସ କରିବେ। ସ୍ପିନର ଗୁଦକେଶ ମୋତି ଓ ଦ୍ରୁତ ବୋଲର ରୋମାରିଓ ଶେଫର୍ଡ ଭାରତୀୟ ବ୍ୟାଟରଙ୍କୁ ସମସ୍ୟାରେ ପକାଇବେ। ମ୍ୟାଚ୍‌‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।

ସମ୍ଭାବ୍ୟ ଦଳ

ଭାରତ: ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ୍‌‌, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ଇଶାନ କିସାନ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମୁକେଶ କୁମାର, ଶାର୍ଦ୍ଦୁଳ ଠାକୁର, ଉମ୍ରାନ ମଲିକ।

ୱେଷ୍ଟଇଣ୍ଡିଜ: ବ୍ରାଣ୍ଡନ କିଙ୍ଗ୍‌‌, କାଏଲ ମାୟର୍ସ, ଆଲିକ ଆଥାନାଜେ, ସାଇ ହୋପ (ଅଧିନାୟକ), ଶିମରନ ହେଟମାୟର, ରୋଭମାନ ପାୱେଲ/କିସି କାର୍ଟି, ରୋମାରିଓ ଶେଫର୍ଡ, ଡୋମିନିକ ଡ୍ରେକ୍ସ, ଗୁଦକେଶ ମୋତି, ୟାନିକ କାରିଆ, ଜେଡେନ ସିଲ୍ସ/ ଆଲଜରୀ ଯୋଶେଫ୍‌‌/ ଓସେନ ଥୋମାସ୍‌‌।

ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଟିମ୍ ଘୋଷଣା
ମୁମ୍ବାଇ: ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଟିମ ଘୋଷଣା ହୋଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଘୋଷଣା କରାଯାଇଛି। ସେହିପର୍ ଯଶସ୍ବୀ ଜୟସ୍ବାଲ ଓ ତିଲକ ବର୍ମାଙ୍କୁ ସୁଯୋଗ ଦିଆଯାଇଛି । ଟିମର ନିୟମିତ ଅଧିନାୟକ ରୋହିତ ଶର୍ମା, ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ସମେତ ବରିଷ୍ଠ ଖେଳାଳିଙ୍କୁ ଦଳରେ ବିଶ୍ରାମ ଦିଆଯାଇଛି। ଅଗଷ୍ଟ ୩ରୁ ଏହି ଟି-୨୦ ସିରିଜ୍ ଆରମ୍ଭ ହେବ।

ଇଶାନ କିଶନ(ୱିକେଟକିପର), ଶୁଭମନ ଗିଲ, ଯଶସ୍ୱୀ ଜୟସ୍ୱାଲ, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଉପଅଧିନାୟକ), ସଞ୍ଜୁ ସାମସନ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଅକ୍ଷର ପଟେଲ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ରବି ବିଷ୍ନୋଇ, ଅର୍ଶଦୀପ ସିଂହ, ଉମରାନ ମଲ୍ଲିକ, ଅଭେସ ଖାନ, ମୁକେଶ କୁମାର ।

ସୂଚନାଯୋଗ୍ୟ ଯେ, ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଭାରତ ୨ଟି ଟେଷ୍ଟ, ୩ଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ ଖେଳିବ ।

ଆଜି ଭାରତ-ୱେଷ୍ଟଇଣ୍ଡିଜ ଚତୁର୍ଥ ଟି-୨୦ : ବିଜୟ ସହ ସିରିଜ୍ ହାତେଇବା ଲକ୍ଷ୍ୟରେ ଟିମ୍ ରୋହିତ
ଲଡେରହିଲ (ଆମେରିକା) : ଆମେରିକାର ଫ୍ଲୋରିଡାରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ଆଜି ଖେଳାଯିବ। ୫ ମ୍ୟାଚ୍‍ ବିଶିଷ୍ଟ ଏହି ସିରିଜରେ ଭାରତ ୨-୧ରେ ଅଗ୍ରଣୀ ହାସଲ କରିଛି। ଫଳରେ ଚତୁର୍ଥ ମ୍ୟାଚ୍‍ ଜିତି ଭାରତ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି। ପୂର୍ବରୁ ଅନୁଷ୍ଠିତ ଦିନିକିଆ ସିରିଜରେ ଭାରତ ୩-୦ରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା। ଅଷ୍ଟ୍ରେଲିଆରେ ଆସନ୍ତା ଅକ୍ଟୋରବ- ନଭେମ୍ବରରେ ଟି-୨୦ ବିଶ୍ୱକପ୍‍ର ଅଷ୍ଟମ ସଂସ୍କରଣ ଆୟୋଜନ ହେବାକୁ ଯାଉଥିବାରୁ ଦଳ ଚୟନ ପାଇଁ ଏହି ସିରିଜ ଭାରତ ପାଇଁ ଯଥେଷ୍ଟ ଗୁରୁତ୍ୱ ବହନ କରୁଛି। ଭାରତର ପ୍ରଦର୍ଶନ ଆଶାନୁରୂପ ହୋଇଛି। ତେବେ ଶ୍ରେୟଶ ଆୟାରଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି। ଭାରତ ପ୍ରଥମ ଟି-୨୦କୁ ୬୮ ରନରେ ଏବଂ ୩ୟ ମ୍ୟାଚକୁ ୭ ୱିକେଟ୍‍ରେ ବିଜୟୀ ହୋଇଥିଲା। ଦ୍ୱିତୀୟ ମୁକାବିଲରେ ଘରୋଇ ୱେଷ୍ଟଇଣ୍ଡିଜ୍‍ ୫ ୱିକେଟରେ ବିଜୟ ହାସଲ କରିଥିଲା।

ବିଶ୍ବକପ୍‌ ଦଳ ଚୂଡାନ୍ତ ପୂର୍ବରୁ ଏବେ ଭାରତୀୟ ଚୟନକର୍ତାଙ୍କ ବିଶେଷ ନଜର ରହିଛି ଶ୍ରେୟସ ଆୟରଙ୍କ ଉପ‌ରେ। ହଠାତ୍‌ ଅସ୍ଥିର ପ୍ରଦର୍ଶନ ପର୍ଯ୍ୟାୟରେ ସମୟ କାଟୁଛନ୍ତି ଏହି ଶୀର୍ଷକ୍ରମ ବ୍ୟାଟର୍‌। ଅନ୍ୟପକ୍ଷରେ ଦୀପକ ହୁଡାଙ୍କୁ ମିଳିଥିବା ସୀମିତ ସୁଯୋଗକୁ ସେ ସଦ୍‌ବ୍ୟବହାର କରିଛନ୍ତି। ବିଶ୍ବକପ୍‌ ଦଳ ପାଇଁ ହୁଡା ଦାବିଦାର ହେଲେଣି। ଏସିଆ କପ୍‌ ଚୂଡାନ୍ତ ଏକାଦଶ ଦଳକୁ ବିରାଟ କୋହଲି ଏବଂ କେଏଲ୍ ରାହୁଲ ଫେରିବା ନିଶ୍ଚିତ ଥିବାରୁ ୨୭ ବର୍ଷୀୟ ଆୟରଙ୍କ ପାଇଁ ସମୟ ସରିସରି ଆସୁଛି ବୋଲି ବିବେଚନା କରାଯାଉଛି। ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଆରମ୍ଭରୁ କୌଣସି ଖେଳାଳିଙ୍କୁ ଅନ୍ୟାୟ‌ର ଶିକାର ହେବାକୁ ଦିଆଯାଉନାହିଁ। ଯାହାକୁ ସୁଯୋଗ ମିଳୁଛି ପର୍ଯ୍ୟାପ୍ତ ରହୁଛି। ଆୟରଙ୍କ‌ କ୍ଷେତ୍ରରେ କିନ୍ତୁ ଟିକିଏ ଏହା ଭିନ୍ନ ରହିଛି। ଦିନିକିଆ ତୁଳନାରେ ସେ ଟ୍ବେଣ୍ଟି-୨୦ରେ ବିଶେଷ ପ୍ରଭାବ ଛାଡ଼ିନାହାନ୍ତି। ବିଗତ ଅଢ଼େଇ ମାସରେ ସେ ୯ଟି ଟ୍ବେଣ୍ଟି-୨୦ ଖେଳିଥିବା ବେଳେ ମାତ୍ର ଥରେ ୫୦ ଟପିଛନ୍ତି। ଗୋଟିଏ ବର୍ଷାରେ ଧୋଇଯାଇଥିଲା। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଶେଷ ଦୁଇ ମ୍ୟାଚ୍‌ରେ ସେ ଖେଳିଲେ ନିଶ୍ଚିତ ପ୍ରଭାବ ଛାଡ଼ିବାକୁ ଚାହିଁବେ। କାରଣ ଏସିଆ କପ୍‌ ଦଳରେ ସାମିଲ ରହିଲେ ବି ସେ ଚୂଡାନ୍ତ ଏକାଦଶକୁ ଆସିବା କଷ୍ଟକର ହେବ।

ଚଳିତ ବର୍ଷ ବିଶ୍ବକପ୍‌ ଖେଳାଯିବାକୁ ଥିବାରୁ ଭାରତ ପାଇଁ ଏହି ଶୃଙ୍ଖଳା ଗୁରୁତ୍ବ ବହନ କରୁଛି। ତୃତୀୟ ମ୍ୟାଚ୍‌ ବେଳେ ମାଂଶପେଶୀ ଟାଣି ହୋଇଯିବାରୁ ରିଟାର୍ଡ ହର୍ଟ ହୋଇଥିବା ଅଧିନାୟକ ରୋହିତ ଶର୍ମା ଫିଟ୍‌ ଘୋଷିତ ହୋଇଥିବାରୁ ଶନିବାର ମ୍ୟାଚ୍ ଖେଳିବା ସମ୍ଭାବନା ଉଜ୍ବଳ ରହିଛି। ଲୌଡରହିଲ୍‌ରେ ଭାରତୀୟ ଦଳକୁ ଉତ୍ସାହିତ କରିବାକୁ ମଧ୍ୟ ବହୁ ପ୍ରଶଂସକ ପ୍ରତ୍ୟେକ୍ଷ ଭାବେ ଉପସ୍ଥିତ ରହିବେ। ଭାରତ ଏବେ ଆହତ ହର୍ଷଲ ପଟେଲ ଫିଟ୍‌ ହୋଇଯାଇଥିବାରୁ ତାଙ୍କୁ ଅସ୍ଥିର ଆୱେସ ଖାନଙ୍କ ବଦଳରେ ଖେଳାଇବା ସ୍ଥିତିରେ ରହିଛି। କୁଲଦୀପ ଯାଦବଙ୍କୁ ଖେଳାଇବା କଥା ମଧ୍ୟ ରୋହିତ ଶର୍ମା ବିଚାର କରୁଛନ୍ତି। ଶେଷ ଥର ପାଇଁ ଲୌଡରହିଲ୍‌ରେ ୨୦୧୬ରେ ଭାରତ-ୱେଷ୍ଟଇଣ୍ଡିଜ୍‌ ୨ ମ୍ୟାଚ୍‌ ଶୃଙ୍ଖଳା ଖେଳିଥିବା ବେଳେ ଗୋଟିଏ ମ୍ୟାଚ୍‌ ବର୍ଷା ଧୋଇନେଇଥିଲା। ୱେଷ୍ଟଇଣ୍ଡିଜ୍‌ ୧-୦ରେ ଶୃଙ୍ଖଳା ଜିତିଥିଲା। କୋଭିଡ୍‌ ପ୍ରଭାବିତ ଶ୍ରୀଲଙ୍କା ଗସ୍ତକୁ ଛାଡ଼ି‌ଦେଲେ ଭାରତ ଶେଷ ଥର ପାଇଁ ୨୦୧୯ରେ ଅଷ୍ଟ୍ରେଲିଆ ନିକଟରୁ ହିଁ ଏକ ଟ୍ବେଣ୍ଟି-୨୦ ଶୃଙ୍ଖଳା ହାରିଥିଲା।

ଟି-୨୦ ଲାଗି ବାରବାଟୀ ପ୍ରସ୍ତୁତ
କଟକ/ଭୁବନେଶ୍ବର : ଆଉ ଗୋଟିଏ ଦିନ ପରେ ବାରବାଟୀ ମୁକାବିଲା। କ୍ରିକେଟ ଜଗତର ଦୁଇ ଶକ୍ତିଶାଳୀ ଦଳ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚଳିତ ଟି-୨୦ ସିରିଜ୍‍ର ଦ୍ୱିତୀୟ ମ୍ୟାଚ୍‍ ଖେଳାଯିବ। ଏଥି ନିମନ୍ତେ ଷ୍ଟାଡିୟମ ପୂର୍ଣ୍ଣ ପ୍ରସ୍ତୁତ ହୋଇ ସାରିଛି। ଦୁଇ ଦଳ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି। ଶନିବାର ଉଭୟ ଅଭ୍ୟାସ କରିବା ନିମନ୍ତେ କଟକର ବାରବାଟୀ ଷ୍ଟାଡିୟମକୁ ଆସିବେ। ଦିନ ୧ଟା ସମୟରେ ଦକ୍ଷିଣଆଫ୍ରିକା ଦଳ ପ୍ରଥମେ ଏଠାକୁ ଆସିବ। ସନ୍ଧ୍ୟା ୫ଟାରେ ଋଷଭ ପନ୍ତ୍‍ଙ୍କ ନେତୃତ୍ୱାଧୀନ ଭାରତ ଦଳ ପହଞ୍ଚିବ। ଅନ୍ୟପକ୍ଷରେ ସାଧାରଣ ଦର୍ଶକ ଅଭ୍ୟାସ ଦେଖିବା ନିମନ୍ତେ ସୁଯୋଗ ପାଇବେ। ଏଥି ନିମନ୍ତେ ଷ୍ଟାଡିୟମର ଗ୍ୟାଲେରୀ ନଂ-୬ରେ ବ୍ୟବସ୍ଥା ହୋଇଛି ବୋଲି ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ସୂଚନା ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଅତିଥି

ବାରବାଟୀ ମ୍ୟାଚ୍‍ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେବେ। ଏଥି ପାଇଁ ଓସିଏ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। ପ୍ୟାଭିଲିୟନ ନିକଟ ସାଇଡସ୍କ୍ରିନ ପାର୍ଶ୍ବ ଅଞ୍ଚଳରେ ଏକ ମଞ୍ଚ ପ୍ରସ୍ତୁତ କରାଯିବ। ଏଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉପସ୍ଥିତ ରହିବେ। ଏହାଛଡ଼ା ଘଣ୍ଟି ବଜାଇ ମ୍ୟାଚ୍‍କୁ ଉଦ୍‍ଘାଟନ କରିବେ ବୋଲି ଯୋଜନା ରହିଛି। ଏହି ଅବସରରେ କିଛି ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିପାରନ୍ତି। ସୂଚନାଯୋଗ୍ୟ ଯେ, ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମଧ୍ୟ ଏହି ମ୍ୟାଚ୍‌ େଦଖÒବାକୁ ବାରବାଟୀ ଆସିବାର କାର୍ଯ୍ୟସୂଚୀ ରହିଛି।

ବର୍ଷା ଡର

ଦିନ ତମାମ କୋହଲା ପାଗ ହେବା ସାଙ୍ଗକୁ ବର୍ଷା ଘୋଟାଇ ଥିଲା। ମ୍ୟାଚ୍‍ ପୂର୍ବରୁ ଏଭଳି ସ୍ଥିତିକୁ ମୁକାବିଲା କରିବା ପାଇଁ ଓସିଏ ପକ୍ଷରୁ ପ୍ରାକ୍‍ ପ୍ରସ୍ତୁତି ଗ୍ରହଣ କରାଯାଇଥିଲା। ଇଂଲଣ୍ଡରୁ ଅଣାଯାଇଥିବା ଗ୍ରାଉଣ୍ଡ କଭରକୁ ପଡ଼ିଆରେ ଘୋଡ଼ାଇ ଦିଆଯାଇଥିଲା। ଏହାଛଡ଼ା ଓସିଏ ପକ୍ଷରୁ ୩୦ଜଣଙ୍କୁ ଠିକାସୂତ୍ରରେ ନିଯୁକ୍ତି ଦିଆଯାଇଛି। ମ୍ୟାଚ୍‍ ଶେଷ ହେବା ପର୍ଯ୍ୟନ୍ତ ଏମାନେ ଗ୍ରାଉଣ୍ଡରେ କାମ କରିବେ। ବିଶେଷକରି ନୂଆ କଭରଟି କିପର ଘୋଡାଯିବ ସେ ଦିଗରେ ଏମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।

ପୁଲିସର କାରକେଡ ମକ୍‍ଡ୍ରିଲ

ପୁଲିସ ପକ୍ଷରୁ କାରକେଡ ମକ୍‍ଡ୍ରିଲ କରାଯାଇଥିଲା। ମେଫେୟାର ହୋଟେଲରୁ ଖେଳାଳିମାନଙ୍କୁ କିପରି ବାରବାଟୀ ଷ୍ଟାଡିୟମ ପର୍ଯ୍ୟନ୍ତ ଅଣାଯିବ ସେଥିପାଇଁ ଅଭ୍ୟାସ କରାଯାଇଥିଲା। ଦୁଇଟି ବସ୍‍କୁ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ଭିତରେ ଷ୍ଟାଡିୟମ ପରିସରକୁ ଅଣାଯାଇଥିଲା। ମେଫେୟାର ହୋଟେଲରୁ ଗାଡ଼ି ବାହାରି ଓଏମପି-ଶିଖରପୁର-ଯୋବ୍ରା-ମାତାମଠ-କ୍ୟାଣ୍ଟନମେଣ୍ଟ ରୋଡ ଦେଇ ଗାଡ଼ି ଆସିବା ସହିତ ଦୁର୍ଗ ନିକଟ ରାସ୍ତାରେ ସଚିନ ତେନ୍ଦୁଲକର ଇଣ୍ଡୋର ହଲ ପଛ ପାର୍ଶ୍ବ ଦେଇ ଷ୍ଟାଡିୟମ ପରିସରକୁ ଯାଇଥିଲା।

ଛେନା ପୋଡ଼, ମଣ୍ଡା ପିଠା, କାକରା

ବାରବାଟୀ ଟି-୨୦ ଲାଗି ଖେଳାଳିମାନେ ଶୁକ୍ରବାର ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଶନିବାର ଉଭୟ ଦଳର ଖେଳାଳି ପର୍ଯ୍ୟାୟକ୍ରମେ ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିବେ। ରବିବାର ମ୍ୟାଚ୍‍ ଖେଳାଯିବ ଏବଂ ସୋମବାର ଅପରାହ୍ଣ୍ନରେ ସେମାନେ ୩ୟ ଟି-୨୦ ଖେଳିବା ଲାଗି ବିଶାଖାପାଟଣା ଗସ୍ତ କରିବେ। ଏହି ଅବସରରେ ଖେଳାଳିମାନେ ଓଡ଼ିଶାରେ ପାଖାପାଖି ୪ ଦିନ ରହିବେ। ଏହାକୁ ଲକ୍ଷ୍ୟ ରଖି ସେମାନଙ୍କ ଲାଗି ଓଡ଼ିଶାର କିଛି ସ୍ୱତନ୍ତ୍ର ଖାଦ୍ୟର ବନ୍ଦୋବସ୍ତ କରାଯାଇଛି। ସେଥି ମଧ୍ୟରେ ଓଡ଼ିଆଙ୍କ ପ୍ରିୟ ଛେନାପୋଡ଼ ସାଙ୍ଗକୁ ମଣ୍ଡା, ଆରିଶା ଓ କାକରା ପିଠା କରିଛି। ସେହିଭଳି ଡାଲମାକୁ ମଧ୍ୟ ମେନ୍ୟୁରେ ସାମିଲ କରାଯାଇଛି। ଦକ୍ଷିଣ ଭାରତୀୟ ଖାଦ୍ୟକୁ ଖେଳାଳିମାନେ ଗୁରୁତ୍ୱ ଦେଇଥାନ୍ତି ଓ ଖେଳାଳିମାନଙ୍କ ଦାୟିତ୍ୱକୁ ଆଖିଆଗରେ ରଖି ଲୋ କ୍ୟାଲୋରୀଯୁକ୍ତ ଖାଦ୍ୟ ପ୍ରସ୍ତୁତ କରାଯାଇଛି। କିନ୍ତୁ ଉଭୟ ଟିମ୍‍ରେ ରହିଥିବା ଡାଏଟିସିଆନଙ୍କ ପରାମର୍ଶକ୍ରମେ ଖେଳାଳିମାନେ ଏହି ଖାଦ୍ୟକୁ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

ଆରମ୍ଭ ହୋଇଗଲା କଳାବଜାରୀଙ୍କ ବେପାର

ବାରବାଟୀ ମ୍ୟାଚ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଆରମ୍ଭ ହୋଇଯାଇଛି ଟିକଟ୍‍ କଳାବଜାରୀଙ୍କ ରାଜୁତି। ଯୁଗ ସହିତ ତାଳଦେଇ ଅନ୍‍ଲାଇନ ମାଧ୍ୟମରେ ଟିକଟ୍‍ ପସରା ମେଲାଇଛନ୍ତି ବ୍ଲାକର୍‍। ଯେଉଁଥିରେ ମୂଳଦରଠାରୁ ଟିକଟ୍‍କୁ ୭ରୁ ୮ ଗୁଣା ଅଧିକ ଦରରେ ବିକ୍ରି କରାଯିବାର ସୂଚନା ଦିଆଯାଇଛି। ଅନ୍‍ଲାଇନ୍‍ରୁ ମିଳିଥିବା ଏହି ସୂଚନା ଅନୁଯାୟୀ ଗ୍ୟାଲେରୀ-୨ ଟିକଟ୍‍ର ମୂଲ୍ୟ ୭୦୦ ଟଙ୍କା ରହିଥିବାବେଳେ ଏହାକୁ ବ୍ଲାକରେ ବିକ୍ରି ପାଇଁ ମୂଲ୍ୟ ୫୦୦୦ ଧାର୍ଯ୍ୟ କରାଯାଇଥିଲା। ସେହିଭଳି ଗ୍ୟାଲେରୀ-୩’ର ଦର ୫୦୦୦ ହଜାର ଟଙ୍କା ରଖାଯାଇଥିଲା, ଯାହାର ମୂଳଦର ୯୦୦ ଟଙ୍କା। ଏସି ବକ୍ସ ଟିକଟ୍‍ର ମୂଲ୍ୟ ୭ ହଜାର ରହିଥିବାବେଳେ ବ୍ଲାକରେ ଏହାର ଦର ୧୫ ହଜାର ଟଙ୍କା ରଖାଯାଇଛି। ଯେଉଁ କ୍ରିକେଟ୍‍ପ୍ରେମୀ ମ୍ୟାଚ୍‍ ଦେଖିବା ଲାଗି ଟିକଟ୍‍ କିଣିବାରୁ ବଞ୍ଚିତ ରହିଛନ୍ତି ସେମାନଙ୍କୁ ଅନ୍‍ଲାଇନ ମାଧ୍ୟମରେ ବ୍ଲାକରମାନେ ଟାର୍ଗେଟ୍‍ କରିଛନ୍ତି।

ଭାରତ- ୱେଷ୍ଟଇଣ୍ଡିଜ୍ ୩ୟ ଦିନିକିଆ: ସିରିଜ କ୍ଲିନ୍ ସୁଇପ କଲା ଭାରତ
ଅହମଦାବାଦ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ଭାରତ ୯୬ ରନରେ ବିଜୟ ହୋଇ ସିରିଜ କ୍ଲିନ ସୁଇପ୍ କରିଛି। ଭ୍ରମଣକାରୀ ଦଳ ୱେଷ୍ଟଇଣ୍ଡିଜକୁ ନିରାଶ ହେବାକୁ ପଡ଼ିଛି। ଭାରତ ପ୍ରଥମେ ବ୍ଯାଟିଂ କରି ୨୬୫ ରନ କରିଥିଲା । ୱେଷ୍ଟଇଣ୍ଡିଜକୁ ୨୬୬ରନର ଆବଶ୍ଯକ ଥିଲା । ହେଲେ ଭାରତର ଘାତକ ବୋଲିଂରେ ୱେଷ୍ଟଇଣ୍ଡିଜର ବ୍ଯାଟିଂ ବିପର୍ଯ୍ଯୟ ଘଟିଥିଲା। ୱେଷ୍ଟଇଣ୍ଡିଜ ସମସ୍ତ ୱିକେଟ ହରାଇ  ୧୬୯ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଭାରତ ୩-୦ ରେ ସିରିଜ ହାତେଇଛି।

ପ୍ରଥମେ ବ୍ଯାଟିଂ କରି ୫୦ ଓଭରରେ ୨୬୫ ରନ କରି ଅଲଆଉଟ ହୋଇଥିଲା ଭାରତ। ହେଲେ ୱେଷ୍ଟଇଣ୍ଡିଜ ୩୭.୧ ଓଭରରେ ସମସ୍ତ ୱିକେଟ ହରାଇ  ୧୬୯ ରନ କରିବାକୁ ସକ୍ଷମ ହୋଇଥିଲା।

ୱେଷ୍ଟଇଣ୍ଡିଜ୍ ପକ୍ଷରୁ କ୍ୟାପଟେନ୍  ନିକୋଲାସ ପୁରନ୍ ( ୩୪), ଓଡେନ୍ ସ୍ମିଥ୍ (୩୬)  ଓ  ଅଲଜାରୀ ଜୋସେଫ୍ ( ୨୯)  ବ୍ଯତୀତ ଅନ୍ଯ କୌଣସି ଖେଳାଳୀଙ୍କ ବ୍ଯାଟରୁ ଆଖିଦୃଶିଆ ସଟ୍ ଦେଖିବାକୁ ମିଳି ନ ଥିଲା। ଶାଇ ହୋପ୍ ( ୫),  ବ୍ରାଣ୍ଡନ୍ କିଙ୍ଗ୍ (୧୪),  ଡାରେନ୍ ବ୍ରାଭୋ ( ୨୦ ), ଶାମରା ବ୍ରୁକ୍ସ (୦ ),  ଜେସନ୍ ହୋଲ୍ଡର( ୬), ଫାବିଆନ୍ ଆଲେନ୍( ୦),  ହେଡେନ୍ ୱାଲ୍ସ(୧୩ ) ରନ କରି ଆଉଟ ହୋଇଥିଲେ।

ସେପହିପରି, ଭାରତ ପକ୍ଷରୁ ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା ଉଭୟ ସର୍ବାଧିକ ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଦୀପକ ଚହର ଓ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ  ନେଇଥିଲେ।

୩ୟ ଦିନିକିଆ: ୱେଷ୍ଟଇଣ୍ଡିଜକୁ ୨୬୬ରନର ଟାର୍ଗେଟ ଦେଲା ଭାରତ
ଅହମଦାବାଦ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ଭାରତ ପ୍ରଥମେ ବ୍ଯାଟିଂ କରି ୫୦ ଓଭରରେ ୨୬୫ ରନ କରି ଅଲଆଉଟ ହୋଇଛି। ଭାରତ ସିରିଜ ଜିତିସାରିଥିବା ବେଳେ ଆଜିର ମ୍ଯାଚ ଜିତି କ୍ଲିନ୍ ସୁଇପ ଲକ୍ଷ୍ଯରେ ରହିଛି। ୱେଷ୍ଟଇଣ୍ଡିଜ୍ ସମ୍ମାନ ରକ୍ଷାକିବା ପାଇଁ ଆଜିର ମ୍ଯାଚକୁ ଜିତିବାକୁ ଚେଷ୍ଟା କରିବ। ଏହି ମ୍ଯାଚକୁ ଜତିବାକୁ ହେଲେ ୱେଷ୍ଟଇଣ୍ଡିଜକୁ ୨୬୬ରନର ଆବଶ୍ଯକ ରହିଛି।

ଆଜିର ମ୍ଯାଚରେ କ୍ୟାପଟେନ୍ ରୋହିତ୍ ଶର୍ମା (୧୩) ଓ ଶିଖର ଧୱନ୍ (୧୦) ରନ କରି ଆଉଟ ହୋଇଥିବା ବେଳେ ପୁଣି ଥରେ ନିରାଶ କରିଛନ୍ତି ପୂର୍ବତନ କ୍ଯାପଟେନ ବିରାଟ କୋହଲି । ବିରାଟ ଆଜିର ମ୍ଯାଚରେ ଖାତା ଖୋଲିପାରିନାହାନ୍ତି। ପରେ ପାରିକୁ ଶ୍ରେୟସ ଆୟର୍ ଓ ଋଷଭ ପନ୍ତ ସମ୍ଭାଳିଥିଲେ। ଆୟର୍ ୮୦ ଓ  ପନ୍ତ ୫୬ ରନ କରି ଆଉଟ ହୋଇଥିଲେ। ସୂର୍ୟ୍ୟକୁମାର ୬ ରନ କରି ଆଉଟ ହୋଇଥିଲେ। ପୁଣି ଥରେ ୱାଶିଂଟନ୍ ସୁନ୍ଦର ଓ ଦୀପକ ଚହର ଆକ୍ରମଣାତ୍ମକ ବ୍ଯାଟିଂ ଦେଖିବାକୁ ମିଳିଥିଲା। ଚହର ୩୮ ଓ ସୁନ୍ଦର ୩୩ ରନ କରି ଆଉଟ ହୋଇଥିଲେ। ସେହିପରି କୁଲଦୀପ ଯାଦବ ( ୫)  ଓ  ମହମ୍ମଦ ସିରାଜ(୪) ରନ କରି ଆଉଟ ହୋଇଥିଲେ।

ନିରାଶ ହେବେ ଓଡିଶା କ୍ରିକେଟ ପ୍ରଶଂସକ; ଅନିଶ୍ଚିତତାରେ ବାରବାଟୀରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ଟି-ଟ୍ୱେଣ୍ଟି ମ୍ୟାଚ୍‌
କଟକ: ନିରାଶ ହେବେ ଓଡିଶାର କ୍ରିକେଟ୍ ପ୍ରେମୀମାନେ। ବିସିସିଆଇ କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ଟି-୨୦ ମ୍ୟାଚକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ୱେଷ୍ଟଇଣ୍ଡିଜ କ୍ରିକେଟ୍‌ ଦଳ ଫେବ୍ରୁଆରୀ ମାସରେ ଭାରତ ଗସ୍ତରେ ଆସି ୩ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ଖେଳିବ । ୬ଟି ମ୍ୟାଚ୍‌ ଦେଶର ୬ଟି ଭେନ୍ୟୁରେ ଖେଳାଯିବା ନେଇ ସୂଚୀ ପୂର୍ବରୁ ଘୋଷଣା ହୋଇ ସାରିଥିଲା । ମାତ୍ର ବିଶ୍ବସ୍ତସୂତ୍ରରୁ ଜଣାପଡିଛି ଯେ ରାଜ୍ୟରେ କୋଭିଡ୍- ୧୯ ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ମ୍ୟାଚକୁ ସ୍ଥାନାନ୍ତର କରାଯାଇଛି। ଫେବୃଆରୀ ୧୫ ତାରିଖରେ କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବାର ଥିଲା।

ଖବର ଅନୁଯାୟୀ, ବୁଧବାର ବିସିସିଆଇର ଫିକ୍ସର କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ଦ୍ବିପାକ୍ଷିକ ସିରିଜର ସମସ୍ତ ମ୍ୟାଚକୁ କେବଳ କୋଲକାତା ଏବଂ ଅହମ୍ମଦାବାଦରେ ଖେଳାଯିବାକୁ ବିସିସିଆଇ ଟୁର୍, ଫିକ୍ଚର୍ସ ଏବଂ ଟେକ୍ନିକାଲ୍ କମିଟି ପ୍ରସ୍ତାବ ଦେଇଛି। କିଛି ରିପୋର୍ଟ ଅନୁଯାୟୀ, ଗତକାଲିର ଭର୍ଚୁଆଲ୍ ବୈଠକରେ ବିସିସିଆଇ କମିଟି ଏହି ନିଷ୍ପତ୍ତି ନେଇଛି। ସେହି ଅନୁଯାୟୀ, ଉଭୟ ଦିନିକିଆ ଏବଂ ଟି-୨୦ ମ୍ୟାଚ୍ କାର୍ଯ୍ୟସୂଚୀର ତାରିଖ ଗୁଡ଼ିକରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ହୋଇପାରେ। ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ବିସିସିଆଇ ଏ ବିଷୟ ଘୋଷଣା କରିବ।

ଭାରତ-ୱେଷ୍ଟଇଣ୍ଡିଜ୍ ସିରିଜରେ ଫେବୃଆରୀ ୬ ତାରିଖରୁ ତିନୋଟି ଏକଦିବସୀୟ ମ୍ୟାଚ୍ ଏବଂ ତିନୋଟି ଟି – ୨୦ ମ୍ୟାଚ୍ ଖେଳାଯିବାକୁ ଧାର୍ଯ୍ୟ ହୋଇଛି। ଅହମ୍ମଦାବାଦ, ଜୟପୁର, ଏବଂ କୋଲକାତାରେ ଏକଦିବସୀୟ ଏବଂ ଟି – ୨୦ ମ୍ୟାଚ ଗୁଡ଼ିକ କଟକ, ବିଶାଖାପାଟଣା ଏବଂ ଥିରୁଅନନ୍ତପୁରମରେ ଖେଳାଯିବାକୁ ସ୍ଥିର ହୋଇଥିଲା। କିନ୍ତୁ ପରିବର୍ତ୍ତିତ ପ୍ରସ୍ତାବ ଯଦି କାର୍ଯ୍ୟକାରୀ କରାଯାଏ ତେବେ ଓଡ଼ିଶାର କ୍ରିକେଟପ୍ରେମୀ ନିରାଶ ହେବେ ବୋଲି ସମ୍ଭାବନା ଦେଖାଦେଇଛି ।

ବାରବାଟୀରେ ହେବ ଭାରତ- ୱେଷ୍ଟଇଣ୍ଡିଜ୍ ଟି-୨୦
କଟକ, ୧୯।୯ (ସମିସ): କଟକର ବାରବାଟୀ ଷ୍ଟାଡିୟମ୍‌କୁ ଫେରିଛି ଅନ୍ତର୍ଜାତୀୟ କ୍ରିକେଟ । ଆସନ୍ତାବର୍ଷ ଅର୍ଥାତ୍ ୨୦୨୨ରେ ୱେଷ୍ଟଇଣ୍ଡିଜ୍‌ ଦଳ ଭାରତ ସହ ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍ ଫେବୃଆରୀ ୬ରୁ ୨୨ ମଧ୍ୟରେ ଖେଳିବାକୁ ଆସିବାର ସମ୍ଭାବନା ରହିଛି। ଏହି ମ୍ୟାଚ୍‌ଗୁଡ଼ିକର ଭେନ୍ୟୁ ଚୂଡ଼ାନ୍ତ ହୋଇଥିଲେ ମଧ୍ୟ କେଉଁ ମ୍ୟାଚ୍ କେବେ ଅୟୋଜିତ ହେବ ତାହା ସୋମବାର ବିସିସିଆଇ ଅପେକ୍ସ କାଉନ୍ସିଲ ବୈଠକରେ ଚୂଡାନ୍ତ ହେବ।

ସୂଚନା ଅନୁଯାୟୀ ଦୁଇ ଦେଶ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ୍‌ଟି କଟକର ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବାର କାର୍ଯ୍ୟସୂଚୀ ଚୂଡାନ୍ତ ହୋଇଛି। ଏହି ମ୍ୟାଚଟି ୨୦୨୨ ଫେବୃଆରୀ ୧୫ କିମ୍ବା ଏହା ପରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।ଶେଷଥର ଲାଗି ବାରବାଟୀରେ ଅନ୍ତର୍ଜାତୀୟ କ୍ରିକେଟ ୨୦୧୯, ଡିସେମ୍ବର ୨୨ରେ ଖେଳାଯାଇଥିଲା । ଏହି ଦିନ ଅନୁଷ୍ଠିତ ଦିନିକିଆ ମ୍ୟାଟ୍‌ରେ ଭାରତ ୪ ୱିକେଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା । ସେହିପରି ବାରବାଟୀରେ ଦୁଇଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଛି। ଏହା ମଧ୍ୟରୁ ୨୦୧୫ ଅକ୍ଟୋବର ୫ରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୬ ୱିକେଟରେ ଭାରତକୁ ବାରବାଟୀରେ ହରାଇଥିଲା।

ସେହିପରି ୨୦୧୭ ଡିସେମ୍ବର ୨୦ରେ ଅନୁଷ୍ଠିତି ଦ୍ବିତୀୟ ତଥା ଶେଷ ଟି-୨୦ ମ୍ୟାଚ୍‌ରେ ଭାରତ ୯୩ ରନ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା । ଏବେ କଟକରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ ଆୟୋଜିତ ହେବାକୁ ଯାଉଥିବାରୁ ସମର୍ଥକଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ପ୍ରକାଶ ପାଇଛି।