Barabati Stadium - The Sakala

ଡିସେମ୍ବର ୨୪ରେ କମ୍ପିବ ବାରବାଟୀ; ଶ୍ରୀଲଙ୍କା ବିପକ୍ଷରେ T-20 ମ୍ୟାଚ୍‌ ଖେଳିବ ଟିମ୍ ଇଣ୍ଡିଆ
କଟକ: ଓଡ଼ିଶାର କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ବଡ ଖୁସି ଖବର । ଡିସେମ୍ବର ୨୪ରେ ଦୁଲୁକିବ କଟକର ବାରବାଟୀ ଷ୍ଟାଡିୟମ। ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଖେଳାଯିବ T-20 ମ୍ୟାଚ୍‌ । ୨୦୨୬-୨୭ ପାଇଁ BCCI ଖେଳସୂଚୀରୁ ସ୍ପଷ୍ଟ ହୋଇଛି ବାରବାଟୀ ମ୍ୟାଚ୍‌ । ଆସନ୍ତା ଡିସେମ୍ବର ମାସରେ ଭାରତ ଗସ୍ତରେ ଆସୁଥିବା ଶ୍ରୀଲଙ୍କା ଦଳ ଭାରତ ବିପକ୍ଷରେ ୩ଟି ଟି-୨୦ ଏବଂ ୩ଟି ଦିନିକିଆ (ODI) ମ୍ୟାଚ୍‌ ବିଶିଷ୍ଟ ସିରିଜ୍ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ଏହି ଶୃଙ୍ଖଳାର ଦ୍ୱିତୀୟ ଟି-୨୦ ମ୍ୟାଚ୍ ଡିସେମ୍ବର ୨୪ ତାରିଖରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ରାଜକୋଟରେ ପ୍ରଥମ ଓ ପୁଣେରେ ତୃତୀୟ T-20 ଖେଳିବ ଶ୍ରୀଲଙ୍କା । ବାରବାଟୀରେ ପୁଣିଥରେ ହାଇ-ଭୋଲଟେଜ୍ ମ୍ୟାଚ୍ ହେବାକୁ ଯାଉଥିବାରୁ ଓଡ଼ିଶାର କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଏବେଠାରୁ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି ।

ଦୀର୍ଘ ଦିନର ବ୍ୟବଧାନ ପରେ ବାରବାଟୀରେ ଭାରତ ଓ ଶ୍ରୀଲଙ୍କା ପରସ୍ପରର ସାମ୍ନା କରିବେ । ଶେଷଥର ପାଇଁ ୨୦୧୭ ମସିହାରେ ବାରବାଟୀ ଷ୍ଟାଡିୟମରେ ଏହି ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ସେହି ମ୍ୟାଚ୍‌ରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ଶ୍ରୀଲଙ୍କାକୁ ୯୩ ରନ୍‌ରେ ପରାସ୍ତ କରି ବିଜୟୀ ହୋଇଥିଲା ।

ବାରବାଟୀ ଟି-୨୦: ଦକ୍ଷିଣ ଆଫ୍ରିକା ଵିପକ୍ଷରେ ବଡ ବିଜୟ ପରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ନବୀନ
କଟକ: ବାରବାଟୀରେ ଭାରତର ବଡ଼ ବିଜୟ । ଦକ୍ଷିଣ ଆଫ୍ରିକା ଵିପକ୍ଷ ପ୍ରଥମ ଟି-୨୦ ମ୍ୟାଚକୁ ୧୦୧ ରନରେ ଜିତି ବିଜୟ ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ । ଏଥିସହ ୫ ଟିକିଆ ଟି-ଟ୍ବେଣ୍ଟି ସିରିଜରେ ୧-୦ରେ ଆଗୁଆ ରହିଛି । ଟିମ୍ ଇଣ୍ଡିଆର ଏହି ବିଜୟ ପରେ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ କହିଛନ୍ତି ବାରବାଟି ଷ୍ଟାଡିୟମରେ ବିପୁଳ ବିଜୟ ସହ ଟି-୨୦ ସିରିଜର କମାଣ୍ଡିଙ୍ଗ୍ ଆରମ୍ଭ ହୋଇଛି । ଏଥିପାଇଁ ଭାରତୀୟ ଦଳକୁ ଅନେକ ଅଭିନନ୍ଦନ । ସିରିଜ ଜିତିବା ପାଇଁ ଦଳ ବିଜୟପଥ ଜାରି ରଖୁ ବୋଲି ସୋସିଆଲ ମେଡିଆ 'ଏକ୍ସ'ରେ କହିଛନ୍ତି ନବୀନ ପଟ୍ଟନାୟକ ।

https://twitter.com/Naveen_Odisha/status/1998604015106658304

ସୂଚନାଯୋଗ୍ୟ, ବାରବାଟୀ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ୧୭୫ ରନ୍ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ସ୍କୋର ମାତ୍ର ୭୪ ରନରେ ସୀମିତ ରହିଥିଲା।

ବାରବାଟୀ ଟି-୨୦: ଟିମ୍‌ ଇଣ୍ଡିଆର ବଡ଼ ବିଜୟ, ଦକ୍ଷିଣ ଆଫ୍ରିକାର ଶୋଚନୀୟ ପରାଜୟ
କଟକ: ହଜାର ହଜାର ଦର୍ଶକଙ୍କ ଉତ୍ସାହକୁ ନିରାଶ ନ କରି ଶେଷ ଟିମ୍‌ ଇଣ୍ଡିଆ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରତୀକ୍ଷିତ ବିଜୟ ହାସଲ କରିଛି। ଏହି ଭେନ୍ୟୁରେ କ୍ରମାଗତ ଦୁଇ ଦୁଇଟି ଟି-୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକା ନିକଟରୁ ହାରିଥିବା ଭାରତ ଶେଷରେ ବିଜୟ ତ୍ରିରଙ୍ଗା ଉଡ଼ାଇଛି। ମଙ୍ଗଳବାର ଖେଳାଯାଇଥିବା ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ଏକପାଖିଆ ଭାବେ ୧୦୧ ରନରେ ବିଜୟ ଲାଭ କରିଛି। ଏଥିସହ ବାରବାଟୀରେ ଦକ୍ଷିଣ ଆଫ୍ରିକାର ହ୍ୟାଟ୍ରିକ ବିଜୟରେ ରୋକ ଲଗାଇଛି ସୂର୍ଯ୍ୟ ସେନା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦମ୍‌ଦାର ଅର୍ଦ୍ଧଶତକ ଓ ବୋଲରଙ୍କ ମିଳିତ ସଫଳତା ବଳରେ ସିରିଜର ଏହି ପ୍ରଥମ ମୁକାବିଲାକୁ ଜିତି ଭାରତ ଅଗ୍ରଣୀ ହାସଲ କରିଛି। ପାଞ୍ଚମ୍ୟାଚ୍‌ ବିଶିଷ୍ଟ ସିରିଜର ୨ୟ ମ୍ୟାଚ୍‌ ମୁଲାନପୁରରେ ଡିସେମ୍ବର ୧୧ ତାରିଖରେ ଖେଳାଯିବ।

ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୧୨ ଓଭର ମଧ୍ୟରେ ଭାରତ ଶୁବମନ ଗିଲ୍‌ (୪ ରନ), ସୂର୍ଯ୍ୟକୁମାର ଯାଦବ (୧୨), ଅଭିଷେକ ଶର୍ମା (୧୭) ଓ ତିଲକ ବର୍ମା (୨୬ ରନ)ଙ୍କ ୱିକେଟ୍‌ ହରାଇଥିଲା। ତେବେ ଅଭିଜ୍ଞ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ତାଙ୍କ ଅଭିଜ୍ଞତାର ପରିଚୟ ଦେଇ ଖେଳିଥିଲେ ସମ୍ମାନ ରକ୍ଷାକାରୀ ଅର୍ଦ୍ଧଶତକୀୟ ଇନିଂସ। ସେ ୪ଟି ଛକା ଓ ୬ଟି ଚୌକା ବଳରେ ୨୮ବଲରେ ୫୯ ରନର ଅପରାଜିତ ଅର୍ଦ୍ଧଶତକୀୟ ପାଳି ଖେଳିବା ଯୋଗୁ ଭାରତ ୬ ୱିକେଟ୍‌ରେ ୧୭୫ ରନ କରି ସମ୍ମାନଜନକ ସ୍କୋର କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ଅକ୍ଷର ପଟେଲ ୨୩, ଶିଭମ ଦୁବେ ୧୧ ଓ ଜୀତେଶ ଶର୍ମା ୧୦ ରନ କରି ଅପରାଜିତ ରହିଥିଲେ। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁନଗି ଏନଗିଡି ସବୁଠୁ ସଫଳ ବୋଲ ରହିଥିଲେ। ସେ ସର୍ବାଧିକ ୩ଜଣ ଭାରତୀୟ ବ୍ୟାଟରଙ୍କୁ ଆଉଟ୍‌ କରିଥିଲେ। ଲୁଥୋ ସିପମ୍ଲାଙ୍କୁ ୨ଟି ୱିକେଟ୍‌ ମିଳିଥିଲା।

ସର୍ବନିମ୍ନ ଦଳଗତ ସ୍କୋର
ଦଳରେ ବିଶ୍ୱସ୍ତରୀୟ ତାରକା ଖେଳାଳି ରହିଥିବାରୁ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ପାଇଁ ୧୭୬ ରନର ଟାର୍ଗେଟ୍‌ ବଡ଼ ନ ଥିଲା। କିନ୍ତୁ ପ୍ରଥମ ଓଭରରେ ହିଁ ଅର୍ଶଦୀପ୍‌ ସିଂହ ଭେଟେରାନ କ୍ୱିଣ୍ଟନ ଡି କକ୍‌ଙ୍କୁ ଆଉଟ୍‌ କରି ଦଳକୁ ବଡ଼ ବ୍ରେକ ଥ୍ରୁ ଦେଇଥିଲେ। ଏହାପରେ ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ, ଯଶପ୍ରୀତ ବୁମରାଙ୍କ ମିଳିତ ବୋଲିଂକୁ ସାମ୍ନା କରି ନ ପାରି ଦକ୍ଷିଣ ଆଫ୍ରିକା ଦଳ ସରେଣ୍ଡର କରିଥିଲେ। ଭ୍ରମଣକାରୀ ଦଳର କୌଣସି ବ୍ୟାଟର୍‌ ବଡ଼ ପାଳି ଖେଳି ନ ପାରିବାରୁ ଦଳ ୧୨.୩ ଓଭରରେ ମାତ୍ର ୭୪ ରନରେ ସୀମିତ ରହିଥିଲା। ଯାହାକି ଟି-୨୦ କ୍ରିକେଟ ଇତିହାସରେ ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର ଭାବେ ରେକର୍ଡ ହୋଇଛି। ଦଳ ପକ୍ଷରୁ ବ୍ରେଭିସ ୧୪ଟି ବଲରୁ ସର୍ବାଧିକ ୨୨ ରନ କରିଥିଲେ। ଅନ୍ୟ ଦୁଇ ତାରକା ବ୍ୟାଟର୍‌ ଅଧିନାୟକ ଆଇଡେନ ମାର୍କରାମ ଓ ତ୍ରିଷ୍ଟାନ ଷ୍ଟବ୍ସ ୧୪ ରନ ଲେଖାଏ, ମାର୍କୋ ଜାନସେନ ୧୨ ରନରେ ବିଦାୟ ନେଇଥିଲେ। ବିସ୍ଫୋରକ ବ୍ୟାଟର ଡେଭିଡ୍‌ ମିଲର ମାତ୍ର ୧ ରନ କରି ପାଣ୍ଡ୍ୟାଙ୍କ ବଲରେ ୱିକେଟ୍‌କିପର ଜୀତେଶ ଶର୍ମାଙ୍କ ବଲରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ବୋଲିଂରେ ଅର୍ଶଦୀପ୍‌, ବରୁଣ, ବୁମରା ଓ ଅକ୍ଷର ପଟେଲଙ୍କୁ ୨ଟି ଲେଖାଏ ୱିକେଟ୍‌ ମିଳିଥିଲା। ପାଣ୍ଡ୍ୟା ଓ ଦୁବେ ଅନ୍ୟ ଦୁଇଟି ୱିକେଟ୍‌ ବାଣ୍ଟି ନେଇଥିଲେ। ଦଳକୁ ସଙ୍କଟରୁ ଉଦ୍ଧାର କରିଥିବା ପାଣ୍ଡ୍ୟାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା।

ଆଉ କିଛି ସମୟ ପରେ ଦୁଲୁକିବ ଐତିହାସିକ ବାରବାଟୀ ଷ୍ଟାଡିୟମ, ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ T-20 ମ୍ୟାଚ୍
କଟକ: ଆଉ କିଛି ସମୟ ପରେ ଦୁଲୁକିବ ଐତିହାସିକ ବାରବାଟୀ ଷ୍ଟାଡିୟମ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-୨୦ ମ୍ୟାଚ୍ । ଆଜି ସନ୍ଧ୍ୟା ୭ଟାରେ ମୁହାଁମୁହିଁ ହେବେ ଉଭୟ ଟିମ୍। ବାରବାଟୀ ଟି-୨୦ ମ୍ୟାଚକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ମ୍ୟାଚ ଦେଖିବା ପାଇଁ ବାରବାଟୀରେ ଖଚାଖଚ୍ ଭିଡ଼ ଦେଖିବାକୁ ମିଳିଛି । ଦର୍ଶକମାନେ ଲମ୍ବା ଧାଡ଼ିରେ ରହି ଶୃଙ୍ଖଳିତ ଭାବେ ଭିତରକୁ ପ୍ରବେଶ କରୁଛନ୍ତି । ଷ୍ଟାଡିୟମ ଭିତରୁ ବାହାର ଯାଏଁ ଚାରିଆଡ଼େ କେବଳ ‘ବ୍ଲୁ ବ୍ଲୁ’ ଦୃଶ୍ୟ ଦେଖିବାକୁ ମିଳୁଛି । ଏହି ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବାରବାଟୀରୁ ଆରମ୍ଭ ହେଉଥିବାରୁ, ସୂର୍ଯ୍ୟ ସେନା ଏଠାରୁ ବିଜୟ ଅଭିଯାନ ଆରମ୍ଭ କରିବ ବୋଲି ଆଶା କରାଯାଉଛି । ଉଭୟ ଦଳର ଖେଳାଳିମାନେ ଷ୍ଟାଡିୟମ ଅଭିମୁଖେ ବାହାରି ସାରିଛନ୍ତି ।

ବାରବାଟୀ ପ୍ରସ୍ତୁତ; ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍‌, ଟସ୍‌ ନେବ ଗୁରୁତ୍ୱପୂର୍ଣ୍ଣ ଭୂମିକା ...
କଟକ: କାଉଣ୍ଟ ଡାଉନ ଶେଷ ହୋଇଛି। ପ୍ରତୀକ୍ଷାର ମଧ୍ୟ ଅନ୍ତ ଘଟିଛି। ରାତି ପାହିଲେ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ଖେଳାଯିବ। ସିରିଜର ଏହି ପ୍ରଥମ ମ୍ୟାଚ୍‌ ଲାଗି ଉଭୟ ଦଳ ପ୍ରସ୍ତୁତି ଶେଷ କରିଛନ୍ତି। ବାରବାଟୀ ମଧ୍ୟ ପ୍ରସ୍ତୁତ ରହିଛି। ପ୍ରଥମ ମ୍ୟାଚରେ ବିଜୟୀ ହୋଇ ଅଗ୍ରଣୀ ହାସଲ କରିବା ଉଭୟ ଦଳର ଲକ୍ଷ୍ୟ। ସେହିଭଳି ବର୍ଷକରେ ଦ୍ୱିତୀୟ ଅନ୍ତର୍ଜାତୀୟ ମ୍ୟାଚ୍‌ ବାରବାଟୀରେ ଆୟୋଜିତ ହେବାକୁ ଯାଉଥିବାରୁ ଏହାକୁ ନେଇ ଓଡ଼ିଶାର କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି।

ଟସ୍‌ ନେବ ଗୁରୁତ୍ୱପୂର୍ଣ୍ଣ ଭୂମିକା
ଆସନ୍ତାକାଲି ବାରବାଟୀରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚରେ ଟସ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ। ଯେତେହୁ ବର୍ତ୍ତମାନ ଓଡ଼ିଶାରେ ଶୀତର ଲହରି ଜାରି ରହିଛି ତେଣୁ ମ୍ୟାଚରେ କାକର ବୋଲରଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ସନ୍ଧ୍ୟା ୭ଟାରେ ମ୍ୟାଚ୍‌ ଆରମ୍ଭ ହେବ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ରାତି ୮ଟାରୁ କାକରର ପରିମାଣ ବଢ଼ିବ। ‘ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟା ୩୦ରୁ ବାରବାଟୀରେ କାକର ପଡ଼ିବାର ସମ୍ଭାବନା ରହିଛି। ରାଜ୍ୟରେ ବର୍ତ୍ତମାନ ଥଣ୍ଡା ପାଗ ସାଙ୍ଗକୁ କାକର ପାଇଁ ପାଗ ଅନୁକୂଳ ରହିଛି। ରାଜ୍ୟକୁ ଏବେ ବଙ୍ଗୋପସାଗର ପଟୁ କିଛିକାଂଶରେ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଆସୁଥିବାରୁ ଏହା କାକର ପାଇଁ ଅନୁକୂଳ ପାଗ ସୃଷ୍ଟି କରିଛି। ମ୍ୟାଚ୍‌ ଦିନ ସମାନସ୍ଥିତି ଜାରି ରହିବ’ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଯଦି କାକରର ପରିମାଣ ୮ଟା ପରେ ବଢ଼ିବ ତେବେ ଏଥିରେ ଦ୍ୱିତୀୟ ଇନିଂସରେ ଫିଲ୍ଡିଂ କରୁଥିବା ଦଳ ସମସ୍ୟାର ସମ୍ମୁଖୀନ ହେବ। କାକର ଯୋଗୁ ବଲ୍‌ ଓଦା ହୋଇ ହାତରୁ ଖସିବ। ଫଳରେ ବଲ୍‌କୁ ଗ୍ରୀପ୍‌ କରିବାରେ ସ୍ପିନରଙ୍କୁ ଅସୁବିଧା ହେବ। ଏ ସବୁ କାରଣରୁ ଟସ୍‌ ଜିତିଲେ ପ୍ରଥମେ ଫିଲ୍ଡିଂ କରିବାକୁ ଉଭୟ ଦଳ ପସନ୍ଦ କରିବେ। ସେହିଭଳି ସୋମବାର ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ସୂର୍ଯ୍ୟକୁମାର କାକରକୁ ନେଇ କହିଛନ୍ତି ଯେ ଏହା ଆମ ହାତରେ ନାହିଁ। କାକର ପାଇଁ ଆମେ ସେତେଟା ବ୍ୟସ୍ତ ନାହୁଁ। ଆଇପିଏଲ୍‌ ସମେତ ଏକାଧିକ ଦିବା-ରାତ୍ର ମ୍ୟାଚରେ କାକରରେ କେଉଁଭଳି ଖେଳାଯିବ ଆମେ ସେଥିରେ ଅଭ୍ୟସ୍ତ ହୋଇଗଲୁଣି।

ଝାଳ ବୁହାଇଲେ ଗିଲ୍‌; ବିଶ୍ରାମ ନେଲେ କୁଲଦୀପ
ଟେଷ୍ଟ ସିରିଜକୁ ହାରିବା ପରେ ଭାରତୀୟ ଦଳ ଦିନିକିଆରେ ୨-୧ରେ ବିଜୟୀ ହୋଇ ପ୍ରତିଶୋଧ ନେଇଥିଲା। ଏହି ବିଜୟ ଟି-୨୦ ସିରିଜ ପୂର୍ବରୁ ଖେଳାଳିଙ୍କ ମନୋବଳ ମଧ୍ୟ ଦୃଢ଼ ରହିଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଘରୋଇ ଦଳ ସୋମବାର ବାରବାଟୀରେ ବେଶ୍‌ କିଛି ଘଣ୍ଟା ନେଟ୍ସରେ ଝାଳ ବୁହାଇଥିଲେ। ଅପରାହ୍ଣ ପାଖାପାଖି ୨ଟାରୁ ଆରମ୍ଭ କରି ସାଢେ଼ ୪ଟା ପର୍ଯ୍ୟନ୍ତ ଟିମ୍‌ ଇଣ୍ଡିଆର ଖେଳାଳିମାନେ ଫିଲ୍ଡିଂ, ବୋଲିଂ ଓ ନେଟ୍ସରେ ବ୍ୟାଟିଂ କରିଥିଲେ। ବାଉଣ୍ଡାରୀ ଲାଇନରେ ଥିବା ଦୁଇଟି ନେଟ୍ସରେ ପ୍ରଥମେ ଶୁବମନ ଗିଲ, ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା ଓ ସଞ୍ଜୁ ସାମସନ ବ୍ୟାଟିଂ ଅଭ୍ୟାସ କରିଥିଲେ। ବିଶେଷ କରି ଆହତ ସମସ୍ୟାରୁ ମୁକୁଳି ଥିବା ଗିଲ୍‌ ନେଟ୍ସରେ ବହୁତ ସମୟ ପର୍ଯ୍ୟନ୍ତ ନେଟ୍ସରେ ଦ୍ରୁତ ବୋଲରଙ୍କୁ ଖେଳିଥିଲେ। ଫଳରେ ଆସନ୍ତାକାଲି ଗିଲ୍‌ଙ୍କ ଖେଳିବା ସମ୍ଭାବନା ଉଜ୍ଜଳ ହୋଇଛି। ଅପରପକ୍ଷରେ ସ୍ପିନର କୁଲଦୀପ୍‌ ଯାଦବ ନେଟ୍ସରେ ବୋଲିଂ ନ କରି ବିଶ୍ରାମ କରୁଥିବାର ଦେଖିବାକୁ ମିଳିଥିଲା। ଅନ୍ୟତମ ସ୍ପିନର ବରୁଣ ଚକ୍ରବର୍ତ୍ତୀ କିନ୍ତୁ ଆରମ୍ଭରୁ ସୂର୍ଯ୍ୟକୁମାର ଓ ତିଲକଙ୍କୁ ବୋଲିଂ କରିଥିଲେ। ତେଣୁ ପ୍ରଥମ ଟି-୨୦ର ଚୂଡ଼ାନ୍ତ ଏକାଦଶରେ ରିଷ୍ଟସ୍ପିନର କୁଲଦୀପ୍‌ଙ୍କ ଖେଳିବା ଆଶା କ୍ଷୀଣ ହୋଇଛି। ସେହିଭଳି ଯଶପ୍ରୀତ୍‌ ବୁମ୍‌ରାଙ୍କ ସହ ଶିବମ ଦୁବେ ନେଟ୍ସରେ ବେଶ କିଛି ସମୟ ବୋଲିଂ ଅଭ୍ୟାସ କରିଥିଲେ। ତେଣୁ ବୁମରାଙ୍କ ସହ ପାଣ୍ଡ୍ୟା ନୂଆ ବଲରେ ବୋଲିଂ ଆରମ୍ଭ କରିବା ସ୍ପଷ୍ଟ ହୋଇଛି। ଦୁବେ ତୃତୀୟ ଦ୍ରୁତ ବୋଲର ଭୂମିକା ତୁଲାଇବେ। ସେହିଭଳି ବରୁଣଙ୍କ ସହ ଅକ୍ଷର ପଟେଲ ସ୍ପିନ ବିଭାଗ ସମ୍ଭାଳିବେ। ତେବେ ୱିକେଟ୍‌କିପର ଭାବେ କିଏ ଖେଳିବେ ତାହାକୁ ନେଇ ଦ୍ୱନ୍ଦ୍ୱ ରହିଛି। ଅଷ୍ଟ୍ରେଲିଆରେ ସଞ୍ଜୁ ସାମସନଙ୍କୁ ପଛରେ ପକାଇ ଜିତେଶ ଶର୍ମାଙ୍କୁ ଦଳ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇଥିଲା। ଉଭୟ ସୋମବାର ନେଟ୍ସରେ ବ୍ୟାଟିଂ କରୁଥିବାର ଦେଖିବାକୁ ମିଳିଥିଲା। ମୁଖ୍ୟ ପିଚର ସାଇଡ୍‌ରେ ରହିଥିବା ନେଟ୍ସରେ ଅଭ୍ୟାସ କରିଥିବା ଜିତେଶ ବଡ଼ ବଡ଼ ସଟ୍‌ ମାରି ଦର୍ଶକଙ୍କ ମନମୋହିଥିଲେ।

‘ପ୍ରତ୍ୟେକ ପୋଜିସନରେ ବ୍ୟାଟିଂ କରିପାରିବେ ସଞ୍ଜୁ’
ସେହିଭଳି ସଞ୍ଜୁ ସାମସନଙ୍କୁ ନେଇ ସୂର୍ଯ୍ୟକୁମାର କହିଛନ୍ତି, ‘ସେ ଯେତେବେଳେ ଆସିଥିଲେ ଉପର ଅର୍ଡର ବ୍ୟାଟିଂ କରିଥିଲେ। ମୁଁ ଭାବୁଛି ଓପନର୍‌ଙ୍କ ବ୍ୟତୀତ ଅନ୍ୟ ସମସ୍ତେ ସବୁ ପୋଜିସନରେ ବ୍ୟାଟିଂ କରିପାରିବାର ଦକ୍ଷତା ରଖୁଥିବା ଦରକାର। ଶୁବମନ ତାଙ୍କ ପୂର୍ବରୁ ଶ୍ରୀଲଙ୍କା ସିରିଜ୍‌ରେ ଭଲ ପ୍ରଦର୍ଶନ କରିଥିଲେ। ତେଣୁ ଗିଲ୍‌ ସେହି ପୋଜିସନ (ଓପନିଂ) ପାଇଁ ଯୋଗ୍ୟ। ସଞ୍ଜୁଙ୍କୁ ଆମେ ମଧ୍ୟ ସୁଯୋଗ ଦେଇଥିଲୁ। ସେ ପ୍ରତ୍ୟେକ ପୋଜିସନରେ ଖେଳିବାକୁ ଯୋଗ୍ୟ। ଏପରି ଜଣେ ଖେଳାଳି ଦଳରେ ରହିବା ଭଲ’ ବୋଲି ଅଧିନାୟକ ଯାଦବ କହିଛନ୍ତି। ଫଳରେ ଆସନ୍ତାକାଲି ଗିଲ୍‌ ଇନିଂସ ଓପନ୍‌ କରିବା ଏକପ୍ରକାର ନିଶ୍ଚିତ ହୋଇଛି।

କଟକର ପ୍ରଶଂସକ ବେଶ ଉତ୍ସାହୀ; ମୁଁ ବି ବାମହାତରେ ଟସ୍‌ ପକାଇବି

ସେହିଭଳି କଟକରେ ପ୍ରଥମଥର ନାଲିମାଟିରେ ପିଚ୍‌ ପ୍ରସ୍ତୁତ ହୋଇଥିବା ନେଇ ସୂର୍ଯ୍ୟ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି। ସେ କହିଛନ୍ତି ପୂର୍ବରୁ ଏଠାରେ ଆମେ ‘କଳା ମାଟି’ର ପିଚରେ ଖେଳିଛୁ। ବର୍ତ୍ତମାନ ସୁଦ୍ଧା ମୁଁ ଗ୍ରାଉଣ୍ଡକୁ ଯାଇନି। ପିଚ୍‌ ଯଦି ନାଲି ମାଟି ହୋଇଥିବ ତେବେ ଆହୁରି ଭଲ। ନାଲି ମାଟିରେ ପିଚ୍‌ ଫାଷ୍ଟ ରହିଥାଏ। ସେହିଭଳି ବାରବାଟୀରେ ପ୍ରଥମଥର ଖେଳିବାକୁ ଯାଉଥିବା ସୂର୍ଯ୍ୟ କହିଛନ୍ତି, ‘ଏଠାରେ ମୁଁ ପୂର୍ବରୁ ଆଇପିଏଲ୍‌ ଓ ଘରୋଇ କ୍ରିକେଟ୍‌ ମ୍ୟାଚ୍‌ ଖେଳିଛି। ଏଠାକାର ପ୍ରଶଂସକ ବେଶ ଉତ୍ସାହୀ। ଲୋକେଶ ରାହୁଲ ତୃତୀୟ ଦିନିକିଆରେ ବାମହାତରେ ଟସ୍‌ ପକାଇ ଯେଉଁଭଳି ବିଜୟୀ ହୋଇଥିଲେ ମୁଁ ମଧ୍ୟ କାଲି ବାରବାଟୀରେ ବାମହାତରେ ଟସ୍‌ ପକାଇବି’ ବୋଲି ମଜାରେ ସାମ୍ବାଦିକଙ୍କୁ କହିଥିଲେ ସୂର୍ଯ୍ୟକୁମାର।

ଭାରତ: ଅଭିଷେକ ଶର୍ମା, ଶୁବମନ ଗିଲ୍‌, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା (ୱିକେଟ ରକ୍ଷକ), ଯଶ୍‌ପ୍ରୀତ୍‌ ବୁମ୍‌ରା, ବରୁଣ ଚକ୍ରବର୍ତ୍ତୀ ଓ କୁଲଦୀପ ଯାଦବ। ବେଞ୍ଚ୍‌ : ସଞ୍ଜୁ ସାମସନ, ଅର୍ଶଦୀପ ସିଂହ, ୱାଶିଂଟନ ସୁନ୍ଦର, ହର୍ଷିତ ରାଣା।

ଦକ୍ଷିଣ ଆଫ୍ରିକା : ଆଇଡେନ୍‌ ମାରକ୍ରମ (ଅଧିନାୟକ), କ୍ୱିଣ୍ଟନ ଡି କକ୍‌, ଟୋନି ଡି ଜୋର୍ଜି/ ରୀଜା ହେଣ୍ଡ୍ରିକ୍ସ, ଡିୱାଲ୍ଡ ବ୍ରେଭିସ୍‌, ଟ୍ରିଷ୍ଟାନ ଷ୍ଟବ୍ସ, ଡେଭିଡ ମିଲର, ମାର୍କୋ ଜାନସେନ, କବିନ ବୋଶ୍ଚ, କେଶବ ମହାରାଜ, ଲୁନ୍‌ଗି ଏନ୍‌ଗିଡି, ଆନରିଚ୍‌ ନୋର୍ଜେ। ବେଞ୍ଚ : ଡୋନୋଭାନ ଫେରେରା, ଜର୍ଜ ଲିଣ୍ଡେ, ଓଟ୍ଟନେଲ ବାର୍ଟମ୍ୟାନ୍‌, କ୍ୱେନା ମାଫକା।

ଖେଳ ଆରମ୍ଭ : ରାତି ୭ଟା

ଲାଇଭ୍‌ ଷ୍ଟ୍ରିମିଂ : ଜିଓହଟ୍‌ଷ୍ଟାର

ପ୍ରସାରଣ : ଷ୍ଟାର୍‌ସ୍ପୋର୍ଟ୍ସ ନେଟ୍‌ୱର୍କ

ଆସନ୍ତାକାଲି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-ଟ୍ଵେଣ୍ଟି ଟକ୍କର, ଆଜି ଷ୍ଟାଡିୟମରେ ଅଭ୍ୟାସ କଲା ଟିମ୍‌ ଇଣ୍ଡିଆ
କଟକ: ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ ଜମିବ ଟି-ଟ୍ଵେଣ୍ଟି ଟକ୍କର। ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମହାଲଢେଇ । ମ୍ୟାଚ୍ ପୂର୍ବରୁ ଆଜି ଷ୍ଟାଡିୟମରେ ଅଭ୍ୟାସ କରିଛନ୍ତି ଟିମ୍‌ ଇଣ୍ଡିଆ ଖେଳାଳି । ଅପରାହ୍ଣ ସାଢେ ୧ରୁ ସାଢେ ୪ଟା ପର୍ଯ୍ୟନ୍ତ ଅଭ୍ୟାସ କରିଛନ୍ତି ଟିମ୍ ଇଣ୍ଡିଆ ଖେଳାଳି । ଅଧିନାୟକ ସୂର୍ଯ୍ୟକୁମାରଙ୍କ ସହ ସମସ୍ତ ଖେଳାଳି  ଅଭ୍ୟାସ କରିଛନ୍ତି । ଏହା ପରେ ସାଢେ ୫ଟାରୁ ରାତି ସାଢେ ୮ଟା ପର୍ଯ୍ୟନ୍ତ ସାଉଥ ଆଫ୍ରିକା ଟିମ୍ ଅଭ୍ୟାସ କରିବେ । ଖେଳାଳିଙ୍କ ନେଟ୍ ପ୍ରାକ୍ଟିସ୍ ଦେଖିବା ପାଇଁ ୬ ଓ ୭ ନମ୍ବର ଗ୍ୟାଲେରିରେ ଦର୍ଶକଙ୍କ ପାଇଁ ଖୋଲା ରହିଥିଲା । ଖେଳାଳିଙ୍କ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କଡ଼ା ସୁରକ୍ଷା ବଳୟରେ ଭୁବନେଶ୍ବରର ହୋଟେଲ ମେଫେୟାରରୁ ସ୍ବତନ୍ତ୍ର ବସ୍ ଯୋଗେ ଖେଳାଳିମାନେ କଟକ ଯାଇ ବାରବାଟୀ ଷ୍ଟାଡିୟମରେ ଜୋରଦାର ଅଭ୍ୟାସ କରିଛନ୍ତି ।

ଟି-୨୦ ମ୍ୟାଚ୍ ପାଇଁ କଟକ ବାରବାଟୀ ଷ୍ଟାଡିୟମରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା
ଭୁବନେଶ୍ୱର: ବାରବାଟୀରେ ମ୍ୟାଚ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିଶନରେଟ ପୋଲିସ । ମ୍ୟାଚ୍‌ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସହ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ । ସେ କହିଛନ୍ତି କି ସୁରକ୍ଷାକୁ ନେଇ ସଜାଗ ଅଛି କମିଶନେରେଟ ପୋଲିସ । ଏୟାରଲାଇନ୍ସ ସମସ୍ୟା ଭିତରେ ଗତକାଲି କିଛି ଖେଳାଳି ପହଞ୍ଚିଛନ୍ତି । ସମୟ ନିର୍ଘଣ୍ଟ ହିସାବରେ ଅନ୍ୟ ଖେଳାଳିମାନେ ମଧ୍ୟ ପହଞ୍ଚିବେ ।

ବର୍ତମାନ ସୁଧା ଟିକେଟ୍ କଳାବଜାରୀ ଦେଖିବାକୁ ମିଳି ନାହିଁ। ଟିକେଟ୍ କଳାବଜାରୀ କରୁଥିବା ଲୋକମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗତ କାଲି ଟିକେଟ ବିକ୍ରି ବେଳେ ଲୋକେ ସୁନ୍ଦର ଭାବରେ ଶୃଙ୍ଖଳିତ ସହ ଟିକେଟ କିଣି ନେଇଛନ୍ତି। କମିଶନରେଟ ପୋଲିସକୁ ସହାୟତା କରିଛନ୍ତି ତେଣୁ କଟକ ଲୋକଙ୍କୁ ଧନ୍ୟବାଦ। ଟିକେଟ କମ୍ ଥିବାରୁ ଅନେକ ଲୋକ ଟିକେଟ ପାଇପାରି ନାହାନ୍ତି । ଯେଉଁମାନେ ଟିକେଟ ପାଇଁ ନାହାନ୍ତି ସେମାନେ ଘରେ ରହି ଟେଲିଭିଜନ ମାଧ୍ୟମରେ ଖେଳ ଦେଖିବାକୁ ପରାମର୍ଶ ଦେଇଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ।

ଟିକେଟ୍ ନେବାକୁ ବାରବାଟୀ ଷ୍ଟାଡିୟମ ଆଗରେ ପ୍ରବଳ ଭିଡ଼, କାଉଣ୍ଟର ଆଗରେ ଲାଗିଛି ଲମ୍ବା ଲାଇନ
କଟକ: ଖୋଲିଲା କାଉଣ୍ଟର, ମିଳିଲା ଟିକେଟ୍ । ଅଫ୍‌ଲାଇନ୍ ଟିକେଟ୍ କିଣିବାକୁ ବାରବାଟୀ ଷ୍ଟାଡିୟମ କାଉଣ୍ଟର ଆଗରେ କ୍ରିକେଟ୍ ଫ୍ୟାନ୍ସଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା । ବାରବାଟୀରେ ଆସନ୍ତା ଡିସେମ୍ବର ୯ ତାରିଖରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ ପାଇଁ ଆଜି ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ଟିକେଟ୍ ବିକ୍ରୀ ଆରମ୍ଭ ହୋଇଛି । ଗ୍ୟାଲେରୀ ଓ ବିଭିନ୍ନ ଷ୍ଟାଣ୍ଡର ଟିକେଟକୁ ମିଶାଇ ମୋଟ ୧୦ ହଜାର ଟିକେଟ ବିକ୍ରୀ ହେବ। ଏଥିପାଇଁ ୬ଟି ଟିକେଟ କାଉଣ୍ଟର ଖୋଲାଯାଇଥିବାବେଳେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି। ପୁରୁଷ ଓ ମହିଳାଙ୍କ ପାଇଁ ଭିନ୍ନ ଭିନ୍ନ ଦିଗରେ ଦୁଇଟି ବାରିକେଟରେ ଲାଇନ କରାଯାଇଛି । ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଟିକେଟ ବିକ୍ରୀ ଆଜି ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇଛି ।

ଅନଲାଇନରେ ମାତ୍ର ୨ ହଜାର ଟିକେଟ୍ ବିକ୍ରି ହୋଇଥିଲା । ବହୁ ପ୍ରଶଂସକ ଟିକେଟ୍ ନପାଇ ନିରାଶ ହୋଇଥିଲେ । କିନ୍ତୁ କାଉଣ୍ଟରରେ ଟିକେଟ୍ କିଣିବା ପାଇଁ ଏବେ ସମସ୍ତେ ବ୍ୟାକୁଳ ହୋଇ ପଡ଼ିଛନ୍ତି । ତେଣୁ ସନ୍ଧ୍ୟାରୁ ହଜାର ହଜାର ଦର୍ଶକ ବାରବାଟୀ ନିକଟସ୍ଥ କ୍ୟାଣ୍ଟନମେଣ୍ଟ ରୋଡ୍, କିଲ୍ଲା ପଡ଼ିଆରେ ଭିଡ଼ ଜମାଇଥିଲେ ।

ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ: ଜାଣନ୍ତୁ କେଉଁ ଦିନଠୁ ମିଳିବ ଅନଲାଇନ ଓ ଅଫଲାଇନ ଟିକେଟ୍ ...
ଭୁବନେଶ୍ୱର: ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ପାଇଁ ଡିସେମ୍ବର ୫ରୁ ଟିକେଟ ବିକ୍ରି ଆରମ୍ଭ ହେବ। ଏନେଇ ସୋମବାର OCA ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। ଷ୍ଟାଡିୟମର ୬ଟି କାଉଣ୍ଟରରେ ଟିକେଟ୍‌ ବିକ୍ରି ହେବ। ଡିସେମ୍ବର ୧ ତାରିଖରେ ଅନଲାଇନରେ ଟିକେଟ୍‌ ମିଳିବ । ସେହିପରି ଡିସେମ୍ବର ୫ରୁ ଅଫଲାଇନ ଟିକେଟ୍‌ ବିକ୍ରି ହେବ। ଡିସେମ୍ବର ୩ ଓ ୪ରେ OCA ଅନୁବନ୍ଧିତ ସଂସ୍ଥାକୁ ଟିକେଟ୍‌। ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଡିସେମ୍ବର ୯ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ଖେଳାଯିବ।

ନଭେମ୍ବରରୁ ଦକ୍ଷିଣ ଆଫ୍ରିକା ଟିମ ଭାରତ ଭ୍ରମଣରେ ଆସିବାକୁ ଥିବା ବେଳେ ଏହି ଗସ୍ତରେ ଉଭୟ ଟିମ ମଧ୍ୟରେ ଦୁଇଟି ଟେଷ୍ଟ, ତିନୋଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ ବିଶିଷ୍ଟ ଏକ ସିରିଜ ଖେଳାଯିବ। ତେବେ ଏହି ଟି ୨୦ ସିରିଜ ମଧ୍ୟରୁ ପ୍ରଥମ ମ୍ୟାଚଟି ବାରବାଟୀରେ ଖେଳାଯିବ।

ବାରବାଟୀ ବିଭ୍ରାଟ ନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କଲା ଆମ ଆଦମୀ ପାର୍ଟି
ଭୁବନେଶ୍ବର: ବାରବାଟୀ ଏକଦିବସୀୟ କ୍ରିକେଟ ମ୍ୟାଚରେ ବିଭ୍ରାଟ ନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି ଆମ ଆଦମୀ ପାର୍ଟି । ସାମ୍ବାଦିକ ସମ୍ମିଳନୀରେ କଡା ସମାଲୋଚନା କରିଛି ଆମ ଆଦମୀ ପାର୍ଟି। ମ୍ୟାଚ ସମୟରେ ଫ୍ଲଡ ଲାଇଟ ବନ୍ଦ ହେବା ଘଟଣାର ନିନ୍ଦା କରିଛି ଦଳ । ଷ୍ଟାଡିୟମରେ କାହିଁକି ବ୍ୟାକ୍ ଅପ୍ ନଥିଲା ବୋଲି ପ୍ରଶ୍ନ କରିଛି । ଏହାସହ ଟିକେଟ କଳାବଜାରୀ ପ୍ରସଙ୍ଗରେ ବି ରାଜ୍ଯ ସରକାରଙ୍କୁ ଘେରିଛି ଆପ୍। ବିଜେପି ନିଜ ନିଜ ଲୋକଙ୍କୁ ପାସ୍ ବାଣ୍ଟିଦେଇଥିବାରୁ ଅନେକ କ୍ରିକେଟ ପ୍ରେମୀ ମ୍ୟାଚ ଦେଖିବାରୁ ବଞ୍ଚିତ ହୋଇଛନ୍ତି । ୨ ଗୁଣା ଦରରେ ଟିକଟ କଳାବଜାରୀ ହୋଇଛି। ମୁଖ୍ୟମନ୍ତ୍ରୀ ଏଦିଗରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଏହାର ତଦନ୍ତ ପାଇଁ ସ୍ପେଶାଲ ତଦନ୍ତ ଦଳ ଗଠନ କରିବାକୁ ଦାବି କରିଛି ଆପ୍ ।

ଏଭଳି ଘଟଣା ପାଇଁ ଭାରତକୁ ପାକିସ୍ତାନ ମିଡିଆ ବି ସମାଲୋଚନା କରିଛି । କ୍ରୀଡା ମନ୍ତ୍ରୀ ଶସ୍ତା ହାଲୁକା ମନ୍ତବ୍ୟ ଦେଇ ଖସିଯିବାକୁ ବସିଛନ୍ତି । ଏହା ସଂପୂର୍ଣ୍ଣ ରାଜ୍ୟ ସରକାରଙ୍କ ଅପାରଗତା । ଖେଳ ପୂର୍ବରୁ ମନ୍ତ୍ରୀ ନିଜେ ସମୀକ୍ଷା କରିଥିଲେ। ସେତେବେଳେ ସେ ବ୍ୟାକଅପ୍ କଥା ଭାବିନଥିଲେ କାହିଁକି ? ତେଣୁ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଆପ୍ ଦାବି କରିଛି।

ଭାରତର ବାରବାଟୀ ବିଜୟ: ଇଂଲଣ୍ଡକୁ ୪ ୱିକେଟରେ ହରାଇ ସିରିଜ ଜିତିଲା ଟିମ୍ ଇଣ୍ଡିଆ
କଟକ: ବାରବାଟୀରେ ଭାରତର ଦମଦାର ବିଜୟ । ଇଂଲଣ୍ଡକୁ ୪ ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ । ଏହାସହ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୦ରେ ଜିତିନେଇଛି ରୋହିତ ବାହିନୀ । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଦେଇଥିବା ୩୦୫ ରନର ବିଜୟ ଲକ୍ଷ୍ୟକୁ ୬ ୱିକେଟ ହରାଇ ମ୍ୟାଚ ଜିତିବା ସହ ସିରିଜକୁ ମଧ୍ୟ ହାତେଇଛି ଭାରତ । କ୍ୟାପଟେନ ରୋହିତ ଶର୍ମା ୯୦ ବଲ୍ ଖେଳି ବିସ୍ଫୋରକ ୧୧୯ ରନ କରି ଭାରତକୁ ବିଜୟ ଦ୍ୱାର ଦେଶରେ ପହଞ୍ଚାଇବାରେ ସଫଳ ଭୂମିକା ଗ୍ରହଣ କରିଥିଲେ ।

କଟକର ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ବିତୀୟ ଦିନିକିଆରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ। ଆରମ୍ଭରୁ ଦମଦାର ପ୍ରଦର୍ଶନ କରିଥିଲା ଇଂଲଣ୍ଡ । ଇଂଲଣ୍ଡ ପାଇଁ ଫିଲିପ୍ ସଲ୍ଟ ଓ ବେନ୍ ଡକେଟ୍ ପାଳି ଅରମ୍ଭ କରିଥିଲେ। ଆରମ୍ଭରୁ ଇଂଲଣ୍ଡ ଦଳ ଆକ୍ରମଣାତ୍ମକ ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ଜୋରଦାର ପ୍ରହାର କରିଥିଲେ । ଇଂଲଣ୍ଡ ପକ୍ଷରୁ ବେନ ଡକେଟ୍‌ ୬୫ ରନ କରିଥିବାବେଳେ ଜୋ ରୁଟ୍‌ ୬୯ ରନ କରିଥିଲେ । ପ୍ରଥମ ଇଂନିଙ୍ଗସରେ ଇଂଲଣ୍ଡ ୪୯.୫ ଓଭରରେ ସମସ୍ତ ଵିକେଟ ହରାଇ ୩୦୪ ରନ କରିବାକୁ ସକ୍ଷମ ହୋଇଥିଲା । ଭାରତ ପକ୍ଷରୁ ବୋଲିଂ କରି ରବୀନ୍ଦ୍ର ଜାଡେଜା ୩ଟି ଵିକେଟ ନେଇଥିବାବେଳେ ମହମ୍ମଦ ସାମି, ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ଡ୍ୟା, ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ଵିକେଟ ନେଇଥିଲେ ।

ଜବାବରେ ଭାରତ ମଧ୍ୟ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିଲା । ଭାରତର ଇନିଂସ ଆରମ୍ଭ କରିଥିଲେ ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ୍। ଉଭୟ ପ୍ରାରମ୍ଭିକ ବ୍ୟାଟର ପ୍ରଥମ ୱିକେଟ୍ ପାଇଁ ୧୩୬ ରନ୍ ସଂଗ୍ରହ କରିଥିଲେ। କ୍ୟାପଟେନ ରୋହିତ ଶର୍ମା ୯୦ ବଲ୍ ଖେଳି ବିସ୍ଫୋରକ ୧୧୯ ରନ କରିଥିବାବେଳେ ଶୁଭମନ ଗୀଲ ୬୦ ରନ କରିଥିଲେ । ସେହିପରି ଶ୍ରେୟାସ ଆୟର ୪୪ ରନ କରିଥିବାବେଳେ ଅକ୍ଷର ପଟେଲ ୪୧ ରନ କରି ଭାରତକୁ ବିଜୟୀ କରିଥିଲେ ।

ବାରବାଟୀରେ ମ୍ୟାଚ୍ ଚାଲିଥିବାବେଳେ ବନ୍ଦ ହେଲା ଫ୍ଲଡ ଲାଇଟ୍, ଅଟକିଲା ଭାରତ-ଇଂଲଣ୍ଡ ମ୍ୟାଚ୍
କଟକ: ବାରବାଟୀରେ ମ୍ୟାଚ୍ ଚାଲିଥିବାବେଳେ ବନ୍ଦ ହେଲା ଫ୍ଲଡ ଲାଇଟ୍ । ଯେଉଁଥିପାଇଁ ଅଟକିଲା ଭାରତ-ଇଂଲଣ୍ଡ ମ୍ୟାଚ୍ । ଆଜି କଟକ ବାରବାଟୀରେ ଭାରତ-ଇଂଲଣ୍ଡ ଦ୍ବିତୀୟ ଦିନିକିଆ ମ୍ୟାଚ୍ ଚାଲିଥିବା ବେଳେ ବାରମ୍ବାର ବନ୍ଦ ହୋଇଯାଇଥିଲା ଫ୍ଲଡ ଲାଇଟ୍ । ଫଳରେ ବହୁ ସମୟ ଧରି ଅଟକି ରହିଛି ମ୍ୟାଚ୍ । ଭାରତରର ବ୍ୟାଟିଂ ଜାରି ରହିଥିବା ବେଳେ ଏପରି ଅଘଟଣ ଯୋଗୁଁ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଭାରତ ସାମ୍ନାରେ ୩୦୫ ରନର ଟାର୍ଗେଟ୍ ରଖିଛି ଇଂଲଣ୍ଡ । ନିର୍ଦ୍ଧାରିତ ୫୦ ଓଭରର ଗୋଟିଏ ବଲ ବାକିଥାଇ ସମସ୍ତ ୱିକେଟ୍ ହରାଇ ୩୦୪ ରନ୍ କରିଛି ଇଂଲଣ୍ଡ। ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ। ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ ରଖିଥିଲେ ଭାରତୀୟ ଖେଳାଳି ।