PAN Aadhar Linking - The Sakala

ବଢ଼ିଲା ପାନ୍ କାର୍ଡ ସହିତ ଆଧାର ଲିଙ୍କ୍ କରିବାର ସମୟସୀମା, ଜାଣନ୍ତୁ କେତେ ଦିନ ବଢ଼ିଲା
ନୂଆଦିଲ୍ଲୀ: ବଢ଼ିଲା ଆଧାର ପାନ୍ ଲିଙ୍କ୍ କରିବାର ସମୟସୀମା । ପ୍ୟାନ୍ ଓ ଆଧାର କାର୍ଡ ଲିଙ୍କ୍ କରିବା ଅବଧିକୁ ବୃଦ୍ଧି କରିଛନ୍ତି ଆୟକର ବିଭାଗ । ପାନ୍ ସହିତ ଆଧାର ସଂଯୋଗ କରିବାର ସମୟସୀମାକୁ ଆଉ ୬ ମାସ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ସମୟସୀମା ୩୦ ସେପ୍ଟେମ୍ବର ୨୦୨୧ରେ ଶେଷ ହେଉଥିଲା କିନ୍ତୁ ବର୍ତ୍ତମାନ ଏହାକୁ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅର୍ଥ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ଆୟକର ଆଇନ ଅନୁଯାୟୀ ପେନାଲ୍ଟି ପ୍ରକ୍ରିୟା ଶେଷ ହେବାର ଧାର୍ଯ୍ୟ ତାରିଖ ମଧ୍ୟ ୩୦ ସେପ୍ଟେମ୍ବର ୨୦୨୧ରୁ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆୟକର ବିଭାଗ ପକ୍ଷରୁ ଏ ନେଇ ଟ୍ୱିଟ୍ କରି ସୂଚନା ଦିଆଯାଇଛି। କରୋନା ଯୋଗୁ ଲୋକେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଥିବା ଯୋଗୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଏଥିରେ କୁହାଯାଇଛି।

ସୂଚନା ଥାଉକି ସରକାର ୨୩ ମାର୍ଚ୍ଚ ୨୦୧୧ରେ ଲୋକସଭା ପାରିତ ହୋଇଥିବା ଫାଇନାନ୍ସ ବିଲ୍ ୨୦୨୧ରେ ଆୟକର ଆଇନ ୧୯୬୧ରେ ଏକ ନୂତନ ବିଭାଗ ୨୩୪ଏଚ୍ (୨୩ଏଚ୍) ଯୋଡିଛନ୍ତି। ଏହି ନୂଆ ବ୍ୟବସ୍ଥା ଅନୁଯାୟୀ ଜରିମାନା ଧାର୍ଯ୍ୟ ହେବ। ନୂଆ ନିୟମ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପାନ୍ କୁ ଆଧାର ସହିତ ଲିଙ୍କ୍ ନକରନ୍ତି, ତେବେ ଆପଣଙ୍କ ପାନ୍ ଅଚଳ ହୋଇଯାଇପାରେ | ଏହା ବ୍ୟତୀତ ଆପଣଙ୍କ ଉପରେ ଜରିମାନା ମଧ୍ୟ ଲାଗିପାରେ। ସୂଚନାଯୋଗ୍ୟ ଯେ ବ୍ୟାଙ୍କ, ଇପିଏଫ୍ କାରବାର ସହିତ ଅନେକ କାର୍ଯ୍ୟରେ ପାନ୍ ଲିଙ୍କ୍ ବାଧ୍ୟତାମୂଳକ ଅଟେ |