Khel Ratna - The Sakala

ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୫ ଘୋଷଣା: ୧୭ କ୍ରୀଡ଼ାବିତ୍‌ଙ୍କୁ ମିଳିବ ସମ୍ମାନଜନକ ଅର୍ଜୁନ ପୁରସ୍କାର
ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୫ ଘୋଷଣା କରାଯାଇଛି।  ଡେକାଥଲନ୍ ଆଥଲେଟ୍ ତେଜସ୍ୱିନ ଶଙ୍କରଙ୍କ ସମେତ ମୋଟ ୧୭ ଜଣ କ୍ରୀଡ଼ାବିତ୍‌ଙ୍କୁ ସମ୍ମାନଜନକ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ ବୋଲି କ୍ରୀଡ଼ା ମନ୍ତ୍ରଣାଳୟ ମଙ୍ଗଳବାର ଦିନ ପ୍ରକାଶ କରିଛି। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଅରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିର ସୁପାରିଶ କ୍ରମେ ଏହି ପୁରସ୍କାରଗୁଡ଼ିକ ଘୋଷଣା କରାଯାଇଛି।

ସେହିପରି ପ୍ରଶିକ୍ଷକମାନଙ୍କୁ ପ୍ରଦାନ କରାଯାଉଥିବା ଦ୍ରୋଣାଚାର୍ଯ୍ୟ ପୁରସ୍କାର (ନିୟମିତ ବର୍ଗ) ରେ ୩ ଜଣ ପ୍ରଶିକ୍ଷକଙ୍କୁ ମନୋନୀତ କରାଯାଇଛି। ସେମାନେ ହେଲେ ଆଥଲେଟିକ୍ସ ପାଇଁ ପରବୀର ସିଂହ, ବକ୍ସିଂ ପାଇଁ ଛୋଟେ ଲାଲ୍ ଯାଦବ ଏବଂ ସୁଟିଂ ପାଇଁ ନେହା ନନ୍ଦକୁମାର ଚଭନ। ଲାଇଫ୍‌ଟାଇମ୍ ବର୍ଗ ରେ ବକ୍ସିଂ କୋଚ୍ ଧର୍ମେନ୍ଦ୍ର ସିଂହ ଯାଦବ ଏବଂ କୁସ୍ତି କୋଚ୍ ବୀରେନ୍ଦ୍ର କୁମାରଙ୍କୁ ଏହି ସମ୍ମାନ ମିଳିବ।

ଅର୍ଜୁନ ପୁରସ୍କାର ତାଲିକାରେ ଭାରତର ପ୍ରମୁଖ ମହିଳା ବ୍ୟାଡମିଣ୍ଟନ ଡବଲ୍ସ ଯୋଡ଼ି ତ୍ରିସା ଜଲି ଏବଂ ପୁଲେଲା ଗାୟତ୍ରୀ ଗୋପୀଚାନ୍ଦ, ଫିଡେ ବିଶ୍ୱକପ୍ ବିଜେତା ଦିବ୍ୟା ଦେଶମୁଖ, ଟ୍ରାକ୍ ଆଣ୍ଡ ଫିଲ୍ଡ ଆଥଲେଟ୍ ମହମ୍ମଦ ଅଜମଲ ଭାରିୟାଥୋଡି, ରେସ୍ ୱାକର ପ୍ରିୟଙ୍କା ଗୋସ୍ୱାମୀ, ବକ୍ସର ନରେନ୍ଦର, ଚେସ୍ ଖେଳାଳି ବିଦିତ ସନ୍ତୋଷ ଗୁଜରାଟୀ, ପାରା ସୁଟର ଧନୁଷ ଶ୍ରୀକାନ୍ତ, ହକି ଖେଳାଳି ଲାଲରେମସିଆମି ହମାରଜୋଟେ ଏବଂ ରାଜକୁମାର ପାଲ, କବାଡ଼ି ଖେଳାଳି ସୁରଜିତ ଓ ପୂଜା, ପାରା ସୁଟର ରୁଦ୍ରାଂଶ ଖଣ୍ଡେଲୱାଲ, ପାରା ଆଥଲେଟ୍ ଏକତା ଭ୍ୟାନ, ରୋଅର ଅରବିନ୍ଦ ସିଂହ ଏବଂ ସୁଟର ଅଖିଳ ସେଓରାନ୍ ସାମିଲ ଅଛନ୍ତି।

ତେଜସ୍ୱିନ ଶଙ୍କର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଡେକାଥଲନ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଥିଲେ ଏବଂ ଏହି ଇଭେଣ୍ଟରେ ପଦକ ଜିତିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ଆଥଲେଟ୍। ସେହିପରି ଦିବ୍ୟା ଦେଶମୁଖ ୨୦୨୫ ଫିଡେ ମହିଳା ବିଶ୍ୱକପ୍ ଜିତି ଚେସ୍ ଜଗତକୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ସେ ଫାଇନାଲରେ କୋନେରୁ ହମ୍ପିଙ୍କୁ ହରାଇ ଏହି ସମ୍ମାନଜନକ ଟାଇଟଲ୍ ହାସଲ କରିଥିବା ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି।

ଭାରତୀୟ ଫୁଟବଲ୍ ଦଳର ଭେଟେରାନ୍ ଖେଳାଳି ଇସାୟା ଅରୁମାଇନାୟାଗମନକୁ ଆଜୀବନ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ। ସେ ୧୯୬୨ ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ବିଜେତା ଦଳର ସଦସ୍ୟ ଥିଲେ। ଏଥିସହ ଆଥଲେଟିକ୍ସ କୋଚ୍ ପରବୀର ସିଂହ, ବକ୍ସିଂ କୋଚ୍ ଛୋଟେ ଲାଲ୍ ଯାଦବ ଏବଂ ସୁଟିଂ କୋଚ୍ ନେହା ନନ୍ଦକୁମାର ଚଭନଙ୍କୁ ସେମାନଙ୍କ ଶ୍ରେଷ୍ଠ କୋଚିଂ ପାଇଁ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ କରାଯିବ।

ପୁଣେ ସ୍ଥିତ ଆର୍ମି ପାରାଲିମ୍ପିକ୍ ନୋଡକୁ କ୍ରୀଡ଼ା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଏବଂ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ପାଇଁ ରାଷ୍ଟ୍ରୀୟ କ୍ରୀଡ଼ା ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରାଯିବ। କ୍ରୀଡ଼ା କ୍ଷେତ୍ରରେ ନିରନ୍ତର ଉତ୍କର୍ଷତା ଏବଂ ସମର୍ପଣ ପାଇଁ ପ୍ରତିବର୍ଷ ଏହି ପୁରସ୍କାରଗୁଡ଼ିକ ପ୍ରଦାନ କରାଯାଇଥାଏ।

ଖେଳରତ୍ନ ପାଇଁ ପ୍ରମୋଦ ଭଗତଙ୍କ ନାଁ ସୁପାରିଶ କଲା ଭାରତୀୟ ପାରା ଅଲିମ୍ପିକ୍ସ ସମିତି
ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ ମର୍ଯ୍ୟାଦାଜନକ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ସମ୍ମାନ ପାଇଁ ପାରାଲିମ୍ପିକ କମିଟି ଅଫ୍ ଇଣ୍ଡିଆ (ପିସିଆଇ) ଟୋକିଓ ଅଲିମ୍ପିକ୍ସ ସ୍ଵର୍ଣ୍ଣପଦକ ବିଜୟୀ ପାରା ବ୍ୟାଡ଼ମିଣ୍ଟନ ତାରକା ପ୍ରମୋଦ ଭଗତଙ୍କ ସହ ସୁଟର ମନୀଷ ନରୱାଲ, ହାଇଜମ୍ପର ଶରଦ କୁମାର, ଜାଭେଲିନ ଥ୍ରୋଅର ସୁନ୍ଦର ସିଂହ ଗୁର୍ଜରଙ୍କ ନାମ ସୁପାରିସ କରିଛି । ପିସିଆଇ ମଧ୍ୟ ଜାଭେଲିନ ଥ୍ରୋୟର ସୁମିତ ଆନ୍ତଲ ଓ ସୁଟର ଅଭନି ଲେଖାରଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରିଛି ।

ପିସିଆଇ ସଭାପତି ଦୀପା ମଲିକ କହିଛନ୍ତି, ପ୍ରମୋଦ, ମନୀଷ, ଶରଦ ଓ ସୁନ୍ଦର ଏହି ପୁରସ୍କାର ଜିତିଲେ ସେମାନଙ୍କୁ ୨୦୨୪ ପ୍ୟାରିସ କ୍ରୀଡ଼ାରେ ଉନ୍ନତ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିବ। ଆମ ଖେଳାଳି ଟୋକିଓ ପାରାଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିଛନ୍ତି ଓ ଆମେ ସେମାନଙ୍କ ପାଇଁ ଗର୍ବିତ | ସେମାନଙ୍କୁ ପୁରସ୍କୃତ କରାଗଲେ, ଆଗାମୀ କ୍ରୀଡ଼ାରେ ଭଲ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିବ ।

ଉଲ୍ଲେଖଯୋଗ୍ୟ, ଗତ ମାସରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ ଯେ ଟୋକିଓ ପାରାଲିମ୍ପିକ୍ସ ପଦକ ବିଜେତାଙ୍କୁ ପୁରସ୍କୃତ କରାଯିବ। ଏବେ ପିସିଆଇ ଜାତୀୟ କ୍ରୀଡ଼ା ପାଇଁ ଉପରୋକ୍ତ ଖେଳାଳିଙ୍କ ନାମ ଘୋଷଣା କରିଛି ।