VVS Laxman - The Sakala

ବିପଦର ବନ୍ଧୁ ଅଭି ଭାଇଙ୍କ ପ୍ରଶଂସାରେ ଶତମୁଖ କ୍ରିକେଟର ଭିଭିଏସ ଲକ୍ଷ୍ମଣ, ଟ୍ୱିଟ କରି ଜଣାଇଲେ ଶୁଭେଚ୍ଛା
କଟକ: ଓଡ଼ିଆ ସମାଜସେବୀଙ୍କୁ ଭାରତୀୟ ଦଳର ପୂର୍ବତନ ସଦସ୍ୟ ତଥା କିମ୍ୱଦନ୍ତି ବ୍ୟାଟ୍ସମ୍ୟାନ୍ ଭିଭିଏସ ଲକ୍ଷ୍ଣଣଙ୍କ ପ୍ରଶଂସା । ସମାଜସେବୀ ଅଭିମନ୍ୟୁ ଦାସଙ୍କୁ ତାଙ୍କର ନିସ୍ୱାର୍ଥପର ସେବା ପାଇଁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ଏହି ପୂର୍ବତନ କ୍ରିକେଟିୟର ଭି ଭି ଏସ ଲକ୍ଷ୍ମଣ । ଦଶନ୍ଧି ଦଶନ୍ଧି ଧରି ଅପରିଚିତ ମୃତଦେହକୁ ଆଣି ସତ୍କାର କରିବା ସହ ନିସହାୟ କ୍ୟାନସର ରୋଗୀଙ୍କ ଚିକିତ୍ସା କରି ଆସୁଛନ୍ତି ଅଭିମନ୍ୟୁ । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମହମ୍ମଦ କୈଫ ମଧ୍ୟ ଟ୍ୱିଟ୍ କରି ଅଭିମନ୍ୟୁ ଙ୍କୁ ପ୍ରଶଂସା କରିଥିଲେ।

Abhimanyu Das, a 50-year-old book-binder from Cuttack,In his quest to give dignity to the dead, cremates unclaimed and unattended dead bodies .He has also been taking care of thousands of cancer patients most of whom are homeless or abandoned. Hats off to his selfless service 🙏🏼 pic.twitter.com/8yALdf8plf

— VVS Laxman (@VVSLaxman281) November 8, 2021

ଲକ୍ଷ୍ମଣ ଟ୍ୱିଟ୍ କରି ଲେଖିଛନ୍ତି ଯେ, କଟକର ୫୦ ବର୍ଷୀୟ ବୁକ୍ ବାଇଣ୍ଡର ଅଭିମନ୍ୟୁ ଦାସ ଅପରିଚତ ମୃତଦେହର ଅନ୍ତିମସଂସ୍କାର କରିଥାନ୍ତି । ସେ କର୍କଟ ରୋଗୀଙ୍କ ଯତ୍ନ ନେବା ନେଇ ମଧ୍ୟ ଜଣାଶୁଣା । ସେ ହଜାର ହଜାର ବାସହୀନ ଓ ଅସହାୟ କର୍କଟ ରୋଗୀଙ୍କ ଯତ୍ନ ମଧ୍ୟ ନେଉଛନ୍ତି । ତାଙ୍କର ଏଭଳି ନିସ୍ୱାର୍ଥପର ସେବାକୁ ସଲାମ୍ ଜଣାଇଛନ୍ତି ଭିଭିଏସ୍ ଲକ୍ଷ୍ମଣ ।

Abhimanyu Das is a book binder from Odisha who lost his mother & other loved ones in the battle with cancer. He decided to serve humanity & selflessly take care of poor cancer patients, cremate unattended bodies & help in their last rites. Service to mankind is service to god 🙏🏼 pic.twitter.com/mYQKa4Z53H

— Mohammad Kaif (@MohammadKaif) July 21, 2020

କଟକ ନେତାଜୀ ନଗରର ଅଭିମନ୍ୟୁ ଦାସ । ବୟସ ୫୦ ବର୍ଷ । ଏପର୍ୟ୍ୟନ୍ତ ଅଭିମନ୍ୟୁ ୧୨ ଶହରୁ ଅଧିକ ଶବ ସତ୍କାର କରିସାରିଲେଣି । ଅଭିମନ୍ୟୁ କହିଲେ କଟକ ବଡ ଡାକ୍ତରଖାନା ହେଉ କି ଆଚାର୍ୟ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ସଭିଏଁ ତାଙ୍କୁ ଜାଣନ୍ତି । ଯଦି କେହି ଚିକିତ୍ସା ପାଇଁ ହନ୍ତସନ୍ତ ହୁଅନ୍ତି ତେବେ ଖୋଜା ପଡନ୍ତି ଅଭିମନ୍ୟୁ । ଆଉ ଖବର ପାଇ ଅଭିମନ୍ୟୁ ବି ସଙ୍ଗେ ସଙ୍ଗେ ପହଞ୍ଚି ଯାଆନ୍ତି । ସେହିପରି ଅଚିହ୍ନା ଶବ ସତ୍କାର ପାଇଁ ସେ ସବୁ ବେଳେ ଆଗେଇ ଆସନ୍ତି । ଶବ ସତ୍କାର କେମିତି ହେବ? ଶବ କେମିତି ଶ୍ମସାନକୁ ନିଆଯିବ? ସବୁ କଥା ସେ ନିଜେ ବୁଝିଥାନ୍ତି । ନିଜ ପକେଟରୁ ହେଉ କିମ୍ବା କାହା ସହଯୋଗରେ ଟଙ୍କା ଯୋଗାଡ କରିଥାନ୍ତି । ଆଉ ଅସହାୟ ରୋଗୀଙ୍କୁ ସାହାଯ୍ୟ କରନ୍ତି । କେବଳ ସେତିକି ନୁହେଁ ପରିବାର ଛାଡି ପଳାଇ ଆସିଥିବା କ୍ୟାନ୍ସର ରୋଗୀଙ୍କୁ ରାସ୍ତାକଡରୁ କୋଳେଇ ନିଅନ୍ତି ଅଭିମନ୍ୟୁ ।

ତେବେ ଅଭିମନ୍ୟୁ ଏଯାବତ୍ ପ୍ରାୟ ୭ ହଜାରରୁ ଊର୍ଦ୍ଧ୍ୱ ଗରିବ କର୍କଟ ରୋଗୀଙ୍କ ସହାୟତା କରିବା ସହିତ ୧୩୦୦ ଶବ ସଂସ୍କାର କରିଛନ୍ତି । ସେ କୁହନ୍ତି ମୁଁ ଡାକ୍ତରଖାନାକୁ ଯାଇ ବୁଲି ଦେଖେ । ଅନେକ କର୍କଟ ରୋଗୀଙ୍କର କେହି ଦେଖାଶୁଣା କରିବାକୁ ନଥାନ୍ତି । ସେଠି ମୁଁ ସେମାନଙ୍କୁ ସହାୟତା କରେ । ୫୦ ବର୍ଷୀୟ ଅଭିମନ୍ୟୁ ଅତୀତରେ ନିଜ ବାପା, ମା, ଦାଦା ଆଦିଙ୍କୁ କ୍ୟାନସରରେ ହରାଇ ସାରିଛନ୍ତି ।

ଲକ୍ଷ୍ମଣ କିମ୍ବା କୁମ୍ବଲେ ହୋଇପାରନ୍ତି ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍
ନୂଆଦିଲ୍ଲୀ: ଅନୀଲ କୁମ୍ବଲେ କିମ୍ବା ଭିଭିଏସ ଲକ୍ଷ୍ମଣ ହୋଇପାରନ୍ତି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍। ଆଗାମୀ ଆଇସିସି ଟି-୨୦ ବିଶ୍ଵକପ ପରେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ପୂରିଯାଉଛି। ଶାସ୍ତ୍ରୀଙ୍କ ସ୍ଥାନରେ ଅନ୍ୟଜଣେ ଭାରତୀୟ ଖେଳାଳିଙ୍କୁ କୋଚ୍ ପଦରେ ନିଯୁକ୍ତ କରିବାକୁ ବିସିସିଆଇ ଯୋଜନା କରିଛି | ତେଣୁ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବାଧୀନ ବିସିସିଆଇ ଜାତୀୟ ଦଳର ମୁଖ୍ୟ କୋଚ୍ ପଦ ପାଇଁ ଆବେଦନ କରିବାକୁ ଅନୀଲ କୁମ୍ବଲେ ଓ ଭିଭିଏସ ଲକ୍ଷ୍ମଣଙ୍କୁ ଅନୁରୋଧ କରିପାରେ।

କୁମ୍ବଲେ ୨୦୧୬ରୁ ୨୦୧୭ ପର୍ଯ୍ୟନ୍ତ ଭାରତୀୟ ଦଳର ମୁଖ୍ୟ କୋଚ୍ ଥିଲେ। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ଭିଭିଏସ ଲକ୍ଷ୍ମଣ ଓ ସୌରଭ ଗାଙ୍ଗୁଲିଙ୍କୁ ନେଇ ଗଠିତ କ୍ରିକେଟ୍ ପରାମର୍ଶଦାତା କମିଟି କୁମ୍ବଲେଙ୍କୁ ମୁଖ୍ୟ କୋଚ୍‌ ଭାବେ ଚୟନ କରିଥିଲା। ତେବେ ଅଧିନାୟକ ବିରାଟ କୋହଲିଙ୍କ ସହ ମନୋମାଳିନ୍ୟ କାରଣରୁ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ରେ ପାକିସ୍ତାନ ନିକଟରୁ ଭାରତ ହାରିଯିବା ପରେ କୁମ୍ବଲେ କୋଚ୍‌ ପଦରୁ ଇସ୍ତଫା ଦେଇଥିଲେ।

ଅନ୍ୟପକ୍ଷରେ ବିସିସିଆଇ ଭିଭିଏସ ଲକ୍ଷ୍ମଣଙ୍କୁ ଆବେଦନ ପାଇଁ ଅନୁରୋଧ କରିପାରେ । ଲକ୍ଷ୍ମଣ ଏବେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ) ଦଳ ସନରାଇଜର୍ସ ହାଇଦ୍ରାବାଦର ମେଣ୍ଟର ଅଛନ୍ତି। ଉଭୟ କୁମ୍ବଲେ ଓ ଲକ୍ଷ୍ମଣ ୧୦୦ରୁ ଉର୍ଦ୍ଧ୍ବ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଏଥ୍‌ସହ ସେମାନଙ୍କର କୋଚିଂ ଅଭିଜ୍ଞତା ରହିଛି। ବିକ୍ରମ ରାଠୋର ମଧ୍ୟ ଅନ୍ୟଏକ ବିକଳ୍ପ । ଯଦି ଏହା ନ ହୁଏ, ତେବେ ବିଦେଶୀ କୋଚ୍‌ଙ୍କୁ ବିଚାର କରାଯାଇପାରେ।